ବିଶ୍ଵରେ କଦଳୀ ଉତ୍ପାଦନରେ ଭାରତ ଏକ ଅଗ୍ରଣୀ ଦେଶ । ଭାରତରେ କଦଳୀର ବିଭିନ୍ନ କିସମ ଚାଷ କରାଯାଏ । କିନ୍ତୁ ବିଭିନ୍ନ ଜୈବିକ ଓ ଅଜୈବିକ କାରଣ ଗୁଡିକ କଦଳୀ ଚାଷରେ ଅସୁବିଧା ସୃଷ୍ଟି କରନ୍ତି । ଏହିଥିରେ ବିଭିନ୍ନ ରୋଗ ଯେପରିକି , ସିଗାଟୋକା ପତ୍ର, ଦାଗ , ପାନାମା, ଝାଉଁଳା ଏରୱାନିଆ ,ସଢା ବଞ୍ଚିଟପ ରୋଗ ଓ ଆନ୍ଥାକନୋଜ ମୁଖ୍ୟ ରୋଗ ଅଟନ୍ତି । ୨୦୧୩ ମସିହାରେ ମଧ୍ୟପ୍ରଦେଶ ରାଜ୍ୟର ବୁରହାନପୁର ଆଞ୍ଚଲରୁ ପାଛୁଥିବା କଦଳୀ ଫଳ ଉପରେ ଛୋଟ ଛୋଟ ଦାଗ ସୃଷ୍ଟି କରୁଥିବା ଏକ ରୋଗର ସୂଚନା ଆସିଥିଲା । ତାହାପରେ ୨୦୧୪ ମସିହାରେ ଓଡିଶାର ଭୁବନେଶ୍ଵର ଆଞ୍ଚଲରେ କଦଳୀର ଗ୍ରାଣ୍ଡ ନାଇନ (Grand Naine) କିସମର କଞ୍ଚା ଫଳ ଉପରେ ଏହିଭଳି ଦାଗ ଦେଖାଗଲା । ୨୦୧୫ ମସିହାରେ କରାଯାଇଥିବା ଏକ ସର୍ବେକ୍ଷଣରେ ଓଡିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟ ରହି ରୋଗ ଦେଖାଗଲା । ୧୯୩୧ ମସିହାରୁ କଦଳୀରେ ଏଭଳି ଲକ୍ଷଣ ବିଭିନ୍ନ ଦେଶରେ ଦେଖା ଯାଉଥିଲା ଓ ଚାଷୀକୁ ଆର୍ଥିକ ହାନି ହୁଏ । କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର (CHES) ICAR-IIHR ରେ କରାଯାଇଥିବା ପରୀକ୍ଷଣରେ ଏହି ରୋଗର ରୋଗକାରକ ପାଇରୀକୁଲେରିଆ ଏଙ୍ଗୁଲାଟା ବୋଲି ଜଣାପଡିଲା ।
ଏହି ପ୍ରସାର ପୁସ୍ତିକା ଦ୍ଵାରା ଚାଷୀମାନଙ୍କ ପାଇଁ ଏହି ରୋଗକୁ ଚିହ୍ନଟ କରିବା , ଓ ତାର ପରିଚାଳନା କରିବା ଓ ତାର ପରିଚାଳନା କରିବାର ବିଭିନ୍ନ ସୂଚନା ଦିଆଯାଇଛି ।
ଗ୍ରାଣ୍ଡ ଲାଇନ (AAA ସମୂହ) ଓ ବନ୍ତଳ ବା ମନଥିନ (ABB ସମୂହ) କିସମ ର କଦଳୀ ଅଧିକାଂଶ ଟିସୁ କଲଚର ପଦ୍ଧତିରେ ତିଆରି କରାଯାଉଛି । ଟିସୁ କଲଚର ସଂସ୍ଥାରେ ଗଛ ତିଆରିର ଅନ୍ତିମ ଅବସ୍ଥାରେ ଚାରା ଗୁଡିକୁ ରଖାଯାଇଥିବା ନେଟ ହାଉସ ବା ସବୁଜ ଘର ରେ ଚାରାର ଖୋଲା ପତ୍ର ଓ କଅଁଳିଆ କାଣ୍ଡରେ ଦୁଇ ପ୍ରକାର ବ୍ଳାଷ୍ଟ ଲକ୍ଷଣ ଦେଖାଯାଏ । ପତ୍ର ଉପରେ ୧ ମି ମି ରୁ ଛୋଟ ତାକୁଡି ଆକାରର ଗୁଡିଏ ଧୂସର ରଙ୍ଗର ଦାଗ ଦେଖାଯାନ୍ତି , ଯାହାର ଚାରିଆଡେ ହଳଦିଆ ରଙ୍ଗର ବଳୟ ଥାଏ , ଏହି ଦାଗ ପରେ ୩-୪ ମି ମି ଧୂସର ରଙ୍ଗର ଆଖି ଆକାରର ଦାଗରେ ପରିବର୍ତ୍ତିତ ହୋଇଯାନ୍ତି । କେତୋଟି ଦାଗ ୬-୮ ମିମି ବଡ ହୋଇ ସେଇ ଭିତରେ ହାଲକା ଧୂସର ରଙ୍ଗର ଅଂଶ ଦେଖାଯାଏ । ଧୀରେ ଧୀରେ ଆଗ ପାଖ ଥିବା ଦାଗ ଗୁଡିକ ମିସିଯାଇ ବଡ ଦାଗ ସୃଷ୍ଟି କରନ୍ତି । ଯିଏ କି ସଂପୂର୍ଣ୍ଣ ପତ୍ରକୁ ନଷ୍ଟ କରି ଦିଅନ୍ତି । କେତୋଟି ଅଧିକ ଆକ୍ରାନ୍ତିତ ଗଛ ମରି ଯାଇଥାନ୍ତି । କେତୋଟି ବ୍ଳାଷ୍ଟ ଦାଗ ଗଛର ଅଲଗା ଭାଗରେ ମଧ୍ୟ ଦେଖାଯାନ୍ତି ।
ବଡ ଗଛରେ ବ୍ଳାଷ୍ଟ ଦାଗ ଆରମ୍ଭରେ କଅଁଳିଆ ପତ୍ର ବାହାରୁଥିବା ଅବସ୍ଥାରେ ଦେଖାଯାନ୍ତି । ବୟସ୍କ ପତ୍ରରେ ସାଧାରଣତଃ ଏହି ଦାଗ ଦେଖା ଯାଇନଥାଏ । ଏହି ଦାଗ ପତ୍ରର ମଧ୍ୟସିରା ଓ ଡେମ୍ଫରେ ମଧ୍ୟ ଦେଖାଯାନ୍ତି । ଆରମ୍ଭରେ ଗାଢ ଧୂସର ରଙ୍ଗର ଥାଏ , ବାତାବରଣ ଅନୁକୂଳ ଥିଲେ ଏହି ଦାଗ ୪ ମିମି ପର୍ଯ୍ୟନ୍ତ ବଡ ହୋଇଯାନ୍ତି । ଏହି ଦାଗ ଦୁଇକ ମିଶି ପତ୍ର ଗୁଡିକୁ ନଷ୍ଟ କରିଦିଅନ୍ତି । କଦଳୀ ତୋଟାରେ କଦଳୀ କାନ୍ଦିର ଆବରଣ ପତ୍ରରେ ବ୍ଳାଷ୍ଟ ଲକ୍ଷଣ ଦେଖାଯାଏ । ଏହି ପତ୍ରର ଭିତର ଭାଗରେ ୪-୭ ମିମି ବ୍ୟାସ ଓ ୨-୩ ମିମି ଗଭୀର ଖଳୁଆ ଦାଗ ଦେଖାଯାଏ । ପତ୍ରର ବାହାର ପଟର ବାଇଗଣି ରଙ୍ଗର ତାକୁଡି ଆକାରର ବ୍ଳାଷ୍ଟ ଦାଗ ଦେଖାଯାଏ ।
ଯଦି କାନ୍ଦି ବାହାରିବା ସମୟରେ ବର୍ଷା ହୁଏ । ଏହି ଆବରଣ ପତ୍ର ଅଧିକ ଆକ୍ରାନ୍ତ ହୁଏ । ସାଧାରଣତଃ ଏହି ପତ୍ର ସୁଖୀ ପଡିଯାଏ , କିନ୍ତୁ ଯଦି ରୋଗ ଗ୍ରସିତ ଆବରଣ ପତ୍ର ସୁଖୀ କାନ୍ଦି ସହିତ ଲାଗିକି ରହିଥାଏ , ଏହା ଫଳରେ ରୋଗ ହେବା ପାଇଁ ରୋଗ କାରକର ଏକ ମୁଖ୍ୟ ସ୍ରୋତ ହେଇଥାଏ । ଆକ୍ରାନ୍ତ ଗଛରେ ହୀରା ଆକାରର ଦାଗ କଦଳୀ ଗଛର ଅନ୍ୟ ଭାବରେ ଦେଖାଯାଏ ବ୍ଳାଷ୍ଟ ଦାଗ କାନ୍ଦିର ଅନ୍ତିମ କଢ ଓ ଝୁଲୁଥିବା ଫୁଲରେ ମଧ୍ୟ ଦେଖାଯାଏ ।
ପାଚୁଥିବା ଫଳ ଉପରେ ଆରମ୍ଭ ରେ ଛୁଞ୍ଚି ଫୋଡା ଦାଗ ଭଳି ଛୋଟ ଛୋଟ ଦାଗ ଦେଖାଯାନ୍ତି ଯାହାର ଚାରିଆଡେ ନାଲିଆ ଧୂସର ରଙ୍ଗର ବଳୟ ଥାଏ । କିନ୍ତୁ ଏହି ବଳୟ ଓ ଦାଗ ମଝିଆ ଭାଗ ସବୁଜ ହିଁ ରହିଥାଏ । ନୂଆ ଦାଗ ୪-୭ ମିମି ଥାଏ ଯାହାକି ବଢିଯାଇ ୧୨ ମିମି ପର୍ଯ୍ୟନ୍ତ ହେଇଯାଏ । କେତୋଟି ଦାଗ ଚାରିଆଡେ ବଳୟ ନଥାଇକି ପାଣିଚିଆ ଦାଗ ଥାଏ ଓ କେତୋଟିରେ ଏହି ଖଳୁଆ ଦାଗ ଚାରିଆଡେ କିଛି ବଳୟ ବା ପାଣିଚିଆ ଦାଗ ମଧ୍ୟ ନଥାଏ ।
ଏହି ସବୁଜ ଭାଗ ଦିନେ ଭିତରେ ହାଲୁକା ଧୂସର ହୋଇଯାଏ ଓ ୨ ରୁ ୩ ଦିନ ଭିତରେ ଦାଗର ମଝିଭାଗ ଧସିଯାଇଛି ୧ ମିମି ହୋଇଥାଏ । ନାଲିଆରୁ ଧୂସର ରଙ୍ଗ ବା କଳା ରଙ୍ଗର ଅଣ୍ଡାକାର ଦାଗରେ ପରିବର୍ତ୍ତିତ ହୋଇଯାନ୍ତି , କିନ୍ତୁ ଫଳ ଉପରେ ଥିବା ଏହି ଖାଲୁଆ ଦାଗ ଫଳ ର ଚୋପା ରୁ ଭିତର ଶସ ପର୍ଯ୍ୟନ୍ତ ଯାଇ ପାରିନଥାଏ । ଏହି ଫଳ ଗୁଡିକ ଅଧିକ ଦିନ ରହିଲେ ମଧ୍ୟ ଏହାର ଫଳ ଶସ ନଷ୍ଟ ହୁଏ ନାହିଁ । ଚୋପା ଉପରେ ଥିବା ଖାଲୁଆ ଦାଗ ମଧ୍ୟ ଆକାରରେ ବଢନ୍ତି ନାହିଁ ।
କେତୋଟି ଖାଲୁଆ ଦାଗ ଚାରିଆଡେ ପାଣିଛଇଆ ଦାଗ ମଧ୍ୟ ଥାଏ , କେତୋଟି ଖାଲୁଆ ଦାଗ ପରବର୍ତ୍ତୀ ଅବସ୍ଥାରେ ଲମ୍ବାଳିଆ କିମ୍ବା ତରାକୃତିରେ ଫାଟିଯାନ୍ତି । ଫଳକାନ୍ଦିରେ ଯେଉଁ ଫେଣାର ଫଳ ବାହାର ଆଡକୁ ଥାଏ ସେଗୁଡିକରେ ଅଧିକ ଖାଲୁଆ ଦାଗ ଦେଖାଯାନ୍ତି, କାରଣ ଏହି ଅଂଶକୁ ଆବରଣ ପତ୍ରକୁ ଅଧିକ ରୋଗ କାରଣ ପହଞ୍ଚି ପାରିଥାନ୍ତି । ଆବରଣ ପତ୍ରକୁ ନ ଲାଗିଥିବା ଫେଣା ଗୁଡିକରେ ରୋଗ କମ ହୁଏ । ଅଧିକ ଆକ୍ରାନ୍ତ ହୋଇଥିବା କଦଳୀ କାନ୍ଦି ଗୁଡିକର ବିକ୍ରିରେ ଅସୁବିଧା ହୁଏ ଓ ତାର ବଜାର ମୂଲ୍ୟ କମିଯାଏ । ଆକ୍ରାନ୍ତ ଫେଣାରେ ଥିବା କଦଳୀ ଗୁଡିକ ସହଜରେ ଭାଙ୍ଗି ପଡନ୍ତି ।
ଫଳ ଉପରେ ଦାଗ ହେବ ଅଫଳର ବୟସ ଉପରେ ନିର୍ଭର କରେ । ୬୦ ଦିନ ପଡ଼ୁଥିବା କଦଳୀ ଫେଣାରୁ ପାଚିଠିବା କଦଳୀ ଫେଣା ମଧ୍ୟରେ କଦଳୀ ଫଳର ଅବସ୍ଥା ରୋଗ ପ୍ରତି ଅଧିକ ଗ୍ରହଣଶୀଳ ଥାଏ । ଆରମ୍ଭ ଅବସ୍ଥାରେ , କଦଳୀ ଫେଣାରେ ବହୁତ କମ ଛୋଟ ଓ ନାଲିଆ ରଙ୍ଗର ଖାଲୁଆ ଦାଗ ଦେଖାଯାନ୍ତି । ବାତାବରଣ ଅନୁକୂଳ ଥିଲେ ୩୦ ଦିନ ପଡ଼ୁଥିବା କଦଳୀ ଫେଣାରେ ମଧ୍ୟ ମଧ୍ୟମ ତ୍ରିବ୍ରତାର ରୋଗ ଦେଖାଯାଏ । ୯୦ ଦିନରୁ ଅଧିକ ପୁରୁଣା କାନ୍ଦିରେ ଅଧିକ ଆକ୍ରାନ୍ତ ଫଳ ଫେଣାରୁ ଭାଙ୍ଗିକି ପଡିଥାନ୍ତି ।
ବ୍ଳାଷ୍ଟ ଆକ୍ରାନ୍ତ କଦଳୀ ଚାରାର ବ୍ୟବହାର ଦ୍ଵାରା ଏଡି ରୋଗର ପ୍ରାଥମିକ ପ୍ରସାର ନୂଆ ଜାଗାରୁ ହୋଇଥାଏ ,ଯାହାଦ୍ଵାରା ପରେ ବୟସ୍କ ଗଛର ଫଳରେ ଖାଲୁଆ ଦାଗ ହୁଏ । କିନ୍ତୁ ଆକ୍ରାନ୍ତ କଦଳୀ ତୋଟାରୁ ସ୍ଵସ୍ଥ କଦଳୀ ତୋଟାକୁ ରୋଗର ଦ୍ଵିତୀୟକ ପ୍ରସାର ରୋଗ କାରଣ ଫିମ୍ଫିର ବାୟୁଜନିତ ବୀଜାଣୁ ଓ ବର୍ଷା ବୁନ୍ଦାରୁ ଛଟିକି ଥିବା ବୀଜାଣୁ ଦ୍ଵାରା ହେବାର ସମ୍ଭାବନା ରହେ । କଦଳୀ ଗଛରେ ଥିବା କାନ୍ଦି ଆବରଣ ପତ୍ର ଏହି ରୋଗର ମୁଖ୍ୟ ସ୍ତ୍ରୋତ ଅଟେ । ଏହି ପତ୍ର ଗୁଡିକ ବାହାରିବା ସମୟରେ ହିଁ ସେହି ଗୁଡିକରେ ଅଧିକ ପରିମାଣରେ ରୋଗ କ୍ଷତ ଥାନ୍ତି । ଏହି ପତ୍ରରେ ପ୍ରାରମ୍ଭିକ ରୋଗ ସଂକ୍ରମଣ, ବାୟୁଜନିତ ବୀଜାଣୁ ଧରିଥିବା ବର୍ଷା ପାଣି ସେହି ପତ୍ର କଢରେ ଜମି ଥିବା ଯୋଗୁଁ ହେଇ ଥାଇପରେ । ଯେହେତୁ ଚାଷୀମାନେ ଏହି ଆବରଣ ପତ୍ରକୁ ବାହାର କରି ନଥାନ୍ତି , ଏହି ରୋଗନି ପତ୍ର ଶୁଖିଗଲା ପରେ ବଢୁଥିବା କାନ୍ଦି ସହ ଲାଗି ରହି ଥାଏ , ଯାହା ବୟସ୍କ ଫଳରେ ରୋଗ ସୃଷ୍ଟି କରିବା ପାଇଁ ରୋଗକାରକ ଫିମ୍ଫିର ଏକ ମୁଖ୍ୟ ସ୍ତ୍ରୋତ ହେଇଯାନ୍ତି ।
ଚାରାଗୃହରେ ବର୍ଷସାରା ପାଣି ସିଂଚନ ହେଉଥିବା ଯୋଗୁଁ ବ୍ଳାଷ୍ଟରୋଗ ହେବା ପାଇଁ ବାତାବାରଣ ବର୍ଷସାରା ଅନୁକୂଳ ଥାଏ ,। ଅଧିକ ଗରମ ଓ ଶୁଖିଲା ପାଗରେ ରୋଗ କମ ଦେଖାଯାଉଥିବା ବେଳେ , ଥଣ୍ଡା ଓ ବର୍ଷା ପାଗରେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ରହିଥାଏ ।
କଦଳୀ ତୋଟାରେ ଜୁଲାଇ ମାସ ସେସରେ ମୌସୁମୀ ବାୟୁ ଆରମ୍ଭ ହୋଇଥିବା । ସମୟରେ କେତୋଟି ବ୍ଳାଷ୍ଟ ଦାଗ, ଆବରଣ ପତ୍ର ଓ ଅଧା ପାଚି ଯାଇଥିବା ଫଳ କାନ୍ଦିରେ ଦେଖାଯାଏ । ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଏହି ରୋଗର ତୀବ୍ରତା ଆହୁରି ବଢିଥାଏ । ନଭେମ୍ବର ମାସରୁ ବର୍ଷା କମି ଯାଉଥିବା ଯୋଗୁଁ ନୂଆ ଦାଗ ସୃଷ୍ଟି ହୁଅନ୍ତି ନାହିଁ । କିନ୍ତୁ ଆଗରୁ ସୃଷ୍ଟି ହୋଇ ଯାଇଥିବା ଦାଗ ଅମଳ ପର୍ଯ୍ୟନ୍ତ ଫଳ ଉପରେ ସେମିତି ରହିଥାନ୍ତି । ଡିସେମ୍ବରରୁ ଜୁନ ମଧ୍ୟରେ ଶୁଖିଲା ପାଗରେ କୌଣସି ନୂଆ ଖାଲୁଆ ଦାଗର ଲକ୍ଷଣ ଦେଖାଯାଏ ନାହିଁ ।
ଏହି ରୋଗ ବର୍ତ୍ତମାନ ସୁଦ୍ଧା କିଛି ଗମ୍ଭୀର ଅମଳ କ୍ଷତି କରିନାହିଁ, କିନ୍ତୁ ଭବିଷ୍ୟତରେ ଏହା ଉତ୍ତମ କଦଳୀ ଉତ୍ପାଦନ ପାଇଁ ଏକ ମୁଖ୍ୟ ଆବରୋଧ ହୋଇଯିବାର ସମ୍ଭାବନା ରହିଛି । ତେଲେ କେତୋଟି ରୋଗ ପରିଚାଳନା ଉପାୟ ଗୁଡିକ ଦିଆଯାଇଛି ।
ସବୁଜ ଗୃହ ବା ପଲିଗୃହ ଭିତରେ ରୋଗ ପ୍ରସାର କମ କରିବାର ଉପାୟ ।
ଆନ୍ଥାକନୋଜ କଦଳୀର ଏକ ମୁଖ୍ୟ ରୋଗ ଯାହାକି , କୋଲିଟୋଟ୍ରିକମ ମ୍ୟୁଜିଏ ଫିମ୍ଫି ଦ୍ଵାରା ହୁଏ । ଏହା ଅମଳ ପରବର୍ତ୍ତୀ ରୋଗ ଯାହା କି ଫଳ ଚୋପା ଉପରେ ଦେଖାଯାଏ । ଏହି ଖାଣ୍ଡିଆ ବା କ୍ଷତ ହେଉଥିବା ସବୁଜ କଞ୍ଚା ଫଳ ଉପରେ ମଧ୍ୟ ଦେଖାଯାଏ । ଏହା ଖଣ୍ଡିଆ ବା କ୍ଷତ ହେଉଥିବା ସବୁଜ କଞ୍ଚା ଫଳ ଉପରେ ମଧ୍ୟ ଦେଖାଯାଏ । ପାଚୁଥିବା ଫଳ ଚୋପା ଉପରେ ଏହି ରୋଗ ଛୋଟ ଧୂସର ରଙ୍ଗର ଦାଗ ଭଳି ଦେଖାଯାଏ । ଏହି ଦାଗ ବଢି , ଏହି ଦାଗ ବଡ ହୋଇ ଧସିଥିବା ବଡ ସଢା ଦାଗରେ ପରିଣତ ହୁଏ । ଏହି ଦାଗରେ କେସରୀ ରଙ୍ଗର ବୀଜାଣୁର ଛୋଟ ଛୋଟ ବୁନ୍ଦା ଦେଖାଯାନ୍ତି । ଅଧିକ ପାଚି ଯାଇଥିବା ଆକ୍ରାନ୍ତ ଫଳର ଆନ୍ତରିକ ମାଂସାଳ ଅଂଶ ମଧ୍ୟ ନଷ୍ଟ ହୋଇଯାଏ । କିନ୍ତୁ ଖାଲୁଆ ଦାଗ ପାଛୁଥିବା ସବୁଜ ଫଳ ଉପରେ ଦେଖାଯାଏ । କିନ୍ତୁ ଏହି ରୋଗରେ ଆନ୍ତରିକ ମାଂସାଳ ଭାଗ ପ୍ରଭାବିତ ହୁଏ ନାହିଁ । ସେହିଭଳି ଏହି ବ୍ଳାଷ୍ଟ ରୋଗର ଦାଗ ଗୁଡିକ ନୂଆ କଦଳୀ ପୁଆର ପତ୍ର କାଣ୍ଡ , ପତ୍ରର ମଧ୍ୟ ସିରାରେ ହୀରା ଆକୃତିର ହୋଇଥାଏ । କିନ୍ତୁ ଆନ୍ଥାକନୋଜ ରୋଗଟି କେବଳ ଫଳରେ ହିଁ ଦେଖିବାକୁ ମିଳିଥାଏ ଓ ଏହା ଗଛରେ ଅନ୍ୟ କୌଣସି ଭାଗରେ ଦେଖାଯାଏ ନାହିଁ ।
ଆଧାର- କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ।
Last Modified : 7/23/2020