অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଘିକୁଆଁରୀରୁ ଆତ୍ମନିର୍ଭରଶୀଳ

ଘିକୁଆଁରୀର ଔଷଧୀୟ ଏବଂ ଉପଶମକାରୀ ଗୁଣ

ଘିକୁଆଁରୀ ତାହାର ଔଷଧୀୟ ଏବଂ ଉପଶମକାରୀ ଗୁଣ ଯୋଗୁଁ ପ୍ରାଥମିକ ଚିକିତ୍ସା ଉଦ୍ଭିଦ ଭାବରେ ସୁପରିଚିତ । ଭାରତରେ  ସାଧାରଣତଃ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତି ନିମନ୍ତେ ଘିକୁଆଁରୀକୁ ବ୍ୟବହାର   କରାଯାଏ ।

ଏହା ସ୍ପିନ ମା ଏଣ୍ଟରାଇଜର, ସ୍ପିନ କ୍ରିମ, ହେୟାର ଟନିକ ଆଦିରେ ବହୁଳ ବ୍ୟବହାର କରାଯାଉଛି । ଏବେ ଏହାର ଜେଲକୁ ଜୁସ୍ ଓ କନସେଣୋଟ ଆଦିରେ ମଧ୍ୟ ବ୍ୟବହାର କରାଯାଉଛି । ବ୍ୟାବସାୟିକ ଭିଭିରେ ଘିକୁଆଁରୀ ଆଲୋଭେରାରୁ ବିଭିନ୍ନ ଉତ୍ପାଦ ତିଆରି କରି ଚାଷୀମାନେ ମଧ୍ୟ ବେଶ୍ ଦୁଇ ପଇସା ଲାଭପାଇପାରିବେ ।

ଘିକୁଆଁରୀ ଆଲୋଭେରାରୁ ଆତ୍ମନିର୍ଭରଶୀଳ

  • ଘିକୁଆଁରୀ ପତ୍ରର କେନ୍ଦ୍ର ଭାଗରେ ଥିବା ଲାଳୁଆ ଅଂଶକୁ ଘିକୁଆଁରୀ ଜେଲ୍ କୁହାଯାଏ । ସେହିଭଳି ଘିକୁଆଁରୀ ପତ୍ରର ବାହାର ଅଂଶ ନିମ୍ନ ଭାଗରେ ଏକ ପ୍ରକାର ହଳଦିଆ ରଙ୍ଗର ଉତ୍ପାଦ ପ୍ରସ୍ତୁତ ହୋଇଥାଏ । ଏହା ଏଲୋ ଲାଟେକ୍ଟ ଅଥବା ଆଲୋଏନ ଭାବରେ ପରିଚିତ । ଏହାବ୍ୟତୀତ ପତ୍ରରୁ ଲାଳୁଆ ଜେଲକୁ ବାହାର କରିବାପରେ ଯେଉଁ ସବୁଜ ଅଂଶ ରହିଯାଏ ତାହା ଆଲୋଭେରା ପ୍ରକ୍ରିୟାକରଣରେ ଏକ ବାଇ ପ୍ରଡକ୍ଟ ଭାବେ ବିବେଚିତ ହୁଏ ।
  • ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଦ୍ଵାରା ଏହାକୁ ଅନେକ ଖାଦ୍ୟ ପ୍ରସ୍ତୁତି କ୍ଷେତ୍ରରେ ମୂଳ ଉପାଦାନ ଭାବରେ ବ୍ୟବହାର କରାଯାଇପାରିବ । ପିତା ଲାଗୁଥିବା ଆଲୋଏନ ଔଷଧୀୟ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ସାଧାରଣତଃ ଖାଦ୍ୟରେ ବ୍ୟବହାର କରାଯାଇପାରିବ ନାହିଁ ।
  • ଘିକୁଆଁରୀ ଏକ ବର୍ଷରୁ ଅଧୁକ ସମୟର ହୋଇଥିଲେ ତାହା  ପାକଳ ହୋଇଯାଇଥାଏ । ସେହିଭଳି ପତ୍ରକୁ ସଂଗ୍ରହ   କରନ୍ତୁ । ତାହାକୁ ପରିଷ୍କାର କରିବା ପରେ କ୍ଲୋରିନଯୁକ୍ତ ପାଣିରେ ଧୁଅନ୍ତୁ । ତଳ ପଟୁ ୨ ସେଣ୍ଟିମିଟର କଟି ତାହାକୁ ସିଧାକରି ପାଣିରେ ରଖନ୍ତୁ । ଏହାଦ୍ଵାରା ଏଲୋଏନ ଅଂଶ ପାଣିରେ ବୋହିଯିବ । ପ୍ରାୟ ଏକଘଣ୍ଟା ପର୍ଯ୍ୟନ୍ତ ପତ୍ରକୁ ସେହିଭଳି ଛିଡାକରି ରଖନ୍ତୁ । ସବୁତକ ଆଲୋଏନ ଅଂଶ ଧୋଇଯିବା ପରେ ପତ୍ରକୁ ପୁଣିଥରେ ପାଣିରେ ଧୁଅନ୍ତୁ । ଏହାପରେ ପତ୍ରର ଅଗ୍ରଭାଗ ଏବଂ ଦୁଇ  ଧାରାଅଂଶକୁ ଯତ୍ନର ସହିତ ବାହାର କରନ୍ତୁ । ତାହାପରେ ସେଥିରୁ ଜେଲ୍ ସଂଗ୍ରହ କରାଯାଇପାରିବ ।
  • ଘିକୁଆଁରୀର ବହୁ ପୁଷ୍ଟିଗତ ଗୁଣ ରହିଥିଲେ ମଧ୍ୟ ତାହାର ନିଜସ୍ଵ କୌଣସି ରଙ୍ଗ ଓ ସ୍ଵାଦ ନାହିଁ । ତେଣୁ ସେଥିରୁ ଖାଦ୍ୟରେ ବ୍ୟବହାର ହେବା ଭଳି ଉତ୍ପାଦ ପ୍ରସ୍ତୁତ କରାଯିବା ଦରକାର ।
  • ଘିକୁଆଁରୀ ରସ ସହିତ ଲେମ୍ବୁ ରସ ଏବଂ କିଛି ଅଦା ରସକୁ ନେଇ ଉତ୍ତମ ଓ ସ୍ଵାସ୍ଥ୍ୟକର ପାନୀୟ ପ୍ରସ୍ତୁତ କରାଯାଇପାରିବ ।
  • ଘିକୁଆଁରୀ ପତ୍ରରୁ ସଂଗ୍ରହ କରାଯାଉଥିବା ଜେଲରେ କିଛି ପରିମାଣର ତନ୍ତୁ ରହିଯାଉଥିବାରୁ ରସକୁ ପୁଣିଥରେ ଗ୍ରାଇଣ୍ଡ କରି ତାହାକୁ ଭଲ ଭାବରେ ଛାଣିଦେବା ଉଚିତ । ଏହି ପ୍ରକ୍ରିୟାରେ ଉପରେ ରହିଯାଉଥିବା ଖଦଡ ଅଂଶକୁ ଅଲଗା କରି କେବଳ ଜେଲକୁ ରଖନ୍ତୁ । ସେଥିରେ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଚିନିସିରାମିଶାନ୍ତୁ । ଏହି ପ୍ରକ୍ରିୟାରେ ଲେମ୍ବରସ ଓ ଅଦାରସକୁ ମଧ୍ୟ ମିଶାଯାଇପାରିବ ।

ଆଧାର - ଡକ୍ଟର କଚ୍ଛନା ରାୟଗୁରୁ, ଓ ୟୁଏଟି, ମୋ – ୯୪୩୭୬୩୧୮୧୨

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate