অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶୀତଦିନେ ଛେଳି ମେଣ୍ଢାଙ୍କ ରୋଗ ଓ ପ୍ରତିକାର

ଶୀତଦିନେ ଛେଳି ମେଣ୍ଢାଙ୍କ ରୋଗ ଓ ପ୍ରତିକାର

ପି.ପି.ଆର. ରୋଗ

ଏହା ଛେଳିମେଣ୍ଢାଙ୍କ ଏକ ମାରାତ୍ମକ ଭୂତାଣୁ ଜନିତ ରୋଗ । ଏହା ଶୀତଦିନେ ଦେଖାଦେଇଥାଏ । ରୋଗର ଲକ୍ଷଣ ହେଲା- ପ୍ରଥମେ ଛେଳି ମେଣ୍ଢାଙ୍କ ଶାରୀରିକ ଉତ୍ତାପ ୧୦୪ ଡିଗ୍ରୀକୁ ବୃଦ୍ଧି ଘଟେ । ତା' ପରଦିନ କାଶ ହୁଏ । ତୃତୀୟ ଦିନଠାରୁ ପତଳା ପିଚ୍କାରି ମାରିଲା ପରି ଝାଡା ହୁଏ । ଆଖିରେ ଛେନା ଛିଡିଲା ପରି ପଦାର୍ଥ ଲାଗିବା ସହିତ ପାଟିର ଉଭୟ କଡ ଓ ଉପର ତାଳୁରେ କଳା ରକ୍ତ ଚିହ୍ନ ଦେଖବାକୁ ମିଳେ । ଗର୍ଭପାତ ହୁଏ । ତା’ପରେ ଛେଳି ମେଣ୍ଢା ଦୁର୍ବଳ ହୋଇପଡନ୍ତି ଓ ରୋଗ ଆରମ୍ଭର ୬ରୁ ୮ ଦିନ ମଧ୍ୟରେ ମୃତ୍ୟୁବରଣ କରନ୍ତି । ଏହି ରୋଗରେ ଛେଳିଙ୍କ ମୃତ୍ୟୁ ହାର ହେଉଛି ୪୫ ରୁ ୯୦% । ମେଣ୍ଢାଙ୍କ ଅପେକ୍ଷା ଛେଳି ବିଶେଷ ଆକ୍ରାନ୍ତ ହୋଇଥାନ୍ତି ।

ସମସ୍ତ ଛେଳି ମେଣ୍ଢାଙ୍କୁ ପି.ପି.ଆର. ଟିକା ବର୍ଷକୁ ଥରେ ଦିଅନ୍ତୁ ଓ ଲକ୍ଷଣ ଅନୁସାରେ ଚିକିତ୍ସା କରନ୍ତୁ । ଆଣ୍ଟିବାୟୋଟିକ୍-ଜେଣ୍ଟାମାଇସିନ୍ ଇଞ୍ଚେଞ୍ଜକ୍‌ସନ୍ ସହିତ ଝାଡା ହେଉଥଲେ, ପ୍ରତିଟି କରି ୫ ଗ୍ରାମ ସହିତ ଝାଡା ପାଉଡର ୧୦ ଗ୍ରାମ ଦିନକୁ ଦୁଇଥର ଦିଅନ୍ତୁ । ଉକ୍ତ ରୋଗରେ ପୀଡିତ, ଛେଳିଙ୍କ ୨ ଗ୍ରାମ ଝୁଣା, ୨ ଚାମଚ ହରିଡା ଗୁଣ୍ଡକୁ ୧ ଚାମଚ ମହୁ ସହିତ ଖାଇବାକୁ ଦେବ୍ରୁଲ ଶୀଘ୍ର ଆରୋଗ୍ୟ ଲାଭ କରନ୍ତି।

ମିଇଁମିଇଁଆ ରୋଗ

ଭୂତାଣୁ ଜନିତ ଏହି ରୋଗ ହେଲେ ଛେଳି ମେଣ୍ଢାଙ୍କ ମୁହଁର ତଳ ଓ ଉପର ଓଠ ଅଂଶରେ ଫୋଟକା ସୃଷ୍ଟି ହେବା ସହିତ ଫାଟିଯାଇ ଘା’ରେ ପରିଣତ ହୁଏ । ଘା’ର ଯତ୍ନ ନେଲେ ଏହା ପୋକରା ହେବା ସହିତ ଜୀବାଣୁ ସଂକ୍ରମଣ ଯୋଗୁ ମୁହଁ ଫୁଲିଯାଏ । ଚିକିତ୍ସା ନ କଲେ ଛେଳି ମେଣ୍ଢା ନ ଖାଇ ପାରିବା ଯୋଗୁ ମୃତ୍ୟୁବରଣ କରନ୍ତି । ଥରେ ଗୋଟିଏ ଛେଳି । ମେଣ୍ଢାକୁ ହେଲେ ଏହା ଅନ୍ୟ ସୁସ୍ଥ ଛେଳି ମେଣ୍ଢାଙ୍କୁ ବ୍ୟାପିଯାଏ । ଏହି ରୋଗର ଚିକିତ୍ସା ସ୍ଵରୂପ ଖାଇବା ସୋଡା କିମ୍ବା ପୋଟାସିଅମ୍ ପରମାଙ୍ଗାନେଟ୍ ମିଶ୍ରିତ ନଖ ଉଷୁମ ପାଣିରେ ଭଲଭାବେ ଧୋଇ ଦେବାରୋଗ୍ଲିସେରିନ୍ କିମ୍ବା ଆଣ୍ଟିବାୟୋଟିକ୍ ମଲମ ଲଗାଇଲେ ଛେଳି ମେଣ୍ଢା ଶୀଘ୍ର ଆରୋଗ୍ୟ ଲାଭ କରନ୍ତି । ଯଦି ମୁହଁ ଫୁଲିଯାଏ, ତେବେ ଚିକିତ୍ସକଙ୍କ ପରାମର୍ଶକ୍ରମେ ଆଣ୍ଟିବାୟୋଟିକ୍ ଇଞ୍ଜେକ୍ସନ ୩-୫ ଦିନ ପର୍ଯ୍ୟନ୍ତ ଦେବାକୁ ହେବ । ରୋଗ ନିୟନ୍ତ୍ରଣ ପାଇଁ ଆକ୍ରାନ୍ତ ଛେଳି ମେଣ୍ଢାଙ୍କୁ ସୁସ୍ଥ ଛେଳି ମେଣ୍ଢାଙ୍କଠାରୁ ଦୂରେଇ ରଖିବା ଆବଶ୍ୟକ ।

ଛେଳି ବସନ୍ତ ରୋଗ

ଛେଳି ବସନ୍ତ ହେଉଛି ଛେଳିଙ୍କର ଏକ ମାରାମ୍ବକ ଭୂତାଣୁ ଜନିତ ରୋଗ ଏବଂ ଏହା କାପ୍ରିପକ୍ସ ଭୂତାଣୁ ଯୋଗୁ ହୋଇଥାଏ । ଏହି ଭୂତାଣୁ ମେଣ୍ଢାଙ୍କଠାରେ ମଧ ମାରାମ୍‌କ ରୋଗ ସୃଷ୍ଟି କରିଥାଏ । ଏହି ରୋଗରେ ସଂକ୍ରମିତ ଛେଳିଙ୍କର ସଂଖ୍ୟା ଅଧୁକ ହେବା ସଙ୍ଗେ ସଙ୍ଗେ ମୃତ୍ୟୁ ହାର ମଧ୍ୟ ଅଧକ ହୋଇଥାଏ । ଏହି ରୋଗର ସଂକ୍ରମଣ ଅବଧୂ ୨ ରୁ ୧୪ ଦିନ । ଏହି ରୋଗରେ ଆକ୍ରାନ୍ତ ଛୋଳିଙ୍କ ଶାରୀରିକ ଉତ୍ତାପ ବୃଦ୍ଧିପାଏ । ସଂକ୍ରମିତ ଛେଳି ବା ମେଣ୍ଢା ଦୁର୍ବଳ ଦେଖାଯାନ୍ତି, କିଛି ଖାଆନ୍ତି ନାହିଁ । ନାକରୁ ଓ ଆଖିରୁ ପାଣି ଝରେ ବା ଲେଫ୍ରେଞ୍ଜରା ବାହାରେ । ଉକ୍ତ ରୋଗର ଉଚ୍ଚ ସଂକ୍ରମିତ ଅବସ୍ଥାରେ ବସନ୍ତ ରୋଗର ଫୋଟକା ସୃଷ୍ଟି ପୂର୍ବରୁ ଛେଳିଛୁଆ ମୃତ୍ୟୁମୁଖରେ ପଡନ୍ତି । ରୋଗ ଆରମ୍ଭର ୩ ଦିନ ପରେ, ଛେଳିଙ୍କ ସର୍ବାଙ୍ଗ ଶରୀରରେ ଲାଲ ପାପୁଲସ୍ ବା ଚିହ୍ନ ଦେଖାଦିଏ । ତା’ପରେ ଏହି ଲାଲ ଚିହ୍ନ ଗୁଡିକ ଫୁଲି ଫୋଟକା ବା ଭେସିକିଲରେ ପରିଣତ ହୁଏ ଏବଂ ଶେଷରେ ଫାଟିଯାଇ ଘା' ସୃଷ୍ଟି ହୁଏ । ଯାହା ଫଳରେ ଛେଳି ଶରୀରରେ ବିଶେଷକରି ପିଠି ଉପରେ ଅଲ୍‌ସର ଭଳି ଘା' ମାନ ଦେଖାଯାଏ । ଏସବୁ ଲକ୍ଷଣ ପରିପ୍ରକାଶ ହେବାପାଇଁ ପ୍ରାୟ ୫ ରୁ ୬ ସପ୍ତାହ ଲାଗିଥାଏ ।

ଏହି ରୋଗରୁ ଛେଳିମେଣ୍ଢାଙ୍କୁ ଶୀଘ୍ର ଆରୋଗ୍ୟଲାଭ କରାଇବା ଲାଗି ଲକ୍ଷଣ ଅନୁଯାୟୀ ଚିକିତ୍ସା କରିବାକୁ ହେବ । ତେଣୁ ଶରୀରର ଉପରି ଭାଗରେ ସୃଷ୍ଟି ହୋଇଥବା କ୍ଷତ ବା ଘା'କୁ ହାଇଡ୍ରୋଜେନ୍ ପେରୋକ୍‌ସାଇଡ୍ କିମ୍ବା ପୋଟାସିୟମ୍ ପରମାଙ୍ଗାନେଟ୍ ମିଶ୍ରିତ ଉଷୁମ ପାଣିରେ ଭଲଭାବେ ଧୋଇ ଆଣ୍ଟିବାୟୋଟିକ୍ ମଲମ ଲଗାଇବାକୁ ପଡିବ । ବାହ୍ୟ ଜୀବାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆଣ୍ଟିବାୟୋଟିକ୍ ଇଞ୍ଜକ୍ଶନ ଆବଶ୍ୟକ ହୋଇଥାଏ । ଆକ୍ରାନ୍ତ ଛେଳି ମେଣ୍ଢାଙ୍କୁ ନରମ ସୁସ୍ଵାଦୁପୁକ୍ତ ଖାଦ୍ୟ ବା ଡାଳପତ୍ର, ଘାସ ଆଦି ଖାଇବାକୁ ଦିଅନ୍ତୁ । ଆକ୍ରାନ୍ତ ଛେଳି ମେଣ୍ଢାଙ୍କୁ ସୁସ୍ଥ ଛେଳି ମେଣ୍ଢାଠାରୁ ଅଲଗା କରି ତୁରନ୍ତ ଚିକିତ୍ସା କରାନ୍ତୁ । ଛେଳି ମେଣ୍ଢାଙ୍କ ଗୁହାଳ, ପାଣିପାତ୍ର, ଖାଦ୍ୟପାତ୍ର ଆଦି ପରିଷ୍କାର ରଖନ୍ତୁ । ଶୀତଦିନେ ବସନ୍ତ ଛୋଳିଙ୍କ ଠାରେ ଅଧୁକ ଦେଖାଯାଉଥବାରୁ ସରକାରଙ୍କ ତରଫରୁ ପ୍ରାଣୀ ଚିକିତ୍ସା କେନ୍ଦ୍ର ଜରିଆରେ ଅଦ୍ୟାବଧୂ ଛେଳି ବସନ୍ତର ପ୍ରତିଲେଷଧକ ଟିକା ଯୋଗାଇ ଦିଆଯାଇ ଆସୁଅଛି । ବିଭିନ୍ନ କମ୍ପାନୀ ଦ୍ଵାରା ପ୍ରସ୍ତୁତ ଛେଳି ବସନ୍ତ ଟିକା ଅନୁଯାୟୀ ଟିକାର ମାତ୍ରା ଓ ଟିକା ଦେବା ପ୍ରଣାଳୀ ନିର୍ବାରିତ ହୋଇଥାଏ ।

ନିମୋନିଆ

ଶୀତଦିନେ କୁହୁଡି ଓ କାକରରେ ଛେଳି ମେଣ୍ଢା ଏବଂ ଗୋରୁ ଚରି ବୁଲିଲେ ଥଣ୍ଡାର ଷ୍ଟେସ୍ ବା ଚାପ ଯୋଗୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ସହିତ ଫୁସ୍‌ଫୁସ୍ ବା ଶ୍ଵାସନଳିରେ ବିଭିନ୍ନ ଜୀବାଣୁ ସକ୍ରିୟ ହୋଇ ନିମୋନିଆ କରିଥାନ୍ତି । ଫଳରେ ଫୁସ୍‌ଫୁସ୍ ରକ୍ତ ପୁଜ ପାଣିରେ ଶକ୍ତିଯାଏ । ଫଳରେ ପ୍ରାଣୀମାନେ ମୃତ୍ୟୁବରଣ କରନ୍ତି । ସେଥିପାଇଁ ଚିକିତ୍ସକଙ୍କ ପରାମର୍ଶକ୍ରମେ ତୁରନ୍ତ ଆଣ୍ଟିବାୟୋଟିକ୍ ଚିକିତ୍ସା କରିବା ଆବଶ୍ୟକ।

ସଂଗୃହୀତ - ଡା. ବୀର କିଶୋର ପରିଡ଼ା ଉପନିର୍ଦ୍ଦେଶକ, ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate