অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବର୍ଷାଦିନେ ପ୍ରାଣୀଙ୍କ ସୁରକ୍ଷା ପ୍ରତି ସତର୍କତା

ବର୍ଷାଦିନେ ପ୍ରାଣୀଙ୍କୁ କ'ଣ କ'ଣ ହୋଇଥାଏ ?

ସାଧାରଣତଃ ବର୍ଷାଦିନେ ଅନୁକୂଳ ପରିବେଶ ଯୋଗୁ ମଶା, ମାଛି, ଡାଆଁଶ, ଚିଙ୍କ, ଉକୁଣି ଆଦିଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ । ପୋଖରୀ, ଗାଡ଼ିଆ, ନଦୀନାଳ ବର୍ଷା ବା ବନ୍ୟା ଜଳରେ ପରିପୂର୍ଣ୍ଣ ହୋଇଥାଏ । ପ୍ରଦୂଷିତ ଅସ୍ଵାସ୍ଥ୍ୟକର ପରିବେଶ ଠାରୁ ଆରମ୍ଭ କରି ମଳତ୍ୟାଗ ଅଞ୍ଚଳ ଓ ନାଳନର୍ଦମାର ଦୂଷିତ ଜଳ ଜନଜୀବନକୁ ପ୍ରଭାବିତ କରିଥାଏ । ଏହି ବର୍ଷା ବା ବନ୍ୟା ପାଣିରେ ବିଭିନ୍ନ ଅଣୁଜୀବ ଯଥା ଜୀବାଣୁ, କବକ, ଏକକୋଷୀ ପ୍ରାଣୀ, କୃମି ଆଦି ବିଭିନ୍ନ ସ୍ଥାନରେ ବଂଶ ବୃଦ୍ଧି କରିବା ସହିତ ପ୍ରାଣୀଙ୍କ ଠାରେ ରୋଗ ସୃଷ୍ଟି କରାନ୍ତି । ଓଦା ଓ ସନ୍ତସନ୍ତିଆ ଅଞ୍ଚଳରେ ଗେଣ୍ଡାଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ପ୍ରାଣୀଙ୍କ କଲିଜା କୃମି ହେବାରେ ସହାୟକ ହୋଇଥାଏ । ଏଥିସହିତ ଏହିସବୁ ଅଞ୍ଚଳରେ ଛୋଟ ଛୋଟ ଗୁଗୁଚିଆ ଗଛର ସୃଷ୍ଣ ଅଗ୍ରଭାଗ ପ୍ରାଣୀ ଚରିବୁଲିବା ସମୟରେ ଆଖିରେ ବାଜି ଆଖି ପ୍ରଦାହ ସହିତ ଆଖି ଝରା ରୋଗ ସୃଷ୍ଟି କରିଥାଏ । ବେଳେ ବେଳେ ଆଖି ଲାଲ୍ ପଡ଼େ ବା ଆଖିରେ ଧଳା ପରଦା ମାଡ଼ିଆ ସେ । ବିଲବାଡ଼ି ବା ପୋଖରୀରେ ଜଳ ପୂର୍ଣ୍ଣ ହେବା ଯୋଗୁ ସାପ ଗାତରେ ପାଣି ପଶିଯାଏ । ଫଳରେ ପ୍ରାଣୀ ବା ମନୁଷ୍ୟ ବାସ କରୁଥିବା ସ୍ଥାନକୁ ମାଡ଼ିଆସି ଗର୍ଭ କରି ରହନ୍ତି । ସାପମାନେ ବିଭିନ୍ନ ଚାପର ବଶବର୍ତୀ ହୋଇ ପ୍ରାଣୀଙ୍କୁ କାମୁଡିବା ଫଳରେ ସେମାନେ ମୃତ୍ୟୁମୁଖରେ ପଡିଥାନ୍ତି । ଗୁହାଳ ଓଦା ଓ ସନ୍ତସନ୍ତିଆ ରହିବା ସହିତ ବର୍ଷା ପାଣିରେ ପ୍ରାଣୀମାନେ ଭିଜିବା ଯୋଗୁ ଜ୍ଵର, ଥଣ୍ଡା, କାଶ ବା ବେଙ୍ଗାଦେଷ ସହିତ ପଦ୍ମାପୁଲାରେ ପୀଡ଼ିତ ହେବାର ସମ୍ମାବନା ଥାଏ I

ରୋଗ ସଂକ୍ରମଣ

ଜଳବାୟୁର ଆର୍ଦ୍ଧତା ଓ ଉତ୍ତାପ ବୃଦ୍ଧି ଯୋଗୁ ବିଭିନ୍ନ ସଂକ୍ରାମକ ରୋଗ ଯଥା- ସାହାଣା, ବଜବଜିଆ, ଆଚ୍ଛାକୃ, ଫାଟୁଆ ଆଦି ରୋଗ ପ୍ରାଣୀଙ୍କ ଠାରେ ଦେଖାଯାଇଥାଏ । ଟିଙ୍କ, ମଶା ବା ପରଜୀବୀ ମାଧ୍ୟମରେ ଗୋରୁଙ୍କ ଠାରେ ଅଢ଼େଇଆ ଜ୍ଵର ଟ୍ରିପାନୋସୋମିଆସିସ୍ ବା ସରା, ଥାଇଲେରିଓସିସ୍, ବେବେସିଓସିସ୍ ଆଦି ରୋଗରେ ପ୍ରାଣୀମାନେ ପୀଡିତ ହୁଅନ୍ତି । ସେହିଭଳି ଛେଳି ମେଣ୍ଢାଙ୍କ ଠାରେ ଏଣ୍ଟରୋଟକ୍ସିମିଆ, ପପିଆରୀ, ଛେଳି ବସନ୍ତ ଆଦି ରୋଗ ଦେଖାଯାଇଥାଏ । ବର୍ଷାଦିନେ କୁକୁଡ଼ା ଘରର ଲିଟର ଓଦା ଓ ସନ୍ତସନ୍ତିଆ ରହିବା ଯୋଗୁ କୁକୁଡ଼ା ବିଶେଷ କରି ଜୀବାଣୁ ଓ ଏକକୋଷ୍ଠୀ ପ୍ରାଣୀ ବା ରକ୍ତଝାଡ଼ା ସହିତ ଶ୍ଵାସକ୍ରିୟା ଜନିତ ରୋଗରେ ସଂକ୍ରମିତ ହୋଇଥାନ୍ତି । ଦୂଷିତ ପାଣି ପିଇଲେ କୁକୁଡ଼ା ଇଡ଼ାଇରେଚିଆ କୋଲାଇ  ଜୀବାଣୁର ସଂକ୍ରମଣ ହୋଇଥାନ୍ତି । କେତେକ ଉଭିଦ ଜାତୀୟ ବିଷାକ୍ତ ଗଛର ପତ୍ର ଖାଇ ପ୍ରାଣୀଙ୍କ ଠାରେ ପେଟଫୁଲା ସୃଷ୍ଟି ସହିତ ଶରୀରରେ ବିଷ ପ୍ରକ୍ରିୟା ଯୋଗୁ ଜୀବନ ହାନି ଘଟିଥାଏ । କଅଁଳିଆ ଘାସରେ ମାଗ୍ନେସିୟମ୍ ଅଭାବ ସହିତ କଅଁଳିଆ ସଙ୍କର ହାତିଆ ଘାସରେ ଅକ୍ଜାଲିକ୍ ଅମ୍ଳ ଥିବା ହେତୁ ପ୍ରାଣୀଙ୍କଠାରେ ମ୍ୟାଗ୍ନେସିୟମ୍ ଓ କ୍ୟାଲସିୟମର ଅଭାବ ଦେଖାଦେଇଥାଏ । ଏଥିସହିତ ଫିମ୍ପିମରା ନଡ଼ା, କୁଟା, ଦାନା ଆଦି ଖାଇବାକୁ ଦେଲେ ଏଥିରୁ ଟକ୍ସିନ୍‌ନିର୍ଗତ ହେବା ଯୋଗୁ ପ୍ରାଣୀଙ୍କ ଜୀବନ ବିପନ୍ନ ହୋଇଥାଏ ।

ସତର୍କତାମୂଳକ ପଦକ୍ଷେପ

ବର୍ଷାଦିନେ ନିମ୍ନଲିଖିତ କେତୋଟି ଦିଗ ପ୍ରତି ଯନୁବାନ ହେଲେ ନିଶ୍ଚିତ ପାଳିଥିବା' ଗୃହପାଳିତ ପ୍ରାଣୀଙ୍କୁ ସୁରକ୍ଷା ପ୍ରଦାନ କରିପାରିବା ।

  • ବର୍ଷ ବା ବନ୍ୟାର ଗୋଳିଆ ବା ଦୂଷିତ ଜଳ କୃଆ, ପୋଖରୀ, ନଦୀ, ଗାଡ଼ିଆ ଆଦିରେ ପଶି ଜଳ ଦୂଷିତ କରେ ।

ସଂଗୃହିତ - ଡା. ବୀରକିଶୋର ପରିଡ଼ା

Last Modified : 1/12/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate