অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଲିଚୁର ଫଳଫଟା ସମସ୍ୟା

ଲିଚୁର ଚାହିଦା

ଲିଚୁ ଦେଖିବାକୁ ଯେତିକି ସୁନ୍ଦର ଏହାର ବଜାର ଚାହିଦା ମଧ୍ୟ ସେତେ ଅଧିକ । ଏନେଇ  ଫଳଟିକୁ ବର୍ତ୍ତମାନ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବ୍ୟାବସାୟିକ ଭିତ୍ତିରେ ଚାଷ କରାଯାଉଛି । ହେଲେ ଅନେକ ସମୟରେ ଫଳ ଧରିବାରେ ବିଳମ୍ବ ହେବା ଅଥବା ଫଳ ଫାଟିଯିବା ଭଳି ସମସ୍ୟା ଦେଖାଯାଏ । ଫଳରେ ଚାଷୀ ବିଶେଷ କ୍ଷତି ମଧ୍ୟ ସହିଥାଏ । ଏହି ସମସ୍ୟାର  ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କଲେ ଚାଷୀ ଲାଭବାନ୍ ହୋଇପାରିବ ।

ଦକ୍ଷିଣ ଚୀନର ଜଳବାୟୁରୁ ଉଦ୍ଭିଦ ଏହି ଫଳର ବ୍ୟାବସାୟିକ ଉତ୍ପାଦନରେ ଭାରତ ପୃଥିବୀରେ ଦ୍ଵିତୀୟ ସ୍ଥାନରେ ରହିଛି । ଏହି ଫଳର ବ୍ୟବସାୟିକ ଉତ୍ପାଦନ ସାଧାରଣତଃ ଦକ୍ଷିଣ ଆଫ୍ରିକାର ନାଟାଲ , ଟ୍ରାନ୍ସଭାଲ, ଫ୍ଲୋରିଡା ଓ ଭାରତର କେତେକ ବିଶେଷ ଅଞ୍ଚଳରେ କରାଯାଇଥାଏ । ଭାରତରେ ଲିଚୁର ସର୍ବାଧିକ ଚାଷ ବିହାରର ମୁଜାଫରପୁରରେ ରହିଛି। ଏହା ଛଡା ଉତ୍ତର ପ୍ରଦେଶରେ ପାର୍ବତୀକ୍ଷେତ୍ର ପଞ୍ଜାବର ଗୁରୁଦାସପୁର, ଦକ୍ଷିଣ ଭାରତର ନୀଳଗିରି ପାର୍ବତ୍ୟ ଅଞ୍ଚଳରେ ଲିଚୁ ଚାଷ କରାଯାଏ । ଓଡିଶାର ଆଭ୍ୟନ୍ତରୀଣ ପାର୍ବତ୍ୟ ଆଞ୍ଚଳଗୁଡିକରେ ଏହି ଫଳକୁ ସଫଳ ଭାବରେ ଚାଷ କରାଯାଇପାରୁଛି । ଏହି ଚାଷ ଓଡିଶାରେ ଦେବଗଡ, ସମ୍ବଲପୁର, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୁରଭଞ୍ଜ, ଫୁଲବାଣୀ, ବୌଦ୍ଧ, କୋରାପୁଟ, ରାୟଗଡା ଆଦି ଜିଲ୍ଲାମାନଙ୍କରେ ଏହାର ବ୍ୟାବସାୟିକ ପଦ୍ଧତିରେ ଚାଷ କରାଯାଉଛି । ସେହିପରି ପାଳଲହଡା, ବାରକୋଟ, କୁଳି ପୋଷ, କୁଚିଣ୍ଡା, ବଇଣ୍ଡା, ତିଳେଇବଣି, ରିଆମାଳ ଆଦି ବ୍ଳକରେ ଏହାର ବଡ ବଡ ପୁରୁଣା ବଗିଚା ଦେଖାଯାଏ । ଏହାର ବ୍ୟାବସାୟିକ ଚାଷରେ ସର୍ବାଧିକ ଲାଭ ଏପରିକି ଗୋଟିଏ ସୁସ୍ଥ ଗଛରୁ ବର୍ଷକୁ ୪-୫ ହଜାର ଟଙ୍କା ଲାଭ ହେଉଥିବାରୁ ଚାଷୀମାନେ ବିଶେଷ ଯତ୍ନ ନେଇ ଏହାର ଚାଷ କରୁଛନ୍ତି । ଓଡିଶାରେ ଲିଚୁ ଫଳ ନଆସିବା ଓ ଫାଟିଯିବା ଭଳି ସମସ୍ୟା ଦେଖାଯାଏ । ଜଳବାୟୁ ପରିବର୍ତ୍ତନ ହେଉ କିମ୍ବା ଅଯତ୍ନରୁ ହେତୁ ଫଳ ଆସିବାରେ ବିଳମ୍ବ ଫାଟିବା ଭଳି ସମସ୍ୟା ଦୂର କରିବାକୁ ଉପାୟ ।

ଫଳ ଝଡ଼ା ଓ ଫଟାର କାରଣ

  • ଖରା ଦିନେ ପବନର ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ରୁ ଅଧିକ । ହେଲେ ଲିଚୁ ଫଳ ଚୋପାର ରଙ୍ଗ ବାଦାମୀ ହେବାକୁ ଲାଗେ । ୪୦ ଡିଗ୍ରୀ ପରେ ଏହା ଏକ ବିକୃତ ରଙ୍ଗ ହୋଇ ସୁଖି ଫାଟିଯାଏ ।
  • ଗଛରେ ବୋରୋନ୍‌ ଜିଙ୍କ ଆଦି ଅଣୁସାର, ପୋଟାସିୟମ୍ ମୁଖ୍ୟ ସାର ଅଭାବ ରହିଲେ ଫଳର ଚୋପା ଫାଟିଯାଏ ।
  • ପରାଗ ସଂଗମର ଅଭାବ ଫଳ ଛୋଟ କରି ଝଡ଼ାଇ ଦିଏ ।
  • ଅନିୟମିତ ଜଳସେଚନ ଫଳ ଝଡ଼ା ଓ ଫଳଫଟା କରାଏ ।

ନିରାକରଣ ପାଇଁ

  • ବର୍ଷାଦିନ ଆରମ୍ଭରେ ପ୍ରଥମ ବର୍ଷା ପରେ ଓ ବର୍ଷା ଋତୁ ପରେ ଏମିତି ଲିଚୁ କ୍ଷେତକୁ ଦୁଇ ଥର ଚାଷ କରନ୍ତୁ ।
  • ବର୍ଷା ଋତୁ ପୂର୍ବରୁ କୋଡ଼ଖୁସା କରି ୧୦ ବର୍ଷରୁ ଉର୍ଦ୍ଧ୍ଵ ଗଛ ପ୍ରତି ଗଛ ଠାରୁ ୧ ମିଟର ଦୂର ନାଳୀରେ ୧୦ କେଜି ଗୋବର ଖତ ୩-୫ କେଜି ସିଏ ଏନ୍‌ସାର ୨.୨୫୦ କେଜି ଏସ୍ଏନ୍ ସାର ୬୦୦ ଗ୍ରାମ୍ ପୋଟାସ ଦିଅନ୍ତୁ ।  ଆବଶ୍ୟକୀୟ ଜଳସେଚନ କରନ୍ତୁ ।
  • ବଗିଚାରୁ ଅନାବଶ୍ୟକ ଗଛ କାଟି ସୂର୍ଯ୍ୟ କିରଣକୁ ପ୍ରତ୍ୟେକ ଗଛରେ ପଡ଼ିବାକୁ ଦିଅନ୍ତୁ ତଥା ଗଛର ଅନାବଶ୍ୟକ, ଡ଼ାଳକୁ କାଟି ପରିଷ୍କାର କରି କଟା ସ୍ଥାନରେ ଆଣ୍ଟିସେପ୍ଟିକ୍ ଫେଷ୍ଟ ଲଗାନ୍ତୁ ।
  • ଗଛର ବନ୍ଧ୍ୟା ଦୋଷ ନିରାକରଣ ପାଇଁ ଫୁଲ ଋତୁର ଦେଢ଼ ମାସ ଆଗରୁ (ଡିସେମ୍ବର ପ୍ରଥମ ସପ୍ତାହ) ଗଛର ମୁଖ୍ୟ ଡାଳ ଆରମ୍ଭରୁ ୨-୩ ମିମି ଓସାରର ଗୋଲାକାର ଚୋପା ଛୁରୀରେ କାଟି ବାହାର କରି ଦିଅନ୍ତୁ । ଏହାକୁ ଗୀଡଲିଂ କୁହାଯାଏ । ଏହି ଉପଚାର କୌଣସି ଅନୁଭବି ଲୋକଙ୍କ ଉପସ୍ଥିତିରେ କରାଯାଏ । କାରଣ କୌଣସି ସ୍ଥାନରେ ଚୋପାର ଅବଶେଷ ରହିଲେ ଏଇ ଉପଚାର କାମ ଦେବ ନାହିଁ । ପୁନଶ୍ଚ ଓସାର ଅଧିକ ହେଲେ ଡାଳ ମରିଯିବ ।
  • ବଗିଚାରେ ଗରମ ପବନ ଆସୁଥିବା ଦିଗରେ ଡେଙ୍ଗା ବାୟୁ ନିରୋଧୀ ଗଛ ରଖନ୍ତୁ । ଫଳରେ ଗଛ ଗରମ ପବନରୁ ରକ୍ଷା ପାଇବ, ଫଳ ଫାଟିବ ନାହିଁ । ଜଳସେଚନରେ ସଠିକ୍ ଅନ୍ତର ରଖନ୍ତୁ । ଦୀର୍ଘ ଶୁଷ୍କାବସ୍ଥା ପରେ ଅତ୍ୟଧିକ ଜଳ ସେଚନ ହଠାତ୍ ଫଳ ଫଟାଇ ଦିଏ । ଅପର ପକ୍ଷରେ ନିୟମିତ ବୃନ୍ଦା ଜଳସେଚନ ଫଳ ଫଟା ନିୟନ୍ତ୍ରଣ କରେ ।
  • ଗୋଟିଏ ଲିଟର ପାଣି ପ୍ରତି ୮ ଗ୍ରାମ୍ ଚୂନ, ୪ ଗ୍ରାମ୍ ବେରୀକ ଏସିଡ, ୨ ଗ୍ରାମ୍ ଜିଙ୍କ ସଲଫେଟ୍‌ର ଦ୍ରବଣ ଫଳ ଟଣା ହେବା ପରେ ୨-୩ଥର ସିଂଚନ କଲେ ଫଳ ଫଟା କମ୍ ହୁଏ ।
  • ଫଳ ଫଟା ନିୟନ୍ତ୍ରଣ ପାଇଁ ବୃଦ୍ଧି ନିୟନ୍ତ୍ରକର ବ୍ୟବହାର କରାଯାଏ । ଏଥିପାଇଁ ୨୦-୩୦ ପ୍ରତିନିୟୁତ ନାପଥାଲୀନ ଏସିଟିକ ଏସିଡ଼୍ କିମ୍ବା ୨୦-୫୦ ପ୍ରତି ନିୟୁତ ଜିବ୍ରେଲିକ୍ଏ ସିଡ଼୍ କିମ୍ବା ୧୦-୨୦ ପ୍ରତିନିୟୁତ ୨୪-ଡ଼ି ସିଞ୍ଚନ କରନ୍ତୁ ।
  • ଗୋଟିଏ ଭଲ ଯତ୍ନ ନିଆଯାଉଥିବା ଲିଚୁ ବଗିଚାରୁ ଏକର ପ୍ରତି ବର୍ଷ ୨ ଲକ୍ଷ ଟଙ୍କା ଲାଭ ଦେଇପାରେ ।

ଆଧାର - ଭଗବାନ ଦାଶ ଗଞ୍ଜାମ ଉପଉଦ୍ୟାନ ନିର୍ଦ୍ଦେଶକ ମୋ : ୯୪୩୭୧୮୨୦୮୧



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate