ରୋଗ ନିରାକରଣ ରାସାୟନିକ ପଦ୍ଧତି ଅପେକ୍ଷା ଦେଶୀ ଜ୍ଞାନ କୌଶଳ ଦ୍ଵାରା ଫସଲକୁ ରୋଗ ପୋକରୁ ରକ୍ଷା କରାଗଲେ ଏହା ସ୍ଵାସ୍ଥ୍ୟ ପ୍ରତି ଅତ୍ୟନ୍ତ ହିତକର ହୁଏ । ଏଥିପ୍ରତି ଚାଷୀମାନେ ଅଧିକ ଧ୍ୟାନ ଦେବାକୁ କୃଷି ବିଶାରଦମାନେ ପରାମର୍ଶ ଦେଇଛନ୍ତି । ଲଙ୍କା ଫସଲରେ ଝାଉଁଳା ରୋଗ ନିରାକରଣ ପାଇଁ ମିଶ୍ରିତ ଫସଲ ଚାଷ । ଲଙ୍କା ସହ ଧନିଆ ଓ ରସୁଣ ମିଶ୍ରତ ଚାଷ କଲେ, ଲଙ୍କାର, ଝାଉଁଳା ରୋଗ ହୋଇନଥାଏ । ଧନିଆକୁ ମଞ୍ଜି ପାଇଁ ମଧ୍ୟ ଜମି ହିଡ଼ରେ ଲଗାଯାଏ । ଧନିଆ ଓ ରସୁଣର ବାସ୍ନାରେ କୀଟ ସଂକ୍ରମଣ ହୋଇନଥାଏ । ଦେଶୀ ଜ୍ଞାନ କୌଶଳ ଦ୍ଵାରା ଫସଲରୁ ରୋଗପୋକ ଦମନ ଧାନର ପତ୍ର ମୋଡ଼ା ଓ କାଣ୍ଡବିନ୍ଧା ନିରାକରଣ ଏକ ହେକ୍ଟର ଧାନଜମି ପ୍ରତି ଏକ ଲିଟର କିରାସିନିରେ କିଛି ସାବୁନ ପାଣି ସିଞ୍ଚନ କଲେ, ଧାନରେ ପତ୍ରମୋଡ଼ା ଓ କାଣ୍ଡ ବିନ୍ଧା ରୋଗ ନିରାକରଣ ହୋଇଥାଏ । ଦୁର୍ଦ୍ଦାରା ପତ୍ର ଓ କାଣ୍ଡ ବ୍ୟବହାର ଦ୍ଵାରା କାଣ୍ଡ ବିନ୍ଧା ନିରାକରଣ କାଣ୍ଡ ବିନ୍ଧା ପୋକର ଆଗମନ ଦେଖାଦେଲେ, ଦୁର୍ଦ୍ଧରା(ଦାତୁରା) ଗଛର କାଣ୍ଡ ଓ ପତ୍ରର ଖଣ୍ଡଖଣ୍ଡ କରି ଜମିରେ ଖେଳେଇ ପକାଯାଏ, ଏହି ସମୟରେ ସେହି କିଆରିରେ ପାଣି ବାନ୍ଧି ରଖିଲେ ଏହାର କାଣ୍ଡ ପତ୍ର ପଚିଯାଇ ମିଶିଗଲେ ଏହାର ଗନ୍ଧରେ କାଣ୍ଡବିନ୍ଧା ପୋକ ଦୂରେଇ ଯାଇଥାନ୍ତି । ମହୁ ସିଞ୍ଚନରୁ ଅଧିକ ଜହ୍ନି ଅମଳ ଜହ୍ନି ଏକ ପରାଗସଂଗମ ଫସଲ । ଏହାର ଫଳଧାରଣ, ମହୁମାଛି ଓ ଅନ୍ୟାନ୍ୟ ସଂଗମ ସାହାଯ୍ୟକାରୀ କୀଟ ଉପରେ ନିର୍ଭରଶୀଳ । ୧୦ ଲିଟର ପାଣିରେ ୧୦୦ ମି.ଲି ମହୁ ମିଶାଇ ଫସଲରେ ସନ୍ଧ୍ୟା ସମୟରେ ସିଞ୍ଚନ କଲେ। ଏହାର ବାସ୍ନାରେ ମହୁମାଛି ଓ କୀଟମାନେ ଆକର୍ଷିତ ହୁଅନ୍ତି ଓ ଫଳତଃ ଅଧିକ ପରାଗସଙ୍ଗମ ହୋଇ ଫଳ ଧାରଣର ମାତ୍ରା ବଢିଥାଏ । ପନିପରିବା ଫୁଲ ଝଡ଼ିବା ନିରାକରଣ ୨.କେ.ଜି ନିମ୍ବ ମଞ୍ଜିକୁ ଭଲ କରି ଗୁଣ୍ଡ କରାଯାଏ । ଏହାକୁ ରାତିରେ ସାର ପାଣିରେ ବତୁରାଇ, କପଡ଼ା ଦ୍ଵାରା ଛଣାଯାଏ । ଏହା ସହ ୧୦ କେ.ଜି ସଜ ଗୋବର ମିଶାଯାଏ । ଏଥିରେ ଆବଶ୍ୟକ ପରିମାଣର ପାଣି ମିଶାଇ ୧ ଏକର ଜମିରେ ସ୍ପ୍ରେ କରାଗଲେ ଫୁଲଝଡ଼ା ବନ୍ଦ ହୋଇଥାଏ । କିରାସିନି ଦ୍ଵାରା ବ୍ଳଟ ଫସଲର ଝାଉଁଳାରୋଗ ଦମନ ବୁଣିବା ପୂର୍ବରୁ କିଛି ସମୟ ବ୍ଲଟ ମଞ୍ଜିକୁ କିରାସିନିରେ ଗୋଳାଇ ଲଗାଇଲେ ଝାଉଁଳା ରୋଗ ହୋଇନଥାଏ ଓ ତାଳ, ଗଜା ହୋଇଥାଏ । ଗୋମୂତ୍ରରେ ବିହନ ବିଶୋଧନ ଦ୍ଵାରା ଉଈ ନିରାକରଣ ଗହମ ବିହନ ଲଗାଇବା ପୂର୍ବରୁ ଗୋମୂତ୍ରରେ ଗୋଳାଇ ଛାଇରେ ଶୁଖାଇ ଲଗାଇଲେ, ବିହନ ଗଜା ହେବା ସମୟରେ ଉଇ ଲାଗିନଥାଏ । ଆମ୍ବ ବଉଳ ଝଡ଼ା ରୋକିବା ପାଇଁ ଘୋଳଦହି ଓ ଲୁଣ ପବନରୁ ବା ରୋଗ ହେତୁ ଆମ୍ବ ବଉଳ ଝଡ଼ିପଡ଼ିବା ଏକ ସାଧାରଣ ଘଟଣା । ଏକ ହଜାର ଭାଗ ଫୁଲରୁ ୧ ଭାଗ ଚଣା ଧରେ ବୋଲି ଲୋକେ ବିଶ୍ଵାସ କରନ୍ତି । ବଉଳ ଆସିଲେ ଆମ୍ବ ଗଛ ମୂଳକୁ ୧ ଫୁଟ ଛାଡ଼ି ଗୋଲେଇ କରି ଗାତ ବା ନାଳୀ ଖୋଳାଯାଏ । ଏହି ନାଳିରେ ୩୦ ଭାଗ ଦହି ସହ ୧ ଭାଗ ଲୁଣ ମିଶାଇ ଢାଳି ଦିଆଯାଏ । ପ୍ରାୟ ୧ ଘଣ୍ଟା ପରେ ଦହି ମାଟିରେ ଶୋଷି ହୋଇଯିବା ପରେ ନାଳିରେ ସାଧାପାଣି ଢାଳି ଦିଆଯାଏ । ବଉଳ ସମୟରେ ଏହି ଉପାୟ ବାରମ୍ବାର ଅବଲମ୍ବନ କଲେ, ଗଛରୁ ବଉଳ ଝଡ଼ିନଥାଏ । କୋଚିଲା ଓ ଗୋବର ଖତ ଦ୍ଵାରା ବାଇଗଣର କାଣ୍ଡ ଓ ଫଳ ବିନ୍ଧା ନିରାକରଣ ଗୋବର ୧୦ କେ.ଜି, ଜମି କୋଚିଲା ମଞ୍ଜି ଗୁଣ୍ଡ ଓ ୨୫ କେ.ଜି. କୋଚିଲା ପତ୍ରକୁ ଗୋଟିଏ ୧୦ ଫୁଟ, ୩ଫୁଟ, ୩ ଫୁଟ କମ୍ପୋଷ୍ଟ ପକାଇ ଭଲ କରି ଢାଳି ମାଟି ଘୋଡ଼େଇ ଦିଆଯାଏ । ୨ ମାସରେ ଏହି କମ୍ପୋଷ୍ଟ ପ୍ରସ୍ତୁତ ହୋଇଯାଏ । ଏହି କମ୍ପୋଷ୍ଟରୁ ମାତ୍ର ୫ ଗ୍ରାମ ନେଇ ଗଛ ଲଗାଇବା ବେଳେ ଥରେ ଓ ୪୫ ଦିନ ପରେ ଆଉଥରେ, ଗଛ ମୂଳରେ ଦେଲେ ଏହାର ଗନ୍ଧରେ ବାଇଗଣର ଫଳ ଓ କାଣ୍ଡବିନ୍ଧା ପୋକ ଲାଗିନଥାନ୍ତି । ପିଆଜ ରସଦ୍ଵାରା କୁକୁଡ଼ାଙ୍କୁ ରାଣୀକ୍ଷେତ ରୋଗ ନିରାକରଣ ଗୋଟିଏ କୁକୁଡା ଯଦି ମାତ୍ର ୫ ମି.ଲି ପିଆଜ, ରସ ଦିନକୁ ୨ ଥର କରି ୩ ଦିନ ଖାଇବାକୁ ଦିଆଯିବ, ତେବେ ରାଣୀକ୍ଷେତ ରୋଗ ହେବ ନାହିଁ। ମାଛ ପୋଖରୀର ଗୁଣମାନ ବୃଦ୍ଧି କଦଳୀର କାଦି ଅମଳ କରିବା ପରେ, ଏହାର କାଣ୍ଡକୁ ଲମ୍ବାଳିଆ ଆକାରରେ ଖଣ୍ଡ ଖଣ୍ଡ କରି କାଟି ଯଦି ମାଛ ପାଖରୀରେ ପକାଯାଏ ତେବେ ଏହା ପାଣିର (ପିଏଚ) ବୃଦ୍ଧି କରେ ଓ ମାଛମାନଙ୍କୁ ଅଧିକ ଅମ୍ଳଜାନ ମିଳିଥାଏ । ଏହି ଉପାୟ ଦ୍ଵାରା ମାଛଅମଳ ବୃଦ୍ଧି ପାଏ । ଆଧାର – କୃଷି ବିଭାଗ