ଫଳ ଭିତରେ କଦଳୀର ଚାହିଦା ସବୁବେଳେ ଅଧିକ । ପୂଜା ପର୍ବ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଏହାର ଭୂମିକା ଗୁରୁତ୍ଵପୂର୍ଣ୍ଣ । ବର୍ତ୍ତମାନ ଟିସୁ କଲଚର କଦଳୀର ଚାହିଦା ବଢିବାରେ ଲାଗିଛି । ଏନେଇ ଏହି ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ମଧ୍ୟ ବଢୁଛି ! ଟିସୁ କଲଚର କଦଳୀ କିସମ ମଧ୍ୟରେ ଗ୍ରାଣ୍ଡନୈନ୍ (ଜି-୯) କଦଳୀ ଅନ୍ୟତମ । ଏହାକୁ କେହି କେହି ପାଚିଲା ଗ୍ରୀନ୍ କଦଳୀ ବୋଲି ମଧ୍ୟ କହିଥାନ୍ତି । କମ୍ ସମୟ ଓ କମ୍ ଖର୍ଚ୍ଚରେ ଏହି କଦଳୀରୁ ଚାଷୀ କିପରି ଅଧିକ ଲାଭ ।
ଟିସୁ କଲଚର କଦଳୀ ଚାରାଗୁଡ଼ିକ ଉନ୍ନତମାନର, ସୁସ୍ଥସବଳ ଓ ଆକର୍ଷଣୀୟ । ଏହି ଚାରାଗୁଡ଼ିକ ସମ୍ପୁର୍ଣ୍ଣ ରୂପେ ରୋଗମୁକ୍ତ ହୋଇଥାନ୍ତି । ଏହି ଚାରାଗୁଡ଼ିକରେ ମାଆ ଗଛର ସମସ୍ତ ଗୁଣ ନିହିତ ଥାଏ ।
ଟିସୁ କଲଚର ଚାରାଗୁଡ଼ିକୁ ପୁଆ ତୁଳନାରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ସହଜରେ ସ୍ଥାନାନ୍ତରିତ କରାଯାଇଥାଏ । ପୁଆରୁ ଅମଳ ହେଉଥିବା କଦଳୀ ଅପେକ୍ଷା ଟିସୁ କଲଚର ଚାରା ଅଧିକ ଅମଳ ଦେଇଥାଏ, ତେଣୁ ଚାଷୀମାନେ ଶୀଘ୍ର ଓ ଅଧିକ ଅମଳ କରି ଲାଭବାନ୍ ହୋଇଥାନ୍ତି।
ଜ-୯ କଦଳୀର ଉପଯୋଗିତା
ବର୍ତ୍ତମାନ ବଜାରରେ କି-୯ କଦଳୀ ଅଧିକ ଦେଖୁ ବାକୁ ମିଳୁଛି । ଏହି କିସମର ଗଛଗୁଡିକର ଉଚ୍ଚତା ବହୁତ କମ୍ ତେଣୁ ଓଡିଶାର ବାତ୍ୟା ପ୍ରବଣ ଅଞ୍ଚଳ ପାଇଁ ଏହା ଅଧିକ ଉପଯୋଗୀ । ଏହାର କନ୍ଦାଗୁଡକ ବହୁତ ବଡ । ପ୍ରାୟ ୧୦-୧୪ ଫେଣା' ପର୍ଯ୍ୟନ୍ତ କଦଳୀ ଥାଏ । ଫଳଗୁଡ଼ିକ ପାଚିଲେ ଅତ୍ୟନ୍ତ ସ୍ଵାଦିଷ୍ଟ ଏବଂ ଏହାର ଏକ ସ୍ଵତନ୍ତ୍ର ବାସ୍ନା ରହିଛି । ପାଚିଲା ପରେ ବି କଦଳୀ ସବୁଜ ରଙ୍ଗ ଦିଶେ । ଲଗାଇବାର ୭-୮ ମାସ ମଧ୍ୟରେ ଚାଷୀ ଏହି କଦଳୀ ଚାଷ କରି ବେଶ୍ ଲାଭାବନ୍ ହୋଇପାରିବ ।
ଦୋରସା ନିଗିଡ଼ା ମାଟି କଦଳୀ ଚାଷ ପାଇଁ ଅତ୍ୟନ୍ତ ଉପଯୋଗୀ । ସାମାନ୍ୟ ଅମ୍ଳୀୟ ମୃତ୍ତିକା କଦଳୀ ଚାଷ ପାଇଁ ଉପଯୁକ୍ତ, ମାତ୍ର ମାଟି ସନ୍ତସନ୍ତିଆ ରହିଲେ ଗଛ ଭଲ ବଢ଼େ ନାହିଁ ।
ଟିସୁ କଲଚର କଦଳୀ ଚାରାକୁ ସାଧାରଣତଃ ଗାତ ଖୋଳି ଲଗାଯାଇଥାଏ । ଏହି ଗାତଗୁଡ଼ିକର ଲମ୍ବା, ଓସାର ଓ ଗଭୀର ପ୍ରତ୍ୟେକ ୨ ଫୁଟ ହେବା ଆବଶ୍ୟକ । ଗ୍ରାଣ୍ଡ ନୈନ(ଜି-୯) କଦଳୀ ୧.୮ X ୧.୮ ବ୍ୟବଧାନରେ ହେକ୍ଟର ପିଛ । ୩o୮୬ ଗଛ ଦରକାର ହୁଏ । ଅଧିକ ଘନତା ଟିସୁ କଲଚର ଚାରାଗଛ ଲଗାଇଲେ ହେକ୍ଟର ପିଛା ଅଧିକ ସଂଖ୍ୟକ ଗଛ ରହୁଥିବାରୁ ଅଧିକ ଅମଳ ମିଳିଥାଏ । ବୈଜ୍ଞାନିକଙ୍କ ମତରେ ଅଢ଼ ବ୍ୟବଧାନରେ ଅଧିକ ଗଛ ଲଗାଇବା ଦ୍ଵାରା ଅଧିକ ଅମଳ ହେବା ସହ ବାତ୍ୟା ପ୍ରବଣ ଅଞ୍ଚଳରେ କଦଳୀ ଗଛ ଭଙ୍ଗାଜନିତ କ୍ଷତି କମ୍ ହୋଇଥାଏ ।
କଦଳୀ ଚାରା ଲଗାଇବା ପାଇଁ ଦରକାର ମୁତାବକ ଗାତ ଖୋଳିବା ପରେ ଖରା ଖାଇବାକୁ ଛାଡି ଦିଆଯାଏ । ପ୍ରତି ଗାତରୁ ସଜା ଗୋବର ଖତ ଭଲ ଭାବରେ ମିଶାଇ ଗାତରେ ଭରି ଦିଆଯାଏ ।
ଗଛ ଲଗାଇବା ସମୟରେ ଗାତ ପ୍ରତି ୮ ଗ୍ରାମ୍ ଫ୍ୟୁରାଡିନ୍-୩ଜି ଓ ୨୫୦ ଗ୍ରାମ୍ ନିମ୍ବ ପିଡିଆ ପ୍ରୟୋଗ କରାଯାଏ । ଟିସୁ କଲଚର କଦଳୀ ଚାରା ଗଛ ସାଧାରଣତଃ ପଲିଥିନ୍ ପ୍ୟାକେଟ୍ ରେ ଲଗାଯାଇଥାଏ ।
ଗଛ ଲଗାଇବା ସମୟରେ ଏହି ପଲିଥିନ୍ କୁ କାଟି ସେଥିରୁ ମାଟି ସହିତ ଚାରା ଗଛ ବାହାର କରାଯାଏ ଏବଂ ଗାତରେ ଲଗାଯାଏ । ଯଦିଓ କଦଳୀ ଜୁନ୍ ରୁ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ଲଗାଯାଏ ତେବେ ଟିସୁ କଲଚର ଚାରାଗଛ ବର୍ଷସାରା ଲଗାଯାଇପାରିବ । ଚାରାଗଛ ଲଗାଇବା ସମୟରେ ଦରକାର ମୁତାବକ ରାସାୟନିକ ସାର ବ୍ୟବହାର କରାଯିବା ଉଚିତ ।
କଦଳୀ ଗଛ ବିଶେଷ ଭାବରେ ଖରାଦିନେ ଓ ଶୀତଦିନେ ଅଧିକ ଜଳ ଆବଶ୍ୟକ କରିଥାଏ । ଟିସୁ କଲଚର ଗ୍ରାଣ୍ଡ୍ ନୈନ୍ କିସମ କଦଳୀ ଅଧିକ ଜଳ ଆବଶ୍ୟକ କରୁଥିବା ମୁଳରେ ଚମ୍ପା ଓ ବନ୍ତଳ ଆଦି କିସମ ଅପେକ୍ଷାକୃତ କମ୍ ଜଳ ଆବଶ୍ୟକ କରେ । କଦଳୀ ଗଛ ମନ୍ଦାରେ କିମ୍ବା ସିଆରରେ ପାଣି ମଡ଼ାଯାଏ । କଦଳୀ ଫସଲ ମଧ୍ୟରେ ଅନ୍ତଃଫସଲ ଭାବେ ପିଆଜ, ମୂଳା, ଅଦା, ମୁଗ, ବିରି, ଗେଣ୍ଡୁ ଆଦି ଚାଷ କରାଯାଏ । କଦଳୀ ବଗିଚା, ସଦାସର୍ବଦା ପରିଷ୍କାର ରହିବା ଉଚିତ୍ । ତେଣୁ ନିୟମିତ ଭାବରେ କୋଡ଼ାଖୁସା କରି ଘାସ ବାଛିବା ଉଚିତ ।
ଏହାଦ୍ଵାରା ମାଟି ହାଲୁକା ହୁଏ ଏବଂ ଗଛ ଭଲ ଭାବରେ ହୃଷ୍ଟପୁଷ୍ଟ ହୋଇ ବଢ଼େ । ଆମ ରାଜ୍ୟ ଏକ ବାତ୍ୟା ପ୍ରବଣ ଅଞ୍ଚଳ ହୋଇଥିବାରୁ ପ୍ରତ୍ୟେକ ଥର ପବନର ବେଗ ଟିକେ ଅଧିକ ହେଲେ କଦଳୀ ଗଛ ଭାଙ୍ଗିଯିବାର ସମ୍ଭାବନା ଥାଏ । ତେଣୁ କଦଳୀ ବଗିଚା ଆରମ୍ଭ କରିବା ପୂର୍ବରୁ ପବନ ବହୁଥିବା ଦିଗରେ ୪-୫ ଧାଡ଼ିର ପବନ ପ୍ରତିରୋଧକ ଗଛ ଲଗାଇବା ଉଚିତ୍ ।
ଟିସୁ କଲଚର କଦଳୀ ଚାରା ଲଗାଇବାର ପ୍ରାୟ ୨ ମାସ ପରେ ଗଛ ପ୍ରତି ଅନେକ ପୁଆ ମୂଳରେ ବାହାରେ । ତେଣୁ ଗଛର ପ୍ରଥମାବସ୍ଥା ବୃଦ୍ଧି ସମୟରେ ଛୋଟ ଛୋଟ ପୁଆକୁ କାଟି ଦେବା ଉଚିତ । ନଚେତ୍ ସେଗୁଡ଼ିକ ମାଆ ଗଛ ସହିତ ଖାଦ୍ୟ, ଜଳ ତଥା ସୂର୍ଯ୍ୟକିରଣ ପାଇବା ପାଇଁ ପ୍ରତିଦ୍ଵନ୍ଦିତା କରିବେ ଏବଂ ମାଆ ଗଛରେ ଛୋଟ କାନ୍ଦି ପଡ଼ିବା ସହିତ କଦଳୀ ଗୁଡ଼ିକର ଆକାର ସାନ ହେବ ।
ହେକ୍ଟର ପ୍ରତି ଟିସୁ କଲଚର ଜି-୯ କଦଳୀ କିସମକୁ ବୈଜ୍ଞାନିକ ପ୍ରଣାଳୀରେ ଚାଷ କଲେ ହେକ୍ଟରକୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ ଏବଂ ଆୟ ୬ଲକ୍ଷ ଟଙ୍କା ମାଳି ପାରିବ । ଓଡିଶା କୃଷି ବିଜ୍ଞାନ କେନ୍ଦ୍ର ମୁଁ ତ ବାୟୋଯେକ୍ନୋଲୋଜି ଓ ଟିସୁ କଲଚର କେନ୍ଦ୍ର (ବରମୁଣ୍ଡା)ରେ ଗ୍ରାଣ୍ଡନୈନ୍, ଚମ୍ପା, ବନ୍ତଳ, ଅମୃତପାଣି, ଲାଲ୍ କଦଳୀ ଚାରା ମିଳିପାରୁଛି । ଏହି ଚାରା ତଥା ଚାଷ ପାଇଁ ରିହାତି ତଥା ଅନୁଦାନ ମଧ୍ୟ ମିଳୁଛି । ଏହି କଦଳୀ କିସମ ଚାଷ ସମ୍ପର୍କରେ ଅଧିକ ଜାଣିବା ପାଇଁ ଡଃ ଶଶୀକଳା ବେଉରାଙ୍କ ସହରେ ଯୋଗାଯୋଗ କରନ୍ତୁ ।
ଆଧାର – କୃଷି ଡାଏରୀ
Last Modified : 2/18/2020