ରୋଗର ଲକ୍ଷଣ ବତକ ଏବଂ ବତକ ଛୁଆ ଖାଦ୍ୟ ଓ ପାଣିନେବା ବନ୍ଦ କରିଦିଅନ୍ତି । ଧିରେ ଧିରେ ଚାଲନ୍ତି ଏବଂ ଗୋଟିଏ ସ୍ଥାନରେ ବସନ୍ତି । ପର ମଇଳା ହୋଇଯାଏ ଏବଂ ମଳଦ୍ଵାରା ପାଖପର ମଳ ହୋଇଯାଏ । ଝାଡ଼ା ସହିତ ନାକରୁ ପାଣି ବାହାରେ । ଗୋଡ଼ ଓ ଡେଣାରେ ପାରାଲିସିସ୍ ଲକ୍ଷଣ ଦେଖାଯାଏ । ହଠାତ୍ ମୃତ୍ୟୁ ହୋଇଯାଏ କିମ୍ବା ବେଳେବେଳେ ମୃତ୍ୟୁ ଲାଗିରହେ । ବତକ ପ୍ଲେଗ୍ - ଏହା ଏକ ଭୂତାଣୁ ଜନିତ ରୋଗ । ଏହା ପିଇବା ପାଣି ଦ୍ଵାରା ବ୍ୟାପିଥାଏ । ଏହି ରୋଗ ହେଲେ ସବୁକ ହଳଦିଆ ଝାଡ଼ା ହୁଏ ଏବଂ ସମୟେ ସମୟେ ରକ୍ତ ମଧ୍ୟ ଝାଡ଼ାରେ ଆସେ । ଡେଣାଗୁଡ଼ିକ ତଳକୁ ଝୁଲିପଡ଼େ । ଚଲାବୁଲା କିମ୍ବା ପାଣିରେ ପହଁରିବା ପାଇଁ ସେମାନେ ଇଚ୍ଛା କରନ୍ତି ନାହିଁ । ଆଖିଗୁଡ଼ିକ ଫୁଲିଯାଏ ଏବଂ ସେଥିରୁ ହଳଦିଆ ପଦାର୍ଥ ବାହାରେ । ଫଳରେ କେତେକ ବତକ ଅନ୍ଧ ହୋଇଯାଆନ୍ତି । ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରନ୍ତି । ଅଣ୍ଡାଦେବା କମିଯାଏ । ଏହାର ପ୍ରତିକାର ନିମନ୍ତେ ପ୍ରଥମେ ୩ ଥର ପାଇଁ (ଦୁଇ ସପ୍ତାହରେ, ୧୦ ସପ୍ତାହରେ ଏବଂ ୨୪ ସପ୍ତାହରେ) ଏବଂ ତାପରେ ପ୍ରତ୍ୟେକ ୬ ମାସରେ ଥରେ ଟୀକା ଦେବାକୁ ହୁଏ । ବତକମାନଙ୍କର ଭୂତାଣୁ ଜନିତ ଯକୃତ ପ୍ରବାହ ଏହା ଏକ ଭୂତାଣୁ ଜନିତ ରୋଗ । ପାଞ୍ଚ ସପ୍ତାହ ବୟସ ମଧ୍ୟରେ ବତକ ଛୁଆମାନେ ଏହି ରୋଗରେ ଆକ୍ରମିତ ହୋଇଥାନ୍ତି । ଏହି ରୋଗ ବତକମାନଙ୍କ ଝାଡ଼ା, ବତକମାନଙ୍କ ପାଖରେ କାମ କରୁଥିବା ଲୋକମାନଙ୍କର ପୋଷାକ ଦ୍ଵାରା ବ୍ୟାପିଥାଏ । ଏହି ରୋଗ ଆକ୍ରମଣ କରିବାର ୧-୨ ଘଣ୍ଟା ମଧ୍ୟରେ ଛୁଆଗୁଡ଼ିକ ମରିଯାଆନ୍ତି । ଛୁଆମାନେ ଦଳରୁ ଅଲଗା ହୋଇ ରୁହନ୍ତି । ଚାଲ ବୁଲା କରିବା ବନ୍ଦ କରି ଦିଅନ୍ତି, ଏକ କଡ଼କିଆ ହୋଇ ପଡ଼ି ରହନ୍ତି । ଉଭୟେ ଗୋଡ଼କୁ ମଝିରେ ମଝିରେ ଚାଟନ୍ତି ଏବଂ ମୁଣ୍ଡକୁ ପଛପଟକୁ ମୋଡ଼ି ହୋଇ ମରିଯାଆନ୍ତି । ଏହାର ପ୍ରତିକାର ମଧ୍ୟ ଟୀକା ଦ୍ଵାରା ହୋଇଥାଏ । ଦିନିକିଆ ବତକ ଛୁଆଙ୍କୁ ଏହା ଦିଆଯାଇଥାଏ । କିନ୍ତୁ ଯଦି ବତକ ଛୁଆର ବାପା ଓ ମାଙ୍କୁ ଟୀକା ଦିଆଯାଇଥାଏ, ତେବେ ବତକ ଛୁଆଙ୍କୁ ଟୀକା ଦେବା ଦରକାର ପଡ଼େ ନାହିଁ । ବଡ଼ ବତକଙ୍କୁ ୧୦୧୨ ସପ୍ତାହରେ ଥରେ ଏବଂ ଆଉ ଥରେ ଠିକ୍ ଅଣ୍ଡା ଦେବା ଆରମ୍ଭ କଲାବେଳେ ଟୀକା ଦିଆହୁଏ । ରାଣୀକ୍ଷେତ ରୋଗ – ଏହା ଏକ ଭୂତାଣୁ ଜନିତ ରୋଗ । ଏହି ରୋଗ ହେଲେ ସବୁଜ ରଙ୍ଗର ଝାଡ଼ା ହୁଏ । ମୁହଁ, ଆଖି ଓ ଗଳା ଫୁଲିଯାଏ । ବତକର ଛିଙ୍କିବା ଓ ଥରିବା ଆରମ୍ଭ ହୋଇଯାଏ । ଗୋଟିଏ କିମ୍ବା ଉଭୟ ଗୋଡ଼ ସ୍ଵାଭାବିତ ଦୁର୍ବଳତା ହେତୁ ଅଚଳ ହୋଇଯାଏ । ଏହି ରୋଗର ପ୍ରତିଷେଧ ପାଇଁ ବତକ ଛୁଆ ଓ ଅଣ୍ଡାଦିଆ ବତକମାନଙ୍କୁ ଟୀକା ଦିଆଯାଏ । ବତକ ବସନ୍ତ - ଏହା ଏକ ଭୂତାଣୁ ଜନିତ ରୋଗ । ସମସ୍ତ ବୟସର ବତକ ଏହି ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ଚର୍ମ ବସନ୍ତରେ ଫୋଟକା ମୁଣ୍ଡ, ଗୋଡ଼ ଆଦି ଯାଗାରେ ଦେଖାଯାଏ । ଆଖିରେ ହେଉଥିବା ବସନ୍ତରେ ଆଖିରୁ ପୂଜ ବାହାରେ ଏବଂ ଆଖିପତା ବନ୍ଦ ହୋଇଯାଏ । ସମୟ ସମୟରେ ବତକ ଅନ୍ଧ ହୋଇଯାଏ । ବେଳେ ବେଳେ ପାଟି ଭିତରେ ମଧ୍ୟ ଦେଖାଯାଇଥାଏ । ଅଣ୍ଡା ଦେଉଥିବା ବତକ ଏହି ରୋଗରେ ଆକ୍ରାନ୍ତ ହେଲେ ଅଣ୍ଡା ଦେବା କମିଯାଏ । ଏହି ରୋଗରେ ବତକ ବେଶୀ ମରନ୍ତି ନାହିଁ । ପାରାଟାଇଫଏଡ – ଏହା ଏକ ଜୀବାଣୁ ଜନିତ ରୋଗ । ବତକ ଛୁଆ ଏହି ରୋଗରେ ଆକ୍ରାନ୍ତ ହେଲେ ଡେଣା ଗୁଡ଼ିକ ତଳକୁ ଝୁଲିପଡ଼େ । ଖାଇବା କମିଯାଏ । ବେଶି ଶୋଷ ହୁଏ ଏବଂ ପାଣିଆ ଝାଡ଼ା ହୁଏ । ଛୁଆଗୁଡ଼ିକ ଆଲୁଅ ପାଖରେ ଏକାଠି ରହନ୍ତି ଏବଂ ୨-୩ ସପ୍ତାହ ଭିତରେ ଅଧିକାଂଶ ଛୁଆ ମରିଯାଆନ୍ତି । ଅଣ୍ଡାଦିଆ ବତକମାନଙ୍କୁ ଏହି ରୋଗ ହେଲେ ଅଣ୍ଡାଦେବା କମିଯାଏ ଏବଂ ଅଣ୍ଡା ଭିତରେ ଅଧିକାଂଶ ଛୁଆ ମରିଯାଆନ୍ତି । ଫ୍ୟୁରା ଜଲିଡନ୍ ନାମକ ଏକ ଔଷଧ ଦେଲେ ଅନେକାଂଶରେ ଏହି ରୋଗ ଉପଶମ ହୋଇଥାଏ । ଆଫଲାଟକସି କୋସିସ୍ - ଏହା ଆଫ୍ଲାଟସିନ୍ ନାମକ ଏକ ବିଷାକ୍ତ ପଦାର୍ଥ (ଫିମ୍ପି ଲାଗିଥିବା ଦାନାରେ ଥାଏ) ଖାଇଲେ ହୋଇଥାଏ । ଏହା ଖାଇଲେ ବତକ ଛୁଆ ମରିଯାଆନ୍ତି । ତେଣୁ ଫିମ୍ପି ଲାଗିଥିବା ଦାନା ଖାଇବାକୁ ଦେବେ ନାହିଁ । ବତକ ଘରର ଅଳିଆ ସେଜ ଶୁଖିଲା ରଖିବେ । ଡଙ୍କିଭଙ୍ଗା ରୋଗ – ଏହା ଏକ ଜୀବାଣୁ ଦ୍ଵାରା ତିଆରି ହୋଇଥିବା ବିଷ ଖାଇଲେ ହୋଇଥାଏ । ସାଧାରଣତଃ ପଚାମାଂସ ହାଡ଼ରେ ଏହି ଜୀବାଣୁ ବଢ଼ନ୍ତି ଏବଂ ଏପରି ଜିନିଷ ଖାଇଲେ ବତକମାନେ ଏହି ରୋଗରେ ପଡ଼ନ୍ତି । ଏହି ରୋଗ ଦ୍ଵାରା ପକ୍ଷାଘାତରେ ଡଙ୍କି ଭାଙ୍ଗିପଡ଼େ । ତେଣୁ ବତକ ଘରେ, ଚରାଭୂମିରେ ଏବଂ ଜଳାଶୟରେ ପଚାସଢ଼ା ମାଂସ, ହାଡ଼, ମାଛ ଓ ପୋକଜୋକ ରଖିବାକୁ ଦେବେ ନାହିଁ । କକ୍ସିଡିଓସିସ୍ - ଏହା ଏକ ଆଦିଜନ୍ତୁ ଜନିତ ରୋଗ । ଏହି ରୋଗ ସାଧାରଣତଃ ବତକ ଛୁଆମାନଙ୍କୁ ହୋଇଥାଏ । ଏହି ରୋଗରେ ପୀଡ଼ିତ ଛୁଆଗୁଡ଼ିକ ଏକାଠି ରୁଣ୍ଡ ହୋଇ ଆଖି ମୁଦିଦେଇ ଜୁଳାନ୍ତି । ଡେଣା ଝୁଲିପଡ଼େ । ପର ଟାଆଁସ ଦେଖାଯାଏ । ପାଣି ଝାଡ଼ା ହୁଏ । ଝାଡ଼ାରେ ଅଧିକାଂଶ ସମୟରେ ରକ୍ତ ପଡ଼େ । ଆସ୍ତେ ଆସ୍ତେ ଛୁଆଗୁଡ଼ିକ ମରିବାକୁ ଆରମ୍ଭ କରନ୍ତି । ଏହାର ପ୍ରତିରୋଧ କରିବା ପାଇଁ ଦାନାରେ କସିଡ଼ିଆ ଆରୋଧୁ ଔଷଧ ଦାନାରେ ମିଶାଇ ଖାଇବାକୁ ଦେବାକୁ ହେବ । ଅସପରଜିଲୋସିସ୍ - ଏହା ଏକ ଫିମ୍ପି ଜନିତ ରୋଗ । ଏହା ସାଧାରଣତଃ ବତକ ଛୁଆ (ପ୍ରଥମ ଦୁଇ ସପ୍ତାହ ମଧ୍ୟରେ) ଛୁଆମାନଙ୍କୁ ହୋଇଥାଏ । ଏହି ରୋଗରେ ନିଶ୍ଵାସ ପ୍ରଶ୍ଵାସ ନେବା କଷ୍ଟକର ହୋଇଥାଏ, ଖାଇବା କମିଯାଏ ଏବଂ ବତକ ଛୁଆଗୁଡ଼ିକ ମୁତ୍ୟୁମୁଖରେ ପଡ଼ନ୍ତି । ଏହାକୁ ପ୍ରତିରୋଧ କରିବା ପାଇଁ ବତକ ଘର ସଫା ଓ ଶୁଖିଲା ରଖିବେ । ଛୁଆ ଫୁଟାଇବା ପାଇଁ ରଖିଥିବା ଅଣ୍ଡାଗୁଡ଼ିକୁ ଭଲ ଭାବରେ ସଫା କରିବା ଦରକାର । ବତକମାନଙ୍କର ପ୍ରତିଷେଧକ ଟୀକାର ସାରଣୀ ନିମ୍ନଲିଖିତତ ଟୀକା ବତକମାନଙ୍କୁ ଦିଆଯାଏ । ରୋଗ ଟୀକା ବୟସ ପରିମାଣ ଏବଂ ପଥ ୧ ବତକ ଭୂତାଣୁ ଲାଇଫ୍ ମଡିଫାଏଡ଼୍ ପ୍ରଥମ ଦିନ ୦.୨ ମି.ଲି. ଚମଡା କିମ୍ବା ମାଂସ ତଳେ ୨ ହେପାଟାଇଟିସ୍ ଚିକଏମ୍ବ୍ରିଓ ଆଡାପ୍ଟେଡ କିମ୍ବା ଫରମାଲିନ୍ ଇନ୍ ଆକ୍ଟିଭେଟେଡ ଭୂତାଣୁ ଚିକଏମ୍ବ୍ରିଓ କିମ୍ବା ବତକ ଏମ୍ବ୍ରିଓ ଆଡାପଟେଡ୍ ଲାଇଭ ୬ – ୭ ଦିନ ପ୍ରଜନନକ୍ଷମ ବତକଙ୍କୁ ୨-୩ ଥର ପ୍ରତିମାସ ମାସ ଅନ୍ତରରେ ଟୀକା ଦେବା ଦରକାର ୦.୫ ମି.ଲି. ଚମଡା କିମ୍ବା ମାଂସ ତଳେ ୩ ବତକ ପ୍ଲେଗ୍ ଲାଇଭ ଆଟିନୁଏଟେଡ୍ ଭୂତାଣୁ ୨ ସପ୍ତାହ ୦.୫ ମି.ଲି ଚମଡା ତଳେ ୪ ବତକ ପ୍ଲେଗ୍ ବୁଷ୍ଟର ଟୀକା ଚିକ୍ ଏମ୍ବ୍ରିଓ ଆଡାପ୍ଟେଡ ସେଲ କଲଚର ଚିକ୍ ଏମ୍ବ୍ରିଓ ଆଡାପ୍ଟେଡ ସେଲ କଲଚର ୮ ସପ୍ତାହ ପ୍ରତି ୬ ମାସ ଅନ୍ତରରେ ୦.୫ ମି.ଲି ଚମଡା ୦.୫ ମି.ଲି ଚମଡା ୫ ବତକ ହଇଜା ( ଡକ କଲେରା ) ବତକ ହଇଜା ( ଡକ କଲେରା ) ବୁଷ୍ଟର ଟୀକା ପାସ୍ତୁରେଲା ମଲଟୋସିଡା ଏ ୱାନ୍ ଷ୍ଟ୍ରେନ୍, ଫରମାଲିନ କିଲଡ ପାସ୍ତୁରେଲା ମଲଟୋସିଡା ଏ ୱାନ୍ ଷ୍ଟ୍ରେନ୍, ଫରମାଲିନ କିଲଡ ୩ ରୁ ୪ ସପ୍ତାହ ୮ ସପ୍ତାହ ୧. ମି.ଲି ଚମଡା ତଳେ ୧. ମି.ଲି ଚମଡା ତଳେ ୬ ବତକ ସେପ୍ଟିସେମିଆ ବତକ ସେପ୍ଟିସେମିଆ ବୁଷ୍ଟର ଟୀକା ଫରମାଲିନ୍ କିଲଡ ପାସ୍ତୁରେଲା ଆଣ୍ଟି ପେଷ୍ଟିଫର୍ ଫରମାଲିନ୍ କିଲଡ ପାସ୍ତୁରେଲା ଆଣ୍ଟି ପେଷ୍ଟିଫର୍ ୨ ସପ୍ତାହ ୯ ସପ୍ତାହ ୦.୫ ମି.ଲି ଚମଡା ତଳେ ୧. ମି.ଲି ଚମଡା ତଳେ ୭ ଏରିସିପିଲାସ୍ ଫରମାଲିନ୍ କିଲଡ ଇ. ଇନ୍ସିଡିଓସା ୪ ସପ୍ତାହ ୦.୫ - ୧ ମି.ଲି ଚମଡା ତଳେ କିମ୍ବା ମାଂସ ତଳେ ରୋଗ ଲାଗିଥିବା ସମୟରେ (ରୋଗ ଚିକିତ୍ସା ପୂର୍ବରୁ ପଶୁଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ) ଅଧିକ ଜାଣିବା ପାଇଁ - "ଓୟୁଏଟି" ସଂଗୃହିତ - ମୂଳ ବିଷୟ ବସ୍ତୁ ଡଃ ଶରତ ଚନ୍ଦ୍ର ମିଶ୍ର ଡଃ ପ୍ରବୀଣ କୁମାର ଦେହୁରୀ ଡଃ ପ୍ରସବ କୁମାର ମିଶ୍ର ସଂଶୋଧିତ ବିଷୟବସ୍ତୁ - ଡଃ ପ୍ରସନ୍ନ କୁମାର ମିଶ୍ର, ପ୍ରଫେସର. କୁକ୍କୁଟ ବିଜ୍ଞାନ ବିଭାଗ, ଓୟୁଏଟି, ଭୁବନେଶ୍ଵର