ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଆମ୍ବରେ ରୋଗ ପୋକ ପରିଚାଳନା
ସେଆର କରନ୍ତୁ

ଆମ୍ବରେ ରୋଗ ପୋକ ପରିଚାଳନା

ଆମ୍ବରେ ବିଭିନ୍ନ ରୋଗ ପୋକ ପରିଚାଳନା ସମ୍ବନ୍ଧରେ ସୂଚନା .

ଡିଆଁ ପୋକ

ଆମ୍ବ ଡାହାଣୀ ବା ଡିଆଁ ପୋକ ବା ହପର୍ ଆମ୍ବର ଏକ ପ୍ରମୁଖ ଅନଷ୍ଟକାରୀ କୀଟ, ଯାହାର ପ୍ରଭାବରେ ବେଳେବେଳେ ଆମ୍ବ ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଏ ।

ଆମ୍ବ ଡାହାଣୀ ବା ଡିଆଁ ପୋକ ବା ହପର୍ ଆମ୍ବର ଏକ ପ୍ରମୁଖ ଅନିଷ୍ଟକାରୀ କାଟ, ଯାହାର ପ୍ରଭାବରେ ବେଳେବେଳେ ଆମ୍ବ ଫସଲ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଏ । କେବଳ ଆମ ରାଜ୍ୟ ବା ଦେଶରେ ନୁହେଁ, ଏହି କୀଟ ଜନିତ କ୍ଷତିର ଭୟାବହତା ସୁଦୂର ମାଲେସିଆ ଓ ଇଣ୍ଡୋନେସିଆରେ ମଧ୍ୟ ପରିଲକ୍ଷିତ ହୁଏ । ସାଧାରଣତଃ ଆମ୍ବ ବଉଳଗୁଡ଼ିକ ଏହି କୀଟ ଆକ୍ରମଣ ଯୋଗୁଁ କଳା ପଡ଼ିଯାଏ ଓ ଗଛ ଆମ୍ବ (ଫଳ) ଧରିବାରେ ଅସମର୍ଥ ହୋଇଯାଏ ।

ଚିହ୍ନଟର ଲକ୍ଷଣ

ଚିହ୍ନଟିର ଲକ୍ଷଣ ଧୂସର ବର୍ଣ୍ଣର ପୂର୍ଣ୍ଣାଙ୍ଗ କୀଟଟି ତ୍ରିଭୁଜାକାର ହୋଇଥାଏ । ଆମ୍ବ ଫସଲରେ ମୁଖ୍ୟତଃ ତିନି ପ୍ରକାରର ଡିଆଁ ପୋକ କ୍ଷତି ପହଞ୍ଚାଇଥାଏ । ଏଥିମଧ୍ୟରୁ ଗୋଟିଏ ପ୍ରଜାତିର ଡିଆଁ ପୋକ ୬.୩ ମିଲିମିଟର ଲମ୍ବା ବିଶିଷ୍ଟ ହୋଇଥଲା ବେଳେ ଅନ୍ୟ ଦୁଇ ପ୍ରଜାତିର ଡିଆଁ ପୋକ ହାରାହାରି ୫ ମିଲିମିଟର ଲମ୍ବା ବିଶିଷ୍ଟ ହୋଇଥାଆନ୍ତି । ଏମାନେ ଦିନ ସମୟରେ ଅଧିକ ସକ୍ରିୟ ଥାଆନ୍ତି । ପୂର୍ଣ୍ଣାଙ୍ଗ କୀଟ ର ଶୁଣ୍ଢରେ ୩ଟି ବାଦାମୀ ରଙ୍ଗର ଦାଗ ରହିଥାଏ । ଏହି କୀଟର ଅର୍ଭକ ଗୁଡ଼ିକ ହଳଦିଆ ବା ଫିକା ହଳଦିଆ ହୋଇଥାଆନ୍ତି । ଉଭୟ ଅର୍ଭକ ଏବଂ ପୂର୍ଣ୍ଣାଙ୍ଗ ଅବସ୍ଥା ଫସଲରେ କ୍ଷତି ପହଞ୍ଚାଇବାରେ ସକ୍ଷମ ହୋଇଥାଆନ୍ତି ।

ଜୀବନ ଚକ୍ର

ବର୍ଷର ପ୍ରତ୍ୟେକ ସମୟରେ ସକ୍ରିୟ ଥିବା ଏହି କୀଟର ଅର୍ଭକ ଓ ପୂର୍ଣ୍ଣାଙ୍ଗ ଅବସ୍ଥା ଆସିଲେ କ୍ଷତି ପହଞ୍ଚାଇଥାଏ । ମେ-ଜୁନ୍ ବା ଅକ୍ଟୋବର-ଜାନୁୟାରୀ ମାସରେ ହଜାର ହଜାର ପୂର୍ଣ୍ଣାଙ୍ଗ କୀଟ  ଗଛରେ ବସିଥିବା ଲକ୍ଷ୍ୟ କରାଯାଏ । ଡିସେମ୍ବରରୁ ଫେବୃୟାରୀ ମାସ ମଧ୍ୟରେ ସ୍ତ୍ରୀ କୀଟ  ଗୁଡ଼ିକ ଆମ୍ବ ବଉଳ ଓ କଅଁଳିଆ ପତ୍ରର ତନ୍ତୁ ମଧ୍ୟରେ ଗୋଟି ଗୋଟି କରି ଅଣ୍ଡା ଦେଇଥାଆନ୍ତି । ଗୋଟିଏ ସ୍ତ୍ରୀ କୀଟ ସାଧାରଣତଃ ୨୦୦ଟି ଅଣ୍ଡା ଦେଇଥାଏ । ଯାହା ମଧ୍ୟରୁ ୪ରୁ  ୭ ଦିନ ମଧ୍ୟରେ ଫିକା ହଳଦିଆ ରଙ୍ଗର ଅର୍ଭକ ବା ଡିଆଁ ପୋକ ବାହାରିଥାଏ । ଫେବୃୟାରୀ ମାସର ଶେଷଭାଗ ଆଡ଼କୁ ନୂଆକରି ସୃଷ୍ଟି ହୋଇଥିବା ଅର୍ଭକ ଗୁଡ଼ିକୁ ଦେଖିବାକୁ ମିଳିଥାଏ ।

ଏହି ଅର୍ଭକମାନେ ଆମ୍ବ ବଉଳର କୋଷରସ ଖାଇଦିଅନ୍ତି; ଯାହାଫଳରେ ଗଛରେ ବିଶେଷ କ୍ଷତି ହୋଇଥାଏ । ୮-୧୩ ଦିନ ମଧ୍ୟରେ ତିନିଥର ଚର୍ମ ନିମୋଚିତ ହୋଇ ଅର୍ଭକଗୁଡ଼ିକ ପୂର୍ଣ୍ଣାଙ୍ଗ କୀଟରେ ପରିଣତ ହୁଅନ୍ତି ଯାହାର ଡେଣା ଥାଏ । ଏହି ଡେଣା ଥିବା ଅବସ୍ଥାକୁ ହିଁ ଆମ୍ବ ଡାହାଣୀର ଆଖ୍ୟା ଦିଆଯାଇଥାଏ । ୧୭-୧୯ ଦିନ ମଧ୍ୟରେ ସଂପୂର୍ଣ୍ଣ ଜୀବନ ଚକ୍ର ସମାପ୍ତ ହୁଏ ।

କ୍ଷତି

ଏହି ଅନିଷ୍ଟକାରୀ କୀଟର ଉଭୟ ଅର୍ଭକ ଓ ପୂର୍ଣ୍ଣାଙ୍ଗ ଅବସ୍ଥା ଆମ୍ବ ଫସଲରେ ବିଶେଷ କ୍ଷତି ପହଞ୍ଚାଇ ଥାଆନ୍ତି । ପୂର୍ଣ୍ଣାଙ୍ଗ କୀଟଟି ଅଣ୍ଡା ଦେବା ପାଇଁ କଣା କରିବା ଯୋଗୁ ବା ଅର୍ଭକ ଗୁଡ଼ିକ ଆମ୍ବ ବଉଳ ଓ ଫୁଲରୁ ରସ ଶୋଷି ଖାଇବା ଯୋଗୁ ଗଛରେ କ୍ଷତି ହୁଏ । ଫୁଲ ସବୁ ଶୁଖି ଝଡ଼ିପଡ଼େ ବା ଫୁଲରୁ ଫଳ ବାହାରି ପାରେନାହିଁ । ଆର୍ଦ୍ର ଜଳବାୟୁରେ କୀଟ ନିର୍ଗତ 'ମଧୁ କଣିକା' ଉପରେ କଳା ଫିମ୍ପି ମାଡ଼ିଯାଏ, ଯାହା ପାଇଁ ବଉଳ କଳା ପଡ଼ିଯାଏ ଓ ଶୁଖାଯାଏ । ପବନ ବହିବା କ୍ଷଣି ଶୁଖଲା ବଉଳ ଝଡ଼ିପଡ଼େ । ଆମ୍ବ ବଉଳ ଧରିବା ବେଳକୁ ଏହି କୀଟର ବଂଶବୃଦ୍ଧି ହୁଏ । ଘଞ୍ଚ ପତ୍ର ବା ବଉଳ ଭିତରେ ଥିବା ଥଣ୍ଡା ଜାଗାରେ ଆମ୍ବ ଡାହାଣୀଗୁଡ଼ିକ ବାସ କରିବା ଲକ୍ଷ୍ୟ କରାଯାଏ । ସାଧାରଣତଃ ଏହି କୀଟ ଦ୍ଵାରା ଗଛର ବୃଦ୍ଧି ବାଧାପ୍ରାପ୍ତ ହୁଏ ଓ ଗଛର ଫଳ ଧରିବା କ୍ଷମତା ହ୍ରାସ ପାଏ । ଅନୁସନ୍ଧାନରୁ ଜଣାଯାଇଛି। ଏହି କୀଟ ଯୋଗୁ ଆମ୍ବ ଫସଲରେ ହାରାହାରି ୬୦ ପ୍ରତିଶତ କ୍ଷତି ହୁଏ ।

ପରିଚାଳନା

କୀଟ  ପରିଚାଳନାର ସମନ୍ୱିତ ପଦକ୍ଷେପ ନେଲେ ଏହି କୀଟ ଜନିତ କ୍ଷତିରୁ ରକ୍ଷା ମିଳିଥାଏ । ପ୍ରଥମତଃ ହାଇ ଡେନ୍‌ସିଟି ପ୍ଲାଣ୍ଟି ବା କମ୍ । କମ୍ ବ୍ୟବଧାନରେ ଚାରା ରୋପଣ କରି ଚାଷ କଲେ ଏହି କୀଟର ପ୍ରାଦୁର୍ଭାବ ଅଧିକ ହୋଇଥାଏ । କାରଣ ଘଞ୍ଚ ପରିବେଶରେ ଆର୍ଦ୍ରତା ଅଧିକ ହୁଏ । ତେଣ୍ଡା ଏହି କୀଟ ର ବଂଶବୃଦ୍ଧିରେ ସହାୟକ ହୋଇଥାଏ । ନିୟମିତ ଜଳସେଚନ ବା ଭାଗ ଭାଗ କରି ଯବକ୍ଷାରଜାନ ସାରର ପ୍ରୟୋଗକୁ ପ୍ରୋତ୍ସାହନ ଦେବା ଉଚିତ୍ ନୁହେଁ । କାରଣ ଏହା କୀଟ ର ବୃଦ୍ଧି ଓ କ୍ଷତିରେ ଅନୁକୂଳ ବାତାବରଣ ସୃଷ୍ଟି କରିଥାଏ । ଆମ୍ବଗଛ ମୂଳରେ ବା ବଗିଚାରେ ପାଣି ଜମି ରହିବା ଉଚିତ ନୁହେଁ । ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥା ଗ୍ରହଣ କରିବା ଜରୁରୀ । ପୁରୁଣା ଘଞ୍ଚ ତୋଟାରେ କିଛି ଆମ୍ବ ଗଛର ଡାଳକୁ ହାଣି ଦେବା ଉଚିତ । ଯାହା ଦ୍ଵାରା ଯଥେଷ୍ଟ ସୂର୍ଯ୍ୟାଲୋକ ପ୍ରବେଶ ହୁଏ ଓ ତାପମାତ୍ରା ନିୟନ୍ତ୍ରିତ ହୋଇ ରହିଥାଏ। । ପରିଚାଳନାର ଏହିସବୁ ଦିଗ ଛାଡ଼ିଲେ ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଦିଗ ହେଉଛି ରାସାୟନିକ ପରିଚାଳନା । ମାତ୍ରାଧିକ ରସାୟନ ପ୍ରୟୋଗ ନକରି ଅତ୍ୟାବଶ୍ୟକ ଘୋଳ ଉତ୍କଟ ରସାୟନର ପ୍ରୟୋଗ କରିବା ଉଚିତ୍ । ଏକ ଲିଟର ପାଣିରେ ୨ ମାଲାଥିଅନ ବା ୫ ଗ୍ରାମ୍ କାର୍ବାରିଲ୍ ସେଚିତ ଗୁଣ୍ଡ ମିଶାଇ ସକାଳ ବେଳା ପତ୍ରରେ ସିଞ୍ଚନ କରାଯିବା ଉଚିତ । ନିମତେଲ ମଧ୍ୟ ପ୍ରୟୋଗ କରାଯାଇପାରିବ । ନିମତେଲର ପ୍ରୟୋଗ କଲେ ଅଧା ପରିମାଣର ଔଷଧ ଦରକାର ହୁଏ । କଳା ଫିମ୍ପି ନିୟନ୍ତ୍ରଣ କରିବା ପାଇଁ ଲିଟର ପିଛା ୫ ଗ୍ରାମ୍ ସେଚିତ କପର୍ ଗୁଣ୍ଡ ମିଶାଇ ସିଞ୍ଚନ କରାଯାଏ । ଗଛରେ ଫୁଲ ବାହାରିବା ଓ ଫଳ ବାହାରିବା ଅବସ୍ଥାରେ ଗଛ ପ୍ରତି ୨୫ ଲିଟର ପାଣିରେ କୀଟନାଶକ ଓ ସେଚିତ ସଲଫର୍ ଗୁଣ୍ଡ ମିଶାଇ ସିଞ୍ଚନ କଲେ ସୁଫଳ ମିଳେ ।

ପୂର୍ଣ୍ଣାଙ୍ଗପ୍ରାପ୍ତ ପତ୍ରଡିଆଁ ପୋକ

ପୂର୍ଣ୍ଣାଙ୍ଗପ୍ରାପ୍ତ ପତ୍ରଡିଆଁ ପୋକଟି ଜାନୁୟାରୀ ଶେଷ ଓ ଫ୍ରେବୃଆରୀ ମାସରେ ଫସଲରେ ଅଣ୍ଡାଦେବା ଆରମ୍ଭ କରେ । ଏହି ପ୍ରକ୍ରିୟା ମେ ମାସ ପର୍ଯ୍ୟନ୍ତ ଲାଗିରହେ । ସ୍ତ୍ରୀ ପୋକଟି ବଉଳର ଡେମ୍ଫ ଏବଂ କଅଁଳିଆ ପତ୍ରରେ ସୂକ୍ଷ୍ମ ଚିରା ଦାଗ ସୃଷ୍ଟିକରି ସେଥିରେ ଅଣ୍ଡା ଦିଏ । ଗୋଟିଏ ସ୍ତ୍ରୀ ପୋକ ୧୦୦ରୁ ୨୦୦ଟି ଅଣ୍ଡା ଦେଇପାରେ । ୪ ରୁ ୭ ଦିନ ମଧ୍ୟରେ ଅଣ୍ଡାର ଅର୍ଭକ ବାହାରିଆସେ । ଅର୍ଭକଟି ୪ ରୁ ୫ ଥର ବିମୋଚନ ପରେ ପୂର୍ଣ୍ଣାଙ୍ଗପ୍ରାପ୍ତ ଅବସ୍ଥା ପ୍ରାପ୍ତ ହୁଏ । ଅର୍ଭକ ସମୟ ୧୦ରୁ ୧୫ ଦିନ ମଧ୍ୟରେ ସମାପ୍ତ ହୁଏ । ଛୋଟ ଛୋଟ ଅପୂର୍ଣ୍ଣାଙ୍ଗପ୍ରାପ୍ତ ଅବସ୍ଥା ପରି ଦେଖାଯାଆନ୍ତି । ସେମାନେ ଅତି ସକ୍ରିୟ ହୋଇ ଖୁବ୍ କ୍ଷିପ୍ର ଗତିରେ ବଉଳ ଏବଂ ଶାଖା ପ୍ରଶାଖାରେ ବୁଲି ରସ ଶୋଷନ୍ତି । ସେମାନଙ୍କର ଡେଣା ନ ଥାଏ । ଦେଖିବାକୁ ସେମାନେ ଅତି ଛୋଟ । ଉଡିପାରନ୍ତି ନାହିଁ କି ଡେଇଁପାରନ୍ତି ନାହିଁ । ସେମାନଙ୍କୁ ଆଘାତ ବା ସ୍ପର୍ଶ କଲେ ସେମାନେ ଗଛର ପତ୍ର ତଳେ ଓ ବକଳରେ ଲୁଚି ଯାଆନ୍ତି ।

ପୂର୍ଣ୍ଣାଙ୍ଗପ୍ରାପ୍ତ ପୋକଗୁଡିକ ବସନ୍ତ ଏବଂ ଗ୍ରୀଷ୍ମ ଋତୁରେ ଅତ୍ୟନ୍ତ ସକ୍ରିୟ ରହନ୍ତି । ସେମାନେ ସର୍ବଦା ଆମ୍ବ ବଗିଚାର ଛାଇ ଓ ସନ୍ତସନ୍ତିଆ ଜାଗାକୁ ଭଲ ପାଆନ୍ତି । ବର୍ଷା ରତୁ ଆରମ୍ଭ ହେଲେ ଯୋକଙ୍କ ସଂଖ୍ୟା ହ୍ରାସ ପାଏ । ପୂର୍ଣ୍ଣାଙ୍ଗପ୍ରାପ୍ତ ପୋକଗୁଡିକ ଅଗଷ୍ଟଠାରୁ ଜାନୁୟାରୀ ମଧ୍ୟରେ ନିଷ୍କ୍ରିୟ ହୁଅନ୍ତି । ଥଣ୍ଡା ଜଳବାୟୁ ଅନୁଭୂତ ହେଲେ ବିଶେଷକରି ବାୟୁମଣ୍ଡଳର ତାପମାତ୍ରା ୧୦ରୁ୧୬ ଡିଗ୍ରୀ ସେଲସିୟସ ରହିଲେ ଏହି ପୋକ ଅଣ୍ଡାଦେବା ଆରମ୍ଭ କରନ୍ତି ।

ପୂର୍ଣ୍ଣାଙ୍ଗପ୍ରାପ୍ତ ପୋକର ଶରୀର

ଏହି ପୋକର ମୁଣ୍ଡ ମୋଟା ଏବଂ ଶରୀରଟି କ୍ରମଶଃ ସରୁ । ଶରୀରର ପଛ ପଟକୁ ଅବା ଗୋଡ଼ଗୁଡ଼ିକ ଶୀଘ୍ର ଡେଇଁବାରେ ଖୁବ୍ ସକ୍ଷମ । ପୋକଟି ଦେଖିବାକୁ ଅତି ଧୂସର ବର୍ଣ୍ଣର । ଏହାର ପେଟ ଏବଂ କପାଳରେ ଦୁଇଟି ଲେଖାଏଁ ଗୋଲାକାର ଦାଗ ରହିଛି । ମୁଣ୍ଡଠାରୁ ଶରୀରର ଶେଷ ଭାଗ ପର୍ଯ୍ୟନ୍ତ ଲମ୍ବ ୦୪.୨୫ ମିଲିମିଟରଠାରୁ ୦.୫ ମିଲିମିଟର।

ପୋକର ସଂଖ୍ୟା ବୃଦ୍ଧିର ଅନୁକୂଳ ପରିବେଶ

ଯେଉଁ ଆମ୍ବ ବଗିଚାରେ ଆମ୍ବଗଛ ମଧ୍ୟରେ ବ୍ୟବଧାନ ୧୦ ମିଟରଠାରୁ କମ୍ ହୋଇଥାଏ, ଆମ୍ବଗଛଗୁଡିକ ବହୁ ଉଚ୍ଚକୁ ବୃଦ୍ଧିପାଏ ଓ ସେମାନଙ୍କ ଦ୍ଵାରା ବଗିଚାଟି ଛାଇ ଦ୍ଵାରା ଆବୃତ ହୋଇରହେ । ସେହି ଆମ୍ବ ବଗିଚାରେ ପୋକଙ୍କ ସଂଖ୍ୟା ଦୁତଗତିରେ ବୃଦ୍ଧି ପାଏ । ଆମ୍ବ ଗଛର ବଉଳ ଧାରଣ କରୁଥିବା ପ୍ରଶାଖା ପ୍ରତି ପତ୍ର ଡିଆଁ ପୋକର ଅର୍ଭକ କିମ୍ବା ପୂର୍ଣ୍ଣାଙ୍ଗପ୍ରାପ୍ତ ଅବସ୍ଥା କିମ୍ବା ସେମାନଙ୍କର ସମୀଶ୍ରଣର ସଂଖ୍ୟା ୫ ଥିଲେ ତାକୁ ପତ୍ର ଡିଆଁ ପୋକର ଦେହଳୀ ସୀମା କୁହାଯାଏ । ଏହାକୁ ଆଧାର କରି ପୋକଟିର ଦମନ ପ୍ରକ୍ରିୟାଗୁଡିକୁ କାର୍ଯ୍ୟକାରୀ କରାଯାଏ । ପୋକଟିର ସମନ୍ୱିତ ପ୍ରଣାଳୀର ପରିଚାଳନାର କେତୋଟି ଉପାଦେୟ ଏବଂ ଗ୍ରହଣୀୟ ପଦ୍ଧତି ବିଷୟରେ ନିମ୍ନରେ ସୂଚୀତ କରାଯାଉଛି  ।

ପୋକ ଆକ୍ରମଣର ପ୍ରତିରୋଧକ, ପଦ୍ଧତି କେତେକ ଆମ୍ବ କିସମ ଯେଉଁଗୁଡିକ ପତ୍ରଡିଆଁ ପୋକ ଆକ୍ରମଣର ସମ୍ମୁଖୀନ ହୁଅନ୍ତି ନାହିଁ । ଆକ୍ରମଣକୁ ସହ୍ୟ କରିବାର ଶକ୍ତି ଧାରଣ କରନ୍ତି । ସେଗୁଡିକ ହେଉଛି ବନେଶାନ, ରନ୍ଧା, ଦଶେହରୀ, ମଲିକା, ଲାଙ୍ଗୀ, ରାଜପୁରୀ, କେଶର, ତୋତାପୁରୀ, ଅର୍କ ପୁନିତ, ଅର୍କ ଅରୁଣ, ମେହେମୁଦ ବାହାର, ନେଲେଶାନଗୁଜରାଟ, ନୀଲଫୋନଗୋ, ନେଲେଶ୍ଵରୀ, ନୀଳୁଦିନ, ପ୍ରଭାଶଙ୍କର, ସିନ୍ଧୁ ଓ ସୁବର୍ଣ୍ଣ ଜାହାଙ୍ଗୀର ।

ଜୈବିକ ଉପାୟରେ ପୋକ ଦମନ

ବିଭିନ୍ନ ପ୍ରଜାତିର ବୁଢିଆଣୀ, ଇନ୍ଦ୍ରଗୋପୀଭୃଙ୍ଗ ଓ କ୍ରାଇସୋପରଲା ପରାଙ୍ଗ ଭୋଜି କୀଟମାନେ ପତ୍ର ଡିଆଁ ପୋକର ଅର୍ଭକ ଏବଂ ପୂର୍ଣ୍ଣାଙ୍ଗପ୍ରାପ୍ତ ପୋକଙ୍କୁ ଖାଇ, ଆମ୍ବ ବଗିଚାରେ ରୁହନ୍ତି । ସେହିପରି ଅନେକ ପ୍ରଜାତିର ପରାଶ୍ରୟୀ କାଟ ମଧ୍ୟ ପତ୍ର ଡିଆଁ ପୋକକୁ ଆକ୍ରମଣ କରି ସେମାନଙ୍କର ବଂଶ ହ୍ରାସ କରନ୍ତି । ଏହା ବ୍ୟତୀତ ଭିନ୍ନ ଭିନ୍ନ ପ୍ରଜାତିର କବକମାନେ ମଧ୍ୟ ପତ୍ର ଡିଆଁ ପୋକର ଶରୀରରେ ରୋଗ ସୃଷ୍ଟିକରି ସେମାନଙ୍କର ବଂଶ ନାଶ କରନ୍ତି ।

ଉଦ୍ଭିଦ ଦ୍ଵାରା ପ୍ରସ୍ତୁତ କୀଟନାଶକର ପ୍ରୟୋଗ

ନିମ୍ବଜାତ, କୀଟନାଶକ ଯଥାଅବ୍ଲାକ (୦.୫%), ନିମାର୍କ (୦.୫%), ଆଜାଡେକୁ (୦.୨%) ଏବଂ ନିମ୍ବପତ୍ର ଦ୍ରବ୍ୟ (୦.୫%) ପତ୍ର ଡିଆଁ ପୋକର ସଂଖ୍ୟା ବୃଦ୍ଧିକୁ ପ୍ରତିହତ କରନ୍ତି । ପୋକର ଜୀବନ ଚକ୍ରକୁ ପ୍ରଭାବିତ କରୁଥିବା କୀଟନାଶକ: ବୁପ୍ରୋଫେଜିନ ନାମକ କୀଟନାଶକ। ଆମ୍ବ ବଗିଚାରେ ସିଞ୍ଚନ କରିବା ଦ୍ଵାରା ପତ୍ର ଡିଆଁ ପୋକର ଅଣ୍ଡାଦେବା ଶକ୍ତି ହ୍ରାସ ପାଏ । ଅର୍ଭକ ଗୁଡିକ ପୂର୍ଣ୍ଣାଙ୍ଗପ୍ରାପ୍ତ ଅବସ୍ଥାକୁ ପ୍ରାପ୍ତ ହୁଅନ୍ତି ନାହିଁ ଏବଂ ସେହି ଅବସ୍ଥାରେ ରହି ମୃତ୍ୟୁମୁଖରେ ପଡନ୍ତି ।

କୀଟ ହ୍ରାସ ପ୍ରଣାଳୀ

ଜୁଲାଇ ଓ ଅଗଷ୍ଟ ମଧ୍ୟରେ କଲମି ଆମ୍ବ ଲଗାଇଲା ସମୟରେ କଲମି ଗୁଡିକ ରାଜ୍ୟ ଅନୁମୋଦିତ ଦୂରତାରେ ଲଗାଇବା ଆବଶ୍ୟକ, ଯେପରିକି ଗଛଗୁଡିକ ପରସ୍ପର ପ୍ରତି ଲାଗି ନ ରୁହନ୍ତି । ବଗିଚାରେ ସୂର୍ଯ୍ୟ କିରଣ ଓ ବାୟୁ ସଂଚାଳନରେ ଯେପରି କୌଣସି ପ୍ରତିବନ୍ଧକ ସୃଷ୍ଟି ନ ହୁଏ । ସେଥିପ୍ରତି ଧ୍ୟାନ ଦେବା ଜରୁରୀ । ସେପ୍ଟେମ୍ବରଠାରୁ ଡିସେମ୍ବର ମାସ ମଧ୍ୟରେ ଆମ୍ବ ବଗିଚାରେ ଯେପରି କୌଣସି ତୃଣ ବା ଘାସ ନ ରୁହେ ସେଥିପ୍ରତି ସଜାଗ ରହିବା ଦରକାର । ଆମ୍ବ ଗଛର ମଧ୍ୟଭାଗରେ ଥିବା ସ୍ଥାନଗୁଡିକୁ ହଳ କରି ବଗିଚାଟି ପରିଷ୍କାର ପରିଚ୍ଛନ୍ନ କରିବା ଆବଶ୍ୟକ । ଆମ୍ବ ଗଛର ଅତ୍ୟଧିକ ଶାଶା ପ୍ରଶାଖାକୁ କାଟି ଆବଶ୍ୟକ ପରିମାଣର ଡାଳ ରଖିବା ପ୍ରୟୋଜନ । ଏହା ଦ୍ଵାରା ସୂର୍ଯ୍ୟକିରଣ ଓ ବାୟୁ ସଂଚାଳନ ଠିକ ଭାବରେ ହୋଇପାରିବ । ବର୍ଷା ଋତୁ ପରେ ଆମ୍ବ ଗଛଗୁଡିକର ଗଣ୍ଠିକୁ କାର୍ବାରିଲ ୫୦ ପ୍ରତିଶତ ସେଚିତ ଗୁଣ୍ଡ ୦.୧୫% ଦ୍ରବଣ କରି ସେଥିରେ ଲେପ ଦେବା ଦରକାର । ଏହାର ଏକ ମାସ ପରେ ସାଇପର ମେଥିନ ୦.୦୦୩% ଦ୍ଵାରା ଆକ୍ରାନ୍ତ ଗଛଗୁଡିକୁ ସିଞ୍ଚନ କରିବା ଆବଶ୍ୟକ ।

ବଉଳ ସମୟରେ ପଦକ୍ଷେପ

ଇମିଡା କ୍ଲୋପ୍ରିଡ ୦.୦୦୫% ବଗିଚାରେ ସିଞ୍ଚନ କରନ୍ତୁ । ଚଣା ସମୟରେ ପଦକ୍ଷେପ : ଏହି ପୋକର ଦେହଳୀ ସାମା ଦେଖି ବାକ୍ଷଣି ନିମ୍ବ ଜନିତ କୀଟନାଶକ ଔଷଧ (୦.୫%) କିମ୍ବା ନିମ୍ବପତ୍ର ଦ୍ରବଣ (୫ %) କିମ୍ବା ନିମ୍ବ ମଞ୍ଜି ଦ୍ରବଣ (୪%) କିମ୍ବା ନିମାର୍କ (୦.୫%), ସିଞ୍ଚନ କରିବା ବିଧେୟ । ଯଦି ଅତ୍ୟଧିକ ସଂଖ୍ୟକ ପୋକ ବଗିଚାରେ ଉପଲବ୍ଧ ହୁଅନ୍ତି ସେ ସମୟରେ ୧୦ ଲିଟର ପାଣିରେ ୦୪ ମିଲିଲିଟର ଇମିଡାକ୍ଲୋପ୍ରିଡ ମିଶାଇ ଆମ୍ବ ଗଛକୁ ସମ୍ପୂର୍ଣ୍ଣ ରୂପେ ସିଞ୍ଚନ କରନ୍ତୁ । ଆବଶ୍ୟକ ପଡିଲେ ୧୫ ଦିନ ପରେ ପୁନର୍ବାର ଏହି କୀଟନାଶକକୁ ସିଞ୍ଚନ କରାଯାଇପାରିବ । ଆମ୍ବ ରେ ଟାକୁଆ ଧରିବା ସମୟରେ ଯଦି ପତ୍ରଡିଆଁ ପୋକର ଭୟାବହତା ଲାଗିରହେ ଉପରବର୍ଣ୍ଣିତ କୀଟନାଶକ ମଧ୍ୟରୁ ଯେ କୌଣସି ଗୋଟିକୁ ବ୍ୟବହାର କରିବା ଜରୁରୀ।

ଫଳବିନ୍ଧା ମାଛି

ଆମ୍ବ ଫସଲକୁ ପ୍ରାୟ ଛଅ ପ୍ରଜାତିର ଫଳବିନ୍ଧା ମାଛି ଆକ୍ରମଣ କରନ୍ତି, ତନ୍ମଧ୍ୟରୁ ବାକ୍ଟ୍ରୋସିଲା ଡରସାଲିଶ ହିଣ୍ଡେଲ ଅତି କ୍ଷତିକାରକ । ଏହା ଆମ ସହିତ ପିଜୁଳି, ପିଚ୍, ଆଫ୍ରିକଟ୍, ଚେରି, ପିଅର, ସପେଟା, ବରକୋଳି ଏବଂ ଲେମ୍ବୁ ଆଦି ଫସଲକୁ ଆକ୍ରମଣ କରେ । ଏତଦ୍ ବ୍ୟତୀତ ଏହା ପ୍ରାୟ ୨୫୦ ପ୍ରଜାତିର ଉଦ୍ଭିଦକୁ ବି ଆକ୍ରମଣ କରିଥାଏ ।

ଫଳବିନ୍ଧା ମାଛିର କ୍ଷତି କରିବାର ତରିକା

ସ୍ତ୍ରୀ ମାଛିଟି ଫଳର ଅତି ନରମ ସ୍ଥାନକୁ ବାଛେ ଏବଂ ଏହି ସ୍ଥାନରେ ଅଣ୍ଡା ଦିଏ । ଏହି ସ୍ଥାନକୁ ଚିହ୍ନଟ କରିବା ସହଜ ହୁଏ ନାହିଁ । କାରଣ ଘନ ସବୁଜ ରଙ୍ଗ ଧାରଣ କରୁଥିବା ଫଳ ସହିତ ଅଣ୍ଡା ଦେଉଥିବା ସ୍ଥାନର ରଙ୍ଗ ଏକ ପ୍ରକାର ଜଣାପଡ଼େ । କିନ୍ତୁ ହଳଦିଆ ଏବଂ ଈଷତ୍ ବାଦାମୀ ରଙ୍ଗ ଧାରଣ କରୁଥିବା ଫଳରେ ଅଣ୍ଡାଦେବା ସ୍ଥାନ ଚିହ୍ନଟ କରିବା ସହଜ ହୁଏ ।

ଅଣ୍ଡାରୁ ଛୁଆ ବାହାରି ଆମ୍ବ ଫଳର ମାଂସାଳ ଅଂଶକୁ ଖାଏ । କିଛିଦିନ ପରେ ଆକ୍ରମିତ ସ୍ଥାନରେ ପଚା ବାଦାମୀ ରଙ୍ଗର କ୍ଷତ ଦେଖାଯାଏ ।

ଏହି କାରଣରୁ ଆକ୍ରାନ୍ତ ଫଳଗୁଡ଼ିକ ଗଛରୁ ଝଡି ପଡ଼େ  । ସାଧାରଣତଃ ଫଳଗୁଡିକ ମେ' ମାସଠାରୁ ଅଗଷ୍ଟ ମାସ ମଧ୍ୟରେ ଫଳବିନ୍ଧା ମାଛି ଆକ୍ରମଣର ସମ୍ମୁଖୀନ ହୁଅନ୍ତି । ଅକ୍ଟୋବରଠାରୁ ଫେବୃୟାରୀ ମାସ ମଧ୍ୟରେ ଫଳବିନ୍ଧା ମାଛିର ସଂଖ୍ୟା ହ୍ରାସ ପାଏ ।

ମାଛିର ଜୀବନୀ

ସ୍ତ୍ରୀ ପୋକଟି ମନ୍ଦା ମନ୍ଦା କରି ଅଣ୍ଡା ଦେଇଥାଏ  । ମନ୍ଦାରେ ୦୨ଟିରୁ ୧୫ଟି ଅଣ୍ଡା ଥାଏ  । ୦୨ରୁ ୦୩ ଦିନ ମଧ୍ୟରେ ଅଣ୍ଡାରୁ ଛୁଆ ବାହାରିଆସେ  । ଛୁଆ ଅବସ୍ଥାରେ ଏହା ଫସଲକୁ ନଷ୍ଟ କରେ  । ଛୁଆ ଅବସ୍ଥାରେ ପୋକଟି ୦୬ରୁ ୨୯ ଦିନ ରହେ । ପୂର୍ଣ୍ଣାଙ୍ଗପ୍ରାପ୍ତ ଛୁଆ ଡେଇଁ ଡେଇଁ ଚାଲନ୍ତି ଏବଂ ମାଟି ତଳେ କୋଷାବସ୍ଥାରେ  ଆଶ୍ରୟ ନିଅନ୍ତି । କୋଷାବସ୍ଥାରେ ଏମାନେ ୦୬ରୁ ୪୪ ଦିନ ମାଟିତଳେ ରୁହନ୍ତି । ୦୨ରୁ ୦୩ ସପ୍ତାହ ମଧ୍ୟରେ ପୋକଟିର ବଂଶ ସମାପ୍ତ ହୁଏ । ତେଣୁ ଏକ ବର୍ଷରେ ଏମାନେ ଅନେକ ବଂଶ ବିସ୍ତାର କରନ୍ତି । ବସନ୍ତ ଋତୁରେ ଫଳ ବିନ୍ଧା ମାଛିର ସଂଖ୍ୟା ହ୍ରାସ ପାଏ । ଜୁନ ମାସରେ ଯେଉଁ ସମୟରେ ଆମ ବଗିଚାରେ ଆମ ସଂଖ୍ୟା ହ୍ରାସ ହୁଏ ସେହି ସମୟରେ ପୋକ ସଂଖ୍ୟା ମଧ୍ୟ ହ୍ରାସ ହୁଏ । କିନ୍ତୁ ମୌସୁମୀ ଆଗମନରେ ପୁନର୍ବାର ଫଳ ବିନ୍ଧା ମାଛି ସଂଖ୍ୟା ବୃଦ୍ଧି ହୁଏ । ଶୀତ ଋତୁରେ ମାଛି ସଂଖ୍ୟା ହ୍ରାସ ହୁଏ । ଶରତ ଋତୁରେ ଆମ୍ବ ବଗିଚାରେ ନ ଥିବା ସମୟରେ ଏମାନେ ପିଜୁଳି ଓ ଲେମ୍ବୁ ଫସଲକୁ ଆକ୍ରମଣ କରନ୍ତି । ତେଣୁ ଫଳବିନ୍ଧା ମାଛି ବର୍ଷ ତମାମ ବିଭିନ୍ନ ଫସଲକୁ ଆକ୍ରମଣ କରି ବଞ୍ଚି ରହନ୍ତି । ବିଭିନ୍ନ କିସମର ଆମ୍ବ ଫସଲରେ ଫଳବିନ୍ଧା ମାଛିର ଆକ୍ରମଣକୁ ଅନୁଶୀଳନ କଲେ ଜଣାପଡ଼େ ଯେ ଆଲଫୋନସ, କେଶରଦେଶେରୀ କିସମ ଆମ୍ବ ଫସଲରେ ପୋକ ସଂଖ୍ୟା ସହଜରେ ବୃଦ୍ଧିପାଏ  । ଏହାର ବିଜ୍ଞାନସମ୍ମତ କାରଣ ମଧ୍ୟ ଉପଲବ୍ଧ ହୋଇଛି । ଯେଉଁ କିସମରେ ଆମ୍ବର ବହିର୍ବରଣ କମ ରହେ, ମିଶ୍ରିତ ତରଳ ପଦାର୍ଥ ଉଚ୍ଚରେ ରହେ ଏବଂ ଆସକର ବିକ୍ ଏସିଡ୍ କମ ରହେ । ସେହି କିସମରେ ପୋକ ସଂଖ୍ୟା ବୃଦ୍ଧି ହୁଏ।

ପରିଚାଳନା

ଫଳବିନ୍ଧା ମାଛିର ପରିଚାଳନା ପାଇଁ କେତେକ ନିହାତି ଜାଣିବା କଥା -

  • ଆମ୍ବ ବଗିଚାରେ ଆମ ପାଚିବା ପୂର୍ବରୁ ସେଗୁଡ଼ିକୁ ତୋଳିଦେବା ଆବଶ୍ୟକ ।
  • ଆମ୍ବ ପରିପକ୍ଵ ହେବା ପୂର୍ବରୁ ସେଗୁଡ଼ିକୁ ଜାଲ ଦ୍ଵାରା ଆବୃତ୍ତ କରିବା ଯୋଗୁ ଆମ୍ବଗୁଡିକୁ ଫଳବିନ୍ଧା ମାଛି ଆକ୍ରମଣ କରିପାରନ୍ତି ନାହିଁ ।
  • ଏସବୁ ସତ୍ତ୍ୱେ ବଗିଚାରେ ପଡ଼ି ରହୁଥିବା ଫଳବିନ୍ଧା ମାଛି ଆକ୍ରାନ୍ତ ଆମ୍ବଗୁଡିକୁ ସଂଗ୍ରହ କରି ଏବଂ ଆମ୍ବ ଗଛରେ ଲାଗି ରହିଥିବା ପୋକରା ଆମ୍ବଗୁଡ଼ିକୁ ଆଣି ପୋଡ଼ିଦେବା ବିଧେୟ ।
  • ମାଟି ତଳେ ରହିଥିବା କୋଷାଗୁଡ଼ିକର ବିନାଶ ନିମନ୍ତେ ଆମ ବଗିଚାର ମୃତ୍ତିକାକୁ ୦୨ରୁ ୦୩ ଥର ଅଦଳବଦଳ କରି ଚାଷ କରିବା ଭଲ । ଏହା ଦ୍ଵାରା କୋଷାଗୁଡିକ ପରାଙ୍ଗଭେଜି କୀଟଙ୍କର ଶିକାର ହୁଅନ୍ତି ଏବଂ ଅନେକ ମଧ୍ୟ ସୂର୍ଯ୍ୟୋତ୍ତାପ ଦ୍ଵାରା ନଷ୍ଟ ହୁଅନ୍ତି ।
  • ପ୍ରକୃତିରେ ଉପଲବ୍ଧ ହେଉଥିବା କେତେକ ପରାଶ୍ରୟ କୀଟ ମଧ୍ୟ ଫଳ ବିନ୍ଧା ମାଛିକୁ ଆକ୍ରମଣ କରନ୍ତି ।

ବିଷଥୋପର ବ୍ୟବହାର

୧୦ ଲିଟର ପାଣିରେ ୧୦ ମିଲିଲିଟର ୫୦ ପ୍ରତିଶତ ମାଲାଥିୟନ ମିଶାନ୍ତୁ  । ସେଥରେ ୧୦୦ ଗ୍ରାମ ଗୁଡ଼ କିମ୍ବା ଚିନି ମିଶାନ୍ତୁ । ସମସ୍ତ ମିଶ୍ରଣକୁ ୧୦୦ ଭାଗ କରି ମାଟିପାତ୍ରରେ ରଖି ଏକ ହେକ୍ଟର ଆମ୍ବ ବଗିଚାରେ ଶିକା ମାଧମରେ ଆମ୍ବ ଗଛରେ ବାନ୍ଧି ଦିଅନ୍ତୁ । ପ୍ରତ୍ୟେକ ବିଷ ଥୋପରେ ଫଳବିନ୍ଧା ମାଛି ପଡ଼ନ୍ତି ଏବଂ ମୃତ୍ୟୁର ସମ୍ମୁଖୀନ ହୁଅନ୍ତି ।

ଅଫଳନ ସମସ୍ୟା ଦୂର

ଆମ ରାଜ୍ୟରେ ଉପଯୁକ୍ତ ଯନ୍ତ୍ର ଅଭାବରୁ ଅନେକ ଆମ୍ବ ବଗିଚାରେ ଆଶାନୁରୂପ ବଉଳ ଆସେ ନାହିଁ କିମ୍ବା ଫଳ ଧରେ ନାହିଁ । କିନ୍ତୁ ଆମେ ଚାହିଁଲେ ଅକ୍ଟୋବର ଓ ସେପ୍ଟେମ୍ବର ମାସରେ କେତେକ ବିଶେଷ ପଦ୍ଧତି ଅନୁସରଣ କରି ଆମ୍ବ ବଗିଚାରେ ଦେଖାଯାଉଥିବା  ବଉଳ ହେବା ଏବଂ ଫଳ ଧରିବା ସମସ୍ୟାକୁ ଦୂର କରିପାରିବା ।

  • ଗୋଟିଏ ୧୦ ବର୍ଷରୁ ଊର୍ଦ୍ଧ୍ଵ ସୁସ୍ଥ ଆମ୍ବଗଛ ବୟସାନୁସାରେ ଖରାଦିନେ ଦିନକୁ ୧୦୦ ରୁ ୩୦୦ ଲିଟର ଜଳ ଆବଶ୍ୟକ କରେ । ବର୍ଷାଦିନେ ଓ ଶୀତ ଦିନେ ଜଳର ଆବଶ୍ୟକତା ଏହାର ପ୍ରାୟ ଅଧା ବର୍ଷ ପରିମାଣ କମ୍ ଥିଲେ ଜଳସେଚନ କରାଯାଇଥାଏ । ବୃନ୍ଦା ଜଳସେଚନ ପଦ୍ଧତିରେ ପ୍ରାରମ୍ଭିକ ଖର୍ଜ ବହୁତ କମ୍ ରହେ । ଏଣୁ ଜଳ ସେଚନ ପାଇଁ କୂପ, ନଳକୂପ ସହ ବୃନ୍ଦା  ଜଳ ସେଚନ ପଦ୍ଧତି ଅନୁସରଣ କରନ୍ତୁ । କିନ୍ତୁ  ସେପ୍ଟେମ୍ବର, ଆକ୍ଟୋବର, ନଭେମ୍ବର, ଡିସେମ୍ବର, ଜାନୁଆରୀ ମାସ ଜୋର ଜଳସେଚନ ବନ୍ଦ ରଖାଯାଏ । ଏଇ ସମୟରେ ଅତ୍ୟଧିକ ଜଳସେଚନ କଲେ । ବଉଳ ନ' ବାହାରି ପତ୍ର ମୁକୁଳ ବାହାରିଥାଏ ।
  • ଭଲ ଫୁଲ ପାଇଁ ସେପ୍ଟେମ୍ବର ଅକ୍ଟୋବର ମାସରେ ୨ଥର ପୋଟାସିୟମ୍ ନାଇଟ୍ରେଟ୍ ୨ ପ୍ରତିଶତ ଦ୍ରବଣ ୧୫ ଦିନ ବ୍ୟବଧାନରେ ସିଞ୍ଚନ କଲେ ଏହା ବଉଳ ଆସିବା ପାଇଁ ସହାୟକ ହୁଏ । ଜାନୁଆରୀ ୨୦ ତାରିଖ ପାଖାପାଖି ଆଉ ଥରେ ଏଇ ଦ୍ରବଣ ସିଞ୍ଚନ କଲେ । ବଉଳ ଓ କଶି ଝଡ଼ା ବନ୍ଦ ହୁଏ ।
  • ଗଛର ମୂଳ ସେପ୍ଟେମ୍ବର ଅକ୍ଟୋବର ମାସରେ ପରିଷ୍କାର କୋଡ଼ା ଖୁସା କରି ଖତ ଓ ଉର୍ମି କୋମ୍ପାଷ୍ଟ ସହିତ ୪ ରୁ ୫ ଗ୍ରାମ୍ ପ୍ଲାଇକ୍ଲୋବ୍ୟୁଟାଜଲ ଗଛର ମୂଳଠାରୁ ୧.୫ମିଟର ଦୂରରେ ଥିବା ଏକ ଗୋଲାକାର ମନ୍ଦାରେ ପ୍ରୟୋଗ କରି ଆବଶ୍ୟକୀୟ ଜଳସେଚନ କଲେ ପ୍ରଚୁର ବଉଳ ଆସେ । ଏହି ଔଷଧ କଲ୍ଚର, ଲଗାନ ଆଦି ନାମରେ ବଜାରରେ ମିଳୁଛି ।

ସଂଗୃହିତ  -

  • ଡ. ବିଷ୍ଣୁ ଚରଣ ଜେନା ଅବସରପ୍ରାପ୍ତ ପ୍ରଫେସର ଓ ବିଭାଗୀୟ ମୁଖ୍ୟ, କୀଟତନ୍ମ ବିଭାଗ, କୃଷି ମହାବିଦ୍ୟାଳୟ, ଓୟୁଏଟି
  • ଭୁବନାନନ୍ଦ ଅଧିକାରୀ କୀଟ ତନ୍ମ ବିଭାଗ କୃଷି ମହାବିଦ୍ୟାଳୟ ଓ., ୟୁ.ଏ.ଟି.
4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top