অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଘାସମରା ଔଷଧ ବ୍ୟବହାରରେ ସତର୍କତା

ଅନାବନା ଘାସ ନିୟନ୍ତ୍ରଣ

ଅଧୁନା କୃଷି କ୍ଷେତ୍ରରେ ମଜୁରୀ ବୃଦ୍ଧି ଏବଂ ଫସଲରେ ଘାସ ବଛା ସମୟରେ ଲୋକ ଶକ୍ତିର ଅଭାବ ଯୋଗୁଁ ଅନାବନା ଘାସ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡୁଛି । ପୁନଶ୍ଚ ପାଣିପାଗର ଅନିୟମିତତା ଫଳରେ କୋଡା ଖୁସା ଓ ହାତରେ ଘାସ ବାଛିବା ସମ୍ଭବପର ନୁହେଁ ।

ଘାସ ବାଛିବା ସହଜ ନୁହେଁ ।  ଏହି କାର୍ଯ୍ୟରେ ଅଧିକ ପରିଶ୍ରମ ସହିତ କଷ୍ଟସାଧ୍ୟ । ଚାଷ ଜମିରେ ଘାସ ହେଲେ ଶସ୍ୟ ରୋପଣ କରିବାରେ ଅଧିକ ପରିଶ୍ରମ ଲାଗେ । ସେଥିପାଇଁ ଘାସମରା ଔଷଧ ଦ୍ଵାରା ଅନାବନା ଗଛ ଓ ଘାସକୁ ମଧ୍ୟ ସଫା କରିପାରିବେ ।

ଏହି ସମସ୍ୟାକୁ ସୁଧାରିବା ପାଇଁ ବଜାରରେ ମିଳୁଥିବା ଘାସମରା ଔଷଧକୁ ସହଜରେ ଓ ଖୁବ୍ କମ୍ ଖର୍ଚ୍ଚରେ ଅନାବନା ଗଛ ନଷ୍ଟ ହୋଇଥାଏ ।

ରାସାୟନିକ ଔଷଧର ବ୍ୟବହାର ଏବଂ ସତର୍କତାର

ଏହି ରାସାୟନିକ ଔଷଧକୁ ଠିକ୍ ସମୟରେ ଏବଂ ସତର୍କତାର ସହିତ ପ୍ରୟୋଗ କରିବା ଆବଶ୍ୟକ ।

  • ପବନ ଜୋରରେ ବୋହୁଥିବା ସମୟରେ ଔଷଧ ସିଞ୍ଚନ କରନ୍ତୁ ନାହିଁ।
  • ଔଷଧ ପ୍ରସ୍ତୁତି ଓ ପ୍ରୟୋଗ ସମୟରେ ହାତରେ ଗ୍ଲୋବସ୍ ଓ ଆଖିରେ ଚଷମା ପିନ୍ଧନ୍ତୁ ।
  • ଅନାବନା ଗଛରୁ କାକର ଛାଡିବା ପରେ ଅର୍ଥାତ ସକାଳ ୯ଟାରେ ଔଷଧ ସିଞ୍ଚନ କରନ୍ତୁ ।
  • ରୁଆ ଧାନରେ ପାଣି ଶୁଖାଇ ଔଷଧ ବ୍ୟବହାର କରିବାରେ ୨-୩ ଦିନ ପରେ କିଆରିରେ ପାଣି ଭରି କରନ୍ତୁ ।
  • ଔଷଧ ବ୍ୟବହାର ସମୟରେ କୌଣସି ଖାଦ୍ୟ ଓ ପାନୀୟ ଗ୍ରହଣ କରନ୍ତୁ ନାହିଁ।
  • ପରିଷ୍କାର ପାଣି ଓ ପ୍ଲାଷ୍ଟିକ୍ ବାଲାତିରେ ଔଷଧ ପକାନ୍ତୁ ।
  • ସ୍ପ୍ରେ କରିବା ପାଇଁ ଫ୍ଲାଟ୍ ପ୍ୟାନ୍ ବା ଫୁଡଜେଟ୍ ଧରଣର ନୋଜଲ ବ୍ୟବହାର କରନ୍ତୁ ।
  • ଏହି ଔଷଧ ଗୁଡିକ ବିଷ ହୋଇଥିବାରୁ ମନୁଷ୍ୟ, ପଶୁ ଓ ପିଲାମାନଙ୍କ ଠାରୁ ଦୂରରେ ରହିବା ଉଚିତ ।
  • ଔଷଧ ସିଞ୍ଚନ କରିବାର ୮ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନହେବା ଆବଶ୍ୟକ ।
  • ସିଞ୍ଚନ ପରେ ସ୍ନେୟର ଟାଙ୍କି, ନଜଲ ଓ ରବର ପାଇପଗୁଡିକୁ ଧୋଇ ଦିଅନ୍ତୁ।
  • ଜମିର କ୍ଷେତ୍ରଫଳ ଅନୁସାରେ ଔଷଧକୁ ଠିକ୍ ଭାବରେ ହିସାବ କରି ପ୍ରୟୋଗ କରନ୍ତୁ ।
  • ଔଷଧ ଡବାଗୁଡିକ ସରିଗଲେ ଏହାକୁ ମାଟିରେ ଗଭୀର ଗାତ ଖୋଳି ପୋତି ଦଅନ୍ତୁ ।

ଆଧାର - କୃଷି ବିଭାଗ

Last Modified : 3/9/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate