କୋବି ଜାତୀୟ ଫସଲ ସାଧାରଣତଃ ଶୀତ ବା ରବି ଫସଲ ରୂପେ ଚାଷ କରାଯାଇଥାଏ । କାରଣ ଏହି ପ୍ରକାର ଫସଲ କମ୍ ତାପମାତ୍ରାରେ ହିଁ ଭଲ ବଢି ପାରି ଥାଆନ୍ତି । ତାପମାତ୍ରା ଅଧିକ ହେଲେ ଏହି ପ୍ରକାର ଫସଲ ଭଲ ବଢିପାରେ ନାହିଁ । କୋବି ଜାତୀୟ ଫସଲ ମଧ୍ୟରେ ବନ୍ଧାକୋବି, ଫୁଲକୋବି, ଓଲକୋବି, ବ୍ରକୋଲି, ଚାଇନିଜ୍ ବନ୍ଧାକୋବି, ବ୍ରସେଲସ ସ୍ରାଉଟ ଇତ୍ଯାଦିକୁ ଚାଷ ରୂପରେ ନିଆଯାଇଥାଏ । କିନ୍ତୁ ଆମ ରାଜ୍ୟରେ ଫୁଲକୋବି, ବନ୍ଧାକୋବି, ଓଲକୋବି ଏବଂ ବ୍ରକୋଲିକୁ ଚାଷ କରାଯାଉ ଅଛି।
କୋବି ଜାତୀୟ ଫସଲରେ ଅନେକ ପ୍ରକାରର ଖାଦ୍ୟସାର ଅଛି । ଏଥିରେ ଜଳୀୟ ଅଂଶର ପରିମାଣ ୯୨ ଗ୍ରାମ, ପ୍ରୋଟିନ ୧.୪ ଗ୍ରାମ, ଭିଟାମିନ ଏ ୪୦୦ ମି.ଗ୍ରା. ଭିଟାମିନ ବି ୨୭ ମି.ଗ୍ରା. ଏବଂ ଭିଟାମିନ ସି ୧୦୦ମି.ଗ୍ରା. ଅଛି । ଏହାକୁ ପ୍ରକ୍ରିୟାକରଣ କରି ବିଭିନ୍ନ ପ୍ରକାରର ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଏ।
କିନ୍ତୁ ଗୋଟାଏ କୋବି ଫସଲରୁ ଭଲ ଅମଳ ପାଇବାକୁ ହେଲେ ଆମକୁ ଏହାର ଖତସାର ପରିଚାଳନା ସହ ଅଣୁସାର ଉପରେ ମଧ୍ୟ ବିଶେଷ ଭାବରେ ଧ୍ୟାନ ଦେବାକୁ ପଡିବ । ମୁଖ୍ୟ ଖାଦ୍ୟସାର ହିସାବରେ ଯବକ୍ଷାରଜାନ, ଫସଫରସ ଓ ପଟାସ ଗଛ ପାଇଁ ବହୁଳ ପରିମାଣରେ ଆବଶ୍ୟକ କରିଥାଏ । ଏହି ମୁଖ୍ୟ ସାରକୁ ଛାଡିଦେଲେ ସୃଷ୍ଣସାର (ଅଣୁସାର)ର ଉପାଦେୟତା ମଧ୍ୟ ଗଛରେ ପରିଲକ୍ଷିତ ଜୋହାଇଥାଏ । ଯାହାର ଅଭାବରେ ଗଛର ଅମଳକ୍ଷମ ଶକ୍ତି ହ୍ରାସ ପାଇବା ସହ ଚାଷୀର ଆର୍ଥିକ ମେରୁଦଣ୍ଡ ଉପରେ ମଧ୍ୟ ପ୍ରଭାବ ପକାଏ । ତେଣୁ ଚାଷୀ ଭାଇ ମୁଖ୍ୟସାର ସହ ସୃଷ୍ଣସାର (ଅଣୁସାର)କୁ ପ୍ରୟୋଗ କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ତେଣୁକରି କୋବି ଜାତୀୟ ଫସଲରେ କେତୋଟି ଅଣୁସାରର ଅଭାବ ଏବଂ ଏହାର ଭୂମିକା ବିଷୟରେ ନିମ୍ନରେ ବର୍ଣ୍ଣନା କରାଗଲା । କୋବି ଜାତୀୟ ଫସଲରେ ସାଧାରଣତଃ ବୋରନ, ମଲିବେଡିନମ୍, କ୍ୟାଲସିୟମ, ମାଙ୍ଗାନିଜ ଏବଂ ମ୍ୟାଗ୍ନେସିୟମର ଅଭାବ ପରିଲକ୍ଷିତ ହୋଇଥାଏ ।
ଏହି ପ୍ରକାର ଅଣୁସାରର ଅଭାବ ବିଶେଷକରି ଫୁଲକୋବି ଏବଂ ବ୍ରକୋଲିରେ ବହୁଳ ପରିମାଣରେ ପରିଲକ୍ଷିତ ହୋଇଥାଏ । ଏହା ମାଟିରୁ ଚୂନସାର ସଂଗ୍ରହରେ ଓ ଗଛ ଦ୍ଵାରା ବ୍ୟବହାରରେ ସାହାଯ୍ୟ, କରେ I ଏହାର ଅଭାବରେ ଗଛର ଅଗ୍ରଭାଗ ମରିଯାଇ ନୂଆ ଶାଖା ହୁଏ । ଫୁଲ ଧରେ ନାହିଁ, ଫୁଲଗୁଡିକ ଧରିଲେ ମଧ୍ୟ ଅର୍ବୁଦିନ ମଧ୍ୟରେ ଏହାର ରଙ୍ଗ କ୍ରମଶଃ ବାଦାମୀ ରଙ୍ଗରେ ପରିଣତ ହୋଇ ଫୁଲଗୁଡିକ ଝଡିପଡେ । ଫୁଲକୋବି ଗୁଡିକ ବାଦାମୀ ରଙ୍ଗରେ ପରିଣତ ହୋଇ ପୁରୁଣା ପତ୍ରଗୁଡିକ ମଧ୍ୟ ବାଇଗଣୀ ରଙ୍ଗ ହୋଇଯାଏ । ବନ୍ଧାକୋବି ଗଛର ପତ୍ରଗୁଡିକ ଗୋଟିଏ ଫାଳ, ଅଣଓସାରିଆ ହୋଇ, ଅନ୍ୟ ଫାଳ, ସରୁଆ ହୋଇଯାଏ ।
ସଂଗୃହିତ - ପ୍ରାର୍ଥନା ମହାନ୍ତି, କୃଷି ବିଜ୍ଞାନ କେନ୍ଦ୍ର, କେନ୍ଦ୍ରାପଡା, ଉଦ୍ୟାନ ବିଭାଗ
Last Modified : 1/26/2020