ଆମ ରାଜ୍ୟ ରେ ଚିନାବାଦାମ ଏକ ଅର୍ଥକାରି ଫସଲ ଭାବରେ ଚାଷ କରାଯାଏ।ରାଜ୍ୟ ରେ ଚାଷ ହେଉଥିବା ସମସ୍ତ ତୈଳ ବୀଜର ଶତକଡା 60 ଭାଗ ଚିନାବାଦାମ ରୁ ମିଳିଥାଏ। ଓଡିଶାରେ ଚିନାବାଦାମ ସାଧାରଣତଃ ବର୍ଷା ଓ ଶିତ ଋତୁରେ ଚାଷ କରାଯାଏ ।ଚିନାବାଦାମ ମୁଖ୍ୟତଃ ଭୂତାଣୁ ଜନିତ ରୋଗରେ ଆକ୍ରାନ୍ତ ହୋଇଥାଏ ।ଚିନାବାଦାମ ରେ ହେଉଥିବା ମୁଖ୍ୟ ରୋଗ ମାନଙ୍କ ମଦ୍ୟ ରେ ଉଚ୍ଛୁର ପତ୍ର ଦାଗ ରୋଗ (ଟୀକା ରୋଗ),କାଣ୍ଡଶଢା ରୋଗ ,ଚେରଶଢାରୋଗ,ଗଳାପଚା ରୋଗ ,ଅଗ୍ରମୁକୁଳ ପୋଡା ରୋଗ ,କଳଙ୍କି ରୋଗ ଅନ୍ୟତମ ।
ଚିନାବାଦାମରେ ମୁଖ୍ୟତଃ ଦୁଇ ପ୍ରକାରର ଟୀକା ରୋଗ
ଦେଖାଯାଏ -୧.ସହଳ ଟୀକା ରୋଗ ୨.ବିଳମ୍ବ ଟୀକା ରୋଗ
ସହଳ ଟୀକା ରୋଗ ସାଧାରଣତଃ ଚିନାବାଦାମ ଲଗେଇବାର ୩୫ ଦିନ ପରେ ଦେଖାଯାଏ।ଏହି ରୋଗରେ ଚିନାବାଦାମ ପାତ୍ର ର ଉପର ପଟେ କଳା ରଙ୍ଗର ଚିହ୍ନ ଦେଖାଯାଏ ଏବଂ ଏହାର ଚାରିପାଖ ରେ ହଳଦିଆ ରଙ୍ଗର ପଟି ଘେରି ରହିଥାଏ। ବିଳମ୍ବ ଟୀକା ରୋଗ ଖରିଫ ଋତୁରେ ମଞ୍ଜି ଲଗେଇବାର ୫୫-୫୬ ଦିନ ପରେ ଓ ରବି ଋତୁରେ ୪୨-୪୬ ଦିନ ପରେ ଦେଖାଯାଏ। ଏହି ରୋଗରେ ପାତ୍ର ର ତଳ ପଟେ ଗାଢ କଳା ରଙ୍ଗ ର ଦାଗ ଦେଖାଯାଏ ।ବିଳମ୍ବ ଟୀକା ରୋଗରେ ଚିହ୍ନ ଚାରିପାଖରେ ହଳଦିଆ ରଙ୍ଗର ପଟି ନ ଥାଏ ।
ଉଭୟ ସହଳ ଏବଂ ବିଳମ୍ବ ଟୀକା ଦାଗ ଗୁଡିକ ମିଶିଯାଇ ପୁରା ପାତ୍ର କୁ ମାଡିଯାଏ। ଅଧିକ ଆକ୍ରାନ୍ତ ହେଲେ ଟୀକା ଗଛ ର ଡେମ୍ଫ ଏବଂ କାଣ୍ଡ କୁ ମଧ୍ୟ ଆକ୍ରାନ୍ତ କରେ ଏବଂ ପାତ୍ର ସବୁ ଝଡିପାରେ ।ପାତ୍ର ଝଡିପଡିବା ଫଳରେ ଫସଲର ବୃଦ୍ଧି ଓ ଅମଳ କାମିଯାଏ।
ଏହି ରୋଗରେ ମାଟି ସ୍ତର ପାଖରେ କାଣ୍ଡ ଉପରେ ପାଣି ଫୋଟକା ଦାଗ ଦେଖାଯାଏ କାଣ୍ଡର ଆକ୍ରାନ୍ତ ଅଂଶରେ ସୋରିଷ ମଞ୍ଜି ଭଳି କବକ ଦେଖାଯାଏ। ପରେ ଆକ୍ରାନ୍ତ ଗଛ ଅନିୟମିତ ଭାବେ ଝାଉଂଳି ପଡେ ।
ପ୍ରତିକାର:
ପ୍ରତିକାର :
କିମ୍ବା
ଏହି ରୋଗରେ ମୂଳ ପାଖରୁ କାଣ୍ଡ ସଡିଯାଏ ଓ ତା ପରେ ଫିମ୍ପି ମାଡିଯାଏ।ଗଛ ହଳଦିଆ ପଡିଯାଏ ଏବଂ ପରେ ଶଢା ମୂଳ କଳା ପଡିଯାଏ । ବେଳେ ବେଳେ ଫଳ,ମୂଳ ଏବଂ ମାଟି ଭିତରେ ଥିବା ଓହଳ ମଧ୍ୟ ଆକ୍ରାନ୍ତ ହୋଇଥାଏ। ଅଧିକ ଆକ୍ରାନ୍ତ ଫସଲ ମରିଯାଏ।ଆକ୍ରାନ୍ତ ଚିନାବାଦାମ ଫଳ ମଧ୍ୟରେ ଥିବା ମଞ୍ଜି ଗୁଡିକ ଉପରେ କଳା ଛପା ଦେଖାଯାଏ।
ପ୍ରତିକାର:
ଏହି ରୋଗରେ ପତ୍ର ଉପରେ ଈଷତ ଲାଲ ରଙ୍ଗର କଳଙ୍କି ଭଳି ଦାଗ ପତ୍ରର ତଳ ପଟେ ଦେଖାଯାଏ।ପରେ ପୁରା ପତ୍ରରେ ଦାଗ ହୋଇଯାଏ।ଆକ୍ରାନ୍ତ ପାତ୍ର ଗୁଡିକ କଳା ପଡି ଶୁଖିଯାଏ।ଏହା ସାଧାରଣତଃ ଉଚ୍ଛୁର ପାତ୍ର ଦାଗ ରୋଗ(ଟୀକା ରୋଗ)ସମୟରେ ଫସାଲେରେ ଦେଖାଯାଏ।ଗଛ ଛୋଟ ଥିବାବେଳେ ଏହାର ଆକ୍ରମଣ ହେଲେ ଅମଳ ବହୁତ କମିଯାଏ ଏବଂ ଆକ୍ରାନ୍ତ ଚିନାବାଦାମ ଗଛ ରେ ମଞ୍ଜି ସୁଖି ଛୋଟ ହୋଇଯାଏ।
ପ୍ରତିକାର:
ଏହା ଏକ ଭୂତାଣୁ ଜନିତ ରୋଗ ଓ ଉକୁଣିଆ ପୋକ ଦ୍ଵାରା ବ୍ୟାପିଥାଏ ।ଅଗ୍ରମୁକୁଳ ପୋଡି ଗଲା ପରି ଦେଖାଯାଏ ଏବଂ ଏହା ଆଗ୍ର ରୁ ନିମ୍ନ ଅଡୁକୁ ବ୍ୟାପି ଥାଏ ।ଆକ୍ରାନ୍ତ ଗଛ ର ପାତ୍ର ଗୁଡିକ ଛୋଟ,ବିକୃତ ଆକାର ଏବଂ ମୋଟା ହୋଇଯାଏ। ଗଛ ଭଲ ଭାବରେ ବାଡି ପରେ ନାହିଁ ।ଏହା ଶୁଷ୍କ ଦେଖାଯାଏ ପାତ୍ର ଓ ଫୁଲ ମଳିନ ପଡିଯାଏ।ଫଳର ସଂଖ୍ୟା କମିଯାଏ।ଓ ଏଥିରୁ ମୁରୁକୁଟିଆ ମଞ୍ଜି ବାହାରେ ।
ପ୍ରତିକାର:
ଉଚ୍ଛୁର ପତ୍ର ଦାଗ ରୋଗ (ଟୀକା ରୋଗ):
ଆଧାର : କୃଷି ଜାଗରଣ
Last Modified : 1/26/2020