ନିଜ ଅଞ୍ଚଳରେ ଉପଲବ୍ଧ ସମ୍ଭାଳ ମାଧ୍ୟମରେ ସ୍ଥାନୀୟ ସମସ୍ୟାକୁ ସମାଧାନ କରିବାକୁ ଏକ ଚମତ୍କାର ପଦକ୍ଷେପ ବୋଲି ବିବେଚନା କରାଯାଏ।ଏହି ଭଳି ଏକ ଚମତ୍କାର କରିଛନ୍ତି କନ୍ଧମାଳ ଜିଲ୍ଲାର ଦରିଙ୍ଗିବାଡି ବ୍ଲକ ର ନାଶକି ଗ୍ରାମର ଅଧିବାସୀ ।
ଜୁଇ ସଂପ୍ରଦାୟର ଆଦିବାସୀ ଅଧୁସିତ ଗାଁ ନିଷ୍କିରେ ପ୍ରାୟ 36 ଟି ପରିବାର ବସ କରନ୍ତି ।ସେମାନଙ୍କ ପାଇଁ ମୁଖ୍ୟ ସମସ୍ଯା ଥିଲା ପାଣି। ଗ୍ରାମବାସୀମାନେ ପାନୀୟ ଜଳ ସଂଗ୍ରହ ପାଇଁ ପ୍ରାୟ ଦେଢ କିଲୋମିଟର ଦୂରରେ ଥିବା ଏକ ଝରଣା ଉପରେ ନିର୍ଭର କରିଥାନ୍ତି ।ମାତ୍ର ଦୈନିକ ଝରଣା ପର୍ଯ୍ୟନ୍ତ ଯାଇ ପାଣି ସଂଗ୍ରହ କରିବା କଷ୍ଟକର ହୋଇପଡୁଥିଲା ।ଏହି ସମସ୍ୟା କୁ ସମାଧାନ କରିବା ପାଇଁ ଏକ ଅଭିନବ ଉପାୟ ବାହାର କାଲେ ଗ୍ରାମବାସୀ ।ସମସ୍ତ ଗ୍ରାମବାସୀ ମିଶି ବାଉଁଶ ସଂଗ୍ରହ କରି ସେଗୁଡ଼ିକକୁ ନଳ ଭଳି ବ୍ୟବହାର କରି ଝରଣା ଠାରୁ ଗ୍ରାମ ପର୍ଯ୍ୟନ୍ତ ଏକ ଜଳ ଯୋଗାଣ ପ୍ରଣାଳୀ ତିଆରି କାଲେ ଆଇ ଏଥିରେ ଗ୍ରାମବାସୀଙ୍କୁ ସହଯୋଗ କଲେ କନ୍ଧମାଳ ଜିଲ୍ଲା ସବୁଜ ବୈଦ୍ୟ ସଂଗଠନ ନାମକ ଏକ ସ୍ଵେଚ୍ଛା ସେବୀ ସଂଗଠନ । କଥାଟି ସାମାନ୍ୟ ମାନେ ହେଉଥିଲେ ମଧ୍ୟ ଏହା ପଛରେ ରହିଛି ଏକ ସମ୍ମିଳିତ ଉଦ୍ୟମର ବିରାଟ ଉଦାହରଣ ।କେବଳ ସରକାରୀ ନିର୍ଭର ନ କରି ଆଞ୍ଚଳିକ ସାଧନ ସାହାଯ୍ୟରେ ମଧ୍ୟ ସମସ୍ୟା ଗୁଡିକୁ ନିରାକରଣ କରାଯାଇପାରିବ ବୋଲି ପ୍ରମାଣ କରିଛନ୍ତି ଦୁର୍ଗମ ଆଞ୍ଚଳିକ ନିସ୍କି ଗ୍ରାମବାସୀ ।ବାଉଁଶ କୁ ବାଉଁଶ ଯୋଡି ଏକ ଦୀର୍ଘ ଲମ୍ବର ପାଇପ ପଥ ନିର୍ମାଣ କରିବାରେ ନିହିତ ଅଛି ଗ୍ରାମବାସୀଙ୍କ ଏକ ନିଷ୍କ ଉଦ୍ୟମ ଓ ଦୃଢ ଇଚ୍ଛାଶକ୍ତି । ୧୨ ଦିନର କଠୋର ପରିଶ୍ରମ ପରେ ଝରଣାର ଜଳକୁ ନିଜ ଗାଁର ଏକ କୁଣ୍ଡରେ ଉପଲବ୍ଧ କରାଇବା ମୁହୂର୍ତ୍ତରେ ଉଲ୍ଲସିତ ହୋଇପଡିଥିଲେ ସମସ୍ତ ଗ୍ରାମବାସୀ ।
ବିଶ୍ଵସ୍ତରୀୟ ପ୍ରବାସୀ ଭାରତୀୟ ମାନଙ୍କର ନେତୃତ୍ଵ ଦ୍ଵାରା ସଫଳ ହେଉଥିବା କାର୍ଯ୍ୟକୁ ପ୍ରସ୍ଛୋହନ ଦେବା ଲାଗି ଟାଇମସ ନାଓ ଆଇସିଆଇସିଆଇ ବ୍ୟାଙ୍କ ର ସମ୍ପୃକ୍ତ ପ୍ରୟାସ ହେତୁ ଖୁବ ଧୂମ ଧାମ ରେ ଅନୁଷ୍ଠିତ ହୋଇଥିଲା ଏକ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ମୁମ୍ବାଇ ସ୍ଥିତ ହୋଟେଲ ଗ୍ରାଣ୍ଡ ହାୟାତରେ ଏହି ଅବସରରେ ବହୁ ଶ୍ରେଣୀ ରେ ପୁରସ୍କାର ବିତରଣ କରଯାଇଥିଲା। ସମାରୋହରେ ଭରତ ର ନାଗରିକ,ଆମେରିକୀ କୃଷି ବୈଜ୍ଞାନିକ ଓ ସଞ୍ଜୟ ଯାଦବ ଙ୍କୁ ବ୍ଯବସାୟିକ କୃଷି କ୍ଷେତ୍ର ରେ ନିଜର ଜ୍ଞାନ ,ସମର୍ପଣ ବ୍ୟକ୍ତିତ୍ବ ଓ କାର୍ଯ୍ୟରୁଚି ଦ୍ଵାରା ସଂସ୍ଥା ର ଲାଭବାନ କରିପଡ଼ିଥିବା ହେତୁ,ସେ ଏନ. ଆର. ଆଇ. ଅଫ. ଦି .ଇୟର. ପୁରସ୍କାର ଦ୍ଵାରା ଭାରତ ର ଗୃହମନ୍ତ୍ରୀ କିରଣ ରିଜସୁ ଙ୍କ ଦ୍ଵାରା ସମ୍ମାନିତ ହୋଇଥିଲେ । ଡ.ଯାଦବ ଅମୋହ,ନୋବ୍ରେସକା ମେ, ରିସର୍କ୍କ ଓ ଡେଭଲପମେଣ୍ଟ ର ନିର୍ଦ୍ଦେଶକ ,ରନଟନେସନାଲ ନ୍ୟୁଟ୍ରିଶନ ଅଦ୍ୟାପି କାର୍ଯ୍ୟରତ ଅଛନ୍ତି ।
ଏହି ପୁରସ୍କାର ର ବିଜେତା ଚୟନ ଲାଗି ଆମେରିକା ,ୟୁକେ ,ମଧ୍ୟ-ପୂର୍ବ ଖାଡି ଏସିଆ –ଫାସି ଫିକ ଖଣ୍ଡରୁ ଆସିଥିବା ସମସ୍ତ ୧୧୫୦୦ ନାମିନେସନ ରୁ ବଛାଯାଇଥିବା ୫୧ ସଦସ୍ୟ ଙ୍କର ଯାଞ୍ଚ ସମିତି ବହୁତ ଭାବି ବିଚାରି ସେସ ପର୍ଯ୍ୟାୟ ର କମିଟି ସଦସ୍ୟ ମାନେ ମୋଟ ୨୩ ଜଣଙ୍କ ବିଜେତା ବାଛିଥିଲେ।ଏହି ହାଇ-ପ୍ରୋଫାଇଲ ସମାରୋହରେ କୃଷିରେ ବିଶେଷ ଯୋଗଦାନ ହେତୁ ଡ.ଜାଦବଙ୍କୁ ପୁରସ୍କୃତ କରଯାଇଥିଲା । ଡ.ଜାଦବ ଆଇବିଆରଆଇ ରେ ଡକ୍ଟରେଟ ଡିଗ୍ରୀ ପ୍ରାପ୍ତ କରି ଭାରତୀୟ କୃଷି ଶିକ୍ଷା ଓ ଅନ୍ତସନ୍ଧାନ ରେ ବିଶେଷ ଭାବରେ କାର୍ଯ୍ୟ କରୁଥିଲେ। ୨୦୧୫ ଜୁନ,ମାସରେ ଫିଲାଡେଲପିଆ ସହର ରେ ଆୟୋଜିତ ହୋଇଥିବା ଅପନ୍ତରାଷ୍ଟ୍ରୀୟ ଜେବ ପ୍ରଦ୍ଧେଗିଳି ର ଅଧିବେଶନ ରେ ୨୧ ଦେଶ ର ବଡ ବଡ ହସ୍ତି ମାନଙ୍କ ମଧ୍ୟରେ ଆମେରିକା ସାଂସଦ ର ଡିମ ଗ୍ରୀନବୁଦ ଦ୍ଵାରା ସବୋଚ୍ଚ ପୁରସ୍କାର ଦ୍ଵାରା ସମ୍ମାନିତ ହୋଇଥିଲେ।ମହାରାଷ୍ଟ୍ର ଚାଷୀ ଆତ୍ମହତ୍ୟା ଲାଗି ଖୁବ ଚର୍ଚ୍ଚିତ ବୁଲଢଣା ଜିଲ୍ଲା ସ୍ଥିତ କୋଲବଡ ଗ୍ରାମ ର ଏକ ସାଧାରଣ କୃଷି ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଡ.ସଞ୍ଜୟ ଜାଦବ । ପଙ୍କ ରେ ପଦ୍ମ ଫୁଲ ଫୁଟିଲା ପରି, ଏହିପରି ପ୍ରତିକୂଳ ପରିସ୍ଥିତି ରେ ଅନ୍ତରାଷ୍ଟ୍ରୀୟ କୃଷି ବୈଜ୍ଞାନିକ ଭାବେ ଯାସ ଅର୍ଜନ କରି ଡ.ଯାଦବ ନିଜର ଓ ଦେଶ ଲାଗି ଗୌରବ ଆଣିବା ସଙ୍ଗେ ସଙ୍ଗେ ଦେଶ ବିଦେଶରେ ସମ୍ମାନିତ ହୋଇ କୃଷି ସମାଜ ଲାଗି ନୂତନ ପ୍ରତୀକ ଭାବରେ ପାରିଥାପନ ହୋଇପାରିଛନ୍ତି ।
୨୦୦୪ ମସିହା ଠାରୁ ଅଗଷ୍ଟ ମାସର ଶେଷ ରବିବାର କୁ ବିଶ୍ଵପାକଶାଳା ଉଦ୍ୟାନ ଦିବସ ବା ୱାର୍ଲ୍ଡ କିଚେନ ଡେ ରୂପେ ପାଳନ କରିଆସୁଛି ।ଗତ ୨୬.୦୮.୨୦୧୮ ଦିନ ମଧ୍ୟ କିଚେନ ଗାର୍ଡେନର ଆସୋସିଏସନ ଆନୁକୁଲ୍ୟରେ ଏହି ଉସ୍ଛବ ଭୁବନେଶ୍ଵର ସ୍ଥିତ ସହିଦ ନଗରର ସାଏଲ ଟେଷ୍ଟିଙ୍ଗ ଲାବୋରେଟେରୀ ରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ଙ୍କ ପ୍ରତ୍ୟକ୍ଷ ସହଯୋଗରେ ନିଜେ”ଫଳାଇ-ନିଜେ ଖାଇବାର”ସଚେତନ ସୃଷ୍ଟି କରଯାଇଥିଲା।ଏଥିରେ ଅଂଶ ଗ୍ରହଣ କରିଥିଲେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ବୃନ୍ଦ ।
ସେଥିମଧ୍ୟରୁ ପ୍ର.ରାଧାମୋହନ ,ଉଦ୍ୟାନ ବିଭାଗର ପୂର୍ବତନ ନିର୍ଦ୍ଦେଶକ ଡ।ଏସ.ଏନ. ବେହେରା, ନାବାର୍ଡ ନିର୍ଦ୍ଦେଶକ ଅନୁପ କୁମାର ,ପ୍ରଧାନ ସିୱାର ବୈଜ୍ଞାନିକ ଡଃ ସବିତା ମିଶ୍ର ଉପସ୍ଥିତ ଥିଲେ ।ସେମାନେ ନିଜର ଅଭିଜ୍ଞତା ଓ ଅନୁଭୂତି ର ବକୃତା ଦ୍ଵାରା ସେଠାରେ ଉପସ୍ଥିତ ସମସ୍ତ ଅଭିଭାବକ ମାନଙ୍କୁ ପକଶାଳା ଉଦ୍ୟାନ ର ସଂଗଠିତ ଭାବେ ପରିଚାଳନା କରି ସେଥିରୁ ଉତ୍ତମ ଫଳ ପାଇବା ବିଷୟରେ ପ୍ରସ୍ଛୋହିତ କରିଥିଲେ। ପାକଶାଳା ଉଦ୍ୟାନ ର ନିମ୍ନ ଲିଖିତ ଉପକାରିତା ବିଷୟରେ ଆଲୋଚନା କରଯାଇଥିଲା ।
କେତୋଟି ଲାଭଦାୟକ ଦିଗ-
ସହରାଞ୍ଚଳର ବାସିନ୍ଦା ମାନଙ୍କୁ ନିଜ ଘର ର ଛାତ ବା ବାଲକୋନୀ ର ବ୍ୟବହାର କରି ଫଳ ପ୍ରାପ୍ତ କରିବାର ଉତ୍ତମ ଉପାୟ ହେଉଛି ପାକଶାଳା ଉଦ୍ୟାନ ।ଏହି ଅବସରରେ ବିଭିନ୍ନ ଉତ୍ପାଦ ର ପ୍ରକ୍ଷେପ ଯଥା ବେଷ୍ଟ ଡିକମ୍ପୋଜର(ଯାହା ୩୦ ଦିନ ମଧ୍ୟରେ ଜୈବିକ ଆବର୍ଜନାକୁ ଶଢାଏ ଖାତା ଉତ୍ପାଦନ କରିବାରେ ସକ୍ଷମ କରଯାଇଥିଲା ।ବିଶେଷ କରି ସହର ଓ ଗ୍ରାମାଞ୍ଚଳ ରେ ଜୈବିକ ପଦ୍ଧତି ରେ ଉଦ୍ୟାନ ସ୍ଥାପନ ।ପରିଚାଳନା ଓ ପୁଷ୍ଟିକର ପଣି ପାରିବା ଚାଷ ର କୌଶଳ,ପରାମର୍ଶ ଓ ବିଭିନ୍ନ ଆବଶ୍ୟକ ଉପକରଣ ଯୋଗାଇ ଦିଆଯାଇଛି ବୋଲି ଆସୋସିଏସନ ର ସଭାପତି ମତ ଦେଇଥିଲେ।
ପାକଶାଳା ବଗିଚା ଦ୍ଵାରା ମହିଳା ମାନେ ନିଜ ପରିବାରକୁ ବାହାରର ଦୂଷିତ ଓ ଆକ୍ରାନ୍ତ ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରଖିବା ସହିତ ନିୟମିତ ବଗିଚା କାର୍ଯ୍ୟ ଦ୍ଵାରା ଜୀବ ଶରୀରକୁ ସୁସ୍ଥ ରଖି ପାରିବେ ବୋଲି ଡଃ.ସବିତା ମିଶ୍ର ମତ ଦେଇଥିଲେ ସେହିପରି ନିଜର ଅଭିଜ୍ଞତା ରୁ କେତୋଟି ଅନୁପମା ଜୈବିକ ଉପାୟ ରେ ସାର ତିଆରି ର କୌଶଳ ସମ୍ପର୍କରେ ସୂଚନା ଦେଇଥିଲେ ମୁଖ୍ୟ ଅତିଥି ପ୍ରା.ରାଧମୋହନ ।
ଏହା ସହ ନାବାର୍ଡ ର ନିର୍ଦ୍ଦେଶକ ମଧ୍ୟ ବୃକ୍ଷଲତା ମଧ୍ୟରେ ଥିବା ଆତ୍ମା ଓ ତାଙ୍କର ଜୀବନ ରୁ ଭିଡି କରି ଗଛ ମାନେ ସଂଗୀତା ଶୁଣିଲେ ବା ଉତ୍ତମ ବ୍ୟବହାର ଓ ଆଚରଣ ଦ୍ଵାରା ବେଶ ଭଲ ଭାବରେ ବଢିଥାନ୍ତି ବୋଲି ଉଲ୍ଲେଖ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଆସୋସିଏସନର ସଭାପତି ଡଃ.ବୈଦ୍ୟନାଥ ମିଶ୍ର ସଭାପତିତ୍ଵ କରିଥିଲେ ଓ ସମ୍ପାଦକ ଶ୍ରୀ ମହେଶ୍ଵର ଖିଲାର ପରିଚାଳନା କରିଥିଲେ।
ଭୁବନେଶ୍ଵର ସ୍ମାର୍ଟ ସିଟିରେ ପ୍ରତ୍ୟେକ ଘର ର ଛାତ ଓ ଅଗଣ।, ଅଲୋଡା ଓ ଅଯୋଗ୍ୟ ବିବେଚିତ ସ୍ଥାନ ଓ ବିଭିନ୍ନ ଅନୁଷ୍ଠାନ ର ବଳକ। ଜାଗାମନଙ୍କରେ ପାକଶାଳା ଉଦ୍ୟାନ ସୃଷ୍ଟି କରି ଏହାକୁ ଏକ ସରସ ଓ ସବୁଜ ସହର ଭାବେ ଗଢିତୋଳି ଅଧିକ ଫୁଡପାର୍କ ସୃଷ୍ଟି କରିବା ସହିତ ତଟକା ଓ ନିରାପଦ ପଣି ପାରିବା ଉତ୍ତ୍ପାନ୍ନ କରିବାର ପ୍ରୟାସ କରିବାକୁ ସଚେତନ କରଯାଇଥିଲା।ଭୁବନେଶ୍ଵର ଜୈବିକ କୃଷି କେନ୍ଦ୍ରର ଆଞ୍ଚଳିକ ନିର୍ଦ୍ଦେଶକ ଡଃ.ଏ.ଏସ.ରାଜପୁତ। ଏହି ଅବସରରେ ଏକ ପ୍ରଦର୍ଶନୀର ଆୟୋଜନ କରଯାଇଥିଲା ।
ଗହମର ଦର ବୃଦ୍ଧି ଦ୍ଵାରା ବଢିପାରେ ଉତ୍ପାଦର ଦର
ଆକସ୍ମିକ ଭାବେ ଗହମ ଓ ପନିପରିବା ର ଦର ବୃଦ୍ଧି ଦ୍ଵାରା ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବଜାରରେ ଗହମ ର ମୂଲ୍ୟ ବୃଦ୍ଧି ଦ୍ଵାରା ଅଟା ଓ ବିସ୍କୁଟ ନିର୍ମାତା ମାନେ ମୂଲ୍ୟ ବୃଦ୍ଧି ର ଭାର ଗ୍ରାହକ ମାନଙ୍କ ଉପରେ ଲଗାଇବାକୁ ବାଧ୍ୟତା ମୂଳକ ମନସ୍ତ କରିଛନ୍ତି ।ଗହମ ର ଦର ବୃଦ୍ଧି ଦ୍ଵାରା ବ୍ରିଟାନିଆ ଓ ପାର୍ଲେ ଭଳି କମ୍ପାନୀ ମାନେ ଉତ୍ପାଦନ ର ମୂଲ୍ୟ ବଢାଇବା ଉପରେ ବିଚାର କରୁଛନ୍ତି।ବ୍ରିଟାନିଆ ବ୍ରେଡ ଓ ବିସ୍କୁଟ ଉଭୟରେ ତଥା ପାର୍ଲେ ବିସ୍କୁଟ ରେ ଗହମର ବ୍ୟବହାର କରେ।ଇଣ୍ଡିଆନ ଟବାକୋ କମ୍ପାନୀ ମାନେ ଉତ୍ପପାଦନ ର ମୂଲ୍ୟ ବଢାଇବା ଉପରେ ବିଚାର କରୁଛନ୍ତି ।ବ୍ରିଟାନିଆ ବ୍ରେଡ ଓ ବିସ୍କୁଟ
ଉଭୟରେ ତଥା ପାର୍ଲେ ବିସ୍କୁଟ ରେ ଗହମର ବ୍ୟବହାର କରେ। ଇଣ୍ଡିଆନ ଟବାକୋ କମ୍ପାନୀ ଲିମିଟେଡ ବା ଆଇ.ଟି.ସି ମଧ୍ୟ ନିଜର ଉତ୍ପ।ଦନ ର ବଢା ଦର ଧାର୍ଯ୍ୟ କରିବା ଉପରେ ବିଚାର କରୁଛି।
ଗହମ ର ଦର ମାସକ ମଧ୍ୟରେ ପ୍ରାୟ ୬.୩ ଶତକଡା ବୃଦ୍ଧି ପାଇଛି ।ଚଳିତ ବର୍ଷରେ ସରକାର ସଂସ୍ଥା ଗୁଡିକ ଖାଦ୍ୟ ସୁରକ୍ଷା ର ଲକ୍ଷ କରି ଅଧିକ ଗହମ ବଜାରକୁ କିଣିଛନ୍ତି ।ଯାହାଦ୍ୱାରା ଖୋଲା ବଜାରରେ ବିକ୍ରି ହେତୁ ଗହମ ର ପରିମାଣ କମିଯାଉଛି,ତେଣୁ ଗହମ ଦର ରେ ବୃଦ୍ଧି ଘଟିଛି ।ନାନଫେସନାରୀ ର ନିର୍ମାତା ଦିଗଜ କମ୍ପାନୀ ପାର୍ଲେ ର ଚଢା ଦର ଆଶ୍ରିବାଦ ବ୍ରାଣ୍ଡ ଓ ବିସ୍କୁଟ ର ନିର୍ମାତା ଧାର୍ଯ୍ୟ ଉପରେ ବିଚାର କରିପାରନ୍ତି।
ଆଧାର : କୃଷି ଜାଗରଣ
Last Modified : 1/16/2020