ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / କଦଳୀ ବଗିଚାକୁ ରୋଗ ଦାଉରୁ ରକ୍ଷା
ସେଆର କରନ୍ତୁ

କଦଳୀ ବଗିଚାକୁ ରୋଗ ଦାଉରୁ ରକ୍ଷା

କଦଳୀ ବଗିଚାକୁ ରୋଗ ଦାଉରୁ ରକ୍ଷା କରିବେ କିପରି? ସେ ବିଷୟରେ ସୂଚନା ।

କଦଳୀ ଚାଷ

ଫଳ ଓ ପରିବା ରୂପେ ବ୍ୟବହୃତ କଦଳୀ ଓଡ଼ିଶାର ଅଧିକାଂଶ ଲୋକଙ୍କ । ବାଡ଼ିବଗିଚାରେ ଦେଖିବାକୁ ମିଳିଥାଏ। ବମାନ ରାଜ୍ୟର ଅଧିକାଂଶ ଜିଲାରେ ଏହାର ଚାଷ ବ୍ୟବସାୟିକ ଭିତ୍ତିରେ ଆରମ୍ଭ ହୋଇଥିବା ଜଣାପଡ଼ିଛି । ଶ୍ୱେତସାର, ପୁଷ୍ଟିସାର, ଭିଟାମିନ, ଫସ୍‌ଫରସ୍, କ୍ୟାଲସିୟମ୍ ଓ ଲୌହଜାତୀୟ ପଦାର୍ଥରେ ଭରପୂର ଏହି ସ୍ଵାଦିଷ୍ଟ ଫଳରୁ ଅନ୍ତତଃ ୨୦ଗ୍ରାମ୍ ଜଣେ ବ୍ୟକ୍ତିର ଦୈନନ୍ଦିନ ଆହାରରେ ରହିବା ଉଚିତ୍ । ଉନ୍ନତ ପ୍ରଣାଳୀରେ ମାତ୍ର ୨୦-୨୨ ହଜାର ଏକର ।

ଜମିରେ କଦଳୀ ଚାଷ କରାଯାଇପାରିଲେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଓଡ଼ିଶାର ଜନସାଧାରଣଙ୍କ ଚାହିଦା ସୁଚାରୁ ରୂପେ ମେଣ୍ଟା ଯାଇପାରିବ। କିନ୍ତୁ ଆବଶ୍ୟକତା ଠାରୁ ଅଧିକ ଜମିରେ କଦଳୀ ଚାଷ କରାଯାଇ ମଧ୍ୟ ଆମକୁ ପ୍ରତ୍ୟେକ ଦିନ କଦଳୀ । ପାଇଁ ଆନ୍ଧ୍ର, କର୍ଣ୍ଣାଟକ, ତାମିଲନାଡୁ ଓ ମହାରାଷ୍ଟ୍ର ଆଦି ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ଏହି ରାଜ୍ୟରେ ଶହ ଶହ କୁଇଣ୍ଟାଲ କଦଳୀ ଆମଦାନୀ କରାଯାଉଥିବା ଜଣାପଡ଼ିଛି । କଦଳୀର ଏହି ଉତ୍ପାଦନ ହାର କମ୍ ହେବାର ମୁଖ୍ୟ କାରଣ ଗୁଡିକ ମଧ୍ୟରେ କେତେକ ମାରାତ୍ମକ ରୋଗ ହିଁ ଦାୟୀ କହିଲେ ଚଳେ । କଦଳୀର ଉତ୍ପାଦନ ହାର ବୃଦ୍ଧି କରି ରାଜ୍ୟକୁ ସ୍ଵାବଲମ୍ବୀ କରିବା ପାଇଁ ଚାଷୀଭାଇଙ୍କ।

ନିମନ୍ତେ କେତେକ ମାରାତ୍ମକ ରୋଗ ବିଷୟରେ

ଝାଉଁଳା ରୋଗ

ଝାଉଁଳା ବା ପାନାମା କଦଳୀର ଏକ କବକଜନିତ ମାରାତ୍ମକ ରୋଗ। ଏହି ରୋଗ ଓଡ଼ିଶାର ସବୁ ଅଞ୍ଚଳରେ ଦୃଷ୍ଟିଗୋଚର ହୋଇଥାଏ । ଏହି ରୋଗ ଯୋଗୁଁ ଗଛର ତଳପତ୍ର ସବୁ ଗୋଟିକ ପରେ ଗୋଟିଏ ହଳଦିଆ ପଡ଼ିଯାଏ ଓ ଗଛରୁ ବାହାରିଥିବା ସ୍ଥାନରେ ପତ୍ରଟି ଭାଙ୍ଗିଯାଇ ତଳକୁ ଓହଳିପଡ଼େ । ଆସ୍ତେ ଆସ୍ତେ ଗଛଟି ସମ୍ପୂର୍ଣ୍ଣ ରୂପେ ଝାଉଁଳିଯାଏ ଓ ଓହଳି ପଡ଼ିଥିବା ପତ୍ରସବୁ ଶୁଖିଯାଏ । ମଞ୍ଜପତ୍ରଟି ସଂକ୍ରମଣର ଅନେକ ଦିନ ପର୍ଯ୍ୟନ୍ତ ସବୁଜ ଓ ସିଧା ରହୁଥିଲେ ମଧ୍ୟ ପରେ ତାହା ଶୁଖି ମରିଯାଇଥାଏ । ଆକ୍ରାନ୍ତିତ ବୁଦାର ଦୁର୍ବଳ ପୁଆମାନ ସୃଷ୍ଟି ହୋଇଥାଏ ଓ ଏଥିରୁ ବିଶେଷକରି ପଚାଗନ୍ଧ ବାହାରିଥାଏ । ଏହି ରୋଗ ରୋଗିଣା ପୁଆ, ଜଳସେଚନ ଦ୍ୱାରା ଆକ୍ରାନ୍ତିତ ଫସଲରୁ ସୁସ୍ଥ ଫସଲକୁ ବ୍ୟାପିଥାଏ । ରୋଗଜନକ ସୂତ୍ରଜୀବ ଓ ଶୁଣ୍ଡିଆ ପୋକର କ୍ଷତ ରୋଗ ବୃଦ୍ଧି କରିବାରେ ସାହାଯ୍ୟ କରେ । ରସଥାଳି, ଅମୃତଫେଣୀ ଓ ପାଟକପୁରା ଆଦି କିସମରେ ଏହି ରୋଗ ଅଧିକ ଦେଖାଯାଏ ।

ଅଣକଦଳିଆ ରୋଗ

ଅଣକଦଳିଆ କଦଳୀର ଏକ ଭୂତାଣୁଜନିତ ମାରାତ୍ମକ ରୋଗ । ଏହା ଫସଲକୁ ଯେ କୌଣସି ଅବସ୍ଥାରେ ସଂକ୍ରମଣ କରିଥାଏ । ଆକ୍ରାନ୍ତିତ ଗଛର ପତ୍ର ଡେମ୍ଫ, ମଧଶିରା ଓ ନିମ୍ନ ଭାଗରେ ଥିବା ମାଧ୍ୟମିକ ଶିରା ଗୁଡ଼ିକରେ ଗାଢ଼ସବୁଜ ଅସ୍ପଷ୍ଟ ଚିହ୍ନ ପରିଲକ୍ଷିତ ହୁଏ ଓ ଅଧିକ ଆକ୍ରାନ୍ତିତ ଗଛର ସବୁ ପତ୍ର ଏକତ୍ର ମିଶି ଗୁଛି ବା ପେନ୍ଥା ପରି ଗଛ ଅଗରୁ ବାହାରିଥାଏ । ସଂକ୍ରମିତ ବୁଦାରୁ ବାହାରୁଥିବା ନୂଆ ପୁଆଗୁଡ଼ିକ ଠିକ୍ ରୂପେ ବଢ଼ି ନପାରି ଅତ୍ୟନ୍ତ ଗେଡ଼ା ହୋଇଥାଏ । ଏହାର ପତ୍ର ସବୁ ଆକାରରେ ଛୋଟ, ସରୁ ଓ ଅଣଓସାରିଆ ହୁଏ । ଆକ୍ରାନ୍ତିତ ଗଛର ବାହୁଙ୍ଗା ଆକାରରେ ଛୋଟ, ସାମାନ୍ୟ ଟାଣ ଓ ସିଧା ଠିଆ ହେବା ପରି ରହେ । ଗଛ ମଧ୍ୟରେ ରୁନ୍ଧି ହୋଇ ରହିଥିବା କଅଁଳ କାନ୍ଦି ସମୟ ସମୟରେ ଗଣ୍ଡିଫଟାଇ ବାହାରି ପଡ଼େ । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ରୁଣ କାନ୍ଦିଗୁଡ଼ିକ ଭଲଭାବେ ବଢ଼ିପାରେ ନାହିଁ। ଏହି ଭୂତାଣୁଜନିତ ରୋଗ ଜଉପୋକ ଦ୍ଵାରା ରୋଗିଣା ଗଛରୁ ସୁସ୍ଥ ଗଛକୁ ଓ  ଆକ୍ରାନ୍ତିତ ପୁଆ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ସଂକ୍ରମିତ ହୋଇଥାଏ । କଦଳୀ ଫସଲରେ ଏହି ରୋଗ ଅଗଷ୍ଟରୁ ନଭେମ୍ବର  ମଧ୍ୟରେ ଅଧିକ ଦେଖାଯାଇଥାଏ ।

କାନ୍ଦିଶୁଖା ଓ ଫଳସଢ଼ା ରୋଗ

ଏହି କବକ ଜନିତ ରୋଗ ଆକ୍ରମଣର ପ୍ରଥମାବସ୍ଥାରୁ କାନ୍ଦିରେ ଥିବା ଫୁଲକଷି, କଦଳୀର ଉପରଚୋପା ଓ ଅଗରେ ଛୋଟ ଛୋଟ କଳା ଚକାଚକା ଦାଗମାନ ଦେଖାଯାଏ । ଏହି ଦାଗଗୁଡ଼ିକ ଆସ୍ତେ ଆସ୍ତେ ମିଶିଯିବା ଦ୍ଵାରା  କଦଳୀର ଉପରଚୋପା କଳା ପଡ଼ିଯାଏ । କଳା ଦାଗ ଉପରେ ମେଞ୍ଚା ମେଞ୍ଚା ଗୋଲାପୀ ଫିମ୍ପି ଓ ତା’ର ରେ ଦେଖାଯାଏ । କାନ୍ଦି ବାହାରିବାର ଆରମ୍ଭରୁ ସଂକ୍ରମଣ ହେଲେ କାନ୍ଦିଟି କଳାପଢ଼ି ଶୁଖିଯାଏ ଓ ପାକଳ ହୋଇ ନଥିବା କଦଳୀଗୁଡ଼ିକ ଅସମୟରେ ପାଟି କଳା ପଡ଼ିଯାଏ । କାନ୍ଦିକୁ ଲାଗିଥିବା ପତ୍ର କଳାପଢ଼ି ଶୁଖି ନଷ୍ଟ ହୋଇଯାଏ । କଦଳୀ ଫସଲକୁ ଏହା ବର୍ଷସାରା ଆକ୍ରମଣ କରୁଥିଲେ ମଧ୍ୟ ଉପକୂଳବର୍ତ୍ତୀ ଜିଲଗୁଡ଼ିକରେ ଏହା ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଅଧିକ ଦେଖାଯାଇଥାଏ । ରାତିରେ ସାମାନ୍ୟ ଥଣ୍ଡା ସହିତ ଅଧିକ କାକର ପଡ଼ିଲେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ହୁଏ ଓ ବାୟୁ ଦ୍ଵାରା ଏହି ରୋଗ ଆକ୍ର।ନ୍ତିତ କନ୍ଦିରୁ ସୁସ୍ଥ କାନ୍ଦିକୁ ବ୍ୟାପିଥାଏ ।

ପତ୍ରବିତା ରୋଗ

ପତ୍ରଚିତା ରୋଗ କଦଳୀର ମଧ୍ୟ ଏକ କବଜନିତ ରୋଗ ଯାହାର ଆକ୍ରମଣ ଫଳରେ ଈଷତ୍ ହଳଦିଆ ବା ବାଦାମୀ ରଙ୍ଗର ଲମ୍ବାଳିଆ ଦାଗଗୁଡ଼ିକ ଶିରା ସହିତ ସମାନ୍ତରାଳ ହୋଇ ଦେଖାଯାଏ । ଏହି ଦାଗଗୁଡ଼ିକ ବଢ଼ି ଆୟତାକୃତି ଗାଢ଼ ବାଦାମୀ ବା କଳା ହୋଇଯାଏ, ଯାହାର ମଝିଅଂଶ ମାଟିଆ ଓ ଧୂସର ଦେଖାଯାଏ । କେତେକ ଦାଗର ଧାରକୁ ଲାଗି ହଳଦିଆ ଜଳୟ ଓ ଦାଗ ମଝିରେ କଳାଛିଟ ଦେଖାଯାଏ । ରୋଗ ଆକ୍ରମଣ ଅଧିକ ହେଲେ ଦାଗଗୁଡ଼ିକ ଅଣ୍ଡାକୃତି ହୋଇ ପରସ୍ପର ସହିତ ମିଶି କଡ଼ା କଡ଼ା ଦେଖାଯାଏ । ରୋଗର ପ୍ରାର୍ଦୁଭାବ ପୁରୁଣା ପତ୍ରରେ ଅଧିକ ଦେଖାଯାଏ ଓ କାନ୍ଦିରେ କଦଳୀ ଭଲ ରୂପେ ନବଢ଼ି ଆକାରରେ ଛୋଟ  ହୁଏ ଓ କେତେକ ସମୟରେ ଆକ୍ରାନ୍ତ ଗଛଟି ମରିଯାଏ । ଏହି ରୋଗ କଦଳୀ ଫସଲକୁ ଯେ କୌଣସି ସମୟରେ ଆକ୍ରମଣ କରୁଥିଲେ ମଧ୍ୟ ବର୍ଷା ଦିନେ ଅଧିକ ହୋଇଥାଏ ଓ ଝଡ଼ବାତ୍ୟା ପରେ ଏହି ରୋଗର ପ୍ରାଦୁର୍ଭାବ ଅତ୍ୟଧିକ ହୋଇଥାଏ ।

ମଞ୍ଜକୀଳା ରୋଗ

ମଞ୍ଜକୀଳା ରୋଗ ଆକ୍ରମଣର । ପ୍ରଥମାବସ୍ଥାରେ ମଞ୍ଜ ପତ୍ର ମଳିନ ଦେଖାଯାଏ ଓ ସେଥିରେ ଛଡ଼ାଛଡ଼ା ହେଇ ପାଣି ମିଶା ଦାଗ ମାନ ଦେଖାଯାଏ । କିଛି ଦିନ ମଧ୍ୟରେ ପାକଳ ହୋଇ ନଥିବା କଦଳୀଗୁଡ଼ିକ ସଂକ୍ରମିତ ମଞ୍ଜପତ୍ର କଳାପଡ଼ି ପଚିବାକୁ ଆରମ୍ଭ କରେ ଓ ଏହା ଅଠା ଲାଗିଲା ପରି ଶକ୍ତଭାବେ ଗୁଡ଼େଇ ହୋଇ ମୋଡ଼ି ମୋଡ଼ି ବାହାରେ । ଆସ୍ତେ ଆସ୍ତେ ଅନ୍ୟପତ୍ର ଗୁଡ଼ିକ ମରିଯାଏ । ଆକ୍ରମଣ ଅଧିକ ହେଲେ ସମ୍ପୂର୍ଣ୍ଣ ଗଛଟି ମରିଯାଏ । ଏହି ରୋଗ ଦ୍ଵାରା  ବୁଦାରେ ସବୁଗଛ ସଂକ୍ରମିତ ନହୋଇ କେବଳ ଗୋଟିଏ ଗଛ ସଂକ୍ରମିତ ହୋଇପାରେ । ହେଲେ ଆକ୍ରାନ୍ତ ଗଛଟିର ଗଣ୍ଡି ଉପରକୁ ସୁସ୍ଥ ଜଣାପଡୁଥିଲେ ସୁଦ୍ଧା ଭିତର ମଞ୍ଜି ସଢି କଳା ପଡ଼ି ଯାଏ । ଉପଯୁକ୍ତ ଅନ୍ତଃ ଚାଷର ଅବହେଳା ଓ ବାତ୍ୟା ଯୋଗୁଁ ଗଛି ଏବଂ ପତ୍ରରେ ହେଉଥିବା କ୍ଷତ ଯୋଗୁଁ ଏହି ରୋଗ କଳଦୀ ଫସଲରେ ଆରମ୍ଭ ହୁଏ ଓ ବର୍ଷାଋତୁରେ ଏହି ରୋଗ ବେଶି  ପରିମାଣରେ ଦେଖାଯାଏ କୁହାଯିବ ।

ସଂଗୃହିତ - ଦେବବ୍ରତ ପାଣିଗ୍ରାହୀ, କୃଷି ବିଜ୍ଞାନ କେନ୍ଦ୍ର, ଅନଗୁଳ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top