ଉତ୍ତମ ବିହନ ହେଉଛି ଉତ୍ତମ ଚାଷର ମୁଖ୍ୟ ଆଧାର । ଜମି ପ୍ରସ୍ତୁତି, ଜଳସେଚନ, କୀଟନାଶକ ପ୍ରୟୋଗ ଇତ୍ୟାଦି ଠିକ ଥାଇ ମଧ୍ୟ ଯଦି ବିହନଟି ଭଲରେ ଗଜା, ନହେଲା, ଗଜା ହୋଇ ବି ଯଦି ଉତ୍ତମ। ଗଛଟିଏ ଦେବାରେ ସମର୍ଥନ ହେଲା । ତେବେ ଚାଷରେ ବ୍ୟବହୃତ ସମସ୍ତ ଲଗାଣ ବ୍ୟର୍ଥ ହୋଇଯିବ ଏବଂ ନିଶ୍ଚୟ କ୍ଷତି ହେବ । ଆମେ ଯଦି ପ୍ରାମାଣିତ ବିହନ ବା ପର୍ଯ୍ୟାକେଟ୍ ବିହନ ବ୍ୟବହାର କରୁଛେ ତେବେ ସେଥିରେ ବିହନର ଶୁଦ୍ଧତା ଏବଂ ଗଜା ପରୀକ୍ଷା କରାଯାଇଥାଏ ଏବଂ ଏକ ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ ବିହନକୁ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ । ହେଲେ ଏସବୁ ବିନ୍ଦନ ବ୍ୟତୀତ ଚାଷୀମାନେ ନିଜ ଦ୍ଵାରା ସଞ୍ଚୁତ ବିହନ ମଧ୍ୟ ବ୍ୟବହାର କରିଥାଆନ୍ତି, ଯାହାର ଗୁଣବତ୍ତା ପ୍ରମାଣ କରିବା ପାଇଁ ବିହନ ପରୀକ୍ଷା ଅପରିହାର୍ଯ୍ୟ । ତେଣୁ ବିହନ ପରୀକ୍ଷା ବିଷୟରେ ଅବଗତ ହେବା ଏବଂ ଏହା ଉପରେ କୁଶଳତା ଅର୍ଜନ କରିବା, ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ ।
ବିହନ ପରୀକ୍ଷା
ବିହନ ପରୀକ୍ଷାର ଦୁଇଟି ମୁଖ୍ୟ ଦିଗ ହେଲା –
ବିହନର ଭୌତିକ ଶୁଦ୍ଧତା ମାନେ ବୁଝିବା ଯେ ବିହନଟି କେତେ ସଫା ବା ଶୁଦ୍ଧ । ଅଧୁକାଂଶ ସମୟରେ ଚାଷୀମାନଙ୍କ ଦ୍ଵାରା ସଂଗୃହୀତ ବିହନରେ କାଠି, କୂଟା, ମାଟି, ଭଙ୍ଗା ମଞ୍ଜି ଇତ୍ୟାଦି ମିଶି ରହିଥାଏ । ବିହନରେ ଏହି ଅଶୁଦ୍ଧତା ଯୋଗୁଁ ବିନ୍ଦନର ଜଳୀୟ ଅଂଶ ବୃଦ୍ଧି ପାଏ ଏବଂ ଏହା ପୋକ ଓ ଫିମ୍ପିଦ୍ଵାରା ସହଜରେ ଆକ୍ରାନ୍ତ ହୁଏ । ଅଶୁଦ୍ଧତାକୁ ଆମେ ଚାରି ଭାଗରେ ଶ୍ରେଣୀଭୂକ୍ତ କରିପାରିବା, ଯେପରିକି -
ଉପରୋକ୍ତ ସମସ୍ତ ଅଶୁଦ୍ଧତା ମିଶି ୧୦୦ ଗ୍ରାମରେ ୨ ଗ୍ରାମରୁ ଆଧୁକ ରହିଲେ ବିନ୍ଦନକୁ ଆମେ ଅଶୁଦ୍ଧ ବିହନ କହିପାରିବା ।
ପ୍ରଥମେ ବିହନ ପାଛୁଡ଼ି, ଶୁଖେଇ, ବାଛି ଆମେ ଭୌତିକ ଶୁଦ୍ଧତାର ସ୍ତରକୁ ଆଣିପାରିଲେ ଆମେ ବିହନର ଗଜା ହେବା କ୍ଷମତାର ପରୀକ୍ଷା କରିବା । ଏହି ପରୀକ୍ଷାରେ ଜାଣିପାରିବା ଯେ, ପ୍ରତି ୧୦୦ଟି ବିହନରୁ କେତୋଟି ବିହନରୁ ଆମେ ଏକ ସୁସ୍ଥ ଗଛ ପାଇପାରିବା । ଯଦି ଆମେ ୧୦୦ଟି ବିହନରୁ ଫସଲ ଅନୁଯାୟୀ ୬୦ ରୁ ୮୦ ଟି ସୁସ୍ଥ ଗଜା ପାଇ ପାରିବା ତେବେ ତାହାକୁ ଏକ ଉତ୍ତମ ଗୁଣବତ୍ତାଯୁକ୍ତ ବିହନ ବୋଲି କୁହାଯାଇପାରିବ ।
ଅଧିକାଂଶ ଗ୍ରାମରେ ଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକ ପାଖରେ କୋଠଘର ଥାଏ, ଯେଉଁଠାରେ ସେମାନେ ତାଙ୍କର ଅର୍ଥ ଉପାର୍ଜନକାରୀ କାର୍ଯ୍ୟକ୍ରମ ସହିତ ସଭାମାନ ମଧ୍ୟ କରିଥାଆନ୍ତି । ସେଠାରେ ଏକ କ୍ଷୁଦ୍ର ବିହନ ପରୀକ୍ଷା ପ୍ରୟୋଗଶାଳାର ଆୟୋଜନ କରାଯାଇପାରିବ । ସେହିଠାରେ ପ୍ରତ୍ୟେକ ଚାଷୀ ସେମାନଙ୍କର ବିହନ ପରୀକ୍ଷା କରିପାରିବେ । ମୁଖ୍ୟ ଆବଶ୍ୟକତାଗୁଡ଼ିକ ହେଲା –
ଘରେ ଗଜା ପରୀକ୍ଷା ପାଇଁ ଦରକାର –
ଛୋଟ ଛୋଟ ମଞ୍ଜିଥିବା ଫସଲ ପାଇଁ ଏହା ଉପଯୁକ୍ତ, ଯେପରିକି
ଗଜା ପରୀକ୍ଷା ପାଇଁ ମୋଟା ନଦୀ ବାଲି ସଂଗ୍ରହ କରନ୍ତୁ । ବାଲିକୁ ବାଲଟିରେ ଭଲଭାବେ ୪-୫ ଥର ଧୋଇ ସବୁ ମଇଳା ବାହାର କରିଦିଅନ୍ତୁ । ତାପରେ ତାକୁ ଖରାରେ ପରିଷ୍କାର କପଡ଼ା ଉପରେ ଶୁଖେଇ ଦିଅନ୍ତୁ । ବାଲି ଶୁଖିଗଲା ପରେ ତାକୁ ଯତ୍ନ ସହକାରେ ସାଇତି ରଖନ୍ତୁ ।
ତେଣୁ ଗଜା ପରୀକ୍ଷା କରିବା ପାଇଁ ଆମେ ସାଧାରଣ ଚାରା ଏବଂ ସତେଜ କିନ୍ତୁ ଗଜା ନ ହୋଇଥିବା ବିହନକୁ ଗଣି ହିସାବ କରିବା ଏବଂ ଶତକଡ଼ା ହିସାବରେ ବିହନର ଗଜା ହେବା କ୍ଷମତାକୁ ନିରୂପଣ କରିବା।
ଉଦାହରଣ ସ୍ଵରୂପ ୫୦ଟି ମୁଗ, ବିହନରୁ ମିଳିଲା -
ତେବେ ଗଜା ହେବା କ୍ଷମତା ହେଲା{(୩୯+୨) / ୫୦ X ୧୦୦ }%= (୪୧ ×୧୦୦) /୫୦)%= (୪୧ × ୨)%=୮୨% ଯେହେତୁ ବିହନର ଗଜା ହେବା କ୍ଷମତା ଅଧିକ ତେଣୁ ଏହା ଏକ ଉତ୍ତମ ବିହନ ।
ଲେଖା ଏବଂ ପ୍ରାପ୍ତ - ଚକ୍ରଧର ପାତ୍ର, ଲକ୍ଷ୍ମୀପ୍ରିୟା ସାହୁ ଓୟୁଏଟି, ଭୂବନେଶ୍ଵର
Last Modified : 1/15/2020