ପନିପରିବା ମଧ୍ୟରେ କୋବି ଫସଲର ସ୍ଥାନ ସ୍ଵତନ୍ତ୍ର । ସମୟ ସମୟରେ ଦେଖାଯାଏ ଯେ, ଫୁଲ ଓ ବନ୍ଧା କୋବିଗୁଡିକ ବିକୃତ ଏବଂ ରୋଗପୋକ ପାଇଁ ଚାଷୀକୁ କ୍ଷତି ସହିବାକୁ ପଡିଥାଏ । ବର୍ତ୍ତମାନ ଚାଷୀମାନେ କୋବି ଲଗାଉଥିଲେ କେତେକ ବିଶେଷ ସତର୍କତା ପ୍ରତି ଦୃଷ୍ଟି ଦେଲେ ଫସଲକୁ ରୋଗପୋକ ଦାଉରୁ ରକ୍ଷା କରିପାରିବେ ।
କୌଣସି ରୋଗ ବା ପୋକ ଆକ୍ରମଣ ନହୋଇ ମଧ୍ୟ ସମୟ ସମୟରେ ଖାଦ୍ୟାଭାବ, ମାତ୍ରାଧିକ ଖାଦ୍ୟ ସାର କିମ୍ବା ପାଣିପାଗ ଜନିତ ସମସ୍ୟା ପାଇଁ କେବି ଫସଲର ଉତ୍ପାଦନ ବାଧାପ୍ରାପ୍ତ ହୋଇଥାଏ।
ଫୁଲକୋବି ବାଦାମୀ ହେବା / ଫିମ୍ପିକାଣ୍ଡ
ଅନେକ ସମୟରେ ଫୁଲକୋବିର ସ୍ଵଚ୍ଛତା ନରହି ତାହା ବାଦାମୀ ପଢିଯାଏ । ବନ୍ଧ କୋବିର କାଣ୍ଡକୁ କାଟି ଦେଖିଲେ। ସେଥିରେ ଫମ୍ପା ଥିବାର ଦେଖାଯାଏ । ଅନେକ କ୍ଷେତ୍ରରେ ବନ୍ଧାକୋବି ଫାଟିଯିବାର ମଧ୍ୟ ଦେଖାଯାଏ । ଏହା ବୋରନ ସାରର ଅଭାବରୁ ପରିଲକ୍ଷିତ ହୁଏ । ମାଟିରେ ବେରାକୁ ଏଜରକୁ ୫ ଜିଗ୍ରା ପ୍ରୟୋଗ କରନ୍ତୁ କିମ୍ବା ବେରାଭିନ୍ / ଫୋଲିବର ଓ ୧ଗ୍ରା/ଲି ହିସାବରେ ସ୍ପ୍ରେ କରନ୍ତୁ ।
ଆହୁଲା ପତ୍ର: (ହ୍ୱିପଟେଲ୍)
ଅଧିକାଂଶ ସମୟରେ କୋବିପତ୍ରଗୁଡିକ ଠିକ୍ ଭାବରେ ବଢିପାରେ ନାହିଁ । ଗଛର କେବଳ ପତ୍ରର ମଝିଶିରାଗୁଡିକ ରହିଥାଏ ଏବଂ ଅଗ୍ରଭାଗରେ ଛୋଟ ପତ୍ରଟିଏ ଥାଏ । ଯାହାକି ଡଙ୍ଗା ଆହୁଲା ପରି ଦେଖାଯାଏ । ପତ୍ରଗୁଡିକରେ ସବୁଜକଣା ମଧ୍ୟ ନଥାଏ । ପତ୍ର ନଥିବାରୁ ଗଛଟି ଖାଦ୍ୟ ପ୍ରସ୍ତୁତ କରିପାରେ ନାହିଁ ଏବଂ ଭଲ ଅମଳ ଦିଏ ନାହିଁ । ଏହା ମଲିବଡେନମ୍ ଅଭାବରୁ ହୋଇଥାଏ । ସାଧାରଣତଃ ଅମ୍ଳୀୟ ମୃତ୍ତିକାରେ ଏହାର ପ୍ରାଦୁର୍ଭବ ଅଧିକ ଥାଏ । ଚୂନ ପକାଇ ମାଟିର ଅମ୍ଳତାକୁ ଠିକ୍ କରନ୍ତୁ । ଏକରକୁ ସୋଡିୟମ୍ ମଲିବଡେଟ୍ ୧ କିଗ୍ରା ହିସାବରେ ମାଟିରେ ପ୍ରୟୋଗ କରନ୍ତୁ ।
ବୋତାମ କଢ
ଅନେକ ସମୟରେ ଫୁଲକୋବି ଗଛରେ କେବଳ ଖୁବ୍ ଛୋଟ କଢଟି ଆସିଥାଏ, ଯାହା ବୋତାମ ପରି ଦେଖାଯାଏ । ସାଧାରଣତଃ ଅଧିକ ଦିନର ବୁଢା ଚରା ଜମିରେ ରୋପଣ କଲେ ତାହା ଗଛର ବୃଦ୍ଧି ନ କରାଇ ସିଧାସଳଖ କଢ ସୃଷ୍ଟି କରିଥାଏ । ଗଛର ଶାରୀରିକ ବୃଦ୍ଧି ସଠିକ୍ ହୋଇନଥିବାରୁ ତାହା କଢକୁ ଖାଦ୍ୟଯୋଗାଇ ପାରେ ନାହିଁ । ତେଣୁ ଉପଯୁକ୍ତ ସମୟରେ ଚାରରେପଣ କରନ୍ତୁ । ବେଶୀ ଦିନ ତଳିପେରାରେ ଚାରାକୁ ରଖିବୁଢା କରନ୍ତୁ ନାହିଁ ।
ଅଗପତ୍ରପୋଡା
ସମୟ ସମୟରେ ବନ୍ଧା କୋବି ଭିତରେ କଟି ଦେଖିଲେ ପତ୍ରଗୁଡିକ ପୋଡି ଯାଇଥିବାର ଦେଖାଯାଏ । ଫୁଲ କୋବିରେ ମଧ୍ୟ କଚ୍ଚ ପାଖରେ ଥିବା ପତ୍ରଗୁଡିକ ଜଳି ଯାଇଥିବା ପରିଲକ୍ଷିତ ହୁଏ । ମାଟିରେ କ୍ୟାଲସିୟମ୍ ଅଭାବ ଯୋଗୁ ଏହି ରୋଗ ହୋଇଥାଏ । ୟୁରିଆ ବଦଳରେ କ୍ୟାଲସିୟମ୍ ନାଇଟ୍ରେଟ୍ ସାର ପ୍ରୟୋଗ କରନ୍ତୁ । କ୍ୟାଲସିୟମ୍ ନାଇଟ୍ରେଟ୍ ବା ଇଡିଟିଏକୁ ସ୍ପ୍ରେ ମଧ୍ୟ କରିପାରିବେ ।
ମୂଳ ସଜା ରୋଗ:
ଏହି ରୋଗ ତଳି ଘେରରେ ଦେଖାଯାଏ । ଗଛର ମାଟିକୁ ଲାଗିଥିବା କାଣ୍ଡ ଅଂଶଟି ସଢିଯାଏ ଏବଂ ଗଛଟି ପ୍ରତିଯାଇଥାଏ । ଏହା ଏକ କବକ ଜନିତ ରୋଗ । ଏଥୁପାଇଁ୧ କିଗ୍ରା ମଞ୍ଜିକୁ ପାଇଁ ୨ ଗ୍ରାମ୍ ଥିରାମ୍ କିମ୍ବା ୧.୫ ଗ୍ରାମ୍ ବା ଭିଷ୍ଟିନ୍ ପକାଇ ବିହନ ବିଶୋଧନ କରନ୍ତୁ । ତଳି ଘୋରା ପ୍ରସ୍ତୁତ କରାଯାଉଥିବା ମୃତ୍ତିକାକୁ ଫର୍ମାଲିନ୍ ଦ୍ଵାରା ବିଶୋଧନ କରନ୍ତୁ ।
ପତ୍ରର କଳା ପଚା ରୋଗ:
ପତ୍ରର ଧାରଗୁଡିକ ହଳଦିଆ ହୋଇ ଧୀରେ ଧୀରେ ଭିତରକୁ ଅଗ୍ରସର ହୁଏ । ହଳଦିଆ ଅଂଶଟି V ଆକାରର ହୋଇଥାଏ ଏବଂ ତା' ମଝିରେ ଥିବା ଶିରାଗୁଡିକ କଳା ପଡିଯାଆନ୍ତି । ଏହା ବୀଜାଣୁ ନିତ ରୋଗ । ଏଥିପାଇଁ ରୋଗ ସହଣୀ କିସମ ଲଗାନ୍ତୁ । ବିହନକୁ ଲଗାଇବା ପୂର୍ବରୁ ଗରମ ପାଣିରେ ଉପଚାର କରନ୍ତୁ । ଷ୍ଟ୍ରେପଟାସାଇକ୍ଳିନ୍ କୁ ୦.୧ ଗ୍ରା/ଲିଟର ବା ପ୍ଲାଣ୍ଟୋମାଇସିନ୍ ୧ ଗ୍ରାମ୍ ଲିଟର ସ୍ପ୍ରେ କରନ୍ତୁ ।
ପତ୍ରଦାଗ:
ପତ୍ରରେ ଗୋଲ ଗୋଲ ବାଦାମୀ ରଙ୍ଗର ପୋଡା ଦାଗମାନ ଦେଖାଯାଏ । ସଂକ୍ରମଣ ଅଧିକ ହେଲେ ଗଛର କାଣ୍ଡରେ ମଧ୍ୟ ଦାଗମାନ ଦେଖାଯାଇଥାଏ । ଏହା ଏକ କବକ ଜନିତ ରୋଗ । ଆକ୍ରାନ୍ତ ମଞ୍ଜି ଦ୍ଵାରା ଏହା ବ୍ୟାପିଥାଏ । ଏଥିପାଇଁ ବିହନ ବିଶୋଧନ କରନ୍ତୁ । ଆମିଷ୍ଟର ୧ ମି.ଲି / ଲିଟର କିମ୍ବା କ୍ଲୋରୋଥାଲେନିଲ୍ ଓ ୨ ମିଲି/ଲିଟର ସ୍ପ୍ରେ କରନ୍ତୁ ।
ଗୁଚ୍ଛ ଚେର:
ଆକ୍ରାନ୍ତ ଗଛର ଚେରଗୁଡିକର ଆକାର ବଢିଯାଏ । ଚେରଗୁଡିକ ବିକୃତ ହୋଇଯାଆନ୍ତି ଏବଂ ଫୁଲି ଯାଆନ୍ତି । ଆକ୍ରାନ୍ତ ଗଛଗୁଡିକରେ ପତ୍ର ହଳଦିଆ ପଢିଯାଏ, ଗଛ ଝାଉଁଳି ପଡେ ଏବଂ ଶେଷରେ ମରିଯାଏ । ଏହା ଏକ କବକ ଜନିତ ରୋଗ । ଅମ୍ଳୀୟ ମାଟିରେ ଏହାର ପ୍ରାଦୁର୍ଭାବ ଅଧିକ । ଏଥିପାଇଁ ମାଟିର ଅମ୍ଳତା ଠିକ୍ ରଖନ୍ତୁ । ମାଟିର ଜଳ ନିଷ୍କାସନ ପଦ୍ଧତି ଠିକ୍ ରଖିବା ସହ ଫସଲ ପର୍ଯ୍ୟାୟ ଅବଲମ୍ବନ କରନ୍ତୁ ।
ଡାଉନିମିଲଡ୍ୟୁ:
ପତ୍ରର ତଳ ପାଖରୁ ଧଳା ରଙ୍ଗର ପାଉଡର ଭଳି ଲାଗିଥିବାର ଦେଖାଯାଏ । ଧୀରେ ଧୀରେ ପତ୍ରର ଉପରି ପାର୍ଶ୍ଵରେ ହଳଦିଆ ରଙ୍ଗର ଚିହ୍ନ ଦେଖାଯାଏ, ପରେ ବାଦାମୀ ପଢିଯାଏ । ବନ୍ଧାକୋବି ବା ଫୁଲ କୋବି ଅମଳ ଅବସ୍ଥାରେ କୋବି ଉପରେ ଗାଢ ରଙ୍ଗର ଖାଲୁଆ ଚିହ୍ନ ଦେଖାଯାଏ । ଏହା ଏକ କବକ ଜନିତ ରୋଗ । ଏଥିପାଇଁ କୌଣସି ସଲଫର ଥିବା ଫିମ୍ପିନାଶକ ବ୍ୟବହାର କରନ୍ତୁ । ସେ କ୍ଲିନ୍୩ ଗ୍ରାମ / ଲିଟର ସ୍ପ୍ରେ କରନ୍ତୁ ।
ସଂଗୃହିତ – ତପନ କୁମାର ଗିରି, ପୁଷ୍ପ ଓ ଭୂପୃଷ୍ଠ ଉଦ୍ୟାନ ବିଭାଗ, ଓୟୁଏଟି, ଭୁବନେଶ୍ଵର,
Last Modified : 1/26/2020