ହୋମ / କୃଷି / ଉତ୍ତମ ଅଭ୍ୟାସ / ଗୋଲାପ ଗଛରେ କାଟଛାଣ୍ଟ
ସେଆର କରନ୍ତୁ

ଗୋଲାପ ଗଛରେ କାଟଛାଣ୍ଟ

ଗୋଲାପ ଗଛରେ କାଟଛାଣ୍ଟ କିପରି କରିବେ ସେ ସମ୍ବନ୍ଧରେ ସୂଚନା ।

ଗୋଲାପ ଗଛ

ଗୋଲାପକୁ ସାଧାରଣତଃ ଫୁଲର ରାଣୀ କୁହାଯାଏ । ବ୍ୟବସାୟିକ ଭାବେ ଏହି ଫୁଲ ଚାଷ ସାରା ଭାରତ ବର୍ଷରେ ସବୁଠାରୁ ଅଧିକ।  ଗୋଲାପ ଫୁଲକୁ ସାଧାରଣତଃ କଟାଫୁଲ, ଝରାଫୁଲ ବ୍ୟତୀତ ଅତର, ବାସ୍ନାତେଲ, ଗୁଲକନ୍ଦ ଓ ଗୋଲାପ ଜଳ । ପ୍ରଭୃତି ପ୍ରସ୍ତୁତିରେ ବ୍ୟବହାର କରାଯାଏ । ଦେଶ ଓ ବିଦେଶରେ ଗୋଲାପର ଚାହିଦା ସବୁଠାରୁ ଅଧିକ । ତେଣୁ ଏହାର ଆବଶ୍ୟକତାକୁ ଭିତ୍ତି କରି ଆଜିକାଲି । ଆମ ରାଜ୍ୟର ଚାଷୀ ଭାଇମାନେ ବହୁଳ ପରିମାଣରେ ଗୋଲାପ ଚାଷ କରିବାକୁ ମନ ବଳେଇଲେଣି । ଆଉ କେତେକ ଚାଷୀ ଭାଇ ଏହାକୁ ମଧ୍ୟ ବ୍ୟବସାୟିକ ଭିତ୍ତିରେ ଆପଣେଇଲେଣି।

ସାଧାରଣତଃ ମଧ୍ୟମ ଜଳବାୟୁରେ ଗୋଲାପ ଗଛରେ ବର୍ଷସାରା ଫୁଲ ଆସିଥାଏ । କିନ୍ତୁ ଗ୍ରୀଷ୍ମ ଓ ବର୍ଷାଦିନ ଅପେକ୍ଷା ଶୀତଦିନେ ଫୁଲର ମାନ, ଆକାର ଓ ଉତ୍ପାଦନ ବଢ଼ିଥାଏ। କାରଣ ଶୀତଦିନେ ବାୟୁମଣ୍ଡଳର ଉତ୍ତାପ ୧୮ଡିଗ୍ରୀ ସେଲ୍‌ସିୟସ୍‌ରୁ କମ୍‌ ଥାଏ ଏବଂ ଗୋଲାପର ମାନ କେବଳ ପ୍ରଚୁର ସୂର୍ଯ୍ୟାଲୋକରେ ହିଁ ଭଲ ହୋଇଥାଏ। ଗଛ ବେଶି ଝଙ୍କାଳିଆ ହେଲେ ସେଥିରେ ରୋଗପୋକର ପ୍ରାଦୁର୍ଭାବ ଅଧିକ ପରିଲକ୍ଷିତ ହେବା ସଙ୍ଗେ ସଙ୍ଗେ ଏହାର ଉତ୍ପାଦନ ହ୍ରାସ ମଧ୍ୟ ପାଇଥାଏ। ତେଣୁ ଗୋଲାପ ଗଛକୁ ପ୍ରତି ବର୍ଷ ଡିସେମ୍ବରରୁ ଜାନୁୟାରୀ ମାସର ପ୍ରାରମ୍ଭ ସୁଦ୍ଧା ଏହାର ଶାଖା ଓ ପ୍ରଶାଖାକୁ କାଟଛାଣ୍ଟ କରିବା ଦରକାର। ଗୋଲାପ ଗଛ ପ୍ରତିବର୍ଷ କାଟଛାଣ୍ଟ ଆବଶ୍ୟକ କରିଥାଏ । ଏହାଦ୍ଵାରା ଫୁଲର ଆକାରରେ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଫୁଲର ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଥାଏ। ସାଧାରଣତଃ କାଟଛାଣ୍ଟ ବର୍ଷକୁ ୨ ଥିର କରାଯାଏ। ପ୍ରଥମତଃ ବର୍ଷାଋତୁ ପରେ ଏବଂ ଦ୍ଵିତୀୟତଃ ଡିସେମ୍ବର ମାସର ଶେଷ ସପ୍ତାହ ବେଳକୁ । ଆମ ରାଜ୍ୟରେ ଅକ୍ଟୋବର ମାସର ଦ୍ଵିତୀୟ ସପ୍ତାହରୁ ନଭେମ୍ବର ମାସର ପ୍ରଥମ ସପ୍ତାହ ମଧ୍ୟରେ କାଟଛାଣ୍ଟ କରାଯାଏ। ମାତ୍ର ଡିସେମ୍ବର ମାସର ଶେଷ ସପ୍ତାହରୁ ଜାନୁୟାରୀ ମାସର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ କାଟଛାଣ୍ଟ କଲେ ସମ୍ପୂର୍ଣ୍ଣ ଶୀତଋତୁରେ ଏବଂ ବସନ୍ତରତୁରେ ପ୍ରଚୁର ଫୁଲ ମିଳିଥାଏ।

କାଟଛାଣ୍ଟର ୬-୭ ସପ୍ତାହ ପରେ ପ୍ରଥମ ଫୁଲ ଆସିଥାଏ । କାଟଛାଣ୍ଟ  ସମୟରେ ଗଛର ସମସ୍ତ ରୋଗଣା, ପୋକଖିଆ ତଥା ଶୁଖିଥିବା ଡାଳ ଏବଂ ଗଛର ଆବଶ୍ୟକତା ଅନୁସାରେ ଡାଳର ଅତ୍ୟଧିକ ଡାଳକୁ କାଟି ଦିଅନ୍ତୁ। କାଟିବା ସମୟରେ ବାହାର ପାଖରୁ ବାହାରିଥିବା ଗୋଟିଏ କଳିକାର ଉପରୁ ୦.୫ ସେ.ମି. ଛାଡ଼ି ଏକ ତୀକ୍ଷ୍ମ ଏବଂ ତୀର୍ଯ୍ୟକ ଭାବେ କାଟନ୍ତୁ। କଟା ଅଂଶରେ ବୋର୍ଡୋକ୍ସ ଦ୍ରବଣ (୧୦ ପ୍ରତିଶତ) କିମ୍ବା ଏକ ଲିଟର ପାଣିରେ ୩୦ ଗ୍ରାମ୍ କପର ଅକ୍ସିକ୍ଲୋରାଇଡ (ବ୍ଲାଇଟକ୍ସ-୫୦) ମିଶାଇ ଲେପ ପ୍ରସ୍ତୁତ କରି କାଟିଥିବା ସ୍ଥାନରେ ପ୍ରୟୋଗ କରନ୍ତୁ। ବିଭିନ୍ନ ପ୍ରକାର ଗୋଲାପ ପାଇଁ କାଟଛାଣ୍ଟର ପ୍ରଣାଳୀ ଅଲଗା ଅଲଗା ହୋଇଥାଏ।

  • ହାଇବ୍ରିଡ୍ ଟି : ସମସ୍ତ ରୋଗଣା ଏବଂ ଦୁର୍ବଳ ଡାଳ କାଟିବା ସହିତ ପୂର୍ବବର୍ଷ ବଢ଼ିଥିବା ୪-୫ ଗୋଟି ଡାଳର ୫-୬ ଟି ଆଖି  ରଖି  ଅନ୍ୟ ସବୁକୁ କାଟି ଦିଅନ୍ତୁ।
  • ଫ୍ଲୋରିବୁଣ୍ଡା : ଗୋଟିଏ ଗଛରୁ ଅଧିକ ସଂଖ୍ୟକ ଫୁଲ ପାଇବା ପାଇଁ ଏଥିରେ କମରୁ ମଧ୍ୟମ ଧରଣର କାଟଛାଣ୍ଟ କରନ୍ତୁ। ସର୍ବୋପରି ମିନିଏଚର ଏବଂ ଲତା ଜାତୀୟ ଗୋଲାପରେ ଖୁବ୍ କମ୍ ରୁ ଅତି କମ୍ କାଟଛାଣ୍ଟ କରିଲେ ଭଲ।

ଖତ ଓ ସାର

କାଟଛାଣ୍ଟ ପରେ ଗୋଲାପ ଗଛରେ ପ୍ରଚୁର ପରିମାଣରେ ଜୈବିକ ସାର ଓ ଖତ ପ୍ରୟୋଗ କରିବା ଆବଶ୍ୟକ ସାଧାରଣତଃ କାଟଛାଣ୍ଟର ୧୫ ଦିନ ପରେ ଗଛ ମୂଳକୁ କୋଡ଼ାଖୋସା କରି ଅନାବନା ଘାସ ସବୁ ବାଛନ୍ତୁ। ପରେ ପ୍ରତି ଗଛ ପିଛା ୬-୧୦ କେଜି କମ୍ପାଷ୍ଟ ସହ ତରଳ ଖତର ବ୍ୟବହାର କରନ୍ତୁ ଏଭଳି କଲେ ଫୁଲର ମାନ ଓ ଉତ୍ପାଦନରେ ବୃଦ୍ଧି ଘଟିଥାଏ। ଏଥିପାଇଁ ୧ କେଜି କଞ୍ଚା ଗୋବରକୁ ୧ କେଜି ସୋରିଷ ପିଡ଼ିଆ ସହ ୧୦ ଲିଟର ପାଣିରେ ମିଶାଇ ଗୋଟିଏ ମିଶ୍ରଣ ପ୍ରସ୍ତୁତ କରି ବଡ଼ ଡ୍ରମରେ ରଖନ୍ତୁ । ତା’ ପରେ ଏହାକୁ ପ୍ରତିଦିନ ଘାଣ୍ଟନ୍ତୁ । ୭-୧୦ ଦିନ ପରେ ଏହି ମିଶ୍ରଣକୁ ଛଣା ସାହାଯ୍ୟରେ ଛାଣି ୧:୧୦ ଅନୁପାତରେ ମିଶାଇ କଢ଼ ହେବା ପରଠାରୁ ଫୁଲ ଫୁଟିବା ପର୍ଯ୍ୟନ୍ତ ପ୍ରତି ୧୦-୧୨ ଦିନ ବ୍ୟବଧାନରେ ଗଛକୁ ବୁଡ଼ାଇ ସିଞ୍ଚନ କରନ୍ତୁ ।

ଏହାଛଡ଼ା ଜୈବିକ ସାର ହିସାବରେ ଗଛ ପିଛା ୫୦ ଗ୍ରାମ ନିମ୍ବପିଡ଼ିଆ କିମ୍ବା କରଞ୍ଜ ପିଡିଆକୁ ବ୍ୟବହାର କରନ୍ତୁ । ସାର ହିସାବରେ ପ୍ରତି ଗଛ ପିଛା ଯବକ୍ଷାରଯାନ ୩o-୪୦ ଗ୍ରାମ, ୫୦ଗ୍ରାମ, ଫସଫରସ୍ ୨୦ ଗ୍ରାମ୍ ଏବଂ ପଟାସ୍ ୩୦ ଗ୍ରାମ୍ କାଟଛାଣ୍ଟର ୨୦ ଦିନ ପରେ ପ୍ରୟୋଗ କରନ୍ତୁ ।

ଗୋଲାପ ଗଛରେ ବହୁତ ଅଣୁସାରର ଅଭାବ ମଧ୍ୟ ପରିଲକ୍ଷିତ ହୋଇଥାଏ। ତେଣୁ ଅଣୁସାରର ଅଭାବକୁ ଦୂର କରିବା ପାଇଁ ନୂତନ ପତ୍ର ବାହାରିବାର ୧୫ ଦିନ  ପରେ ୮ ଗ୍ରାମ ମ୍ୟାଗ୍ନେସିୟମ୍ ସଲଫେଟ୍, ୬ ଗ୍ରାମ୍ ମାଙ୍ଗାନିଜ୍ ସଲଫେଟ୍ ଏବଂ ୨ ଗ୍ରାମ୍  ବୋରାକ୍ସକୁ ୧୦ଲି ପାଣିରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ। ସିଞ୍ଚନ କରିବାର ଆଉ ୧୫ ଦିନ ପରେ ପୁନର୍ବାର ଏହି ମିଶ୍ରଣକୁ ପ୍ରୟୋଗ କରିବା ଆବଶ୍ୟକ।

ଜଳସେଚନ

ଗଛରେ ସାର ପ୍ରୟୋଗ କରିବା ପରେ ସଙ୍ଗେ ସଙ୍ଗେ ଜଳସେଚନ କରନ୍ତୁ । ଜଳସେଚନ ସାଧାରଣତଃ ଗଛ ମୂଳକୁ ଗୋଲେଇ କରି ଦିଆଯାଏ । ଯାହାଦ୍ଵାରା କି ଗଛ ମୂଳକୁ ପାଣି ଲାଗିବ ନାହିଁ । ସର୍ବଦା ମାଟିର ବତର ଦେଖି  ଜଳସେଚନ କରିବା ଆବଶ୍ୟକ।

ରୋଗ ଓ ପୋକ ପରିଚାଳନା

  • କଳାଦାଗ: ଏହି ଦାଗ ସାଧାରଣତଃ ପତ୍ରରେ ଦେଖା ଦେଇଥାଏ। ପ୍ରାରମ୍ଭରୁ  ଦାଗଟି ଛୋଟ ହୋଇ କାଳକ୍ରମେ ବଡ଼ ଆକୃତିରେ ପରିଣତ ହୋଇ ପତ୍ର ଝଡ଼ି ପଡ଼ି ଫୁଲର ଆକାର କମିଯାଏ । ଏହାର ନିରାକରଣ ପାଇଁ (କାର୍ବେଣ୍ଡାଜିମ୍ + ମାନକୋଜେବ ୨ ଗ୍ରାମ ୧ଲି, ପାଣିରେ  ମିଶାଇ ଗଛକୁ ପ୍ରୟୋଗ କରିବା ଉଚିତ।
  • ପାଉଁଶିଆ ରୋଗ: ଏହାର ପ୍ରାଦୁର୍ଭାବରୁ ରକ୍ଷା କରିବା ପାଇଁ ସଲଫେକ୍ସ ଗୁଣ୍ଡ ୩ ଗ୍ରାମ୍/୧ ଲି, ପାଣିରେ ମିଶାଇ ସିଞ୍ଚନ କରିବା ସହ ବେନୋମିଲ (୧ ଗ୍ରାମ/୧ ଲି.  ପାଣିରେ) ମିଶାଇ ସିଞ୍ଚନ କରିବା ଆବଶ୍ୟକ।

ପୋକ ପରିଚାଳନା

  • ପତ୍ରଖିଆ ପୋକ: ଫସଲରେ ନିମ୍ବତେଲ  କମ୍ କରଞ୍ଜ ତେଲ ୫-୭ ମି.ଲି/୧ ଲିଟର ପାଣିରେ ମିଶାଇ ସନ୍ଧ୍ୟା ସମୟରେ ସିଞ୍ଚନ କଲେ ଏହି ପତ୍ରଖିଆ  ପୋକରୁ ଉପଶମ ମିଳିଥାଏ।
  • କଢ଼ିଆ ପୋକ: ଏଥିପାଇଁ ନିମାଜୋଲ (୩ ମି.ଲି./୧ ଲି. ପାଣି) କିମ୍ବା କାରଟ୍ରାପ୍ ହାଇଡ୍ରୋକ୍ଲୋରାଇଡ୍ ୨ ଗ୍ରା/୧ ଲି.ପାଣିରେ ମିଶାଇ କଢ଼କୁ ସିଞ୍ଚନ କରିବା ଆବଶ୍ୟକ ।
  • ଜଉ ପୋକ: ଏହା ଏକ ଶୋଷକ ଜାତୀୟ ପୋକ ଏମାନେ ଗଛରେ ପତ୍ରକୁ  ଶୋଷିଖାଇବା ସହ କଢ଼କୁ ମଧ୍ୟ ସଂପୂର୍ଣ୍ଣ ଭାବରେ ଶୋଷି ଖାଇ ଦେଇଥାନ୍ତି। ଏଥିପାଇଁ ଥାଇଓମିଥୋକଜାମ୍ (୧ ଗ୍ରାମ/ ୧ଲି ପାଣି) କିମ୍ବା ଏସିଟାସିପ୍ରିଜ୍ ୦.୫ ଗ୍ରାମ/୧ ଲି. ପାଣିରେ ମିଶାଇ ସିଞ୍ଚନ କରିବା ଦରକାର। ଅମଳ: ଲଗାଇବାର ୧ ବର୍ଷ ପରେ ଗୋଲାପ ଗଛରୁ ଫୁଲ ମିଳିଥାଏ । କିନ୍ତୁ ୩-୪ ବର୍ଷ ପରେ ବ୍ୟବସାୟିକ ଭିତ୍ତିରେ  ଫୁଲ ଅମଳ କରାଯାଏ । ଗୋଟିଏ ଗଛ ପିଛା ୭୦-୧୦୦ ଫୁଲ ଅମଳ ମିଳିଥାଏ । ସାଧାରଣତଃ ସକାଳ ବେଳା କିମ୍ବା ସନ୍ଧ୍ୟା ସମୟରେ ଫୁଲ ତୋଳିବା ଭଲ। ସାଧାରଣତଃ ହାତରେ ନ ଛିଣ୍ଡାଇ ଧାରୁଆ ସିକେଟର୍ ସାହାଯ୍ୟରେ ଡେର । ଲମ୍ବଠାରୁ ୨ ସେ.ମି. ଅଧିକ କରି କାଟନ୍ତୁ। ଆଉ ସଙ୍ଗେ ସଙ୍ଗେ ଏହାକୁ । ପ୍ଲାଷ୍ଟିକ ବାଲରେ ପରଖାର ପାଣ ର ସେଥିରେ ଭଲ ଭାବରେ ଧୁଅନ୍ତୁ। ଗ୍ରାମ/୧ଲି, ପାଣିରେ ମିଶାଇ ସିଞ୍ଚନ । ତା'ପରେ ଫ୍ରିଜଭେଟିଭ୍ (ସିଲର୍ଭର ଥାଇଓସଲଫେଟ୍) ଦେଇ ଫୁଲର ବେକ ପର୍ଯ୍ୟନ୍ତ ଅଧିକ ଦିନ ସତେଜ ହୋଇ ରହିବା ପାଇଁ ବୁଡ଼ାଇ ରଖନ୍ତୁ ।

ସଂଗୃହିତ

  • ପ୍ରାର୍ଥନା ମହାନ୍ତି
  • ଡ. ମନୋଜ କୁମାର ରାଉତ
2.98214285714
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top