অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅସମୟରେ ଫୁଲ,ଫଳ ଝଡୁଥିଲେ

ଜୈବିକ ଉପଚାର କରି କିପରି ଫୁଲ ଓ ଫଳ ଝଡିବା ବନ୍ଦ କରିପାରିବେ

ଅସମୟରେ ଝଡି ପଡୁଥିବା ଫୁଲ ଓ ଫଳ ପାଇଁ ଜୈବିକ ଉପଚାର କରି କିପରି ଫୁଲ ଓ ଫଳ ଝଡିବା ବନ୍ଦ କରିପାରିବେ ସେ ସମ୍ବନ୍ଧିତ ତଥ୍ୟ । ପ୍ରାଚୀନ ଶାସ୍ତ୍ର ବୃକ୍ଷ ଆୟୁର୍ବେଦ ଅନୁସାରେ କୋଡ଼ିଏ ଗ୍ରାମ୍ ଶୁଦ୍ଧ ହିଙ୍ଗୁକୁ ଏକ ଲିଟର ପାଣିରେ ଗୋଟିଏ ରାତି ବତୁରାଇ ସକାଳୁ ସେହି ପାଣିକୁ ଗଛମୂଳରେ ପ୍ରୟୋଗ କଲେ ଅଥବା ଛିଞ୍ଚିଲେ ଫୁଲ ଓ ଫଳ ଝଡ଼ିବା ବନ୍ଦ କରାଯାଇପାରିବ I

  • ଫଳ ଗଛରୁ କଷି ଫଳମାନ ଅକାଳରେ ଝଡ଼ି ଯାଉଥଲେ। ସେହି ଗଛରେ ଲୁହା କଣ୍ଟା ବା କାଠ କଣ୍ଟା ବାଡ଼େଇ ଦେଲେ । ଫଳ ଝଡ଼ିବା ବନ୍ଦ ହୋଇଯାଏ । ଅମୃତ ଭଣ୍ଡା ଗଛରେ ଅଧିକ ଅଣ୍ଡିରା ଫୁଲ ଧରିଥିଲେ ଗଛରେ ଏକ କାଠ କୀଳା ବାଡ଼େଇ ଦେଇଥାନ୍ତି । ଫଳରେ ଗଛ ଫଳ ଧାରଣ କରିବାରେ ସକ୍ଷମ ହୋଇଥାଏ ।
  • ବେଳେ ବେଳେ ଫଳନ୍ତି ବୃକ୍ଷରୁ କିଛି ଅଠାଳିଆ ଦ୍ରବ୍ୟ କ୍ଷରଣ ହୁଏ ଓ ଗଛ ଶୁଖିଯାଏ । ଏପରି ହେଲେ ଗଛର ମୂଳ ପାଖରେ ମାହାରାରେ ଜଡ଼ା ଗଛର ତେଲ, ବାଇଗଦା ପତ୍ରର ରସ ଦିଅନ୍ତୁ । ଏହାଦ୍ଵାରା ଏହି ଔଷଧ ମୂଳ ଦ୍ଵାରା ଗଛରେ ପହଞ୍ଚି ଯାଇ ଅଠାଳିଆ ଦ୍ରବ୍ୟର କ୍ଷରଣ ବନ୍ଦ ହୁଏ ।
  • ଫଳନ୍ତି ଗଛକୁ କୀଟ ଛିଦ୍ର କରିବା ଦ୍ଵାରାଗଛ ଶୁଖିଯାଏ । ଯେଉଁଠାରେ ଛିଦ୍ର ଦେଖୁଛନ୍ତି ତୁରନ୍ତ ସେଠାରେ ଖୋଳପା ବାହାର କରି କପଡ଼ା ବା କପାରେ ପେଟ୍ରେଲ ଭିଜାଇ ସେହି ଛିଦ୍ରରେ ରଖି ଦିଅନ୍ତୁ ବା ପେଟ୍ରୋଲକୁ ଉକ୍ତ ଛିଦ୍ରରେ ସ୍ପ୍ରେ କରନ୍ତୁ । ପରେ ଦେଶୀ ଗାଈର ଗୋମୁତ୍ର, ଗୋବର ଓ ମାଟି ଦ୍ଵାରା ଉକ୍ତ ଛିଦ୍ରକୁ ବନ୍ଦ କରନ୍ତୁ  ।
  • ଗଛରେ ହରମୋନ୍‌ର ଅସନ୍ତୁଳନ ହେଲେ ଗଛର ଉଚ୍ଚତା ହ୍ରାସ ପାଇବା ସମୟରେ ଫୁଲ ଫଳ ଝଡ଼ିବା ଆଦି ଦେଖାଦେଇଥାଏ । ଏହି ସମୟରେ କୃଷି ବିଜ୍ଞାନୀମାନେ ହରମୋନ୍ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥାନ୍ତି । ଆମେ ଜୈବିକ ଉପାୟରେ ହରମୋନ୍ ଜିଆ ଜଳସାର ବା ଭର୍ମିଶ୍ୱାଶ୍ ବା କେଞ୍ଚୁଆ ଜଳରୁ ପାଇପାରିବା । କେଞ୍ଚୁଆ ଜଳର ଉପଯୁକ୍ତ ପ୍ରସ୍ତୁତି ଓ ପ୍ରୟୋଗ ଫଳରେ ଫଳ, ଫୁଲ ଅକାଳରେ ଝଡ଼ିବା ଫସଲ ଅମଳରେ ବୃଦ୍ଧି ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହେବା ଲକ୍ଷ୍ୟ କରାଯାଇଛି । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଏଥିରେ ଥିବା ହରମୋନ୍ ଏନ୍‌ଜାଇମ୍ ଓ ଅଣୁସାର ଗୁଡ଼ିକ ଏପରି ଦ୍ରବୀଭୂତ ଅବସ୍ଥାରେ ଥାଏ । ଏହାକୁ ସାଙ୍ଗେ ସାଙ୍ଗେ ଏକ ପରୀକ୍ଷାରୁ ଜଣାଯାଇଛି ଯେ ଗୋବର ଗଣ୍ୟାସରୁ ନିର୍ଗତ ସୁରୀ ସହିତ ସମାନ ପରିମାଣରେ ଫୁଲ କୋବି ପତ୍ରକୁ ମିଶାଇ ଏକ ଖାତରେ ପନ୍ଦର ଦିନ ରଖି ସଢ଼ାଇ ଦିଅନ୍ତୁ। ତାପରେ ଏହି ଖତକୁ ଫସଲରେ ପ୍ରୟୋଗ କଲେ ଫୁଲ ଫଳ ଝଡ଼ା ନିୟନ୍ତ୍ରିତ ହୋଇଥାଏ।

ଫଳ ଗଛରେ ଫୁଲ ଓ ଫଳ ହେଉନଥିଲେ

ଶୀତଋତୁରେ ଗଛର ଚାରିପଟେ ଦିନ ୧୨ଟା ସମୟରେ ଗଛର ଛାଲ ଯେତେଦୂର ଯାଇଥାଏ । ସେହିପରିଥିଲେ ପ୍ରାୟ ୧୫ ସେ.ମି ଓ ସାର ଓ ୧୫ ସେମି ଗଭୀରତାର ଏକ ଗାତ ଖୋଳି ଦୁଇ ତିନିଦିନ ଛାଡ଼ିଦିଆଯାଏ । ଯାହାକୁ ରୁଟ୍ ଏକ୍ସପୋଜର କୁହାଯାଏ । ତାପରେ ଏହି ଖାତରେ ଖତସାର ଦେଇ ପୋତିଦେଲା ପରେ ଜଳସେଚନ କରାଯାଏ । ପଞ୍ଚଗବ୍ୟ ଖତ ଓ ଗବନ୍ୟାମୃତ ଖାତର ପ୍ରୟୋଗ ଅଧିକ ଉପଯୋଗୀ ତଥା ପ୍ରଭାବଶାଳୀ ହୋଇଥାଏ । ପୋଟଳର ଫୁଲ ଓ ଫଳ ଝଡ଼ା ପୋଟଳ ଚାଷ କରାଯାଇଥିବା ଜମିରେ ନଡ଼ା ବିଛାଇ ଦିଆଗଲେ ଜଳୀୟ ଅଂଶ ବଜାୟ ରହୁଥିବାରୁ ଫୁଲ ଓ ଫଳ ଅକାଳରେ ଝଡିପଡ଼େ ନାହିଁ ।

ଲଙ୍କାର ଫୁଲ ଓ ଫଳ ଝଡ଼ା

ପଇଡ଼ ପାଣି ସହିତ କ୍ଷୀର ମିଶାଇ ସେହି ଦ୍ରବଣକୁ ଲଙ୍କା ଫସଲରେ ଷାଠିଏରୁ ପଞ୍ଚସ୍ତରୀ ଦିନରେ ଥରେ ଓ ନବେ ଦିନରେ ଆଉଥରେ ସିଞ୍ଚନ କଲେ ଫୁଲ ଓ ଫଳ ଝଡ଼ା ନିୟନ୍ତ୍ରିତ ହୋଇଥାଏ ।

ଆଧାର - କିଶୋର ଚନ୍ଦ୍ର ପଣ୍ଡା, ଜୈବିକ କୃଷି ପରାମର୍ଶଦାତା ମୋ:  ୯୮୬୧୩୯୭୬୪୩



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate