অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫସଲରୁ ରୋଗପୋକ ନିୟନ୍ତ୍ରଣ

କାଣ୍ଡବିନ୍ଧା ପୋକ

କାଣ୍ଡବିନ୍ଧା ପୋକ, ପତ୍ର ପୋଡା ପୋକ, ମାଟିଆ ଗୁଣ୍ଡି ପୋକ, ମହିଷା ରୋଗ ଓ ପତ୍ରପୋଡ଼ା ରୋଗ ଡାଳୁଆ ଧାନ ଫସଲକୁ ଆକ୍ରାନ୍ତ କରିବାର ଆଶଙ୍କା ରହିଛି । ଆକ୍ରାନ୍ତ ପୋକ ଓ ରୋଗ ଆର୍ଥକ କ୍ଷୟକ୍ଷତି ସୀମା ଅତିକ୍ରମ କରିଥିଲେ ଅନୁମୋଦିତ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରନ୍ତୁ ।

କାଣ୍ଡବିନ୍ଧା ପୋକ - ଏହାର ଦମନ ପାଇଁ ପ୍ରତି ଲିଟର ପାଣିରେ ୧.୨୫ ଗ୍ରାମ୍ କାର୍ଗାପ ହାଇଡ୍ରୋକ୍ଲୋରାଇଡ୍ କିମ୍ବା ୨ ମିଲି ଯାଇରିଫସ୍ କିମ୍ବା ୨ ମିଲି ମନୋକ୍ରୋଟଫସ୍ ମିଶାଇ ସିଞ୍ଚନ କରନ୍ତୁ ।

ମହିଷା ରୋଗ

ଦିନ-ରାତିର ତାପମାତ୍ରାରେ ଅଧିକ ତାରତମ୍ୟ ରହିବା ଯୋଗୁ କେତେକ ସ୍ଥାନରେ ମହିଷା ରୋଗର ପ୍ରାଦୁର୍ଭାବ ଦେଖାଯାଏ । ତା’ର ଦମନ ପାଇଁ ପ୍ରତି ଲିଟର ପାଣିରେ ୦.୬ ଗ୍ରାମ୍ ହିସାବରେ ଟ୍ରାଇସାଇକ୍ଲାଜୋଲ କିମ୍ବା ୧ ମିଲି ଏଡିଫେନୋଫସ ମିଶାଇ ସିଞ୍ଚନ କରନ୍ତୁ ।

ପତ୍ରପୋଡା ରୋଗ

ବର୍ତ୍ତମାନ ଧାନରେ ବୀଜାଣୁଜନିତ ପତ୍ରପୋଡା ରୋଗ ଦେଖାଯାଏ ।  ଏହାର ନିରାକରଣ ପାଇଁ ପ୍ରତି ୧୦ ଲିଟର ପାଣିରେ ୧ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଳିନ୍ ସହିତ ୨୦ ଗ୍ରାମ୍  କିପରି ଅକ୍ସିକ୍ଲୋରାଇଡ ମିଶାଇ ସିଞ୍ଚନ କରନ୍ତୁ ।

ଧାନରେ ଜଉଖାଡି ରୋଗ ଦେଖାଯିବାର ଆଶଙ୍କା ଥାଏ । ଏହା ଏକ ବିହନ ବାହିତ ରୋଗ ହୋଇଥିବାରୁ ଆକ୍ରାନ୍ତ ଫସଲକୁ ଆଗାମୀ' ଚାଷ ପାଇଁ ବିହନ ସଂଗ୍ରହ କରନ୍ତୁ ନାହିଁ ।

ଲେଡାପୋକ

ମେଘୁଆ ଓ ବର୍ଷା ପାଗ ହୋଇଥିଲେ, ଲେଡ଼ାପୋକ  ଲାଗିବାର ଆଶଙ୍କା ଅଛି । ଏହାର ନିୟନ୍ତ୍ରଣ ପାଇଁ ଆକ୍ରାନ୍ତ ଜମିର ହୁଡ଼ା ଚାରିପଟେ କ୍ଲୋରୋପାଇରିଫସ୍ କିମ୍ବା ଏଣୋସଲ୍‌ଫାନ ଗୁଣ୍ଡ ପ୍ରୟୋଗ କରନ୍ତୁ ଏବଂ ଉପରବେଳା, ଲେଡ ପୋକ  ଦମନ ପାଇଁ ପ୍ରତି ୧ଲିଟର ପାଣିରେ ୨ ମିଲି ହିସାବରେ କୁଇନାଲ୍‌ଫସ କିମ୍ବା ୧.୫ ମିଲି ମିଥାଇଲ୍ ପାରାଥିୟନ କିମ୍ବା ୩ ଗ୍ରାମ କାର୍ବାରିଲ୍ କିମ୍ବା ୨ ମିଲି ମନୋକ୍ରୋଟଫସ୍ କିମ୍ବା ୨ ମିଲି କ୍ଲୋରୋପାଇରଫସ୍  ମିଶାଇ ସିଞ୍ଚନ କରନ୍ତୁ । ସହଳ ଲଗାଯାଇଥିବା ଡାଳୁଅ ଧାନ ପାଚିବା ଅବସ୍ଥାକୁ ଆସିଯାଇଥିବା  ୮୫% କେଣ୍ଡା ପାଚିଯାଇଥିଲେ ଧାନ କାଟିଦିଅନ୍ତୁ । ଅମଳ ପୂର୍ବରୁ ଜମିରୁ ପାଣି କାଟି ଦେବା ଆବଶ୍ୟକ ।

ଛୁଇଁ ଜାତୀୟ ଫସଲରୁ ରୋଗ ନିରାକରଣ

ବର୍ତ୍ତମାନ  ଛୁଇଁ ଜାତୀୟ ଫସଲ ମୁଗ, ବିରି, ମଟର ପ୍ରଭୃତି ଫସଲର ଫୁଲ ଧରିବା ସମୟ ହୋଇଗଲାଣି । ଏହି ସମୟରେ ଫସଲର ଅଧିକ ଯତ୍ନ ନେବା ଉଚିତ ।

ଜଉପୋକ

ମୁଗ କ୍ଷେତରେ ଜଉପୋକ  ଲାଗିଲେ କଅଁଳିଆ ପତ୍ର ଓ ଫଳକୁ ନଷ୍ଟ କରିଦିଅନ୍ତି । ଫଳରେ ଚାଷୀ କ୍ଷତିଗ୍ରସ୍ତ ହୋଇଥାଏ ।

ଏହି ପୋକ ଲାଗିବା ଜଣାପଡ଼ିଲେ ତତକ୍ଷଣାତ ପ୍ରତି ୧ ଲିଟର ପାଣିରେ ୨ ମିଲିଳିଟର ହିସାବରେ ମେଟାସିଷ୍ଟକସ ମିଶାଇ ସ୍ପ୍ରେ କରନ୍ତୁ କିମ୍ବା ୧୦ ଲିଟର ପାଣିରେ ୫ ମିଲିଲିଟର ଇମିଡାକ୍ଳୋପ୍ରିଡ଼ ମିଶାଇ ସ୍ପ୍ରେ କଲେ ଜଉପୋକ ଦୂର ହୋଇଥାଏ।

କାଣ୍ଡ ପୋକ

ଏହି ପୋକ ହେଲେ ଗଛର କାଣ୍ଡକୁ କଣାକରି ଗଛ, ରସକୁ ଖାଇଦିଅନ୍ତି । ଏକ ଲିଟର ପାଣିରେ ୨ ମିଳିଲିଟର ହିସାବରେ ନୁଭାକ୍ରନ ମିଶାଇ ସ୍ପ୍ରେ କରନ୍ତୁ ।

ଛୁଇଁବିନ୍ଧା ପୋକ

ଏହି ପୋକଗୁଡ଼ିକ ଫସଲ ପାଇଁ ଅତି ମାରାତ୍ମକ । ଛୁଇଁବିନ୍ଧା ପୋକ ଫଳ କଣାକରି ମଞ୍ଜି ଖାଇଯାଆନ୍ତି । ତେଣୁ ୧ ଲିଟର ପାଣିରେ ୨ ମିଲିଗ୍ରାମ  ଡିଲାଡେନ ମିଶାଇ ସ୍ପ୍ରେ କଲେ ଫସଲ ରକ୍ଷା ପାଇଥାଏ ।

ପାଉଡର ମିଲଡର

ଏହି ରୋଗ ହେଲେ ଗଛରେ ଧଳା ପାଉଡର ଗୁଣ୍ଡ ଛିଞ୍ଚିଲା ଭଳି ଦେଖାଯାଏ । ଏକର ପିଛା ୧୦ କିଲୋ ହିସାବରେ ଗନ୍ଧକ ଗୁଣ୍ଡ ପ୍ରୟୋଗ କଲେ ଏଥିରୁ ମୁକ୍ତି ମିଳିଥାଏ କିମ୍ବା ୱେଟବେଲ, ସଲଫର (ସଲଫେକ୍ସ)୫ ଗ୍ରାମ ୧ ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଦୂରହୁଏ ।

ଡାଉଡ ମିଲଡିଭ

ରୋଗ ଆରମ୍ଭ ହେଲେ ପତ୍ରର ତଳ ଅଂଶରେ ଧଳା ତୁଳାଜାଲି (ବୁଢିଆଣୀ ବସା ) ପରି ଦେଖାଯାଏ । ପତ୍ରର ଉପର ଅଂଶ ହଳଦିଆ ପଡି ଶୁଖିଯାଏ । ଏଥିପାଇଁ ବୋର୍ଡେକସ ଦ୍ରବଣ ୪:୪:୫୦ କରି ଗଛରେ ସ୍ପ୍ରେ କଲେ ।

ଏହି ରୋଗ ଦୂର ହୋଇଥାଏ । (୪ କିଲୋ ତୁତିଆ (କପର ସଲଫେଟ) ୪ କିଲୋ ଚୂନକୁ ୫୦ ଲିଟର ପାଣିରେ ମିଶାଇ ଦ୍ରବଣ କରିବାକୁ ହୁଏ । ଇଣ୍ଡୋଫିଏଲମଏମ ୪୫ ଏକ ଲିଟର ପାଣିରେ ୨ ଗ୍ରାମ ମିଶାଇ ସ୍ପ୍ରେ କଲେ । ତାହା ଉପକାର ମିଳିଥାଏ ।

କଖାରୁ, କଲରାର ଫଳବିନ୍ଧା ମାଛି ଦମନ

ଫଳମାଛି ଲାଗିଲେ କଖାରୁ ଏବଂ କଲରା ଫଳକୁ କଣା କରି ଭିତରେ ରସ ଖାଆନ୍ତି  ଫଳରେ କଖାରୁଗୁଡ଼ିକ ପଚିଯିବାର ସମ୍ଭାବନା ଥାଏ । ତେଣୁ ଫଳମାଛି ଲାଗିବା ଦେଖାଗଲେ ପ୍ରତି ଲିଟର ପାଣିରେ ୨ ମିଲି ଏଣ୍ଡୋସଲଫାନ କିମ୍ବା ୩ ଗ୍ରାମ କାର୍ବିରିଲ ମିଶାଇ ସିଞ୍ଚନ କରନ୍ତୁ । କଖାରୁ ଲଗାଇବା ସମୟରେ ମନ୍ଦାରେ କ୍ଲୋରୋପାଇରିଫସ ଗୁଣ୍ଡ ପ୍ରୟୋଗ କରନ୍ତୁ । ଏହାଦ୍ଵାରା ନାଳି କଖାରୁ ପୋକକୁ ନିୟନ୍ତ୍ରଣ କରାଯାଇପାରିବ ।

ବର୍ତ୍ତମାନ ଭେଣ୍ଡି, ଜହ୍ନି, କଲରା, ଗୁଆଁର, ଝୁଡ଼ଙ୍ଗ ଆଦି ଖରାଦିନିଆ ପରିବା ଲଗାନ୍ତୁ । ଗୋଟିଏ ସପ୍ତାହ ମଧ୍ୟରେ ମଞ୍ଜି ଗଜା ହୋଇଗଲେ ସିଞ୍ଚା ପାଣି ପ୍ରୟୋଗ  କରନ୍ତୁ । ଦୁଇ ଚାରିପତ୍ର ହୋଇଗଲେ କୋଡ଼ାଖୋସା କରି ଘାସଗୁଡ଼ିକ ବାଛି ଦିଅନ୍ତୁ । ପରେ କୃଷିବିଜ୍ଞାନୀଙ୍କ ପରାମର୍ଶ ନେଇ ସାର ପ୍ରୟୋଗ କଲେ ଗଛଗୁଡ଼ିକ ହୃଷ୍ଟପୁଷ୍ଟ ହୋଇଥାଏ । ମାଟିର ବତର ଦେଖି ଜଳ ସେଚନ କରନ୍ତୁ ।

ଆଧାର – କୃଷି ବିଭାଗ

Last Modified : 10/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate