ଭାରତବର୍ଷରେ ଆଖୁଚାଷ ପ୍ରାୟ ୩୦୦୦ - ୭୦୦୦ ଖ୍ରୀଷ୍ଟାବ୍ଦ ପୂର୍ବେ ହୋଇଥିବାର ତଥ୍ୟ ବେଦରେ ବର୍ଣ୍ଣନା କରାଯାଇଛି । ସେ ସମୟରେ ଆଖୁ ରସରୁ ପ୍ରସ୍ତୁତ ଶର୍କରା ପଞ୍ଚାମୃତ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀରେ ବ୍ୟବହୃତ ହେଉଥିଲା । ବ୍ରାଜିଲକୁ ଛାଡ଼ିଦେଲେ ଆଖୁ ଚାଷରେ ଭାରତ ଦ୍ଵିତୀୟ ସ୍ଥାନ ଯାଇ ଗୌରବ ହାସଲ କରିଛି ।
ଓଡ଼ିଶା ମଧ୍ୟ ଆଖୁ ଚାଷରେ ପଛେଇ ଯାଇନାହିଁ । ବିଭିନ୍ନ ଆଖୁ, କିସମର ପରିପକ୍ଵତା ଦୃଷ୍ଟିରୁ ଆଖୁ ଫସଲ କ୍ଷେତରେ ୧୦ରୁ ୧୨ ମାସ ପର୍ଯ୍ୟନ୍ତ ରହିଥାଏ । ପ୍ରଥମ ଆଖୁ ଫସଲ ଅମଳ କରିବା ପରେ ଆଖୁମୂଳି ଫସଲ ରୂପେ ୨ରୁ ୩ ବର୍ଷ ପର୍ଯ୍ୟନ୍ତ ଚାଷୀମାନେ କ୍ଷେତରେ ରଖି ଥାଆନ୍ତି । ଆଖୁ ଫସଲ କ୍ଷେତରେ ଅନେକ ମାସ ପର୍ଯ୍ୟନ୍ତ ରହୁଥିବାରୁ ଏହାକୁ ବିଭିନ୍ନାବସ୍ଥାରେ ପ୍ରାୟ ୨୮୮ ପ୍ରଜାତିର ପୋକ ବା କୀଟ ଆକ୍ରମଣ କରନ୍ତି । ତନ୍ମଧ୍ୟରୁ ସଅଳ କାଣ୍ଡବିନ୍ଧା ପୋକ ଅତ୍ୟନ୍ତ କ୍ଷତିକାରକ ।
ଆଖୁ ଫସଲକୁ ଏହି ପୋକ ଶୁକ୍ଳ ଅବସ୍ଥାରେ ଆଖୁ ଗଢା ଓ ପିଲକୁ ଆକ୍ରମଣ କରେ । ଶୁକ୍ଳ ଅଣ୍ଡାରୁ ବାହାରିବା ପରେ ଆଖୁ ଗଛରେ ପ୍ରବେଶ କରି ମଝି ପତ୍ରକୁ ଖାଇ ନଷ୍ଟ କରେ । କିଛିଦିନ ପରେ ଆକ୍ରମିତ ପତ୍ରଗୁଡ଼ିକ ଶୁଖାଯାଇ ହଳଦିଆ ପଡ଼ିଯାଏ ଓ ଏହାକୁ ଗଛରୁ ଟାଣି ଆଣିଲେ ବାହାରି ଆସେ । ଏହାକୁ ‘ମଞ୍ଜକିଳା' କୁହାଯାଏ । ଏହି ପୋକର ଆକ୍ରମଣ ଯୋଗୁ ଆଖୁ, ପିଲଦେବା ସମୟରେ ୨୬ରୁ ୬୫ ପ୍ରତିଶତ ପିଲ ନଷ୍ଟ ହୁଏ । ଅମଳ ସମୟରେ ପ୍ରାୟ ୨୨ରୁ ୩୩ ପ୍ରତିଶତ ଆଖୁ ଉତ୍ପାଦନ ହ୍ରାସ ହୁଏ ।
ବାୟୁମଣ୍ଡଳର ଆର୍ଦ୍ରତା, ତାପମାତ୍ରା, ବୃଷ୍ଟିପାତ, ଆଖୁ, ବିହନ ପରିମାଣ, ଆଖୁଖଣ୍ଡ ପୋତିବାର ବ୍ୟବଧାନ, ଆଖୁ ଲଗାଇବା ସମୟ, ଆଖୁ ଗଛର କ୍ରମବର୍ଦ୍ଧିଷ୍ଣୁ ଅବସ୍ଥା, ସାରର ପ୍ରଭାବ ଏବଂ ମାଟିର ଆର୍ଦ୍ରତା ଏହି ପୋକର ପ୍ରାଦୁର୍ଭାବକୁ ନିୟନ୍ତ୍ରଣ କରାଯାଏ ।
ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି ପୋକଙ୍କ ସଂଖ୍ୟା ବୃଦ୍ଧିରେ ଅନୁକୂଳ ପରିବେଶ ସୃଷ୍ଟି କରେ । ସେହିପରି ଅତ୍ୟଧିକ, ବିହନ ପରିମାଣ (୩) ଆଖୁ ବିଶିଷ୍ଟ ୬୦ ହଜାର ଖଣ୍ଡ ଏକ ହେକ୍ଟର ଜମି ପ୍ରତି) ୬୦ ସେଣ୍ଟିମିଟରରୁ କମ ବ୍ୟବଧାନ ଧାଡ଼ିକୁ ଧାଡ଼ି ରଖୁବା, ଶୀଘ୍ର ବଢୁଥିବା ଓ ବେଶି ପିଲଦେବା କିସମର ଆଖୁ ଗଛଗୁଡ଼ିକ ବୃଦ୍ଧିରେ ସହାୟକ ହୁଏ । ଫ୍ରେବୃୟାରୀ ଓ ମାର୍ଚ୍ଚ ମାସରେ ଲଗାଯାଉଥିବା ଆଖୁ ଫସଲରେ ପୋକର ଭୟାବହତା ଅନାୟାସରେ ବୃଦ୍ଧିପାଏ । ଅତ୍ୟଧିକ ପରିମାଣର ଯବକ୍ଷାରଯାନ ସାର ପ୍ରୟୋଗ (ହେକ୍ଟର ପ୍ରତି ୩୫୦ କିଲୋଗ୍ରାମ) ମଧ୍ୟ ପୋକ ସଂଖ୍ୟା ବୃଦ୍ଧିରେ ସାହାଯ୍ୟ କରେ ।
ଚାଷୀମାନେ ନିମ୍ନଲିଖିତ ପ୍ରଣାଳୀ ଅବଲମ୍ବନ କରିବାକୁ ପ୍ରବୀଣ କୀଟ ତତ୍ତ୍ଵବିତ ପରାମର୍ଶ ଦେଉଛନ୍ତି । ଏହାଦ୍ଵାରା ବାୟୁମଣ୍ଡଳକୁ କୀଟନାଶକ କବଳରୁ ରକ୍ଷାକରିବା ସହିତ ଫସଲର କ୍ଷତିକାରକ ପୋକଙ୍କୁ ଖାଉଥିବା ପରଶ୍ରୟୀ ଓ ପରାଙ୍ଗଭେଜି ଉପକାରୀ ପୋକଙ୍କୁ ସୁରକ୍ଷା ମିଳେ । ସେହିପରି ପରାଗସଙ୍ଗମକାରୀ ଭିନ୍ନ ଭିନ୍ନ ପ୍ରଜାତିର ମାଛି ଓ ଭଅଁରମାନେ ମଧ୍ୟ ନିରାପଦରେ ରୁହନ୍ତି । ପରିବେଶରେ ଉପଲବ୍ଧ ହେଉଥିବା ବେଙ୍ଗ, ହଂସ, ବତକ, ବଣି ଓ ବଗ ଆଦି ବିହଙ୍ଗ ମଧ୍ୟ ସୁରକ୍ଷାରେ ରହନ୍ତି ।
ଜମିକୁ ଗଭୀର ଭାବେ ଚାଷ କରିବା ପରେ ସେଥିରେ ସିଆର କରି ୧୦ରୁ ୧୫ ସେଣ୍ଟି ମିଟର ତଳେ ଆଖୁ, ଖଣ୍ଡ ପୋତନ୍ତୁ । ହୁଡ଼ା ଟେକିବା ସମୟରେ ହୁଡ଼ାକୁ ଉଚ୍ଚ କରନ୍ତୁ । ଏହାଦ୍ଵାରା ପୋକଟିର ପ୍ରାଦୁର୍ଭାବ କମିଯିବାର ସମ୍ଭାବନା ଅଧିକ ।
ସଅଳ କାଣ୍ଡବିନ୍ଧା ପୋକର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଚାଷୀମାନେ ସିଓସି - ୯୧୦୬୧. ସିଓ -୬୯୦୭, ସିଓ - ୭୨୧୯, ସିଓ – ୭୭୦୪, ସିଓ – ୮୦୧୪, ସିଓ – ୮୫୦୪୧, ସିଓ ୪୧୯ ଓ ସିଓ-୭୪୦ କିସମର ବିହନ ବ୍ୟବହାର କରିବା ଆବଶ୍ୟକ ।
ଗୋଟିଏ ଜମିରେ ବର୍ଷ ବର୍ଷ ଧରି ଲଗାତର ଆଖୁଚାଷ ହେବା ଉଚିତ ନୁହେଁ । ଏହା ବଦଳରେ ତୈଳବୀଜ, ଡାଲି ଜାତୀୟ ଓ ମସଲା ସମ୍ବନ୍ଧୀୟ ଫସଲ ଚାଷ କଲେ ଭଲ ।
ଜାନୁୟାରୀ, ଫ୍ରେବୃୟାରୀ ଓ ମାର୍ଚ୍ଚ ମାସରେ ଲଗାଯାଉଥିବା ଆଖୁ ସଅଳ କାଣ୍ଡବିନ୍ଧା ପୋକ ଦ୍ଵାରା କ୍ଷତିଗ୍ରସ୍ତ ହୁଏ । କାରଣ ଫ୍ରେବୃୟାରୀ ମାସର ଶେଷାର୍ଦ୍ଧଠାରୁ ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି ହୁଏ । ଉତ୍ତାପ ବୃଦ୍ଧି ଦ୍ଵାରା ଆଖୁ ଫସଲ ନଷ୍ଟ ହୁଏ । ତିନି ଆଖୁବିଶିଷ୍ଟ ୪୦,୦୦୦ ଆଖୁ ଖଣ୍ଡ ଏକ ହେକ୍ଟର ଜମିରେ ଲଗାଇବା ଆବଶ୍ୟକ ।
ଆଖୁ ଲଗାଇବା ସିଆରକୁ ଶୁଖିଲା ପତ୍ର ଦ୍ଵାରା ଆଚ୍ଛାଦନ, ଆଖୁ ଖଣ୍ଡ ସିଆରରେ ପୋତିବା ପରେ କ୍ଷେତରେ ପଡିଥିବା ଯଥେଷ୍ଟ ପରିମାଣର ଶୁଖିଲା ପତ୍ର ଦ୍ଵାରା ସିଆରଗୁଡିକୁ ଆଚ୍ଛାଦନ କରନ୍ତୁ । ଏହାଦ୍ଵାରା କାଣ୍ଡବିନ୍ଧା ପୋକର ଶୂକଗୁଡିକ ଶୁଖିଲା ପତ୍ରର ମଧ୍ୟଭାଗରେ ରହି ମୃତ୍ୟୁବରଣ କରିଥାନ୍ତି ।
ଅନୁମୋଦିତ ପରିମାଣର ସାର ଯଥା ୨୫୦ କିଲୋଗ୍ରାମ ଯବକ୍ଷାରଜାନ, ୧୦୦କିଲୋ ଗ୍ରାମ ଫସଫରସ ଓ ୧୨୫ କିଲୋଗ୍ରାମ ପଟାସ ଏକ ହେକ୍ଟର ଫସଲରେ ପ୍ରୟୋଗ କରନ୍ତୁ । ସାର ପ୍ରୟୋଗ ପରେ ଜଳସେଚନ କରନ୍ତୁ । ପଟାସ ସାର ଉପଯୋଗ ହେବା ଯୋଗୁ ସଅଳ କାଣ୍ଡବିନ୍ଧା ପୋକର ଶୂକ । ପତ୍ରର ତନ୍ତୁ ଯୁକ୍ତ ପଦାର୍ଥକୁ ନଷ୍ଟ କରିବାକୁ ଅକ୍ଷମ ହୁଅନ୍ତି ।
ଆଖୁ ଫସଲରେ ଥିବା ମଞ୍ଜକିଳା ଗୁଡିକୁ ଗଛ ଠାରୁ ଅଲଗା କରି ପୋତି କିମ୍ବା ଯୋଡିଦିଅନ୍ତୁ । ଏହା ଦ୍ଵାରା ଶୂକଗୁଡିକର ବିନାଶ ହୁଏ ।
ଜଳ ନିୟନ୍ତ୍ରଣ
ଆଖୁ ଫସଲରେ ୧୦ରୁ ୧୫ ଦିନ ବ୍ୟବଧାନରେ ଜଳସେଚନ କରିବା ଦ୍ଵାରା ଫସଲ କିଆରିରେ ସଅଳ କାଣ୍ଡବିନ୍ଧା ପୋକର ପ୍ରାଦୁର୍ଭାବ ବହୁ ପରିମାଣରେ ହ୍ରାସ ହୁଏ ।
ଘାସ ଓ ଅନ୍ୟାନ୍ୟ ପୋଷକ ଗଛର ବିନାଶ
ଆଖୁ କିଆରିରେ ଉପଲବ୍ଧ ହେଉଥିବା ସମସ୍ତ ପ୍ରଜାତିର ତୃଣ ଓ ଅନ୍ୟାନ୍ୟ ଉଦ୍ଭିଦକୁ ନଷ୍ଟ କରିଦିଅନ୍ତୁ ।
ଆଖୁ ଫସଲରେ କୀଟନାଶକ ବ୍ୟବହାର କରି ଅନିଷ୍ଟକାରୀ ପୋକଙ୍କୁ ବିନାଶ କରିବାକୁ ବାରଣ କରାହୋଇଛି । କାରଣ ଆଖୁ ଫସଲରୁ ଉତ୍ପନ୍ନ ଦୋରୁଅ ଓ ଚିନିକୁ ଲୋକେ ଖାଆନ୍ତି । ତେଣୁ ଆଖୁ ଫସଲର ଏହି ସଅଳ କାଣ୍ଡବିନ୍ଧା ପୋକକୁ ବିନାଶ କରିବାକୁ ଏହାର ଶତ୍ରୁ ପୋକ ଟ୍ରାଇକୋଗ୍ରାମା ଚିଲୋ ନିଶ ଏକ ହେକ୍ଟର ଫସଲ । ପ୍ରତି ୫୦,୦୦୦ ଅଣ୍ଡା କିମ୍ବା ପୂର୍ଣ୍ଣଙ୍ଗପ୍ରାପ୍ତ ପୋକ ସନ୍ଧ୍ୟା ସମୟରେ ୭ରୁ ୧୦ ଦିନ ବ୍ୟବଧାନରେ ଆଖୁ ଲଗାଇବାର ୪୫ ଦିନଠାରୁ ଆଖୁରେ ପବ ହେବା ପର୍ଯ୍ୟନ୍ତ ପ୍ରୟୋଗ କରନ୍ତୁ । ରୌଦ୍ରତାପ ସମୟରେ ଏହି ଉପକାରୀ ପୋକକୁ ଆଖୁ କିଆରିରେ ପ୍ରୟୋଗକୁ ବାରଣ କରାଯାଇଛି । କାରଣ ରୌଦ୍ର ତାପରେ ଏହି ପୋକଗୁଡିକ ମୃତ୍ୟୁମୁଖରେ ପଡନ୍ତି ।
ଆଧାର - କୃଷି ମହାବିଦ୍ୟାଳୟ, ଓୟୁଏଟି
Last Modified : 6/23/2020