অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫସଲ ଉତ୍ପାଦନ (ଅନ୍ତଃ ଫସଲ ଚାଷ)

ଦୁଇ  ବା  ତହିଁରୁ   ଅଧିକ  ଫସଲକୁ  ଗୋଟିଏ   ଜମିରେ  ଏକ  ସମୟରେ   ବିକଳ୍ପ   ଧାଡିରେ   ଚାଷ   କରିବାକୁ   ଅନ୍ତଃ   ଫସଲ   ଚାଷ   କୁହାଯାଏ   । ଅନ୍ତଃ  ଫସଲକୁ   ଚାଷ   ସଂଯୁକ୍ତ   ଫସଲର  ଗଛ   ସଂଖ୍ୟା   ଭିତ୍ତିରେ  ଦୁଇ  ଭାଗରେ  ବିଭକ୍ତ  କରାଯାଇଛି  - ସଂଯୋଜୀ ଅନ୍ତଃ   ଫସଲ  ଓ   ପ୍ରତିସ୍ଥାପନ   ଅନ୍ତଃ   ଫସଲ   । ପ୍ରଥମ  ପଦ୍ଧତିରେ   ଗୋଟିଏ  ଫସଲର   ନିରୁତା  ଚାଷ  ପାଇଁ  ଅନୁମୋଦିତ   ଗଛ  ସଂଖ୍ୟା   ଅକ୍ଷୁର୍ଣ୍ଣ  ରଖାଯାଏ   ।  ଏହି  ଫସଲକୁ  ମୂଳ  ଫସଲ  କୁହାଯାଏ   ମୂଳ  ଫସଲର  ଦୁଇ  ଧାଡି  ମଧ୍ୟରେ   ଆଉ   ଗୋଟିଏ   ଫସଲକୁ  ଲଗାଯାଏ   । ଏହାକୁ   ଅନ୍ତଃ  ଫସଲ   କୁହାଯାଏ   । ଅନ୍ତଃ  ଫସଲର   ଗଛ  ସଂଖ୍ୟା   ନିରୁତା   ଫସଲ  ପାଇଁ  ଅନୁମୋଦିତ  ଗଛ   ସଂଖ୍ୟାଠାରୁ  କମ୍  ରହେ   । ଦ୍ଵିତୀୟ   ପଦ୍ଧତିରେ  ଉଭୟ  ଫସଲକୁ  ସଂଯୁକ୍ତ  ସଂଖ୍ୟା   ନିରୁତା   ଫସଲ   ତୁଳନାରେ   କମ୍  ହୁଏ   ।

ଅନ୍ତଃ ଫସଲ ଚାଷର  ଉପକାର

  1. ନିରୁତା  ଫସଲଠାରୁ  ଅନ୍ତଃ  ଫସଲ  ଚାଷରୁ  ଅଧିକ  ଆଦାୟ   ମିଳେ   ।
  2. ଉତ୍ପାଦନରେ  ଅଧିକ  ନିଶ୍ଚିତତା   ଓ  ସ୍ଥିରତା   ଆସେ   । କାରଣ   ଗୋଟିଏ   ଫସଲ  ନଷ୍ଟ  ହୋଇଗଲେ   ଅନ୍ୟ  ଫସଲ   ଦ୍ଵାରା   ଏହି   କ୍ଷତି   ଅନେକାଂଶରେ  ଭରଣା  ହୋଇପାରେ   ଜୀବନ  ଧାରଣ   କୃଷିରେ   ଉତ୍ପାଦନର  ନିଶ୍ଚିତତା  ଏବଂ   ସ୍ଥିରତା   ବିଶେଷ   ଗୁରୁତ୍ଵପୂର୍ଣ୍ଣ  ।
  3. ଅନ୍ତଃ   ଫସଲ   ଚାଷ   ଯୋଗୁ  ସ୍ଥାନ  ଓ  ସମୟର  ସର୍ବାଧିକ   ଉପଯୋଗ   ହୋଇଥାଏ   ।
  4. ଛୁଇଁ   ଜାତୀୟ  ଫସଲକୁ   ଅନ୍ତଃ  ଫସଲଭାବେ  ଚାଷ   କରିବା   ଦ୍ଵାରା   ମୃତ୍ତିକା  ଉର୍ବରତା   ସୁରକ୍ଷିତ  ରହେ  ।
  5. ସଂଯୁକ୍ତ   ଫସଲଗୁଡିକର   ଚେର   ପଦ୍ଧତିରେ   ତାରତମ୍ୟ   ହେତୁ  ମୃତ୍ତିକାର  ବିଭିନ୍ନ   ସ୍ତରର   ଖାଦ୍ୟସାର , ଜଳ  ଦକ୍ଷତାର  ସହିତ  ବିନିଯୋଗ   କରିହୁଏ   ।
  6. ମୃତ୍ତିକା  ଉପରିସ୍ଥ – ପରିବେଶର  ବିଭିନ୍ନ  ଉପାଦାନ   ଯଥା : ଆଲୋକ, ଟାପ, ଅଙ୍ଗାରକାମ୍ଳ ଓ  ବୃଷ୍ଟିଜଳକୁ  ଅଧିକ  ବିନିଯୋଗ   କରି ହୁଏ   ।
  7. ଅଧିକ   ଦିନରେ  ଅମଳ  ହେଉଥିବା  ଏବଂ   ଅଧିକ  ବ୍ୟବଧାନରେ  ଲଗାଯାଉଥିବା  ଫସଲ  ପ୍ରଥମାବସ୍ଥାର  ମନ୍ଥର   ବୃଦ୍ଧି  ସମକୁ   ବିନିଯୋଗ   କରିହୁଏ   ।
  8. ଶସ୍ୟ ଓ  ଛୁଇଁ   ଜାତୀୟ  ଫସଲକୁ   ଏକାଠି   ଚାଷ   କରିବା  ଦ୍ଵାରା  ସୁଷମ  ଖାଦ୍ୟ  ଓ  ଗୋ – ଖାଦ୍ୟ   ମିଳେ   ।
  9. ଆନ୍ତଃ  ଫସଲ   ଚାଷ  ଦ୍ଵାରା   ମୃତ୍ତିକାର   ଅବିଚ୍ଛିନ୍ନ  ଆଚ୍ଛାଦନ  ଯୋଗୁଁ  ମୃତ୍ତିକା  କ୍ଷୟ  କମ୍  ହୁଏ  । ଅନ୍ତଃ  ଫସଲ   ଚାଷ  ଶ୍ଵାସରୋଧ   ତୃଣକକୁ   ମଧ୍ୟ  ନିୟନ୍ତ୍ରଣ  କରେ   ।
  10. ଅନ୍ତଃ   ଫସଲରେ  ଗୋଟିଏ   ଫସଲ  ଆଉ  ଗୋଟିଏ  ଫସଲକୁ  ପୋଷଣ   କରେ  କିମ୍ବା  ଆଶ୍ରୟ  ଦିଏ  । ସଂଯୁକ୍ତ   ଫସଲ  ମଧ୍ୟ  ବାୟୁଜନିତ  ଅନିଷ୍ଟକାରୀ  କୀଟ  ଏବଂ  ରୋଗ  ସୃଷ୍ଟିକାରୀ  ଜୀବକୁ  ଅବରୋଧ  କରେ   ।
  11. ଅସମତଳ  ଗଡାଣିଆ  ଜମିରେ  ପର୍ଯ୍ୟାୟକ୍ରମେ  ଚାରଣ  ପାଇଁ  ଘାସ  ସହିତ  ଛୁଇଁ   ଜାତୀୟ   ଗୋ – ଖାଦ୍ୟ  ଫସଲକୁ  ଅନ୍ତଃ ଚାଷ  କରିବା  ଦ୍ଵାରା  ପ୍ରାନ୍ତୀୟ  ଜମି  ର  ଅଧିକ  ବିନିଯୋଗ   ହୁଏ   ।
  12. ଭୂକ୍ଷୟ   ପ୍ରଶୟୀ ଓ  ଭୂକ୍ଷୟ   ନିରୋଧୀ   ଫସଲର  ପଡିଦାର  ଚାଷ   ଦ୍ଵାରା  ଭୂ – ଉନ୍ନୟନ  କରିହୁଏ   ।
  13. ଜମିରୁ  ଆୟ   ବାଣ୍ଟି  ହୋଇ  ମିଳେ  ଏବଂ  ବଜାର  ଦର  କମ୍  ରହିଲେ   କ୍ଷତି   ସହିବାକୁ   ପଡେ  ନାହିଁ   ।
  14. ଅଧିକ  କର୍ମ   ଦିବସ  ସୃଷ୍ଟି  ହୁଏ  ଏବଂ  ସଂଯୁକ୍ତ  ଫସଲକୁ   ଲଗାଇବା  ଏବଂ  ଅମଳ  କରିବାରେ  ବ୍ୟବଧାନ  ହେତୁ  ଅଫହିକ  ଶ୍ରମ   ଆବଶ୍ୟକ   କରୁଥିବା  ଚାଷକାର୍ଯ୍ୟ   ବାଣ୍ଟିହୋଇ  ରହେ   । ଏଣୁ   ଚାଷକାର୍ଯ୍ୟ  ସୁରୁଖୁରୁରେ  ସମ୍ପାଦନ  କରିହୁଏ   ।

ଅନ୍ତଃ ଫସଲ ଚାଷର ଅପକାର

ଯାନ୍ତ୍ରିକ  ପ୍ରଣାଳୀରେ  ଚାଷ   କରାଯାଉଥିଲେ  ଅଥବା   ସଂଯୁକ୍ତ   ଫସଲଗୁଡିକର  ସାର, ଜଳ, ବୁଣିବା  ଗଭୀରତା  ଏବଂ  ବୁଣିବା  ପରବର୍ତ୍ତୀ   ଯତ୍ନ   ଆବଶ୍ୟକତା   କିନ୍ତୁ   ଭିନ୍ନ   ହେଉଥିଲେ   ଅନ୍ତଃଫସଲ   ଚାଷକୁ   ପରିଚାଳନା  କରିବାରେ  ଅସୁବିଧା  ଦେଖାଦିଏ   । ସଂଯୁକ୍ତ   ଫସଲ  ଗୁଡିକର  ଅମଳ   ସମୟ  ଭିନ୍ନ  ଭିନ୍ନ  ହୋଇଥିଲେ   ଅମଳ  କରିବାରେ   ମଧ୍ୟ   ଅସୁବିଧା   ଦେଖାଦିଏ   । ଅନ୍ତଃଫସଲ  ଚାଷରୁ   ଯଦିଓ  ଅଧିକ   ଆଦାୟ  ମିଳେ   କିନ୍ତୁ  ଉତ୍ପନ୍ନ   ଦ୍ରବ୍ୟରୁ  ଗୁଣାତ୍ମକମାନ   ନିକୃଷ୍ଟ   ହୁଏ   । ସାଧାରଣତଃ  ସମ୍ବଳ   କମ୍  ଥିବା  ଛୋଟ  ଚାଷୀମାନେ  ଅନ୍ତଃ  ଫସଲ  ଚାଷରୁ  ବିଶେଷ   ଉପକୃତ   ହୋଇଥାନ୍ତି   ।

ଅନ୍ତଃ  ଫସଲ  ଚାଷକୁ  ଚାରିଭାଗରେ  ବିଭକ୍ତ   କରାଯାଇପାରେ   ।

  1. ସମାନ୍ତରାଳ  ଫସଲ  ଚାଷ
  2. ଏହା  ପଦ୍ଧତିରେ  ଏପରି  ଦୁଇଟି  ଫସଲକୁ  ଏକତ୍ର  ଚାଷ  କରାଯାଏ  ଯେଉଁମାନଙ୍କର  ବଢିବା  ଢଙ୍ଗ ରେ   ପାର୍ଥକ୍ୟ   ଥାଏ  ଏବଂ  ପରସ୍ପର  ମଧ୍ୟରେ  ପ୍ରତିଯୋଗିତା  ଆଦୌ  ନଥାଏ   । ଉଭୟ  ଫସଲ   ସେମାନଙ୍କର  ସର୍ବାଧିକ  ଆଦାୟ   କ୍ଷମତା  ପ୍ରଦର୍ଶନ  କରନ୍ତି, ଯଥା – ମକା + ମୁଗ  କିମ୍ବା  ବିରି  ଏବଂ  କପା+ମୁଗ  କିମ୍ବା  ବିରି   ।

  3. ସରି  ଫସଲ  ଚାଷ
  4. ଏହି  ପଦ୍ଧତିରେ  କୌଣସି  ଫସଲ   ଅନ୍ୟ  ଫସଲର  ଆଦାୟ   ଉପରେ  ପ୍ରତିକୂଳ  ପ୍ରଭାବ  ପକାଏ   ନାହିଁ   । ମୁଖ୍ୟ  ଫସଲର   ଆଦାୟ   ନିରୁତା   ଫସଲ   ଆଦାୟ   ସଙ୍ଗେ  ସମାନ   ହୁଏ   । ଏ  ପଦ୍ଧତିରେ  ମୁଖ୍ୟ  ଫସଲର   ଆବଶ୍ୟକ   ଗଛ  ସଂଖ୍ୟା   ରକ୍ଷା   କରାଯାଏ  କିନ୍ତୁ  ଗୌଣ  ଫସଲର  ଧାଡି  ସଂଖ୍ୟା   ନିରୁତା  ଫସଲ   ତୁଳନାରେ   କମ୍ ହୁଏ   । ଆଖୁ + ସୋରିଷ, ଆଖୁ + ଗହମ , ଆଖୁ + ଆଳୁ    ।

  5. ବହୁତଳ   ଫସଲ  ଚାଷ
  6. ଗୋଟିଏ   ଜମିରେ  ଏକ   ସମୟରେ   ବିଭିନ୍ନ   ଉଚ୍ଚତା   ବିଶିଷ୍ଟ   ଫସଲ  ଚାଷ   କରିବାକୁ  ବହୁତଳ  ଫସଲ   ଚାଷ  କୁହାଯାଏ   । ସାଧାରଣତଃ  ଫଳ  ବଗିଚାମାନଙ୍କରେ  ଏବଂ  ରୋପଣ  ଫସଲରେ  ଏହି   ପଦ୍ଧତି   ଅବଲମ୍ବନ  କରାଯାଇଥାଏ   । ନଡିଆ + ଗୋଲମରିଚ+ସପୁରୀ ଏହି  ଫସଲ  ପଦ୍ଧତିର  ଏକ  ଉଦାହରଣ   ।  ନଡିଆ  ଗଛ ୧୦-୩୦  ମିଟର  ଉଚ୍ଚତା   ବଢେ   । ଏହା  ଫସଲ   କୋଠାର   ଶୀର୍ଷ  ହେଲା  ଗଠନ  କରେ   । ଗୋଲମରିଚ   ଗଛ   ନଡିଆ  ଗଛରେ  ମାଡି  ୬-୮  ମିଟର  ଉଚ୍ଚତା   ପର୍ଯ୍ୟନ୍ତ  ବଢେ   ଏବଂ   ଫସଲ – କୋଠାର  ଦ୍ଵିତୀୟ   ମହଲା   ଗଠନ  କରେ   । ଗୋଲମରିଚ  ଗଛର  ପାର୍ଶ୍ଵ  ବୃଦ୍ଧି   ବହୁତ   କମ୍  ହୁଏ   । କୋକୋ  ଏବଂ  ଡାଲଚିନି  ୧.୫ ରୁ ୨.୫  ମିଟର   ଉଚ୍ଚତା   ପର୍ଯ୍ୟନ୍ତ   ବଢେ   ଏବଂ  ଫସଲ – କୋଠାର  ପ୍ରଥମ  ମହଲା  ଗଠନ  କରେ    । ସପୁରୀ  ଏବଂ  ମୂଳ  ଜାତୀୟ   ଫସଲ  ଏକ  ମିଟରରୁ  କମ୍ ଉଚ୍ଚ  ବଢେ  ଏବଂ  ଫସଲ  କୋଠାର  ତଳ  ମହଲା  ଗଠନ କରେ  ।  ନଡିଆ  ଗଛକୁ  ୭.୫ ମିଟର X ୭.୫ ମିଟର  ବ୍ୟବଧାନରେ  ଲଗାଯାଏ   । କିନ୍ତୁ  ଗୋଟିଏ  ପରିପକ୍ଵ   ନଡିଆ  ଗଛର  ଚେର   ଦୁଇ  ମିଟର   ବ୍ୟାସାର୍ଦ୍ଧ  ମଧ୍ୟରେ  ସୀମିତ   ରହେ  ଏବଂ  ମୃତ୍ତିକା  ଉପର  ୩୦ ସେ.ମି.  ମଧ୍ୟରେ   କାର୍ଯ୍ୟକ୍ଷମ  ଚେର  ପ୍ରାୟ  ନଥାଏ   । ଏଣୁ   ଦିଆଯାଉଥିବା   ବ୍ୟବଧାନକୁ  ନଡିଆ  ଗଛ   ଦକ୍ଷତାର  ସହିତ  ବିନିଯୋଗ   କରିପାରେ  ନାହିଁ   । ବହୁତଳ  ଫସଲ  ଚାଷ  ପଦ୍ଧତି  ଦ୍ଵାରା  ନଡିଆ   ବଗିଚାର  ଅବ୍ୟବହୃତ   ସ୍ଥାନର  ସଦ୍ ବିନିଯୋଗ   କରିହୁଏ   । ଓଲୁଅ, ସାକରକଳା, କନ୍ଦମୂଳ, ଅଦା, ହଳଦୀ,  ମାଟିଆଳୁ,  କଦଳୀ  ଆଦି  ଫସଲକୁ   ମଧ୍ୟ  ନଡିଆ  ବଗିଚାରେ  ଚାଷ   କରାଯାଇପାରିବ   । ଇଉକାଲିପଟାସ+ ଅମୃତଭଣ୍ଡା+ ବରସିମ୍  ବହୁତଳ  ଫସଲ  ଚାଷର  ଆଉ  ଏକ   ଉଦାହରଣ   । ବିଲ   ଫସଲରେ   ମଧ୍ୟ  ସମୟ  ସମୟରେ  ବହୁତଳ  ଫସଲ   ଚାଷ  ପଦ୍ଧତି   ଅବଲମ୍ବନ   କରାଯାଏ  ।

ଅନ୍ତଃ  ଫସଲ ଓ  ମିଶ୍ରିତ ଫସଲ ଚାଷ  ପାଇଁ  ଫସଲ  ନିର୍ବାଚନରେ   ସତର୍କତା

  1. ଆଲୋକ, ପୋଷାକ  ଉପାଦାନ , ଜଳ, ବାୟୁ ଓ  ସ୍ଥାନ   ପାଇଁ   ଗୋଟିଏ  ଫସଲ  ଆଉ  ଗୋଟିଏ   ଫସଲ  ସହିତ  ପ୍ରତିଯୋଗୀତା   କରୁ  ନଥିବା   ଉଚିତ   ।
  2. ଗୋଟିଏ  ଫସଲ  ଅନ୍ୟ   ଫସଲର  କୌଣସି  କ୍ଷତି   କରୁନଥିବା   ଉଚିତ   ।
  3. ଅନ୍ତଃଚାଷ  ଆବଶ୍ୟକତାରେ  ବିଭିନ୍ନତା   ଥିବା   ଫସଲକୁ   ଏକତ୍ର   ଚାଷ   କରିବା  ଅନୁଚିତ   ।
  4. ଅନିଷ୍ଟକାରୀ  କୀଟ  ଏବଂ  ପରଜୀବୀ   ତୃଣକ   ପାଇଁ କୌଣସି  ଫସଲ   ବିକଳ୍ପ  ପୋଷକ  ଉଦ୍ଭିଦ   ରୂପେ  କାର୍ଯ୍ୟ   କରୁନଥିବା   ଉଚିତ   ।
  5. ମୂଳୀରୁ  ପୁନଃ  ବଢୁଥିବା ଫସଲ, ମଞ୍ଜିର   ଜଡତା  ନଥିବା   ଫସଲ  ଏବଂ  ମଞ୍ଜିଝଡା  ଦେଉଥିବା   ଫସଲ   ମିଶ୍ରିତ  ଚାଷ   ପାଇଁ   ଅନୁପଯୁକ୍ତ   ।
  6. ବିହନ  ଫସଲ  ସହିତ   ମିଶ୍ରିତ   ଚାଷ   ଅନୁଚିତ  ।
  7. ପୃଷ୍ଠଭାଗ  ବନ୍ଧୁର  ଥିବା   ଫସଲ  ସହିତ   ପୃଷ୍ଠଭାଗ  ନରମ  ଓ  କୋମଳ   ଥିବା   ଫସଲର  ଅନ୍ତଃ   ଫସଲ   ଚାଷ   ଅନୁଚିତ   ।
  8. ସଙ୍କର  ବିହନ   ଉତ୍ପାଦନ   ପାଇଁ   ଚାଷ   କରାଯାଉଥିବା   ଫସଲ  ସହିତ   ଜିନ୍  ସଂଯୋଗକ୍ଷମ   ଫସଲକୁ   ଅନ୍ତଃଫସଲ   ଚାଷ   କରିବା  ଅନୁଚିତ   ।
  9. ବାରମ୍ବାର   ତୋଳା  ଆବଶ୍ୟକ   କରୁଥିବା   ଫସଲ  ସହିତ   ଏକ  ସମୟରେ   ତୋଳା  ଆବଶ୍ୟକ   କରୁଥିବା  ଫସଲକୁ  ଅନ୍ତଃଚାଷ   କରିବା  ଅନୁଚିତ   ।
  10. ଅସମୟରେ   ପଡିଯାଉଥିବା  ଫସଲର  ଅନ୍ତଃଚାଷ   ପାଇଁ   ସତର୍କତା   ଅବଲମ୍ବନ   କରିବା  ଉଚିତ   ।
  11. ଆରୋହଣ   କରୁଥିବା  କିମ୍ବା   ଅନ୍ୟ  ଫସଲ   ଉପରେ   ମାଡୁଥିବା   ଫସଲକୁ   ଅନ୍ତଃଚାଷ   କଲେ  ଦେଖିବାକୁ   ହେବ  ଯେପରି   ଏହି   ଫସଲ  ଯୋଗୁ   ଅନ୍ୟ   ଫସଲର   ବିଶେଷ   କ୍ଷତି  ନ ଘଟେ   ।

ଅନ୍ତଃ  ଫସଲ   ଚାଷର   କେତେକ  ଉଦାହରଣ

 

 

ଧାନ  ଅନୁପାତ

ଧାନ  ସହିତ  ଅନ୍ତଃ  ଫସଲ  ଚାଷ

ଧାନ + ହରଡ

ଧାନ + ମୁଗ

ଧାନ + ବିରି

୫:୨

୩:୧

୩:୧

ହରଡ ସହିତ  ଅନ୍ତଃ ଫସଲ ଚାଷ

ହରଡ + ମୁଗ

ହରଡ + ବିରି

ହରଡ + ମକା

୨:୨-୩

୨:୨-୩

୨ : ୨

ଚିନାବାଦାମ ସହିତ   ଅନ୍ତଃ  ଫସଲ  ଚାଷ

ଚିନାବାଦାମ + ହରଡ

ଚିନାବାଦାମ + ଜଡା

ଚିନାବାଦାମ + ରାଶି

ଚିନାବାଦାମ + ସୂର୍ଯ୍ୟମୁଖୀ

୬ :୨

୬ : ୧

୬: ୧

୬ : ୧

ମକା  ସହିତ  ଅନ୍ତଃ  ଫସଲ  ଚାଷ

ମକା + ମୁଗ

ମକା + ବିରି

ମକା + ବରଗୁଡି

୧ : ୧

୧ : ୧

୧ : ୧

ଗୋଖାଦ୍ୟ  ଫସଲ  ସହିତ  ଅନ୍ତଃ  ଫସଲ  ଚାଷ

ମକା + ବରଗୁଡି

ଟିଓସିଣ୍ଟେ + ବରଗୁଡି

୨ : ୨

୧ : ୧

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ


© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate