অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଧାନ ଫସଲର ପୋକ

ଧାନ ଫସଲରେ ଦେଖାଯାଉଥିବା ପୋକମାନଙ୍କ ମଧ୍ୟରୁ ପ୍ରାୟ ୧୫ ପ୍ରକାରର ପୋକ ବିଶେଷ କ୍ଷତି କରିଥାନ୍ତି । କୀଟ ଆକ୍ରମଣ ଯୋଗୁଁ ବର୍ଷାଦିନିଆ ଧାନରେ ଶତକଡ଼ା ୨୫ ଭାଗ ଓ ଡାଳୁଆ ଧାନରେ ଶତକଡ଼ା ୩୦ ଭାଗ ଅମଳ କମିଯାଏ । ଉପଯୁକ୍ତ କୀଟ ନିୟନ୍ତ୍ରଣ ବ୍ୟବସ୍ଥା କରି ଧାନ ଫସଲକୁ କୀଟ ଆକ୍ରମଣରୁ ରକ୍ଷା କରାଯାଇପାରିବ ।

କାଣ୍ଡବିନ୍ଧା, ବଙ୍ଗୀ (କାହାଳିଆ), ପତ୍ରଡିଆଁ ଓ ଗଛ ଡିଆଁ ପୋକ, ପତ୍ରମୋଡ଼ା, ନଳୀ, ପତ୍ରମାଛି, ଦହିଆ, ବିଚିହା, ପତ୍ରକଟା, ଗନ୍ଧି ଏବଂ କେଣ୍ଡାକଟା ପ୍ରଭୃତି କୀଟ ଧାନ ଫସଲରେ ବହୁତ କ୍ଷତି କରନ୍ତି । ଏହି ପୋକମାନଙ୍କୁ ନିୟନ୍ତ୍ରଣ କରିବା ପୂର୍ବରୁ ଏମାନଙ୍କୁ ଠିକ୍ ଭାବେ ଚିହ୍ନି, ଏମାନେ କରୁଥିବା କ୍ଷତି ବିଷୟରେ ଜାଣିବା ଦରକାର ।

ପୋକମାନଙ୍କୁ ନିୟନ୍ତ୍ରଣ କରିବା ପୂର୍ବରୁ ଏମାନଙ୍କୁ ଠିକ୍ ଭାବେ ଚିହ୍ନଟ

କାଣ୍ଡବିନ୍ଧା ପୋକ

ଏହାର ପୂର୍ଣ୍ଣାଙ୍ଗ କୀଟ ଏକ ଶଲଭ ଅଟେ । ଏହା ଶୂକ ଅବସ୍ଥାରେ ଧାନଗଛର କ୍ଷତି କରିଥାଏ । ଫସଲର ପିଲ ଅବସ୍ଥାରେ ଏବଂ ଫୁଲ ଧରିବା ଅବସ୍ଥାରେ ଏମାନେ ବିଶେଷ କ୍ଷତି କରନ୍ତି । ପିଲା ଦେବା ଅବସ୍ଥାରେ ଆକ୍ରମଣ କଲେ ମଞ୍ଜ ପତ୍ରଟି ଶୁଖ ଧଳା ଦେଖାଯାଏ । ଏହାକୁ ମଞ୍ଜ କିଳା କୁହାଯାଏ । ଗର୍ଭ ଅବସ୍ଥାରେ ଆକ୍ରମଣ କଲେ କେଣ୍ଡାଟି ଶୁଖିଯାଏ ଏବଂ ଏହି କେଣ୍ଡାରେ ଥିବା ଫୁଲଗୁଡ଼ିକ ଚାଉଳ ନ ହୋଇ ଅଗ୍ରାଡ଼ି ହୋଇଯାଏ ।

ପ୍ରାୟ ୩-୪ ପ୍ରକାରର କାଣ୍ଡବିନ୍ଧା ପୋକ ଧାନ ଫସଲରେ ଦେଖାଯାଆନ୍ତି । ଏମାନେ ସମସ୍ତେ ପ୍ରାୟ ଏକ ପ୍ରକାରର କ୍ଷତି କରନ୍ତି । ଏମାନଙ୍କ ମଧ୍ୟରୁ ହଳଦିଆ କାଣ୍ଡବିନ୍ଧା ପୋକ ସାଧାରଣତଃ ବେଶୀ ସଂଖ୍ୟାରେ ଦେଖାଯାଆନ୍ତି । ଏହି ପୋକର ଶୂକ ଏବଂ ପୂର୍ଣ୍ଣାଙ୍ଗପ୍ରାପ୍ତ ପୋକର ରଙ୍ଗ ହଳଦିଆ । ମାଆ ପୋକର ଡେଣାରେ କଳାରଙ୍ଗର ବିନ୍ଦୁ ଥାଏ । ଏମାନେ ଧାନ ପତ୍ର ଉପରେ ମେଞ୍ଚା ମେଞ୍ଚା କରି ଅଣ୍ଡା ଦିଅନ୍ତି । ପ୍ରାୟ ୭ ଦିନ ପରେ ସେଥିରୁ ଶୂକ ବାହାରନ୍ତି ଏବଂ କାଣ୍ଡ ଭିତରେ ପଶି କାଣ୍ଡକୁ ଖାଇ ନଷ୍ଟ କରିଦିଅନ୍ତି । ଶୂକ କୋଷା ଅବସ୍ଥାକୁ ଯିବା ପୂର୍ବରୁ ଧାନ ଗଛର ଗଣ୍ଠି ପାଖରେ ଜଣା କରି କାଣ୍ଡ ଭିତରେ ୭-୮ ଦିନ ରହେ ଏବଂ ପୂର୍ଣ୍ଣାଙ୍ଗ ପ୍ରାପ୍ତ ଅବସ୍ଥା ହୋଇ ଏହି କଣାବାଟ ଦେଇ ବାହାରକୁ ଆସେ ।

ଏହି ପୋକ ଉଭୟ ବର୍ଷାଦିନିଆ ଧାନ ଏବଂ ଡାଳୁଅ ଫସଲରେ ଦେଖାଯାଆନ୍ତି । ଡାଳୁଆ ଧାନରେ ଏମାନେ ବିଶେଷ କ୍ଷତି କରନ୍ତି । ଏହି ପୋକର ଜୀବନ ଚକ୍ର, ଅର୍ଥାତ୍ ଅଣ୍ଡା ଅବସ୍ଥାରୁ ପୂର୍ଣ୍ଣାଙ୍ଗ ଅବସ୍ଥାକୁ ଆସିବା ପାଇଁ ପ୍ରାୟ ୫୦ ରୁ ୭୦ ଦିନ ସମୟ ଦରକାର ହୁଏ । ଧାନ ପାକଳ ହୋଇ ଆସିଲେ ଏମାନେ ମାଟି ଭିତରେ ଥିବା କାଣ୍ଡର ମୂଳରେ ନିଷ୍କ୍ରିୟ ଅବସ୍ଥାରେ ରହନ୍ତି ଓ ପରବର୍ତ୍ତୀ ଫସଲକୁ ଆକ୍ରମଣ କରନ୍ତି । ତେଣୁ ଧାନ ମୂଳି ଗୁଡ଼ିକୁ ନଷ୍ଟ କରିଦେଲେ। ପରବର୍ତ୍ତୀ ଫସଲରେ ଏହି ପୋକର ପ୍ରାଦୁର୍ଭାବ ବହୁତ କମିଯାଏ ।

ବଙ୍ଗି ବା କାହାଳିଆ ପୋକ

ଏହି ପୋକ ସାଧାରଣତଃ ବର୍ଷାଦିନିଆ ଧାନରେ ଦେଖାଯାଆନ୍ତି । ପୂର୍ଣ୍ଣାଙ୍ଗ କୀଟଟି ଦେଖିବାକୁ ମସା ଭଳି । ମାଈ ପୋକର ଦେହର ରଙ୍ଗ ଲାଲ୍ ଓ ଏହା ପତ୍ରର ତଳପାଖରେ ଅଣ୍ଡା ଦିଏ । ଏହି ପୋକର ଶୂକ ଫସଲର ପିଲ ଦେଉଥିବା ଅବସ୍ଥାରେ ପିଲ ଭିତରେ ପଶି କଅଁଳିଆ ମଞ୍ଜର ଅଗ୍ରଭାଗକୁ ଖାଇବା ଦ୍ଵାରା ପିଲଟି ପିଆଜ। ସଣ୍ଢା ବା କାହାଳୀ ଭଳି ବଢ଼ିଥାଏ ଏବଂ କେଣ୍ଡା ଧାରଣ ଶକ୍ତି ହରାଇଥାଏ । ଏହି ପୋକ ଆକ୍ରମଣରେ ଫସଲର ୩୦-୫୦ ଭାଗ ଅମଳ କମିଯାଏ । ପୋକ  ଅଧିକ ସଂଖ୍ୟାରେ ଦେଖାଦେଲେ ଫସଲଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ । ଧାନଗଛ ଗର୍ଭଧାରଣ ଅବସ୍ଥାକୁ ଆସିଗଲେ ଏହି ପୋକ ଆଉ କ୍ଷତି କରିପାରେ ନାହିଁ ।

ଗ୍ରୀଷ୍ମଋତୁ ଶେଷରେ ଯେତେବେଳେ ପହିଲି ବର୍ଷାହୁଏ, ସେତେବେଳ ଏହି ପୋକ ସକ୍ରିୟ ହେବାକୁ ଲାଗନ୍ତି ଓ ପ୍ରଥମେ ନୂଆ ହୋଇ କଅଁଳୁଥିବା ଅନାବନା ଘାସରେ ବଂଶବୃଦ୍ଧି କରନ୍ତି । ଘାସରେ ଗୋଟିଏ ବା ଦୁଇଟି ଜୀବନ ଚକ୍ର ଶେଷ କରିବା ପରେ ଧାନ ଫସଲକୁ ଆକ୍ରମଣ କରନ୍ତି । ଧାନ ଫସଲର ତଳି ଅବସ୍ଥାଠାରୁ ଗର୍ଭ ଧରିବା ଅବସ୍ଥାକୁ ଆସିବା ଭିତରେ ଏମାନଙ୍କର ଅନେକ ଗୁଡ଼ିଏ ଜୀବନଚକ୍ର ଶେଷ ହୋଇଥାଏ । ଗୋଟିଏ ଜୀବନ ଚକ୍ର ଶେଷ ହେବା ପାଇଁ ଏମାନଙ୍କୁ ମାତ୍ର ୨-୩ ସପ୍ତାହ ସମୟ ଲାଗେ । ଅଗଷ୍ଟ ଠାରୁ ଅକ୍ଟୋବର ମାସ ମଧ୍ୟରେ ଏହି ପୋକର ପ୍ରାଦୁର୍ଭାବ ଅଧିକ ହୋଇଯାଏ । ତେଣୁ ଡେରିରେ ବୁଣା ବା ରୁଆଯାଉଥିବା ଧାନ ଏହି ପୋକମାନଙ୍କ ଦ୍ଵାରା ବିଶେଷ କ୍ଷତିଗ୍ରସ୍ତ ହୁଏ । ବର୍ଷାଦିନରେ ମେଘୁଆ ପାଗ ଓ ଝିପଝିପ ବର୍ଷା ଲାଗି ରହିଲେ । ଏହି ପୋକମାନଙ୍କ ସଂଖ୍ୟା ବହୁତ ବଢ଼ିଯାଏ । କୀଟ ପ୍ରତିରୋଧ ଶକ୍ତିଯୁବା ବିହନ ଚାଷ କରି ଏହି ପୋକମାନଙ୍କୁ ସହଜରେ ନିୟନ୍ତ୍ରଣ କରାଯାଇପାରେ।

ହଳଦିଗୁଣ୍ଡି ପୋକ

ଏହାକୁ ଦିଆଲି ପୋକ ମଧ୍ୟ କୁହାଯାଏ । ଏହି କ୍ଷୁଦ୍ର ଶୋଷକ କୀଟର ରଙ୍ଗ ସବୁଜ ଓ ଡେଣା ଉପରେ କଳା ବିନ୍ଦୁ ଥାଏ ।

ଅର୍ଭକ ଗୁଡ଼ିକ ଫିକା ସବୁଜ ରଙ୍ଗର । ପ୍ରାୟ ୬ ଦିନ ପରେ ଅଣ୍ଡାରୁ ଅର୍ଭକ ବାହାରନ୍ତି । ଉଭୟ ପୁର୍ଣ୍ଣାଙ୍ଗ ମା ପୋକ ଧାନ ପତ୍ରର ମଝି ଶିରାରେ ଅଣ୍ଡା ଦେଇଥାଏ ।

ପୂର୍ଣ୍ଣାଙ୍ଗ କୀଟ ଓ ଅର୍ଜକ ଗୁଡ଼ିକ ପତ୍ରରୁ ରସ ଶୋଷି ଖାଇବା ଦ୍ଵାରା ପତ୍ରରେ ହଳଦିଆ ବା ବାଦାମି ରଙ୍ଗର ଚିହ୍ନ ଦେଖାଯାଏ। ଓ ପତ୍ର ହଳଦିଆ ପଡ଼ି ଅଗ ଆଡ଼ୁ ଶୁଖିଆସେ । ଆକ୍ରାନ୍ତ ଫସଲ ଭଲ ବଢ଼ି ନ ପାରି ଦବିଯାଏ ।

ଏହି ପୋକ ମଧ୍ୟ ଧାନ ଫସଲରେ ଟୁଙ୍ଗୁ ନାମକ ମାରାମ୍ବକ ଭୁତାଣୁ ଜନିତ ରୋଗ ବିସ୍ତାର କରନ୍ତି । ଅଣ୍ଡା ଅବସ୍ଥାରୁ ପୂର୍ଣ୍ଣାଙ୍ଗ ଅବସ୍ଥାରେ ପହଞ୍ଚିବା ପାଇଁ ଏମାନଙ୍କୁ ପ୍ରାୟ ୨୨-୨୪ ଦିନ ସମୟ ଲାଗେ । ବର୍ଷା ଋତୁ ଶେଷରେ ଅର୍ଥାତ୍ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଏହି ପୋକ ମାନଙ୍କ ସଂଖ୍ୟା ବହୁତ ବଢ଼ିଯାଏ ।

ମାଟିଆ ଗୁଣ୍ଡି ପୋକ

ମାଟିଆ ଓ ବାଦାମି ରଙ୍ଗର। ଏ ଶୋଷକ କୀଟ ଗୁଡ଼ିକ ଆକାରରେ ଛୋଟ ଓ ଉଭୟ ବର୍ଷାଦିନିଆ ଓ ଡାକୁଆ ଧାନରେ ବହୁତ କ୍ଷତି କରିଥାଆନ୍ତି । ହଳଦୀଗୁଣ୍ଡି ପୋକ ଭଳି ଏହି ପୋକ ମଧ୍ୟ ଉଭୟ ପୁର୍ଣ୍ଣାଙ୍ଗ ଓ ଅର୍ଭକ ଅବସ୍ଥାରେ ଧାନ ଗଛରୁ ରସ ଶୋଷି ଦିଅନ୍ତି । ତେବେ ହଳଦୀଗୁଣ୍ଡି ପୋକ ପତ୍ର ଓ ଗଛର ବିଭିନ୍ନ ଅଂଶରୁ ରସ ଶୋଷି ଖାଉଥିବା ସ୍ଥଳେ ଏହି ପୋକ କେବଳ ଗଛର କାଣ୍ଡ ଅଂଶରୁ ରସ ଶୋଷି ଖାଏ । ଏହି ଶ୍ରେଣୀୟ ପୋକ ଗୁଡ଼ିକ ଧାନବୁଦା ମୂଳେ ଜଳ ପତନର ଠିକ୍ ଉପରେ ରହି କାଣ୍ଡରୁ ରସ ଶୋଷି ଖାଆନ୍ତି।

ପୋକ ଆକ୍ରମଣରେ ସବୁଜ ପତ୍ର ଗୁଡ଼ିକ ପ୍ରଥମେ ହଳଦିଆ ପଡ଼ିଯାଏ ଏବଂ ଖୁବ୍ ଶୀଘ୍ର ଶୁଖିଯାଇ ଧାନ ବୁଦା ଗୁଡ଼ିକ ମରିଯାଏ । ଦୂରରୁ ଆକ୍ରାନ୍ତ କିଆରୀଟି ପୋଡ଼ିଗଲା ପରି ଦେଖାଯାଏ । ଧାନ ଫୁଲ ଧରିବା ସମୟରେ ଏମାନଙ୍କ ପ୍ରାଦୁର୍ଭାବ ଅଧିକ ହୁଏ । ଏହି ପୋକ ଗୁଡ଼ିକ ପତ୍ର ଆଛାଦ ମଧ୍ୟରେ ସାଧାରଣତଃ ଅଣ୍ଡା ଦେଇଥାନ୍ତି । ପ୍ରାୟ ୮-୧୦ ଦିନ ଭିତରେ ଅଣ୍ଡାଗୁଡ଼ିକ ଫୁଟି ସେଥିରୁ ଅର୍ଭକ ବାହାରନ୍ତି । ଏହି ଅବସ୍ଥାରେ ପ୍ରାୟ ୧୨ – ୧୩ ଦିନ ରହିବା ପରେ ଏମାନଙ୍କର ପୂର୍ଣ୍ଣାଙ୍ଗ ପ୍ରାପ୍ତି ହୁଏ । ପ୍ରତିରୋଧ ଶକ୍ତି ଥିବା ବିହନ ବ୍ୟବହାର, ଜଳର ସୁପରିଚାଳନା, ଯବକ୍ଷାରଜାନ ସାରର ନିୟନ୍ଧିତ ବ୍ୟବହାର କଲେ ଏହି ପୋକ ମାନଙ୍କ ପ୍ରାଦୁର୍ଭାବ ହ୍ରାସ ପାଏ।

ପତ୍ରମୋଡ଼ା ପୋକ

ଏହି ପୋକ ଶୂକ ଅବସ୍ଥାରେ ଧାନ ପତ୍ରର ଦୁଇ ଧାରକୁ ମୋଡ଼ି ନିଜର ଲାଳ ଦ୍ଵାରା ଯୋଡ଼ିଦିଏ । ଏହି ନଳ ଆକୃତିର ପତ୍ର ମୋଡ଼ା ଭିତରେ ରହି ଶୂକ ପତ୍ରରୁ ସବୁଜ ଅଂଶ କୋରି ଖାଇଯାଏ । ଫଳରେ ଆକ୍ରାନ୍ତ ପତ୍ରରେ ଧଳା ରଙ୍ଗର ଚିହ୍ନ ସବୁ ଦେଖାଯାଏ । ଅନେକ ସମୟରେ ଆକ୍ରାନ୍ତ ପତ୍ର ଗୁଡ଼ିକ ଶୁଖିଯାଏ ଓ ପତ୍ରର ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା ବ୍ୟାହତ ହୋଇ ଗଛ ଦୁର୍ବଳ ହୋଇଯାଏ । ଏହି ଆକ୍ରାନ୍ତ ପତ୍ରର କ୍ଷତ ମାଧ୍ୟମରେ କେତେକ ଜୀବାଣୁ ଜନିତ ରୋଗ ସହଜରେ ଫସଲରେ ପ୍ରବେଶ କରିପାରନ୍ତି । ପତ୍ର ମୋଡ଼ା ପୋକର ଶୂକ ଦେଖିବାକୁ ସବୁଜ ଓ ଦେହଟି ଖୁବ୍ ନରମ । ପତ୍ର ନଳ ଭିତରେ ଏମାନେ ଖୋସା ଅବସ୍ଥାଟି ମଧ୍ୟ କଟାଇଥାଆନ୍ତି ଓ ପରବର୍ତ୍ତୀ ଅବସ୍ଥାରେ ପୂର୍ଣ୍ଣାଙ୍ଗ ପ୍ରାପ୍ତରେ ପରିଣତ ହୋଇ ବାହାରେ ଉଡ଼ି ବୁଲନ୍ତି ।

ଏହି ଛୋଟ ପୂର୍ଣ୍ଣାଙ୍ଗ ପୋକ ଗୁଡ଼ିକର ଡେଣାର ରଙ୍ଗ ହଳଦିଆ ବା ନାରଙ୍ଗି ଏବଂ ଏହା ଉପରେ କଳା ରଙ୍ଗର ଗାର ସବୁ ଥାଏ । ମା ପୋକ କଅଁଳ ପତ୍ର ଉପରେ ହଳଦିଆ ରଙ୍ଗର ଅଣ୍ଡା ଦିଏ । ପ୍ରାୟ ୪ ଦିନ ପରେ ଅଣ୍ଡାରୁ ଶୂକ ପୋକ ବାହାରି ପତ୍ରରୁ ସବୁଜ ଅଂଶ କୋରି ଖାଆନ୍ତି । ପ୍ରାୟ ୧୫-୨୫ ଦିନ ପରେ ଖୋସା ବାନ୍ଧନ୍ତି ଓ ପ୍ରାୟ ୬-୮ ଦିନ ଖୋସା ଅବସ୍ଥାରେ ରହିବା ପରେ ପୁଷ୍ଟିଙ୍ଗ ଅବସ୍ଥାକୁ ଆସନ୍ତି । ଉକ୍ତ ପୋକ ପ୍ରାୟ ୨୫-୩୫ ଦିନ ଭିତରେ ଗୋଟିଏ ଜୀବନ ଚକ୍ର ଶେଷ କରେ ।

ପତ୍ରମୋଡ଼ା ପୋକର ପୂର୍ଣ୍ଣାଙ୍ଗ ପ୍ରାପ୍ତ କୀଟଟି ଆଲୋକ ନିକଟକୁ ଆକୃଷ୍ଟ ହୋଇ ଆସୁଥିବାରୁ ଆଲୋକ ଯନ୍ତା ବସାଇ ପୁଷ୍ଟିଙ୍ଗ କୀଟଗୁଡ଼ିକୁ ମାରିବା ସହଜ ହୁଏ । ଆକ୍ରାନ୍ତ ଫସଲରେ ଗୋଟିଏ ମୋଟା ରସି ଦ୍ଵାରା କିଆରୀର ଗୋଟିଏ ମୁଣ୍ଡରୁ ଅନ୍ୟମୁଣ୍ଡକୁ ଘୋସାରିଲେ ନଳ ଗୁଡ଼ିକ ଫାଟିଯାଇ ତହିଁରେ ଥିବା ଶୂକ ପୋକ ଗୁଡ଼ିକ ପାଣିରେ ପଡ଼ି ମରିଯାଆନ୍ତି ।

ନଳୀ ପୋକ

ପୂର୍ଣ୍ଣାଙ୍ଗ ପ୍ରାପ୍ତ କୀଟଟି ଆକାରରେ ଛୋଟ ଓ ଧଳା । ଏହାର ଡେଣା ଉପରେ ମାଟିଆ ରଙ୍ଗର ଦାଗ ଥାଏ । ଏହାର ଶୂକ ପୋକ ଗୁଡ଼ିକ ଦେଖିବାକୁ ଫିକା,ସବୁଜ ରଙ୍ଗର ଓ ସଦାବେଳେ ପତ୍ରନଳୀ ଭିତରେ ଥାଆନ୍ତି । ଏମାନେ ଡିମ୍ବାରୁ ବାହାରିବା ପରେ ଧାନ ପତ୍ରର ଅଗ୍ରଭାଗକୁ କାଟି ଛୋଟ ଛୋଟ ନଳୀ ତିଆରି କରନ୍ତି । ଶୂକ ନଳୀ ଭିତରେ ଲୁଚି ରହି ଧାନ ପତ୍ରରୁ ସବୁଜ ଅଂଶ କୋରି ଖାଇଯାଆନ୍ତି । ଫଳରେ ପତ୍ରରେ ଚଉଡ଼ା ଧଳା ଦାଗ ଦେଖିବାକୁ ମିଳେ । ଆକ୍ରାନ୍ତ କିଆରୀଟି ଦୁରରୁ ଧଳା ଦେଖାଯାଏ ଓ ପତ୍ରର ଅଗ୍ର ଅଂଶ କଇଁଚିରେ କଟାଯାଇଥିବା ପରି ମନେ ହୁଏ । ଶୂକ ଗୁଡ଼ିକର ଆକାର ବଢ଼ିବା ସଙ୍ଗେ ସଙ୍ଗେ ସେମାନେ ପୁରୁଣା ନଳୀ ଗୁଡ଼ିକୁ ଛାଡ଼ି ନୂଆ ନଳୀ ସବୁ ତିଆରି କରନ୍ତି । ନଳୀ ଗୁଡ଼ିକ ପାଣିରେ ଭାସି ପାରେ । ତେଣୁ ନଳୀ ଭିତରେ ଥାଇ ପାଣିରେ ଭାସି ଗୋଟିଏ ଗଛରୁ ଅନ୍ୟ ଗଛକୁ ବା ଗୋଟିଏ କିଆରୀରୁ ଅନ୍ୟ କିଆରୀକୁ ଯିବା ଏହି ପୋକ ମାନଙ୍କ ପକ୍ଷରେ ଖୁବ୍ ସହଜ ହୋଇପଡ଼େ । ଏହି ପୋକ ଆକ୍ରମଣରେ ଧାନ ଗଛର ବୃଦ୍ଧି ବିଶେଷ ଭାବରେ ବାଧାପ୍ରାପ୍ତ ହୁଏ ।

ଶୂକ ଗୁଡ଼ିକ ଜଳରୁ ଅମ୍ଳଜାନ ସଂଗ୍ରହ କରନ୍ତି । ତେଣୁ ଜଳ ସହିତ ଏମାନଙ୍କ ସମ୍ପର୍କ ଖୁବ୍ ନିବିଡ଼ । ଜଳ ନିଷ୍କାସନର ସୁବିଧା ନ ଥିବା ଜମିରେ ଏହି ପୋକ ମାନଙ୍କର ପ୍ରାଦୁର୍ଭାବ ବେଶୀ ଦେଖାଯାଏ । ଆକ୍ରାନ୍ତ କିଆରୀରୁ ଜଳ ନିଷ୍କାସନର। ବ୍ୟବସ୍ଥା କଲେ ଏବଂ ଅଛି ଜଳଥିବା ଅବସ୍ଥାରେ ସେ ଥରେ କିଛି କିରୋସିନି ମିଶାଇ କିଆରୀ ଉପରେ ଗୋଟିଏ ରସି ଚଲାଇ ନେଲେ ନଳୀ ଗୁଡ଼ିକ କିରୋସିନି ମିସା ପାଣିରେ ଖସି ପଢ଼ନ୍ତି ଓ ଅମ୍ଳଜାନ ଅଭାବରେ ନଳୀ ଭିତରେ ଥିବା ଶୂକ ଗୁଡ଼ିକ ମରିଯାନ୍ତି । ଶୂକ ଅବସ୍ଥାରେ ୧୫-୩୦ ଦିନ ପର୍ଯ୍ୟନ୍ତ ରହି ନଳୀ ପୋକ ଫସଲର କ୍ଷତି କରନ୍ତି । ଏମାନଙ୍କ ଜୀବନ ଚକ୍ର ଶେଷ ହେବାକୁ ୨୦ -୩୫ ଦିନ ସମୟ ଲାଗେ ।

ପତ୍ର ମାଛି

ଏହି ଛୋଟ ମାଛିର ଶୂକ ଗୁଡ଼ିକ ଧାନ ପତ୍ର ସନ୍ଧିରେ ପଶି ନୂଆ ହୋଇ ବାହାରୁଥିବା ଧାନପତ୍ରର ଧାରଗୁଡ଼ିକ ଖାଇଯାଆନ୍ତି । ଫଳରେ ପତ୍ରଧାର ଗୁଡ଼ିକ ଧଳା ପଡ଼ିଯାଏ ଓ ଆକ୍ରାନ୍ତ ପତ୍ରରେ ଛିତ୍ର ଦେଖାଯାଏ । ଫସଲର ଡାଳି ଅବସ୍ଥାରୁ ଆରମ୍ଭ କରି ପିଲା ଅବସ୍ଥା ଶେଷ ହେବା ପର୍ଯ୍ୟନ୍ତ ଏହି ପୋକ ଉପଦ୍ରବ ଲାଗି ରହିଥାଏ । ଯେଉଁ ଅଞ୍ଚଳରେ ବାରମ୍ବାର ଧାନ ଚାଷ କରାଯାଏ ସେଠାରେ ଏମାନେ ସହଜରେ ବଂଶ ବଢ଼ାଇ ଫସଲର ବିଶେଷ କ୍ଷତି କରନ୍ତି । ଏମାନଙ୍କ ଆକ୍ରମଣ ଦ୍ଵାରା ଗଛର ବୃଦ୍ଧି ଓ ପିଇ ଦେବା ଶକ୍ତିରେ ବାଧା ଆସେ । ଏହି ପୋକର ଜୀବନ ଚକ୍ର ପ୍ରାୟ ୧ ମାସ ମଧ୍ୟରେ ଶେଷ ହୁଏ ।

ବିରିହା ପୋକ

ଏହି ପୋକର ଆକାର ଛୋଟ ଓ ଦେହର ରଙ୍ଗ କଳା । ଉପର ଡେଣା ଦୁଇଟି ଟାଣ ଖୋଳପା ପରି ଦେହକୁ ଘୋଡ଼ାଇ ରଖିଥାଏ ଓ ତାହା ଉପରେ ଛୋଟ ଛୋଟ କଣ୍ଟାଥାଏ । ଏହି ପୋକ ଉଭୟ ପୂର୍ଣ୍ଣାଙ୍ଗ ଓ ଭୁଙ୍ଗ ଅବସ୍ଥାରେ ବଢ଼ତା ଧାନଗଛର ପତ୍ରକୁ ଖାଇ ନଷ୍ଟ କରନ୍ତି । ଭୁଙ୍ଗଗୁଡ଼ିକ ଖୁବ୍ ଛୋଟ ଓ ଏମାନେ ଧାନପତ୍ର ଭିତରକୁ ସୁଡ଼ଙ୍ଗ କରି ପଶନ୍ତି ଏବଂ ସବୁଜ ଅଂଶକୁ ଖାଇଯାଆନ୍ତି । ଏହାଦ୍ଵାରା ପତ୍ର ଉପରେ ମାଟିଆ ରଙ୍ଗର ଫୋଟକା ଦାଗ ଦେଖାଯାଏ । ଫୋଟକାକୁ ଚିରିଲେ ତହିଁରୁ କୃଙ୍ଗ ପୋକ ଥିବା ଦେଖାଯାଏ । ମାତ୍ର ପୂର୍ଣ୍ଣାଙ୍ଗ ପୋକ ଉପରେ ଅନେକ ଗୁଡ଼ିଏ ଲମ୍ବା ଓ ସମାନ୍ତରାଳ ଧଳା ରଙ୍ଗର ଦାଗ ଦେଖାଯାଏ । ଆକ୍ରାନ୍ତ ପତ୍ର ଶୁଖାଯାଏ । ବିରିହା ପୋକର ଜୀବନ ଚକ୍ର ୩-୪ ସପ୍ତାହ ଭିତରେ ସମ୍ପୂର୍ଣ୍ଣ ହୁଏ ।

ଦହିଆ ପୋକ

ଏହି କ୍ଷୁଦ୍ର ଶୋଷକ 'କୀଟଗୁଡ଼ିକର ରଙ୍ଗ ଇସଡ୍ ଲାଲ୍ । ଏମାନଙ୍କର ଆକାର ଅଣ୍ଡା ଭଳି ଓ ଦେହଟି ମାଂସଳ । ଦେହ ଉପରେ ଦହିପରି ଧଳା ରଙ୍ଗର ଅଠାଳିଆ ଆବରଣ ଥାଏ । ପୂର୍ଣ୍ଣାଙ୍ଗ ପୋକ ଓ ତା’ର ଅର୍ଭକ ପତ୍ର ମୁଳ ସନ୍ଧି ଭିତରେ ବହୁ ସଂଖ୍ୟାରେ ରହି ରସ ଶୋଷି ଖାଆନ୍ତି । ଫଳରେ ପତ୍ର ଗୁଡ଼ିକ ହଳଦିଆ ପଡ଼ି ଶୁଖ୍ ଆସେ ଓ ଗଛ ଦବିଯାଏ । କିଆରୀର ବିଭିନ୍ନ ସ୍ଥାନରେ ଅରା ଅରା ହୋଇ ଦୁର୍ବଳ ଓ ରୋଗା ଗଛ ଦେଖାଯାଏ । ଶୁଖିଲା ପାଗ ଲାଗି ରହିଲେ ଏ ପୋକ ଲାଗି ରହିଥିବା ଫସଲ ଅଧିକ କ୍ଷତିଗ୍ରସ୍ତ ହୁଏ । ସାଧାରଣ ଭାବେ ତ୍ରିପ ଧାନ ଜମିରେ ଏହି ପୋକ ଲାଗେ । ଦହିଆ ପୋକର ଜୀବନ ଚକ୍ର ଶେଷ ହେବା ପାଇଁ ୧୭-୩୭ ଦିନ ସମୟ ଲାଗେ ଓ ଗୋଟିଏ ବର୍ଷରେ ଏହା ପ୍ରାୟ ୧୦-୧୨ ଥର ବଂଶବୃଦ୍ଧି କରେ ।

ଗନ୍ଧି ପୋକ

ଏମାନଙ୍କ ଦେହରୁ ଏକ ପ୍ରକାର ଗନ୍ଧ ବାହାରୁ ଥିବାରୁ ଏମାନଙ୍କୁ ଗନ୍ଧିପୋକ କୁହାଯାଏ । ଏହା ମଧ୍ୟ ଏକ ପ୍ରକାର ଶୋଷକ କୀଟ । ମାତ୍ର ଆକାରରେ ଅନ୍ୟ ଶୋଷକ ଜୀଟ ମାନଙ୍କ ଅପେକ୍ଷା ଗୋଡ଼ର ବଡ଼ । ଏମାନେ ଲମ୍ବରେ ପ୍ରାୟ ଦେଢ଼ ସେ.ମି. ବଢ଼ନ୍ତି । ଦେହର ବିଭିନ୍ନ ଅଂଶ ମାଟିଆ ଓ ସବୁଜ ରଙ୍ଗର ହୋଇଥାଏ । ଧାନ ଫସଲ ନଥ୍ୟ ବା ସମୟରେ ଏମାନେ ଅନାବନା ଗଛରେ ଜୀବନ ବଞ୍ଚାଇ ରହନ୍ତି । ଏହି ପୋକ ବେଶ୍ ଦୀର୍ଘୟୁ ଓ ଉଚିତ୍ ପରିବେଶରେ ପ୍ରାୟ ୧୧୫ ଦିନ ପର୍ଯ୍ୟନ୍ତ ବଞ୍ଚି ରହି ପାରନ୍ତି । ଡାଳୁଅ ଫସଲରେ ମଧ୍ୟ ଏମାନେ ଦେଖାଯାଅନ୍ତି । ପହିଲି ବର୍ଷା ପରେ ଏମାନେ ବଂଶ ବଢ଼ାଇବା ଆରମ୍ଭ କରନ୍ତି । ପ୍ରଥମେ ଧାନ ଗଛର କଅଁଳ ପତ୍ର ଓ କାଣ୍ଡରୁ ରସ ଶୋଷି ବଞ୍ଚି ରହନ୍ତି ଓ ଧାନ କ୍ଷୀର ଅବସ୍ଥାକୁ ଆସିଗଲେ ଏମାନେ ବହୁ ସଂଖ୍ୟାରେ ଲାଗି କ୍ଷୀର ଶୋଷି ଖାଇ ଯାଆନ୍ତି । ଫଲରେ ଧାନ ଗୁଡ଼ିକ ଅଗାଡ଼ି ହୋଇଯାଏ । ଏମାନେ ଧାନର ଯେଉଁ ସ୍ଥାନକୁ କଣାକରି ଖାଆନ୍ତି । ସେହି ସ୍ଥାନଟି କଳା ପଡ଼ିଯାଏ ଓ ତା’ର ଚାରିପାଖ ବାଦାମି ହୋଇଯାଏ । ଏହି ପୋକ ଦ୍ଵାରା ଶତକଡ଼ା ୧୦-୪୦ ଭାଗ ଅମଳ ନଷ୍ଟ ହୁଏ । କୀଟମାନଙ୍କ ସଂଖ୍ୟା ଅଧିକ ହେଲେ ସମ୍ପୂର୍ଣ୍ଣ ଫସଲଟି ମଧ୍ୟ ନଷ୍ଟ ହୋଇପାରେ । ଏମାନଙ୍କ ଜୀବନ ଚକ୍ର ୨୩-୩୪ ଦିନ ଭିତରେ ଶେଷ ହୁଏ ।

ପତ୍ରକଟା ଓ କେଣ୍ଡାକଟା ପୋକ

ଧାନ ଫସଲରେ ଅନେକ ପ୍ରକାରର। ପତ୍ରକଟା ଓ ସେକଣ୍ଡକଟା ପୋକ ଦେଖାଯାଆନ୍ତି । ତେବେ ଏମାନେ ସମସ୍ତେ ପ୍ରାୟ ଏକ ପ୍ରକାର କ୍ଷତି କରନ୍ତି ।

ଏହି ପୋକମାନେ ବହୁ ସଂଖ୍ୟାରେ ଦଳବଦ୍ଧ ଭାବେ ଧାନ ଫସଲକୁ ଆକ୍ରମଣ କରନ୍ତି ଓ ପତ୍ର ଗୁଡ଼ିକ ଖାଇ ଗଛକୁ ଲଣ୍ଡା କରି ଦିଅନ୍ତି । ଫସଲ କେଣ୍ଡା ଅବସ୍ଥାରେ ଥିଲେ କେଣ୍ଡାଗୁଡ଼ିକ ମଧ୍ୟ କାଟି ପକାନ୍ତି । ଏମାନେ ଦଳବଦ୍ଧ ଭାବେ ଗୋଟିଏ କିଆରୀର ଫସଲ ନଷ୍ଟ କଲାପରେ ଅନ୍ୟ କିଆରୀକୁ ନଷ୍ଟ କରନ୍ତି ।

ସେଥିପାଇଁ ଇଂରାଜୀରେ ଏମାନଙ୍କୁ "ଆର୍ମି ୱାର୍ମ ବା ‘ସେନାପୋକ" ବୋଲି ମଧ୍ୟ କୁହାଯାଏ । ବନ୍ୟା ଜଳରେ ଏହି ପୋକମାନେ ବିଭିନ୍ନ ଅଞ୍ଚଳରୁ ଭାସି ଆସି ବନ୍ୟା ପ୍ଲାବିତ ଅଞ୍ଚଳର ଧାନ ଫସଲରେ ବ୍ୟାପକ କ୍ଷତି କରନ୍ତି । କୀଟନାଶକ ଔଷଧ ଦ୍ଵାରା ଏହି ପୋକ ମାନଙ୍କୁ ଦମନ କରାଯାଏ ।

ଧାନ ଫସଲର କୀଟ ନିରାକରଣ ଉପାୟ

ଧାନ ଫସଲରେ ବିଶେଷ କ୍ଷତି କରୁଥିବା ଯେଉଁ କୀଟମାନଙ୍କ ବିଷୟରେ ଆଲୋଚନା କରାଗଲା। ସେମାନଙ୍କ ନିରାକରଣ ପାଇଁ ଚାଷୀ ଭାଇମାନଙ୍କୁ ବିଭିନ୍ନ ପ୍ରକାର ବିଷାକ୍ତ କୀଟନାଶକ ଔଷଧ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇ ଥାଏ । ମାତ୍ର ବର୍ଭମାନ ଦେଖାଗଲାଣି ଯେ କେବଳ କୀଟନାଶକ ଔଷଧ ପ୍ରୟୋଗ ଦ୍ଵାରା କୀଟମାନଙ୍କୁ ସମ୍ପୁର୍ଣ୍ଣ ଭାବରେ ଦମନ କରିବା ଆଉ ସମ୍ଭବ ହେଉନାହିଁ । କୀଟନାଶକ ଔଷଧ ଗୁଡ଼ିକର ବହୁଳ ବ୍ୟବହାର ତଥା ଅନେକ ସମୟରେ ଅପବ୍ୟବହାର ଦ୍ଵାରା କୀଟମାନଙ୍କ ଠାରେ ଔଷଧ ବିରୁଦ୍ଧରେ କ୍ରମେ ପ୍ରତିରୋଧ ଶକ୍ତି ଉତ୍ପନ୍ନ ହୋଇ ଔଷଧ ଗୁଡ଼ିକ ଆଉ ଭଲ କାମ କରୁନାହିଁ । ଅଧିକରୁ ଅପକାରୀ କୀଟମାନଙ୍କୁ ଖାଇ ବଞ୍ଚିଥିବା ଉପକାରୀ କୀଟମାନେ ଔଷଧ ପ୍ରଭାବରେ ମରିଯାଉଥିବାରୁ କ୍ଷତିକାରକ, କୀଟମାନଙ୍କ ବଂଶ ବଢ଼ିବାରେ ସୁବିଧା ହେଉଛି । କୀଟନାଶକ ଔଷଧ ବହୁଳ ବ୍ୟବହାର ମନୁଷ୍ୟ ଓ ଗୃହପାଳିତ ପଶୁପକ୍ଷୀ ତଥା ଜଳଚର ଜୀବନମାନଙ୍କ ପ୍ରତି ବିପଦ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ପ୍ରକୃତି ଓ ପରିବେଶକୁ ମଧ୍ୟ ବିଷାକ୍ତ କରୁଛି । ତେଣୁ ଏହି ସବୁ ବିଷୟ ପ୍ରତି ଦୃଷ୍ଟି ଦେଇ ବର୍ତ୍ତମାନ କାଟବିଜ୍ଞାନୀମାନେ କେବଳ କୀଟନାଶକ ଔଷଧ ପ୍ରୟୋଗ ଦ୍ଵାରା କୀଟମାନଙ୍କ ସମ୍ପୂର୍ଣ୍ଣ ନିରାକରଣ କରିବା ପରିବର୍ତ୍ତେ ସମନ୍ଵିତ କୀଟ ନିୟନ୍ତ୍ରଣ ଯୋଜନା ଉପରେ ଅଧିକ ଗୁରୁତ୍ଵ ଦେଉଛନ୍ତି ।

ସମନ୍ଵିତ କୀଟ ପରିଚାଳନା ବ୍ୟବସ୍ଥା

ଏକାଧିକ କୀଟ ନିୟନ୍ତ୍ରଣ ପଦ୍ଧତିକୁ ସମ୍ମିଳିତ ଭାବେ ପ୍ରୟୋଗ କରି ପୋକଙ୍କ ସଂଖ୍ୟା ଦେହଳୀ ସୀମା ଭିତରେ ଆବଦ୍ଧ କରି ରଖିବା ଉପାୟକୁ ସମନ୍ଵିତ କୀଟ ନିୟନ୍ତ୍ରଣ ପଦ୍ଧତି କୁହାଯାଏ । ଏଥିରେ ପ୍ରାକୃତିକ ଉପାୟରେ କୀଟ ନିୟନ୍ତ୍ରଣ ଏବଂ ଅଣ ରାସାୟନିକ ପଦ୍ଧତିରେ କୀଟ ନିୟନ୍ତ୍ରଣ ଉପାୟ ମାନଙ୍କ ଉପରେ ବିଶେଷ ଗୁରୁତ୍ଵ ଦିଆଯାଏ । ଜୈବିକ ନିୟନ୍ତ୍ରଣ ପଦ୍ଧତି ଏହାର ଏକ ମୁଖ୍ୟ ଉପାଦାନ ଅଟେ । କିନ୍ତୁ, ନିତ୍ୟନ୍ତ ଆବଶ୍ୟକ ପଡ଼ିଲେ, କୀଟନାଶକ ଔଷଧର ପ୍ରୟୋଗ ମଧ୍ୟ କରିବାକୁ ପଡ଼ିଥାଏ । ଧାନରେ ସମନ୍ଵିତ କୀଟ ନିୟନ୍ତ୍ରଣ ପଦ୍ଧତିର ମୁଖ୍ୟ ଉପାଦାନ ବିଷୟରେ ନିମ୍ନରେ ଆଲୋଚନା କରାଗଲା ।

କୀଟ ପ୍ରତିରୋଧ ଶକ୍ତି ଥିବା ବିହନର ବ୍ୟବହାର -

ଏହା ଏକ ଶାସ୍ତା, ସରଳ ଓ ଲାଭଦାୟକ ଉପାୟ । ଏଥିପାଇଁ ଚାଷୀ ଭାଇଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼େ ନାହିଁ ଓ ଏହା ଅନ୍ୟ ସମସ୍ତ କୀଟ ନିୟନ୍ତ୍ରଣ ପଦ୍ଧତି ସହ ସୁସଙ୍ଗୀତ ଉପାୟରେ ବ୍ୟବହାର କରାଯାଇପାରେ । ଯେଉଁ ଅଞ୍ଚଳରେ କୀଟଙ୍କ ପ୍ରାଦୁର୍ଭାବ ବାରମ୍ବାର ଦେଖାଦେଇଥାଏ। ସେଠାରେ ଏ ପ୍ରକାର ବିହନ ବ୍ୟବହାର କରିବା ନିତ୍ୟନ୍ତ ଆବଶ୍ୟକ । କୀଟ ପ୍ରତିରୋଧ ଶକ୍ତି ଥିବା ଧାନ କିସମର ନାମ ନିମ୍ନରେ ଦିଆଗଲା ।

କୀଟର ନାମ

ପ୍ରତିରୋଧକ ଶକ୍ତି ଥିବା ବିହନର ନାମ

କାଣ୍ଡବିନ୍ଧା ପୋକ

ରତ୍ନା, ଦୟା, ପ୍ରତାପ, ବିକାଶ, ଶସ୍ୟଶ୍ରୀ, ଦିପ୍ତା, ଆଇ.ଆର୍.-୨୦, ଆଇ.ଆର୍.-୩୬, ଭଞ୍ଜ, ସାମନ୍ତ, ମାଣିକ, ରମ୍ଭା, ସୁରେନ୍ଦ୍ର , କଳିଙ୍ଗ, ଖଣ୍ଡଗିରି, ଉଦୟଗିରି, କୋଣାର୍କ, ଗଜପତି, ଖାରବେଳ ।

ବଙ୍ଗି ବା କାହାଳିଆ ପୋକ

ଶକ୍ତି, ବିକ୍ରମ, ଫାଲ୍‌ଗୁନା, ସୁପ୍ରିୟା, ସୁରେଖା, ସମଲେଇ, କାକଟିଆ, ଦୟା, ପଥରା, ଅନଙ୍ଗ, ନୀଳା, ସ୍ନେହ, ଅଭୟ, ଲଲାଟ, ସେବତୀ, ଭୋଇ, କୋଣାର୍କ,, ଶକ୍ତିମାନ, ଭୁବନ, ସାରଥି, ଭଞ୍ଜ, ମେହେର, ସାମନ୍ତ, ଗୌରୀ, ଡବ୍ଲୁ ୧୨୬୩ ।

ମାଟିଆ ଗୁଣ୍ଡି ପୋକ

ଆଇ.ଆର୍.-୨୦, ୨୬, ୩୬ ଓ ୬୦, ପ୍ରତାପ, ଉଦୟ, ପଥରା, ହୀରା, ଭୁବନ, ଗଜପତି, କୋଣାର୍କ,, ଗୌରୀ, ଅନଙ୍ଗ, ଉନ୍ଦ୍ରବତୀ, ପ୍ରାଚୀ, ଉଦୟଗିରି, ରାମଚଣ୍ଡୀ, ମହାନଦୀ, ଦୁର୍ଗା, ସାରଳା, ନବୀନ, ହଂସେଶ୍ଵରୀ ।

ହଳଦୀଗୁଣ୍ଡି ପୋକ

ପି.ଟି.ବି.୭, ୮, ୨୧, ବାଣୀ, ଆଇ.ଆର୍.-୨୦, ହୀରା, ନବୀନ, ପାରିଜାତ, ଲଲାଟ ।

ପତ୍ରପୋଡ଼ା ପୋକ

ଶକ୍ତି, ଇଲାଟ, ଆଇ.ଆର୍.-୩୬, ଏ.ଆର୍.ସି.- ୬୬୫ ୦, ପି.ଟି.ବି.-୩୩, ଡକ୍ଟ-୧୨୬୩, ମଥାମାଣିକମ୍‌, ମନୋହରଶାଳୀ, ସେବତୀ, ଭୋଇ, ସୁରେନ୍ଦ୍ର, ମହାନଦୀ, ବିଜେତା, ତପସ୍ଵିନୀ ।

ଚାଷ ପଦ୍ଧତିରେ ପରିବର୍ତ୍ତନ : -

ନୂତନ ଜ୍ଞାନକୌଶଳ ବ୍ୟବହାର ଓ ଚାଷ ପଦ୍ଧତିରେ ପରିବର୍ତ୍ତନ ଆଣି ଫସଲକୁ ସୁସ୍ଥ ଓ ସବଳ ରଖାଯାଇପାରେ । ଏହା ଦ୍ଵାରା ଫସଲର ଉତ୍ପାଦିକା ଶକ୍ତି ବଢ଼ିଥାଏ। ଏବଂ ଫସଲ ପୋକ ଓ ରୋଗ ଆକ୍ରମଣରୁ ରକ୍ଷାଯାଏ । ଏଥି ଅନ୍ତର୍ଗତ ଉପାୟ ଗୁଡ଼ିକ ହେଲା–

  • ଖରାଟିଆ ଚାଷ
  • ଏହାଦ୍ଵାରା ମାଟି ଭିତରେ ଥିବା ପୋକର ବିଭିନ୍ନ ଅବସ୍ଥା ବାହାରକୁ ବାହାରି ଆସେ ଓ ଟାଣ ଖରାରେ ଶୁଖି ମରିଯାଆନ୍ତି ବା ପକ୍ଷୀମାନେ ଏମାନଙ୍କୁ ଖାଇ ନଷ୍ଟ କରିଦିଅନ୍ତି ।

  • ଜମିରେ ଧାନ ଫସଲର ମୁଳି ପରିଚାଳନା
  • ଅମଳ ସମୟରେ ଜମି ପତ୍ତନର ଫସଲ କାଟିବା ଦ୍ଵାରା ଧାନ ମୁଳିରେ ଆଶ୍ରା କରୁଥିବା କୀଟ ଯଥା- କାଣ୍ଡବିନ୍ଧା ପୋକ, ପତ୍ର ଓ ଗଛ ଡିଆଁ ପୋକ ଇତ୍ୟାଦିଙ୍କ ପ୍ରାଦୁର୍ଭାବ କମ୍ ରହେ । ଜମି ଚାଷ କଲାବେଳେ ମୁଳିଗୁଡ଼ିକ ଏକତ୍ରିତ କରି ପୋଡ଼ିଦେବା ଉଚିତ୍ । ଏହା ଦ୍ଵାରା ପୁଳି ଭିତରେ ସୁପ୍ତ ଅବସ୍ଥାରେ ପୋକଗୁଡ଼ିକ ନଷ୍ଟ ହୁଅନ୍ତି ଏବଂ ପରବର୍ଭା ଧାନ ଫସଲକୁ ଏମାନେ ନଷ୍ଟ କରି ନଥାନ୍ତି ।

  • ପରିଷ୍କାର ଚାଷ ପଦ୍ଧତି
  • ହିଡ଼ରୁ ଏବଂ ଜମିରୁ ବାଳୁଙ୍ଗା ଓ ଅନ୍ୟାନ୍ୟ ଘାସ ବାହାର କରିନେଲେ ପୋକଙ୍କ ଆଶ୍ରୟ ସ୍ଥଳୀ ନଷ୍ଟ ହୋଇଥାଏ । ଧାନ ଫସଲ ନଥିବା ସମୟରେ ଏମାନେ ପୋକଙ୍କ ବଂଶବିସ୍ତାର କରିବାରେ ସହାୟକ ହୋଇଥାଆନ୍ତି ।

    • ସହଳ ଓ ସମସାମୟିକ ବୁଣାରୁଆ ଯାଇଥିବା ଧାନ ଫସଲରେ ପୋକଙ୍କ ପ୍ରାଦୁର୍ଭାବ କମ୍ ଦେଖାଯାଏ । ଜୁନ୍ ମାସ ସୁଦ୍ଧା ଧାନ ବୁଣିଲେ ସାଧାରଣତଃ ବଙ୍ଗିପୋକ ଆକ୍ରମଣ କରିପାରନ୍ତି ନାହିଁ । ପୁନଶ୍ଚ ଏକା ସମୟରେ ସାମୁହିକ ଭାବେ ଫସଲ ବୁଣିଲେ ବା ରୋଇଲେ କମ୍ ସଂଖ୍ୟକ ପିଠିକା ବା (Generation) ସମ୍ପୂର୍ଣ୍ଣ ହୋଇପାରେ । ଫଳରେ କମ୍ ବଂଶ ବିସ୍ତାର ହୁଏ । କାରଣ ଅଧିକ ଦିନ ଯାଏ ଏମାନେ ଖାଦ୍ୟ ପାଇ ନ ଥାନ୍ତି ।
  • ସୁଷମ ସାରର ବ୍ୟବହାର
  • ମାତ୍ରାଧିକ ସାର ପ୍ରୟୋଗ ଦ୍ଵାରା କୀଟ ଆକ୍ରମଣ ବୃଦ୍ଧି ପାଏ । ତେଣୁ ଅନୁମୋଦିତ ଯବକ୍ଷାରଜାନ,ଫସଫରସ୍ ଓ ପଟାସ୍ ସାରକୁ ଠିକ୍ ପ୍ରଣାଳୀ ଅବଲମ୍ବନ କରି ଫସଲରୁ ବିଭିନ୍ନ ଅବସ୍ଥାରେ ପ୍ରୟୋଗ କରିବା ଆବଶ୍ୟକ । ସାଧାରଣତଃ ଯବକ୍ଷାରଜାନସାରକୁ ୨-୩ ଭାଗ କରି ନିର୍ଦ୍ଦିଷ୍ଟ ସମୟରେ ପ୍ରୟୋଗ କରିବା ଦରକାର ।

  • ଜଳର ସୁପରିଚାଳନା
  • ଧାନ ଫସଲରେ ଠିଆପାଣିର ଆବଶ୍ୟକତା ନଥାଏ । ତେଣୁ ସୁବିଧା ଥିଲେ ଜମିରୁ ଠିଆପାଣି କାଢ଼ି ନେବା ଉଚିତ୍ । ଫଳରେ ମାଟିଆ ଗୁଣ୍ଡି ଓ ଧଳାପିଠିଆ ପୋକ, ନଳୀ ପୋକ ଇତ୍ୟାଦିଙ୍କ ଆକ୍ରମଣ କମ୍ ଦେଖାଯାଏ । ଛ) ଧାନ ରୋଇବା ସମୟରେ ପ୍ରତି ୨ ମିଟର ବ୍ୟବଧାନରେ ଏକ ଫୁଟ ଖାଲି ଯାଗା ଛାଡ଼ିଲେ, ଫସଲ ମଧ୍ୟରେ ବାୟୁ ଚଳପ୍ରଚଳ ଠିକ୍ ରୂପେ ହୋଇଥାଏ ଏବଂ ସୂର୍ଯ୍ୟାଲୋକ ଠିକ୍ ରୂପେ ପଡ଼ିଥାଏ । ଫଳରେ ଫସଲରେ ମାଟିଆ ଓ ଧଳାପିଠିଆ ଗୁଣ୍ଡି ପୋକଙ୍କ ପ୍ରାଦୁର୍ଭାବ କମ୍ ରହେ।

ଜୈବିକ କୀଟ ନିୟନ୍ତ୍ରଣ ପଦ୍ଧତି

ଧାନ ଫସଲ ଉପକାରୀ କୀଟ ଓ ବୁଢ଼ିଆଣୀଙ୍କର ଗନ୍ତାଘର । ଏମାନଙ୍କର ସୁପରିଚାଳନା ନିତ୍ୟନ୍ତ ଆବଶ୍ୟକ । କମ୍ କୀଟନାଶକ ଔଷଧର ବ୍ୟବହାର ଦ୍ଵାରା ଏମାନଙ୍କୁ ସଂରକ୍ଷଣ କରାଯାଇପାରିବ । ପ୍ରାକୃତିକ ଉପାୟରେ ଏମାନେ ଜୈବିକ ନିୟନ୍ତ୍ରଣ ଘଟାଇ ଥାଆନ୍ତି । ଏହାଛଡ଼ା ବିଜ୍ଞାନାଗାରରେ ପ୍ରସ୍ତୁତ (ଟ୍ରାଉକୋ କାର୍ଡ଼) ବ୍ୟବହାର କରି କାଣ୍ଡବିନ୍ଧା ପୋକ ଓ ପତ୍ର ପୋଡ଼ା ପୋକଙ୍କୁ ନିୟନ୍ତ୍ରଣ କରାଯାଇପାରେ । ଏଥିପାଇଁ ହେକ୍ଟର ପିଛା ଟ୍ରାଇକୋ ଗାମା ପରାଶ୍ରୟୀ କୀଟ ୫୦,୦୦୦ ହିସାବରେ ୧୦ ଦିନ ଅତ୍ରରେ ୬ ଥର ଛାଡ଼ିବା ଦରକାର । ସଙ୍ଗ ଆକର୍ଷକ ଯନ୍ତାର ବ୍ୟବହାର ଫସଲରେ କାଣ୍ଡବିନ୍ଧା ପୋକର ଆବିର୍ଭାବ ପରେ ଶୀଘ୍ର ଆରମ୍ଭ କରିବା ଉଚିତ୍ ।

ଫସଲରେ କାଣ୍ଡବିନ୍ଧା ପୋକର ପୁଷ୍ଟିଙ୍ଗ କୀଟ ଗୁଡ଼ିକ ଏକତ୍ର ସଂଗ୍ରହ କରି ନଷ୍ଟ କରିବା ଦ୍ଵାରା ଏହି ପୋକର ପ୍ରାଦୁର୍ଭାବ କମ୍ ହୁଏ । ଏଥିପାଇଁ ହେକ୍ଟର ପିଛା ୨୦ଟି ସଙ୍ଗ ଆକର୍ଷକ ଯନ୍ତା ବ୍ୟବହାର କରିବା ଦରକାର । ପୋକ ଆକ୍ରମଣକୁ ନିରୀକ୍ଷଣ କରିବା ପାଇଁ ହେକ୍ଟର ପିଛା ୮ଟି ଯନ୍ତା ବ୍ୟବହାର କରିବା ଉଚିତ୍ । ପ୍ରତ୍ୟେକ ମାସରେ ଥରେ ଯନ୍ତାର ଧୋପ (ସେପ୍ଟ) ବଦଳାଇବା ଆବଶ୍ୟକ ।

କୀଟନାଶକ ଔଷଧ ବ୍ୟବହାର

କୀଟନାଶକ ଔଷଧର ଭୂମିକା ସମନ୍ଵିତ କୀଟ ନିୟନ୍ତ୍ରଣ ଯୋଜନା ଆଉ ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ । ଧାନର ସମସ୍ତ ପ୍ରକାର କ୍ଷତିକାରକ, କୀଟମାନଙ୍କ ବିରୁଦ୍ଧରେ ପ୍ରତିରୋଧ ଶକ୍ତି ଥିବା ବିହନ ଆବିଷ୍କାର ହୋଇନାହିଁ । ଏହାଛଡ଼ା ଅନେକ ସମୟରେ ମଧ୍ୟ ଜଳବାୟୁର ଘନଘନ ପରିବର୍ତ୍ତନ ଦ୍ଵାରା ଅନୁକୂଳ ପାଗରେ କୀଟମାନଙ୍କ ସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଏ । ସେଥିପାଇଁ କୀଟମାନଙ୍କ ସଂଖ୍ୟାକୁ ନିୟନ୍ଧିତ ଅବସ୍ଥାରେ ରଖ୍ବା ପାଇଁ କେତେକ ସ୍ଥଳେ କୀଟନାଶକ ଔଷଧ ପ୍ରୟୋଗ କରିବା ଅନିବାର୍ଯ୍ୟ ହୋଇଯାଏ । ମାତ୍ର ଏହି ସବୁ ବିଷାକ୍ତ ଔଷଧ ଗୁଡ଼ିକ ବ୍ୟବହାର କରିବା ପୂର୍ବରୁ ଫସଲରେ କୀଟମାନଙ୍କ ସଂଖ୍ୟା କିମ୍ବା ଏମାନଙ୍କ ଯୋଗୁଁ ହୋଇଥିବା କ୍ଷତି ନିର୍ବାରିତ ଆର୍ଥିକ ସୀମାରେଖା (ଦେହଳୀ ସୀମା) ନିକଟରେ ପହଞ୍ଚୁଛି କି ନା ସେ ବିଷୟରେ ପ୍ରଥମେ ଭଲଭାବରେ ଅନୁଧାନ କରିବା ଉଚିତ୍ । ସୀମା ଅତିକ୍ରମ କଲେ ଯାଇ ଅନୁମୋଦିତ ଔଷଧକୁ ଉଚିତ୍ ପରିମାଣରେ ପ୍ରୟୋଗ କରିବା ଆବଶ୍ୟକ । ଏହା ନ କରି ଔଷଧ ପ୍ରୟୋଗ କଲେ ଚାଷୀ ଅଯଥା ଖର୍ଜାନ୍ତ ହେବା ସଙ୍ଗେ ସଙ୍ଗେ ଫସଲରେ ଥିବା ଉପକାରୀ କୀଟ ଏବଂ ବୁଢ଼ିଆଣୀ ପ୍ରଭୃତି ଔଷଧ ପ୍ରଭାବରେ ମରିଯାଆନ୍ତି । ଫଳରେ ଅପକାରୀ କୀଟମାନଙ୍କ ସଂଖ୍ୟା ପୁନର୍ବାର ବଢ଼ିଯାଏ । ଧାନରେ କ୍ଷତି କରୁଥିବା କେତେକ କୀଟଙ୍କର ଆର୍ଥିକ ସୀମାରେଖା ନିମ୍ନରେ ଉଲ୍ଲେଖ କରାଗଲା I

କୀଟର ନାମ

ଆର୍ଥିକ ସୀମାରେଖା (ଦେହଳୀ ସୀମା )

କାଣ୍ଡବିନ୍ଧା ପୋକ

ଫସଲ ।ପିଲ ଦେବା ଅବସ୍ଥାରେ ଗୋଟିଏ ବର୍ଗମିଟରରେ ଶତକଡ଼ା ୫ ଭାଗ କାଣ୍ଡ ମଞ୍ଜକିଳୀ କିମ୍ବା ବର୍ଗମିଟର ପ୍ରତି ଗୋଟିଏ ପୁଷ୍ଟିଙ୍ଗ କୀଟ ବା ଅଣ୍ଡାଗୁଚ୍ଛ କେଣ୍ଡା ଧରିବା ସମୟରେ ଶତକଡ଼ା ୨ ଭାଗ ବଗପକ୍ଷୀଆ କେଣ୍ଡା

ବଙ୍ଗୀ ବା କାହାଳିଆ ପୋକ

୫ ପ୍ରତିଶତ ଆକ୍ରାନ୍ତ ପିଲ

ମାଟିଆ ଗୁଣ୍ଡି/ ଧଳା ପିଠିଆ ଗୁଣ୍ଡି ପୋକ

ହାରାହାରି ୫ ରୁ ୧୦ ଟି ପୋକ ଅଥିବା ଫୁଲ ବାହାରିବା ଅବସ୍ଥାରେ ୨୦ଟି ପୋକ ବୁଦା ପ୍ରତି ଦେଖାଗଲେ ।

ହଳଦୀଗୁଣ୍ଡି ପୋକ

 

ତୁଙ୍ଗ୍ରୋ ପ୍ରାଦୁର୍ଭାବ ଥିବା ଅଞ୍ଚଳରେ ବୁଦା ପ୍ରତି ୨ ଟି କିମ୍ବା ପିଲ ଅବସ୍ଥାରେ ୨୦ ଟି ପୋକ ଦେଖାଗଲେ

ପତ୍ର ମୋଡ଼ା ପୋକ

ପିଲଦେବା ଅବସ୍ଥାରେ ବୁଦା ପ୍ରତି ହାରାହାରି ଗୋଟିଏ ପତ୍ର ଆକ୍ରାନ୍ତ ହେଲେ ଥୋଡ଼ ଧରିବା ଅବସ୍ଥାରେ ବୁଦାପ୍ରତି ତିନୋଟି ସଦ୍ୟ ଆକ୍ରାନ୍ତ ପତ୍ର ଦେଖାଗଲେ

ଗନ୍ଧିପୋକ

ବୁଦା ପ୍ରତି ଏକଟି ପୂର୍ଣ୍ଣାଙ୍ଗ ବା ଅର୍ଭକ କୀଟ

ପତ୍ର ଓ କେଣ୍ଡାକଟା ପୋକ

ବୁଦା ପ୍ରତି ଗୋଟିଏ ଶୂକ ପୋକ ଦେଖାଗଲେ ।

ଉପରେ ବର୍ଣ୍ଣନା କରାଯାଇଥିବା କୀଟମାନଙ୍କ ସଂଖ୍ୟା ବା କ୍ଷତି ସେମାନଙ୍କ ପାଇଁ ନିର୍ବାଚିତ ଆର୍ଥିକ ସୀମାରେଖାରେ ପହଞ୍ଚିବାର ଜଣାଗଲେ ଆମକୁ କୀଟ ନିୟନ୍ତ୍ରଣ ବ୍ୟବସ୍ଥା ପ୍ରୟୋଗ କରିବା ନିତାନ୍ତ ଆବଶ୍ୟକ ।

କେତେକ ଜାଣିବା କଥା

  • ଏକ ହେକ୍ଟର ଧାନ ଫସଲରେ ଔଷଧ ସିଞ୍ଚନ ପାଇଁ ୫୦୦ ଲିଟର ପାଣି ବ୍ୟବହାର କରିବା ଉଚିତ୍ ।
  • ଜମିରେ ୨ ଇଞ୍ଚ ଠିଆପାଣି ରଖି ଦାନାଦାର ଔଷଧ ପ୍ରୟୋଗ କରନ୍ତୁ ଓ ଗୋଟିଏ ସପ୍ତାହ ଯାଏଁ ପାଣି କିଆରୀରୁ ବାହାରକୁ ଛାଡ଼ନ୍ତୁ ନାହିଁ ।
  • ଅନୁମୋଦିତ ପରିମାଣରୁ କମ୍ କିମ୍ବା ଅଧିକ ଔଷଧ ପ୍ରୟୋଗ କରନ୍ତୁ ନାହିଁ ।
  • ଔଷଧ ସିଞ୍ଚନର ତିନି ଘଣ୍ଟା ମଧ୍ୟରେ ବର୍ଷା ହେଲେ ପୁନର୍ବାର ଔଷଧ ସିଞ୍ଚନ କରନ୍ତୁ ।
  • ମାଟିଆ ଗୁଣ୍ଡି ପୋକ ଓ ଧଳାପିଠିଆ ଗୁଣ୍ଡିପୋକର ଆକ୍ରମଣ ଥିଲେ ପାଇରୋସ୍ରୟୋଡ଼, ମିଥାଇଲ୍ ପାରାଥ୍ୟନ୍, କ୍ଲେରୋପାଇରିଫସ୍, କ୍ଲିନାଲ୍‌ଫସ୍, ଫୋରେଟ୍ ଇତ୍ୟାଦି ଔଷଧ ପ୍ରୟୋଗ କରିବା ମନା । କାରଣ ଏମାନେ ଗଛଡିଆଁ ପୋକଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବଢ଼ାଇଥାନ୍ତି ।
  • ଥୋଡ଼ ଧରିବା ପରେ ଦାନାଦାର ଔଷଧ ପ୍ରୟୋଗ କରନ୍ତୁ ନାହିଁ ।
  • ଫସଲର ପ୍ରଥମାବସ୍ଥାରେ ପୋକ ଆକ୍ରମଣର ଆଶଙ୍କା ଥିଲେ ତଳୀ ପଟାଳୀରେ ୧୦ ଡିସିମିଲି ପିଛା ୧.୨ କି.ଗ୍ରା. କାର୍ବୋତ୍ପରାନ୍ ୩ ଜି ବା ୬୦୦ ଗ୍ରାମ୍ ଫୋରେଟ୍ ୧୦ ଜି ବା ଫିସ୍ରୋନିକ୍ ୦.୩ ଢି ତଳି ଉପାଡ଼ିବାର ଏକ ସପ୍ତାହ ପୂର୍ବରୁ ପ୍ରୟୋଗ କରନ୍ତୁ ।
  • କ୍ଲୋରୋପାଇରିଫସ୍ ୨୦ ଇ.ସି. ୨୦୦ ଲିଟର ପାଣିରେ ୨୦୦ ମିଲି.ଲି ହିସାବରେ ମିଶାଇ ଏକ ଏକର ପାଇଁ ଆବଶ୍ୟକ ଥିବା ଡଳିର ଚେର ୮-୧୦ ଘଣ୍ଟା ବୁଡ଼ାଇ ରୋଇଲେ ଜମିରେ ମାସେ ପର୍ଯ୍ୟନ୍ତ ପୋକ ଆକ୍ରମଣ ଦେଖାଯାଏ। ନାହିଁ । ସମୟର ଅଭାବ ଥିଲେ ୟୁରିଆ ସାର ଲିଟର ପାଣି ପିଛା ୨୦ ଗ୍ରାମ୍ ହିସାବରେ ମିଶାଇ ତଳି ଚେରକୁ ୩ ଘଣ୍ଟା ବୁଡ଼ାଇ ରୋଇଲେ ଅନୁରୂପ ଫଳ ମିଳେ ।
  • ନିତାନ୍ତ ଆବଶ୍ୟକ ନ ପଡ଼ିଲେ, ବିଷାକ୍ତ ଔଷଧ ପ୍ରୟୋଗ କରନ୍ତୁ ନାହିଁ । ଏହା ଉପକାରୀ ଜୀଟଙ୍କ ସଂରକ୍ଷଣାଜୋର ସାହାଯ୍ୟ କରେ ।
  • ଅନିଷ୍ଟକାରୀ ପୋକ ଓ ଉପକାରୀ କୀଟଙ୍କ ଅନୁପାତ ୨:୧ ବା ତାଠାରୁ କମ୍। ଥିଲେ ବିଷାକ୍ତ ଔଷଧ ପ୍ରୟୋଗ କରିବା ଅନୁଚିତ୍ ।
  • ଫୁଲ ଉଡ଼ାଇବା ସମୟରେ ସନ୍ଧ୍ୟା ସମୟରେ ଔଷଧ ସିଞ୍ଚନ କରିବା ଉଚିତ୍ ।
  • ବାରମ୍ବାର ଗୋଟିଏ ପ୍ରକାର କୀଟନାଶକ ଔଷଧ ୨-୩ ଥରରୁ ଅଧିକ ବ୍ୟବହାର କରନ୍ତୁ ନାହିଁ ।
  • ଅନବରତ ବିହନ ବୁଣାଠାରୁ ଆରମ୍ଭ କରି ଫସଲ ଅମଳ ପର୍ଯ୍ୟନ୍ତ ପୋକ ଆକ୍ରମଣକୁ ନିରୀକ୍ଷଣ କରନ୍ତୁ ଓ ଦରକାର ପଡ଼ିଲେ, ବିହିତ ପଦକ୍ଷେପ ନିଅନ୍ତୁ ।

ଧାନ ସାଇତି ରଖିବା ସମୟରେ ଲାଗୁଥିବା ପୋକ

ଆମ ରାଜ୍ୟରେ ଚାଷୀମାନେ ସାଧାରଣତଃ ବଳକା ଧାନକୁ ଅମାରରେ ରଖିଥାଆନ୍ତି । କେହି କେହି ଅଖାରେ ପୁରାଇ ଭାଡ଼ିରେ ମଧ୍ୟ ରଖନ୍ତି । କିନ୍ତୁ ଦେଖାଯାଏ ଯେ, ନାନା ପ୍ରକାର ପୋକ ଓ ମୂଷା ଏହି ସବୁ ସାଇତା ଧାନକୁ ଖାଇ ନଷ୍ଟ କରି ଦିଅନ୍ତି । ବିଶେଷଜ୍ଞ ମାନଙ୍କ ମତରେ ଆମ ଭାରତ ବର୍ଷରେ ବର୍ଷକୁ ପ୍ରାୟ ୩୦ ଲକ୍ଷ ଟନ୍ ଖାଦ୍ୟଶସ୍ୟ ନାନାପ୍ରକାର ପୋକ ଓ ମୂଷାମାନଙ୍କ ଦ୍ଵାରା ନଷ୍ଟ ହୋଇଥାଏ । ଏହି ସବୁ ଖାଦ୍ୟ ଯଦି ନଷ୍ଟ ନ ହୁଅନ୍ତା। ତେବେ ଅଢ଼େଇ କୋଟି ଲୋକଙ୍କ ପାଇଁ ତାହା ବର୍ଷକର ଖାଦ୍ୟ ହୋଇପାରନ୍ତା । ଏହା ଓଡ଼ିଶାର ଲୋକମାନଙ୍କ ପାଇଁ ପ୍ରାୟ ଏକ ବର୍ଷର ଖାଦ୍ୟ ହୋଇପାରନ୍ତା ।

ମୂଷାମାନେ ବେଶୀ ପରିମାଣରେ ସାଇତା ଅବସ୍ଥାରେ ଥିବା ଫସଲ ନଷ୍ଟ କରିଥାଆନ୍ତି । ଗୋଟିଏ ମାଈ ମୂଷା ବର୍ଷକୁ ସାତ ଥର ଛୁଆ ଜନ୍ମ କରେ ଓ ଥରରେ ୮-୧୦ ଟି ଛୁଆ ଜନ୍ମ କରିଥାଏ । ଏହି ହିସାବରେ ଦୁଇଟି ମୂଷା ବର୍ଷକୁ ୮୦୦ ଓ ତିନି ବର୍ଷରେ ୩୫ କୋଟିରେ ପରିଣତ ହୋଇଥାଆନ୍ତି । ମୂଷା ୩-୪ ମାସର ହୋଇଗଲା ପରେ ଛୁଆ ଜନ୍ମ କରିଥାଏ । ତେଣୁ ସାଇତା ଅବସ୍ଥାରେ ଫସଲ ନଷ୍ଟ କରୁଥିବା ମୂଷା ଓ ପୋକମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଉଚିତ୍ ବ୍ୟବସ୍ଥା ଦରକାର I

ସାଧାରଣତଃ ନିମ୍ନଲିଖିତ ପୋକଗୁଡ଼ିକ ଧାନ, ଚାଉଳ, ମକା, ଗହମ ଇତ୍ୟାଦିକୁ ସାଇତା ଅବସ୍ଥାରେ ବିଶେଷ କ୍ଷତି କରନ୍ତି ।

  1. ଭମାପୋକ :
  2. ସାଇତା ଧାନର ଏହା ପ୍ରଧାନ ଶତ୍ର । ପୂର୍ଣ୍ଣାଙ୍ଗ କୀଟଟି ଏକ ଛୋଟ ବାଦାମୀ ରଙ୍ଗର ଶଲଭ । ଏହାର ଉପର ଡେଣାରେ ଦୁଇଟି କରି କଳା ଦାଗ ଥାଏ । ଫସଲ ପାଚିଲା ସମୟରେ ମା ପୋକ କେଣ୍ଡାରେ ଅଣ୍ଡା ଦିଏ ଓ ଅମାରକୁ ଆସି ବଂଶବିସ୍ତାର କରି ଶସ୍ୟକୁ ନଷ୍ଟ କରନ୍ତୁ । ଶୂକ ଅବସ୍ଥାରେ ଏମାନେ ଶସ୍ୟ ଭିତରେ ପ୍ରବେଶ କରି ଶତକଡ଼ା ୫୦-୬୦ ଭାଗ ଖାଇ ପକାନ୍ତି । ଆକ୍ରାନ୍ତ ଧାନର ତଳଭାଗରେ ଏକ ରନ୍ଧ୍ର ସୃଷ୍ଟି କରିଥାଆନ୍ତି । ଯାହାଦ୍ଵାରା ଶଲଭଟି ଭିତରୁ ବାହାରକୁ ଆସିଥାଏ । ଆକ୍ରାନ୍ତ ଧାନ ବା ବିହନ ଖାଦ୍ୟ ଅନୁପଯୋଗୀ ହୋଇଥାଏ।

  3. ଚାଉଳ ଶଲଭ ବା ବିଣ୍ଡା ପୋକ :
  4. ଏହି ପୋକ ଚାଉଳ ଛଡ଼ା ଗହମ, ଅଟା, ମଇଦା, ସୁଜି ଓ ଡାଲି ଇତ୍ଯାଦିକୁ ଖାଇ ନଷ୍ଟ କରିଥାଆନ୍ତି । ସ୍ତ୍ରୀ ଶଲଭ, ସାଧାରଣତଃ ଅଖା ବା ଘର କାନ୍ତ ମାନଙ୍କରେ ଅଣ୍ଡା ଦେଇଥାଆନ୍ତି ଓ ପରବର୍ତ୍ତୀ ଅବସ୍ଥାରେ ସାଧାରଣ ଚାଉଳକୁ ଆକ୍ରମଣ କରନ୍ତି । ୩-୪ ଦିନ ଭିତରେ ଅଣ୍ଡା ଫୁଟି ଶୂକ ବାହାରେ । ଶୂକ ଗୁଡ଼ିକ ଧଳା ରଙ୍ଗର । ଏମାନେ ପାଟିରୁ ଲାଳ ନିର୍ଗତ କରି ଚାଉଳ ଗୁଡ଼ିକୁ ବାନ୍ଧି ପକାନ୍ତି ଓ ତା ଭିତରେ ରହି ଦାନା ଗୁଡ଼ିକ ଖାଇଥାଆନ୍ତି । ପୋକର ମଳ, ଚମଡ଼ା ଓ ମୃତଦେହ ଶସ୍ୟକୁ ଖାଦ୍ୟ ଅନୁପଯୋଗୀ କରିଥାଏ ।

  5. ଉଙ୍କୁଣୀପୋକ ବା ଶୁଣ୍ଢାପୋକ :
  6. ସାଇତା ଚାଉଳର ସବୁଠୁ ବେଶୀ କ୍ଷତି ଏମାନେ କରିଥାଆନ୍ତି । ପୂର୍ଣ୍ଣାଙ୍ଗ ଘୃଣି ପୋକଟି ଦେଖିବାକୁ ଛୋଟ ଓ କଳା ରଙ୍ଗର । ଏହାର ମୁଣ୍ଡରୁ ଶୁଷ୍କ ବାହାରି ଥିବାରୁ ଏମାନଙ୍କୁ ଶୁଣ୍ଟା ପୋକ କୁହାଯାଏ । ଏ ପୋକ ଧାନ, ଚାଉଳ, ଗହମ, ମକା, ଯବ ଓ ବାଲି ଇତ୍ୟାଦି ଶସ୍ୟକୁ ନଷ୍ଟ କରେ । ମାଈ ପୋକ ଶସ୍ୟକୁ ସାମାନ୍ୟ ଖଣ୍ଡିଆ କରି ତା ମଧ୍ୟରେ ଗୋଟିଏ ଅଣ୍ଡା ଦିଏ । ୪-୫ ଦିନ ଭିତରେ ଶୂକ ବାହାରି ଶସ୍ୟକୁ ଖାଇ ଭିତରକୁ ପ୍ରବେଶ କରେ । ଶସ୍ୟ ଭିତରେ କୋଷା ବାକ୍ଷେ ଓ ୬-୯ ଦିନ ପରେ ପୂର୍ଣ୍ଣାଙ୍ଗ ପୋକ ବାହାରେ । ଏହାର ଜୀବନ ଚକ୍ର ସମପ୍ତ ହେବା ପାଇଁ ଏକ ମାସ ସମୟ ଲାଗେ । ଏମାନଙ୍କ ଆକ୍ରମଣ ଯୋଗୁଁ ଶସ୍ୟାର କେତେକ ଅଂଶ ଗୁପ୍ତ ହୋଇଯାଏ । ଶସ୍ୟସ୍ତୂପ ମଝି ଅଂଶକୁ ପ୍ରବେଶ କରିବା କ୍ଷମତା ଏମାନଙ୍କର ଅଛି ।

  7. ନାଲି କୁଣ୍ଡାପୋକ :
  8. ଏହା ଏକ ନାଲି ରଙ୍ଗର ଭୁଙ୍ଗ । ଏମାନେ ଅକ୍ଷୁଷ୍ଟି ଶସ୍ୟକୁ ନଷ୍ଟ କରିପାରନ୍ତି ନାହିଁ । ଯେଉଁ ଶସ୍ୟାରେ ଅନ୍ୟ ପୋକ ଲାଗି ପ୍ରଥମେ ଖଣ୍ଡିଆ କରିଥାଏ, ସେହି ଶସ୍ୟକୁ ଏମାନେ କେବଳ ନଷ୍ଟ କରିଥାନ୍ତି । ଅଧିକାଂଶ ଶସ୍ୟ ଚୂନା ଅବସ୍ଥାରେ ଏ ପୋକ ଦ୍ଵାରା ଆକ୍ରାନ୍ତ ହୋଇଥାନ୍ତି । ଏହି ପୋକ ବହୁତ ଦିନ ପର୍ଯ୍ୟନ୍ତ ବଞ୍ଚି ରହିପାରେ । ଖାଦ୍ୟ ନ ଖାଇ ଏମାନେ ୧୮-୨୦ ଦିନ ମଧ୍ୟ ବଞ୍ଚି ପାରନ୍ତି ।

  9. ଶସ୍ୟ ବିନ୍ଧା କ୍ଷୁଦ୍ର କୃଙ୍ଗ :
  10. ଏହା କଳା ବା ଗାଢ଼ ମାଟିଆ ବର୍ଷର ଏକ ଛୋଟ ଭୁଙ୍ଗ । ଏହାର ଉପରି ଭାଗରୁ ଦେଖିଲେ, ମୁଣ୍ଡ ଦେଖାଯାଏ ନାହିଁ । ଏହା ଶସ୍ୟ ଗୁଣ୍ଡରେ ବଞ୍ଚିପାରେ ନାହିଁ । କିନ୍ତୁ ଏହାର ଆକ୍ରମଣ ଯୋଗୁଁ ଅନେକ ଗୁପ୍ତ ବାହାରେ ଓ ଶସ୍ୟ ଦୁର୍ଗନ୍ଧ ହୁଏ । ଧାନ, ଚାଉଳ, ଗହମ, ମକା, ଇତ୍ୟାଦି ଶସ୍ୟ ଖାଇ ଏମାନେ ନଷ୍ଟ କରିଥାନ୍ତି । ଅଳ୍ପ ଜଳୀୟାଂଶ ଥିଲେ ସୁଦ୍ଧା ଏମାନେ ଶସ୍ୟକୁ ନଷ୍ଟ କରିପାରନ୍ତି ।

ପ୍ରତିକାର

ଟିକିଏ ସାବଧାନ ହେଲେ, ଏହି ପ୍ରକାରର ପୋକମାନଙ୍କ ଦାଉରୁ ଶସ୍ୟକୁ ରକ୍ଷା କରାଯାଇପାରିବ । ଖାଦ୍ୟଶସ୍ୟ ବା ବିହୀନ ଇତ୍ୟାଦିରେ ଯେପରି ପୋକ ନ ଲାଗନ୍ତି ସେଥିପାଇଁ କେତେଗୁଡ଼ିଏ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଉଚିତ୍ ।

ଅମାର ଘରକୁ ପରିଷ୍କାର ରଖନ୍ତୁ :-

ଅମାର ଘର ପରିଷ୍କାର ରହିଲେ ପୋକ ଦାଉରୁ ରକ୍ଷା ମିଳେ । କାନ୍ଥରେ ବା ଚଟାଣରେ ଗାତ ବା ଫାଟ ଇତ୍ୟାଦି ଥିଲେ। ସେଗୁଡ଼ିକୁ ବନ୍ଦ କରିଦିଅନ୍ତୁ ଓ କବାଟ ଝରକା ଯେପରି ଭଲଭାବରେ ବନ୍ଦ ହେବ ତାହାର ବ୍ୟବସ୍ଥା କରନ୍ତୁ ।

ଶସ୍ୟକୁ ରଖିବା ପୂର୍ବରୁ ଅଖାଗୁଡ଼ିକୁ ଧୋଇ ଟାଣ ଖରାରେ ଶୁଖାଇ ଦିଅନ୍ତୁ । ଶସ୍ୟ ଓଦାଳିଆ, ଥିଲେ ତହିଁରେ ପୋକ ଲାଗିବାର ସମ୍ଭାବନା ବେଶୀ ଥାଏ । ତେଣୁ ସାଇତି ରଖିବା ପୂର୍ବରୁ ଶସ୍ୟକୁ ୩-୪ ଦିନ ଟାଣ ଖରାରେ ଶୁଖାଇ ଦିଅନ୍ତୁ ।

କାନ୍ଥ କିମ୍ବା ଚଟାଣ ସନ୍ତା ଉଥିବା ଘରେ ଶସ୍ୟକୁ ରଖନ୍ତୁ ନାହିଁ । ଅମାର ଘରକୁ ବାୟୁରୁଦ୍ଧ କରନ୍ତୁ, ଅର୍ଥାତ୍ ସେ ଘରକୁ ବେଶୀ ପବନ ଯିବାକୁ ଦିଅନ୍ତୁ ନାହିଁ । କାରଣ ପବନ ଅଭାବରେ ପୋକମାନେ ବଢ଼ିପାରିବେ ନାହିଁ । ମୂଷା ଦାଉରୁ ରକ୍ଷା ପାଇବା ପାଇଁ ଧାତୁ ନିର୍ମିତ କୋଠିରେ ଧାନ, ଗହମ, ଚାଉଳ, ବିରି ଇତ୍ୟାଦି ରଖନ୍ତୁ । ସିମେଣ୍ଟ କଂକ୍ରିଟ୍ ତିଆରି କୋଠିରେ ମଧ୍ୟ ଶସ୍ୟ ନିରାପଦରେ ରଖାଯାଇ ପାରିବ । ଯଦି ସାଇତା ଅବସ୍ଥାରେ ପୋକ ଲାଗିବା ଦେଖନ୍ତି, ତେବେ ସେଲ୍ଫସ୍ ଗୁପ୍ତ ନାମକ ବିଷ ପ୍ରୟୋଗ କରି ପୋକଗୁଡ଼ିକୁ ମାରି ଦିଅନ୍ତୁ । ଏଥିପାଇଁ ଧାତୁ ନିର୍ମିତ ଭ୍ରମ୍ ଖୁବ୍ ଉପଯୋଗୀ । ଭ୍ରମ୍ ଭିତରେ ପୋକ ଲାଗିଥିବା ଶସ୍ୟାଗୁଡ଼ିକୁ ରଖି ତା ଭିତରେ ସେଲ୍ଫସ୍ ଗୁପ୍ତ ଦେଇ ଭ୍ରମଟିକୁ ୩-୪ ଦିନ ବନ୍ଦ ରଖିଲେ ପୋକ ସବୁ ମରିଯାଆନ୍ତି । ମନେ କରନ୍ତୁ, ଏହି ବିଷ ମଣିଷମାନଙ୍କ ପାଇଁ ମଧ୍ୟ ବିଷାକ୍ତ । ସେଥିପାଇଁ ଏହି ବାଷ୍ପ ଯେପରି ନିଶ୍ଵାସରେ ନ ଯାଏ, ସେଥିପ୍ରତି ସାବଧାନ ରହିବା ଦରକାର ।

ବେଶୀ ପରିମାଣରେ ଶସ୍ୟାଥଲେ। ସେଗୁଡ଼ିକୁ ଗୋଟିଏ ସିମେଣ୍ଟ, ଚଟାଣ ଉପରେ ରଖ୍ ତା ଉପରେ ଗୋଟିଏ ଡାର୍‌ ପୋଲିନ୍ ଘୋଡ଼ାଇ ଦିଅନ୍ତୁ । ତାର୍‌ ପୋଲିନ୍ ଓ ଚଟାଣ ଭିତରେ ଯୁବା ଫାଙ୍କକୁ କାଦୁଅ ଦ୍ଵାରା ବନ୍ଦ କରି ଦିଅନ୍ତୁ । ଗୋଟିଏ ପଟରେ ତାଚ୍ ପୋଲିନ୍ ଭିତରକୁ ସେଲ୍‌ଫସ୍ ଗୁପ୍ତ ଦେଇ ପ୍ରାୟ ୫ ଦିନ ପର୍ଯ୍ୟନ୍ତ ବନ୍ଦ ରଖିଲେ ପୋକ ଗୁଡ଼ିକ ମରିଯିବେ ।

କେବଳ ବିହନ ପାଇଁ ସାଇତି ରଖିଥିଲେ ପ୍ରତି ୧୦୦ କିଲୋ ବିହନ ସହିତ ୧ କିଲୋ ମାଲାଥିଅନ୍ ୫% ଗୁପ୍ତ ଗୋଳାଇ ରଖନ୍ତୁ । ବସ୍ତା ଗୁଡ଼ିକ ଥାକ, ମାରି ରଖିଲେ ମଧ୍ୟ ତା ଉପରେ ମାଲାଥିଅନ୍ ଗୁପ୍ତ ସିଞ୍ଚି ଦିଅନ୍ତୁ ।

ମୂଷାଙ୍କ ଦାଉରୁ ରକ୍ଷା ପାଇବାର ଉପାୟ

ସିମେଣ୍ଟ, ଚଟାଣ ଯୁବା ଘରେ ଶସ୍ୟ ରଖିବା ଭଲ । ମାଟିଘରେ ମୂଷା ଗାତ କଲେ ତହିଁରେ କାଚ ଗୁପ୍ତ ଓ ଇଟା ପୁରାଇ ଗାତ ମୁହଁ ବନ୍ଦ କରି ଦିଅନ୍ତୁ ।

ମୂଷା ମାନଙ୍କୁ ବିଷଦେଇ ମଧ୍ୟ ମରାଯାଇଥାଏ । ଏଥିପାଇଁ ଢିଙ୍କ ଫସ୍ଫାଇଡ୍, ୱାରଫାରିନ୍, ରୋଡ଼ାଫାରିନ୍ ଓ ରାକୁମିନ୍, ବ୍ରୋମାଡିଓଲୋନ୍ ପ୍ରଭୃତି ବିଷ ବ୍ୟବହାର କରାଯାଇଥାଏ I

ଜିଙ୍କ୍ ଫସ୍ଫଡ୍ ବଡ଼ ଉତ୍କଟ ବିଷ । ତେଣୁ ଏହାକୁ ସାବଧାନତାର ସହ ବ୍ୟବହାର କରିବା ଉଚିତ୍ । ପ୍ରଥମେ ଦିନେ ଦୁଇଦିନ ବିଷ ନ ମିଶାଇ ଶୁଖିଆ, ପକୁଡ଼ି ବା ଅଟା ଚକଟା ଇତ୍ୟାଦି ଗାତ ପାଖରେ ରଖନ୍ତୁ । ଏହିସବୁ ଜିନିଷ ସହିତ ଅଛ ପରିମାଣରେ ତେଲ ଗୋଳାଇ ଦେବା ଉଚିତ୍ । ମୂଷାକୁ ଏହିପରି ୨-୩ ଦିନ ବିଷ ନ ଥିବା ଧୋପ ଖାଇବାକୁ ଦିଅନ୍ତୁ । ତୃତୀୟ ଦିନ ଏହି ଥୋପରେ ଜିକ୍ ଫସ୍ଫାଇଡ୍ ବିଷ ମିଶାଇ ଗୋଟିଏ ସରା ବା ସଢ଼େଇ ଭିତରେ ରଖି, ମୂଷାଗାତ ବା ମୂଷା ଯିବା ଆସିବା କରୁଥିବା ଜାଗାରେ ରଖନ୍ତୁ । ବିଷ ପାତ୍ର ପାଖରେ କିଛି ପାଣି ମଧ୍ୟ ରଖନ୍ତୁ । ମୂଷା ସେହି ବିଷମିଶା ଥୋପ ଖାଇବା ପରେ ମରିଯାଏ । ମଲା, ମୂଷାଗୁଡ଼ିକୁ ଗୋଟେଇ ପୋତି ଦିଅନ୍ତୁ ଏବଂ ବଳିଥିବା ବିଷକୁ ମଧ୍ୟ ପୋତି ଦିଅନ୍ତୁ । ବିରାଡ଼ି, କୁକୁର ବା ପିଲାମାନେ ଯେପରି ବିଶା ଥୋପ ନ ଖାଆନ୍ତି ସେଥିପାଇଁ ସାବଧାନ ନୁହନ୍ତୁ । ଚତୁର୍ଥ ଦିନ ପୁଣି ବିଶ ଖାଦ୍ୟ ଦିଅନ୍ତୁ । ଏହିପରି ମୂଷାମାନଙ୍କୁ ଜିକ୍ ଫସ୍ଫାଇଡ୍ ବିଷ ଦେଇ ମରାଯାଇ ପାରେ ।

୧୦୦ ଗ୍ରାମ୍ ବିଷଧୋପ ପ୍ରସ୍ତୁତି ପାଇଁ ୯୬ ଗ୍ରାମ୍ ଥୋପ ସାମଗ୍ରୀ, ୨ ଗ୍ରାମ୍ ସୋରିଷ ବା ବାଦାମ ତେଲ ଓ ୨ ଗ୍ରାମ୍ ଜିଙ୍କୁ ଫୁସ୍‌ଫାଇଡ୍ ମିଶାଇ କାଠି ସାହାଯ୍ୟରେ ଘାଣ୍ଟି ଥୋପ ପ୍ରସ୍ତୁତ କରାଯାଏ ।

ବିଲ ମାନଙ୍କରେ ଯୁବା ମୂଷାମାନଙ୍କୁ ଜିଙ୍କ୍ ଫସ୍ଫାଇଡ୍ ସାହାଯ୍ୟରେ ମରାଯାଇ ପାରେ । ବିଲରେ ଗାତ ସବୁ ଦେଖି ତା ଭିତରେ ଦୁଇଟି ଲେଖାଏଁ ଜିକ୍ ଫସ୍ଫାଇଡ୍ ଦେଇ ଗାତ ପୁସ୍ତିକୁ କାଦୁଅ ଦ୍ଵାରା ବନ୍ଦ କରି ଦିଅନ୍ତୁ । ଏହିପରି ଭାବରେ କିଛି ଦିନ ପର୍ଯ୍ୟନ୍ତ ଜିଙ୍କ୍ ଫସ୍ଫାଇଡ୍ ବ୍ୟବହାର କଲେ ବିଲରୁ ମୂଷା ମରିଯାଆନ୍ତି ।

ଆଜିକାଲି ମସ୍ମସ୍ ଏବଂ ରୋବାନ୍ ନାମରେ ବ୍ରୋମୋଡିଓଲୋନ୍ (Bromadiolone) ଜାତୀୟ ଏକ ପ୍ରକାର ମୂଷା ବିଷ ବଜାରରେ ମିଳୁଛି । ଏହାକୁ ପ୍ରୟୋଗ କରି ମଧ୍ୟ ମୂଷାମାନଙ୍କୁ ମରାଯାଇପାରେ ।

ସଂଗୃହିତ -

ମୂଳ  ବିଷୟବସ୍ତୁ

  1. ପ୍ରଫେସର ବାସୁଦେବ ମିଶ୍ର (ଅବସର ପ୍ରାପ୍ତ)
  2. ପ୍ରଫେସର ଭାଗୀରଥି ସେନାପତି (ଅବସର ପ୍ରାପ୍ତ)

ସଂଶୋଧିତ ବିଷୟ ବସ୍ତୁ

  1. ପ୍ରଫେସର ବିଷ୍ଣୁ ଚରଣ ଜେନା, ବିଭାଗୀୟ ମୁଖ୍ୟ
  2. ପ୍ରଫେସର ସନ୍ତୋଷ କୁମାର ପଣ୍ଡା,  କୀଟତତ୍ତ୍ଵ ବିଭାଗ, ଓ.ୟୁ.ଏ.ଟି., ଭୁବନେଶ୍ଵର


© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate