ଫସଲ ଚାଷ ପାଇଁ ରୋଗପୋକ ଦମନ ଅତ୍ୟନ୍ତ ଜରୁରୀ, ସେଥିପାଇଁ ଚାଷୀଭାଇ ମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି, ବିଭିନ୍ନ ପ୍ରକାରର ଔଷଧ ବ୍ୟବହାର କରିଥାନ୍ତି। ଏହା ଜୈବିକ ଔଷଧ ବ୍ୟବହାର କରି ମଧ୍ୟ କୀଟ ପରିଚାଳନା କରି ହେବ । ଏଥିପାଇଁ କୌଣସି ଖର୍ଚ୍ଚ କରିବାକୁ ପଡିନଥାଏ, ବରଂ ନିଜେ ପ୍ରସ୍ତୁତ କରି ବ୍ୟବହାର କରି ପାରିବେ । ଏହି ଭିଡିଓରେ କେତେକ ପ୍ରଣାଳୀ ବ୍ୟାଖ୍ୟା କରା ଯାଇଛି ।
ବିଜାମୃତ ଦ୍ଵାରା ବିହନ ବିଶୋଧନ: ବିହନ ଲଗାଇବା ପୂର୍ବରୁ ଏହାକୁ ବିଜାମୃତ ଦ୍ଵାରା ବିଶୋଧନ କରନ୍ତୁ । ଏହାର ପ୍ରଣାଳୀ ଭିଡିଓ ରେ ଦର୍ଶା ଯାଇଛି ।
ହାଣ୍ଡିଖତ ବା ଅମୃତ ରସ ପ୍ରସ୍ତୁତି ପ୍ରଣାଳୀ: ଗଛ ବଡ ହୋଇଗଲାପରେ କିମ୍ବା ଫଳ ଧରିଲାବେଳେ ହାଣ୍ଡିଖତ ବା ଅମୃତ ରସ ବ୍ୟବହାରକରି ରୋଗ ପୋକ ନିୟନ୍ତ୍ରଣ କରିହେବ । ଏଥିରେ ହାଣ୍ଡିଖତ ପ୍ରସ୍ତୁତି ଓ ବ୍ୟବହାରର ପରିମାଣ ଦର୍ଶା ଯାଇଛି ।
ବିଶେଷଜ୍ଞଙ୍କ ପରାମର୍ଶ: ଏଥିରେ ଜୈବିକ ପଦ୍ଧତି ରେ ରୋଗ ପୋକ ନିୟନ୍ତ୍ରଣ ବିଷୟରେ ଜଣେ କୃଷି ବିଶେଷଜ୍ଞଙ୍କ ମତାମତ ଦିଆଯାଇଛି ।
ମୃତ୍ତିକା ପରୀକ୍ଷା ଓ ଜମି ପରିଚାଳନା: ଏଥିରେ ମୃତ୍ତିକା ପରୀକ୍ଷା ଓ ଜମି ପରିଚାଳନା ସମ୍ବନ୍ଧରେ ଏକ କର୍ମଶାଳାର ବିବରଣୀର ଭିଡିଓ ଦିଆଯାଇଛି ।
ଏହି ଭିଡିଓରେ ଜୈବିକ ପଦ୍ଧତି ରେ ରୋଗ ପୋକ ନିୟନ୍ତ୍ରଣ ବିଷୟରେ ଆଲୋଚନା କରା ଯାଇଛି।
ଆଧାର :Lavs
Last Modified : 1/26/2020