অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କଲରାରେ ରୋଗ ଓ ପ୍ରତିକାର

ବର୍ଷାଦିନିଆ ପନିପରିବା ମଧ୍ୟରେ କଲରା ଏକ ମୁଖ୍ୟ ଫସଲ । ହେଲେ ବିଭିନ୍ନ ରୋଗପୋକ କାରଣରୁ କଲରାର ଅମଳ କମ୍ ହୁଏ ଫଳରେ ଚାଷୀକୁ କ୍ଷତି ସହିବାକୁ ପଡିଥାଏ । ବର୍ତ୍ତମାନ ପାଗରେ କଲରାରେ ଫଳମାଛି, ଜଉପୋକ, ନାଲି କଖାରୁ ପୋକ, ପାଉଁଶିଆ, ଝାଉଁଳା, ନିମ୍ନମୁଖୀ, ସାହେବୀ ରୋଗ ଆଦି ଦେଖାଦେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଫଳମାଛି ରୋଗ

ବର୍ଷାଦିନ ଆରମ୍ଭ ହେବା ପରେ ବାୟୁ ମଣ୍ଡଳର ଆର୍ଦ୍ରତା ରହିଲେ ଫଳମାଛି, ଛୋଟ ଫଳରେ ଅଣ୍ଡା ଦିଏ ଏବଂ ଅଣ୍ଡା ଫୁଟିଲା ପରେ ସୁକ ଫଳ ଭିତରକୁ ପ୍ରବେଶ କରେ । ଏନେଇ ଧୀରେ ଧୀରେ ଫଳ ହଳଦିଆ ପଢିଯାଏ ଏବଂ ଅନେକାଂଶ ଫଳ ବଙ୍କା ହୋଇଯାଏ । ଫଳରେ ବଜାରରେ କଲରାଦର କମିଯାଏ । ଏହି ପୋକର ପରିଚାଳନା ପାଇଁ ପ୍ରତି ଲିଟର ପାଣିରେ ୨ ମି.ଲି କ୍ଲୋରୋପାଇରିପସ୍ କିମ୍ବା ମାଲାଥିଆନ୍ ୨ ମି.ଲି ମିଶାଇ ଗଛରେ ସିଞ୍ଚନ କରନ୍ତୁ । ଏହା ସହ କଲରାରେ ଜଉପୋକ ଲାଗୁଥିବାର ମଧ୍ୟ ଦେଖାଯାଏ । ଏହି ପୋକ ଲାଗିଲେ ଗଛ ହଳଦିଆ ପଡିଯାଏ।

ଏହି ପୋକ ପତ୍ରରୁ ରସ ଶୋଷି ଖାଇବା ଫଳରେ ଗଛ ଦୁର୍ବଳ ହୋଇଯାଏ । ଏହାର ପରିଚାଳନା ପାଇଁ ପ୍ରତି ଲିଟର ପାଣିରେ ୦.୫ ମିଲି ଇମିଡାକ୍ଲୋପିଡ କିମ୍ବା ୧ ଗ୍ରାମ୍ ଏସିଫେଟ୍ ସିଞ୍ଚନ କରନ୍ତୁ । କଲରା ଗଛ ଛୋଟ ଥିବା ଅବସ୍ଥାରେ ନାଲି କଖାରୁ ପୋକ ଅଧିକ ଲାଗୁଥିବା ଦେଖାଯାଏ । ଗଛ ଛୋଟ ଅବା ସମୟରେ ପତ୍ରକୁ କୋରି ଖାଇ ଯାଆନ୍ତି । ଏବଂ ଗଛକୁ ଦୁର୍ବଳ କରିଦିଅନ୍ତି । ଏହାର ପରିଚାଳନା ପାଇଁ ମିଥାଇଲ୍ ପାରାଥିଆନ୍ ଗୁଣ୍ଡକୁ ପାଉଁଶ ସହ ମିଶାଇ ପତ୍ରରେ ପକାଇଲେ ଏହିପୋକ ପତ୍ରକୁ ଖାଆନ୍ତି ନାହିଁ । ଏହା ବ୍ୟତୀତ ପ୍ରତି ଲିଟର ପାଣିରେ ୧ମି.ଲି ଟ୍ରାଇଜୋଫସ୍ କିମ୍ବା ୧ ଗ୍ରାମ୍ ଏସିଫେଟ୍ ମିଶାଇ ପତ୍ରରେ ସିଞ୍ଚନ କଲେ ଏହି ରୋଗରୁ ମୁକ୍ତି ମିଳିଥାଏ ।

ପାଉଁଶିଆ ରୋଗ

ଏହି ରୋଗ ସାଧାରଣତଃ ପୁରୁଣା ପତ୍ରରେ ଅତ୍ୟଧିକ ଆର୍ଦ୍ରତା ଥିଲେ ଦେଖାଯାଏ । ଏହି ରୋଗ ଦେଖା ଦେଲେ ପତ୍ର ଉପର ପାଉଁଶିଆ ଦେଖାଯାଏ ଏବଂ ଆସ୍ତେ ଆସ୍ତେ ପତ୍ର ଶୁଖିଯାଏ । ରୋଗର ପରିଚାଳନା ପାଇଁ ସଲଫର। ସେଚିତ ଗୁଣ୍ଡ ୩ ଗ୍ରାମ୍ (୧ ଲିଟର) ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ଝାଉଁଳା ରୋଗ

ରୋଗ ଦେଖାଦେଲେ ପ୍ରଥମେ ଗଛ ଝାଉଁଳି ଆସ୍ତେ ଆସ୍ତେ ମରିଯାଏ । ଗଛର ପତ୍ର ହଳଦିଆ ପଢିଯାଏ । ରୋଗର ପରିଚାଳନା ପାଇଁ ପ୍ରତି ଲିଟର ପାଣିରେ ୧ ଗ୍ରାମ୍ କାରବେଣ୍ଡିଜିମ୍ ଦେଇ ୭ ଦିନ ବ୍ୟବଧାନରେ ଦୁଇ ଥର ପତ୍ର ସିଞ୍ଚନ କରନ୍ତୁ ।

ନିମ୍ନ ମୁଖୀ ପତ୍ରପୋଡା ରୋଗ

ଏହି ରୋଗ ଦେଖାଦେଲେ। ପତ୍ରର ଉପର ହଳଦିଆ ଦାଗ ଏବଂ  ପତ୍ରର ତଳ ଭାଗ ପାଉଁଶିଆ ଦେଖାଯାଏ । ଏହି ରୋଗ ବେଶୀ ଆର୍ଦ୍ଦତା ଥିଲେ ଖୁବ୍ ଶୀଘ୍ର ବ୍ୟାପିଥାଏ । ଫଳରେ ଗଛଟି ମରିଯାଏ । ଏହାର ପରିଚାଳନା ପାଇଁ ମାନକୋଜେବ୍ ପ୍ରତି ଲିଟର ପାଣିରେ ୩ ଗ୍ରାମ୍ କିମ୍ବା ମେଟାଲାକ୍ସିଲ ଏବଂ ମାନକୋଜେବ ଦ୍ରବଣକୁ ୩ ଗ୍ରାମ୍ ପ୍ରତି ଲିଟର ପାଣିରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ।

ସାହେବୀ ରୋଗ

ଏହା ଏକ ଭୂତାଣୁ ଜନିତ ରୋଗ ଏବଂ ଶୋଷକ ପୋକ ମାନଙ୍କ ଦ୍ଵାରା ଏହା ବ୍ୟାପିଥାଏ । ଏହାର ନିରାକରଣ ପାଇଁ ପ୍ରତି ଲିଟର ପାଣିରେ ୦.୫ ମିଲି ଇମିଡାକ୍ଲୋପିଡ କିମ୍ବା ୧ ଗ୍ରାମ୍ ଏସିଫେଟ୍ ମିଶାଇ ପତ୍ର ସିଞ୍ଚନ କରିବା ଉଚିତ ।

ସଂଗୃହିତ - ସନତ କୁମାର ମେହେର, କୃଷି ବିଜ୍ଞାନକେନ୍ଦ୍ର, ବରଗଡ

Last Modified : 1/5/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate