অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପତ୍ରରୁ କମ୍ପୋଷ୍ଟ ଓ ସୂର୍ଯ୍ୟ କିରଣରେ ମାଟି ବିଶୋଧନ

ପତ୍ରରୁ କମ୍ପୋଷ୍ଟ ଓ ସୂର୍ଯ୍ୟ କିରଣରେ ମାଟି ବିଶୋଧନ

ପତ୍ରରୁ କମ୍ପୋଷ୍ଟ

ଗଛରୁ ଝଡି ପଡୁଥିବା ପତ୍ରର ଜୈବିକ ଖତ ତିଆରି କରାଯାଇପାରିବ । ଯେଉଁମାନେ ଘରେ କି ଚେନ ଗାଡେନ କରୁଛନ୍ତି ଏହି ଖତ ସେମାନଙ୍କ ପାଇଁ ବେଶ୍ ଉପାଦେୟ । ଆସନ୍ତୁ ଜାଣିବା ଏହି ଖତର ପ୍ରସ୍ତୁତି ପ୍ରଣାଳୀ...

ପ୍ରସ୍ତୁତି ପ୍ରଣାଳୀ

ଝଡି ପଡ଼ୁଥିବା ଶୁଖିଲା ତଥା ଅଧା ସଢିଥିବା କଞ୍ଚା ପତ୍ରକୁ ଗୋଟିଏ ଜାଗାରେ ଏକାଠି ଗଦା କରନ୍ତୁ । ଗଦା ନିକଟରେ ୫.୫ ଫୁଟ ଲମ୍ବ, ୫.୫ ଫୁଟ ଚଉତା ଓ ୩ଫୁଟ ଗଭୀରର ଗୋଟିଏ ଗାତ କରନ୍ତୁ ଏବଂ ଗାତରେ ପତ୍ର ପକାଇ ଭର୍ତ୍ତି କରି ଦିଅନ୍ତୁ ।

  • ପ୍ରଥମେ ୪/୫ ବାଲଟି ପାଣି ଛିଞ୍ଚି ଦିଅନ୍ତୁ ଏବଂ ଏହା ଉପରେ ଏକ ଝୁଡି ଦେଶୀ ଗାଈର ଗୋବର ପ୍ରାୟ ୪ ବାଲଟି ପାଣିରେ ଗୋଳାଇ ଛିଞ୍ଚି ଦିଅନ୍ତୁ ।
  • ପରେ ଏକ ଇଞ୍ଚ ବହଳର ମାଟି ପକାଇଦିଅନ୍ତୁ । ଏହା ଦ୍ଵାରା ଗଦାଟି ପ୍ରାୟ ଏକ ଫୁଟ ଦବିଯିବ । ଗୋବର ଗୋଳା ପାଣି ବଦଳରେ ପୁରୁଣା ସଚ୍ଚା ଖତକୁ ମାଟି ସହିତ ମିଶାଇ ବ୍ୟବହାର କରିପାରନ୍ତି । ଗୋବର ଗ୍ୟାସ ଟାଙ୍କିରୁ ବାହାରୁ ଥିବା ତରଳ ସୁରୀ ମଧ୍ୟ ଏଥୁପାଇଁ ବ୍ୟବହାର କରାଯାଇପାରେ ।
  • ଏହିପରି ସ୍ତରକୁ ସ୍ତର ଗାତଟିକୁ ଭର୍ତ୍ତି କରି ଗାତ ଉପର ଠାରୁ ୧ ଫୁଟ ଉଚ୍ଚ ହେଲା ପରେ ଉପର ଅଂଶକୁ ଗୋବର ମାଟିରେ ଲେପି ଦେବାକୁ ପଡିଥାଏ ଏବଂ ବର୍ଷାପାଣି ଗଡି ଯିବା ପାଇଁ ଗଦାର ଉପର ଅଂଶକୁ ଗଡାଣିଆ କରନ୍ତୁ ।
  • ୧୫ ଦିନ ପରେ ଗଦାଟି ଦବିଯିବ ଏବଂ ପୁଣି ତା' ଉପରେ ସ୍ତରକୁ ସ୍ତର ପତ୍ର, ପାଣି, ଗୋବର ପାଣି ମାଟି ଇତ୍ୟାଦି ଦେଇ ଆଗ ପରି ଗଦାର ଉପର ଅଂଶଟି ଗୋବର ମିଶା ମାଟିରେ ଲିପି ଦେବାକୁ ହେବ ।
  • ଏହି ପ୍ରଣାଳୀରେ ୪ ମାସ ଭିତରେ ଉତ୍କୃଷ୍ଟ ଧରଣର ଖତ ମିଳିପାରିବ । ନିମ, କରଞ୍ଜ ତଥା ଅରଖପତ୍ର ବ୍ୟବହାର କରାଗଲେ ଏହା ରୋଗପୋକ ନିୟନ୍ତ୍ରଣରେ ମଧ୍ୟ ସାହାଯ୍ୟ କରିଥାଏ । ବର୍ଷା ଋତୁ ପୁର୍ବରୁ ପତ୍ର ସଂଗ୍ରହ କରାଗଲେ ବେଶୀ ପାଣିର ଆବଶ୍ୟକତା ହୋଇନଥାଏ । ଯେଉଁମାନେ କିରେଚନ ଗାର୍ଡେନ ବା ପାକଶାଳା ବଗିଚା କରୁଛନ୍ତି ସେମାନଙ୍କ ପାଇଁ ଏହା ଏକ ସୁବିଧାଜନକ ଉପାୟ ।

ସୂର୍ଯ୍ୟ କିରଣରେ ମାଟି ବିଶୋଧନ

ଜମିରେ ଜୀବାଣୁ ଓ ଫିମ୍ପି ଜନିତ ଯେ ବିଶୋଧନ କରି ମଞ୍ଜି ବା ଗଛ ଲଗାଇଲେ ରୋଗର ପ୍ରଭାବ କମିଥାଏ । ଏହି ପଦ୍ଧତିରେ ଖରାଦିନେ ଅସମୟରେ ହେଉଥିବା ବୃଷ୍ଟିପାତର ସୁଯୋଗ ନେଇ ବା ଜଳସେଚନ କରି ଜମିକୁ ଚାଷ କରିଦେବା ଦରକାର । ମାଟି ଓଦା ଥିଲାବେଳେ ୨୫ରୁ ୪୦ ମାଇକ୍ରୋମେଟର ବହଳର ଜରି ଦ୍ଵାରା ମାଟିକୁ ୬ ସପ୍ତାହ ପର୍ଯ୍ୟନ୍ତ ଘୋଡାଇ ରଖାଯାଏ । ସେଥିପାଇଁ ହେକ୍ଟର ପ୍ରତି ୨୫୦ ରୁ ୪୦୦ କିଲୋଗ୍ରାମ୍ ଜରି ଆବଶ୍ୟକ ହୋଇଥାଏ । ସାଧାରଣତଃ ସ୍ଵଚ୍ଛ କରି ବ୍ୟବହାର କଲେ ବିଶୋଧନ ପ୍ରକ୍ରିୟା ଅଧିକ ତୀବ୍ରତର ଓ ଗଭୀର ପର୍ଯ୍ୟନ୍ତ ହୋଇଥାଏ ।  ଜରିର ମୋଟେଇ ବଢ଼ିଲେ ବିଶୋଧନ ପ୍ରକ୍ରିୟା ଭଲ ହୁଏ ନାହିଁ । ଉକ୍ତ ଜରି ମଧ୍ୟ ଦେଇ ଆଲୋକ ମାଟି ମଧ୍ୟକୁ ପ୍ରବେଶ କରିଥାଏ । ଏହା ଦ୍ଵାରା ମାଟିର ଉତ୍ତାପ ବଢ଼ିଥାଏ । ୨୫ ମାଇକ୍ରୋମିଟର ଜରି ବ୍ୟବହାର ଦ୍ଵାରା ମାଟିର ୬, ୧୨ ଓ ୨୪ ସେଣ୍ଟିମିଟର ଗଭୀରତାରେ ଉତ୍ତାପ ଯଥାକ୍ରମେ ୧୫-୧୦ ଓ ୩ ଡିଗ୍ରୀ ସେଣ୍ଟିଗ୍ରେଡ୍ ବଢ଼ିଥାଏ । ଫଳରେ ମାଟିରେ ଥିବା ଅନିଷ୍ଟକାରୀ ଜୀବାଣୁଗୁଡ଼ିକ ମରିଯାନ୍ତି । ଏହି ପଦ୍ଧତି ଦ୍ଵାରା ଶତକଡ଼ା ୧୦୦ ଭାଗ ରୋଗ ପ୍ରାଦୁର୍ଭାବ ମୁକ୍ତ କରାଯାଇପାରୁଥିବାର ଲକ୍ଷ୍ୟ କରାଯାଇପାରୁଛି । ଜମିକୁ ବିଶୋଧନ ପରେ ଜରିକୁ ଯତ୍ନର ସହ କାଢ଼ି ପୁନଃବ୍ୟବହାର ପାଇଁ ସାହିତି ରଖନ୍ତୁ ।

ଲେଖା ଓ ପ୍ରାପ୍ତ - କିଶୋରଚନ୍ଦ୍ର ପଣ୍ଡା, ଜୈବ କୃଷି ବିଶେଷଜ୍ଞ, ମୋ : ୯୮୬୧୩୯୭୬୪୩

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate