ହଳଦିଆ କାଣ୍ଡବିନ୍ଧା ପୋକ ଧାନର ଏକ ମାରାତ୍ମକ କ୍ଷତିକାରକ କୀଟ। ‘ପ୍ରାକୃତିକ ସମ୍ପଦ ଅନୁଷ୍ଠାନ । ଇଂଲଣ୍ଡର ଆକଳନ ଅନୁସାରେ ସାରା ପୃଥିବୀରେ ଚାଷ କରାଯାଉଥିବା ସମସ୍ତ ଫସଲର ଅନିଷ୍ଟକାରୀ (ପୋକ)ଙ୍କ ମଧ୍ୟରେ ଏହାର ସ୍ଥାନ ଦ୍ଵିତୀୟ । ଏହା କେବଳ ଧାନକୁ ଆକ୍ରମଣ କରୁଥିବାରୁ ଆଜି ପର୍ଯ୍ୟନ୍ତ ଏହି କୀଟ ପାଇଁ କୌଣସି ସମ୍ପୂର୍ଣ୍ଣ ନିରୋଧକ କିସମ ଆବିଷ୍ଣୁତ ହୋଇପାରିନାହିଁ । ଆହୁରି ମଧ୍ୟ ଏହି କୀଟ ଧାନକୁ ଚାରା ଅବସ୍ଥାରୁ ପାଚିବା ପର୍ଯ୍ୟନ୍ତ ସମସ୍ତ କିସମ ଜମିରେ ଆକ୍ରମଣ କରିଥାଏ ଓ ଏହାର ମଧ୍ୟମ ଆକ୍ରମଣରେ ଶତକଡ଼ା ୨୫-୩୦ ଭାଗ ଅମଳ କମ୍ ଥିବା ବେଳେ ଅତ୍ୟଧିକ ଆକ୍ରମଣରେ ଏହି ପରିମାଣ ୮୦ ଭାଗ ପର୍ଯ୍ୟନ୍ତ ହୋଇପାରେ। ଏହାର ଆକ୍ରମଣ ଯୋଗୁ ବିଳମ୍ବା ମଧ୍ୟମ ଓ ବିଳମ୍ବା କିସମ ଚାଷ ହେଉଥିବା ମଧ୍ୟମ ଖାଲୁଆ, ଖାଲୁଆ ଓ ଗଭୀର ଜଳ ଧାନଜମିରେ ଥୋଡ ବାହାରିବା ପରେ ଅତ୍ୟଧିକ କ୍ଷତି ଘଟିଥାଏ । ଏବର୍ଷ ଆବଶ୍ୟକତାଠାରୁ ଅଧିକ ବର୍ଷା ହୋଇଥିବା ଯୋଗୁ ଆଗାମୀ ଦିନରେ ଏହି ପୋକର ଆକ୍ରମଣ ବିଳମ୍ବ ମଧ୍ୟମ ଓ ବିଳମ୍ବ କିସମ ଚାଷ ହୋଇଥିବା ମଧ୍ୟମ ଖାଲୁଆ, ଖାଲୁଆ ଓ ଗଭୀର ଜଳ ଧାନ ଫସଲରେ ଅତ୍ୟଧିକ ହୋଇ ଅମଳ କମିଯିବାର ଆଶଙ୍କା ରହିଛି । ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟର ଚାଷୀ ଭାଇମାନଙ୍କ ଅବଗତି ନିମନ୍ତେ ଏ ପୋକକୁ ଚିହ୍ନିବା ସହିତ ଏହାର ଆକ୍ରମଣ ଜନିତ ଲକ୍ଷଣ ଓ ସମନ୍ୱିତ ନିୟନ୍ତ୍ରଣ ପ୍ରଣାଳୀ ବିଷୟରେ ସୂଚନା ଦିଆଗଲା ।
ଏହି ପୋକର ଶୁକ ଅବସ୍ଥା କ୍ଷତିକାରକ ଓ ଅଣ୍ଡାରୁ ଫୁଟିବା ପରେ ପତ୍ରାଜଦରେ କିଛି ସମୟ ବୁଲିବା ପରେ କାଣ୍ଡ ଭିତରକୁ ପଶିଯାଏ ଓ ଅଙ୍ଗୀୟ ବୃଦ୍ଧି (ଭେଜିଟେଟିଭ) ଅବସ୍ଥାରେ ପିଲର ଭିତର ଅଂଶର ନିମ୍ନଭାଗକୁ ଖାଇବା ପରେ ମଞ୍ଜିଟି ଶୁଖି ମରିଯାଏ ଓ ଟାଣିଲେ ବାହାରିଆସେ ଏବଂ ଏହାକୁ ମଲା ମଞ୍ଜ (ଡେଡ୍ ହାର୍ଟ) ଆଖ୍ୟା ଦିଆଯାଏ । ଜନନ ଅବସ୍ଥାରେ ଏହା ଥୋଡ କିମ୍ବା ଥୋଡର ପରବର୍ତ୍ତୀ ଅବସ୍ଥାରେ କାଣ୍ଡ ଭିତରକୁ ପଶିଯାଇ ଏହାର ତଳଭାଗକୁ ଖାଇବା ଯୋଗୁ କେଣ୍ଡା ବାହାରିବା ପରେ ମରିଯାଇ ଧଳା ଦେଖାଯାଏ ଓ ଟାଣିଲେ ବାହାରିଆସେ ଏବଂ ଏହାକୁ ବଗପଖିଆ କେଣ୍ଡା (ଦ୍ଵାଇଟ୍ ଇୟର ହେଡ୍) ଆଖ୍ୟା ଦିଆଯାଏ । ଏହି କୀଟ ଫସଲକୁ ‘ଜନନ ଅବସ୍ଥାରେ ଖାଇବାକୁ ଅଧିକ ପସନ୍ଦ କରୁଥିବାରୁ ଏବଂ ସମ୍ପୂର୍ଣ୍ଣ କେଣ୍ଡାଟି ମରିଯାଉଥିବାରୁ ଏହି ଆକ୍ରମଣ ଯୋଗୁ ଅଧିକ କ୍ଷତି ଘଟିଥାଏ ।
ହଳଦିଆ କାଣ୍ଡବିନ୍ଧା ପୋକର ପୂର୍ଣ୍ଣଙ୍କ ମାଈ ପୋକର ଉପର ଡେଣା ହଳଦିଆ ରଙ୍ଗର ଓ ଏହାର ଉପର ଡେଣାର ମଧ୍ୟଭାଗରେ ଏକ କଳାରଙ୍ଗର ଦାଗ ରହିଥାଏ। ଏବଂ ତଳ ଡେଣା ଦୁଇଟି ଫିକା ମାଟିଆ, ନଡା ରଙ୍ଗର। ଏହାର ଉଦରର ଶେଷ ଭାଗରେ ସ୍ଵଚ୍ଛ ସରୁ ଲୋମ ଗୁଚ୍ଛ ଥାଏ ଓ ଏହା ପତ୍ର ଉପରେ ପୁଞ୍ଜ ପୁଞ୍ଜ କରି ଅଣ୍ଡା ଦେଇଥାଏ । ଅଣ୍ଡା ଦେବା ପରେ ସେଗୁଡ଼ିକୁ ଲୋମ ଦ୍ଵାରା ଆବୃତ କରିଦିଏ । ଅଣ୍ଡିରା କୀଟ, ମାଈ କୀଟଠାରୁ ଆକାରରେ ଛୋଟ ଓ ପାଉଁଶିଆ ରଙ୍ଗର ହୋଇଥାଏ । ଏହାର ଆଗ ଡେଣାର ତଳ ଅଂଶର ଅଗ୍ରଭାଗରେ ୮/୯ଟି ଛୋଟ ଛୋଟ କଳା ଦାଗ ଥାଏ । ଏହାର ଉଦର ଅପେକ୍ଷାକୃତ ସରୁ ଓ ଲମ୍ବାଳିଆ । ପୂର୍ଣ୍ଣଙ୍ଗ ଶୁକ୍ଳ ଧଳା-ହଳଦିଆ ରଙ୍ଗର ଏବଂ ଏହାର ଲମ୍ବ ୨.୫ ସେ.ମି. ପର୍ଯ୍ୟନ୍ତ ହୋଇଥାଏ।
ଜୈବ ଭିତ୍ତିକ
ପତ୍ର ଓ ପତ୍ରାଚ୍ଛଦରେ ଦେଇଥିବା ଅଣ୍ଡା ପୁଞ୍ଜ ଗୁଡିକୁ ସଂଗ୍ରହ କରି ନଷ୍ଟ କରିଦିଅନ୍ତୁ ।
ଆର୍ଥିକ ଦେହଳୀ ସୀମା ଏକ ବର୍ଗମିଟର ପ୍ରତି ୧ଟି ଶଲଭା, ଅଣ୍ଡା ପୁଞ୍ଜ ଦେଖାଗଲେ ଟ୍ରାଇଆନ୍ଦୋଫସ ୪୦% ଇ.ସି./ କାର୍ଟାପ ହାଇଡ୍ରୋକ୍ଲୋରାଇଡ ୫୦% ଏସ୍ପି, ଫିଫ୍ରେନିଲ ୫% ଏସ୍ସି. ଇଣ୍ଡୋକୁ କାର୍ବ ୧୪.୫% ଏସସି, କ୍ଲୋରାଣ୍ଟାନିଲିପ୍ରେଲେ ୧୮.୫% ଏସସି ୧ ମି.ଲି. ଏବଂ ଫୁବେଣ୍ଡ ଆମାଇଡ ୨୦% ଡବଲ୍ଲୀଜି ୦.୫ ଗ୍ରା. ୧ ଲିଟର ପାଣିରେ ଗୋଳାଇ ଏବଂ ଲିଟର ପିଛା ୨ ମି.ଲି. ସର୍ପ ପାଣି ଗୋଳାଇ ସିଞ୍ଚନ କରି ଏହି କୀଟକୁ ଦମନ କରାଯାଇପାରିବ ।
ବି.ଦ୍ର: ଏହି କୀଟ ଡାଳୁଅ ରବି ଧାନରେ ଜାନୁୟାରୀ ଶେଷ ସପ୍ତାହ ଫେବୃୟାରୀ ୧ମ ସପ୍ତାହରୁ ଏପ୍ରିଲ ଶେଷ ସପ୍ତାହ ମଧ୍ୟରେ ଯଥେଷ୍ଟ କ୍ଷତି କରିଥାଏ । ତେଣୁ ଚାଷୀ ଭାଇମାନେ ଉପରୋକ୍ତ ନିୟନ୍ତ୍ରଣ ପ୍ରଣାଳୀଗୁଡିକୁ ଅବଲମ୍ବନ କରି ଡାଳୁଅ ଧାନକୁ ଏହି ପୋକର ଆକ୍ରମଣ ଜନିତ କ୍ଷତିରୁ ରକ୍ଷା କରିପାରିବେ ।
ସଂଗୃହିତ - ଡ. ଦେବବ୍ରତ ପାଣିଗ୍ରାହୀ ବରିଷ୍ଟ ବୈଜ୍ଞାନିକ (କୀଟତତ୍ତ୍ଵ ବିଜ୍ଞାନ) ଓ ସହଯୋଗୀ ଗବେଷଣା ନିର୍ଦେଶକ
Last Modified : 1/26/2020