অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବାଇଗଣ ଫସଲର ମୁଖ୍ୟ ରୋଗୋପୋକ ଓ ତା’ର ନିୟନ୍ତ୍ରଣ

ରୋଗୋପୋକ ଓ ତା’ର ନିୟନ୍ତ୍ରଣ

ବାଇଗଣ ଏକ ମୁଖ୍ୟ ସନ୍ତୁଳିତ ପାରିବ ରୂପେ ପରିଚିତ ।ଏହାକୁ ଚାଷ କରି କେତେକ ଉନ୍ନତ ଚାଷୀ ହେକ୍ଟର ପିଛା 200 କ୍ଵିଣ୍ଟାଲ ଅମଳ କରି ୧.୫ ରୁ ୨ ଲକ୍ଷ ତାଙ୍କ ପର୍ଯ୍ୟନ୍ତ ଲାଭ ପାଇଥାନ୍ତି ।ମାତ୍ର ଅଧିକାଂଶ ଚାଷୀ ବହୁତ କମ ଅମଳ ପାଇଥାନ୍ତି ।ଏହି କମ ଅମଳର ମୁଖ୍ୟ କାରଣ ହେଲା ବାଇଗଣ ର ରୋଗୋପୋକ ତେଣୁ ଏହାକୁ କିପରି ଉପଯୁକ୍ତ ପଦ୍ଧତି ଅବଲମ୍ବନ କରାଯାଇ ସଠିକ ରୋଗକୁ ବା ପୋକକୁ ଚିହ୍ନଟ କରି ଉପଯୁକ୍ତ ବା ଦରକାରୀ ଅନୁଯାୟୀ ଔଷଧ ପ୍ରୟୋଗ କରି ଦମନ କରାଯାଇ ପାରିବ ସେହି ସମ୍ପର୍କରେ ଆଲୋଚନା କରାଯାଉ ।

ଡାଳ ଓ କାବା ବିନ୍ଧା ପୋକ

ବାଇଗଣ ଫସଲକୁ ଆକ୍ରମଣ କରୁଥିବା ସମସ୍ତ ଅନିଷ୍ଟକାରୀ କୀଟ ମଧ୍ୟରେ ଏହା ସର୍ବାଧିକ କ୍ଷତିକାରକ ।ଶୂଳ ଅଣ୍ଡାରୁ ବାହାରି କାଣ୍ଡ ଓ ବଢୁଥିବା କଅଁଳିଆ ଅଗ୍ରଡାଳ ମଦ୍ୟକୁ ଛିଦ୍ର କରି ପ୍ରବେଶ କରେ ଏବନ ଭିତରେ ନରମ ତନ୍ତୁ କୁ ଖାଇଡିଏ । ଫଳରେ କଅଁଳିଆ ଡାଳ ଝଉଂଳି ପଡେ ଓ ଶୁଖିଯାଏ । ସୁସ୍ଥ ଓ ନରମ ଆଗ ଡାଳ ଝଉଂଳି ପଡିବା ଏହି କୀଟ ଆକ୍ରମଣର ଏକ ବିଶେଷ ଲକ୍ଷଣ ।

ଫଳ ଅବସ୍ଥାରେ ଶୂକ ଫଳ ମଧ୍ୟକୁ  ପ୍ରବେଶ କରେ ଓ ଫଳ ମଧ୍ୟରେ ଥିବା ନରମ ତନ୍ତୁକୁ ସୁଡଙ୍ଗ କରି ଖାଏ ।

ଏହାଦ୍ବାରା ଆକ୍ରାନ୍ତ ଫଳ ସୁଖୀ ଗଛରୁ ଖସି ପଡେ କିମ୍ବା ପୋକର ଦେଖାଯାଏ ।ବିନ୍ଧାପୋକ ଦ୍ଵାରା ଫଳରେ ହୋଇଥିବା ଛିଦ୍ର ମଧ୍ୟରେ ଏବନ ଫଳ ଉପରେ ଶୂକର କଳା ମଳ ଦେଖିବାକୁ ମିଳେ ।ଏହାଦ୍ବାରା ଫଳତି ଖାଇବା ପାଇଁ ଅନୁପଯୁକ୍ତ ହୋଇପଡେ ।

କଙ୍କେଡିଆ ପୋକ

କଙ୍କେଡିଆ ପୋକ ଉଭୟ ପୂର୍ଣାଙ୍ଗ ଓ ଶୂକ ଭୁଙ୍ଗ ପତ୍ରର ଉଭୟ ପାର୍ଶ୍ଵରୁ ସବୁଜ ଅଂସ କୋରିୟ ଖାଆନ୍ତି। ଦୁଇ ଶିରା ଥିବା ସବୁଜ ଅଂଶ କୋରି ଖାଇବା ଫଳରେ ପତ୍ର ଜାଲିଆ ହୋଇ ମାଟିଆ ଦେଖାଯାଏ,ଆକ୍ରାନ୍ତ ପତ୍ର  ଗୁଡିକୁ ଶେଷରେ ଗଛରୁ ଖସିପଡେ ।ଛୋଟ ଗଛରେ ବହୁ ସଂଖ୍ୟାରେ ପୋକ ଆକ୍ରମଣ କାଲେ ଗଛ ମରିଯାଏ।

ଅଷ୍ଟପଦୀ କୀଟ

ଅଷ୍ଟପଦୀ ବା ମାଇଟର ୪ ଯୋଡା ଗୋଡ ଥିବାରୁ ଏହାକୁ ଅଷ୍ଟପଦୀ କୁହାଯାଏ।ଏହାର ପ୍ରାଦୁର୍ଭାବ ମାର୍ଚ୍ଚ –ଏପ୍ରିଲ ମାସରେ ଅଧିକ ହୋଇଥାଏ ।ଏହି କୀଟ ମାନେ ସାଧାରଣତଃ ପତ୍ରର ତଳ ପାଖରେ ରହି ରସ ଶୋଷଣ କରନ୍ତି ।ଫଳରେ ପାତ୍ର ପ୍ରଥମେ ହଳଦିଆ ଓ ପରେ ବାଦାମି ହୋଇଥାଏ।ମାଇଟ ଦ୍ଵାରା ହୋଇଥିବା କ୍ଷତ ଚିହ୍ନ ପାତ୍ର ଉପରେ ଧଳା ଗାର ହିସାବରେ ଦେଖାଯାଏ।ଏଥିପାଇଁ ଆକ୍ରାନ୍ତ ପାତ୍ର ନାଲିପଡି ଝଉଂଳି ଯାଏ ଓ ଗଛରୁ ଅବେଳରେ ଝଡିପଡେ ।

ଉକୁଣିଆ ପୋକ

ପୂର୍ଣାଙ୍ଗ କୀଟ ଓ ଅର୍ଭକ ପାତ୍ର ତଳ ପାଖରୁ ଅଞ୍ଜୁଡି ଓ ରସ ଶୋଷଣ କରି ଖାଇବା ଯୋଗୁ ପତ୍ରରେ ହଳଦିଆ ଚିହ୍ନ ଦେଖାଯାଏ।କୀଟ ତ୍ୟାଗ କରୁଥିବା କଳା ଜୀତ ପରିମଳ ଏହି ହଳଦିଆ ଚିହ୍ନ ସହିତ ମିଶି ପାତ୍ର ଉପରେ ଏକ ପ୍ରକାରର କଳାମିଶା ବାଦାମି ରଙ୍ଗର ଆବରଣ ସୃଷ୍ଟି କରେ ।ଆକ୍ରାନ୍ତ ପାତ୍ର ଗଛରୁ ଖସିପଡେ ।ଫଳ କମିଯାଏ।ଏବନ ଗଛଟି ସମୟ କ୍ରମେ ଥୁଣ୍ଟା ହୋଇ ମରିଯାଏ।

ସମନ୍ଵିତ ପୋକ ନିୟନ୍ତ୍ରଣ

କୀଟ ନିୟନ୍ତ୍ରଣ କହିଲେ କେବଳ ଯେ ଅବିଚାରିତ ଭାବେ ରାସାୟନିକ ବିଷ ପ୍ରୟୋଗ କରିବା ,ତାହା ନୁହେଁ ଏପରି କରିବା ଦ୍ଵାରା ପରିବେଶ ପ୍ରଦୂଷଣ ହେବା ସହ କୀଟର ପ୍ରତିରୋଧ କ୍ଷମତା ବୃଦ୍ଧି ,ଦ୍ଵିତୀୟ କୀଟ ପ୍ରାଥମିକ କୀଟ ରୂପେ ପ୍ରତୀୟମାନ ହେବା ତଥା ଉପକାରୀ କୀଟ ମାନଙ୍କର ମୃତ୍ୟୁ ଘଟିଥାଏ ।ତେଣୁ ସମନ୍ଵିତ ପୋକ ପରିଚାଳନା ବ୍ୟବସ୍ଥା ଅବଲମ୍ବନ କରି ଅନାବଶ୍ୟକ ରାସାଯନିକ ଔଷଧ ପ୍ରୟୋଗ ନକରି।କୌଶଳ ଓ ପ୍ରଣାଳୀ ଅବଲମ୍ବନ କରି ଫସଲର ଅନିଷ୍ଟକାରୀ କୀଟ ମାନଙ୍କୁ ନିୟନ୍ତ୍ରଣ କରି ଅମଳ ବୃଦ୍ଧି କରିବାକୁ ହିଁ ଉପଯୁକ୍ତ ପରିଚାଳନା ବୁଝାଇଥାଏ ।

ନିରୋଧକ କିସମ

ଦଳ ଓ ଫିଲବିନ୍ଧା ପୋକ ପ୍ରତି ସାହାନୀଶକ୍ତି ଥିବା କିସମ ଯେପରି ପୁଷା ପର୍ପଲ ରାଉଣ୍ଡ ,ପୁଷା କ୍ରାନ୍ତି ,ବର୍ଷ।ତି,ବିବି ୪୫ ସି ,ଇତ୍ୟାଦି ବ୍ୟବହାର କରିବା ଉଚିତ ।

ପାରମ୍ପରିକ ଚାଷ ପଦ୍ଧତି

  1. ଖରାଦିନେ ଜମିକୁ ଭଲଭାବେ ହଲକରି ସଫା ସୁତୁରା ରଖିବା ଦ୍ଵାରା ଅନେକ ପୋକର ଶୁକଙ୍କୁ ଦମନ କରାଯାଇପାରିବ ।
  2. ସମତଳ ଜମିରେ ଗଛ ରୋପଣ କରିବା ସହ ଗଛ କୁ ଓ ଧାଡି ମଧ୍ୟରେ ରାଖୀ ଅନ୍ତର ରଖି ଲଗାଇବା ଉଚିତ ।
  3. ପୋକ ଆକ୍ରମଣ ହେବାରୁ ରକ୍ଷା ପାଇବା ପାଇଁ ଜମି ପ୍ରସ୍ତୁତ ସମୟରେ ଏକର ପ୍ରତି ୧-୨ କ୍ଵିଣ୍ଟାଲ ନିମ୍ବ ପିଡିଆ ଏବଂ ହେକ୍ଟର ପ୍ରତି ୨୫ ଗାଡି ଖାତା ସହିତ ୧୨୦ କି .ଗ୍ରା ଯବକ୍ଷାରଯାନ,୮୦ କି.ଗ୍ରା ଫାସଫେଟ ଓ ୧୦୦ କି .ଗ୍ରା ପଟାସ ପ୍ରୟୋଗ କରିବା ଉଚିତ ।
  4. ଜମିରୁ ଆକ୍ରାନ୍ତ ଗଛର ଅଂଶ ଗୁଡିକୁ ଛିଣ୍ଡାଇ ପୋତିଦେଲେ ଡାଳ ଓ ଫଳବିନ୍ଧା ଓ ଲାଲ ଅଷ୍ଟପଦୀ ପୋକର ପ୍ରାଦୁର୍ଭାବ କମିଯାଏ।ଏଥିସହ ପତ୍ରରେ ଲାଗିଥିବା ଅଣ୍ଡାପୁଞ୍ଜି,ଶୁକ ଓ କୀଟର ପୂର୍ଣାଙ୍ଗ ଅବସ୍ଥାକୁ ସଂଗ୍ରହ କରି ନଷ୍ଟ କଲେ ବହୁ ପୋକ ଦମନ ହୋଇଥାନ୍ତି ।

ଜୈବ ନିୟନ୍ତ୍ରଣ

  1. ଟ୍ରାଇକୋଗାମା ଚିଲୋନିସ ଅଣ୍ଡା ପରାଶ୍ରୟୀ କୀଟକୁ  ଏକର ପିଛା ୨୦,୦୦୦,୧୦-୧୫ ଦିନ ଅନ୍ତରରେ ୬ ଥର ବ୍ୟବହାର କାଲେ ଦଳ ଓ ଫଳ ବିନ୍ଧା ପୋକର ସଂଖ୍ୟା ଯଥେଷ୍ଟ କାମିଥାଏ ।
  2. ଏକର ପିଛା ୨୫ ଟି ସାଙ୍ଗ ଆକର୍ଷଣ ଥୋପୋ ବ୍ୟବହାର କରି କୀଟ ମାନଙ୍କୁ ଦମନ କରିବା ଉଚିତ।

ରାସାୟନିକ ନିୟନ୍ତ୍ରଣ

  1. ୧ ଲିଟର ପାଣିରେ ୧ ଗ୍ରାମ କାରଟାପ ହାଇଡ୍ରୋକ୍ଳୋରାଇଡ ଓ ୦.୫ ଗ୍ରାମ ଡମିଲିନ ଗୋଳାଇ ସିଂଚନ କରନ୍ତୁ ।
  2. ବାଇଗଣ ରୋଇବାର ୧୫ ଦିନ ପରେ ଏକର ପିଛା ୧୨ କି.ଗ୍ରା ବର୍ବୋଫ୍ୟୁରାଇନ କିମ୍ବା ଟ୍ରାଇଅପୋଫସ ୧ ମି.ଲି କିମ୍ବା ନିମ୍ବଜାତୀୟ ଔଷଧ ୧୩ ମି.ଲି,୧ ଲିଟର ପାଣିରେ ଗୋଳାଇ ୧୦-୧୫ ଦିନ ଅନ୍ତରରେ ସିଂଚନ କଲେ କୀଟମାନଙ୍କୁ ନିୟନ୍ତ୍ରଣ କରାଯାଇ ପାରିବ।
  3. ନୂତନ ପିଢିର ଔଷଧ ବ୍ୟବହାର ଦ୍ଵାରା ମଧ୍ୟ ଅଳ୍ପ ସମୟରେ ସଫଳ ଭାବେ କୀଟ ନିୟନ୍ତ୍ରଣ କରାଯାଇପାରିବ । ଯେପରିକି ସାଇନୋସାଡ ୧ ମି.ଲି କୁ ୪ ଲିଟର ପାଣିରେ ଗୋଳି ୧୦ ଦିନ ଅନ୍ତରରେ ସିଂଚନ କରନ୍ତୁ ।

ବାଇଗଣର ମୁଖ୍ୟ ରୋଗ ଓ ଏହାର ପ୍ରତିକାର

ଫିମ୍ପିନାଶକ ପୋଡା ରୋଗ ଏବଂ ଫଳ ସଢା ରୋଗ

ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଗଛର ପାତ୍ର ଉପରେ ଛୋଟ ଗୋଲାକାର ,ଧୂସର ବର୍ଣ୍ଣର ଚିହ୍ନ ଦେଖାଯାଏ।ଏହି ଚିହ୍ନରା ଚାରିଧାର କଳା ଓ କେନ୍ଦ୍ରାଶ ପାଉଁସଶିଆ ହୋଇଥାଏ । ମାଟିକୁ ଲାଗିଥିବା ପୁରୁଣା ପାତ୍ର ସଅଳ ରୋଗାକ୍ରାନ୍ତ ହୁଏ। ପୁରୁଣା କ୍ଷତ ଦାଗ ଉପରେ ପ୍ରଚୁର ପରିମାଣର କଳା ବିନ୍ଦୁପରି କବକର ଫଳିତ ଦେହ ଦେଖାଯାଏ ଏବଂ ପୁରୁଣା ପାତ୍ର ହଳଦିଆ ପଡି ଗଛରୁ ଖସିପଡେ। କେତେକ ସ୍ଥଳରେ ବୃନ୍ତ ଓ କାଣ୍ଡ ଉପରେ ଯ।ଦିଆ ଦାଗ ଏବଂ ମୂଳ ଭାଗରେ ଶୁଖିଲା ପାତ୍ର ଚିହ୍ନ ଦେଖାଯାଏ। ଫଳ ଉପରେ ହଳଦିଆ ବାଦାମି କ୍ଷତ ଚିହ୍ନ ଚକଡା ଚକଡା ହୋଇ ସଢିଗଲା ପରି ଦେଖାଯାଏ ।ଫଳ ସମ୍ପୂର୍ଣ ଭାବରେ ସଢିଯାଏ ଏବଂ ଏହା ଉପରେ କବକର ଫଳିତ ଦେହ ଦେଖାଯାଏ।ଆକ୍ରାନ୍ତ ଫଳ ଗୁଡିକ ସଢି ଗଛରୁ ଖସିପଡେ କିମ୍ବା ଗଛରେ ସୁଖି ଲାଗି ରହିଥାଏ।

ପରିଚାଳନା :

କଳିଶିନ 2 ମି.ଲି କିମ୍ବା ଭିଟାଭାକସ ଏକ ଲିଟର ପାଣିରେ ମିଶାଇ ସିଂଚନ କଲେ  ଫିମ୍ପିପୋଡା ରୋଗରୁ ମୁକ୍ତି ମିଳେ।1 ଲିଟର  ପାଣିରେ ମିଶାଇ ସିଂଚନ କଲେ ଫିମ୍ପିପୋଡା ରୋଗରୁ ମୁକ୍ତି ମିଳେ।1 ଲିଟର ପାଣିରେ 3 ଗ୍ରାମ ମାନକୋଜେବ କିମ୍ବା 1.2 ଗ୍ରାମ ସାଫ ଗୋଟେ ଲିଟର ପାଣିରେ ମିଶାଇ ସିଂଚନ କଲେ।

ଛୋଟ ପାତ୍ର ରୋଗ

ଏହା ଏକ କବଚ ଜନିତ ରୋଗ ଏବଂ ପତ୍ରଡିଆଁ ପୋକ ଦ୍ଵାରା ସଂଚାରିତ ହୋଇଥାଏ ।ରୋଗାକ୍ରାନ୍ତ ଗଛର ପତ୍ର ଆକାରରେ ଛୋଟ ହୋଇଯାଏ ଏବଂ ନୂଆ ହୋଇ ବାହାରୁଥିବା ପାତ୍ର ଦିନକୁ ଦିନ ବିଶେଷ ଛୋଟ ହୋଇଯାଏ ।ପତ୍ର ଫଳକ ନରମ ,ପତଳା,ଚିକଣିଆ ଓ ଫିକା ସବୁଜ ଦେଖାଯାଏ କଣ୍ଟାଥିବା ବାଇଗଣ କିସମରେ କଣ୍ଟା ସବୁ ଦୁର୍ବଳ ହୋଇଯାଏ ।କିମ୍ବା ଦେଖାଯାଏ ନାହିଁ।କକ୍ଷ ମୁକୁଳ ଏବଂ ସୁପ୍ତ ମୁକୁଳ ଗୁଡିକ ଉଦ୍ଧବିତ ହୋଇ ବଢିବାରେ ଲାଗେ ଓ ପରଗୁଡିକ ଛୋଟ ହୋଇଯାଏ ।ଆକ୍ରାନ୍ତ ଗଛ ଫୁଲ ଫଳ ଧରେ ନାହିଁ ଓ ନିବିଡ ଗୁଳ୍ମ ସଦୃଶ ଦେଖାଯାଏ।

ପରିଚାଳନା

ଆକ୍ରାନ୍ତ ଗଛ ଗୁଡିକୁ ଉପାଡି ନଷ୍ଟ କରନ୍ତୁ। ନୂଆ ଫସଲ କରିବା ପୂର୍ବରୁ ପୁରୁଣା ଫସଲକୁ କିଆରୀରୁ ବାହାର କରନ୍ତୁ ଏବଂ ଫସଲ ପରିବର୍ତନ କରନ୍ତୁ ।

୧୦ ଲିଟର ପାଣିରେ ଇମିଡକୋର୍ପଡ କିମ୍ବା ଏକିଟାମିପ୍ରିଡ କିମ୍ବା ଥୟୋମିଥୋସା ୩ ମି.ଲି ମିଶାଇ ସିଂଚନ କାଲେ ଏହି ରୋଗର ପ୍ରାଦ୍ୟୁଭାବ କମାଯାଇପାରିବ ।

ଝାଉଁଳା ରୋଗ

ଏହି ରୋଗ ଜୀବାଣୁ ମାଟିରେ ଏବଂ ଫସଲର ଅବଶେଷରେ ବିଞ୍ଚି ରହେ।କବକ ବୀଜାଣୁ ଦ୍ଵାରା ଏହି ରୋଗ ମଧ୍ୟ ଆକ୍ରମଣ କରିଥାଏ।

  • ରୋଗାକ୍ରାନ୍ତ ଚରାଗଛ ଭଲ ଭାବରେ ବଢି ନପାରି ମୁରୁକୁଟିଆ ପଡିଯାଏ ଓ ଏହା ପାତ୍ର ସବୁ ନଇଁ ପଡି ଝ।ଉଂଳି ଯାଏ।ବୟସ୍କ ଗଛର ପାତ୍ର ହଳଦିଆ ପଡି ବିବର୍ଣ୍ଣ ହୋଇଯାଏ ଏବଂ ପତ୍ରଝାଡା ହୋଇ ଗଛ ମରିଯାଏ।ରୋଗାକ୍ରାନ୍ତ ଗଛ ଗୁଡିକର ଶାଖା ପ୍ରଶାଖା ହଠାତ ଝ।ଉଂଳି ଯାଏ ଓ ଶେଷରେ ଗଛଟି ମରିଯାଏ ।
  • ଏହି ଗଛର ଛେରା ବୃଦ୍ଧି ହୁଏ ନାହିଁ।ଅଧିକ ରୋଗାକ୍ରାନ୍ତା ଗଛକୁ ଉପଡି ଦେଇ ମାଟି ପତନରେ ଥିବା କାଣ୍ଡ ଏବଂ ଛେରା ଉପରେ  ଥିବା ଚୋପା ସାମାନ୍ୟ ଭାବେ କଳା ପଡିଥିବା ଦେଖାଯାଏ।

ପରିଚାଳନା :

  • ରୋଗ ସହନଶୀଳ କିସମ ବ୍ୟବହାର କରାଯାଉ।ଯେପରିକି ଉତ୍କଳ ,ଉତ୍କଳ ଅନୁଶ୍ରୀ ଇତ୍ୟାଦି
  • ଝାଉଂଳା ରୋଗରୁ ତ୍ରାହି ପାଇବା ପାଇଁ ୧ ଲି.ପାଣିରେ ୨ ଗ୍ରାମ ବାଲିଷ୍ଟିନ ସହ ୧ ଗ୍ରାମ ପ୍ଲାନଟୋମାଉସିନ୧ ଲିଟର ପାଣିରେ କିମ୍ବା ୧ ଗ୍ରାମ ଷ୍ଟ୍ରେପଟୋସଇକ୍ଲିନ ୧ ଲିଟର ପାଣିରେ ମିଶାଇ ଗଛରେ ଦିଅନ୍ତୁ ।
  • ଫସଲ ପରିବର୍ତ୍ତନ କରିବା ସହ ପୂର୍ବ ଫସଲ ଅବଶିଷ୍ଟାନ୍ସ ନଷ୍ଟ କରିବା ଆବଶ୍ୟକ।

ଆଧାର : କୃଷି  ଜାଗରଣ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate