অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭେଣ୍ଡି ଲଗାଇବା ସମୟରେ ଯତ୍ନ

ଭେଣ୍ଡି ଚାଷ ସମୟ

ଓଡିଶାର ପ୍ରାୟ ସବୁ ଅଞ୍ଚଳରେ ଭେଣ୍ଡି ଚାଷ ହୋଇଥାଏ । ବର୍ଷା ଦିନରେ ଏବଂ ଖରାରେ ଭେଣ୍ଡିଚାଷ ଅଧିକ ମାତ୍ରାରେ ହୋଇଥାଏ। ଥଣ୍ଡା ଦିନରେ ଏହି ଚାଷ ଭଲ ହୁଏ ନାହିଁ । ଖରାଟିଆ ପାଗ ଭେଣ୍ଡି ଚାଷ ପାଇଁ ଖୁବ୍ ଅନୁକୂଳ ଅଟେ । ଆମ ରାଜ୍ୟରେ ଜାନୁୟାରୀ ୨୦ ତାରିଖ, ଶୀତର ପ୍ରକୋପ କମିଯାଏ । ତେଣୁ ଜାନୁୟାରୀ ୨୦ ପରେ ଭେଣ୍ଡି ଲଗାଯାଇପାରିବ  ।

ଭେଣ୍ଡିର ଉନ୍ନତ କିସମ

ଏମ୍ୟୁ-୧, ଆର୍କ ଅନାମିକା, ଆର୍କ ଅଭୟ, ଉତ୍କଳ ଗୌରବ, ଭେଣ୍ଡି ହାଇବ୍ରିଡ଼ା ସି.ଓ.୪ ଇତ୍ୟାଦି ଉନ୍ନତ କିସମ । ଭେଣ୍ଡି  ସାଧାରଣତଃ ପ୍ରାୟ ସବୁ ମାଟିରେ ଭଲ ହୋଇଥାଏ, କିନ୍ତୁ ବାଲିଆ ଦୋରସା ଏବଂ ପଟୁ ଦୋରସା ସର୍ବୋତ୍ତମ । ଟାଣ ମାଟି ଓ କାଦୁଆ ମାଟିରେ ଏହା ଭଲ ହୁଏ ନାହିଁ । ଭେଣ୍ଡିକୁ ସାଧାରଣତଃ ଧାଡ଼ିରେ ଲଗାଯାଇଥାଏ । ଧାଡ଼ିକୁ ଧାଡ଼ି ୨ ଫୁଟ ଏବଂ ଗଛକୁ ଗଛ ୧ ଫୁଟ ରଖାଯାଏ । ଗୋଟିଏ ହେକ୍ଟର ପାଇଁ ପାଖାପାଖି ୧୨ ରୁ ୧୫ କିଗ୍ରା ମଞ୍ଜି ଦରକାର ହୋଇଥାଏ ।

ଏକ ହେକ୍ଟର ଜମି ପାଇଁ ପାଖାପାଖି ୧୦ଟନ୍ ସଢ଼ା ଗୋବର ଖତ ଦେବା ଆବଶ୍ୟକ । ଏହାଛଡ଼ା ୧୦୦ କି.ଗ୍ରା ଯବକ୍ଷାରଜାନ ୫୦ ଫସଫରସ୍ ଓ ୫୦ କି.ଗ୍ରା ପଟାସ ସାର ଦେଲେ ଭଲ ଅମଳ ମିଳିଥାଏ । ଅନୁମୋଦିତ ସମସ୍ତ ଫସଫରସ୍ ଏବଂ ୫୦ ଭାଗ ପଟାସ ସାରକୁ ମଞ୍ଜି ଲଗାଇବା ସମୟରେ ପ୍ରୟୋଗ କରିବା ଉଚିତ । ଗଛ ୨୫ରୁ ୩୦ ଦିନ ଜୋହଳା ପରେ ୫୦ ଭାଗ ଯବକ୍ଷାରଜାନ ସାର ଏବଂ ୧୫ ଭାଗ ପଟାସ ସାର ଦେଇ ମାଟିକୁ ହୁଡ଼ା ଟେକିଦେବା ଦରକାର । ଗଛ ୪୫ ରୁ ୫୦ ଦିନ ହେଲା ପରେ ବାକିଥିବା ୫୦ ଭାଗ ଯବକ୍ଷାରଜାନ ଏବଂ ୨୫ ଭାଗ ପଟାସ ସାର ଦେଇ ଆଉ ଥରେ ମାଟିରେ ହୁଡ଼ା ଟେକି ଦେବା ଆବଶ୍ୟକ ।

ରୋଗ ପୋକ ନିୟନ୍ତ୍ରଣ

ଭେଣ୍ଡି ଫସଲରେ ଧଳାମାଛି ଏକ ମୁଖ୍ୟ ପୋକ ଏବଂ ଏହା ସାହେବୀ ରୋଗର ବାହକ ମଧ୍ୟ । ତେଣୁ ସମନ୍ୱିତ ରୋଗ ପୋକ ପରିଚାଳନା କରି ଧଳାମାଛିକୁ ନିୟନ୍ତ୍ରଣ କରିବା ଉଚିତ । ବୈଜ୍ଞାନିକ ପଦ୍ଧତିରେ ଚାଷ କଲେ ହେକ୍ଟର ପ୍ରତି ୧୨୦ ରୁ ୧୫୦ କ୍ଲିଣ୍ଟାଲ ଅମଳ ମିଳିଥାଏ ଏବଂ ପ୍ରତି  ହେକ୍ଟରରୁ ପ୍ରାୟ ୨୦ ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିଥାଏ ।

ଆଧାର - ବୈଜ୍ଞାନିକ ସନତ କୁମାର ମେହେର ଉଦ୍ୟାନ ବିଭାଗ, କୃଷିବିଜ୍ଞାନକେନ୍ଦ୍ର ବରଗଡ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate