ଅମୃତଭଣ୍ଡା ଏକ ଅଧିକ ଅମଳକ୍ଷମ ତଥା ସହଳ ଅର୍ଥକରୀ ଫସଲ । ଏହାର ସହଜ ଚାଷ ପ୍ରଣାଳୀ, କମ୍ ଫସଲ ଅବଧି ଏବଂ ବିଭିନ୍ନ ଜଳବାୟୁରେ ଭଲ ଚାଷ ହୋଇପାରୁଥିବା ଯୋଗୁ ଏହା ଜୀବିକା ଉପାର୍ଜନ ପାଇଁ ଏକ ଉତ୍କୃଷ୍ଟ ଫସଲ । ଓଡ଼ିଶାର ପୁରପଲ୍ଲୀରେ ଅମୃତଭଣ୍ଡା ପରିଚିତ ଓ ସବୁ ଅଞ୍ଚଳରେ ଏହା ଚାଷ କରାଯାଇପାରିବ । ଏହାକୁ ସମନ୍ୱିତ ଭାବେ ପୋଖରୀ ଚତୁଃପାର୍ଶ୍ଵରେ ଓ ଘରବାରିରେ ମଧ୍ୟ ଚାଷ କରାଯାଇପାରୁଛି । ଖାଦ୍ୟ ହିସାବରେ ଅତ୍ୟନ୍ତ ପୁଷ୍ଟିକର ହୋଇଥିବାରୁ ଏହାକୁ କଞ୍ଚା ପରିବା ଓ ପାଚିଲା ଫଳ ରୂପେ ବ୍ୟବହାର କରାଯାଏ । ଉତ୍ତମ ବିହନ ଚୟନ ତଥା ବୈଜ୍ଞାନିକ ଚାଷ ପ୍ରଣାଳୀ ଅବଲମ୍ବନ କରିବା ସହିତ ରୋଗ ପୋକ ନିୟନ୍ତ୍ରଣର ପ୍ରମୁଖ ଦିଗଗୁଡ଼ିକୁ ଦୃଷ୍ଟି ଦେଲେ ଅମଳ ବୃଦ୍ଧି ହୋଇଥାଏ ।
ଆକ୍ରାନ୍ତ ଫଳରେ ବାଦାମୀ ଗୋଲାକାର ଦାଗମାନ ଦେଖାଯାଏ । ଏହି ଦାଗର ଧାରରେ ଗୋଲାପୀ ରଙ୍ଗର ଫିମ୍ପି ଦେଖାଯାଏ । ଆକ୍ରାନ୍ତ ଫଳ ଲୋଚାକୋଚା ହୋଇ ଝଡିଯାଏ । ଆକ୍ରାନ୍ତ ଫଳକୁ ବାହାର କରି ନଷ୍ଟ କରିଦିଅନ୍ତୁ । ଫଳ ଅଥବା ଗଛରେ ବାରିଷ୍ଟିନ୍ (୦.୧%) କିମ୍ବା ଡାଇନୋଥନଏମ-୪୫ (୦.୨%) ଦଶ ଦିନ ବ୍ୟବଧାନରେ ପ୍ରୟୋଗ କରନ୍ତୁ ।
ଅଧିକ ଆର୍ଦ୍ରତା ଓ ମେଘୁଆ ପାଗରେ ହେଉଥିବା ଏହି ରୋଗରେ ପତ୍ରର ଉଭୟ ପାର୍ଶ୍ଵରେ ଧଳା ପାଉଁଶିଆ ରଙ୍ଗର ଆସ୍ତରଣ ଦେଖାଯାଏ । ଆକ୍ରାନ୍ତ କଅଁଳିଆ ପତ୍ର ଶୀଘ୍ର ଶୁଖିଝଡ଼ିପଡ଼େ । ତାପମାତ୍ରା କମ୍ ଥିବା ସମୟରେ ସଲ୍ଫେକ୍ଟ (୦.୩%) ସ୍ପ୍ରେ କରି ରୋଗର ନିରାକରଣ କରିହୁଏ ।
ଏହି ରୋଗ ହେଲେ ଅଙ୍କୁରୋଣ ପୂର୍ବରୁ କିମ୍ବା ପରେପରେ ଛୋଟ ଚେର ଶୁଖିଯାଏ । ବର୍ଷାଦିନେ ଏହି ରୋଗ ତଳିଘୋରରେ ଅଧିକ ପରିମାଣରେ ଦେଖାଯାଏ । ସୁସ୍ଥ ଫଳରୁ ମଞ୍ଜି ସଂଗ୍ରହ କରି ରଖନ୍ତୁ । ମଞ୍ଜିକୁ କ୍ୟାପଟାନ୍, ଥୋରାମ୍ ବା କାର୍ବେଣ୍ଡାଜିମ, ୨ ଗ୍ରାମ୍ (କି.ଗ୍ରା. ହିସାବରେ ବିଶୋଧନ କରନ୍ତୁ। ତଳିଘେର ପଟାଳିକୁ ଯଥେଷ୍ଟ ଉଚ୍ଚା ରଖନ୍ତୁ । ମଞ୍ଜି ବୁଣିବା ପୂର୍ବରୁ ପଟାଳିକୁ ୨% ଫର୍ମାଲଡିହାଇଡ୍ରେ ବିଶୋଧନ କରନ୍ତୁ । ରୋଗ ଦେଖାଦେଲେ ତଳିପଟିରେ ବାଭିଷ୍ଟିନ୍ ୨ଗ୍ରାମ ଲିଟର ହିସାବରେ ସିଞ୍ଚନ କରନ୍ତୁ ।
ଏହି ରୋଗ ହେଲେ ମାଟିର ଠିକ୍ ଉପରି ଭାଗରେ ଥିବା ଗଛର ଗଣ୍ଠିରେ ପାଣି ଶୁଖା ଦାଗ ଦେଖାଯାଏ । ପତ୍ର ଓ ଫଳ ହଳଦିଆ ପଡ଼ି ଲୋଚାକୋଚା ହୋଇ ଝଡ଼ିପଡ଼େ । କେତେକ ସ୍ଥଳେ କାଣ୍ଡ ଫୁଲିବା ଏବଂ କାଣ୍ଡ ଫାଟିବା ମଧ୍ୟ ଦେଖାଯାଏ । ଭଲ ଭାବରେ ଜଳ ନିଷ୍କାସନ ହୋଇପାରୁଥିବା ଜମିରେ ହିଁ ଚାଷ କରାଯିବା ଦରକାର । ବୁଣିବା ପୂର୍ବରୁ ମଞ୍ଜିକୁ କ୍ୟାପଟାନ୍ ୨ ଗ୍ରାମ ଲି, ଦେଇ ବିଶୋଧନ କରିବା ସହ ମାଟିରେ ନିମ୍ବ ପିଡ଼ିଆ ଦେଇ ରୋଗ ଆକ୍ରାନ୍ତକୁ କମ୍ କରାଯାଇପାରିବ । ରୋଗାକ୍ରାନ୍ତ ଗଛକୁ କାଟି ବାହାର କରିଦିଅନ୍ତୁ । ଗଛମୂଳକୁ ୦.୨% ରିଡୋମିଲ୍ ବା କାଲିକସିନ୍ (୦.୧%) ଦ୍ରବଣରେ ସିଞ୍ଚନ କରନ୍ତୁ ।
ଏହି ରୋଗ ହେଲେ ପତ୍ର ଲୋଚାକୋଚା ଓ ଛୋଟ ହୋଇଯାଏ । ପତ୍ରର ଶିରା ଦେଖାଯିବା ସହ ଡେମ୍ଫ ଓ ପତ୍ର ମୋଡ଼ି ହୋଇ ହଳଦିଆ ପଡ଼ି ଛୋଟ ହୋଇଯାଏ । ପତ୍ର ଓ ଫଳରେ ଗୋଓଲିଆ ଦାଗ ଦେଖାଯାଏ । ଫଳ ଛୋଟ ହୁଏ ଓ ଉତ୍ପାଦନ ହ୍ରାସ ପାଏ । ଆକ୍ରାନ୍ତ ଗଛକୁ ଉପାଡ଼ି ପୋଡ଼ିଦିଅନ୍ତୁ । ଏହି ରୋଗକୁ ବ୍ୟାପିବାରେ ସାହାଯ୍ୟ କରୁଥିବା ଜଉପୋକକୁ ନିୟନ୍ତ୍ରଣ କରନ୍ତୁ । ଅମୃତଭଣ୍ଡା କିଆରି ପାଖରେ ଟମାଟୋ, ଧୂଆଁ ପତ୍ର ଓ ଜିନିଆ ପ୍ରଭୃତି ଗଛ ଲଗାନ୍ତୁ ନାହିଁ, କାରଣ ଏହିସବୁ ଗଛ ଦ୍ଵାରା ଭୂତାଣୁ ଜନିତ ରୋଗ ବ୍ୟାପିଥାଏ ।
ଏହି ପୋକ ଗଛର ପତ୍ର, କାଣ୍ଡ ଓ ଫଳକୁ ଆକ୍ରାନ୍ତ କରି ତୁଳା ସଦୃଶ ଆସ୍ତରଣ କରିଥାଏ । ଉକ୍ତ ପୋକ ରସ ଶୋଷଣ କରିବା ଦ୍ଵାରା ଗଛର ବୃଦ୍ଧି ମନ୍ଥର ହେବା ସହ ପତ୍ରଗୁଡ଼ିକ ମୋଡ଼ି ହୋଇଯାଏ । ସମ୍ପୃକ୍ତ ପୋକ ଦ୍ଵାରା ନିର୍ଗତ କରାଯାଇଥିବା ମହୁ ଭଳି ପଦାର୍ଥରେ କଳାରଙ୍ଗର ଫିମ୍ପି ମାଡ଼ିଥାଏ, ଯଦ୍ଵାରା କି ଆଲୋକ ସଂଶ୍ଳେଷଣ ବାଧ୍ୟତା ହୁଏ । ଏହା ମୁଖ୍ୟତଃ ଶୁଖିଲା ଓ ଗରମ ସମୟରେ ଆକ୍ରାନ୍ତ ହୁଏ ଏବଂ ଜନ୍ଦା ପିମ୍ପୁଡ଼ିଙ୍କ ଦ୍ଵାରା ବ୍ୟାପିଥାଏ । ବଗିଚାକୁ ସଫା ରଖିବା ନିତ୍ୟାନ୍ତ ଆବଶ୍ୟକ । ଆକ୍ରାନ୍ତ ପ୍ରଦେଶର ଚାରା ବ୍ୟବହାର କରିବା ଅନୁଚିତ୍ । ଗଛର ମୁଖ୍ୟ ଗଣ୍ଠି ଉପରେ ଅଠାଯୁକ୍ତ ପଟି, ଆଲକାଥନ୍ ପଟି କିମ୍ବା କୀଟନାଶକର ପ୍ରୟୋଗ, ଜମିରୁ ଗଛ ଉପରକୁ ଚଢୁଥିବା ପୋକଗୁଡ଼ିକୁ ଅବରୋଧ କରିଥାଏ । ପାରାସିଟୋଡ୍ ଏସିରୋଫାଗସ୍ ପପାୟୋ ଦ୍ଵାରା ଦହିଆ ପୋକର ପ୍ରତିକାର କରାଯାଏ । କେକାରୋପାଇରିଫସ ୨୦ ଇସି ୨ ମି.ଲି. ଲି, ହିସାବରେ ଗଛ ମୂଳରେ ସିଞ୍ଚନ କଲେ ଦହିଆ ପୋକ ଓ ଜନ୍ଦାଙ୍କ ଗତିବିଧିକୁ କମାଇ ଦିଆଯାଇପାରିବ । କୀଟନାଶକ ଯଥା- ଶ୍ଳୋରୋପାଇରିଫସ ୨୦ ଇସି (୨ ମି.ଲି. ଲି.), ଡାଇମିସ୍ଟେଥୋଏଟ୍ ୩୦ ଇସି (୨ ମି.ଲି. ଲି.), ଥାଇ ଓ ମିଥକସମ୍ ୨୫ ଡବ୍ଲ୍ୟୁଜି (୦.୬ ଗ୍ରାମ. ଲି.) ଇତ୍ୟାଦି ସିଞ୍ଚନ କଲେ ଲାଭପ୍ରଦ ହୋଇଥାଏ ।
ଏହି ପୋକ ଅମୃତଭଣ୍ଡା ପତ୍ରରେ ଛୋଟଛୋଟ ହଳଦିଆ ଦାଗ ସୃଷ୍ଟି କରେ । ଅଧିକ ଆକ୍ରାନ୍ତ ହେଲେ ପତ୍ରଗୁଡ଼ିକ ହଳଦିଆ ପଡ଼ି ଝଡ଼ିଯାଏ । ପତ୍ରର ତଳ ପାର୍ଶ୍ଵରେ ଡିପ୍ଟୋକୋଫଲ୍ ୨୫ ଗ୍ରା/ ଲି. ପାଣିରେ ମିଶାଇ ସିଞ୍ଚନ କଲେ ଏହାର ପ୍ରତିକାର ହୋଇଥାଏ ।
ସୂତ୍ରଜୀବ ଆକ୍ରାନ୍ତ ଦ୍ଵାରା ଅମୃତଭଣ୍ଡା ଗଛ ଚେରରେ ଅନେକ ଛୋଟଛୋଟ ଗଣ୍ଠି ସୃଷ୍ଟି ହୁଏ, ଯଦ୍ଵାରା ଗଛର ଆକାର ଛୋଟ ରହିଯାଏ । ଆକ୍ରାନ୍ତ ଗଛକୁ ବଗିଚାରୁ ବାହାର କରିଦିଅନ୍ତୁ । ଗଛମୂଳରେ କାର୍ବୋପ୍ଲରନ୍ ୨୫ ଗ୍ରାମ ଗଛ ପକାନ୍ତୁ । ଗଛର ବୃଦ୍ଧି ସମୟରେ ନିମ୍ବ ବା କରଞ୍ଜ ପିଡ଼ିଆ ବ୍ୟବହାର କଲେ ସୂତ୍ରଜୀବ ବିଶେଷ କ୍ଷତି କରିପାରନ୍ତି ନାହିଁ ।
ଆଧାର - ଭୁବନାନନ୍ଦ ଅଧିକାରୀ କୀଟତତ୍ତ୍ଵ ବିଭାଗ, କୃଷି ମହାବିଦ୍ୟାଳୟ, ଓ.ୟୁ.ଏ.ଟି.
Last Modified : 6/23/2020