অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଟମାଟୋ ଫସଲରେ ସମନ୍ୱିତ କୀଟ ପରିଚାଳନା

ଟମାଟୋ ଫସଲରେ ସମନ୍ୱିତ କୀଟ ପରିଚାଳନା

ବର୍ତ୍ତମାନ ଆମ ରାଜ୍ୟ ତଥା ଦେଶରେ ଦର ବୃଦ୍ଧିକୁ ନେଇ ଟମାଟୋ, ଭାରି ଚର୍ଚ୍ଚାରେ । ତେଣୁ ଟମାଟୋ ଅମଳ ହ୍ରାସ ପାଇବା ପଛରେ ପ୍ରମୁଖ କାରକଗୁଡିକ ମଧ୍ୟରୁ କୀଟଜନିତ ସମସ୍ୟା ଏକ ପ୍ରମୁଖ ସମସ୍ୟା । ଅନିଷ୍ଟକାରୀ କୀଟ ଓ ଏହାର ସମନ୍ୱିତ ପରିଚାଳନା ସମ୍ପର୍କରେ ଏଠାରେ ଆଲୋକପାତ କରାଯାଉଛି।

ଅନୁକୂଳ ଜଳବାୟୁ, ଉର୍ବର ମୃତ୍ତିକା ତଥା ଆଧୁନିକ କୃଷିପଦ୍ଧତିର ଉପଯୋଗିତା ଫଳରେ ଆମ ଦେଶ ପନିପରିବା ଉତ୍ପାଦନରେ ବିଶ୍ଵସ୍ତରରେ ଏକ ଅଗ୍ରଣୀ ଦେଶ ଭାବେ ପରିଗଣିତ ହେଉଛି । ଉତ୍ପାଦିତ ବିଭିନ୍ନ ପନିପରିବା ମଧ୍ୟରେ ଟମାଟୋର ଚାହିଦା ସ୍ଵତନ୍ତ୍ର । ବର୍ତ୍ତମାନ ଆମ ରାଜ୍ୟ ତଥା ଦେଶରେ ଦର ବୃଦ୍ଧିକୁ ନେଇ ଟମାଟୋ, ଭାରି ଚର୍ଚ୍ଚାରେ । ତେଣୁ ଟମାଟୋ ଅମଳ ହ୍ରାସ ପାଇବା ପଛରେ ପ୍ରମୁଖ କାରକଗୁଡିକ ମଧ୍ୟରୁ କୀଟଜନିତ ସମସ୍ୟା ଏକ ପ୍ରମୁଖ ସମସ୍ୟା । ଅନିଷ୍ଟକାରୀ କୀଟ ଓ ଏହାର ସମନ୍ୱିତ ପରିଚାଳନା ସମ୍ପର୍କରେ ଏଠାରେ ଆଲୋକପାତ କରାଯାଉଛି ।

ପ୍ରମୁଖ କୀଟ ଶତ୍ରୁ

  • ଫଳବିନ୍ଧା ପୋକ
  • ପୂର୍ଣ୍ଣାଙ୍ଗ କୀଟଟି ପ୍ରଜାପତି ଭଳି ଓ ଆଗ ଡେଣାର ମଧ୍ୟ ଭାଗରେ ଦୁଇଟି ଗୋଲାକାର ଦାଗ ରହିଥାଏ । ସ୍ତ୍ରୀ କୀଟଟି ପତ୍ର ଉପରେ ବା ସବୁଠାରୁ ଉପରେ ଥିବା ଫୁଲର ତଳେ ଧଳା, ଗୋଲାକର ଅଣ୍ଡା ଦିଏ ଯାହା ମଧ୍ୟରୁ ୩-୪ ଦିନ ମଧ୍ୟରେ ଶୁକ ନିର୍ଗତ ହୁଏ ଓ କାଳକ୍ରମେ ଏହି ଶୁକ୍ଳ ପତ୍ରକୁ ଖାଇବା ସହ ସବୁଜ ଅବସ୍ଥାରେ ଥିବା ଫଳକୁ ମଧ୍ୟ ଆକ୍ରମଣ କରେ । ଏଥିଯୋଗୁ ଫଳ କଣା ହୋଇଯାଏ ।

  • ପତ୍ର ସୁଡଙ୍ଗକ
  • ଧାତବ ରଙ୍ଗର ଏହି ପୂର୍ଣ୍ଣାଙ୍ଗ କୀଟଟି ପତ୍ରର ବାହ୍ୟ ପରିସୀମାରେ ବା ଧାରରେ ଅଣ୍ଡା ଦେଇଥାଏ । ଯାହା ମଧ୍ୟରୁ ୨-୩ ଦିନ ମଧ୍ୟରେ ମାଗଟ୍ ବାହାରି ଥାଏ ଓ ପତ୍ରର ଉପରିଭାଗରେ ପୃଷ୍ଠରେ ସୁଡଙ୍ଗ କରିବା ଆରମ୍ଭ କରେ । ସୁଡଙ୍ଗ କରି ପତ୍ରର ସବୁଜ କଣିକାକୁ ଖାଇଥାଏ । ଏହାର କୋଷା ଅବସ୍ଥା ମାଟିରେ ସମ୍ପୂର୍ଣ୍ଣ ହୋଇଥାଏ । ପତ୍ର ପୃଷ୍ଠରେ ସର୍ପିଳ ସୁଡଙ୍ଗ ଦେଖାଯାଏ ଓ ଏହା କୀଟର ଗତିକୁ ସୁଚେଇଥାଏ ।

  • ଧଳାମାଛି
  • ଟମାଟୋ ଗଛଜୋର ପତ୍ରମୋଡା ରୋଗ ସୃଷ୍ଟିକାରୀ ଭୂତାଣୁର ପ୍ରମୁଖ ବାହକ ଭାବେ ଧଳାମାଛି ବିଶେଷ କ୍ଷତି ପହଞ୍ଚାଇଥାଏ । ଏହା ବ୍ୟତୀତ ଧଳାମାଛି ଏକ ଶୋଷକ କୀଟ । ଏହାର ଶୁକ୍ଳ ବା ପୂର୍ଣ୍ଣାଙ୍ଗ ଅବସ୍ଥା ଗଛକୁ କଣାକରି ରସ ଶୋଷି ଖାଇବା ସହ ମଧୁ କଣିକା କ୍ଷରଣ କରେ ଯାହାଫଳରେ କଳା ଫିମ୍ପି ଆକ୍ରମଣ ମଧ୍ୟ କରିଥାଏ ।

  • ସ୍ପୋଡୋପ୍ଟେରା
  • ଏହି କୀଟର ପୂର୍ଣ୍ଣାଙ୍ଗ ସ୍ତ୍ରୀ କୀଟଟି ଅଣ୍ଡାଗୁଡିକ ମେଞ୍ଚା ମେଞ୍ଚା କରି ପତ୍ରରେ ଦେଇଥାଏ । ଅଣ୍ଡାରୁ ଶୁକ ଗୁଡିକ ନିର୍ଗତ ହୋଇ ସମୂହ ଭାବେ ଗଛର ପତ୍ରକୁ ଖାଇଥାଆନ୍ତି । ଦିନରେ ଏମାନେ ମାଟି ତଳେ ବା ପତ୍ର ତଳେ ଲୁଚି ରହିଯାଆନ୍ତି ।

  • ନାଲି ଅଷ୍ଟପଦୀ
  • ଆଠଟି ଗୋଡ ଥିବା ଏହା ଏକ ପ୍ରମୁଖ ଅଣୁ କୀଟ ଶତ୍ରୁ ଯାହାକୁ ଅନେକେ କୀଟ ଭାବଥାଆନ୍ତି । ଏହାର ଉଭୟ ଅର୍ଭକ ଓ ପୂର୍ଣ୍ଣାଙ୍ଗ ଅବସ୍ଥା ପୁରୁଣା ପତ୍ରର ତଳଭାଗରୁ ରସ ଶୋଷି ଖାଇଥାଏ । ଆକ୍ରମଣର ମାତ୍ରା ଅଧିକ ହେଲେ ଗଛର ଅନ୍ୟାନ୍ୟ ଭାଗକୁ ମଧ୍ୟ ଆକ୍ରମଣ କରିଥାଏ । ଫଳରେ ଅଷ୍ଟପଦୀ ଆକ୍ରମଣ ଯୋଗୁ ଧଳା ଦାଗ ଦେଖାଯାଏ, ଗଛ ଶୁଖୁଯାଏ, ଝଡିଯାଏ, ବୁଢ଼ିଆଣି ଜାଲ ପରି ଜାଲକ ମଧ୍ୟ ଦେଖାଯାଏ । ଆକ୍ରମିତ ଫଳର ଆକାର ଛୋଟ ହୋଇଥାଏ ।

  • ମୂଳ ଗ୍ରନ୍ଥି ସୂତ୍ର କୃମି
  • ଏହି ଶତ୍ରୁର ଆକ୍ରମଣ ଫଳରେ ଟମାଟୋ ଫସଲ ଜୋର ଆପାତତଃ ୩୧ ପ୍ରତିଶତ ଅମଳ ହ୍ରାସ ହୁଏ । ଏହାର ଆକ୍ରମଣ ଯୋଗୁ ଗଛର ଚେରରେ ଗ୍ରନ୍ଥି ବା ଗଲ୍ ସୃଷ୍ଟି ହୁଏ । ଫଳରେ ଗଛର ବୃଦ୍ଧି ବାଧା ପ୍ରାପ୍ତ ହୁଏ । ପତ୍ର ହଳଦିଆ ପଢିଯାଏ, ଉଚ୍ଚତା କମିଯାଏ । ରୁଗଣ ଗଛଟି ମରିଯାଏ ଓ ଅମଳ ହ୍ରାସ ପାଏ ।

ସମନ୍ୱିତ କୀଟ ନିୟନ୍ତ୍ରଣ ପଦ୍ଧତି

ଚାରା ଅବସ୍ଥା

'ଟମାଟୋ ଚାରା ପ୍ରସ୍ତୁତିର ୧୫ ଦିନ ପୂର୍ବରୁ ଗେଣ୍ଡୁ ଚାରା ଓ ନସିରୀ ପ୍ରସ୍ତୁତ କରନ୍ତୁ ।

  • ନର୍ସରୀ ବେତ୍ରର ଉଚ୍ଚତା ଭୂମିଠାରୁ ୧୦ ସେ.ମି. ଉପରେ ରହିବା ଆବଶ୍ୟକ ।
  • ନର୍ସରୀ ବେତ୍ ପ୍ରସ୍ତୁତି ପରେ ଚାରା ରୋପଣ ୩ ସପ୍ତାହ ପୂର୍ବରୁ ୪୫ ଗଜର ପଲିଥିନ୍ ସିଟ୍ ଘୋଡେଇ ଦେବା ଦ୍ଵାରା ମୃତ୍ତିକାର ଉତ୍ତାପ ବୃଦ୍ଧି ହୁଏ ଓ ମାଟିରେ ରହିଥିବା ଅଣ୍ଡା ବା ଶୁକ ବା ପ୍ୟୁପା ଅବସ୍ଥା ନଷ୍ଟ ହୋଇଯାଏ ।
  • ଟମାଟୋ ମି ୧ କି.ଗ୍ରା ପ୍ରତି ୪ ଗ୍ରାମ୍ ଟ୍ରାଇକୋଡର୍ମା ଭିରିଡେ ପାଉଡର ମିଶାଇବା ଆବଶ୍ୟକ ।

ମୁଖ୍ୟ ଫସଲ

ସହଣୀ ଶକ୍ତି ଅବା କିସମ (ଫଳବିନ୍ଧା ପୋକ ଲାଗି ଅବିନାଶ - ୨, ପତ୍ରମୋଡା ରୋଗପାଇଁ ପର୍ବାଣି, ସୁତ୍ର କୃମୀ ସକାଶେ ହିସାର ଅନ୍ମୋଲ, ପୁଷା ହାଇବ୍ରିଡ୍) ଚାଷ କରନ୍ତୁ ।

  • ଚାରା ରୋପଣ ପୂର୍ବରୁ ଚେରକୁ ଇମିଡାକ୍ଲୋପ୍ରିଡ୍ (୦.୩ ମିଲି/ଲିଟର)ରେ ୧୫ ମିନିଟ୍ ପର୍ଯ୍ୟନ୍ତ ବୁଡାଇ ରଖୁଲେ ଧଳାମାଛି, ପତ୍ର ସୁଡଙ୍ଗକ, ଜଉପୋକ ଦାଉରୁ ରକ୍ଷା ମିଳେ ।
  • ମୁଖ୍ୟ ଫସଲର ପ୍ରତି ୧୬ଟି ଧାଡି ଟମାଟୋ ପରେ ଗୋଟିଏ ଧାଡି ଗେଣ୍ଡୁ ଗଛ। ଅନ୍ତ୫ ଫସଲ ରୂପେ ରୋପଣ କରାଯିବା ଜରୁରୀ । ଗେଣ୍ଡୁ ଗଛର ବୟସ ମୁଖ୍ୟ ଫସଲ ବୟସଠାରୁ ୧୫ ଦିନ ଅଧିକ ହୋଇଥିବା ଆବଶ୍ୟକ ଯାହାଦ୍ଵାରା ଉଭୟ ଫସଲର ଫୁଲ ଏକା ସାଙ୍ଗରେ ଆସିବ । ପ୍ରଥମ ଓ ଶେଷ ଧାଡି ଗେଣ୍ଡୁ ଗଛରେ ଏଚ୍., ଏ.ଏନ୍ ପିଭି ସିଞ୍ଚନ କରନ୍ତୁ ।
  • ମୁଖ୍ୟ ଫସଲରେ ସାଧାରଣତଃ ୬୦ X ୪୫ ସେ.ମି (ଗଛକୁ ଗଛ, ଧାଡିକୁ ଧାତି) ଦୂରତା ଓ ହାଇବ୍ରିଡ୍ କିସମ ପାଇଁ୯o X ୬୦ ସେ.ମି ଦୂରତା ଅବଲମ୍ବନ କରନ୍ତୁ।
  • ଚାରାରୋପଣ ୨୦ ଦିନପରେ ହେକ୍ଟର ପିଛା ୨୫୦ କି.ଗ୍ରା. ନିମ୍ବା ପିଡିଆ ପ୍ରୟୋଗ କଲେ। ଫଳବିନ୍ଧା, ପତ୍ର ସୁଡଙ୍ଗକ ଓ ସୂତ୍ରକୃମିଙ୍କ ଆକ୍ରମଣକୁ ପ୍ରତିହତ କରାଯାଇପାରେ ।
  • ପକ୍ଷୀ ବସିବା ପାଇଁ ବାଉଁଶରେ ଏକ ଭାରା ଭଳି ଜିନିଷ ଏକର ପ୍ରତି ୧୦ଟି ଜମିରେ ପୋତିଦେଲେ ଉପକାରୀ ପକ୍ଷୀମାନେ ଏହା ଉପରେ ବସିଥାଆନ୍ତି ଓ ଅପକାରୀ କୀଟକୁ ଖାଇଦିଅନ୍ତି ।
  • ଧଳାମାଛି ଲାଗି ହଳଦିଆ, ଅଠାଳିଆ ଯନ୍ତା ବସାନ୍ତୁ ।
  • ଫଳବିନ୍ଧା ପୋକର ନିୟନ୍ତ୍ରଣ ସକାଶେ ହେକ୍ଟର ପ୍ରତି ୫ଟି ସଂଗ ଆକର୍ଷକ ଥୋପ ପ୍ରୟୋଗ କରନ୍ତୁ। ଏହି ଥୋପରେ ଥିବା ସଂଗ ଆକର୍ଷକ ପଦାର୍ଥକୁ ୨୦-୨୫ ଦିନ ବ୍ୟବଧାନରେ ପରିବର୍ତ୍ତନ କରିବାକୁ ହୋଇଥାଏ ।
  • ପତ୍ର ସୁଡଙ୍ଗକ ଓ ଧଳାମାଛିର ନିୟନ୍ତ୍ରଣ ସକାଶେ ଚାରା ଲଗାଇବାର ୧୫ ଦିନ ପରେ ୫ ପ୍ରତିଶତ ଏନ୍.ଏସ୍କେଇ ସିଞ୍ଚନ ଜରୁରୀ । ଅତ୍ୟାବଶ୍ୟକ ସ୍ଥଳେ ଥାଇମେଥୋକ୍ସାମ୍ ର ପ୍ରୟୋଗ ଲାଭପ୍ରଦ ।
  • ଗଛର ସର୍ବୋପରେ ଥିବା ୩ଟି ପତ୍ରକୁ ନିୟମିତ ସର୍ବେକ୍ଷଣ କରାଯିବା ଆବଶ୍ୟକ, ଯାହାଦ୍ଵାରା ଫଳବିନ୍ଧା ପୋକର ଅଣ୍ଡାକୁ ସହଜରେ ଚିହ୍ନଟ କରାଯାଇପାରେ ।
  • ଗଛରେ ଫୁଲ ଧରିବା ଆରମ୍ଭ ହେଲେ, ଟ୍ରାଇକୋଗ୍ରାମା ଚିଲୋନିସ୍ ହେକ୍ଟର ପ୍ରତି ୧ଲକ୍ଷ ପ୍ରତି ସପ୍ତାହରେ ପ୍ରୟୋଗ ଦ୍ଵାରା ଫଳବିନ୍ଧା ପୋକର ନିୟନ୍ତ୍ରଣ ସମ୍ଭବ।
  • ଏଚ୍.ଏ.ଏନ୍‌ପିଭି ୨୫୦ ଶୁକ ସମତୁଲ (ପ୍ରତିହେକ୍ଟର)ରେ ୧ ପ୍ରତିଶତ ଗୁଡ ମିଶାଇ ଚାରା ଲଗାଇବାର ୨୮, ୩୫ ଓ ୪୫ ଦିନ ପରେ ପ୍ରୟୋଗ କରନ୍ତୁ । -
  • ନିୟମିତ ସଂକ୍ରମିତ ଫଳ ଗଛକୁ ନଷ୍ଟ କରିବା ଓ ପରଚ୍ଛନ୍ନ କୃଷି ପଦ୍ଧତି ଦ୍ଵାରା ଲାଭ ମିଳିଥାଏ ।
  • ବୋରର୍ ଜାତୀୟ କୀଟ ଯଦି ଆର୍ଥିକ ଦେହଳୀ ସୀମା ଉଲ୍ଲଂନ କରେ, ଇମାମେକ୍‌ଟିନ ବେନକୋଏଟ, ଧଳାମାଛି ନିୟନ୍ତ୍ରଣ ପାଇଁ ଥାଇମେଥୋକ୍‌ଜାମ୍ ୨୫ ଡବ୍ଲ୍ୟୁପି (୦.୩ ଗ୍ରା/ଲିଟର), ଅଷ୍ଟପଦୀ ସକାଶେ ଆବା ମେକ୍‌ଟିନ୍ (୦.୫ ମିଲି/ଲିଟର) ବା ଫେନାଜା କୁଇନ୍ (୧ ମିଲି / ଲିଟର), ଏବଂ ସୂତ୍ରକୃମି ପାଇଁ ଚାରା ରୋପଣ ସମୟରେ କାର୍ବୋଫୁରାନ୍ ୩ ଜି ୧କି.ଗ୍ରା.ପ୍ରୟୋଗ କରାଯିବା ବିଧେୟ ।

ସଂଗୃହିତ - ଭୁବନାନନ୍ଦ ଅଧିକାରୀ, କୀଟତନ୍ତ୍ର ବିଭାଗ, ଓୟୁଏଟି, ଭୁବନେଶ୍ଵର

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate