অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଚାହିଦାରେ ଟିସୁ କଲଚର କଦଳୀ ଓ ଆଖୁ

ଚାହିଦାରେ ଟିସୁ କଲଚର କଦଳୀ ଓ ଆଖୁ

କମ୍ ସମୟରେ ଦୁଇଗୁଣା ଅମଳ । ଅପେକ୍ଷାକୃତ ଭାବେ ବେଶ୍ ଲାଭ ପାଇବେ ଚାଷୀ । ଚାରା ମଧ୍ୟ ସମ୍ପୂର୍ଣ୍ଣ ରୋଗମୁକ୍ତ ରହିବ । ଚାଷୀଙ୍କୁ ଏ ସୁବିଧା ଯୋଗାଇବାକୁ ଓୟୁଏଟି ପକ୍ଷରୁ ଟିସୁ କଲଚର ଚାରା ଯୋଗାଣକୁ ଏବେ ସର୍ବାଧିକ ଗୁରୁତ୍ଵ ଦିଆଯାଉଛି । ପାରମ୍ପରିକ ଚାରା ଅପେକ୍ଷା ଏହି ଚାରାରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ହୋଇଥିବାରୁ, ଆମ ରାଜ୍ୟର ଜଳବାୟୁ ଅନୁସାରେ ଚାଷୀମାନଙ୍କୁ ଏହା ବେଶ୍ ସୁହାଇବା । ଓୟୁଏଟି ବୈଜ୍ଞାନିକ ମାନେ ଇତି ମଧ୍ୟରେ କଦଳୀ, ଆଖୁ, ଜରବେରା, ଅର୍କିଡର ବିଭିନ୍ନ କିସମର ଟିସୁ କଲଚର ଚାରା ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି ।

ଏହି ଚାରା ପ୍ରତି ଜିଲ୍ଲାରେ ଅବା କୃଷି ବିଜ୍ଞାନ କେନ୍ଦ୍ରଗୁଡିକରୁ ସୁବିଧାରେ ଏବଂ କମ୍ ମୂଲ୍ୟରେ ଚାଷୀଙ୍କୁ ମିଳୁଛି । ଚାଷୀମାନେ ଏହି ଚାରା ବ୍ୟବହାର କରିବାକୁ ଆଗେଇ ଆସନ୍ତି I କେବଳ ରାଜ୍ୟ ଭିତରେ ନୁହେଁ, ରାଜ୍ୟ ବାହାରର ଚାଷୀଙ୍କୁ ଟିସୁ କଲଚର ଚାରା ଯୋଗାଇବାକୁ ଓ ୟୁଏଟି ଟାଗୋଟ ନେଇଛି ବୋଲି କୁହନ୍ତି ବାୟୋଟେକ୍ନୋଲୋଜି ଏବଂ ଟିସୁ କଲଚର ସେଣ୍ଟରର ନିର୍ଦ୍ଦେଶିକା ଡ. ଶଶୀକଳା ବେଉରା ।

ସାଧାରଣ ଚାରା ଅପେକ୍ଷା ଟିସୁ କଲଚର ଚାରାରେ ଭିନ୍ନତା କ'ଣ ?

ଟିସୁ କଲଚର ଏକ ପଦ୍ଧତି ଯେଉଁଥିରେ ଗଛ, ପୁଆର ଅତ୍ୟନ୍ତ କ୍ଷୁଦ୍ର ଅଂଶ ବା (ଟିସ୍ ) କୁ ନେଇ ଗବେଷଣାଗାରରେ ଚାରା ପ୍ରସ୍ତୁତ କରାଯାଏ । ଗଛର ଟିସୁ ସଂଗ୍ରହ କରିବା ପୂର୍ବରୁ ଭଲ ଅମଳ ଦେଉଥିବା ରୋଗ ପୋକ ମୁକ୍ତ ମା' ଗଛ ବଛାଯାଏ । ଟିସୁ କୁ ଗବେଷଣାଗାରରେ କାଚ ପାତ୍ର ଭିତରେ ବୃଦ୍ଧି କରାଯାଇଥାଏ । କାଚ ପାତ୍ରରେ ଟିସୁ ବା କୋଷର ବୃଦ୍ଧି ପାଇଁ ଆବଶ୍ୟକ ମୁତାବକ ସମସ୍ତ ସାର, ଭିଟାମିନ୍ ଓ ବୃଦ୍ଧି ନିୟନ୍ତ୍ରକ ହରମୋନ୍ ପ୍ରୟୋଗ କରାଯାଏ । ଟିସୁ ଥିବା କାଚ ପାତ୍ରଗୁଡିକୁ ପୋଷକ ଗୃହରେ ରଖାଯାଏ। ଏବଂ ଏହି ଗୃହର ଉତ୍ତାପ, ଆଲୋକ ଏବଂ ଆର୍ଦ୍ରତାକୁ ନିୟନ୍ତ୍ରଣ କରାଯାଏ । ଟିସୁ କଲଚର ଚାରା ପ୍ରସ୍ତୁତ କରିବା ପାଇଁ ପ୍ରାୟ ୬ରୁ ୭ ମାସ ସମୟ ଲାଗେ ।

ଟିସୁ କଲ୍‌ଚର୍ ଚାରା ଚାଷୀଙ୍କ ଦ୍ଵାରା କେତେ ଦୂର ଗ୍ରହଣୀୟ ହୋଇଛି?

ଏହି ଚାରାଗୁଡିକ ଉନ୍ନତମାନର, ସୁସ୍ଥ ସବଳ ଓ ଆକର୍ଷଣୀୟ ଏବଂ ସମ୍ପୁର୍ଣ୍ଣ ରୂପେ ରୋଗମୁକ୍ତ । ଟିସୁ କଲଚର ଚାରଗୁଡିକରେ ମା’ ଗଛର ସମସ୍ତ ଗୁଣ ନିହିତ ଥାଏ । ଏହାକୁ ଗୋଟିଏ ସୁନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରଣ କରିବା ସହଜ । କମ୍ ସମୟରେ ଦୁଇଗୁଣା ଅଧିକ ଅମଳ ଦେଉଥିବାରୁ ଏହାକୁ ଚାଷୀ ବେଶ୍ ପସନ୍ଦ କରୁଛନ୍ତି ।

ଓଡ଼ିଶାରେ ଟିସୁ କଲଚର କେନ୍ଦ୍ର କେବେ ଠାରୁ କାର୍ଯ୍ୟକାରୀ ହୋଇଛି ?

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ୨୦୦୬-୦୦୭ ମସିହାରେ ଓୟୁଏଟି (କୃଷି ବୈଷୟିକ ବିଶ୍ଵବିଦ୍ୟାଳୟ) ଟିସୁ କଲଚର କେନ୍ଦ୍ରର ଭିତ୍ତିଭୂମି ଭୂବନେଶ୍ଵର ବରମୁଣ୍ଡା ବସ ଷ୍ଟାଣ୍ଡ ନିକଟରେ ସ୍ଥାପନ କରାଯାଇଥିଲା । ପରେ ୨୦୦୯ ମସିହାରୁ ଏହି କେନ୍ଦ୍ରରେ ଚାରା ଉତ୍ପାଦନ କାର୍ଯ୍ୟ ଆରମ୍ଭ ହେଲା । ଆଉ ବର୍ତ୍ତମାନ ପର୍ଯ୍ୟନ୍ତ ଓ ୟୁଏଟି ୧୨ ଲକ୍ଷ ୩୧ ହଜାର ୬୩୧ ଚାରା ଉତ୍ପାଦନ କରି ଚାଷୀଙ୍କ ପାଖରେ ପହଁଞ୍ଚାଇପାରିଛି ।

ଟିସୁ କଲଚରର କେଉଁ ଚାରା ଚାଷୀଙ୍କ ପାଇଁ ଉପଯୋଗୀ ହେଉଛି?

ବର୍ତ୍ତମାନ ଚାଷୀଙ୍କ ପାଇଁ କଦଳୀ, ଆଖୁ, ଅର୍କିଡ ଓ ଜରବେରା ଆଦି ଚାରା ଏହି କେନ୍ଦ୍ରରେ ଉପଲବ୍ଧ । ଆଖୁ ଓ କଦଳୀ ଚାରାର ଚାହିଦା ରହିଛି ।

କଦଳୀର କି ସମଗୁଡିକ ମଧ୍ୟରେ ପାଚିଲା କଦଳୀ ପାଇଁ ଗ୍ରାଣ୍ଡ ନୈନ ବା (ଜି-୯) ବା ଗ୍ରୀନ୍ କଦଳୀ, ଚମ୍ପା, ଅମୃତପାଣି, ନାଲି କଦଳୀ ଲଗାଯାଉଥିବା ବେଳେ ତରକାରୀ ପାଇଁ ବନ୍ତଳ କଦଳୀ ବ୍ୟବହୃତ ହେଉଛି । ଓୟୁଏଟି ଦ୍ଵାରା ପ୍ରସ୍ତୁତ ଟିସୁ କଲଚର କଦଳୀ ଓଡ଼ିଶାର ସୁନ୍ଦରଗଡ଼, ସମ୍ବଲପୁର, ବ୍ରହ୍ମପୁର, ମୟୁରଭଞ୍ଜ ଜିଲ୍ଲାର ଚାଷୀମାନେ ଅଧିକ (ଜି-୯) କଦଳୀ ଚାଷ କରୁଛନ୍ତି ।

ଏହା ସହ ଉପକୂଳବର୍ତ୍ତୀ ଆଞ୍ଚଳ ଯେପରିକି କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ଵର, ଭଦ୍ରକ, ପୁରୀ ଆଦି ଜିଲ୍ଲାର ଚାଷୀ ବନ୍ତଳ, ଅମୃତପାଣି, ଚମ୍ପା କଦଳୀ ଅଧିକାଂଶ ଚାଷ କରୁଛନ୍ତି । ସେହିଭଳି ଟିସୁ କଲଚର ଆଖୁ, ଆସ୍କା), ଗଞ୍ଜାମ, ନୟାଗଡ଼, ଢେଙ୍କାନାଳ, କୋରାପୁଟର ଚାଷୀ ଅଧିକ ଚାଷ କରୁଛନ୍ତି ।

ବ୍ୟାବସାୟିକ ଭିତ୍ତିରେ ଟିସୁ କଲଚର ଚାରା ଉତ୍ପାଦନ ପାଇଁ ଆପଣଙ୍କ ସେଣ୍ଟରରେ କ’ଣ ସୁବିଧା ରହିଛି?

ଏହି ସେଣ୍ଟରରେ ଟିସୁ କଲ୍‌ଚର୍ ଲ୍ୟାବ୍, ଡି.ଏନ୍.ଏ ଲ୍ୟାବ୍ ଓ ପାଥୋଲୋଜି ଲ୍ୟାବ୍ ରହିଛି । ଟିସୁ କଲଚର ଚାରା ପ୍ରସ୍ତୁତ ପାଇଁ ମିଡିଆ ପ୍ରିପାରେସନ୍ ରୁମ୍, ଷ୍ଟେରିଲାଇଜେସନ୍ ରୁମ୍, ଇନୋକ୍ୟୁଲେସନ୍ ରୁମ୍, କଲ୍‌ଚର୍ ରୁମ୍, ଗ୍ରୀନ୍ ହାଉସ୍ ର ବ୍ୟବସ୍ଥା ରହିଛି । ଟିସୁ କଲଚର ଚାରା ପ୍ରସ୍ତୁତି ପାଇଁ ମୂଳଗଛର ଏକ ନର୍ସରୀ ମଧ୍ୟ ରହିଛି ।

ଏଠାରେ କୌଣସି ପ୍ରଶିକ୍ଷଣ ବ୍ୟବସ୍ଥା ରହିଛି କି?

ଓଡ଼ିଶା ସହିତ ବାହାର ବିଶ୍ଵବିଦ୍ୟାଳୟର(ଜୈବ ପ୍ରଯୁକ୍ତି) ବାୟୋଟେକ୍ନୋଲୋଜି, ବାୟୋଇନଫରମେଟିକ୍, ବାୟୋଟେକ୍ନୋଲୋଜି, ଇଞ୍ଜିନିୟରିଂରେ ସ୍ନାତକୋତ୍ତର କରୁଥିବା ଛାତ୍ରଛାତ୍ରୀମାନେ ଏଠାକୁ ଆସି ଗବେଷଣା ମଧ୍ୟ କରୁଛନ୍ତି । ଏତଦ୍ ବ୍ୟତୀତ କୃଷିଭିତ୍ତିକ ଅନୁଷ୍ଠାନ ଯଥା ସ୍କୁଲ ଅଫ୍ ହର୍ଟିକଲଚର ଖୋର୍ଦ୍ଧା,ଡେରାସ୍ ସେଣ୍ଟର ଅଫ୍ ଏକ୍ସିଲେନ୍ସରୁ ତାଲିମ୍ ନେଉଥିବା ଛାତ୍ରଛାତ୍ରୀମାନେ ଏଠାକୁ ଆସି ତାଲିମ୍ ନେଉଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଚାଷୀ ଏଠାକୁ ଆସି ଟିସୁ କଲଚର ଚାରାର ଉପାଦେୟତା ସମ୍ପର୍କରେ ଜ୍ଞାନ  ଆହରଣ କରୁଛନ୍ତି ।

ଚାଷୀଙ୍କ ପାଇଁ ସୁବିଧା

ଯେଉଁ ଚାଷୀମାନେ ଟିସୁ କଲଚର ଚାରା କିଣିବାକୁ ଚାହୁଁଛନ୍ତି ସେମାନେ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର କିମ୍ବା ସେମାନେ ନିକଟସ୍ଥ ସରକାରୀ ଉଦ୍ୟାନ ବିଭାଗ ସହିତ ଯୋଗାଯୋଗ କରନ୍ତୁ । ଏହା ବ୍ୟତୀତ ଭୂବନେଶ୍ଵର ବରମୁଣ୍ଡା ବସ ଷ୍ଟାଣ୍ଡ ଛକ ନିକଟସ୍ଥ ଓୟୁଏଟିର ଟିସୁ କଲଚର ସେଣ୍ଟରରୁ ମଧ୍ୟ ଚାରା ନେଇ ପାରିବେ । ଚାଷୀଙ୍କ ପାଇଁ ଚାରା କିଣିବାରେ ମଧ୍ୟ ସବସିଡି ବ୍ୟବସ୍ଥା ରହିଛି । ଚାରା ପାଇଁ ଭୁବନେଶ୍ଵର, ଟିସୁ କଲଚର  ସେଣ୍ଟର ସହିତ ୦୬୭୪ – ୨୩୫୪୭୨୦ରେ ଯୋଗାଯୋଗ କରିପାରିବେ ।

ଟିସୁ କଲଚର ୟୁନିଟ୍ ପାଇଁ ଦେଢ କୋଟି ସହାୟତା

ବ୍ୟାବସାୟିକ ଦୃଷ୍ଟିକୋଣରୁ ଯେଉଁମାନେ ଟିସୁ କଲ୍‌ଚର୍ ଉଦ୍ୟୋଗ ବା ୟୁନିଟ୍ ସ୍ଥାପନ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ମଧ୍ୟ ସରକାରୀ ସ୍ତରରେ ଦେଢ କୋଟି ଟଙ୍କା ଯୋଗାଇ ଦିଆଯାଉଛି । ଆଗ୍ରାହୀ ବ୍ୟକ୍ତିମାନେ ଭୁବନେଶ୍ଵର ଉଦ୍ୟାନ ନିର୍ଦେଶାଳୟ ସହିତ ଯୋଗାଯୋଗ କରନ୍ତୁ ।

ରାଜ୍ୟ ବାହାରକୁ ଟିସୁ କଲଚର ଚାରା ଯୋଗାଇବା “ଓୟୁଏଟି'

ରାଜ୍ୟର ପ୍ରତ୍ୟେକ ଚାଷୀଙ୍କ ପାଖରେ ଟିସୁ କଲଚର ଚାରା ପହଞ୍ଚାଇବା ମୋର ପ୍ରଥମ ଲକ୍ଷ । ଅନେକ ଲୋକ ଏହି ଚାରାର ଉପାଦେୟତା ସମ୍ପର୍କରେ ଏବେ ବି ଆଜ୍ଞ । ସେଥିପାଇଁ ପ୍ରତ୍ୟେକ ଜିଲ୍ଲାରେ ଥୁବା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଚାଷୀଙ୍କୁ ଆଗୁଆ। ଧାଡ଼ି ପ୍ରଦର୍ଶନ ( ପ୍ରଣ୍ଟାଲାଇନ୍ ଡେମୋନଷ୍ଟେସନ୍) ଜରିଆରେ ଚାରାର ଉପାଦେୟତା ସମ୍ପର୍କରେ ଜ୍ଞାନ ବାଣ୍ଟିବା କାର୍ଯ୍ୟକ୍ରମକୁ ତ୍ଵରାନ୍ୱିତ କରାଯିବ । ରାଜ୍ୟର ଚାଷୀଙ୍କ ଚାହିଦା ମୁତାବକ ଟି ସ୍ କଲଚର ଚରା ଯୋଗାଇବା ସହିତ ବଳକା ଚାରକକୁ ରାଜ୍ୟ ବାହାରକୁ ପଠାଇବାକୁ  ଓୟୁଏଟି ଲକ୍ଷ୍ୟ ରଖିଛି ବୋଲି ଶଶୀକଳା ବେଉରା ପ୍ରକାଶ କରିଛନ୍ତି ।

ସଂଗୃହିତ - ସମ୍ବିତା ମଲୁ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate