অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଧାନ ଫସଲରେ ରୋଗ ଓ ଅନାବନା ଘାସ

ଆମ ରାଜ୍ୟରେ ଧାନ ଫସଲରେ ମହିଷା ରୋଗ, ଚିତା ରୋଗ, ପତ୍ରପୋଡ଼ା ରୋଗ, ପତ୍ରଦାଗ ରୋଗ, ପତ୍ରାଚ୍ଛଦ ପୋଡ଼ା ରୋଗ, ପତ୍ରାଚ୍ଛଦ ସଢ଼ା ରୋଗ, କାଣ୍ଡ ସଢା ରୋଗ ଏବଂ ମୂଳ ସଢ଼ା ରୋଗ ବିଶେଷ ଭାବେ ଦେଖାଯାଇଥାଏ । ଏଗୁଡ଼ିକ ଧାନ ଫସଲରେ ପ୍ରସ୍ତୁତ କ୍ଷତି ଘଟାଇଥାନ୍ତି । ଅବଶ୍ୟ ସମସ୍ତ ରୋଗର ପ୍ରାଦୁର୍ଭାବ ସମାନ ନ ଥାଏ । ଏହା ସାଧାରଣତଃ ପାଗ ଉପରେ ନିର୍ଭର କରିଥାଏ । ଏହି ରୋଗ ଗୁଡ଼ିକ ସମ୍ବନ୍ଧରେ ଆମ୍ଭେମାନେ ସଚେତନ ହେବା ଆବଶ୍ୟକ ।

ଧାନ ଫସଲରେ ରୋଗ

ମହିଷା ରୋଗ

ଲକ୍ଷଣ

ତଳି ଘରା ଠାରୁ ଆରମ୍ଭ କରି କେଣ୍ଡା ବାହାରିବା ପର୍ଯ୍ୟନ୍ତ ଏହି ରୋଗ ଦେଖାଯାଇଥାଏ । ତଳି ଅବସ୍ଥାରେ ପତ୍ରରେ ନୀଳ ରଙ୍ଗର ଗୋଲାକାର ଦାଗମନ ଦେଖାଯାଏ । ଏହାର ଆକାର କ୍ରମଶଃ ବୃଦ୍ଧି ପାଇ ଠିକିରି ଆକୃତି ଧାରଣ କରେ । ରୋଇବା ପରେ ମଧ୍ୟ ଏହି ରୋଗର ବିଶିଷ୍ଟ ଲକ୍ଷଣମାନ ଦେଖାଯାଇଥାଏ । ପତ୍ରରେ ତାବୁଡ଼ି ଆକୃତିର ଦାଗମାନ ଦେଖାଯାଏ । ଦାଗର ମଧ୍ୟ ଭାଗ ଇଷତ୍ ପାଉଁଶିଆ ଏବଂ ଧାର ଆଡ଼କୁ ଗାଢ଼ ବାଦାମୀ ରଙ୍ଗ ଧାରଣ କରିଥାଏ । ଏହି ପ୍ରକାରର ଅନେକ ଦାଗ ଦେଖାଦେବା ଦ୍ଵାରା ପତ୍ରସବୁ ଅକାଳେ ଶୁଖିଯାଇଥାଏ । କେଣ୍ଡା ବାହାରିବା ପରେ କେଣ୍ଡାର ମୂଳ ବା ବେକ ଅଂଶରେ ଗାଢ଼ ବାଦାମୀ ବର୍ଣ୍ଣର ଦାଗ ଦେଖାଯାଇଥାଏ । ଏହା କ୍ରମଶଃ ଆକାରରେ ବୃଦ୍ଧି ପାଇ କୃଷ୍ଣ ବର୍ଣ୍ଣ ଧାରଣ କରେ । ଏହାଦ୍ଵାରା କେଣ୍ଡା ଆଶିର୍ବକ ଭାବେ କିମ୍ବା ସମ୍ପୁର୍ଣ୍ଣ ଭାବେ ଅଗାଡ଼ି ହୋଇଯାଇଥାଏ । ଅନେକ ସମୟରେ ଆକ୍ରାନ୍ତ ସ୍ଥାନରୁ କେଣ୍ଡା ଭାଙ୍ଗି  ଯାଇଥାଏ । ରୋଗର ଏହି ଅବସ୍ଥା ଧାନ ଫସଲରେ ପ୍ରସ୍ତୁତ କ୍ଷତି ଘଟାଇଥାଏ ।

କାରକ ଜୀବ -

ଏହି ବ୍ୟାଧି ପାଇରିକୁଲାରିଆ, ଓରାଇଜି (Pyricularial oryzae) ନାମକ ଏକ ଫିମ୍ପି ଜାତୀୟ ଜୀବାଣୁ ଦ୍ଵାରା ହୋଇଥାଏ ।

ରାତ୍ରିର ତାପମାତ୍ରା ୧୬ ରୁ ୨୦ ଡିଗ୍ରୀ ସେଣ୍ଟିଗ୍ରେଡ଼୍ ଆର୍ଦ୍ରତା ଶତକଡ଼ା ୯୦ ଭାଗରୁ ଅଧିକ ଏବଂ କ୍ରମାଗତ ଭାବେ ୪-୫ ଦିନ ପର୍ଯ୍ୟନ୍ତ ମେଘୁଆ ପାଗ ରହିଲେ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇଥାଏ । ରୋଗ ସହଣୀ ଶକ୍ତି ନ ଥିବା କିସମ ଗୁଡ଼ିକରେ ଅଧିକ ପରିମାଣରେ ଯବକ୍ଷାରଜାନ ସାର ପ୍ରୟୋଗ ମଧ୍ୟ ଏହି ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇଥାଏ ।

ପ୍ରତିକାର –

  1. ପ୍ରତି ଏକ କିଲେ। ବିହନରେ ୨ ଗ୍ରାମ୍ ଭିଟାଭାକ୍ସ କିମ୍ବା ୨ ଗ୍ରାମ ବାଭିଷ୍ଟିନ୍ ଭଲ ଭାବରେ ମିଶାଇ ବୁଣାଯିବା କିମ୍ବା ତଳି ପକାଇବା ଉଚିତ୍ । ଏହାକୁ ଶୁଷ୍ପ ବିହନ ବିଶୋଧନ କୁହାଯାଏ । ଆର୍ଦ୍ର ବିଶୋଧନ ମଧ୍ୟ କରାଯାଇପାରେ । ଏଥିପାଇଁ ୨ ଗ୍ରାମ୍ ଭିଟାକ୍ସାକୁ କିମ୍ବା ୨ ଗ୍ରାମ୍ ବାଭିଷ୍ଟିନ୍ ପ୍ରତି ୧ ଲିଟର ପାଣିରେ ଭଲ ଭାବରେ ଗୋଳାଇ ଏଥିରେ ଏକ କିଲେ। ବିହନକୁ ୧୦-୧୨ ଘଣ୍ଟା ବଡୁରାଇ ତଳି ପକାଯାଇପାରେ ।
  2. ଏହି ବ୍ୟାଧି ଦେଖାଯାଉଥିବା ଅଞ୍ଚଳରେ ଧାନର ତଳି ଅବସ୍ଥାରେ ପ୍ରତି ଏକ ଲିଟର ପାଣିରେ ୧ ଗ୍ରାମ୍ ଟ୍ରାଇସାଇକ୍ଲାଜେଲ୍ କିମ୍ବା ୨ ମି.ଲି. କାସୁପାମାଇସିନ୍ କିମ୍ବା ୨ ମିଲି ହିନୋସାନ୍ ମିଶାଇ ସ୍ପ୍ରେ କରିବା ଦରକାର । ଏହି ଔଷଧ ପରିବର୍ତ୍ତେ କାରବେଣ୍ଡାଜିମ୍ ଗୋଳା ପାଣି ପ୍ରତି ଏକରକୁ ୨୦୦ ଲିଟର ହିସାବରେ ଗଛରେ ପକାଇବା ଉଚିତ୍ । ତଳି ଅବସ୍ଥାରେ ଏହି ବ୍ୟାଧି ବିଶେଷ କ୍ଷତି ଘଟାଉଥିବାରୁ, ସେହି ସମୟରେ ଉକ୍ତ ଔଷଧ ସ୍ପ୍ରେ କରିବା ବାଞ୍ଛନୀୟ ।
  3. ରୋଇବା ପରେ ଏହି ରୋଗ ଆରମ୍ଭ ହେବା ମାତ୍ରେ ଉପରୋକ୍ତ ଔଷଧରୁ ଯେ କୌଣସି ଗୋଟିଏ ମାତ୍ରାନୁସାରେ ସ୍ପ୍ରେ କରିବା ଆବଶ୍ୟକ । ପ୍ରଥମ ସିଞ୍ଚନର ୧୦ ଦିନ ପରେ ଆଉ ଥରେ ସ୍ପ୍ରେ କରିବା ଦରକାର । ଯଦି ରୋଗର ପ୍ରାଦୁର୍ଭାବ ନ କମେ ତାହାହେଲେ ୨ୟ ସିଞ୍ଚନର ୧୦ ଦିନ ପରେ ଆଉଥରେ, ସ୍ପ୍ରେ କରାଯାଇପାରେ ।
  4. ମହିଷା ରୋଗ ଦେଖାଯାଉଥିବା ଅଞ୍ଚଳ ମାନଙ୍କରେ ରୋଗ ସହଣୀ ଶକ୍ତି ଥିବା କୋ ୪, କୋ ୨୫, କୋ ୨୬, କୋ ୨୯, କୋ ୩୬, ପି.ଟି.ବି. ୧o, ବିଜୟ, ଟି.କେ.ଏମ.୧ ଇତ୍ୟାଦି କିସମର ଧାନ ଚାଷ କରିବା ଆବଶ୍ୟକ । ଏତଦ୍‌ବ୍ୟତୀୟ ଅଂଶିକ ଭାବରେ ରୋଗ ସହଣୀ, ଥିବା କିସମ ମାନଙ୍କ ମଧ୍ୟରେ ଅନ୍ନପୂର୍ଣ୍ଣା , ପାରିଜାତ, ଇନ୍ଦିରା, ସୁଫଳା, ଜୟା ଅନ୍ୟତମ ।

ଚିତା ରୋଗ

ଲକ୍ଷଣ

ରୋଗାକ୍ରାନ୍ତ ବିହନ ବ୍ୟବହାର କରିବା ଦ୍ଵାରା ଏହି ବ୍ୟାଧି ଭ୍ରୁଣ ଅବସ୍ଥାରୁ ମଧ୍ୟ ଦେଖାଯାଇଥାଏ । ଭ୍ରୁଣ ପତ୍ରରେ ଛୋଟ ଛୋଟ ଗୋଲାକାର ବା ଅଣ୍ଡାକାର ଦାଗମାନ ଦେଖା ଯାଉଥାଏ । ଏହି ଦାଗ ଗୁଡ଼ିକର ଆକାର ବିଶେଷ ବୃଦ୍ଧି ପାଇ ନ ଥାଏ । କିନ୍ତୁ ଦାଗର ସଂଖ୍ୟା ବୃଦ୍ଧି ପାଇଲେ ସେହି ଗୁଡ଼ିକ ପରସ୍ପର ସହିତ ସଂପୃକ୍ତ ହେବା ଦ୍ଵାରା ପତ୍ର ଶୁଖି ଯାଇଥାଏ । ଗଛ ବଡ଼ ହେଲେ ପତ୍ରରେ ବିଭିନ୍ନ ପ୍ରକାରର ଦାଗମାନ ଦେଖା ଯାଇଥାଏ । ଛୋଟ ଛୋଟ ଗୋଲାକାର ଦାଗଠାରୁ ଆରମ୍ଭ କରି ଚକ୍ଷୁ ବା ଅଣ୍ଡାକାର ଦାଗମାନ ଦେଖା ଯାଇଥାଏ । ଛୋଟ ଦାଗ ଗୁଡ଼ିକ ଗାଢ଼ ବାଦାମୀ କିନ୍ତୁ ବଡ଼ ଦାଗ ଗୁଡ଼ିକର ଧାରା ଗାଢ଼ ବାଦାମୀ ବର୍ଣ୍ଣ ହେବା ସଙ୍ଗେ ସଙ୍ଗେ ମଝି ଅଂଶ ଇଷତ୍ ହଳଦିଆ ହୋଇଥାଏ । ଆକ୍ରାନ୍ତ ପତ୍ର ଗୁଡ଼ିକ କ୍ରମଶଃ ଶୁଖିଆମ୍ଭେ । କେଣ୍ଡା ବାହାରି ପାରେ ନାହିଁ । ଧାନର ଉପରି ଭାଗରେ ମଧ୍ୟ ଗାଢ଼ ବାଦାମି କିମ୍ବା କୃଷ୍ଣ ବର୍ଣ୍ଣର ଦାଗମାନ ଦେଖାଯାଇଥାଏ । ଏହା କ୍ରମଶତଃ ଶସ୍ୟକୁ ଆଚ୍ଛାଦିତ କରିଥାଏ । ଏହାଦ୍ଵାରା ବିହନ ଗୁଡ଼ିକ ବିକୃତ ହେବା ସଙ୍ଗେ ସଙ୍ଗେ ଅଙ୍କୁରୋଦଗମ ଶକ୍ତି ହରାଇଥାନ୍ତି ।

କାରକ ଜୀବ

ଏହି ବ୍ୟାଧି ଡ୍ରୋସଲେରା ଓରାଇଜି (Direchsleral oryzae) ନାମକ ଏକ ଫିମ୍ପି ଜାତୀୟ ଜୀବାଣୁ ଦ୍ଵାରା ଉଦ୍ରେକ ହୋଇଥାଏ । ବାୟୁମଣ୍ଡଳର ତାପମାତ୍ରା ୨୭-୨୮ଡିଗ୍ରୀ ସେଣ୍ଡି ଗ୍ରେଡ୍, ଆର୍ଦ୍ରତା ଶତକଡ଼ା ୯୦ ରୁ ଅଧିକ ଥିବା ଅବସ୍ଥାରେ ଅଚ୍ଛ ବର୍ଷା ହେଲେ ଏହି ରୋଗ ବିଶେଷ ଭାବେ ବୃଦ୍ଧି ପାଇଥାଏ । ମେଘୁଆ ପାଗ ମଧ୍ୟ ରୋଗ ବ୍ୟାପିବାରେ ସାହାଯ୍ୟ କରେ । ଯବକ୍ଷାରଜାନ ଓ ପଟାସ୍ ସାରର  ଅଭାବ ହେଲେ ଏହି ରୋଗର ପ୍ରକୋପ ବୃଦ୍ଧି ପାଇଥାଏ । କ୍ରମାଗତ ଶୁଖିଲା ପାଗରେ ଏହି ରୋଗର ପ୍ରାଦୁର୍ଭାବ ବଢ଼ିଥାଏ ।

ପ୍ରତିକାର -

  1. ପ୍ରତି ଏକ କିଲୋ ଧାନ ବିହନରେ ୨ ଗ୍ରାମ୍ ଭିଟାଭାକ୍ସ ପାୱାର କିମ୍ବା ୨ ଗ୍ରାମ୍ କାର୍ବୋଣ୍ଡାଜିମ୍ ଭଲ ଭାବରେ ମିଶାଇ ବିଶୋଧନ କରିବା ବାଞ୍ଚନୀୟ । ଆର୍ଦ୍ର ବିଶୋଧନ କରିବାକୁ ହେଲେ, ପ୍ରତି ୧ ଲିଟର ପାଣିରେ ୨ ଗ୍ରାମ ଭିଟାଭ କୁ ପାୱାରକୁ ଭଲ ଭାବରେ ଗୋଳାଇ ଏଥିରେ ୧ କିଲୋ ଧାନ ବିହନକୁ ୧୦-୧୨ ଘଣ୍ଟା ବଢୁରାଇ ତଳି ପକାଯାଇ ପାରେ । ଭଲ ଚଳରେ ମଧ୍ୟ ବିହନ ବିଶୋଧନ କରାଯାଇପାରେ । ଜଳର ତାପକ୍ରମ ୫୫ ଡିଗ୍ରୀ ସେଣ୍ଟିଗ୍ରେଡ଼୍ ଥିବା ଅବସ୍ଥାରେ ସେଥିରେ ଧାନ ବିହନକୁ ୧୦ ମିନିଟ ପର୍ଯ୍ୟନ୍ତ ବୁଡ଼ାଇ ରଖି ତାପରେ ବୁଣିଲେ କିମ୍ବା ତଳି ପକାଇଲେ ଏହି ରୋଗ ହ୍ରାସ ପାଇଥାଏ।
  2. ରୋଗ ଆରମ୍ଭ ହେବା ମାତ୍ରେ ୨ ଗ୍ରାମ୍ ସିକ୍ସର / କମ୍ପାନିୟନ୍ / ସାଫ୍ ୧ ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା ଉଚିତ୍ । ଏହା ଛଡ଼ା ୫ : ୫ : ୫୦ ବୋର୍ଡୋକ୍ସ ମିଶ୍ରଣ, ଜିନେବ୍ ବା ଡିଥେନ୍ ଜେଡ୍୨୮ (ପ୍ରତି ୧ ଲିଟର ପାଣିର ୫ ଲିଟର ଦିସାବରେ), ମାନେବ ବା ଡିଥେନ୍ ଏମ୍, ୪୫ (ପ୍ରତି ୧ ଲିଟର ପାଣିରେ ୪ ଗ୍ରାମ୍ ହିସାବରେ), କପର ଫଞ୍ଜିସାଇଡ୍ (ପ୍ରତି ୧ ଲିଟର ପାଣିରେ ୫-୬ ଗ୍ରାମ୍ ହିସାବରେ) କିମ୍ବା ହିନୋସାନ୍ (ପ୍ରତି ୧ ଲିଟର ପାଣିରେ ୧ ମିଲିଲିଟର ହିସାବରେ) ସ୍ପ୍ରେ କଲେ ରୋଗକୁ ଆୟତ କରାଯାଇପାରେ ।
  3. ରୋଗ ସହଣୀ ଥିବା କିସମ ମାନଙ୍କ ମଧ୍ୟରେ ଟାଇପ୍ ୧୪:୧, କୋ ୨୦, ବି.ଏ.ଏମ୍ ୧୦, ଆଇ.ଆର୍. ୨୪, ଆଇ.ଇ.ଟି. ୧୯୭୭ ଏବଂ ଆଇ.ଇ.ଟି ୩୩୬୫ ଅନ୍ୟତମ । ଆଶିର୍ବକ ରୋଗ ସହଣୀ ଶକ୍ତି ଥିବା କିସମ ଗୁଡ଼ିକ ମଧ୍ୟରେ ଅନ୍ନପୂର୍ଣ୍ଣା , ଶଙ୍କର, ରୁଦ୍ର, ଜୟା, ପ୍ରତାପ, ହେମ, ଆଇ.ଆର୍. ୩୬ ଅନ୍ୟତମ ।

ପତ୍ରପୋଡା ରୋଗ

ଲକ୍ଷଣ -

ଅଧିକ ଅମଳକ୍ଷମ ଧାନମାନଙ୍କରେ ଏହା ଏକ ମାରାତ୍ମକ ରୋଗ ଅଟେ । ଏହି ବ୍ୟାଧି ଯୋଗୁଁ ଶତକଡ଼ା ୭୦ ଭାଗ ପର୍ଯ୍ୟନ୍ତ ଅମଳ ହ୍ରାସ ହେଉଥିବାର ପ୍ରମାଣ ଅଛି ।

ଏହି ରୋଗ ପତ୍ରର ଧାର ଏବଂ ଅଗ୍ରଭାଗରୁ ପାଣିଚିଆ ସାଗୁଆ ରଙ୍ଗର ଦାଗ ଆକାରରେ ଆରମ୍ଭ ହୁଏ । କ୍ରମଶଃ ଦାଗ ଗୁଡ଼ିକ ହଳଦିଆ ବର୍ଣ୍ଣ ଧାରଣ କରିବା ସଙ୍ଗେ ସଙ୍ଗେ ଦୈର୍ଘ୍ୟରେ ବିଶେଷ ଭାବେ ବୃଦ୍ଧି ପାଇଥାଏ । ଏହାଦ୍ଵାରା ପତ୍ରର ଦୁଇପାଖ ଧାର କ୍ରମଶଃ ଶୁଖି ଆସେ । ଅଗ୍ରଭାଗରୁ ମଧ୍ୟ ପତ୍ରଗୁଡ଼ିକ ଅନୁରୂପ ଶୁଖିଆସିଥାଏ । ନିରୀକ୍ଷଣ କଲେ ଦେଖାଯାଏ ଯେ ପତ୍ରର ଧାରଗୁଡ଼ିକ ସମାନ ଭାବେ ଶୁଖି ନ ଆସି ଢେଉ ଆକାରରେ ଶୁଖିଆସି ଥାଏ ଏବଂ ଏହା କ୍ରମଶଃ ପତ୍ରର ମଧ୍ୟ ଶିରା ଆଡ଼କୁ ଅଗ୍ରସର ହୋଇଥାଏ । ଏହି ଶୁଖିଲା। ଅଂଶରେ ହଳଦିଆ, ଝୁଣା ଚଙ୍ଗର ଅତି ଛୋଟ ଛୋଟ ଗୋଲାକାର ପଦାର୍ଥମାନ ଦେଖାଯାଏ । ଏଗୁଡ଼ିକ ଅଂଶ ବିଶେଷ ମାତ୍ର ।

ତଳି ଘରାରେ କିମ୍ବା ଗଛର ପ୍ରାଥମିକ ଅବସ୍ଥାରେ ଏହି ରୋଗ ଆରମ୍ଭ ହେଲେ, ଏହା ଖୁବ୍ ଶୀଘ୍ର ବିଭିନ୍ନ ଅଂଶକୁ ପରିବ୍ୟାପ୍ତ ହୋଇଥାଏ । ଏହା ଦ୍ଵାରା ପତ୍ର ହଳଦିଆ ବା ଧୂଷର ବର୍ଣ୍ଣ ଧାରଣ କରିବା ସଙ୍ଗେ ସଙ୍ଗେ ସମୁଦାୟ ଗଛ ଶୁଖି ଯାଇଥାଏ । ଏହାକୁ ରୋଗର ଝାଉଁଳିବା ବା କ୍ରେସେକ୍ ଫେଜ୍ କୁହାଯାଏ । ବ୍ୟାଧିର। ଏହି ଅବସ୍ଥା କାଣ୍ଡି ବିନ୍ଧା ପୋକର ଲକ୍ଷଣ ସହିତ ଅନେକ ସାମଞ୍ଜସ୍ୟ ଥିବାରୁ ଏହାକୁ ଭଲଭାବେ ଜାଣି ରଖିବା  ଉଚିତ୍ ।

କାରକ ଜୀବ :-

ଏହି ରୋଗ ଜାନ୍ଥୋମୋନାସ କ୍ୟାମ୍ପୋଷ୍ଟିସ୍ ପ୍ୟାଥୋଭେରାଇଟ୍ ଓରାଇଜି (Xantomonas oryzaepv  oryzae pv.oryzae) ନାମକ ବ୍ୟାକ୍ଟେରିଆ ଦ୍ଵାରା ହୋଇଥାଏ ।

ଝିପିଝିପି ବର୍ଷା ପାଗ ସହିତ ଅଛି । ପବନ, ବାୟୁମଣ୍ଡଳର ତାପମାତ୍ରା ୨୫-୩୦ ଡିଗ୍ରୀ ସେଣ୍ଟିଗ୍ରେଡ଼୍ ଏବଂ ଜଳ ନିଷ୍କାସିତ ହେଉ ନଥିବା ଚର୍ମ ରୋଗ ବ୍ୟାପିବାରେ ବିଶେଷ ସହାୟକ ହୋଇଥାଏ । ଏତଦ୍ ବ୍ୟତୀତ କେବଳ ଯବକ୍ଷା ଗଜାନ ସାର ବେଶୀ ପରିମାଣରେ ପ୍ରୟୋଗ କଲେ ଏ ବ୍ୟାଧି ହେବାର ସମ୍ଭାବନା ବିଶେଷ ଭାବେ ବୃଦ୍ଧି ପାଇଥାଏ ।

ପ୍ରତିକାର -

  1. ପ୍ରତି ୧୦ ଲିଟର ପାଣିରେ ୧୫ ଗ୍ରାମ୍ ପ୍ଲାଣ୍ଟୋମାଇସିନ୍ କିମ୍ବା ୧.୫ ଗ୍ରାମ୍ ଷ୍ଟ୍ରେପ୍ଟୋସାଇକ୍ଲିନ୍ ଭଲଭାବେ ଗୋଳାଇ ସେଥିରେ ୧୦ କିଲୋ ଧାନ ବିହନକୁ ୧୦-୧୨ ଘଣ୍ଟା ବଢୁରାଇ ଚଝଲେ ମଞ୍ଜିରେ ଥିବା ରାଗ ଜୀବାଣୁ ନଷ୍ଟ ହୋଇଥାଏ ।
  2. ରୋଗ ଆରମ୍ଭ ହେବାମାତ୍ରେ କିମ୍ବା ରୋଗ ଆରମ୍ଭ ହେବାର ପୂର୍ବ ସୂଚନା ମିଳିଲେ ପ୍ରତି ୧୦ ଲିଟର ପାଣିରେ ୧୫ ଗ୍ରାମ୍ ପ୍ଲାଣ୍ଟୋମାଇସିନ୍ ଓ ୧.୫ ଗ୍ରାମ, ଷ୍ଟ୍ରେପ୍ଟୋସାଇକ୍ଲିନ୍ ଏବଂ ୨୦ ଗ୍ରାମ୍ କପର ପଞ୍ଜିସାଇଡ୍ ମିଶାଇ ସ୍ପ୍ରେ କଲେ ରୋଗକୁ ଆୟତ୍ତ କରାଯାଇଥାଏ । ରୋଗର ପ୍ରାଦୁର୍ଭାବ ଦେଖି ୧୦ ଦିନ ଅନ୍ତରରେ ୨-୩ ଥର ଔଷଧ ପ୍ରୟୋଗ କରିବା ଆବଶ୍ୟକ ।
  3. ଜଳ ନିଷ୍କାସନର ସୁବିଧା ଥିଲେ ଜମିରୁ ସମ୍ପୂର୍ଣ୍ଣ ଭାବେ ଜଳ ବାହାର କରିଦେବା ଉଚିତ୍ । ତତ୍ପରେ ସେଥିରେ ଏକ ଗକୁ ୨୫ କିଲୋଗ୍ରାମ୍ ହିସାବରେ ପଟାସ ସାର ପ୍ରୟୋଗ କରି ପୁନରାୟ ଜଳ ପ୍ରବେଶ କରାଇଲେ ରୋଗର ପ୍ରକୋପ ଅନେକ ପରିମାଣରେ ହ୍ରାସ ପାଇଥାଏ ।
  4. ରୋଗ ସହଣୀ ଶକ୍ତିଥିବା କିସମମାନଙ୍କ ମଧ୍ୟରେ ଆଇ.ଆର୍.୨ ୦, ଆଇ.ଆର୍.୨୨, ଆଇ.ଆର୍.୩୬ ଅନ୍ୟତମ । ଏଗୁଡ଼ିକ ଚାଷ କଲେ ରୋଗ ହେବାର ସମ୍ଭାବନା କମ୍ ।

ବ୍ୟାକ୍ଟିଆ ଜନିତ ପତ୍ରବାଗ ରୋଗ

ଲକ୍ଷଣ

ଏହି ରୋଗର ଆରମ୍ଭରେ ପତ୍ରର ଶିରା ଦ୍ଵାରା ସୀମାବଦ୍ଧ ଦୀର୍ଘକାର ଇଷତ୍ ବାଦାମୀ ଚଙ୍ଗର ଦାଗମାନ ଦେଖାଯାଏ । ଏହି ଦାଗ ଗୁଡ଼ିକର ଉପରି ଭାଗରେ କ୍ଷୁଦ୍ର କ୍ଷୁଦ୍ର ଶୁଷ୍କ ଝୁଣାଭଳି ଖଣ୍ଡମାନ ଦେଖାଯାଏ । ଏଗୁଡ଼ିକ ଖରାରେ ଚିକଚିକ୍ କରୁଥାଏ । ଦାଗ ଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ ହେବା ଦ୍ଵାରା ପତ୍ରଗୁଡ଼ିକ କ୍ରମଶଃ ଶୁଖିଯାଏ । କେତେକ କିସମ ରେ ଦାଗର ଚତୁଃପାର୍ଶ୍ଵରେ ପୀତ ବର୍ଣ୍ଣର ଏକ ମଣ୍ଡଳ ଦେଖାଯାଏ । ଏହି କିସମ ଗୁଡ଼ିକରେ ରୋଗ ସହଣୀ ଶକ୍ତି ନ ଥାଏ ।

କାରକ ଜୀବ -

ଏହି ବ୍ୟାଧି ଜାନ୍ଥୋମୋନାସ ଓରାଇଜ୍ ପ୍ୟାଥୋଭେରାଇଟ୍ ଓରାଇଜିକୋଲା (Xanthomonas oryzae pov, oryzacola) ନାମକ ଏକ ବ୍ୟାକ୍ଟେରିଆ ଉଦ୍ରେକ ହୋଇଥାଏ ।

ଅଧିକ ପରିମାଣରେ ଯବକ୍ଷାରଜାନ ସାର ସହିତ ଅନୁପାତିକ ହିସାବରେ ପଟାସ ସାର ପ୍ରୟୋଗ ନ କଲେ ରୋଗର ପ୍ରକୋପ ବୃଦ୍ଧି ପାଏ । କ୍ରମାଗତ ୩-୪ ଦିନ ଧରି ବାୟୁମଣ୍ଡଳର ଆର୍ଦ୍ରତା ୮୩ ରୁ ୯୩ ଭାଗ ରହିଲେ ରୋଗ ଶୀଘ୍ର ବ୍ୟାପିଥାଏ । ବାୟୁମଣ୍ଡଳର ତାପମାତ୍ରା ୨୦-୩୦ ଡିଗ୍ରୀ ସେଣ୍ଟିଗ୍ରେଡ଼୍ ରହିଲେ ଦାଗର ଆକାର ଯଥାଶୀଘ୍ର ବୃଦ୍ଧି ପାଇଥାଏ ।

ପ୍ରତିକାର :-

  1. ପ୍ରତି ୧୦ ଲିଟର ପାଣିରେ ୧୫ ଗ୍ରାମ୍ ପ୍ଲାଣ୍ଟୋମାଇସିନ୍ କିମ୍ବା ୧.୫ ଗ୍ରାମ, ଷ୍ଟ୍ରେପ୍ଟୋସାଇକ୍ଲିନ୍ ଭଲଭାବେ ମିଶାଇ ସେଥିରେ ୧୦ କିଲେ । ଧାନ ବିହନ ୧୦-୧୨ ଘଣ୍ଟା ବତୁରାଇ ରଖିଲେ ମଞ୍ଜିରେ ଥିବା ରୋଗ ଜୀବାଣୁ ନଷ୍ଟ ହୋଇଥାଏ ।
  2. ରୋଗ ଆରମ୍ଭ ହେବା ମାତ୍ରେ ପ୍ରତି ୧୦ ଲିଟର ପାଣିରେ ୨୦ ଗ୍ରାମ୍ ପ୍ଲାଣ୍ଟୋମାଇସିନ୍ କିମ୍ବା ୧.୫ ଗ୍ରାମ୍ ଷ୍ଟ୍ରେପ୍ଟୋସାଇକ୍ଲିନ୍ ଏବଂ ୨୦ ଗ୍ରାମ୍ କପର ପଞ୍ଜିସାଇଡ୍ ସ୍ପ୍ରେ କଲେ ରୋଗକୁ ଆୟତ କରାଯାଇଥାଏ । ୧୦ ଦିନ ଅନ୍ତରରେ ରୋଗର ପ୍ରକୋପ ଦେଷ୍ଟ ୨/ ୩ ଥର ସ୍ପ୍ରେ କରିବା ଆବଶ୍ୟକ । ପ୍ରତି ୧୦ ଲିଟର ପାଣିରେ ୧୫ ରୁ ୨୦ ଗ୍ରାମ, କାସୁଗାମାଇସିନ୍ ଔଷଧ ୨-୩ ଥର ସ୍ପ୍ରେ କଲେ ମଧ୍ୟ ସୁଫଳ ମିଳିଥାଏ ।
  3. ଜମିରୁ ଜଳ ନିଷ୍କାସନ କରି ସେଥିରେ ଏକର ପ୍ରତି ୨୫ କିଲୋ ହିସାବରେ ପଟାସ୍ ସାର ପ୍ରୟୋଗ କରି ପୁନରାୟ ବଳ ପ୍ରବେଶ କରାଇଲେ ରୋଗ ହ୍ରାସ ପାଏ ।
  4. ରୋଗ ସହଣୀ ଶକ୍ତିଥିବା କିସମମାନଙ୍କ ମଧ୍ୟରେ ଆଇ.ଆର୍.୨ ୦, ଆଇ.ଆର୍.୨୨, ଆଇ.ଆର୍.୩୬ ଅନ୍ୟତମ ।

ପତ୍ରାଛଦ ପୋଡା ରୋଗ :-

ଲକ୍ଷଣ

ଏହି ବ୍ୟାଧି କାଣ୍ଡର ଜଳ ସଲଗ୍ନ ଅଂଶରୁ ଆରମ୍ଭ ହୋଇଥାଏ । ଧୂଷର-ସବୁଜ ବର୍ଣ୍ଣର ପାଣିଚିଆ, ଛୋଟ ଛୋଟ ଦାଗ ମାନ ପତ୍ରଛଦରେ ଦେଖାଯାଏ । ଏହା କ୍ରମଶଃ ଉପର ପତ୍ରାଛାଦ ଆଡ଼କୁ ଅଗ୍ରସର ହୋଇଥାଏ ଏବଂ ଦାଗ ଗୁଡ଼ିକର ଆକାର ଅଣ୍ଡାକାର କିମ୍ବା ବିଷମାକାର ହୋଇଥାଏ । ଏହାର ଧାର ଇଷତ୍ ବାଦାମୀ ବର୍ଣ୍ଣ ଏବଂ ମଧ୍ୟଭାଗ ଇଷତ୍ ହଳଦିଆ ଦେଖାଯାଏ । ପତ୍ରାଛାଦରେ ଅନେକ ଗୁଡ଼ିଏ ଦାଗର ସୂତ୍ରପାତ ହେବା ଦ୍ଵାରା ତାହା ନାଗସାପର ପଶ୍ଚାତ୍ ଭାଗ ସଦୃଶ ଦେଖାଯାଇଥାଏ । ପତ୍ର ଗୁଡ଼ିକ ଆକ୍ରାନ୍ତ ହେଲେ, ଏଥିରେ ବିଷମାକାର ବଳୟ ସଦୃଶ କିମ୍ବା ଦୀର୍ଘକାର ବା ଅଣ୍ଡାକାର ଦାଗମାନ ଦେଖଯାଏ । ଏହାଦ୍ଵାରା ପତ୍ରଗୁଡ଼ିକ ଅକାଳେ ଶୁଖି ଯାଇଥାଏ । ପତ୍ରାଛଦ ଗୁଡ଼ିକ ବିଶେଷ ଭାବେ ଆକ୍ରାନ୍ତ ହେଲେ କେଣ୍ଡା ବାହାରି ପାରେ ନାହିଁ କିମ୍ବା ଆ°ଶିକ ଭାବେ ବାହାରିଥାଏ । ଏଥିରେ ଥିବା ସମସ୍ତ ଧାନ, ଅଗାଡ଼ି ହେବା ସଙ୍ଗେ ସଙ୍ଗେ ବର୍ଣ୍ଣରେ ଅନେକ ପ୍ରଭେଦ ଦେଖାଯାଏ ।

କାରକ ଜୀବ -

ଏହି ରୋଗ ରାଇଜୋକ୍ଟୋନିଆ ସୋଲାନି ( Rhizoctonia solani) ନାମକ ଏକ କବକ ବା ଫିମ୍ପି ଜାତୀୟ ଜୀବାଣୁ ଦ୍ଵାରା ଉଦ୍ରେକ ହୋଇଥାଏ ।

ବାୟୁମଣ୍ଡଳର ତାପମାତ୍ରା ୨୮ ରୁ ୩୨ ଡିଗ୍ରୀ ସେଣ୍ଟିଗ୍ରେଡ଼୍ ଏବଂ କ୍ରମାଗତ ମେଘୁଆ ପାଗ ଦେଖାଦେଲେ ଏ ରୋଗର ପ୍ରକୋପ ବୃଦ୍ଧି ପାଏ । ଧାନଗଛ ମଧ୍ୟରେ ବ୍ୟବଧାନ ଅଳ୍ପ ରହିଲେ ଏ ବ୍ୟାଧି ବୃଦ୍ଧି ପାଇଥାଏ ।

ପ୍ରତିକାର –

  1. ପ୍ରତି ୧ ଲିଟର ପାଣିରେ ୨ ଗ୍ରାମ୍ ଭିଟାଭାକ୍ସ ପାୱାର କିମ୍ବା ୨ ଗ୍ରାମ୍ କାର୍ବେଣ୍ଡାଜିମ୍ ଏବଂ ୧ କିଲୋଗ୍ରାମ୍ ଧାନ ବିହନ, ଏହି ଆନୁପାତିକ ହିସାବରେ ଧାନ ବିହନକୁ ୧୦-୧୨ ଘଣ୍ଟା ବଚୁରାଇ ବୁଣିବା କିମ୍ବା ତଳି ପକାଇବା ଆବଶ୍ୟକ ।
  2. ଯଦି ଏହି ରୋଗ ହେବାର ପୂର୍ବ ସୂଚନା ଥାଏ, ତାହାହେଲେ ଜମି କାଦୁଅ କରିବା ସମୟରେ କିଟାଜିନ୍ ନାମକ ଦାନାଦାର ଔଷଧକୁ ଏକର ପ୍ରତି ୧୦-୧୨ କିଲୋ ହିସାବରେ ପ୍ରୟୋଗ କରିବା ଆବଶ୍ୟକ । ଏତଦ୍‌ବ୍ୟତୀତ ଖରାଟିଆ ଚାଷ କଲେ ଏହି ରୋଗର ଜୀବାଣୁ ଅନେକ ପରିମାଣରେ ହ୍ରାସ ପାଇଥାଏ ।
  3. ରୋଗ ଆରମ୍ଭ ହେବା ମାତ୍ରେ ୧ ଲିଟର ପାଣିରେ ୨ ମି.ଲି. ପ୍ରୋପିକୋନାଜୋଲ୍ କିମ୍ବା ୨ ଗ୍ରାମ୍ ବାଭିଷ୍ଟିନ୍ କିମ୍ବା କିଟ ଜିନ୍ ସ୍ପ୍ରେ କଲେ ଏହି ରୋଗକୁ ଦମନ କରାଯାଇ ପାରିବ । ବାଭିଷ୍ଟିନ୍ ବଦଳରେ କାର୍ବେଣ୍ଡାଙ୍ଗିମ୍, ଥିବା ଯେ କୌଣସି ଫଞ୍ଜିସାଇଡ୍ ଯଥା- ଡେରୋସାଲ୍, ଜେ.କେ. ସେଣ୍ଟରନ୍ ମଧ୍ୟ ବ୍ୟବହାର କରାଯାଇପାରେ ।
  4. ରୋଗ ସହଣୀ ଶକ୍ତି ଥିବା କିସମ ମାନଙ୍କ ମଧ୍ୟରେ ସି.ଆର୍.୨୯୭-୮-୧, ସି.ଆର୍.୨୬୬-୧-୧. ସି.ଆର୍ ୧୪୩-୭ ଅନ୍ୟତମ ।

ପତ୍ରା ଛବ ସଢ଼ା ରୋଗ

ଲକ୍ଷଣ -

କେଣ୍ଡା ସଂଲଗ୍ନ ପତ୍ରଛଦରେ ରୋଗର ଲକ୍ଷଣ ଦୀର୍ଘକାର କିମ୍ବା ବିଷମାକାର ଦାଗ ଆକାରରେ ଆରମ୍ଭ ହୁଏ । ଦାଗ ଗୁଡ଼ିକର ଧାନ ବାଦାମୀ ବର୍ଣ୍ଣ ଏବଂ ମଧ୍ୟଭାଗ ପାଉଁଶିଆ ହୋଇଥାଏ । ଏଗୁଡ଼ିକ ଆକାରରେ ବୃଦ୍ଧି ପାଇ ପରସ୍ପର ସହିତ ସଂଯୁକ୍ତ ହେବା ଦ୍ଵାରା ବିଶେଷ କ୍ଷତି ଘଟାଇଥାନ୍ତି । କେଣ୍ଡାଗୁଡ଼ିକ ପତ୍ରଛଦ ମଧ୍ୟରେ ଆବଦ୍ଧ ହୋଇ ରହିଯାଏ କିମ୍ବା ଅଳ୍ପ ବାହାରିଥାଏ । ଯତ୍ନ ସହକାରେ ପତ୍ରାଚ୍ଛଦଟିକୁ ଛିଣ୍ଡାଇ ବାହାର କଲେ, ଅଗାଡ଼ି ହୋଇଯାଇଥିବା ଧାନ କେଣ୍ଡା ଉପରେ ଏବଂ ପତ୍ରାଚ୍ଛଦର ଭିତର ଅଂଶରେ ଧଳା ଧଳା ଗୁଣ୍ଡମାନ ଦେଖାଯାଏ । ଏଗୁଡ଼ିକ କବକର ରେଣୁ ଅଟେ ।

କାରକ ଜୀବ -

ଏହି ବ୍ୟାଧି ସାରୋକ୍ଲାଡିୟମଓରାଇଜି (Sarocladium oryzae) ନାମକ ଏକ କବକ ଜାତୀୟ ଜୀବାଣୁ ଦ୍ଵାରା ଉଦ୍ରେକ ହୋଇଥାଏ । ଧାନ ଗଛରେ କାଣ୍ଡବିନ୍ଧା ପୋକ, ପତ୍ରଡିଆଁ ପୋକ, ମାଇଟ୍, ଟୁଙ୍ଗ୍ରା, ଭୁତାଣୁ ଆଦି ଲାଗିଥିଲେ। ଏହି ରୋଗର ପ୍ରକୋପ ବିଶେଷ ଭାବରେ ବୃଦ୍ଧି ପାଇଥାଏ ।

ପ୍ରତିକାର -

  1. ପ୍ରତି ୧ ଲିଟର ପାଣିରେ ୨ ଗ୍ରାମ୍ ଭିଟାଭାକ୍ସ ପାୱାର ଏବଂ ୧ କିଲୋଗ୍ରାମ୍ ଧାନ ବିହନ, ଏହି ଅନୁପାତିକ ହାରରେ ବିହନକୁ ୧୦-୧୨ ଘଣ୍ଟା ବଚୁରାଇ ବୁଣିବା କିମ୍ବା ତଳି ପକାଇବା ଆବଶ୍ୟକ ।
  2. କେଣ୍ଡା ବାହାରିବା ସମୟରେ ପ୍ରତି ୧ ଲିଟର ପାଣିରେ ୧-୨ ଗ୍ରମ୍ ହିସାବରେ ଚପସିନ୍ ଏମ୍ କିମ୍ବା ବେନ୍‌ଲେଟ୍ କିମ୍ବା କାର୍ବେଣ୍ଡାଜିମ୍, ଥିବା କୌଣସି ଏକ ଫଞ୍ଜିସାଇଡ୍ ଯଥା - ବାଭିଷ୍ଟିନ୍, ଡେରୋପାଲ୍, ଜେ.କେ. ସେଣ୍ଟ ଇନ୍ ଇତ୍ୟାଦି ସ୍ପ୍ରେ କଲେ ଏହି ରୋଗକୁ ଆୟର କରା ଯାଇପାରିବ ।
  3. ରୋଗ ସହଣୀ ଶକ୍ତିଥିବା କିସମ ମାନଙ୍କ ମଧ୍ୟରେ ଆଇ.ଆର୍.-୨୨, ଆଇ.ଆର୍.-୨୪, ଆଇ.ଆଚ୍-୨୯, ଜୟା, ଜ୍ୟୋତି, ଜୟନ୍ତି ସୁପ୍ରିୟା, ତ୍ରିବେଣୀ ଇତ୍ୟାଦି ଅନ୍ୟତମ ।

କାଣ୍ଡସଢ଼ା ରୋଗ

ଲକ୍ଷଣ -

ଏହି ରୋଗ ପାଣି ଜମି ରହୁଥିବା ଗହୀର ବିଲରେ ବିଶେଷ ଭାବେ ଦେଖାଯାଏ । ଆକ୍ରାନ୍ତ ଗଛ ଗୁଡ଼ିକରେ ଧାନ ପାଚିବାକୁ ଆରମ୍ଭ କରୁଥିବା ସମୟରେ ମଧ୍ୟ ପିଲା ଏବଂ କେଣ୍ଡା ବାହାରୁଥାଏ ।

ଏହି କେଣ୍ଡା ଗୁଡ଼ିକ ଅଂଶିକ ଭାବେ ପୂରଣ ହୋଇଥାଏ । ଆକ୍ରାନ୍ତ ଗଛ ଗୁଡ଼ିକର ମାଟିକୁ ଲାଗିଥିବା ମୂଳ ଅଂଶ ଇଷତ୍ ବାଦାମୀ ବର୍ଣ୍ଣ ଦେଖାଯାଏ । ୨-୩ ପବ ଉପରକୁ ମଧ୍ୟ ଏ ପ୍ରକାର ରଙ୍ଗ ଦେଖାଯାଏ । ରୋଗାକ୍ରାନ୍ତ ଗଛର କାଣ୍ଡକୁ ଚିରିଲେ ଭିତରେ ଜୀବାଣୁର ଧୁଷର ବର୍ଣ୍ଣର କବକ ଜାଲ ଦୃଷ୍ଟି ଗୋଚର ହୁଏ । ଏହି ଜାଲ ମଧ୍ୟରେ ସୋରିଷ ଭଳି ଗୋଲାକାର ଗାଢ଼ ବାଦାମୀରୁ କୃଷ୍ଣ ବର୍ଣ୍ଣର ଜୀବାଣୁର ଅଂଶ ବିଶେଷ ବା ସ୍କ୍ଲେରୋସିଆ (Sclerotia) ଦେଖାଯାଏ । ଆକ୍ରାନ୍ତ ଗଛର କେଣ୍ଡାଗୁଡ଼ିକ ଅଗାଡ଼ିରେ ପରିଣତ ହୋଇଥାଏ।

କାରକ ଜୀବ -

ଏହି ରୋଗ ଏକ କବକ ଜାତୀୟ ଜୀବାଣୁ ସେସ୍ଟରୋସିଅମ୍ ଓରାଇକି (Scleroitim oryzae) ଦ୍ଵାରା ଉଦ୍ରେକ ହୋଇଥାଏ । ମାଟିରେ ରହିଅବା ଦେସ୍ପୋରୋସିଆ ଦ୍ଵାରା ଏହି ରୋଗ ପରିବ୍ୟାପ୍ତି ହୋଇଥାଏ । ଜଳସେଚନ କରାଯାଉଥିବା ପାଣି ଦ୍ଵାରା ଏହି  ସେସ୍ଟରୋସିଆ ଗୁଡ଼ିକ ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ଚାଳିତ ହୋଇଥାନ୍ତି । ଚର୍ମରେ ଯବକ୍ଷାରଜାନ ସାରର ପରିମାଣ ଅତ୍ୟଧୁକ ହେଲେ ରୋଗର ପ୍ରକୋପ ବୃଦ୍ଧି ପାଏ ।

ପ୍ରତିକାର :-

  1. ଗଭୀର ଖରାଟିଆ ଚାଷ କଲେ ମାଟିରେ ଥିବା ରୋଗ ଜୀବାଣୁ ନଷ୍ଟ ହୋଇଥାନ୍ତି ।
  2. ରୋଗାକ୍ରାନ୍ତ ମାଟିକୁ ଚିହ୍ନଟ କରି ଧାନ କଟା ସାରିବା ପରେ ସେହି ଅଂଶକୁ ନିଆଁ ଲଗାଇ ପୋଡ଼ିଦେଲେ ରୋଗ ଜୀବାଣୁ ନଷ୍ଟ ହୋଇଥାନ୍ତି ।
  3. ପ୍ରତି ୧ ଲିଟର ପାଣିରେ ୧ ମିଲିଲିଟର ହିନୋସାନ୍ କିମ୍ବା ୨ ଗ୍ରାମ୍ ବେନ୍‌ଲେଟ୍ କିମ୍ବା ୨ ଗ୍ରାମ୍ ରିଡୋମିଲ୍ ଏମ୍. ଜେଡ୍-୭୨ ମିଶାଇ ଆକ୍ରାନ୍ତ ଗଛର ମୂଳ ଅଂଶକୁ ସ୍ପ୍ରେ କଲେ ରୋଗକୁ ନିୟନ୍ଧିତ କରାଯାଇଥାଏ । ରୋଇବାର ୧ ମାସ ପରେ ପ୍ରଥମ ଥର ଔଷଧ ପ୍ରୟୋଗ କରିବା ଆବଶ୍ୟକ । ୧୦ ଦିନ ଅନ୍ତରରେ ଆଉ ଥରେ ସ୍ପ୍ରେ କଲେ ରୋଗ ହେବାର ସମ୍ଭାବନା ନଥାଏ ।
  4. ରୋଗ ସହଣୀ ଶକ୍ତିଥିବା କିସମ ଗୁଡ଼ିକ ମଧ୍ୟରେ ପଙ୍କଜ, ସୁପ୍ରିୟା, ବିଜୟ, ଆଇ.ଆର୍.-୨୦, ବସୁମତୀ-୨୭୨, ଦୁଧସର, ବସୁମତୀ -୩ ଅନ୍ୟତମ ।

ମୂଳସଢ଼ା ରୋଗ

ଲକ୍ଷଣ -

ଆକ୍ରାନ୍ତ ଗଛ ଗୁଡ଼ିକ ଅସ୍ବାଭାବିକ ଭାବେ ଲମ୍ବା ହୋଇଯାଆନ୍ତି । ଏ ଗୁଡ଼ିକରୁ ବହୁତ କମ ପିଲ ବାହାରିଥାଏ ଏବଂ ସୁସ୍ଥ ଗଛ ତୁଳନାରେ ଏଗୁଡ଼ିକ ଖୁବ୍ ଶୀଘ୍ର ଫୁଲ ଉଡ଼ାଇଥାଏ । ରୋଗ ବ୍ୟାପିବା ସଙ୍ଗେ ସଙ୍ଗେ ପତ୍ର ଗୁଡ଼ିକ ତଳୁ ଉପର ଆଡ଼କୁ କ୍ରମଶଃ ଶୁଖିଆମ୍ଭେ । ୪-୫ ସପ୍ତାହ ମଧ୍ୟରେ ସମସ୍ତ ଆକ୍ରାନ୍ତ ଗଛ ଶୁଖିଆସିଥାଏ । ଆକ୍ରାନ୍ତ ଗଛର ମାଟି ସଂଲଗ୍ନ କାଣ୍ଡ ପାଟଳ ବର୍ଣ୍ଣ ଧାରଣ କରେ । କାଣ୍ଡର ଏହି ଅଂଶ ଗଣ୍ଠି ମାନଙ୍କରୁ ସହାୟକ ଚେରମାନ ବାହାରିଥାଏ । କିଛିଦିନ ଗଲେ ପାଟଳ ବର୍ଣ୍ଣ ଧାରଣ କରିଥିବା ଅଂଶ ଉପରେ କବକ ଜାଲ, ସୁସ୍ପଷ୍ଟ ହୋଇଥାଏ । କାଣ୍ଡକୁ ଯତ୍ନ ସହକାରେ ଚିରି ନିରୀକ୍ଷଣ କଲେ, ଭିତରେ ଧଳା କପା ସଦୃଶ କବକ ଜାଲ ଦୃଷ୍ଟିଗୋଚର ହୁଏ ।

କାରକ ଜୀବ –

ଏହି ରୋଗ ଫୁଜାରିୟମ୍ ମୋନିଲିଫର୍ମେ ( fusarium moniliforme) କବକ ଜାତୀୟ ଜୀବାଣୁ ଦ୍ଵାରା ଉଦ୍ରେକ ହୋଇଥାଏ । ମୃଭିକାର ତାପମାତ୍ରା ୨୫-୩୫ ଡିଗ୍ରୀ ସେଣ୍ଟିଗ୍ରେଡ଼୍ ଥିବା ଅବସ୍ଥାରେ ଏହି ବ୍ୟାଧି ଖୁବ୍ ଶୀଘ୍ର ବ୍ୟାପିଥାଏ । ମାଟିର ଆଫ୍ରିତା ମଧ୍ୟ ରୋଗ ବ୍ୟାପିବାରେ ସାହାଯ୍ୟ କରେ ।

ପ୍ରତିକାର –

  1. ପ୍ରତି ୧ ଲିଟର ପାଣିରେ ୨ ଗ୍ରାମ୍ ଭିଟାଭାକ୍ସ ପାୱାର କିମ୍ବା ୨ ଗ୍ରାମ୍ ବେନ୍‌ଲେଟ୍ ମିଶାଇ ଏଥିରେ ୧କିଲୋଗ୍ରାମ୍ ହିସାବରେ ଧାନ ବିହନ ୧୦-୧୨ ଘଣ୍ଟା ବତୁରାଇ, ତାହାକୁ ବାହାର କରି ଶୁଖାଇ ବୁଣିବା କିମ୍ବା ତଳି ପକାଇବା ଆବଶ୍ୟକ । ଏହାଦ୍ଵାରା ମଞ୍ଜିରେ ଥିବା ରୋଗ ଜୀବାଣୁ ନଷ୍ଟ ହୋଇଥାନ୍ତି ।
  2. ମାଟିରେ ଥିବା ଜୀବାଣୁକୁ ନଷ୍ଟ କରିବା ପାଇଁ ଗହୀରିଆ ଖରାଟିଆ ଚାଷ କରିବା ଆବଶ୍ୟକ ।
  3. ଆକ୍ରାନ୍ତ ଗଛର ମୂଳ ଅଂଶକୁ ପ୍ରତି ୧ ଲିଟର ପାଣିରେ ୨ ଗ୍ରାମ ବେନ୍‌ଲେଟ୍ କିମ୍ବା ୨ ଗ୍ରାମ, କାର୍ବେଣ୍ଡାଜିମ୍ ୫୦ ଡବ୍ଳୁ.ପି. ଗ୍ରାମ ମିଶାଇ ସ୍ପ୍ରେ କଲେ ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ ।
  4. ରୋଗ ସହଣୀ ଶକ୍ତି ଥିବା କିସମମାନଙ୍କ ମଧ୍ୟରେ ଆଇ.ଆର୍.-୨୦, ଆଇ.ଆର୍.- ୩୨, ଆଇ.ଆର୍.-୩୮, ଆଇ.ଆର୍.-୪୪, ଆଇ.ଆର୍.-୪୫. ପି.ଟି.ବି.-୭, ଜି.ଇ.ବି.-୨୪, ଏ.ଡି.ଟି.-୮ ଅନ୍ୟତମ ।

ସାଆର ରୋଗ

ଲକ୍ଷଣ -

ରୋଗର ପ୍ରାଦୁର୍ଭାବ କେବଳ ଧାନରେ ହିଁ ଦେଖିବାକୁ ମିଳେ । ଧାନ ଗଛର ଅନ୍ୟ କୌଣସି ଅଂଶରେ ଏ ରୋଗର ଲକ୍ଷଣ ପରିପ୍ରକାଶ ନ ଥାଏ । ଗୋଟିଏ କେଣ୍ଡାର ଅଳ୍ପ କେତେକ ଧାନ ଆକ୍ରାନ୍ତ ହୋଇଥାଏ । ରୋଗକ୍ରାନ୍ତ ଧାନ ଗୁଡିକ ଚିକକଣ ସବୁଜ ବର୍ଣ୍ଣ ପେଣ୍ଡୁରେ ପରିଣତ  ହୋଇଥାନ୍ତି । ପ୍ରତ୍ୟେକ ସବୁଜ ବର୍ଣ୍ଣ ପେଣ୍ଡୁର ବ୍ୟାସ ସୁସ୍ଥ ଧାନର ବ୍ୟାସର ବହୁ ଗୁଣରୁ  ଅଧିକ ହୋଇଥିବାର ଦେଖାଯାଏ । ଆକ୍ରାନ୍ତ ଧାନର ଉପରିଭାଗ ଚିକ୍କଣ ସବୁଜ ବର୍ଣ୍ଣ ଦେଖାଯାଉଥିବା ସ୍ଥଳେ ଭିତର ଅଂଶ କମଳା ଚଙ୍ଗରୁ ଇଷତ୍ ଶୁକ୍ଳ ବର୍ଣ୍ଣ ଧାରଣ କରିଥାଏ ।

କାରକ ଜୀବ -

ଏହି ରୋଗ କାଭିସେପ୍ସ୍ ଓରାଇଜ୍ ସାଟାଇଭି ନାମକ କବକ ବା ଫିମ୍ପି ଜାତୀୟ ଜୀବାଣୁ ଉଦ୍ରେକ ହୋଇଥାଏ।

ପ୍ରତିକାର –

  1. ରୋଗାକ୍ରାନ୍ତ ଗଛରୁ ବିହନ ଚମ୍ପୁବା ଉଚିତ୍ ନୁହେଁ ।
  2. ପ୍ରତି ୧ କିଲୋ ବିହନରେ ୨ ଗ୍ରାମ୍ ଭିଟାଭାକ୍ସ ପାୱାର ଗୋଳାଇ ବିହନ ବିଶୋଧନ କରିବା ଆବଶ୍ୟକ ।
  3. ଗଛ। ଫୁଲ ଉଡାଇବା ଆଗରୁ ୩-୪ ଗ୍ରାମ୍ ମାକେଙ୍କା ଜେବ୍ କିମ୍ବା ୨ ଗ୍ରାମ, ସିକ୍କର ୨-୩ ଥର ସ୍ପ୍ରେ କରିବା ଉଚିତ୍ ।
  4. ରୋଗ ସହଣୀ ଶକ୍ତିଯୁବା କିସମମାନଙ୍କ ମଧ୍ୟରେ ଆଇ.ଆର୍-୨୨, ୨୬ ଓ ୨୮, ବିଜୟ, ସୂର୍ଯ୍ୟ, ଜୟନ୍ତୀ, ଅନ୍ନପୂର୍ଣ୍ଣା , ସାବରମତି ଓ କାବେରୀ ଅନ୍ୟତମ ।

ଜଉଖାଡ଼ି ରୋଗ

ଲକ୍ଷଣ

ଏ ରୋଗ ଆମ ରାଜ୍ୟର ସମୁଦ୍ର ପତ୍ତନର ୧,୫୦୦ ରୁ ୩,୫୦୦ ଫୁଟ ଉଚ୍ଚରେ ଅବସ୍ଥିତ। କେତେକ ଜିଲ୍ଲା ଯଥା- କୋରାପୁଟ, ଫୁଲବାଣୀ ଏବଂ ଗଞ୍ଜାମରେ ବିଶେଷ ଭାବେ ଦେଖାଯାଏ । ଆକ୍ରାନ୍ତ ଗଛରେ କେଣ୍ଡା ନ ବାହାରି ଧୂସର ବର୍ଣ୍ଣର ଏକ ଦୀର୍ଘକାର ଅକ୍ଷ ବା ଖଡ଼ିକା ବାହାରିଥାଏ । ଏହା ଏକ ଧୂପକାଠି ସଦୃଶ ଦେଖାଯାଉଥିବାରୁ ରୋଗର ନାମ ଚଉଖାଡ଼ି ରୋଗ ଚଖାଯାଇଛି । କେଣ୍ଡାର ସଂଲଗ୍ନ ପତ୍ରରେ ଅନୁଜ୍ବଳ ଧଳା ପଦାର୍ଥମାନ ଦେଖାଯାଏ । ଏହା ରୋଗ ଜୀବାଣୁର ଅଂଶବିଶେଷ ମାତ୍ର । କେଣ୍ଡା ବାହାରିବା ପୂର୍ବରୁ ମଧ୍ୟ ଏହା ପତ୍ରର ଉପରି ଭାଗରେ ପରିଦୃଷ୍ଟ ହୋଇଥାଏ ।

କାରକ ଜୀବ –

ଏହି ରୋଗ ଏଫେଲିସ୍ ଓରାଇଜି ( Ephelis oryzae) ନାମକ କବକ ଜାତୀୟ  ଜୀବାଣୁ ଦ୍ଵାରା ଉଦ୍ରେକ ହୋଇଥାଏ ।

ପ୍ରତିକାର

  1. ରୋଗାକ୍ରାନ୍ତ ଜମିରୁ ବିହନ ରଖିବା  ଅନୁଚିତ୍ ।
  2. ବିହନକୁ ଥଣ୍ଡା ପାଣିରେ ୪-୫ ଘଣ୍ଟା ବଡୁରାଇ ଏପ୍ରିଲ୍-ମେ ମାସ ଖରାରେ ୧୨ଟାରୁ ୩ଟା ପର୍ଯ୍ୟନ୍ତ ବହୁଦିନ ଶୁଖାଇଲେ ରୋଗ ଜୀବାଣ ବିହନରୁ ସମୂଳେ ନଷ୍ଟ ଜୋହୋଇଥାଏ ।
  3. ବାଭିଷ୍ଟିନ୍ ଜାତୀୟ ଫଞ୍ଜିସାଇଡ୍ ଦ୍ଵାରା ମଧ୍ୟ ବିହନ ବିଶୋଧନ କରାଯାଇପାରେ । ପ୍ରତି ୧ କିଲୋ ବିହନରେ ୨ ଗ୍ରାମ୍ ବାଭିଷ୍ଟିନ୍ ଜାତୀୟ ଫଞ୍ଜିସାଇଡ୍ ଯଥା - ଯେ,କେଷ୍ଟିନ୍, କେ. ରୋମାଲ୍, ଆଟ୍ରୋଜିମ୍ ଏବଂ ବାଭିଷ୍ଟିନ୍ ମିଶାଇବା ଆବଶ୍ୟକ।
  4. ରୋଗ ସହଣୀ ଶକ୍ତି ଅବା କିସମ ମାନଙ୍କ ମଧ୍ୟରେ ହେମ, ଟି-୧୨:୪୨, ସାବରମତି, ଜମୁନା, କାଞ୍ଚ, ମାସୁରି, ଓ.ଆର୍୪୭-୨ ଅନ୍ୟତମ ।

ଧାନ ଫସଲରେ ଅନାବନା ଘାସ ଦମନ

ଧାନ ଆମ ରାଜ୍ୟର ଏକ ପ୍ରଧାନ ଫସଲ । ଆମ ରାଜ୍ୟର ଜଳବାୟୁ ଧାନଚାଷ ପାଇଁ ଅନୁକୂଳ ହେଲେ ମଧ୍ୟ ଉତ୍ପାଦିକତା ଦୃଷ୍ଟିରୁ ଏହା ଜାତୀୟ ସ୍ତର ଠାରୁ ଯଥେଷ୍ଟ ପନ୍ଥରେ ରହିଛି । ଆମ ରାଜ୍ୟରେ ଧାନରୁ ହାରାହାରି ଏକର ପିଛା ୬ କ୍ଲିଣ୍ଟାଲ୍ ୨୦ କେ.ଜି. ଅମଳ ମିଳିଥାଏ । ଜାତୀୟ ସ୍ତରରେ ଧାନର ଅମଳ ଏକର ପିଛା ମୋଟାମୋଟି ୮ ବିଶ୍ୱାନ୍ । ଆମ ରାଜ୍ୟରେ ବନ୍ୟା, ବାତ୍ୟା ଓ ମରୁଡ଼ି ପ୍ରକୃତି ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଅମଳ କମ୍ ମିଳେ । ଏହା ସାଙ୍ଗକୁ ଚାଷୀ ଭାଇମାନେ ଉପଯୁକ୍ତ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରୁ ନଥିବାରୁ ଅମଳ ଯଥେଷ୍ଟ କମିଥାଏ । ଧାନ ଫସଲରେ ଉଠୁଥିବା ଅନାବନା ଗଛକୁ ସଠିକ୍ ପଦ୍ଧତିରେ ଓ କମ୍। ଖର୍ଚ୍ଚରେ ଦମନ କରିପାରିଲେ ଧାନ ଚାଷରୁ ଅଧିକ ଅମଳ ଓ ଲାଭ ମିଳିପାରିବ ।

ଧାନ ଗଜା ହେବା ସଙ୍ଗେ ସଙ୍ଗେ ଅନାବନା ଗଛ ଉଠି ଫସଲ ସହିତ ଖାଦ୍ୟସାର, ଆଲୋକ, ଜଳ ଓ ସ୍ଥାନ ପାଇଁ ପ୍ରତିଯୋଗିତା କରିଥାଏ । ଏହି ଅନାବନା ଗଛକୁ ହାତରେ କୋଡାଖୁସା ଓ ବଛାବଛି କରିବା ବହୁତ କଷ୍ଟକର, ସମୟସାପେକ୍ଷ ଓ ବ୍ୟୟବହୁଳ । କିନ୍ତୁ ଦୈନନ୍ଦିନ ମଜୁରୀ ବୃଦ୍ଧି ଓ ଶିଳ୍ପାୟନ ସହିତ ଲୋକଙ୍କର ସହର ଆଭିମୁଖ୍ୟ ଏବଂ ସଠିକ୍ ଠିକ୍ ବଛା ବନ୍ଧି ସମୟରେ ଜଳବାୟୁର ଅନିୟମିତତା ଯୋଗୁଁ ଫସଲରୁ ଘାସ ବାନ୍ଧିବା ସମ୍ବବପର ନୁହେଁ । ଏଥିପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ରାସାୟନିକ ଘାସମରା ଔଷଧ ବ୍ୟବହାର କରି ଅନାବନା ଗଛ ଦମନ କରିବା ସହଜ, ଫଳପ୍ରଦ ଏବଂ ବ୍ୟୟସାପେକ୍ଷ । ଘାସ, ବାଳୁଙ୍ଗା ଓ ନାନା ପ୍ରକାରର ଅନାବନା ଗଛ ଧାନ ଫସଲରେ ଦେଖାଦେଲେ ଏହାକୁ ସମନ୍ୱିତ ପ୍ରଣାଳୀରେ ଦମନ କଲ ଅଧିକ ଅମଳ ଏବଂ ଲାଭ ସହିତ ପରିବେଶ ସୁରକ୍ଷିତ ରହେ ।

ସାଧାରଣତଃ ଆମ ରାଜ୍ୟରେ ଢିପା, ମଝିକିଆ ଏବଂ ଖାଲ ଜମିରେ ଧାନ ଚାଷ କରାଯାଇଥାଏ । ଏହି ସବୁ ଜମିରେ ଅନାବନା ଗଛକୁ କିପରି ଦମନ କରାଯାଇ ପାରିବ ତାହା ନିମ୍ନରେ ଆଲୋଚନା କରାଯାଇଛି ।

ଢିପଜମିରେ ଅନାବନା ଗଛ ଦମନ –

ଢିପ ଜମିରେ ସୁଆଁ, କୋଦା, ଅଣମାଣ୍ଡିଆ, କଙ୍କଡ଼ା ଘାସ, କାଉଗୋଡ଼ିଆ, ଝରି, ଦୁବ, ମୁଥା ପ୍ରଭୃତି ଏକ ବୀଜପତ୍ରୀ (ଅଣ ଓସାରିଆ) ପାସ ଜାତୀୟ ଏବଂ ଲହଙ୍ଗା, ବାଡ଼ି ପୋକସୁଙ୍ଗା, ଚିତାକୁଟିଆ କଣ୍ଟା ତୁଳସୀ, ବାଲି ଚଅଁରି, ଘରପୋଡ଼ିଆ, ଅଣ, ସୋରିସା ଓ ବାଡ଼ି ଅଁଳା ପ୍ରଭୃତି ଦ୍ଵିବୀଜ ପତ୍ରୀ (ଚଉଡ଼ା ପତ୍ରଯୁକ୍ତ) ଅନାବନା ଗଛ ଧାନ ଫସଲରେ ଉଠିଥାଏ । ଏଗୁଡ଼ିକ ଧାନ ଫସଲରେ ଗୁରୁତର ସମସ୍ୟା ସୃଷ୍ଟି କରିଥାଏ ଏବଂ ଫସଲରେ ୪୦ ରୁ ୯୦ ଭାଗ ପର୍ଯ୍ୟନ୍ତ ଅମଳ କମାଇ ଦିଏ । ବୁଣା ଯାଇଥିବାଡ଼ିପ ଜମିରେ ଅନାବନା ଗଛ ଧାନ ଫସଲରେ ପ୍ରତିଯୋଗିତା କରିବାର ସଙ୍କଟ କାଳୀନ ସମୟ ଗଛ ଉଠିବାର ୧୫-୪୫ ଦିନ ମଧ୍ୟରେ ସୀମିତ ରହେ । ଏହି ସମୟ ମଧ୍ୟରେ ବିଭିନ୍ନ ପ୍ରକାରର ପଦ୍ଧତି ଅବଲମ୍ବନ କରି ଫସଲକୁ ଘାସ ମୁକ୍ତ କରାଇଲେ ଅମଳ ବଢ଼ିଥାଏ ।

କର୍ଷଣୀୟ ଉପାୟ :-

ଏହି ପଦ୍ଧତିରେ ଖରାଟିଆ ଚାଷ କରି ଅନାବନା ଘାସ ମାରିଦିଅନ୍ତୁ । ମୌସୁମୀ ବର୍ଷା ଆରମ୍ଭ ହେଲେ ଠିକ୍ ସମୟରେ କିମ୍ବା ଶୀଘ୍ର ଧାନବୁଣାବୁଣି ଆରମ୍ଭ କରନ୍ତୁ । ଜଳସେଚନର ସୁବିଧା ଥିଲେ ପାଣି ମଡାଇ କିମ୍ବା ଖରାଦିନିଆ ବର୍ଷା ହେଲେ ୧ ରୁ ୨ ଦଫା ଜମିକୁ ଚାଷୀ ଘାସକୁ ଗଜା କରାଇ ତାହାକୁ ହାଲୁକା ଭାବେ ଚାଷ କରିଦେଲେ ବିଲରେ ପୁନର୍ବାର ଅଧିକ  ଅନାବନା ଗଛ ଦେଖାଯାଏ ନାହିଁ । ଢିପଜମିରେ ଓ.ଆ:ଚ୍-୨୦୭୭-୪, ଅଞ୍ଜଳି, ବନ୍ଦନା, ସିଦ୍ଧାନ୍ତ ପ୍ରଭୃତି ମଧ୍ୟମ ଡେଙ୍ଗା କିସମ ଚାଷ କଲେ ଏହା ଅନାବନା ଗଛ ସହିତ ପ୍ରତିଯୋଗିତା କରିଥାଏ । ଏକର ପ୍ରତି ୩୬-୪୦ କେ.ଜି., ବିହନ ଅର୍ଥାତ୍ ଅନୁମୋଦିତ ବିହନ ପରିମାଣ ଠାରୁ ୨୦-୨୫ ପ୍ରତିଶତ ଅଧିକ ବିହନ ବୁଣନ୍ତୁ । ପ୍ରମାଣିକ ବିହନ ବ୍ୟବହାର କଲେ ସେଥିରେ ଅନାବନା ଗଛର ମଞ୍ଜି ମିଶିବାର ସମ୍ଭାବନା କମ୍ । ଏହି ବିହନକୁ ଧାଡ଼ିକିଧାଡ଼ି ୧୫ ସେ.ମି. ବ୍ୟବଧାନରେ ବୁଣାବୁଣି କରନ୍ତୁ । ଅନୁମୋଦିତ ସାରକୁ ଠିକ୍ ୫ ରୁ ୭ ସେ.ମି. ଗଭୀରରେ ପ୍ରୟୋଗ କରନ୍ତୁ ।

ଅନାବନା ଗଛ ଉଠିବା ପୂର୍ବରୁ ଘାସମରା ଔଷଧ ପ୍ରୟୋଗ :-

ଅନାବନା ଗଛ ଉଠିବା ପୂର୍ବରୁ ଅର୍ଥାତ୍ ଧାନ ବୁଣିବାର ୧ ରୁ ୨ ଦିନ ପରେ ମାଟି ଓଦା ଅବା ଅବସ୍ଥାରେ ବୁଟାଜୋକ୍ସର କିମ୍ବା ପ୍ରୋଟିଲାକ୍ଟୋର କିମ୍ବା ପେଣ୍ଡିମିଥାଲିନ୍ କିମ୍ବା ଅକ୍ଳିଷ୍ଟ୍ରୋଫେନ୍ ଜମିରେ ସିଞ୍ଚନ କରନ୍ତୁ । ଏହା ଅନାବନା ଗଛକୁ ସହଜରେ ଜମିରେ ଉଠିବାକୁ ଦିଏ ନାହିଁ । ବୁଟାଜୋକ୍କାର ବଜାରରେ ମାଟିଟ୍ ବା ଚିଅର ବା ହିଲ୍ଲାକ୍ଟୋର ବା ଟ୍ରାପ୍ ବା ହଣ୍ଟର ପ୍ରଭୃତି ନାମରେ ପେଟିଲାକ୍ଟୋର ଚିଫିଟ୍ ନାମରେ, ପେଣ୍ଡିମିଥାଲିନ୍ ଷ୍ଟମ୍ପ ବା ଧନୁଟପ୍ ବା ପାନିଡ଼ା ଏବଂ ଅକ୍ସିଫ୍ଲୁ ରୋଫେନ୍ ଗୋଲ୍ ବା ଅକ୍ସି ଗୋଲ୍ ନାମରେ ବଜାରରେ ବିକ୍ରି ହୁଏ । ବୁଟାକେକ୍ୟୁର ଏବଂ ପେଟି ଲାକ୍ଲୋରରେ ଶତକଡ଼ା ୫୦ ଭାଗ ଏବଂ ପେଣ୍ଡିମିଥାଲିନ୍ ରେ ଶତକଡ଼ା ୩୦ ଭାଗ ଏବଂ ଅକ୍ଟିଫ୍ ରୋଫେନ୍ ରେ ଶତକଡ଼ା ୨୩.୫ ଭାଗ ସକ୍ରିୟ ପଦାର୍ଥ ଥାଏ । ବୁଟାମ୍ନୋର ଜାତୀୟ ଔଷଧକୁ ଏକର ପିଛା ୧oo । ମି.ଲି. କିମ୍ବା ପେଟି ଲାକ୍ଟୋରକୁ ୪୦୦ ମି.ଲି. କିମ୍ବା ପେଣ୍ଡିମିଥାଲିନ୍ ଜାତୀୟ ଔଷଧକୁ ୧୨୦୦ ମିଲି.ଲି. ହିସାବରେ ବୁଣିବାର ଦିନକ ପରେ ମାଟି ଓଦା ଥିବା ଅବସ୍ଥାରେ ୮-୧୦ କେ.ଜି. ବାଲିରେ ଗୋଳାଇ ଜମିର ଚାରିଆଡ଼େ ସିଞ୍ଚନ କରନ୍ତୁ । ପ୍ଲାଷ୍ଟିକ ଜରି କିମ୍ବା ଫଳ୍ପା ଚଟାଣ ଉପରେ ବାଲି ନେଇ ସେଥିରେ ନିର୍ଦ୍ଦିଷ୍କ ପରିମାଣର ଔଷଧକୁ ହାତରେ କ୍ଲେବ୍ ପିନ୍ଧି କିମ୍ବା ପଲିଥୁନ୍ ଗୁଡ଼ାଇ ଭଲ ଭାବରେ ମିଶାନ୍ତୁ ଯେପରି ସମସ୍ତ ବାଲି କଣିକା ସହିତ ଔଷଧ ସମାନ ଭାବରେ ମିଶିଯିବ । ବିଆଳି ଧାନ ଖରଡି ବୁଣିଥିଲେ ଅସରାଏ ଭଲ ବର୍ଷା ହେବା ପରେ ଘାସମରା ଔଷଧ ପ୍ରୟୋଗ କରନ୍ତୁ । ବତୁରି ବୁଣାରେ  ମାଟି ଯଦି ଦିନେ କିମ୍ବା ଦୁଇଦିନ ପରେ ଶୁଖିଯାଏ ତାହେଲେ ଏକର ପିଛା ନିର୍ଦ୍ଦିଷ୍ଟ ପରିମାଣର ଔଷଧକୁ ୨୦୦ ଲିଟର ପାଣଇରେ ଭଲଭାବରେ ଗୋଳାଇ ସିଞ୍ଚନ କରନ୍ତୁ ।

ସ୍ପ୍ରେୟରରେ ଘାସମରା ଔଷଧ ପକାଇବା ପଦ୍ଧତି

ସାଧାରଣତଃ ଗୋଟିଏ ସ୍ପ୍ରେୟର ରେ ୧୦ ଲିଟର ପାଣି ଧରେ । ତେଣୁ ୧୦ ଲିଟର ପାଣି ସହିତ ୪୦ ମିଲି.ଲି. ବୁଟାକ୍ଲୋର ଜାତୀୟ କିମ୍ବା ୨୦ ମିଲି. ପ୍ରୋଟି ଲାକ୍ଟୋର ଜାତୀୟ କିମ୍ବା ୬୦ ମିଲି.ଲି. ପେଣ୍ଡିମିଥାଲିନ୍ ଜାତୀୟ ଔଷଧକୁ ଗୋଟିଏ ବାଡ଼ି ସାହାଯ୍ୟରେ ଭଲଭାବରେ ଗୋଳାଇ ସିଞ୍ଚନ କରନ୍ତୁ ।

ଅନାବନା ଗଛ ଉଠିଲା ପରେ ଔଷଧ ପ୍ରୟୋଗ :-

ବୁଣିବାର ୧ ରୁ ୨ ଦିନ ପରେ ଯଦି ଉପରୋକ୍ତ ଔଷଧ ସିଞ୍ଚନ କରି ନଥାନ୍ତି ତାହେଲେ ସାଇ ହେଲୋପ୍ରପ-ବୁଟାଇଲ୍ କିମ୍ବା ଫେନାଲ୍କା ପ୍ରପ-ପି ଇଥାଇଲ୍ସକୁ ଘାସ ଗୁଡ଼ିକ ୨ ରୁ ୩ ପତ୍ର ଅବସ୍ଥାକୁ ଆସିଲେ ପ୍ରୟୋଗ କରନ୍ତୁ । ସାଇ ହେଲୋପ୍ରପ୍-ଚୁଟାଇଲ୍ କିମ୍ବା ଫେନାକୁ । ପ୍ରପ୍-ପି ଇଥାଇଲ୍ ବଜାରରେ ଯଥାକ୍ରମେ କ୍ଲିଞ୍ଚର ଓ ହୁଇପ୍ ସୁପର ନାମରେ ମିଳିଥାଏ । ଏହି ସବୁ ଔଷଧରେ ଶତକଡ଼ା ୧୦ ଭାଗ ସକ୍ରିୟ ଅଂଶ ଥାଏ । ଏକର ପ୍ରତି ୩୦୦ ମିଲି.ଲି ବିଞ୍ଚର କିମ୍ବା ଦୁଇପ୍ ସୁପରକୁ ୨୦୦ ଲିଟର ପାଣିରେ ଗୋଳାଇ ହସ୍ତଚାଳିତ ସ୍ପ୍ରେୟର ଦ୍ଵାରା ସିଞ୍ଚନ କରନ୍ତୁ ।

ଧାନ ଫସଲରେ ଅଧିକ ପରିମାଣରେ ମୁଥା କିମ୍ବା ଚଉଡ଼ା ପତ୍ରଜାତୀୟ ଅନାବନା ଗଛ ଦେଖାଦେଲେ ୨, ୪-ଢି ଇଥାଇଲ୍ ଇଷ୍ଟର କିମ୍ବା ୨-୪ ଡି ସୋଡିୟମ୍ ଲବଣକୁ କିମ୍ବା ୨-୪ ଡି ଆମାଇନ୍ ସଲୁକୁ ଅନାବାନା ଗଛ ୩ ରୁ ୪ ପତ୍ର ହୋଇଗଲେ ସିଞ୍ଚନ କରନ୍ତୁ । ଏହି ଔଷଧ ଗୁଡ଼ିକ ବଜାରରେ ଯଥାକ୍ରମେ ଉଇଡ଼୍ ମାର ଫର୍ଣ୍ଣାକ୍ସଜୋନ୍ ଓ ଆଗ୍ରୋଡୋର ନାମରେ ମିଳେ । ଏଥିରେ ଯଥାକ୍ରମେ ଶତକଡ଼ା ୩୮, ୮୦ ଓ ୪୮ ଭାଗ ସକ୍ରିୟ ଅଂଶ ଥାଏ । ଏକର ପ୍ରତି ୧ ଲିଟର ଉଇଜ୍‌ମାର କିମ୍ବା ୫୦୦ ଗ୍ରାମ, ଫର୍ଣ୍ଣାକ୍ସଜୋନ୍କିମ୍ବା ୮୦୦ ମିଲି.ଲି. ଆଶ୍ରେଡେରକୁ ୨୦୦ ଲିଟର ପାଣିରେ ଗୋଳାଇ ଜମିରେ ସିଞ୍ଚନ କରନ୍ତୁ । ଏହି ସବୁ ଔଷଧଗୁଡ଼ିକୁ ଏକର ପ୍ରତି ୧୦୦ ମିଲି.ଲି. ଧନୁଭିଟ୍ ଷ୍ଟିକର ସହିତ ମିଶାଇ ପ୍ରୟୋଗ କଲେ ସୁଫଳ ମିଳିଥାଏ ।

ଔଷଧର ପ୍ରୟୋଗ ବିଧି

ଠିକ୍ ସମୟରେ ଶୁଖିଲା ପାଗ ଦେଖି ଔଷଧ ପକାଇବା ଉଚିତ୍ । ଏକ ଏକର ଜମିରେ ଔଷଧ ସିଞ୍ଚନ ପାଇଁ ୨୦୦ ଲିଟର ପାଣି ଦରକାର ହୋଇଥାଏ । ଗୋଟିଏ ହସ୍ତଚାଳିତ ସ୍ପ୍ରେମ୍ବରରେ ୧୦ ଲିଟର ପାଣି ସିଞ୍ଚନ କରନ୍ତୁ । ଗୋଟିଏ ବାଲ୍ଟିରେ ୧୦ ଲିଟର ପାଣି ନିଅନ୍ତୁ । ଏକର ପ୍ରତି ଆବଶ୍ୟକ ହେଉଥିବା ଔଷଧର ୨୦ ଭାଗରୁ ଭାଗେ ନିଅନ୍ତୁ । ଏହକୁ ବାଲ୍‌ଟି ପାଣିରେ ଢ଼ାଳି ଦିଅନ୍ତୁ । ଏଥିରେ ୫ ମିଲି.ଲି., ଧନୁଭିଟ୍ ଶ୍ଚିକର ମିଶାଇ ଏହାକୁ ଭଲଭାବରେ ଏକ କାଠି ସାହାଯ୍ୟରେ ଗୋଳାଇ ଦିଅନ୍ତୁ । ଧାନ ଧାଡ଼ିରେ ବୁଣା ହୋଇଥିଲେ ଦୁଇ ଧାଡ଼ି ମଝିରେ ଔଷଧ ସିଞ୍ଚନ କଲେ ସୁଫଳ ମିଳିଥାଏ ।

ହାତରେ ଘାସବଛା

ଫସଲ ୩ ସପ୍ତାହ ହୋଇଗଲେ ଧାଡ଼ିବୁଣା ଧାନରେ କୋଡ଼ାଖୁସା କରନ୍ତୁ । ମୁଲିଆ ସହଜରେ ମିଳୁଥିଲେ କିମ୍ବା ପରିବାରର ଲୋକ ଏହି ସମୟରେ ବେକାର ଥିଲେ। ଏହାକୁ ଉପଯୋଗ କରି ହାତରେ ଘାସ ବଛା ବଛି କରନ୍ତୁ ।

  • ବେଉଷଣା ଧାନରେ ଅନାବନା ଗଛ ଦମନ :-
  • ମଝାଳିଆ ଏବଂ ଖାଲ ଜମିରେ ମୌସୁମୀ ବର୍ଷା ହେବା ଆଗରୁ କିମ୍ବା ମୌସୁମୀ ବର୍ଷାପରେ ଧାନ ବୁଣାଯାଇ ବେଉଷଣ କରାଯାଏ । ଏହି ଜମିରେ ସାଧାରଣତଃ ପ୍ରଥମ ଅବସ୍ଥାରେ ସୁଆଁ, କୋଦ, ଦୁବ ଏବଂ ମୁଥା ପ୍ରସ୍ତୁତି ଏକ ବୀଜପତ୍ରୀ ଏବଂ କେତେକ ଚଉଡ଼ାପତ୍ରୀ ଅନାବନା ଗଛ ଉଠିଥାଏ । କିନ୍ତୁ ବେଉଷଣା ପରେ ବିଲରେ ଠିଆପାଣି ରହିବା ଦ୍ଵାରା ପାନିଆ ପତ୍ରୀ, ପାଣି କୋଦ, ପାଣି ସୁଆଁ, ଶିଆଳ, ଲାଞ୍ଜି ଏବଂ ମୁଥା ପ୍ରଭୃତି ଏକବୀଜପତ୍ରୀ ଏବଂ ଲବଙ୍ଗି, ମଦରଙ୍ଗୀ, କଳମ, କାଉଥଣ୍ଟିଆ ଏବଂ ସୁନୁସୁନିଆ ପ୍ରଭୃତି ଚଉଡ଼ା ପ୍ରତୀ ଅନାବନା ଗଛ ଉଠିଥାଏ । ଏହି ଧାନରେ ସଙ୍କଟକାଳୀନ ସମୟ ବୁଣିବାରୁ ୧୫ – ୪୫ ଦିନ ମଧ୍ୟରେ ସୀମିତ ।

  • ରାସାୟନିକ ପ୍ରଣାଳୀରେ ଅନାବନା ଘାସ ଦମନ
  • ବୁଣାଧାନରେ ବୁଣିବାର ୧ ରୁ ୨ ଦିନ ରେ ବ୍ୟବହୃତ ହେଉଥିବା ଘାସମରା ଔଷଧ ଓ ଅନାବନା ଗଛ ୩-୪ ପତ୍ର ଅବସ୍ଥାରେ ଯେଉଁସବୁ ଘାସମରା ଔଷଧ ବ୍ୟବହାର କରାଯାଏ ତାହା ବେଉଷଣା ଧାନ ପାଇଁ ପ୍ରଯୁଜ୍ୟ ।

  • ବେଉଷଣା ଏବଂ ହାତରେ ଘାସବଛା
  • ଧାନ ଫସଲ ୫ ରୁ ୬ ସପ୍ତାହ ହୋଇଗଲେ ଏବଂ ଚର୍ମରେ ଠିଆପାଣି ଲାଗିଲେ ସରୁ ଗୋଜି ଲଙ୍ଗଳରେ ବେଉଷଣ କରନ୍ତୁ । ଏହାପରେ ଖେଳୁଆ କରି ଚାରିଆଡ଼େ ସମାନ ସଂଖ୍ୟକ ଧାନଗଛ ରଖନ୍ତୁ, ଯେପରି ବର୍ଗମିଟର ପିଛା ୪୦ ରୁ ୫୦ ପର୍ଯ୍ୟନ୍ତ ଧାନବୁଦା ରହିବ । ବେଉଷଣର ୩ ରୁ ୪ ସପ୍ତାହ ପରେ ଜମିରେ ଅନାବନା ଗଛ ଦେଖାଦେଲେ ହାତରେ ଘାସବାଛି ଦିଅନ୍ତୁ ।

  • ରୁଆ ଧାନରେ ଅନାବନା ଗଛ ଦମନ :-
  • ଚୁଆ ଧାନରେ ପାଣି ସୁଆଁ, ପାଣି କୋଦ, ମୁଥା, ବେଚୁଆଁ, ଛତା ଜୁଆଣିଆ, ପେନ୍ଥିଳୁଆଣିଆ, ଶିଆଳି ଲାଞ୍ଜି, ଗହମୀ ଘାସ ପ୍ରସ୍ତୁତି ଏକବୀଜପତ୍ରୀ ଏବଂ ଲବଙ୍ଗି, ମଦରଙ୍ଗା, ସୁନୁସୁନିଆ, କଳମ, କାଉଥଣ୍ଟିଆ, ପାଣିଟଗର, ହଂସପାଦିଆ ଏବଂ କଟକିଦଳ ପ୍ରଭୃତି ଚଉଡ଼ାପତ୍ରି ଅନାବନା ଘାସ ଉଠିଥାଏ । ଏହା ବ୍ୟତୀତ ବିଭିନ୍ନ ଶିଉଳି ଜାତୀୟ ଗଛ ଦେଖାଯାଏ । ରୁଆ ଧାନରେ ରୋଇବାର ୨୫ ରୁ ୪୫ ଦିନ ଅଧିକ ସଙ୍କଟ କାଳୀନ ସମୟ । ଏହି ସମୟରେ ଜମିରୁ ଅନାବାନା ଗଛ ବାଛି ଦେବା ଦରକାର ।

ରାସାୟନିକ ପ୍ରଣାଳୀରେ ଅନାବନା ଗଛ ଦମନ

ଅନାବନା ଗଛ ଉଠିବା ପୂର୍ବରୁ ଔଷଧ ପ୍ରୟୋଗ : -

ରୋଇବାର ୩-୫ ଦିନ ମଧ୍ୟରେ ଏକର ପିଛା ୮୦୦ ମିଲି.ଲି. ବୁଟାକେକ୍ୟୁର ଜାତୀୟ କିମ୍ବା ୪୦୦ ରୁ ୬୦୦ ମିଲି.ଲି. ପ୍ରୋଟି ଲାକ୍ଟୋର ଜାତୀୟ କିମ୍ବା ୧୨୦୦ ମିଲି.ଲି ପେଣ୍ଡିମିଥାଲିନ୍ ଜାତୀୟ ଔଷଧକୁ ୮ ରୁ ୧୦ କେ.ଜି. ବାଲିରେ ଗୋଳାଇ ବିଲର ଚାରିଆଡ଼େ ବୁଣିଦିଅନ୍ତୁ । ଔଷଧ ପକାଇବା ପୂର୍ବରୁ ବିଲରୁ ଅଧିକ ପାଣି କାଟିଦେବା ଉଚିତ୍ ।

ଅନାବନା ଗଛ ଉଠିବା ପରେ ଔଷଧ ପ୍ରୟୋଗ

ଉପରୋକ୍ତ ପ୍ରଣାଳୀ ଅବଲମ୍ବନ କରି ନଥିଲେ ରୋଇବାର ୧୦- ୧୫ ଦିନ ମଧ୍ୟରେ ଏକର ପିଛା ୩୦୦ ମିଲି.ଲି. କିଞ୍ଚଗକୁ ୨୦୦ ଲିଟର ପାଣିରେ ଗୋଳାଇ ଧାନ କିଆରୀରେ ହସ୍ତଚାଳିତ ସିଞ୍ଚନ ଯନ୍ତ୍ର ସାହାଯ୍ୟରେ ସିଞ୍ଚନ କରନ୍ତୁ । ଏହା କେବଳ ଅନାବନା ଗଛ ଯଥା ପାଣି ସୁଆଁ ପ୍ରଭୃତି ଘାସକୁ ଦମନ କରିବ । ଏହି ସୁଆଁ ଜାତୀୟ ଘାସକୁ ଦମନ ପାଇଁ ରୋଇବାର ୮ ରୁ ୧୦ ଦିନ ମଧ୍ୟରେ ୧୨୦୦ ମିଲି.ଲି କିଞ୍ଚର ସହିତ ୨୦୦ ଲିଟର ପାଣିରେ ଗୋଳାଇ ସିଞ୍ଚନ କଲେ ସୁଫଳ ମିଳିଥାଏ ।

ଅନାବନା ଗଛ ଉଠିବାର ୧୫ ଦିନ ପରେ ଔଷଧ ପ୍ରୟୋଗ :-

ଧାନ ଉଠିବାର ୧୫-୨୦ ଦିନ ମଧ୍ୟରେ ଏକର ପିଛା ୮ ଗ୍ରାମ୍ ଆଲ୍‌ମିକ୍ସକୁ ୨୦୦ ମିଲିଲିଟର ପାଣିରେ ଭିଜାଇ ଏକର ପ୍ରତି ୮-୧୦ କି.ଗ୍ରା. ବାଲିରେ ଗୋଳାଇ କିମ୍ବା ୨.୦୦ ଲିଟର ପାଣିରେ ଗୋଳାଇ ସ୍ପ୍ରେୟର ଦ୍ଵାରା ଧାନ ଫସଲରେ ସିଞ୍ଚନ କରନ୍ତୁ । ଏହା ଏକବୀଜପତ୍ରୀ ଓ ଦ୍ଵିବୀଜପତ୍ରୀ ଅନାବନା ଗଛକୁମାରିଦିଏ । କେବଳ ଘାସକୁ ଦମନ କରିବା ପାଇଁ ରୋଇବାର ୨୫ ରୁ ୩୦ ଦିନ ମଧ୍ୟରେ ୩୫୦ ମିଲି.ଲି. ହୁଇପ୍ ସୁପରକୁ ୨୦୦ ଲିଟର ପାଣିରେ ଗୋଳାଇ ଏକ ଏକର ଜମିରେ ସିଞ୍ଚନ କରନ୍ତୁ । ଜଦି ଧାନ ବିଲରେ ମୁଥା ଏବଂ ଚଉଡ଼ା ପତ୍ରୀ ଅନାବନା ଗଛ ଅଧିକ ଉଠିଥାଏ ତାହେଲେ ଏହାକୁ ଦମନ କରିବା ପାଇଁ ଏକର ପିଛା ୯୦୦ ମିଲି.ଲି ୨, ୪-ଡି ଇଥାଇଲ୍ ଇଷ୍ଟର କିମ୍ବା ୪୦୦ ମିଲି.ଲି., ୨, ୪ - ତି। ସୋଡିୟମ୍ ଦ୍ରବଣକୁ ୨୦୦ ଲିଟର ପାଣିରେ ଗୋଳାଇ ସିଞ୍ଚନ କରନ୍ତୁ । ଏହି ସମସ୍ତ ଔଷଧର ପ୍ରୟୋଗ ବିଦ୍ଧି ବୁଣା ଧାନରେ ବର୍ଣ୍ଣିତ ହୋଇଥିବା ଅନୁସାରେ ପ୍ରୟୋଗ କରନ୍ତୁ ।

  • ଶିଭଳି ଜାତୀୟ ଅନାବନା ଗଛ ଦମନ :-
  • ଖାଲଜମିରେ ଶିଉଳି, ଜାତୀୟ ଗନ୍ଧିକୁ ମାରିବା ପାଇଁ ଏକର ପିଛା ୪ କେଜି, ତୁତିଆ ବା କପର ସଲ୍‌ଫେଟକୁ କିମ୍ବା ବ୍ଲାଇଟକ୍ସକୁ ଚର୍ମରେ ଚାରିଆଡ଼େ ବିଖ୍ ଦିଅନ୍ତୁ । ପ୍ରଥମେ ଆବଶ୍ୟକୀୟ ପରିମାଣର ଔଷଧକୁ ଯଥେଷ୍ଟ ପରିମାଣର ପାଉଁଶ ସହିତ ମିଶାଇ ବିଲର ଚାରିଆଡ଼େ ସମାନ ଭାବରେ ବିଞ୍ଚୁଦେଲେ ଶିଉଳି ମରିଯିବ ।

    ଶିଉଳି ମାରିବା ପାଇଁ ପଇଡ଼ କତାକୁ ବିଲର ଚାରିଆଡ଼େ ମାଟିରେ ପୋତିଦେଲେ ସୁଫଳ ମିଳିଥାଏ ।

  • ଯାନ୍ତ୍ରିକ ପଦ୍ଧତି ଓ ଛାତରେ ଘାସ ବଛା
  • ଧାଡ଼ିରେ ରୋଇଥିଲେ ରୋଇବାର ୪ ରୁ ୫ ସପ୍ତାହ ମଧ୍ୟରେ କୋନୋଉଚ୍ଚତର କିମ୍ବା ପର୍ଯ୍ୟାଡ଼ି ଉଇଜର ଦୁଇ ଧାଡ଼ି ମଧ୍ୟରେ ଚଳାଇଲେ ଅନାବନା ଗଛ ମାଟିରେ ମଧ୍ୟ ପୋତି ହୋଇଯିବ । ଦୁଇ ବୁଦା ମଧ୍ୟରେ ଥିବା ଅନାବନା ଗଛକୁ ହାତରେ ବାଛି ଦିଅନ୍ତୁ । ଇତସ୍ତତ ଭାବରେ ଧାନ ରୋଇଥିଲେ ରୋଇବାର ୪ ରୁ ୫ ସପ୍ତାହ ମଧ୍ୟରେ ହାତରେ ବଛା ବଛି କରନ୍ତୁ ।

ସଂଗୃହିତ -

ମୂଳ ବିଷୟ ବସ୍ତୁ :-

  • ଡଃ ଅନିଲ କୁମାର ମହାନ୍ତି ଉଭିବା ରୋଗ ନିବାନ ବିଭାଗ
  • ଡଃ ଗୋପାଳକୃଷ୍ଣ ପାତ୍ର କ୍ଷେତ୍ର ବିଜ୍ଞାନ ବିଭାଗ

ସଂଶୋଧିତ ବିଷୟ ବସ୍ତୁ :-

  • ଡଃ ନିରୋଦ କୁମାର ଧଳ ବିଭାଗୀୟ ମୁଖ୍ୟ ଉଭିଦ ରୋଗ ନିବାନ ବିଭାଗ
  • ଡଃ ଗୌରାଙ୍ଗ ଚରଣ ମିଶ୍ର କ୍ଷେତ୍ର ବିଜ୍ଞାନ ବିଭାଗ


© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate