অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗ୍ରୀନ୍ ହାଉସ୍ ରେ କାର୍ଣ୍ଣାସନ୍

କାର୍ଣ୍ଣାସନ୍ ଏହା ଏକ ଫୁଲର ନାଁ ଶୁଣିବାକୁ ନୂଆ ଲାଗୁଥାଇପାରେ । ହେଲେ ଫୁଲଟି ଦେଖିବାକୁ ଯେତିକି ସୁନ୍ଦର। ଏହାର ଚାହିଦା ମଧ୍ୟ ସେତିକି ଅଧିକ । ଓଡିଶାର ଚାଷୀମାନେ ଏହାକୁ ଗ୍ରୀନ୍ ହାଉସ୍ ରେ  ବ୍ୟବସାୟିକ ଭିତ୍ତିରେ ଚାଷ କରି ବେଶ୍ ଲାଭବାନ୍ ହୋଇପାରିବେ।

ଓଡିଶାରେ ବ୍ୟବହୃତ କାର୍ଣ୍ଣାସନ୍ ସାଧାରଣତଃ ବାଙ୍ଗାଲୋର ଓ ପୁନା ଆଦି ସ୍ଥାନରୁ ଆସୁଛି । କାର୍ଣ୍ଣାସନ୍ ଫୁଲ ଚାଷ ସମ୍ପର୍କରେ ଏଥିରର ସ୍ୱତନ୍ତ୍ର ଆଲେଖ୍ୟ।

ଆକାର  ଅନୁସାରେ କାର୍ଣ୍ଣାସନ୍ କୁ  ୨ ପ୍ରକାରରେ ବିଭକ୍ତ କରାଯାଇଛି ।

  1. ଷ୍ଟାଣ୍ଡାର୍ଡ କାର୍ଣ୍ଣାସନ୍
  2. ଏହାର ଫୁଲ ସଲଗ୍ନ କାଣ୍ଡ, ଲମ୍ବ ଉପଜୋର ଗୋଟିଏ ବଡ ଫୁଲ ରହେ ।

  3. ସ୍ପ୍ରେ କାର୍ଣ୍ଣାସନ୍
  4. ଫୁଲ ସଲଗ୍ନ କାଣ୍ଡ ଅପେକ୍ଷାକୃତ ସାନ ମାତ୍ର ତା' ଉପରେ ଗୋଛା ଗୋଛା ଫୁଲ ରହେ । ଫୁଲ ସାଜସଜା ପାଇଁ ଷ୍ଟାଣ୍ଡାର୍ଡ କାର୍ଣ୍ଣାସନ୍ ପ୍ରଜାତିକୁ ବଜାରରେ ବେଶୀ ଆଦର କରିଥାନ୍ତି ।

ଓଡିଶାରେ ଅନେକ ଚାଷୀ ଗ୍ରୀନ୍ ହାଉସ୍ ବା ସବୁଜ ଘରେ ଚାଷ କରି ବେଶ୍ ସଫଳତା ପାଇଲେଣି । ପରୀକ୍ଷାମୂଳକ ଭାବେ ଓଡିଶାରେ ଏହା ଚାଷ କରି ଚାଷୀମାନେ ସଫଳ ହୋଇଛନ୍ତି ।

ଜଳବାୟୁ

କାର୍ଣ୍ଣାସନ୍ ର ଅନେକ ପ୍ରଜାତି ଆଲୋକ ସଂବେଦୀ । ଏହାକୁ ଖରାଦିନେ ଚାଷ କଲେ ଭଲ ଗୁଣବତ୍ତାର ଫୁଲ ଦିଅନ୍ତି ନାହିଁ । ସାଧାରଣ ପ୍ରଜାତି ପାଇଁ କାର୍ଣ୍ଣାସନ୍ ୧୦ ଡିଗ୍ରୀ ସେଣ୍ଟିଗ୍ରେଡରୁ ୨୩ ଡିଗ୍ରୀ ସେଣ୍ଟିଗ୍ରେଡ ତାପମାତ୍ରା ଆବଶ୍ୟକ କରେ ଏବଂ ୧୨ ଘଣ୍ଟା ଆଲୋକ ଦରକାର କରେ । ଏହି ସବୁ ପ୍ରଜାତି ଓଡିଶାରେ ଶୀତଦିନେ ଲାଭଜନକ ଭାବେ ଚାଷ ହୋଇପାରିବ ।

ମୃତ୍ତିକା

କାର୍ଣ୍ଣାସନ୍ ପାଇଁ ନିଗିଡା, ଦୋରସା,ମୃତ୍ତିକା ଭଲ ।

ଲଗାଇବା ପଦ୍ଧତି

ଲମ୍ବା ଉଚ୍ଚା ସମାନ୍ତର ପଟାଳିମାନଙ୍କରେ କାର୍ଣ୍ଣାସନ୍ ଲଗାଯାଏ ।

  • ଏହାର ଉପର ଓସାର ୯୦ ସେ.ମି ରହିବା ବେଳେ ତଳ ୧୦୦ସେ.ମି ଓ ଉଚ୍ଚତା ୪୫ ସେ.ମି ରହିବା ଆବଶ୍ୟକ ।
  • ଦୁଇଟି ପଟାଳି ମଧ୍ୟରେ ୫୦ ସେମି ଅନ୍ତର ରୁହେ ।
  • ଯେଉଁଥିରେ ଯିବା  ଆସିବା ଏବଂ ପରିଚାଳନଗତ କାମ କରିବାକୁ ସୁବିଧା ହୋଇଥାଏ ।
  • ଏହି ପଟାଳିରେ ଗଛକୁ ଗଛ ୧୫ ସେ.ମି ଓ ଧାଡିକୁ ଧାଡି ୧୫ ସେ.ମି ୬ ଧାଡି କାର୍ଣ୍ଣସନ୍ ଲଗାଯାଏ ।

ପ୍ରସାରଣ

ସାଧାରଣତଃ ଭଲ ପ୍ରଜାତି ଟିସୁ କଲଚର ମାଧ୍ୟମରେ ପ୍ରସାରିତ ହୁଏ । ମାତ୍ର ପରେ ପରେ ଚାଷୀ ନିଜେ ଚେଷ୍ଟମ କଟିଙ୍ଗ ପଦ୍ଧତିରେ ୧୦ରୁ୧୫ ସେ.ମି. ଅଗ୍ରଭାଗ (ତିନି ଚାରୋଟି ଗଣ୍ଠି ଥିବା) ଚେର କାରକ ଓ ବୃଦ୍ଧି ନିୟନ୍ତ୍ରକ ବ୍ୟବହାର କରି ଗଛ ସୃଷ୍ଟି କରିପାରିବ।

ପ୍ରଜାତି

ରେଡକିଙ୍ଗ, ସିଚେଲେ, ମାଲାଗା, ଜିଓଲେ, ଲିଉରାସି ଆଦି ପ୍ରଧାନ ।

ଖତସାର

ଉପର ୩୦ ସେମି ମାଟିରେ ୩୦% ଭାଗ ଖତ ମିଶାଇ ଦିଆଯାଏ । ବୁନ୍ଦା ଜଳସେଚନ ମାଧ୍ୟମରେ ସାର ଦିଆଯାଏ । ସାରର ମାତ୍ରା ୧.୨ ଗ୍ରା (୧୯-୧୯-୧୯) ଦିନ ପ୍ରତି ବର୍ଗମିଟର ପ୍ରତି । ଗୋଟିଏ ସାଧାରଣ ଫସଲ ୨୫୦ ଦିନ ଫିର୍ଟିଗେସନ୍ ଦ୍ଵାରା କରାଯାଇଥାଏ ।

ଗଛର ଯତ୍ନ

ଗଛକୁ ସିଧା ଧରି ରଖୁବା ପାଇଁ ପ୍ଲାଷ୍ଟିକ୍ ସୂତାରେ ଉପରୁ ଝୁଲାଇ ବାନ୍ଧି ଦିଆଯାଏ । ନଚେତ ଏହାର କାଣ୍ଡ ବଙ୍କା ହୋଇଯାଏ । ଅନାବଶ୍ୟକ ବାହାରି ଆସୁଥିବା ଡାଳକୁ ନଖରେ ଛିଣ୍ଡାଇବା ଦ୍ଵାରା ଏହା ବାହାରେ ନାହିଁ ଓ ମୁଖ୍ୟ ଫୁଲ ବାହାରେ । ବେଳେ ବେଳେ ମୁଖ୍ୟ ଫୁଲ ତଳୁ ଶାଖା ବାହାରି କଚ୍ଚ ସୃଷ୍ଟି ହୁଏ । ଏହାକୁ ମଧ୍ୟ କାଟି ଦେବା ଦ୍ଵାରା ମୁଖ୍ୟ ଫୁଲ ବଡ ହୁଏ । ସଠିକ୍ ଭାବେ ବାଳୁଙ୍ଗା ନିୟନ୍ତ୍ରଣ ଓ ଜଳସେଚନ କରିବା ଦ୍ଵାରା ଫସଲ ଭଲ ହୁଏ ।

ଅମଳ

ବର୍ଷକୁ ସାଧାରଣ କାର୍ଣ୍ଣାସନ୍ ଫସଲରୁ ବର୍ଗ ମିଟର ପ୍ରତି । ୨୦୦ ଫୁଲ ମିଳିପାରିବ । ଏହାକୁ ଲମ୍ବା କାଣ୍ଡ ସହିତ କାଟି କାର୍ତ୍ତନରେ ପ୍ୟାକ୍ କରି ଆମେ ଫୁଲ ଦୋକାନକୁ ପଠାଇପାରିବା । ସଠିକ୍ ଭାବରେ ଚାଷ କଲେ ଗ୍ରୀନ୍ ହାଉସ୍ ଚାଷୀ ଏହି ଫସଲରୁ ଏକ ଏକରରୁ ୧୦-୧୨ ଲକ୍ଷ ପର୍ଯ୍ୟନ୍ତ ଲାଭ ପାଇପାରିବ ।

ଆଧାର - ଭଗବାନ ଦାଶ, ଉଦ୍ୟାନ କୃଷି ନିର୍ଦ୍ଦେଶକ, ଗଞ୍ଜାମ

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate