অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପାକଶାଳା ବଗିଚା

ପ୍ରତି ପାରିବାର ନିମିତ୍ତ ଏକ ପାକଶାଳା ବଗିଚାର ଆବଶ୍ୟକତା ରହିଅଛି । ଏହା ଦ୍ଵାରା ପରିବାରର ଖାଦ୍ୟ ପୁଷ୍ଟିଯୁକ୍ତ ହେବ ସହିତ କମ ଖର୍ଚରେ ଆମେ ନିଜ ପସନ୍ଦ ମୁତବକ ପନିପରିବା ମଧ୍ୟ ପାଇପାରିବା । ବଜାରରୁ ଆମକୁ ଆଉ ପରିବା ଯାହା ବିଷ ଉପଚାରିତ ତାକୁ ଖାଇବାକୁ ମଧ୍ୟ ପଡିବ ନାହିଁ ।

ବଗିଚା ପ୍ରସ୍ତୁତି

ପରିବାରର ଚାହିଦା କୁ ଚାହିଁ କିମ୍ବା ଘର ନିକଟରେ ଥିବା ସ୍ଥାନକୁ ବିଚାରକୁ ନେଇ ବଗିଚାର ଆକାର 100 ମିଟର ଠାରୁ କାମ କିମ୍ବା ଅଧିକ ହୋଇପାରେ ।

  • ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକ ସ୍ଥାନ ବାଛନ୍ତୁ ।
  • ପଟାଳି ଆକାର ଆୟତ୍ତାକାର ହେବା  ଭଲ ।
  • ବଗିଚା ମଧ୍ୟରେ ବଡ ଗଛର ଛାଇ ପଡିବ ଉଚିତ ନୁହେଁ  ।
  • ବଗିଚା ପାଖରେ ପଣି ଥିବା ଆବଶ୍ୟକ  ।
  • ଶାଗ ଜାତୀୟ ଫସଲ ଯଥା ପାଳଙ୍କ, ମେଥି, ଖଡା, କୋଶଳା ପ୍ରବୃତି ଶୀଘ୍ର ଅମଳ ଓ ନଷ୍ଟ ହୋଇ ଯାଉଥିବାରୁ  ଏ ସବୁର ଚାଷ ପାଇଁ ପ୍ରାଧାନ୍ୟ ଦିଅନ୍ତୁ । ଯେପରି ବର୍ଷର ବାରମାସ ତଟକା ଶାଗ ମିଳିପାରିବ ।
  • ପଟାଳିରୁ ହୁଡା ଗୁଡିକ ଟିକେ ଚଉଡା  କଲେ ଏଥିରେ ମୂଳ ଜାତୀୟ ପରିବା  ମଧ୍ୟ ଲଗାଯାଇ ପାରିବ ।
  • ବାଡି କଦରେ କିମ୍ବା କାନ୍ଥ ପାଖରେ ଲତା ଜାତୀୟ ପରିବା  ଲଗାଇବା ଭଲ ।
  • ବଗିଚାର ବାଡ କଡେ କଡେ କଦଳୀ, ଅମୃତଭଣ୍ଡା, ଲେମ୍ବୁ ଏବଂ ସଜନା ଲଗାନ୍ତୁ ।

ଯତ୍ନ

  • ସଠିକ ଦୂରତା ରଖି ଚାରା ରୋପଣ କରନ୍ତୁ କିମ୍ବା ଧାଡିରେ ମଞ୍ଜି ବୁଣନ୍ତୁ ।
  • ଲଗାଇବାର କିମ୍ବା ଗଛ ଉଠିବାର ୧୦/୧୨  ଦିନ ପରେ ଗଛ ପତଳା କରନ୍ତୁ ।
  • ଠିକ ସମୟରେ ଘାସ ବାଛନ୍ତୁ ।
  • ନିୟମିତ ଜଳସେଚନ କରନ୍ତୁ ।
  • ଗୋବର ଖତ, ଜିଆ ଖତ, ପିଡିଆ, ବାୟୋସାର ସହିତ ସୁସୁମ ସାର ବ୍ୟବହାର କରନ୍ତୁ ।
  • ପନି  ପରିବା କଅଂଳ ଥିବା ସମୟରେ ଅମଳ  କରନ୍ତୁ ।
  • ଫଳ ଠିକ ସମୟରେ ଅମଳ କରନ୍ତୁ ।

ଜଣେ ବୟସ୍କ ମଣିଷ ଦିନକୁ ୧୨୫  ଗ୍ରାମ ଶାଗ ଜାତୀୟ ୧୦୦  ଗ୍ରାମ ମୂଳ ଜାତୀୟ, ୭୫  ଗ୍ରାମ ଅନ୍ୟାନ୍ୟ ପନି ପରିବା ଖାଇବା ଆବଶ୍ୟକ । ଆମ ଶରୀର ଦରକାର କରୁଥିବା ଖଣିଜ ପଦାର୍ଥ ଓ ଭିଟାମିନ ତଥା ଅନ୍ୟାନ୍ୟ ଖାଦ୍ୟସାର ପାଇବା ପାଇଁ ନିମ୍ନ ସୁଚିତ ପରିବା ଚାଷ କରନ୍ତୁ।

ପରିବା ଓ ଖାଦ୍ୟସାର

ଶ୍ଵେତସାର

ଆଳୁ, କନ୍ଦମୂଳ, ସାରୁ, ବିଟ

ପୃଷ୍ଟିସାର

ମଟର, ବିନ, ବରଗୁଡି, ଗୁଆଁର, ସିମ୍ବ

ଭିଟାମିନ - କ

ଗାଜର, ପାଳଙ୍ଗ ଶାଗ, କନ୍ଦମୂଳ, କଖାରୁ, ବନ୍ଧା କୋବି, ମେଥି ଶାଗ, ବିଲାତି ବାଇଗଣ,ଧନିଆ

ଭିଟାମିନ – ଖ

ମଟର, ରସୁଣ, ସାରୁ

ଭିଟାମିନ – ଗ

ବିଲାତି ବାଇଗଣ, ସାଲଗମ, ଲଙ୍କା, ଫୁଲ କୋବି, କୋବି, କଲରା, ମୂଳା ଶାଗ, ଖଡା ଶାଗ

କ୍ୟାଲସିୟମ

ବିଟ, ଖଟା, ମେଥି, ସାଲଗମ ପତ୍ର, ଧନିଆ, କଖାରୁ,ପିଆଜ, ବିଲାତି ବାଇଗଣ

ପୋଟାସିୟମ

କନ୍ଦମୂଳ, ଆଳୁ, କଲରା, ମୂଳା

ଫସଫରସ

ରସୁଣ, ମଟର, କାଳରା

ଲୌହ

କଲରା, ଖଡା, ମେଥି ଶାଗ, ପାଳଙ୍ଗ ଶାଗ


 

ବିଭିନ୍ନ ଋତୁରେ ପରିବା

ବର୍ଷାଦିନ – ଭେଣ୍ଡି, ବରଗୁଡି, ଗୁଆଁର, ବାଇଗଣ, ବିଲାତି ବାଇଗଣ, କଖାରୁ, ଲଙ୍କା, ଜହ୍ନି, କାକୁଡି, କଲରା, ମୂଳା, ଗାଜର, କନ୍ଦମୂଳ, ସାରୁ,ଖମ୍ବା ଆଳୁ, ସିମ୍ବ ।

ଶୀତ ଦିନ – ଆଳୁ, ଫୁଲ କୋବି, ବନ୍ଧା କବି, ଗଣ୍ଠି କୋବି, ବ୍ରକୋଳି, ସାଲଗମ, ଗାଜର, ମୂଳା, ବିଲାତି ବାଇଗଣ, ବାଇଗଣ, ଲଙ୍କା, କୋଶଳାଶାଗ, ବିଟ, ପିଆଜ, ରସୁଣ, ପାଳଙ୍ଗ, ମଟର, ସୋରିଷ, ମେଥି, ଧନିଆ ।

ଖରାଦିନ – ଭେଣ୍ଡି, ସାରୁ, ଖଡା ଶାଗ, ତରଭୁଜ, କାକୁଡି, ଲାଉ, କଲର, ବିଲାତି ବାଇଗଣ, ବାଇଗଣ, ଲଙ୍କା, କଖାରୁ, ଗୁଆଁର, ବରଗୁଡି ।

ଆଧାର - କୃଷି ବିଭାଗ

Last Modified : 5/27/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate