ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ବାଇଗଣରେ ରୋଗପୋକ ଓ ପ୍ରତିକାର
ସେଆର କରନ୍ତୁ

ବାଇଗଣରେ ରୋଗପୋକ ଓ ପ୍ରତିକାର

ବାଇଗଣରେ ରୋଗପୋକ ଓ ପ୍ରତିକାର ସମ୍ବନ୍ଧରେ ସୂଚନା I

ବାଇଗଣ ଆମ ରାଜ୍ୟର ଏକ ମୁଖ୍ୟ ଫସଲ । ବାଇଗଣରେ ଅଧିକ ପୋକ ଲାଗୁଥିବାରୁ ସବୁଠୁ ଅଧିକ କୀଟନାଶକ ବାଇଗଣରେ ପ୍ରୟୋଗ କରାଯାଇଥାଏ । ତେଣୁ ବାଇଗଣରେ ସମନ୍ୱିତ ରୋଗପେକ ପରିଚାଳନା ଏକାନ୍ତ ଆବଶ୍ୟକ ।

ବାଇଗଣର ଚାହିଦା ସବୁବେଳେ ରହିଆସିଛି । ତେବେ ଯେଉଁ କେତୋଟି ସମସ୍ୟା ବାଇଗଣ ଫସଲରେ ଅମଳ ହ୍ରାସ କରିଥାଏ। ସେଥିମଧ୍ୟରୁ କୀଟଶତ୍ରୁଗତ ସମସ୍ୟା ଅନ୍ୟତମ । ତେଣୁ ଫସଲରେ କ୍ଷତି କରୁଥିବା କେତୋଟି ଅନିଷ୍ଟକାରୀ କୀଟ ଓ ତାହାର ପରିଚାଳନା ସମ୍ବନ୍ଧରେ ଏଠାରେ ସୂଚୀତ କରାଯାଉଛି

କେତୋଟି ଅନିଷ୍ଟକାରୀ କୀଟ ଓ ତାହାର ପରିଚାଳନା ସମ୍ବନ୍ଧରେ

ତଳିଘରା ରୋଗ

ଜମିରେ ମୁଖ୍ୟ ଫସଲ ହିସାବରେ ବାଇଗଣ ଚାଷ ଅବ୍ୟବହିତ ପୂର୍ବରୁ ତଳିଘରା ପ୍ରସ୍ତୁତ କରାଯାଇ ବୀଜ ବପନ କରାଯାଏ ଯେଉଁଥିରୁ ଛୋଟ ଚାରା ବାହାରିଥାଏ । ତଳିଘରା ବା ନର୍ସରୀରେ ଚାରାଗୁଡ଼ିକୁ  କିଛି ଦିନ  ରଖିଲାପରେ ଯାଇ ମୁଖ୍ୟ ଫସଲ ହିସାବରେ ଜମିରେ ଲଗାଇବାକୁ ପଡେ ।

ତେବେ ବାଇଗଣ ଫସଲ ଜମିରେ ଥିବା ଅବସ୍ଥାରେ  ନାନାଦି କୀଟ ରୋଗ, ସୂତ୍ରକୃମି  ଦ୍ଵାରା ଆକ୍ରମିତ ହୋଇଥାଏ, ଏକଥା ହୁଏତ କାହାକୁ ଅଛପା ନାହିଁ; କିନ୍ତୁ ତଳିଘରାରେ ଥିବା ଅବସ୍ଥାରେ ଯେଉଁ ପ୍ରମୁଖ ରୋଗ ଫସଲର ଚାରାରେ ବିଶେଷ କ୍ଷତି କରିଥାଏ, ତାହା ହେଲା ତଳିଘରା ରୋଗ ବା ବୈଜ୍ଞାନିକ  ଭାଷାରେ କହିଲେ ଡ଼ାଂପିଙ୍ଗ ଅଫ୍ ରୋଗ । କେହି କେହି ଏହାକୁ ତଳିଘରା କଟା ରୋଗ ବି କହିଥାନ୍ତି ।

ରୋଗର କାରକ

ଏହି କ୍ଷତିକାରୀ ରୋଗ ଅନେକ ଅଣୁଜୀବ ମୁଖ୍ୟତଃ କବକ ଦ୍ଵାରା ବ୍ୟାପିଥାଏ । ସେଥିମଧ୍ୟରୁ ଫାଇଟୋପ୍ଥୋରା, ପିଥିଅମ, ଅଲଟରନାରିଆ, ଫୋମା, ଫୋମୋପ୍ସିସ୍, ଫୁଲ୍ୟଜାରିଅମ୍ ଆଦି ପ୍ରମୁଖ କାରକ ଭାବେ ବିଶେଷ କ୍ଷତି କରିଥାଏ । ଏଗୁଡିକ ମଧ୍ୟରୁ ପ୍ରାୟତଃ ମୃତ୍ତିକାରୁ ଜାତ ବୀଜରୁ ଜାତ ଅଣୁଜୀବ ।

ରୋଗର ଲକ୍ଷଣ

ତଳି ଘରା କଟା ରୋଗ ସାଧାରଣତଃ ମଞ୍ଜିରୁ ଚାରା ବାହାରିବା ପୂର୍ବରୁ ଏବଂ ଚାରା ବାହାରିବା ପରେ ଦେଖାଯାଏ । ଚାରା ବାହାରିବା ପୂର୍ବରୁ ଏହି ରୋଗ ହେଲେ ମାଟି ତଳେ ଥିବା ମଞ୍ଜି ଶଢ଼ି ନଷ୍ଟ ହୋଇଯାଏ । ଚାରା ବାହାରିପାରେ ନାହିଁ । ଚାରା ବାହାରିବା ପରେ ଏହି ରୋଗ ସଂକ୍ରମିତ ହେଲେ ଗଛର ମାଟିକୁ ଲାଗିଥିବା ଅଂଶ ପଚିଯାଏ । କାଣ୍ଡରେ ଗୋଲାକାର ଦାଗ ସୃଷ୍ଟି ହୁଏ, କୋଷ ଗୁଡିକ ନରମ ହୋଇ ପଚିଯାଏ । ବାଇଗଣ ଗଛର କାଣ୍ଡଗୁଡିକ ପତଳା ହୋଇ ତା'ର ଆକାରର ହୋଇଯାଏ ଯାହାକୁ ଓୟାର୍ ଚେଷ୍ଟାମ୍ ବୋଲି କୁହାଯାଏ ।

ସମନ୍ୱିତ ପରିଚାଳନା

ମୁଖ୍ୟତଃ ୩-୪ ଟି ପ୍ରମୁଖ ଉପାୟ ଦ୍ଵାରା ଏହି ରୋଗର ପରିଚାଳନା ସମ୍ଭବପର । ପ୍ରଥମଟି ହେଲା। ସଏଲ୍ ସୋଲା ରାଇଜେସନ୍ ବା ସରଳରେ କହିଲେ ପ୍ରଥମେ ତଳିଘରା ମାଟିରେ ପାଣି ମଡାଇ ଦିଅନ୍ତୁ । ତଳି ଘରୋଟି ୩ ମିଟର ଲମ୍ବ ୧ମିଟର ପ୍ରସ୍ଥ ଓ ୧୦ ସେ.ମି ଉଚ୍ଚତା ବିଶିଷ୍ଟ ହେବା ଆବଶ୍ୟକ । ପାଣି ମଡାଇଦେବା ପୂର୍ବରୁ ହଳ କରିବା ଜରୁରୀ । ପାଣି ମଡାଇବାପରେ ୨୦୦ ଗଜର ସ୍ଵଚ୍ଛ ପଲିଥିନ୍ ସିଟ୍ ଘୋଡାଇ ଚାରିପାଖ ବାୟୁରୁଦ୍ଧ କରିଦିଅନ୍ତୁ । ୪-୫ ସପ୍ତାହ ଏଭଳି ରଖିବା ପରେ ପଲିଥିନ୍ ଟିକୁ କାଢ଼ି ତଳିଘରା ପ୍ରସ୍ତତ କରନ୍ତୁ । ଏହାଦ୍ଵାରା ମୃତ୍ତିକାର ଅନ୍ତଃତାପ ୫୦ ସେକ୍ସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଏ ଓ ମୃତ୍ତିକାରେ ଥିବା ରୋଗ ସୃଷ୍ଟିକାରୀ ବୀଜାଣୁ କବକ, ଜୀବାଣୁ ତାପମାତ୍ରା ବୃଦ୍ଧି ଯୋଗୁ ମରିଯାଆନ୍ତି । ଏହି ପଦ୍ଧତି ଯୋଗୁ ଆପାତତଃ ୭୦  ପ୍ରତିଶତ ରୋଗ ଭଲ ହେଉଥିବାର ଅନୁସନ୍ଧାନରୁ ଜଣାଯାଇଛି । ଅନ୍ୟ ଏକ ଦିଗ ହେଲା। ଖରାଟିଆ ଚାଷ । ଜମିକୁ ଭଲଭାବେ ହଳ କରିବା ଦ୍ଵାରା ମାଟି ତଳେ ଥିବା ରୋଗ ସୃଷ୍ଟିକାରୀ ଜୀବ ମାଟି ଉପରୁ ଆସିବା ଫଳରେ ସୂର୍ଯ୍ୟ ତାପରେ ମରିଯାଆନ୍ତି । ତଳି ଘରାରେ ରସାୟନ ମଧ୍ୟ ବ୍ୟବହାର କରାଯାଇପାରେ । ବଜାରରେ ମିଳୁଥିବା ଶତକଡା ୪୦ ପ୍ରତିଶତ ଫରମାଲିନ୍‌ରୁ ୧୫-୨୦ ମିଲିଲିଟର ପ୍ରତି ଲିଟର ପାଣିରେ ମିଶାଇବାକୁ ହେବ । ତାପରେ ପ୍ରସ୍ତୁତ ଦ୍ରବଣରୁ ୪.୫ ଲିଟର ପ୍ରତି ବର୍ଗମିଟର ତଳିଘରା ପ୍ରୟୋଗ କରିବାକୁ ପଡିବ । ଫରମାଲିନ୍ ଦ୍ରବଣ ବ୍ୟତୀତ ଏହାର ଗୁଣ୍ଡ ମଧ୍ୟ ପ୍ରୟୋଗ କରାଯାଇପାରେ । ଫରମାଲିନ୍ ଗୁଣ୍ଡ ଓ ଶଢ଼ା ଗୋବର ଖତ (୧୫:୮୫) ରେ ମିଶାଇ  ବର୍ଗମିଟର ପିଛା ୪.୫ କିଗ୍ରା ପ୍ରୟୋଗକଲେ ସୁଫଳ ମିଳେ । ଶତକଡା ୦.୨ ପ୍ରତିଶତ କୋପ୍ଟାନ୍ ଓ ଶତକଡା ୦.୩ ପ୍ରତିଶତ ଥିରାମକୁ ମଧ୍ୟ ମୃତ୍ତିକାରେ ପ୍ରୟୋଗ କରାଯାଇପାରେ । ଜୈବିକ ଉପାୟରେ ମଧ୍ୟ ପରିଚାଳନା ସମ୍ଭବ । ଉପକାରୀ କବକ ଟ୍ରାଇକୋଡରମାର ବଜାରରେ ମିଳୁଥିବା ଉତ୍ପାଦରୁ ୬ – ୧୦ ଗ୍ରାମ୍ ପ୍ରତି କି.ଗ୍ରା ମଞ୍ଜିରେ ପ୍ରୟୋଗ କରିବା ଉଚିତ୍ ( ମଞ୍ଜିର ବାହ୍ୟ ଆବରଣର ମୋଟେଇକୁ  ଦୃଷ୍ଟିରେ ରଖି) । ଏହି ଉତ୍ପାଦକୁ ମଧ୍ୟ ମୃତ୍ତିକାର ପ୍ରକାର ଭିତ୍ତିରେ ବର୍ଗମିଟର ପ୍ରତି ୧୦ – ୨୫ ଗ୍ରାମ୍ ପ୍ରୟୋଗ କଲେ ସୁଫଳ ମିଳେ । ଟ୍ରାଇକୋଡ୍ରମା ଉତ୍ପାଦ ବ୍ୟବହାର ବେଳେ କେତୋଟି କଥା ପ୍ରତି ଦୃଷ୍ଟିଦେବା ଜରୁରୀ । ମୃତ୍ତିକାରେ ପ୍ରଥମତଃ ପ୍ରଚୁର ଜୈବ ଉପାଦାନ ବା ଅରଗାନିକ୍ ମ୍ୟାଟନ ଥିବା ଉତ୍ପାଦଟି ପ୍ୟାକିଙ୍ଗର ୬ ମାସ ମଧ୍ୟରେ ହୋଇଥିବ । ଉତ୍ପାଦରେ ବର୍ଷା ବା ପ୍ରଖର ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିନଥିବ । ଏହି ଉତ୍ପାଦ ବ୍ୟବହାର କଲେ ଅନ୍ୟ ବିଷାକ୍ତ ରସାୟନ ବ୍ୟବହାର  ନିଷେଧ । ତଥାପି ବୈଜ୍ଞାନିକ ଗବେଷଣା କୁହେ, କାପଟାନ, କପର ହାଇଡ୍ରୋକ୍ସାଇଡ୍, ପେନ୍ସିକ୍ୟୁନ୍ ଇତ୍ୟାଦି ରସାୟନକୁ ଟ୍ରାଇକୋଡରମା ସହିତ ବ୍ୟବହାର କରାଯାଇପାରେ । ଏସବୁ ଦିଗ ବ୍ୟତୀତ ଅନ୍ୟ ଏକ ଦିଗ ଲାଭପ୍ରଦ ଯାହା ହେଲା ମଞ୍ଜି ବିଶୋଧନ । ଶତକଡା ୦.୨ ପ୍ରତିଶତ ଭିଟାଭାକ୍ସ ପାଉଡର ପ୍ରତି କି.ଗ୍ରାମଞ୍ଜି ବା ବାଭିଷ୍ଟିନ୍ ସହ ମଞ୍ଜି ବିଶୋଧନ କଲେ ତଳିଘରା ରୋଗ ବା ତଳିଘରା କଟା ରୋଗରୁ ନିଶ୍ଚୟ ରକ୍ଷା ମିଳେ ।

ପରିଶେଷରେ ଚାଷୀ ଭାଇମାନଙ୍କୁ ଏତିକି  ନିବେଦନ ବିଶେଷଜ୍ଞମାନଙ୍କ ପରାମର୍ଶ ନେଇ କେବଳ ରାସାୟନିକ ଦିଗ ଭିତରେ ସୀମିତ ନରହି  ସମନ୍ଵିତ ଦିଗ ଆଡେ ଅଗ୍ରସର ହୁଅନ୍ତୁ ।

ଝାଉଁଳା ରୋଗ

ବାଇଗଣର ତଳିଘରା ଓ ଝାଉଁଳା ରୋଗସାଧାରଣତଃ ରୋଗ ଜୀବାଣୁ, ଫିମ୍ପି ଓ ସୂତ୍ରଜିବୀ ଯୋଗୁଁ ବାଇଗଣ ଗଛ ଝାଉଁଳି ଯାଇଥାଏ । ବୀଜାଣୁଜନିତ ଝାଉଁଳା ରୋଗ ହେଲେ ଓ ମାଟିରେ ଅତ୍ୟଧିକ ପରିମାଣ ଆର୍ଦ୍ରତା ଥିଲେ ଅଧିକାଂଶ ଗଛ ହଠାତ ଝାଉଁଳି ମରିଯାଏ । ମାଟି ପତନରେ ଥିବା କାଣ୍ଡ ଓ ଚେର ଉପରେ ଥିବା ଚୋପା ସାମାନ୍ୟ କଳା ପଡିଯାଏ  ଏବଂ ସେହି କାଣ୍ଡକୁ ଚିପିଲେ ସେଥିରୁ ମଇଳା ପାଣି ବାହାରି ଦୁର୍ଗନ୍ଦ  ହୁଏ ।  ଫିମ୍ପିଜନିତ ଝାଉଁଳା ରୋଗ ଧୀରେ ଧୀରେ ବ୍ୟାପେ ।

ତେଣୁ ଗୋଟିଏ ଜମିରେ ଏକ ସମୟରେ ସୁସ୍ଥ ଓ ରୋଗାକ୍ରାନ୍ତ ଗଛ ମିଶି ଅବା ଦେଖାଯାଏ । ମାଟି ପତନରେ ଥିବା କାଣ୍ଡକୁ ଦୁଇ ଫଳା କରି ଚିରି ଦେଲେ ତା' ଭିତରେ ଫିମ୍ପି ମାରିଲା ପରି ଦେଖାଯାଏ । ସୁତ୍ର ଜୀବଜନିତ ଝାଉଁଳା ରୋଗ ଜୋହାକୋଲା ଗଛ ଜୋରରେ ଛୋଟ ଛୋଟ ଗଣ୍ଠି ଦେଖିବାକୁ ମିଳେ ।

ପ୍ରତିକାର

ଚାରା ପକାଇବା ପୂର୍ବରୁ ମଞ୍ଜି କିଲୋଗ୍ରାମ୍ ପ୍ରତି ୩ ଗ୍ରାମ୍ ଥିରାମ କିମ୍ବା ୨ ଗ୍ରାମ୍ କାର୍ବୋଣ୍ଡାଜିମ୍ ମିଶାଇ ବିହନ ବିଶୋଧନ କରିବା ଉଚିତ । ଜମି ପ୍ରସ୍ତୁତି ସମୟରେ ହେକ୍ଟର ପ୍ରତି ୧୫. କ୍ଵିଣ୍ଟାଲ ନିମ୍ବା କିମ୍ବା କରଞ୍ଜ ପ୍ରୟୋଗ କଲେ ଝାଉଁଳା ରୋଗ କମିଥାଏ । ପାଣି ଲିଟର ପ୍ରତି ଏକ ଗ୍ରାମ୍ କାରବଣ୍ଡାଜିମ୍ ଓ ଏକ ଗ୍ରାମ୍ ପ୍ଲାଣ୍ଟୋମାଇସିନ୍ ଔଷଧକୁ ମିଶାଇ ଉକ୍ତ ଦ୍ରବଣରେ ତଳିର ଚେରକୁ ୩୦ ମିନିଟ୍ ବୁଡାଇ ବିଶୋଧନ କରିବା ଦରକାର ।

ମଲା ଗଛକୁ ଉପାଡି କିଆରି ବାହାରେ ନଷ୍ଟ କରି ଦେବା ଉଚିତ । ଏବଂ ଉପଡା ଯାଇଥିବା ସ୍ଥାନରେ କବକ ଓ ଜୀବାଣୁନାଶକ ଔଷଧ ସ୍ପ୍ରେ କରିବା ଆବଶ୍ୟକ । ଝାଉଁଳା ରୋଗ ଦେଖାଦେଲେ ଏକ ଲିଟର ପାଣି ସହିତ ୧.୫ ଗ୍ରାମ୍ କାର୍ବେଣ୍ଡୋଜିମ୍ ଓ ଏକ ଗ୍ରାମ୍ ପ୍ଲାଣ୍ଟୋମାଇସିନ୍‌କୁ ମିଶାଇ ଗଛ ମୂଳକୁ ସ୍ପ୍ରେ କରି ମାଟିକୁ ଭିଜାଇ ଦେବା ଉଚିତ ।

ପତ୍ରଡିଆଁ ପୋକ

ଏହି ପୋକର ପୂର୍ଣ୍ଣାଙ୍ଗ ଓ ଅର୍ଭକ ଅବସ୍ଥା ପତ୍ରରୁ ରସ ଶୋଷିବା ଫଳରେ ପତ୍ର ହଳଦିଆ ପଢିଯାଏ ଓ ଫସଲରେ କ୍ଷତି ହୁଏ । ପତ୍ରର ମଝିଶିରାରେ ପୂର୍ଣ୍ଣାଙ୍ଗ କୀଟଟି ଅଣ୍ଡା ଦେଇଥାଏ, ଯେଉଁଥିରୁ ଅର୍ଭକ ବାହାରି ପତ୍ରରୁ ରସ ଶୋଷି ଖାଇଥାଏ । ପୁରୁଣା ପତ୍ରରେ ଏହି କୀଟ ଆକ୍ରମଣ ଜନିତ ଲକ୍ଷଣ ଭଲଭାବେ ଦେଖାଯାଏ । ପତ୍ରରେ ଠାଏ ଠାଏ ମୋଜାଇକ୍ ମୋଡି ଦେଖାଯାଏ । ପତ୍ର ମୋଡି ହୋଇଯାଏ ।

ନାଲି ବୁଢ଼ିଆଣୀ ପୋକ (ଅଷ୍ଟପଦୀ)

ଆଠଟି ଗୋଡ ଥିବା ଏହି ପ୍ରମୁଖ ଅଣକୀଟ ଶତ୍ରୁଟିର ଉଭୟ ପୂର୍ଣ୍ଣାଙ୍ଗ ଓ ଅର୍ଭକ ପତ୍ରର ତଳଭାଗରୁ ରସ ଶୋଷି ଖାଇଥାଏ । ଯାହାଫଳରେ ପତ୍ରର ସବୁଜ ଅଂଶରେ ଦାଗ ଦେଖାଯାଏ, ପତ୍ର ହଳଦିଆ ପତି ଶୁଖିଯାଏ ଓ ଗଛଟି ଝାଉଁଳିଯାଏ ।

ଚେର ଗଣ୍ଠି ସୂତ୍ରକୃମି

ଏହି ସୂତ୍ରକୃମିର ପ୍ରଭାବରେ ବାଇଗଣରେ ୫୦ ପ୍ରତିଶତ ଅମଳ ହ୍ରାସ ପାଉଥିବାର ଅନୁସନ୍ଧାନରୁ ଜଣାଯାଇଛି । ଏହା ଗଛର ଚେରରେ ଗଣ୍ଠ ବା ଗଲ୍ ସୃଷ୍ଟି କରେ, ଯାହାଫଳରେ ଚେରଗୁଡିକର ମୃତ୍ତିକାରୁ ଜଳ ଓ ଖାଦ୍ୟ ଉପାଦାନ ଶୋଷଣ କରିବାର କ୍ଷମତା ହ୍ରାସ ପାଇଥାଏ । ଦିନର ତାପମାତ୍ରା ବଢ଼ିଲେ, ଗଛଟି ଧୀରେଧୀରେ ଝାଉଁଳି ପଡେ, ରୁଗଣ ହୋଇଯାଏ, ଗଛର ଉଚ୍ଚତା ମଧ୍ୟ କମିଯାଏ । ଅମଳ ହ୍ରାସ ପାଏ । ଏହା ବ୍ୟତୀତ ଫସଲରେ ଧଳାମାଛି, ଜଉପୋକ ଇତ୍ୟାଦି ଶୋଷକ କୀଟ ଫସଲର ବିଭିନ୍ନ ଅବସ୍ଥାରେ ବିଶେଷ କ୍ଷତି କରିଥାନ୍ତି ।

ଡାଳ ଓ କାବା ବିନ୍ଧା ପୋକ

ବାଇଗଣ ଫସଲକୁ ଆକ୍ରମଣ କରୁଥିବା ସମସ୍ତ ଅନିଷ୍ଟକାରୀ କୀଟ ମଧ୍ୟରେ ଏହା ସର୍ବାଧିକ କ୍ଷତିକାରକ ।ଶୂଳ ଅଣ୍ଡାରୁ ବାହାରି କାଣ୍ଡ ଓ ବଢୁଥିବା କଅଁଳିଆ ଅଗ୍ରଡାଳ ମଦ୍ୟକୁ ଛିଦ୍ର କରି ପ୍ରବେଶ କରେ ଏବନ ଭିତରେ ନରମ ତନ୍ତୁ କୁ ଖାଇଡିଏ । ଫଳରେ କଅଁଳିଆ ଡାଳ ଝଉଂଳି ପଡେ ଓ ଶୁଖିଯାଏ । ସୁସ୍ଥ ଓ ନରମ ଆଗ ଡାଳ ଝଉଂଳି ପଡିବା ଏହି କୀଟ ଆକ୍ରମଣର ଏକ ବିଶେଷ ଲକ୍ଷଣ ।

ଫଳ ଅବସ୍ଥାରେ ଶୂକ ଫଳ ମଧ୍ୟକୁ  ପ୍ରବେଶ କରେ ଓ ଫଳ ମଧ୍ୟରେ ଥିବା ନରମ ତନ୍ତୁକୁ ସୁଡଙ୍ଗ କରି ଖାଏ ।

ଏହାଦ୍ବାରା ଆକ୍ରାନ୍ତ ଫଳ ସୁଖୀ ଗଛରୁ ଖସି ପଡେ କିମ୍ବା ପୋକର ଦେଖାଯାଏ ।ବିନ୍ଧାପୋକ ଦ୍ଵାରା ଫଳରେ ହୋଇଥିବା ଛିଦ୍ର ମଧ୍ୟରେ ଏବନ ଫଳ ଉପରେ ଶୂକର କଳା ମଳ ଦେଖିବାକୁ ମିଳେ ।ଏହାଦ୍ବାରା ଫଳତି ଖାଇବା ପାଇଁ ଅନୁପଯୁକ୍ତ ହୋଇପଡେ ।

କଙ୍କେଡିଆ ପୋକ

କଙ୍କେଡିଆ ପୋକ ଉଭୟ ପୂର୍ଣାଙ୍ଗ ଓ ଶୂକ ଭୁଙ୍ଗ ପତ୍ରର ଉଭୟ ପାର୍ଶ୍ଵରୁ ସବୁଜ ଅଂସ କୋରିୟ ଖାଆନ୍ତି। ଦୁଇ ଶିରା ଥିବା ସବୁଜ ଅଂଶ କୋରି ଖାଇବା ଫଳରେ ପତ୍ର ଜାଲିଆ ହୋଇ ମାଟିଆ ଦେଖାଯାଏ,ଆକ୍ରାନ୍ତ ପତ୍ର  ଗୁଡିକୁ ଶେଷରେ ଗଛରୁ ଖସିପଡେ ।ଛୋଟ ଗଛରେ ବହୁ ସଂଖ୍ୟାରେ ପୋକ ଆକ୍ରମଣ କାଲେ ଗଛ ମରିଯାଏ।

ଉକୁଣିଆ ପୋକ

ପୂର୍ଣାଙ୍ଗ କୀଟ ଓ ଅର୍ଭକ ପାତ୍ର ତଳ ପାଖରୁ ଅଞ୍ଜୁଡି ଓ ରସ ଶୋଷଣ କରି ଖାଇବା ଯୋଗୁ ପତ୍ରରେ ହଳଦିଆ ଚିହ୍ନ ଦେଖାଯାଏ।କୀଟ ତ୍ୟାଗ କରୁଥିବା କଳା ଜୀତ ପରିମଳ ଏହି ହଳଦିଆ ଚିହ୍ନ ସହିତ ମିଶି ପାତ୍ର ଉପରେ ଏକ ପ୍ରକାରର କଳାମିଶା ବାଦାମି ରଙ୍ଗର ଆବରଣ ସୃଷ୍ଟି କରେ ।ଆକ୍ରାନ୍ତ ପାତ୍ର ଗଛରୁ ଖସିପଡେ ।ଫଳ କମିଯାଏ।ଏବନ ଗଛଟି ସମୟ କ୍ରମେ ଥୁଣ୍ଟା ହୋଇ ମରିଯାଏ।

ଫିମ୍ପିନାଶକ ପୋଡା ରୋଗ ଏବଂ ଫଳ ସଢା ରୋଗ

ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଗଛର ପାତ୍ର ଉପରେ ଛୋଟ ଗୋଲାକାର ,ଧୂସର ବର୍ଣ୍ଣର ଚିହ୍ନ ଦେଖାଯାଏ।ଏହି ଚିହ୍ନରା ଚାରିଧାର କଳା ଓ କେନ୍ଦ୍ରାଶ ପାଉଁସଶିଆ ହୋଇଥାଏ । ମାଟିକୁ ଲାଗିଥିବା ପୁରୁଣା ପାତ୍ର ସଅଳ ରୋଗାକ୍ରାନ୍ତ ହୁଏ। ପୁରୁଣା କ୍ଷତ ଦାଗ ଉପରେ ପ୍ରଚୁର ପରିମାଣର କଳା ବିନ୍ଦୁପରି କବକର ଫଳିତ ଦେହ ଦେଖାଯାଏ ଏବଂ ପୁରୁଣା ପାତ୍ର ହଳଦିଆ ପଡି ଗଛରୁ ଖସିପଡେ। କେତେକ ସ୍ଥଳରେ ବୃନ୍ତ ଓ କାଣ୍ଡ ଉପରେ ଯ।ଦିଆ ଦାଗ ଏବଂ ମୂଳ ଭାଗରେ ଶୁଖିଲା ପାତ୍ର ଚିହ୍ନ ଦେଖାଯାଏ। ଫଳ ଉପରେ ହଳଦିଆ ବାଦାମି କ୍ଷତ ଚିହ୍ନ ଚକଡା ଚକଡା ହୋଇ ସଢିଗଲା ପରି ଦେଖାଯାଏ ।ଫଳ ସମ୍ପୂର୍ଣ ଭାବରେ ସଢିଯାଏ ଏବଂ ଏହା ଉପରେ କବକର ଫଳିତ ଦେହ ଦେଖାଯାଏ।ଆକ୍ରାନ୍ତ ଫଳ ଗୁଡିକ ସଢି ଗଛରୁ ଖସିପଡେ କିମ୍ବା ଗଛରେ ସୁଖି ଲାଗି ରହିଥାଏ।

ପରିଚାଳନା :

କଳିଶିନ 2 ମି.ଲି କିମ୍ବା ଭିଟାଭାକସ ଏକ ଲିଟର ପାଣିରେ ମିଶାଇ ସିଂଚନ କଲେ  ଫିମ୍ପିପୋଡା ରୋଗରୁ ମୁକ୍ତି ମିଳେ।1 ଲିଟର  ପାଣିରେ ମିଶାଇ ସିଂଚନ କଲେ ଫିମ୍ପିପୋଡା ରୋଗରୁ ମୁକ୍ତି ମିଳେ।1 ଲିଟର ପାଣିରେ 3 ଗ୍ରାମ ମାନକୋଜେବ କିମ୍ବା 1.2 ଗ୍ରାମ ସାଫ ଗୋଟେ ଲିଟର ପାଣିରେ ମିଶାଇ ସିଂଚନ କଲେ।

ଛୋଟ ପତ୍ର ରୋଗ

ଏହା ଏକ କବଚ ଜନିତ ରୋଗ ଏବଂ ପତ୍ରଡିଆଁ ପୋକ ଦ୍ଵାରା ସଂଚାରିତ ହୋଇଥାଏ ।ରୋଗାକ୍ରାନ୍ତ ଗଛର ପତ୍ର ଆକାରରେ ଛୋଟ ହୋଇଯାଏ ଏବଂ ନୂଆ ହୋଇ ବାହାରୁଥିବା ପାତ୍ର ଦିନକୁ ଦିନ ବିଶେଷ ଛୋଟ ହୋଇଯାଏ ।ପତ୍ର ଫଳକ ନରମ ,ପତଳା,ଚିକଣିଆ ଓ ଫିକା ସବୁଜ ଦେଖାଯାଏ କଣ୍ଟାଥିବା ବାଇଗଣ କିସମରେ କଣ୍ଟା ସବୁ ଦୁର୍ବଳ ହୋଇଯାଏ ।କିମ୍ବା ଦେଖାଯାଏ ନାହିଁ।କକ୍ଷ ମୁକୁଳ ଏବଂ ସୁପ୍ତ ମୁକୁଳ ଗୁଡିକ ଉଦ୍ଧବିତ ହୋଇ ବଢିବାରେ ଲାଗେ ଓ ପରଗୁଡିକ ଛୋଟ ହୋଇଯାଏ ।ଆକ୍ରାନ୍ତ ଗଛ ଫୁଲ ଫଳ ଧରେ ନାହିଁ ଓ ନିବିଡ ଗୁଳ୍ମ ସଦୃଶ ଦେଖାଯାଏ।

ପରିଚାଳନା

ଆକ୍ରାନ୍ତ ଗଛ ଗୁଡିକୁ ଉପାଡି ନଷ୍ଟ କରନ୍ତୁ। ନୂଆ ଫସଲ କରିବା ପୂର୍ବରୁ ପୁରୁଣା ଫସଲକୁ କିଆରୀରୁ ବାହାର କରନ୍ତୁ ଏବଂ ଫସଲ ପରିବର୍ତନ କରନ୍ତୁ ।

୧୦ ଲିଟର ପାଣିରେ ଇମିଡକୋର୍ପଡ କିମ୍ବା ଏକିଟାମିପ୍ରିଡ କିମ୍ବା ଥୟୋମିଥୋସା ୩ ମି.ଲି ମିଶାଇ ସିଂଚନ କାଲେ ଏହି ରୋଗର ପ୍ରାଦ୍ୟୁଭାବ କମାଯାଇପାରିବ ।

ବିନ୍ଧାପୋକ ଦମନ

ଡାଳ ଓ ଫଳ ବିନ୍ଧାପୋକ ବାଇଗଣ ଫସଲର ସବୁଠୁ କ୍ଷତିକାରକ ପୋକ । ଏହା ପ୍ରାୟତଃ ସବୁ ବାଇଗଣ ଚାଷ ହେଉଥିବା ଅଞ୍ଚଳରେ ଦେଖାଯାଏ । ଏହି ପୋକଜନିତ କ୍ଷତି ବାଇଗଣ ଚାଷ ପାଇଁ ଏକ ମୁଖ୍ୟ ପ୍ରତିବନ୍ଧକ ସାଜିଥାଏ । ତେବେ ଏହି ପୋକର ପରିଚାଳନା କରିବା ପୂର୍ବରୁ ପ୍ରଥମେ ଚାଷୀ ଭାଇମାନେ ଏହି ପୋକ ବିଷୟରେ ଜାଣିବା ଆବଶ୍ୟକ ।

ଡାଳ ଓ ଫଳ ବିନ୍ଧା ପୋକ ମୁଖ୍ୟତଃ ଶୁକ୍ଳ ଅବସ୍ଥାରେ ଫସଲରେ କ୍ଷତି କରେ । ପୂର୍ଣ୍ଣାଙ୍ଗ ପୋକଟି ପ୍ରାୟ ୧୫ ମି.ମି. ଲମ୍ବା ଏକ ମଥା । ଏହାର ଡେଣାର ରଙ୍ଗ ଧଳା ଓ ଧାରରେ ବାଇଗଣୀ ରଙ୍ଗର, ଝାଲର ଥାଏ । ମାଈ ଶଲଭଟି ଅଣ୍ଡିରା ଶଲଭ ଅପେକ୍ଷା ଆକାରରେ ବଡ଼ । ମା' ପୋକଟି ଗଛର ଉପର ଭାଗର ପତ୍ରଗୁଡ଼ିକର କାଣ୍ଡରେ ଗୋଟି ଗୋଟି କରି କିମ୍ବା ଏକାଠି ୨-୩ଟି କରି ଅଣ୍ଡାଗୁଡ଼ିକ ଦିଏ । ଏହା ଅଧିକାଂଶ ଅଣ୍ଡା ପତ୍ରରେ ଦିଏ । ଗୋଟିଏ ଶଲଭ ପ୍ରାୟ ୧୫୦ଟି ପର୍ଯ୍ୟନ୍ତ ଅଣ୍ଡା ଦେଇଥାଏ । ୩ ରୁ ୭ ଦିନ ମଧ୍ୟରେ ଅଣ୍ଡାଗୁଡ଼ିକ ଫୁଟେ । ଏହାର ଅଣ୍ଡା ଲମ୍ବାଳିଆ ଆକୃତିର ହୋଇଥାଏ । ପ୍ରଥମେ ଏହା ଧଳା ଦିଶୁଥାଏ ଏବଂ ଫୁଟିଲା ବେଳକୁ ହଳଦିଆ ଦେଖାଯାଏ । ସାଧାରଣତଃ ଭୋରରୁ ସକାଳ ୮ଟା ମଧ୍ୟରେ ଅଣ୍ଡା ଫୁଟେ । ସଦ୍ୟଜାତ ଶୂକଗୁଡ଼ିକ ଗଛର ଚାରିଆଡ଼େ ଚଲାବୁଲା କରି କିଛି କ୍ଷଣ ପରେ କଢ, ଫୁଲବୃନ୍ତ ଓ ଫଳର ବୃତ୍ତି କୋଣ ଇତ୍ୟାଦି ସନ୍ଧିସ୍ଥାନରେ ରହନ୍ତା  । ତା’ପରେ ଶୂକ ଗଛର କଅଁଳିଆ ଶାଖା ବା ଡାଳର ଅଗ୍ରଭାଗରେ କୌଣସି ସ୍ଥାନରେ କଣାକରି ଭିତରେ ପ୍ରବେଶ କରେ ଓ ଭିତର ଅଂଶକୁ ଖାଇ ସୁଡ଼ଙ୍ଗ ପରି କରିଦିଏ । ଫଳରେ କଅଁଳିଆ ଡାଳ ଝାଉଁଳି ପଡ଼େ ଓ ଶୁଖିଯାଏ । ସୁସ୍ଥ ଓ ନରମ ଅଗ ଡାଳ ଝାଉଁଳି ପଡିବା ଏହି କୀଟ ଆକ୍ରମଣର ଏକ ବିଶେଷ ଲକ୍ଷଣ । ଫଳ ଅବସ୍ଥାରେ ଶୂକ, ଫଳରେ ବୃତ୍ତି ତଳପାଖରେ ଛିଦ୍ରକରି ଭିତରକୁ ପ୍ରବେଶ କରେ ଓ ଭିତର ଅଂଶକୁ ଖାଇ ବଢେ । ଏହା ଫଳ ଭିତରେ ଗୋଟିଏ ସୁଡଙ୍ଗ କରି ସେଥିରେ ରହେ ଓ ମଳତ୍ୟାଗ କରେ,  ଯଦ୍ଵାରା ଆକ୍ରାନ୍ତ ଫଳ ଖାଦ୍ୟ ଅନୁପଯୋଗୀ ହୋଇଯାଏ । ବେଳେବେଳେ ଏହା ପତ୍ର ବୃନ୍ତକୁ ଆକ୍ରମଣ କରେ । ଏଣୁ ପତ୍ର ଝାଉଁଳିଯାଏ । କଢ ଓ ଫୁଲଗୁଡ଼ିକ ମଧ୍ୟ ଏହି ଶୂକ ଦ୍ଵାରା ଆକ୍ରାନ୍ତ ହେବାର ଦେଖାଯାଏ ।

ତା’ ପରେ  ଶୂକଟି ବାହାରକୁ ଆସି ଗଛରୁ ଝଡି ପଡିଥିବା ପତ୍ର ମଧ୍ୟରେ ରେଶମୀ ଖୋସା କରି ପ୍ୟୁପା ଅବସ୍ଥାରେ ୮-୧୦ ଦିନ ରହେ । ଏହାପରେ ପୂର୍ଣ୍ଣାଙ୍ଗ ଶଲଭ ବାହାରିଯାଏ । ଜୀବନଚକ୍ର ୨୧-୪୧ ଦିନ ମଧ୍ୟରେ ସଂପୂର୍ଣ୍ଣ ହୁଏ ଓ ବର୍ଷରେ ଏକାଧିକ ଉପରମଡା ପିଢ଼ି ଦେଖାଯାଏ ।

କୀଟନାଶକର ନାମ

ହେକ୍ଟର ପ୍ରତି ହାର

ନିମ୍ବ ଆଧାରିତ ବିଷ (୧%),

୧-୧.୫ ଲିଟର

ସାଇପରମେଥ୍ରିନ୍ ୧୦%ଇ.ସି

୧୫୦-୪୦୦ ମି.ଲି

ଫେନ୍‌ଭାଲରେଟ୍ ୨୦% ଇ.ସି

୩୭୫-୫୦୦ ମି.ଲି

ଲାମ୍ବଡା-ସାଇହାଲୋଥ୍ରିନ୍ ୫%ଇ.ସି

୪୦୦-୬୦୦ ମି.ଲି

କ୍ଵିନାଲଫସ୍ ୨୫%ଇ. ସି

୧ ଲିଟର

ଥାଓଡିକାର୍ବ ୭୫% ଡବ୍ଲୁ .ପି

୫୦୦ – ୧୦୦୦ ଗ୍ରାମ୍

ଟ୍ରାୟାଜୋଫସ୍ ୪୦%ଇ.ସି

୧ ଲିଟର

ପରିଚାଳନା

ଆକ୍ରାନ୍ତ ଫଳ ଓ ଡାଳକୁ କାଟି ଏହା ମଧ୍ୟରେ ଥିବା ଶୂକକୁ ନଷ୍ଟ କରିଦେଲେ କୀଟ ଆକ୍ରମଣ କମିଥାଏ । ଫଳିବା ବନ୍ଦ ହୋଇ କିଆରି ଉଜୁଡିବା ଅବସ୍ଥା ହେଲେ ବାଇଗଣ ଗଛଗୁଡ଼ିକୁ ମୂଳରୁ ହାଣି କିଆରିରେ ଏକତ୍ର କରି ପୋଡ଼ିଦେବା  ଭଲ ।

ଅଣ୍ଡିରା ପୋକଗୁଡ଼ିକୁ ଦମନ କରିବା  ପାଇଁ ହେକ୍ଟର ପ୍ରତି ୫୦ ରୁ ୬୦ ସଙ୍ଗ ଆକର୍ଷକ ଯନ୍ତା ବସାନ୍ତୁ । ଜମିକୁ ଉତ୍ତମ ରୂପେ ସର୍ବେକ୍ଷଣ କରନ୍ତୁ ।

ଯଦି ଏହି ପୋକ ଆର୍ଥକ ଦେହଳୀ ସୀମା ଅତିକ୍ରମ କରେ, ତେବେ ବିଭିନ୍ନ ପ୍ରକାର କମ୍ ବିଷଯୁକ୍ତ କୀଟନାଶକ ପ୍ରୟୋଗ କରନ୍ତୁ ।

କାରଣ ଅଳ୍ପ ଦିନରେ ଥରେ ବାଇଗଣକୁ ତୋଳି ନେଇ ପରିବା ରୂପେ ବ୍ୟବହାର କରାଯାଏ । ସେଥିପାଇଁ ଶକ୍ତିଶାଳୀ କୀଟନାଶକ ପକାଇବା ଉଚିତ ନୁହେଁ ।

କାଣ୍ଡ ଓ ଫଳବିନ୍ଧା ପୋକ

ଏହି ପୋକ ଛୋଟ ଗଛରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ଲାଗିଥାଏ । ପ୍ରଥମେ ଏହି ପୋକ ଗଛ ଛୋଟ ଥିବା ସମୟରେ ଆକ୍ରମଣ କଲେ ଗଛର ଅଗ୍ରଭାଗ ଝାଉଁଳିଯାଏ । ଏବଂ ଭଲ ଭାବରେ ଦେଖିଲେ ଗଣ୍ଠି ପାଖରେ ଏକ ଛୋଟ କଣା ଦେଖାଯାଏ । ଝାଉଁଳା ସ୍ଥାନରୁ ତଳପଟରୁ ଗଛକୁ ଚିରି ଦେଲେ ଏକ ଛୋଟ ପୋକ ଦେଖାଯାଏ । ଏହି ପୋକ ବାଇଗଣର ବହୁତ କ୍ଷତି କରେ । ଗଛ ବଡ ହେଲା ପରେ ଫଳକୁ ଆକ୍ରମଣ କରେ ଏବଂ ଫଳର ବଜର ଚାହିଦା କମିଯାଏ ।

ଏହାର ସମ୍ବନିତ ପରିଚାଳନା ପାଇଁ ପ୍ରଥମେ ଖରାଟିଆ ଚାଷ କରନ୍ତୁ ।

ଯାହା ଫଳରେ ଏହି ପୋକର ଅଣ୍ଡା, ପୁଷ୍ପୀପା ଏବଂ ଶୁକ ଖରରାରେ ମରିଯିବ । ଯଦି ଏହି ପୋକ କମ୍ ମାତ୍ରାରେ ଲାଗିଥୁଲେ ଗଛର ଝାଉଁଳିଯାଇଥବା ଅଂଶକୁ ଛିଣ୍ଡେଇ ମାଟିରେ ପୋତି ଦିଅନ୍ତୁ ।

ଗୋଟିଏ ଏକରରେ ୬-୮ଟି ସଙ୍ଗ ଆକର୍ଷକ ଯନ୍ତା ବସାଇଲେ ଅଣ୍ଡିରା ପୋକ ସବୁ ଧରାପଡିଯିବେ । ୫ ଶତକଡା ନିମ୍ବମଞ୍ଜି ବିଷ ପ୍ରୟୋଗ କରନ୍ତୁ । ସବୁବେଳେ ରାସାୟନିକ ବିଷ ବଦଳ କରି ପ୍ରୟୋଗ କରନ୍ତୁ ।

ଏହି ପୋକର ପରିଚାଳନା ପାଇଁ ଇମାମେ କ୍ଲିନ୍ ବେନକୋଏଟ୍୪ ଗ୍ରାମକୁ ୧୦ ଲିଟର ପାଣିରେ, କୁଇନାଲ ଫସ୍ ଦେଢମି.ଲି ପ୍ରତି ଲିଟର ପାଣିରେ, ଟ୍ରାଇଜେଫସ୍ ଅଜେଇ ମି.ଲି ପ୍ରତି ଲିଟର ପାଣିରେ, ସାଇନୋସେତ୍ ୩ ମି.ଲି ୧୫ ଲିଟର ପାଣିରେ ମିଶାଇ ପତ୍ର ସିଞ୍ଜନ କରନ୍ତୁ ।

ଶୋଷକ ପୋକ

ଧଳାମାଛି

ଏହି ପୋକ ଗଛର ରସ ଶୋଷି ଖାଇ ଗଛ ଦୁର୍ବଳ ହୋଇଯାଏ । ଗଛର ଅମଳ ମଧ୍ୟ କମିଯାଏ ।

ପତ୍ର ଡିଆଁ ପୋକ

ଏହା ପୋକ ଦେଖିବାକୁ ସବୁଜ ରଙ୍ଗର ଏବଂ ପତ୍ରରୁ ପତ୍ର ଉଡି ଉଡି ରସ ଶୋଷି ଖାଇଯାଏ । ପତ୍ରର ତଳ ଖଗରେ ରହେ ଏବଂ ସମାନ୍ୟ ସ୍ପର୍ଶରେ ଏହା ଉଡିଯାଏ ।

ଜଉପୋକ

ଏହି ପୋକ ସାଧାରଣତଃ ପତ୍ରର ପଛ ପଟେ ମେଞ୍ଚାମେଞ୍ଚା ଥାଆନ୍ତି । ଏହା ଗଛର ରସ ଶୋଷି ଖାଇବା ସହ ପତ୍ର ହଳଦିଆ ପଢିଯାଏ । ପୋକର ପରିଚାଳନା ପାଇଁ ପ୍ରତି ଲିଟର ପାଣିରେ ୨ ମି.ଲି.ମିଥାଇଲ ଡିମିଟେନ୍ ଏବଂ ୫ମିଲି ପ୍ରତି ୧୦ ଲିଟର ପାଣିରେ ଇମିଡାଜୋକ୍ଲୋପିତ ମିଶାଇ ପତ୍ର ସିଞ୍ଚନ କରନ୍ତୁ ।

ଅଷ୍ଟପଦୀ

ଅଷ୍ଟପଦୀ ପୋକ ପତ୍ରର ପଛପଟେ ଥାଆନ୍ତି ଏବଂ ଗଛର ରସ ଶୋଷି ଖାଆନ୍ତି । ଏଥିପାଇଁ ଗଛର ପତ୍ର ହଳଦିଆ ପଢିଯାଏ । ପତ୍ରର ପଛ ପଟେ ବୁଢିଆଣୀ ଜାଲ ଭଳି ହୋଇଯାଏ । ଏହାର ପରିଚାଳନା ପାଇଁ ସଲଫର। ସେଚିତ ଗୁଣ୍ଡ ଲିଟର ପ୍ରତି ୩ ଗ୍ରାମ୍ ମିଶାଇ ସିଞ୍ଚନ କରନ୍ତୁ ।

ମିଶ୍ରିତ କୀଟନାଶକ ବ୍ୟବହାର

ସାଇପରମେଥିନ୍ ୩% କ୍ରିନାଲଫସ୍ ୨୦% ଇ.ସି ହେକ୍ଟର ପିଛା ୫୦୦ ମି.ଲି କିମ୍ବା ଡେଲଟାମେଥିନ ୧% ଟ୍ରାୟାତେଜାଫସ୍ ୩୫% ଇ.ସି ହେକ୍ଟର ପିଛା ୧ ଲିଟର । ଉପରଲିଖତ କୀଟନାଶକ ଦ୍ରବ୍ୟକୁ ହେକ୍ଟର ପିଛା ୫୦୦ ଲିଟର ପାଣି ସହ ମିଶାଇ ଫସଲରେ ପ୍ରୟୋଗ କରନ୍ତୁ । ଗୋଟିଏ ପ୍ରକାର କୀଟନାଶକକୁ ବାରମ୍ବାର ବ୍ୟବହାର ନ କରି ବିଭିନ୍ନ ପ୍ରକାର କୀଟନାଶକକୁ ଅଦଳବଦଳ କରି ବ୍ୟବହାର କରନ୍ତୁ । ଏଣୁ ପୋକର କୀଟନାଶକ ସହନଶୀଳ କ୍ଷମତା ବୃଦ୍ଧିପାଏ ନାହିଁ ।

କୀଟନାଶକ, ସିଞ୍ଚନ କରିବା ସମୟରେ ଗଛର ସବୁ ଅଂଶରେ ମୁଖ୍ୟତଃ ଗଛର ଅଗ୍ରଭାଗରୁ ମଧ୍ୟଭାଗ ପର୍ଯ୍ୟନ୍ତ ସବୁ ପତ୍ରର ତଳ ଓ ଉପର ପାଖରେ ଯେପରି ଏହା ପଡ଼ିପାରିବ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।

ସମନ୍ୱିତ ପରିଚାଳନା

ତଳି ଘରାରେ ଚାରା ଅବସ୍ଥା :

ତଳିଘରାଟି ଭୂମିଠାରୁ ସବୁବେଳେ ୧୦ ସେ.ମି. ଉଚ୍ଚତାରେ ରହିବା ଜରୁରୀ ।

  • ତଳି ଘରାରେ ୦.୪୫ ମି.ମି. ମୋଟେଇର ପଲିଥିନ୍ (ସ୍ଵେଚ୍ଛ) ହଳ ପରେ ଘୋଡାଇ ଦେଇ ୨-୩ ସପ୍ତାହ ପର୍ଯ୍ୟନ୍ତ ରଖିବା ଦ୍ଵାରା ମୃତ୍ତିକାର ଅନ୍ତଃତାପ ବୃଦ୍ଧିପାଏ ଓ ମୃତ୍ତିକାରେ ଥିବା କୀଟ ସୂତ୍ରକୃମିଙ୍କ ମୃତ୍ୟୁ ହୁଏ ।
  • ତଳିଘରାରୁ ଅନାବନା ଘାସ ଉପାଡି ନଷ୍ଟ କରିଦେବା ଜରୁରୀ ।
  • କୀଟ ଆକ୍ରମଣ ସହଣି କିସମ ଚାଷ କରନ୍ତୁ। ତଳି ଘରାରେ ନିମ୍ବ ପିଡିଆ ମଧ୍ୟ ପ୍ରୟୋଗ ଲାଭପ୍ରଦ ।

ମୁଖ୍ୟ ଫସଲ

ଏକର ପିଛା ୧୦ଟି ପକ୍ଷୀ ବସିବା ପାଇଁ ବାଉଁଶ ପୋତନ୍ତୁ ।

  • ଡେଲଟା ଟ୍ରାପ୍ ୨-୩ଟି ଏକର ପ୍ରତି ମୁଖ୍ୟ ଫସଲ କିଆରିରେ ପ୍ରୟୋଗ କଲେ ପତ୍ରଡିଆଁ ପୋକ, ଜଉପୋକ, ଧଳାମାଛି ଇତ୍ୟାଦିଙ୍କ ଦାଉରୁ ରକ୍ଷା ମିଳିଥାଏ ।
  • ଶତକତା ୫ ପ୍ରତିଶତ ଏନ୍ଏମଏସ୍କେଇ ଥର ସିଞ୍ଚନ କଲେ ପତ୍ରଡିଆଁ, ଜଉପୋକ, ଅଷ୍ଟପଦୀ ଆକ୍ରମଣରୁ ରକ୍ଷା ମିଳିଥାଏ । କାଣ୍ଡ ଓ ଫଳବିନ୍ଧା ପୋକ ମଧ୍ୟ ଏନ୍ଏମସ୍କେଇର ସିଞ୍ଚନ ଦ୍ଵାରା ପ୍ରତିହତ ହୋଇଥାଏ । ଶତକଡା ୨ ପ୍ରତିଶତ ନିମ୍ବତେଲର ସିଞ୍ଚନ ମଧ୍ୟ ବିନ୍ଧା ଜାତୀୟ ଓ ଶୋଷକ 'କୀଟ ଆକ୍ରମଣରୁ ରକ୍ଷା ଦେଇଥାଏ । ଅଧିକ ଆକ୍ରମଣ ହେଲେ ଇମିଡାକ୍ଲୋପ୍ରିଡ୍ ୧୭.୮୪ ଏସଲ୍ ଏକର ପିଛା ୬୦ ମିଲିଲିଟର ସିଞ୍ଚନ କରିବା ଜରୁରୀ ।
  • କାଣ୍ଡ ଓ ଫଳବିନ୍ଧା ପୋକ ଦମନ ସକାଶେ ଏକର ପିଛା ୫ଟି ସଙ୍ଗ ଆକର୍ଷଣ ଥୋପ ପ୍ରୟୋଗ କରନ୍ତୁ। ଏଥିରେ ଥିବା ସଙ୍ଗ ଆକର୍ଷକ ଉତ୍ପାଦକୁ ପ୍ରତି ୧୫୨୦ ଦିନ ପରେ ପରିବର୍ତ୍ତନ କରିବା ଦରକାର । ଏକର ପିଛା ୫୦-୬୦ ହଜାର ଟ୍ରାଇକୋଗ୍ରାମା ପରାଶ୍ରୟୀ କୀଟର ପ୍ରୟୋଗ ସପ୍ତାହ ଅନ୍ତରରେ କଲେ ଦେବାରର, ପ୍ରଜାପତି ଜାତୀୟ କୀଟ ଦାଉରୁ ରକ୍ଷା ମିଳେ ।
  • ଚୋରା ଲଗାଇବାର ୨୫ ଓ ୬୦ ଦିନରେ ଏକର ପିଛା ୧୦୦ କି.ଗ୍ରା. ନିମ୍ବ ପିଡିଆ ମାଟିରେ ପ୍ରୟୋଗ କରିବା ଆବଶ୍ୟକ । ପବନର ବେଗ ତୀବ୍ର ଥିଲେ ବା ବାୟୁମଣ୍ଡଳର ତାପମାତ୍ରା ଅଧିକ ଥିଲେ। ନିମ୍ବ ପିଡିଆ ପ୍ରୟୋଗ କରିବା ଅନୁଚିତ୍। ଗୋଟିଏ ଜମିରେ ବାରମ୍ବାର ବାଇଗଣ ଫସଲ ନ କରି ଫସଲ ଚକ୍ର ଓ ଫସଲ ପର୍ଯ୍ୟାୟର ପ୍ରବର୍ତ୍ତନ ଲାଭପ୍ରଦ। ଫସଲର ଆକ୍ରମିତ ଅବଶେଷକୁ ପୋତି ନଷ୍ଟ କରିଦେବା ଓ କିଆରିରେ ନିୟମିତ ସର୍ବେକ୍ଷଣ ନିତାନ୍ତ ଜରୁରୀ।

ସମନ୍ଵିତ ପୋକ ନିୟନ୍ତ୍ରଣ

କୀଟ ନିୟନ୍ତ୍ରଣ କହିଲେ କେବଳ ଯେ ଅବିଚାରିତ ଭାବେ ରାସାୟନିକ ବିଷ ପ୍ରୟୋଗ କରିବା ,ତାହା ନୁହେଁ ଏପରି କରିବା ଦ୍ଵାରା ପରିବେଶ ପ୍ରଦୂଷଣ ହେବା ସହ କୀଟର ପ୍ରତିରୋଧ କ୍ଷମତା ବୃଦ୍ଧି ,ଦ୍ଵିତୀୟ କୀଟ ପ୍ରାଥମିକ କୀଟ ରୂପେ ପ୍ରତୀୟମାନ ହେବା ତଥା ଉପକାରୀ କୀଟ ମାନଙ୍କର ମୃତ୍ୟୁ ଘଟିଥାଏ ।ତେଣୁ ସମନ୍ଵିତ ପୋକ ପରିଚାଳନା ବ୍ୟବସ୍ଥା ଅବଲମ୍ବନ କରି ଅନାବଶ୍ୟକ ରାସାଯନିକ ଔଷଧ ପ୍ରୟୋଗ ନକରି।କୌଶଳ ଓ ପ୍ରଣାଳୀ ଅବଲମ୍ବନ କରି ଫସଲର ଅନିଷ୍ଟକାରୀ କୀଟ ମାନଙ୍କୁ ନିୟନ୍ତ୍ରଣ କରି ଅମଳ ବୃଦ୍ଧି କରିବାକୁ ହିଁ ଉପଯୁକ୍ତ ପରିଚାଳନା ବୁଝାଇଥାଏ ।

ନିରୋଧକ କିସମ

ଦଳ ଓ ଫିଲବିନ୍ଧା ପୋକ ପ୍ରତି ସାହାନୀଶକ୍ତି ଥିବା କିସମ ଯେପରି ପୁଷା ପର୍ପଲ ରାଉଣ୍ଡ ,ପୁଷା କ୍ରାନ୍ତି ,ବର୍ଷ।ତି,ବିବି ୪୫ ସି ,ଇତ୍ୟାଦି ବ୍ୟବହାର କରିବା ଉଚିତ ।

ପାରମ୍ପରିକ ଚାଷ ପଦ୍ଧତି

  1. ଖରାଦିନେ ଜମିକୁ ଭଲଭାବେ ହଲକରି ସଫା ସୁତୁରା ରଖିବା ଦ୍ଵାରା ଅନେକ ପୋକର ଶୁକଙ୍କୁ ଦମନ କରାଯାଇପାରିବ ।
  2. ସମତଳ ଜମିରେ ଗଛ ରୋପଣ କରିବା ସହ ଗଛ କୁ ଓ ଧାଡି ମଧ୍ୟରେ ରାଖୀ ଅନ୍ତର ରଖି ଲଗାଇବା ଉଚିତ ।
  3. ପୋକ ଆକ୍ରମଣ ହେବାରୁ ରକ୍ଷା ପାଇବା ପାଇଁ ଜମି ପ୍ରସ୍ତୁତ ସମୟରେ ଏକର ପ୍ରତି ୧-୨ କ୍ଵିଣ୍ଟାଲ ନିମ୍ବ ପିଡିଆ ଏବଂ ହେକ୍ଟର ପ୍ରତି ୨୫ ଗାଡି ଖାତା ସହିତ ୧୨୦ କି .ଗ୍ରା ଯବକ୍ଷାରଯାନ,୮୦ କି.ଗ୍ରା ଫାସଫେଟ ଓ ୧୦୦ କି .ଗ୍ରା ପଟାସ ପ୍ରୟୋଗ କରିବା ଉଚିତ ।
  4. ଜମିରୁ ଆକ୍ରାନ୍ତ ଗଛର ଅଂଶ ଗୁଡିକୁ ଛିଣ୍ଡାଇ ପୋତିଦେଲେ ଡାଳ ଓ ଫଳବିନ୍ଧା ଓ ଲାଲ ଅଷ୍ଟପଦୀ ପୋକର ପ୍ରାଦୁର୍ଭାବ କମିଯାଏ।ଏଥିସହ ପତ୍ରରେ ଲାଗିଥିବା ଅଣ୍ଡାପୁଞ୍ଜି,ଶୁକ ଓ କୀଟର ପୂର୍ଣାଙ୍ଗ ଅବସ୍ଥାକୁ ସଂଗ୍ରହ କରି ନଷ୍ଟ କଲେ ବହୁ ପୋକ ଦମନ ହୋଇଥାନ୍ତି ।

ଜୈବ ନିୟନ୍ତ୍ରଣ

  1. ଟ୍ରାଇକୋଗାମା ଚିଲୋନିସ ଅଣ୍ଡା ପରାଶ୍ରୟୀ କୀଟକୁ ଏକର ପିଛା ୨୦,୦୦୦,୧୦-୧୫ ଦିନ ଅନ୍ତରରେ ୬ ଥର ବ୍ୟବହାର କାଲେ ଦଳ ଓ ଫଳ ବିନ୍ଧା ପୋକର ସଂଖ୍ୟା ଯଥେଷ୍ଟ କାମିଥାଏ ।
  2. ଏକର ପିଛା ୨୫ ଟି ସାଙ୍ଗ ଆକର୍ଷଣ ଥୋପୋ ବ୍ୟବହାର କରି କୀଟ ମାନଙ୍କୁ ଦମନ କରିବା ଉଚିତ।

ରାସାୟନିକ ନିୟନ୍ତ୍ରଣ

  1. ୧ ଲିଟର ପାଣିରେ ୧ ଗ୍ରାମ କାରଟାପ ହାଇଡ୍ରୋକ୍ଳୋରାଇଡ ଓ ୦.୫ ଗ୍ରାମ ଡମିଲିନ ଗୋଳାଇ ସିଂଚନ କରନ୍ତୁ ।
  2. ବାଇଗଣ ରୋଇବାର ୧୫ ଦିନ ପରେ ଏକର ପିଛା ୧୨ କି.ଗ୍ରା ବର୍ବୋଫ୍ୟୁରାଇନ କିମ୍ବା ଟ୍ରାଇଅପୋଫସ ୧ ମି.ଲି କିମ୍ବା ନିମ୍ବଜାତୀୟ ଔଷଧ ୧୩ ମି.ଲି,୧ ଲିଟର ପାଣିରେ ଗୋଳାଇ ୧୦-୧୫ ଦିନ ଅନ୍ତରରେ ସିଂଚନ କଲେ କୀଟମାନଙ୍କୁ ନିୟନ୍ତ୍ରଣ କରାଯାଇ ପାରିବ।
  3. ନୂତନ ପିଢିର ଔଷଧ ବ୍ୟବହାର ଦ୍ଵାରା ମଧ୍ୟ ଅଳ୍ପ ସମୟରେ ସଫଳ ଭାବେ କୀଟ ନିୟନ୍ତ୍ରଣ କରାଯାଇପାରିବ । ଯେପରିକି ସାଇନୋସାଡ ୧ ମି.ଲି କୁ ୪ ଲିଟର ପାଣିରେ ଗୋଳି ୧୦ ଦିନ ଅନ୍ତରରେ ସିଂଚନ କରନ୍ତୁ ।

ଆଧାର - ଓ.ୟୁ.ଏ.ଟି

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top