অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବଉଳ ନଝଡିବା ପାଇଁ ପଦକ୍ଷେପ

ଆମ୍ବ ବଉଳ ଝଡିବା ସମସ୍ୟାକୁ ରୋକିବା ପାଇଁ ପଦକ୍ଷେପ

ବର୍ତ୍ତମାନ ଆମ୍ବ ବଉଳର ଋତୁ । ସ୍ଥାନେ ସ୍ଥାନେ ଗଛରେ ମଧ୍ୟ ଧରିଲାଣି ବଉଳ । ଅନେକ ସମୟରେ ଦେଖାଯାଏ ବିଭିନ୍ନ ହିଁ କାରଣରୁ ଗଛରୁ ବଉଳ ଝଡିଯାଏ ଓ ଫଳ ବି କମ୍ ହୁଏ । ଆମ୍ବ ବଉଳ ଝଡିବା ସମସ୍ୟାକୁ ରୋକିବା ପାଇଁ କିଭଳି ପଦକ୍ଷେପ ଗ୍ରହଣ କରିବେ ସେ ବିଷୟରେ ଜାଣନ୍ତୁ...

ଅନେକ ସ୍ଥାନରେ ଦେଖାଯାଏ କେତେକ ଗଛରେ ଗୋଟିଏ ବର୍ଷ ଭଲ ଆମ୍ବ ହୋଇଥିଲେ  । ତାପର ବର୍ଷ ଏହା ବହୁତ କମ୍ ହୋଇଥାଏ ତ ଆଉ କେତେକ ଗଛରେ ସବୁ ବର୍ଷ ସେହି ସମ ପରିମାଣରେ ଆମ୍ବ ଫଳ ଧରିଥାଏ । ଏସବୁ ନିର୍ଭର କରିଥାଏ ମା' ଗଛର ଉତ୍ପାଦିତ ଗୁଣ ଉପରେ । ଆମ୍ବ ଗଛରେ ଯେତିକି ବଉଳ ଆସେ । ସେଥିରେ ଥିବା ସବୁ ଫୁଲରୁ ଫଳ ଧରି ନଥାଏ । କାରଣ ସେଥି ମଧ୍ୟରେ ଅଧିକାଂଶ ଅଣ୍ଡିରା ଫୁଲ ଥାଏ । ଆଉ ଫଳ କେବଳ ଉଭୟ ଲିଙ୍ଗବିଶିଷ୍ଟ ଫୁଲରୁ ହିଁ ହୋଇଥାଏ ।

ଆଉ ଗୋଟିଏ ବଉଳ ପେନ୍ଥାରେ ପାଖାପାଖି ୨ରୁ୩ଟି ଉଭୟ ଲିଙ୍ଗୀ ଫୁଲ ଥାଏ । ଯଦି ଆମ୍ବ ଗଛର ବଉଳରେ ହେଇଥିବା ସମସ୍ତ ଫୁଲ ଫଳ ଧରିନିଏ। ତେବେ ଭବିଷ୍ୟତରେ ଗଛ ଉପରେ ନାନା ପ୍ରକାର ପ୍ରଭାବ ପଡ଼ିଥାଏ । ଗଛ ଓଜନ ସହ୍ୟ କରିନପାରି ଭାଙ୍ଗିପଡ଼ିବା ସହ ଦୁର୍ବଳ ମଧ୍ୟ ହୋଇଯାଏ । ଫଳରେ ପରବର୍ତ୍ତୀ ବର୍ଷରେ ଗଛରେ ଆଦୌ ଫଳ ଧରି ନଥାଏ । ଯଦି ଧରେ ଜୋତ ଦେବ । ଫଳ ଛୋଟ ହୋଇଥାଏ ।  ଆମ୍ବ ଗଛର ସାଧାରଣତଃ ଫୁଲ ଏବଂ ଫଳ ପ୍ରାରମ୍ଭିକ ଅବସ୍ଥାରେ ହିଁ ଝଡ଼ିଯାଏ ।

ଫଳ ଝଡ଼ିବା ପର୍ଯ୍ୟାୟ ଗୁଡ଼ିକ

୧- ପିନ୍‌କଣ୍ଟା ମୁଣ୍ଡ ଆକାର  ଅବସ୍ଥାରେ ଫଳ ଝଡ଼ିଯିବା । ଚଣା ବା ମଟର, ଚଣା ଅବସ୍ଥାରେ ଫଳ ଝଡେ ।  ମେ ମାସରେ ଫଳଝଡ଼ା  । ପ୍ରାଥମିକ ଅବସ୍ଥାରେ ଫଳ ଝଡ଼ିଯିବା ବିଶେଷ କ୍ଷତିକାରକ ନୁହେଁ ।  କିନ୍ତୁ ମଟରଚଣାର ପରବର୍ତ୍ତୀ ପର୍ଯ୍ୟାୟ ଏବଂ ମେ ମାସରେ କାଳବୈଶାଖୀ ଏବଂ ପବନ ବହି ଫଳ ଝଡ଼ି ଗଲେ ବିଶେଷ ଭାବରେ କ୍ଷତି ହୋଇଥାଏ।

ଫଳଝଡ଼ାର କାରଣ

ବିଭିନ୍ନ ହରମୋନର ଭାରସାମ୍ୟ ଅଭାବ, ଅଣୁସାରର ଅଭାବ, ଖାଦ୍ୟସାରର ଅଭାବ, ଅନିୟମିତ ଜଳସେଚନ, ପରାଗ ସଙ୍ଗମରେ ବାଧା, ଭୃଣ ଅବସ୍ଥାରେ ଗର୍ଭପାତ । ବଉଳ ଧରିବାର ପାଖାପାଖି ୩ ସପ୍ତାହ ମଧ୍ୟରେ ଫୁଲ ଗୁଡ଼ିକ ଚଣା ଆକାରର ହୋଇଥାଏ । କିନ୍ତୁ ଆମ୍ବର ପର ପରାଗ ସଙ୍ଗମ ଦ୍ଵାରା ଫଳ ଧରୁ ଥିବାରୁ, ଫୁଲ ଖୋଲିଲା ସମୟରେ ବଗିଚାରେ ଯଥେଷ୍ଟ ପରିମାଣରେ ଅଣ୍ଡିରା ଫୁଲ ରହିଥିବା ଦରକାର । ଏହି ସମୟରେ ବଗିଚାରେ ଯଥେଷ୍ଟ ପରିମାଣରେ ମହୁମାଛି ରହୁଥିବା ଦରକାର । ଏହି ସମୟରେ କୀଟନାଶକ ସିଞ୍ଚନ କରିବା ଦ୍ଵାରା ବଗିଚାରେ ମହୁମାଛି ଏବଂ ମାଛିଙ୍କ ସଂଖ୍ୟା କମିଯାଏ । ତେଣୁ ଏହି ସମୟରେ ଆମ୍ବ ବଗିଚାରେ କୀଟନାଶକ ସିଞ୍ଚନ କରା ନଯିବା ଭଲ ।

କିସମ

କିଛି କିସମର ଗଛରେ ଫୁଲରୁ ପରାଗ ସଙ୍ଗମ ହୁଏ ନାହିଁ । ତେଣୁ ପରାଗସଙ୍ଗମ ପାଇଁ ଅନ୍ୟ କିସମ ଦରକାର ହୋଇଥାଏ । ଏପରି ସ୍ଥଳେ ପରାଗସଙ୍ଗମ ପାଇଁ ନିର୍ଦ୍ଦିଷ୍ଟ କିସମ ଲଗାଇବା ଭଲ । ଯେପରିକି ଦଶେରୀ, ଚଉସା, ହିମାସାଗର ଏବଂ ଲଙ୍ଗରା କିସମ  । ଦଶେରୀ ସହ ଚଉସା କିସମ ଲଗାଇଲେ ଭଲ ଫଳ ଧରେ । ଲଙ୍ଗଳା କିସମ ସହିତ ହିମସାଗର ଲଗାଇଲେ ପରାଗସଙ୍ଗମ ହୋଇ ଭଲ ଫଳ ଆସେ ।

ପ୍ରତିକାର

ମାଟିରେ ଖାଦ୍ୟସାର ଯଥା:  ଯବକ୍ଷାରଜାନ, ଫସଫରସ, ପଟାସ୍ ବୋରନ୍ ଭଳି ଅଣୁସାର ଅଭାବ ହେଲେ ଫୁଲ ଫଳ ଝଡ଼ିଯାଏ। ଅତ୍ୟଧିକ କୁହୁଡ଼ିରେ ମଧ୍ୟ ଆମ୍ବ ବଉଳ ପୋଡ଼ିଯାଏ । ଅନେକ ସ୍ଥାନରେ ପାଉଁଶିଆ ରୋଗ ହେବା ଫଳରେ ଗଛରୁ ଆମ୍ବ ବଉଳ ଝଡ଼ିଯାଏ । ଏଭଳି ସ୍ଥଳେ ପ୍ରତି ଲିଟର ପାଣିରେ ୩ ଗ୍ରାମ୍ ସଲଫର ସେଚିତ ଗୁଣ୍ଡ ମିଶାଇ ସିଞ୍ଚନ କଲେ ଭଲ ଫଳ ମିଳେ ।

  • ଆମ୍ବ ଗଛରେ ଆମ୍ବ, ଡ଼ାହାଣୀ ଲାଗି ବଉଳରୁ ସମସ୍ତ ରସ ଶୋଷି ନିଅନ୍ତି । ତାଙ୍କ ମଳରେ ଗୋଟିଏ ପ୍ରକାର କବକ ହୁଏ ଯାହାକି ବଉଳ ଏବଂ ପତ୍ରକୁ କଳା କରିଦିଏ । ଏଥିରୁ ଆମ୍ବ ଗଛକୁ ସୁରକ୍ଷା ଦେବା ପାଇଁ ଡାଇକ୍ଲୋରୋଭସ୍ ୨ଲିଟର ପାଣିରେ ୧ ମିଲି କିମ୍ବା ପ୍ରତି ଲିଟର ପାଣିରେ ୨ ମିଲି ମାଲାଥିଅନ୍ ମିଶାଇ ସଂଧ୍ୟା ସମୟରେ ସିଞ୍ଚନ କରନ୍ତୁ ।
  • ଗଛର ହରମୋନ୍ ଅଭାବ ହେଲେ ମଧ୍ୟ ଫଳ ଝଡ଼ିଯାଏ । ପ୍ରତି ୧୫ ଲିଟର ପାଣିରେ ୪ ରୁ ୫ ମିଲି ପୁନେ ଫିକସ୍ ଆମ୍ବ, ମଟରଚଣା ଅବସ୍ଥାରେ ଥିବା ସମୟରେ ସିଞ୍ଚନ କଲେ। ଫଳଝଡ଼ା କମିଯାଏ । ଏଥିସହିତ ନିୟମିତ ଭାବରେ ଗଛରେ ଜଳସେଚନ ହେବା ଦରକାର ।

ଆଧାର  - ବୈଜ୍ଞାନିକ ସନତ କୁମାର ମେହେର ଉଦ୍ୟାନ ବିଭାଗ , କୃଷିବିଜ୍ଞାନକେନ୍ଦ୍ର ବରଗଡ,୯୪୩୭୪୨୮୮୩୪

Last Modified : 6/30/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate