অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୋରିଷ ଫସଲରେ ଜଉପୋକ ପରିଚାଳନା

ସୋରିଷ ଫସଲରେ ଜଉପୋକ ପରିଚାଳନା

ସୋରିଷ ମଞ୍ଜି ବୁଣିବାଠାରୁ ଆରମ୍ଭ କରି ତୈଳ ଉତ୍ପାଦନ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଆମ ଚାଷୀ ଭାଇଙ୍କ ଆର୍ଥିକ ତଥା ମାନସିକ ସମସ୍ୟାର କାରଣ ପାଲଟିଥାଏ । ତନ୍ମଧ୍ୟରୁ ଜଉପୋକଜନିତ ସମସ୍ୟା ଅନ୍ୟତମ । ଏହି ଜଉପୋକର ଜୀବନ ଓ ଏହାର ସମନ୍ୱିତ ପରିଚାଳନା ବିଷୟରେ ଏଠାରେ ସୂଚୀତ କରାଯାଉଛି ।

ଜୀବନ ଚକ୍ର

ଆପାତତଃ ୨୦ ବା ତଦୂର୍ଦ୍ଧ୍ଵ ପ୍ରଜାତିର ଜଉପୋକ ସୋରିଷ ଫସଲକୁ ଆକ୍ରମଣ କରନ୍ତି । ସେଥି ମଧ୍ୟରୁ ସୋରିଷ, ଜଉପୋକ ବା ଲିପାଫିସ୍ଏରିସିମି  ମାରାତ୍ମକ । ଯାହା ସମସ୍ତ ବିଶ୍ଵରେ ସୋରିଷ ବା ସୋରିଷ ପ୍ରଜାତିର ସମସ୍ତ ଫସଲର ପ୍ରମୁଖ ଶତ୍ରୁ ରୂପେ ଦଣ୍ଡାୟମାନ । ଏହାର ଅଭିଜ୍ଞ ଏବଂ ପୂର୍ଣ୍ଣଙ୍ଗ ଅବସ୍ଥା ଦ୍ଵାରା ଗଛରେ ବିଶେଷ କ୍ଷତି ପହଞ୍ଚେ ବୋଲି ବୈଜ୍ଞାନିକଙ୍କ ମତ । ପୋକଟି ଆକାରରେ ଦେଖିବାକୁ ଫିକା, ସବୁଜ ରଙ୍ଗର ଓ ଏମାନେ ବହୁସଂଖ୍ୟାରେ ଏକତ୍ରିତ ହୋଇ ଫୁଲ, କଜ୍ ରେ ବସି ରହିଥବା ଲକ୍ଷ୍ୟ କରାଯାଏ । ଏହି ଅନିଷ୍ଟକାରୀ କୀଟ ଡିସେମ୍ବରରୁ ମେ ମାସ ମଧ୍ୟରେ ମାତ୍ରାଧାକ ପରିମାଣରେ ଦେଖାଯାଆନ୍ତି । ଖରାଦିନେ ଏମାନେ ପାହାଡ ଉପରକୁ ଚାଲିଯାଆନ୍ତି ଓ କେତେକ ଅନାବନା ଘାସ ବା ଅନ୍ୟାନ୍ୟ ପୋଷକ ବୃକ୍ଷରେ ସେମାନଙ୍କ ଜୀବନ ନିର୍ବାହ କରନ୍ତି ବୋଲି ବିଶ୍ଵାସ କରାଯାଏ । ଏକ ନିର୍ଦ୍ଦିଷ୍ଟ ପ୍ରକାର ପ୍ରଜନନ ପଦ୍ଧତି (ପାର୍ଥନୋଜେନେସିସ୍) ଦ୍ଵାରା ଏହାର ସ୍ତ୍ରୀ ପୋକଟି ସିଧାସଳଖ ୨୬-୧୦୦ଟି ଅର୍ଭକ ଜନ୍ମ ଦେଇଥାଏ । ଉକ୍ତ ଅର୍ଭକ ଗୁଡ଼ିକ ଖୁବ୍ ଦୃତଗତିରେ ବଢିଚାଲନ୍ତି ଓ ୭-୧୦ ଦିନ ମଧ୍ୟରେ ବଡ଼ ହୋଇଯାଆନ୍ତି । ମେଘୁଆ ପାଗ ଏହି ପୋକର ବିସ୍ତାର ପାଇଁ ଅନୁକୂଳ ।

କ୍ଷତି

ଉଭୟ ଅର୍ଭକ ଏବଂ ପୂର୍ଣ୍ଣଙ୍ଗ ଅବସ୍ଥାଗୁଡ଼ିକ ଫସଲରେ ବିଶେଷ କ୍ଷତି ପହଞ୍ଚାଇ ଥାଆନ୍ତି । ଉକ୍ତ ଅବସ୍ଥାଗୁଡ଼ିକ ଗଛର ଶାଖା, ପ୍ରଶାଖା, ପତ୍ର ଓ ଛୁଇଁରୁ ରସ ଶୋଷି ଦିଅନ୍ତି, ଯାହା ଫଳରେ ଗଛଟି ଶୁଖଯାଏ । ଗଛର ବଞ୍ଚିବାର ଶକ୍ତି ଓ କ୍ଷମତା ଆଶାତୀତ ଭାବେ ହ୍ରାସ ପାଏ । ପତ୍ରଗୁଡ଼ିକ ମୋଡ଼ି ମୋଡ଼ି ହୋଇଯାଏ । ଫୁଲରୁ ଛୁଇଁ ବା ଛୁଇଁରୁ ଭଲ ମଞ୍ଜି ବାହାରିବାରେ ଅସୁବିଧା ହୋଇଥାଏ । ଏହି ପୋକଙ୍କ ଦେହରୁ ମଧୁକଣିକା ନିର୍ଗତ ହୁଏ ଏବଂ ଏହି ମଧୁକଣିକାକୁ ଖାଇବା ପାଇଁ ଜନ୍ଦା ଓ ପିମ୍ପୁଡ଼ି ସେହି ସ୍ଥାନରେ ଜମା ହୁଅନ୍ତି । ଏହା ଯୋଗୁ ସେହି ସ୍ଥାନରେ କଳା ଫିମ୍ପି ବୃଦ୍ଧିପାଏ । ମୋଟାମୋଟି ଭାବରେ ସୋରିଷ ଗଛରେ ଖାଦ୍ୟ ପ୍ରକ୍ରିୟାକରଣ ବାଧାପ୍ରାପ୍ତ ହୁଏ ଓ ଅମଳ ହ୍ରାସ ପାଏ ।

ପରିଚାଳନା

ପ୍ରଥମତଃ ଜଉପୋକର ପ୍ରାଦୁର୍ଭବରୁ ରକ୍ଷା ପାଇବାକୁ ହେଲେ ସଅଳ ବିହନ ବୁଣିବା ଆବଶ୍ୟକ । ଅକ୍ଟୋବର ଦ୍ଵିତୀୟରୁ ତୃତୀୟ ସପ୍ତାହ ବିହନ ବୁଣିବା ପାଇଁ ଉପଯୁକ୍ତ । ସଅଳ କିସମ ବିହନ ଏମ୍-୨୭ର ବ୍ୟବହାର ଚାଷା ଭାଇଙ୍କୁ ସୁଫଳ ଦିଏ ।

  • ଅନୁମୋଦିତ ପରିମାଣର ସାର ପ୍ରୟୋଗ ଏହି ପୋକର ପରିଚାଳନାର ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଦିଗ ବୋଲି ବିଚାର କରାଯାଏ । ସ୍ଵଳ୍ପ ବା ମାତ୍ରାଧକ ଯବକ୍ଷାରଜାନ । ସାର ପ୍ରୟୋଗ ଫସଲ ପ୍ରତି ବିପଜ୍ଜନକ । ମାତ୍ରାଧକ ଯବକ୍ଷାରଜାନ ସାର ପ୍ରୟୋଗ ଗଛକୁ ଅତ୍ୟଧିକ ହୃଷ୍ଟପୁଷ୍ଟ କରିଥାଏ, ଯାହା କୀଟ ଆକ୍ରମଣ ପାଇଁ ଅନୁକୂଳ ହୋଇଥାଏ । ତେଣୁ ହେକ୍ଟର ପିଛା ୪୦ କି. ଗ୍ରା ଯବକ୍ଷାରଜାନ, ୮୦ କି.ଗ୍ରା.. ଫସଫରସ୍ ଓ ୪୦ କି.ଗ୍ରା. ପଟାସ୍ ପ୍ରୟୋଗ ବିଧେୟ ।
  • ଅନିୟମିତ ଜଳସେଚନ ମଧ୍ୟ ଜଉପୋକର ପ୍ରାଦୁର୍ଭବ ବୃଦ୍ଧିରେ ସହାୟକ ହୋଇଥାଏ । ତେଣୁ ଫସଲକୁ ଅନ୍ୟୁନ ଦୁଇଥର (ଏକମାସ ହେବା ପରେ ଓ ଫୁଲ ହେବା ସମୟରେ) ଜଳସେଚିତ କରିବା ଆବଶ୍ୟକ ।

ଆଧାର - ଭୁବନାନନ୍ଦ ଅଧିକାରୀ କୀଟତତ୍ତ୍ଵ ବିଭାଗ, କୃଷି ମହାବିଦ୍ୟାଳୟ ଓୟୁଏଟି ଭୁବନେଶ୍ଵର, ମୋ: ୯୫୮୩୨୮୫୪୯୯

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate