অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କାଜୁ ଫସଲରେ ଚା’ ମଶକ କୀଟ ଦମନ

ଜୈବିକ  ଉପାୟରେ  କୀଟ  ଦମନ

ନାଲି ପିମ୍ପୁଡି  କାଜୁ ବଗିଚାରେ ଉପଲବ୍ଧ  ହେଲେ  ସେମାନଙ୍କୁ ବିନାଶ ନ କରି ସେମାନଙ୍କର ସଂରକ୍ଷଣ  ପ୍ରତି  ଧ୍ୟାନ ଦେବା  ଆବଶ୍ୟକ  । ଏହି ପିମ୍ପୁଡି  ଚା’ ମଶକ କୀଟକୁ ଖାଇ ଜୀବନ  ଧାରଣ କରନ୍ତି  । ନାଲି  ପିମ୍ପୁଡିକୁ  ଚା’ ମଶକ  କୀଟ  ଦମନ  କରିବା  ଲାଗି  କେରଳ  କନ୍ନୁର  ଜିଲ୍ଲାରେ  ୦୧.୨୫ ହେକ୍ଟର  ବଗିଚାରେ  ଗବେଷଣା  ପ୍ରାୟ  ୫ ବର୍ଷ  ପର୍ଯ୍ୟନ୍ତ  ଲଗାତର  କରାଯାଇଥିଲା  । ବଗିଚାର  ଅର୍ଦ୍ଧେକ  ଫସଲରେ  ଆବଶ୍ୟକ ମୁତାବକ ନାଲି ପିମ୍ପୁଡି କାଜୁ ଗଛରେ  ଛଡା ଯାଇଥିଲା  । ଅନ୍ୟ  ଅର୍ଦ୍ଧେକ   ଫସଲରେ ନାଲି ପିମ୍ପୁଡି ପ୍ରୟୋଗ ହୋଇ ନଥିଲା  । ବଗିଚାରେ କୌଣସି କୀଟନାଶକ ପ୍ରୟୋଗ  କରାଯାଇନଥିଲା ୫ ବର୍ଷ ଗବେଷଣାରୁ ଜଣା ପଡିଲା ଯେ ଯେଉଁ  ଅର୍ଦ୍ଧେକ  କାଜୁ ଫସଲରେ ନାଲି ପିମ୍ପୁଡି  ଛଡା  ହୋଇଥିଲେ  ସେଥିରେ ୯୯ ପ୍ରତିଶତ  ଗଛକୁ ଚା’ମଶକ କୀଟ  ଆକ୍ରମଣ କରି ନ ଥିଲେ  । କିନ୍ତୁ  ଅନ୍ୟ  ଅର୍ଦ୍ଧେକ କାଜୁ ଫସଲରେ ୨୦.୪୫ ରୁ ୯୨.୯ ପ୍ରତିଶତ କାଜୁ ଗଛରେ ଚା’ମଶକ କୀଟ  କ୍ଷତି  ଘଟାଇଥିଲେ  ।

ପ୍ରକୃତିରେ ଉପଲବ୍ଧ  ହେଉଥିବା  କେତେକ  ପରାଶ୍ରୟୀ  ଉପକାରୀ  କୀଟ ଯଥା ଟେଲିନୋମଶ କାସପିଜ୍ ଟିଟୋଷ୍ଟ୍ରିକା  ସ୍ପେସିଜ ଏବଂ  ଇରିଥମିଲସ  ହେଲୋପେଲଟିଡିଜ  ଚା’ ମଶକ  କୀଟକୁ   ଖାଇଦିଅନ୍ତି   । ସେହିପରି  ବିଭିନ୍ନ  ପ୍ରଜାତିର ବୁଢୀଆଣି  ଯଥା ଅକ୍ସିଓପିଜ୍  ସିରେଟା, ଫିଲଡିପ୍ସ ପ୍ୟାଚ  ଏବଂ  ହିଲ୍ସ  ସ୍ପେସିଜ ମଧ୍ୟ ଚା’ ନାଶକ କୀଟର ଅର୍ଭକ ଏବଂ ପୂର୍ଣାଙ୍ଗପ୍ରାପ୍ତ କୀଟକୁ ଖାଇ ଦିଅନ୍ତି  । ଏକପ୍ରକାର ଅଷ୍ଟପଦୀ  କୀଟ  ଯଥା  ଲେପ୍ଟେସ  ସ୍ପେସିଜ  ମଧ୍ୟ ଚା’ ମଶକ  କୀଟକୁ ଖାଇ ଦିଅନ୍ତି  । ବର୍ତ୍ତମାନ  ହୋଇଥିବା  ଗବେଷଣାର   ତଥ୍ୟ  ଅନୁଯାୟୀ  ପ୍ରାୟ ୧୧୭ ପ୍ରଜାତିର  ବୁଢିଆଣୀ ଏବଂ ୧୮ ପ୍ରଜାତିର  ଋଦୁଭିଡ୍ ସ  ମଧ୍ୟ  ଚା’ମଶକ  କୀଟକୁ  ଖାଇଥିବାର ତଥ୍ୟ  ମିଳୁଅଛି  । ଏଗୁଡିକ ପୃଥିବୀର ଭିନ୍ନ ଭିନ୍ନ  ରାଷ୍ଟ୍ରର କାଜୁ ବାଦାମ  ଫସଲରେ   ଉପଲବ୍ଧ ହେଉଛି   ।

ଉଦ୍ଦିଦଜାତ  କୀଟନାଶକ

ଏଗୁଡ଼ିକର  ପରିବେଶ ଓ  ଜଳବାୟୁ   ପ୍ରତି  ନିରାପଦ   । ନିମ୍ବତେଲ  କିମ୍ବା   କରଞ୍ଜତେଲ  ଏକଲିଟର   ପାଣିରେ  ୫ ମିଲିମିଟର  ମିଶାଇ   ଫସଲକୁ   ସିଞ୍ଚନ  କାଲେ ଚା’ ମଶକ   କୀଟର   ଉତ୍ପାତ  ହ୍ରାସହୁଏ   । ନିମ୍ବ  ମଞ୍ଜିରୁ  ପ୍ରସ୍ତୁତ  ୫ ପ୍ରତିଶତ  ଦ୍ରବଣ  ତେଲ   ଅପେକ୍ଷା   ଅଧିକ  ଫଳପ୍ରଦ   । ସେହିପରି  କରଞ୍ଜ  ମଞ୍ଜିରୁ  ପ୍ରସ୍ତୁଟି  ୫ ପ୍ରତିଶତ  ଦ୍ରବଣ  ମଧ୍ୟ  ଚା’ ମଶକ  କୀଟକୁ   ବିନାଶ   କରିବା   ପାଇଁ   ସକ୍ଷମ   ।

ଫିମ୍ପିଜାତୀୟ  କୀଟନାଶକର  ପ୍ରୟୋଗ

ବିଭେରିଆ  ବାସିଆନା  ଏବଂ  ମେଟାରାଇଜିୟମ ଆନିସୋପ୍ଳିଏ  ନାମକ ଦୁଇ ଫିମ୍ପି ଚା’ ମଶକ  କୀଟକୁ  ଆକ୍ରମଣ କରି  ତାକୁ  ବିନାଶ  କରନ୍ତି    ।

ରାସାୟନିକ କୀଟନାଶକ ପରିବର୍ତ୍ତେ  ନିମ୍ବଜାତ  କରଞ୍ଜରୁ  ଉତ୍ପନ  କୀଟନାଶକ, ଉଦ୍ଦିଦଜାତ  କୀଟନାଶକ , ଉଦ୍ଦିଦଜାତ  କୀଟନାଶକ ଓ ଫିମ୍ପି  ଜାତୀୟ  କୀଟନାଶକ  ପ୍ରତି  ସର୍ବଦା  ଧ୍ୟାନ  ଦେବା  ଆବଶ୍ୟକ  । ଏସବୁ  ସତ୍ତ୍ୱେ  ଯଦି  ଆଶାନୁରୂପ  ସଫଳତା  ମିଳିପାରେ  ନାହିଁ  ସେହି  ସମୟରେ  ରାସାୟନିକ   କୀଟନାଶକ ପ୍ରୟୋଗ କରିବା ବିଧେୟ   ।

ଆଧାର : କୃଷି ବିଭାଗ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate