অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଘରେ ପ୍ରସ୍ତୁତ କରନ୍ତୁ ବୋନସାଇ ଓ ଝୁଲନ୍ତା ଉଦ୍ୟାନର ଯତ୍ନ

ଘରେ ପ୍ରସ୍ତୁତ କରନ୍ତୁ ବୋନସାଇ ଓ ଝୁଲନ୍ତା ଉଦ୍ୟାନର ଯତ୍ନ

ବୋନସାଇ ପ୍ରସ୍ତୁତ କଣ ଓ ପ୍ରସ୍ତୁତି ପ୍ରଣାଳୀ

“ବୋନସାଇ" ମାନେ ବାମନୀକୃତ ବୃକ୍ଷ । ଜାପାନର ବୌଦ୍ଧ ଭିକ୍ଷୁମାନେ ପ୍ରଥମ ଥର ପାଇଁ ଏହି ଗଛର ବିକାଶ କରିଥିଲେ ।

ବଜାରରୁ ଭଲ ବୋନସାଇ ଗଛଟିଏ କିଣିବାକୁ ପାଖାପାଖି ଦେଢ ହଜାରରୁ ୧୫ ହଜାର ଟଙ୍କା ପଡ଼ିଥାଏ । ହେଲେ ଆପଣ ଯଦି ଚାହିଁବେ ଏହାକୁ ନିଜେ ଘରେ ପ୍ରସ୍ତୁତ କରିପାରିବେ ।

ବୋନସାଇ ପାଇଁ ଉପଯୁକ୍ତ ଗଛ:

ଓଡ଼ିଶାରେ ଆମ୍ବ, ଡ଼ାଳିମ୍ବ, ଝାଉଁ, ବର, ଅଶ୍ଵତ୍ଥ, ଜାମୁ, ଲେମ୍ବୁ, କମଳା, ପିଜୁଳି, କଇଁଥା, ଲିଚୁ, ବରକୋଳି, ଖଜୁରୀ, ଶେଉ, ନାସ୍ପାତି  ଆଦି ଫଳ ନିମ୍ବ, ମହାନିମ୍ବ, ଶିରିଶ, ଆକାଶ, କୃଷ୍ଣଚୂଡ଼ା, କାଶିଆ, ଡ଼ିମ୍ବିରି, ଚମ୍ପା, କାଗଜ ଫୁଲ ଆଦି ଗଛରୁ ବୋନସାଇ ପ୍ରସ୍ତୁତ ହୋଇପାରିବ ।

ବୋନସାଇ ପାତ୍ର:

ବୋନସାଇ ଗଛକୁ । ସାଧାରଣତଃ ଅଗଭୀର ମାଟି ପାତ୍ରରେ ରଖାଯାଏ । ପାତ୍ରର ଆକାର ବର୍ଗାକାର, ଆୟାତାକାର, ଗୋଲାକାର, ଅଣ୍ଡାକାର ସାତ କୋଣିଆ ହୋଇପାରିବ । ଏବେ ବଜାରରେ ବିଭିନ୍ନ ଡିଜାଇନର ସିମେଣ୍ଟ ଚୀନାମାଟି ପ୍ଲାଷ୍ଟିକ୍‌ର ସୁନ୍ଦର ବୋନସାଇ ପାତ୍ରରେ ବୋନସାଇ ଗଛ ଲଗାଇଲେ ବହୁତ ଭଲ । ପାତ୍ରରେ ଗୋବାନ ସାଇ ଗଛ ଲଗାଇଲେ ବହୁତ ଭଲ ।

ଗଛ ସଂଗ୍ରହ:

ପ୍ରାକୃତିକ ଭାବରେ ଛୋଟରୁ ବଢ଼ିଥିବା ଗଛକୁ ଠିକ୍ ଭାବରେ ଚେର ସହ ମାଟିରୁ ବାହାର କରି ବେନସାଇ କରିହେବ । ଏହିପରି ସଂଗୃହୀତ ଗଛ। ମାତ୍ର ୪-୫ ବର୍ଷ ମଧ୍ୟରେ ନିର୍ଦ୍ଦିଷ୍ଟ ଆକୃତି ନେଇପାରିବ । ଏମିତି ଗଛ ପାଇବା ସହଜ ନୁହେଁ, ତେଣୁ ଗୁଟି କଲମି  କଟିସ ଗ୍ରାଫଟିଙ୍ଗ୍ ଆଦି ପ୍ରଣାଳୀରେ ପାଉଥିବା ଗଛର ଡାଳ ଠିକ୍ ଭାବରେ ବୟସ୍କ ହୋଇଥିବାରୁ ଏ ସବୁରୁ ମଧ୍ୟ ବୋନସାଇ କରି ପାରିବା । ୫ - ୧୦ ବର୍ଷ ମଧ୍ୟରେ ଏହା ନର୍ଦ୍ଦିଷ୍ଟ ଆକୃତି ନେଇପାରିବ । ମଞ୍ଜିରୁ ଉଠିଥିବା ଗଛ ବୋନସାଇ ପାଇଁ ୧୦ ବର୍ଷରୁ ଅଧିକ ସମୟ ନିଏ ।

ପ୍ରାଥମିକ ଉପଚାର:

ବୋନସାଇ ପାଇଁ ଉର୍ଦ୍ଦିଷ୍ଟ ଗଛକୁ ସଂଗ୍ରହ କଲା ବେଳେ ଏହାର ଚେରକୁ କିପରି କମ୍। ଆଘାତ ହେବ ତାହା ଦେଖାଯାଏ । ପ୍ରଥମେ ଏହାର ମୁଖ୍ୟ ଚେରରେ ଅନାବଶ୍ୟକ ଅଗ୍ର ଭାଗ କାଟି ଦିଆଯାଏ । ଉପରୁ ନିର୍ବାରିତ ଡାଳ ବ୍ୟତୀତ ଅନ୍ୟ ଡାଳମାନଙ୍କୁ କାଟି ଦିଆଯାଏ । ଏପରି ଆକାର ପ୍ରଦାନ ପରେ ଗଛକୁ ଜୁନ୍ ମାସରେ ଗୋଟିଏ ସାଧାରଣ ଗମଲାରେ ପୋତି ଛାଇରେ ରଖାଯାଏ । ଏକ ସପ୍ତାହ ପରେ ଗଛର ଅଗ୍ର ଭାଗ ସାମାନ୍ୟ ବଢ଼ିବାକୁ ଆରମ୍ଭ କଲେ ସକାଳରର ଖରାରେ ଏହାକୁ ଅଚ୍ଛ ସମୟ ପାଇଁ ରଖାଯାଏ । ଧୀରେ ଧୀରେ ପ୍ରତିଦିନ ସମୟ ବଢ଼ାଇ ସକାଳୁ ଅନ୍ତତଃ ୨-୩ଘଣ୍ଟା ଖରା ଦିଆଯାଏ । ଗଛରେ ଡ଼ାଳ ବଢ଼ିବା ଆରମ୍ଭ କଲେ ୧ ଇଞ୍ଚ ପରେ ଏହାର ଅଗ୍ର ଭାଗକୁ କାଟି ବଢ଼ିବାକୁ ବନ୍ଦ  କରାଯାଏ । ପୁଣି ଏହାର ତଳୁ ବାହାରୁଥିବା ଡ଼ାଳକୁ ମଧ୍ୟ ସେଇ ଏକ ଇଞ୍ଚ ମଧ୍ୟରେ ଏହାର ଅଗ୍ର ଭାଗକୁ ଛିଣ୍ଡାଇ ବଢ଼ିବାକୁ ବନ୍ଦ କରାଯାଏ । କୁଣ୍ଡ ଗଛରେ ଚେର ଠିକ୍ ଭାବରେ ଧରିବା ପରେ ସେପ୍ଟେମ୍ବର ମାସ ଆଡ଼କୁ ଏଥିରେ ମିଶ୍ରିତ ସାର ୧୯:୧୯:୧୯ର ପ୍ରତିଶତ ସିଞ୍ଚନ ଗଛକୁ ଠିକ୍ ଭାବରେ ବଢ଼ାଏ ଓ ଆକାର ଦିଏ । ମାର୍ଚ୍ଚ ଓ ଏପ୍ରିଲ୍ ଆଡ଼କୁ ଏଇ ଗଛକୁ ବୋନସାଇ ପାତ୍ରକୁ ସ୍ଥାନାନର କରାଯାଏ । ବୋନସାଇ ଗଛ ପ୍ରସ୍ତୁତି ବିଷୟରେ ଜାଣିବା ପାଇଁ ଆପଣ ଗଞ୍ଜାମ ଉପଉଦ୍ୟାନ ନିର୍ଦେଶକ ଭଗବାନ ଦାଶଙ୍କ ସହ ଯୋଗାଯୋଗ କରିପାରିବେ ।

ଝୁଲନ୍ତା ଉଦ୍ୟାନର ଯତ୍ନ

ଜଣେ ଆପାର୍ଟମେଣ୍ଟରେ ରହୁଥିଲେ ଘର ଭିତର ପ୍ରଦୂଷଣ ହ୍ରାସ କରିବା ଏବଂ ଆଉଟଭୋର ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ଏକ ହ୍ୟାଙ୍ଗିଙ୍ଗ ଗାର୍ଡନ ବା ଝୁଲନ୍ତା ଉଦ୍ୟାନ ସୃଷ୍ଟି କରିପାରିବେ ।

ଏହି ଧରଣର ବଗିଚାରେ ଲଗାଯାଉଥିବା ଗଛଗୁଡିକ ଅନାବଶ୍ୟକ ସ୍ଥାନକୁ ବ୍ୟବହାର କରନ୍ତି ଏବଂ ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୁଅନ୍ତି ।

ଏଗୁଡିକ ଲଗାଇବା ଏବଂ ରକ୍ଷଣାବେକ୍ଷଣ ମଧ୍ୟ ସହଜ । ଝୁଲନ୍ତା ବଗିଚାରେ ଗଛଗୁଡିକୁ ବିଭିନ୍ନ କରେଣ୍ଟନରରେ ଲଗାଯାଏ ଏବଂ ସେଥିରେ ଜଳ ନିଷ୍କାସନ କରିବା ସକାଶେ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଥାଏ ।

ମୁଖ୍ୟତଃ ଏ କ୍ଷେତ୍ରରେ ମାଟି ଓଦା ରହୁଥିବା, କିନ୍ତୁ ପାଣି ନିଷ୍କାସନ ନିମନ୍ତେ ଯଥେଷ୍ଟ ବ୍ୟବସ୍ଥା ରହିଥିବା ଦରକାର ।

  • ପ୍ରତି ଦୁଇ ସପ୍ତାହରେ  ଗଛରେ ଯବକ୍ଷାରଜାନ, ଗନ୍ଧକ ଓ ପଟାସିୟମ୍ ର ମିଶ୍ରଣ ଦିଅନ୍ତୁ ।
  • ବିଶେଷକରି ଗଛକୁ ଦୀର୍ଘଦିନ ସତେଜ ଓ ସବୁଜ ରଖିବା ସକାଶେ ଅଧିକ ପରିମାଣରେ ପଟାସିୟମ ଥିବା ସାର ବାଛନ୍ତୁ।
  • କୀଟ ପତଙ୍ଗ କବଳରୁ ମୁକ୍ତ ରଖିବା ପାଇଁ ଏକ ଚାମଚ କୋମଳ ବାସନ ମଜା ତରଳକୁ କିଛି ଉଷୁମ ପାଣିରେ ମିଶାଇ ଗଛର ପତ୍ରଗୁଡିକ ଧୋଇ ଦିଅନ୍ତୁ । ତାହାପରେ ପତ୍ରଗୁଡିକୁ ଶୁଖିବା ପରେ ପୁଣି ତାହାକୁ ପୂର୍ବ ସ୍ଥାନରେ ରଖିଦିଅନ୍ତୁ ।
  • ନିୟମିତ ସମୟରେ ପାଚିଲା ପତ୍ର ବା ଶୁଖିଲା  ଅଂଶକୁ ସଫା କରନ୍ତୁ । ଗଛର ପରିପକ୍ଵ ହୋଇଯାଉଥିବା ଅଂଶକୁ କାଟିଦେଲେ ସେଠାରୁ ପୁଣି ନୂଆ ଶାଖା ବାହାରି ଗଛକୁ ସତେଜ ସୁନ୍ଦର ରଖିବ । ତେବେ ଏହି ଗଛଗୁଡିକ ଯେଭଳି ଆବଶ୍ୟକ ପରିମାଣର ସୂର୍ଯ୍ୟକିରଣ ପାଇବ ତାହା ନିଶ୍ଚିତ କରନ୍ତୁ ।

ଆଧାର – କୃଷି ବିଭାଗ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate