অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫସଲ ଉତ୍ପାଦନ (ଫସଲ ଚାଷ ପଦ୍ଧତି)

ଫସଲ  ଶ୍ରେଣୀ  ବିଭାଗ

ଚାଷର  ବ୍ୟାପକତା   ଦୃଷ୍ଟିରୁ   ତିନୋଟି   ମୁଖ୍ୟ  ଶ୍ରେଣୀ   ହେଲା   ।

  • ବାଡିବଗିଚା  ଫସଲ
  • ଏହି  ଫସଲଗୁଡିକୁ  ଅଳ୍ପ  ଜମିରେ   ବାଡିବଗିଚା   ପାକଶାଳା  ବଗିଚା  ଏବଂ  ଫୁଲ  ବଗିଚାରେ  ଚାଷ  କରାଯାଏ  । ଯଥା – ପିଆଜ, ବାଇଗଣ

  • ସ୍ଥାୟୀ  ବଗିଚା ଫସଲ
  • ଅପେକ୍ଷାକୃତ  ବିସ୍ତ୍ରୁତ ଅଞ୍ଚଳରେ  ଲଗାଯାଉଥିବା   ଫସଲକୁ  ରୋପଣ  ଫସଲ   କୁହାଯାଏ  ଏ  ସବୁ  ଫସଲ  ସ୍ଥାୟୀ   । ଥରେ  ଲଗାଇଲେ   ଅନେକ  ଦିନ  ପର୍ଯ୍ୟନ୍ତ  ଅମଳ  ମିଳେ  ଏବଂ  ପ୍ରତି   ଅମଳ  ପରେ  ପୁନଃ   ରୋପଣ   କରିବାକୁ  ପଡେନାହିଁ   ।ଚା, କଫି, କୋକୋ  ଏହି ଶ୍ରେଣୀର  ଫସଲ   ।

  • ବିଲ  ଫସଲ
  • ଏସବୁ  ଫସଲ  ଋତୁକାଳୀନ  ଏବଂ   ବ୍ୟାପକ   ଅଞ୍ଚଳରେ  ଚାଷ   କରାଯାଏ  ଯଥା – ଧାନ, ଗହମ, କପା  ।

ଉଦ୍ଭିଦ  ବିଦ୍ୟା   ଭିତ୍ତିରେ  ଶ୍ରେଣୀ  ବିଭାଗ

  1. ପୋଏସି  କିମ୍ବା  ଘାସ  ବଂଶ – ଧାନ, ଗହମ, ମକା, ବାର୍ଲି, ଓଟ, ନେପିଅର  ଘାସ,  ପାରା  ଘାସ   ।
  2. ପାପିଲିଓନେସି  ବା  ମଟର  ବଂଶ – ମୁଗ , ବିରି, ବରଗୁଡି, ଚିନାବାଦାମ, ବରସିମ୍ , ରତି   ।
  3. କ୍ରୁସିଫେରି  ବା  ସୋରିଷ  ବଂଶ  - ସୋରିଷ, ମୂଳା, ବନ୍ଧାକୋବି , ଫୁଲକୋବି  ।
  4. କୁକୁଡ଼ା  ବିଟେସ  ବା  ବୋଇତାଳୁ  ବଂଶ  - ଲାଉ, କଖାରୁ , ଜହ୍ନି   ।
  5. ମାଲଭେସି  ବା  କପା  ବଂଶ  - କପା, ଭେଣ୍ଡି   ।
  6. ସୋଲାନେସି ବା  ବାଇଗଣ  ବଂଶ – ଆଳୁ, ବିଲାତି ବାଇଗଣ, ଧୂଆଁପତ୍ର , ଲଙ୍କାମରିଚ, ବାଇଗଣ  ।
  7. ଟିଲଏସି   ବା  ନଳିତା  ବଂଶ  - ନଳିତା  ।
  8. ଆସ୍ଟେରେସି  ବା  ସୂର୍ଯ୍ୟମୁଖୀ  ବଂଶ  - ସୂର୍ଯ୍ୟମୁଖୀ, କୁସୁମୀ, ଅଳସି  ।
  9. ଚେନୋପୋଡିଏସି   ବା  ପାଳଙ୍ଗ  ବଂଶ – ପାଳଙ୍ଗ, ବିଟ୍, ସୁଗାର  ବିଟ୍  ।
  10. ପେଡାଲିଏସି  ବା  ରାଶି ବଂଶ – ରାଶି
  11. ଇଉଫରବିଏସି ବା ଜଡା  ବଂଶ  - ଜଡା
  12. କନ୍ ରୋଲଭୁଲେସି ବା   କନ୍ଦମୂଳ ବଂଶ – କନ୍ଦମୂଳ
  13. ଅମ୍ବେଲି ଫେରି  ବା  ଧନିଆ  - ଧନିଆ, ଜିରା,  ପାନରା   ।
  14. ଲିଲିଏସି ବା  ପିଆଜ  ବଂଶ -  ପିଆଜ, ରସୁଣ  ।
  15. ଜିଞ୍ଜିବରେସି  ବା  ଅଦାବଂଶ – ଅଦା, ହଳଦୀ   ।

ବ୍ୟବସାୟିକ  ଶ୍ରେଣୀ

  1. ଖାଦ୍ୟ  ଫସଲ  - ଧାନ, ଗହମ, ମୁଗ, ବିରି, ଚିନାବାଦାମ  ।
  2. ଗୋଖାଦ୍ୟ  ଫସଲ – ମକା, ଜୁଆର,  ଓଟ୍ , ନେସିଅଇ, ଷ୍ଟାଇଲୋ, ବରସିମ   ।
  3. ଶିଳ୍ପ ବା  ବ୍ୟବସାୟିକ  ଫସଲ  - କପା, ନଳିତା, ଆଖୁ, ଧୂଆଁପତ୍ର  ।
  4. ଖାଦ୍ୟ  ସହାୟକ  ଫସଲ – ହଳଦୀ, ଜିରା, ରସୁଣ  ।

ବ୍ୟବହାର  ଭିତ୍ତିରେ  ଶ୍ରେଣୀ  ବିଭାଗ

  1. ମୁଖ୍ୟ  ଶସ୍ୟ  ଜାତୀୟ ଫସଲ – ଧାନ, ଗହମ, ମକା,  ବାର୍ଲି , ଜୁଆର  ।
  2. କ୍ଷୁଦ୍ରଶସ୍ୟ  ଜାତୀୟ  ଫସଲ – ବାଜରା  ମାଣ୍ଡିଆ  ସୁଆଁ, ଚିନା, କାଙ୍କୁ  ।
  3. ତୈଳବୀଜ  ଫସଲ   ଚିନାବାଦାମ  ସୋରିଷ , ରାଶି, ଜଡା, ପେଶୀ  ।
  4. ଡାଲିଜାତୀୟ  ଫସଲ – ମୁଗ, ବିରି,  ବୁଟ, ମଟର, ହରଡ  ।
  5. ଗୋ – ଖାଦ୍ୟ  ଫସଲ – ମକା, ଜୁଆର, ଷ୍ଟାଇଲୋ, ଟିଓସିଣ୍ଟେ , ପାରା  ଘାସ, ଗିନି ଘାସ,  ନେପିଲର  ଘାସ   ।
  6. ତନ୍ତୁପ୍ରଦ   ଫସଲ – କପା, ନଳିତା, ମେସ୍ତା, ଛଣପଟ, ବାରମାସି  ।
  7. ଚିନି ଓ  ସ୍ଵେତସାରପ୍ରଦ  ଫସଲ – ଆଖୁ, ଆଳୁ,  କନ୍ଦମୂଳ  ସୁଗାରବିଟ୍  ।
  8. ମସଲା  ଜାତୀୟ   ଫସଲ – ଅଦା, ହଳଦୀ,  ପିଆଜ,  ରସୁଣ, ଲଙ୍କା,  ଜିରା, ମେଥି  ଧନିଆ   ।
  9. ମାନକ  ଫସଲ  ଧୂଆଁପତ୍ର , ଗଞ୍ଜେଇ   ।
  10. ପାରିବା  ଫସଲ – ବାଇଗଣ, ଭେଣ୍ଡି  କଲରା  ।
  11. ଔଷଧ  ଫସଲ – ଧୂଆଁପତ୍ର  ପୋଦିନା   ।

ଚାଷ ଋତୁଭିତ୍ତିରେ ଶ୍ରେଣୀ ବିଭାଗ

  1. ବର୍ଷାକାଳୀନ   ବା  ଖରିଫ  ଫସଲ – ଜୁନ – ଜୁଲାଇରୁ   ସେପ୍ଟେମ୍ବର – ଅକ୍ଟୋବର  ମାସରେ  ଏହି  ଫସଲଗୁଡିକ  ଚାଷ   କରାଯାଏ   । ବଢିବା  ବେଳେ  ଉଷ୍ମ – ଆର୍ଦ୍ର  ପାଗ  ଏବଂ   ଫୁଲ  ଧରିବା  ପାଇଁ   କ୍ଷୁଦ୍ର  ଦିବାଲୋକ  ଆବଶ୍ୟକ  ହୁଏ   । ଉଦାହରଣ   ସ୍ୱରୂପ  ଶାରଦ  ଧାନ, ନଳିତା,  ମେସ୍ତା  ଜୁଆର,  ହରଡ  ହଳଦୀ   ।
  2. ଶୀତକାଳୀନ  ବା  ରବି  ଫସଲ  - ଅକ୍ଟୋବର  ନଭେମ୍ବର  ମାସରୁ  ଜାନୁୟାରୀ – ଫେବୃୟାରୀ  ମାସ  ମଧ୍ୟରେ  ଏହି  ଫସଲ  ଚାଷ   କରାଯାଏ  । ଯଥା  - ଗହମ, ଓଟ, ବାର୍ଲି, ସୋରିଷ , ଆଳୁ, ବୁଟ, ମଟର, ପେଶୀ  ବନ୍ଧାକୋବି, ଫୁଲକୋବି  । ବଢିବା  ବେଳେ  ଥଣ୍ଡା ଓ  ଶୁଷ୍କ ପାଗ  ଏବଂ   ଫୁଲ  ଫୁଟିବା  ପାଇଁ   କ୍ଷୁଦ୍ର   ଦିବାଲୋକ   ଏସବୁ  ଫସଲ   ଆବଶ୍ୟକ  କରନ୍ତି   ।
  3. ଖରାଟିଆ  ଫସଲ  ଫେବୃୟାରୀ – ମାର୍ଚ୍ଚରୁ   ମେ – ଜୁନ୍ ମାସ  ମଧ୍ୟରେ   ଚାଷ   କରାଯାଏ   । ଯଥା – ମୁଗ, ବିରି, ରାଶି, ବରଗୁଡି   । ବଢିବାବେଳେ   ଉଷ୍ମ ଓ ଶୁଷ୍କପାଗ   ଏବଂ   ଫୁଲ  ଧରିବା   ପାଇଁ   ଦୀର୍ଘ   ଦିବାଲୋକ   ଏସବୁ   ଫସଲ  ଆବଶ୍ୟକ   କରନ୍ତି   । ମକା, ଚିନାବାଦାମ  ମାଣ୍ଡିଆ , ରାଶି,  ପିଆଜ ପ୍ରଭୃତି   ଫସଲର   ଭିନ୍ନ  ଭିନ୍ନ   କିସମ  ଋତୁରେ   ଚାଷ   କରାଯାଇପାରେ   ।

ବିକାଶ  ଭିତ୍ତିରେ ଶ୍ରେଣୀ ବିଭାଗ

  1. ଏକବର୍ଷୀ   ଫସଲ – ଏହି  ଫସଲଗୁଡିକ  ଗୋଟିଏ   ଋତୁ   ବା  ଗୋଟିଏ  ବର୍ଷ  ଭିତରେ   ଜୀବନ  ଚକ୍ର   ଶେଷ  କରନ୍ତି   ।  ଯଥା – ଧାନ, ଗହମ, ମକା, ମୁଗ ବିରି , ସୋରିଷ  ।
  2. ଦ୍ଵିବର୍ଷୀ  ଫସଲ – ଏହି  ଫସଲ  ଗୁଡିକ  ଲାଗ  ଲାଗ  ଦୁଇ  ବର୍ଷରେ  ଜୀବନ   ଚକ୍ର  ଶେଷ  କରନ୍ତି   । ପ୍ରଥମ  ବର୍ଷ  ଅଙ୍ଗୀୟ  ବୃଦ୍ଧି  ଘଟେ  ଏବଂ   ଦ୍ଵିତୀୟ  ବର୍ଷ  ଫୁଲ  ଫଳ  ଧରି  ଗଛ  ମରିଯାଏ   । ଯଥା – ମୂଳା , ବନ୍ଧାକୋବି, ଗାଜର  ସୁଗାରବିଟ୍  ।
  3. ବହୁବର୍ଷୀ  ଫସଲ – ଏହି  ଫସଲଗୁଡିକ  ତିନି  ବା  ତହିଁରୁ  ଅଧିକ  ବର୍ଷ  ବଞ୍ଚନ୍ତି   ।ସେମାନଙ୍କର  ବଂଶ  ବିସ୍ତାର  ମଞ୍ଜିରୁ   ବା  ଅଙ୍ଗଦ   ପ୍ରଣାଳୀରେ   ହୁଏ  । ଆଖୁ, ଅଦା, ନେପିଅର  ଘାସ, କନ୍ଦମୂଳ   ।

ନିର୍ଦ୍ଧିଷ୍ଟ   ଉଦ୍ଦେଶ୍ୟ  ବା  ସ୍ଵତନ୍ତ୍ର   ଆବଶ୍ୟକତା   ପୂରଣପାଇଁ   କେତେକ  ବିଶେଷ   ଉପଯୋଗୀ   ଯଥା :

  • ମଧ୍ୟବର୍ତ୍ତୀ/ଜରୁରୀ/ ଆକସ୍ମିକ  ଫସଲ  ପ୍ରଧାନ  ଫସଲ  ନଷ୍ଟ  ହୋଇଗଲେ   ଚାଷ   ଋତୁରେ  ଅବଶିଷ୍ଟ   ସମୟ  ବିନିଯୋଗ   କରିବାପାଇଁ, ତିରୋଟ  ସମୟରେ   ଗୋଖାଦ୍ୟ, ଯୋଗାଇବାପାଇଁ   ତୃଣକ   ରୋକିବା  ପାଇଁ , ମୃତ୍ତିକା  ସଂରକ୍ଷଣ  ପାଇଁ  ଏବଂ  ଅବଶେଷିୟ  ସାର ଓ ଜଳକୁ  ବିନିଯୋଗ  କରିବା  ପାଇଁ   ଏହା   ବୁଣାଯାଏ   । ଏହି  ଫସଲ   ଶୀଘ୍ର  ବଢେ   । ଖୁବ୍  କମ୍  ଦିନରେ   ଅମଳ  ହୁଏ   ଏବଂ   ଯେକୌଣସି   ଅବସ୍ଥାରେ   ବ୍ୟବହାର   କରାଯାଇପାରେ , ଯଥା- ମୁଗ, ବିରି,  ବରଗୁଡି, ମକା, ଜୁଆର,  ବାଜରା, ମୂଳା, ଧନିଆ  ପାଳଙ୍ଗ   ପିଆଜ   ।
  • ଉର୍ବରତା  ପୂରକ  ଫସଲ  ଭଲ  ଆଦାୟ  ଦେବା  ସହିତ  ଏ  ଜାତିର  ଫସଲ   ମୃତ୍ତିକାକୁ   ଉର୍ବର   କିମ୍ବା  ସୁଧାର  କରେ  ଯଥା  - ଶିମ୍ବ ଜାତୀୟ  ଫସଲ  । ବାୟୁରୁ  ଯବକ୍ଷାରଜାନ  ସଂଗ୍ରହ   କରି  ଏବଂ   ପରିପକ୍ଵ  ଅବସ୍ଥାରେ  ପତ୍ରଝଡା  ଦେଇ   ଏ  ଜାତିର   ଫସଲ  ମୃତ୍ତିକାର  ଉର୍ବରତା   ରକ୍ଷାକରେ   ।
  • ଉର୍ବରତା  ଭାରି  ଫସଲ  ଏ ଶ୍ରେଣୀର  ଫସଲ   ଚାଷକଲେ  ମୃତ୍ତିକାର  ଉର୍ବରତା   କ୍ଷୟହୁଏ   । ଯଥା – ଆଖୁ, ରାଶି, ବାଇଗଣ,  ପେଶୀ  ।
  • ରବି  ଫସଲ  ପ୍ରଧାନ ଫସଲ  ଅମଳ   ହେବାର  କିଛି   ଅଳ୍ପ  ଦିନ   ପୂର୍ବରୁ   ଜମିରୁ   ଚାଷ   ନକରି  ମାଟି  ଓଦାଥିବାବେଳେ   ଏହି  ଫସଲଗୁଡିକୁ   ବୁଣାଯାଏ   ।ବିରି, ମଟର,  ପେଶୀକୁ   ଧାନ  କଟା   ପୂର୍ବରୁ   ଛଟା  ଫସଲ   ଭାବେ  ନିଆଯାଏ   ।
  • ଶ୍ଵାସରୋଧୀ  ଫସଲ  ଏହି   ଫସଲଗୁଡିକ  ଶୀଘ୍ର   ଶୀଘ୍ର   ବଢି  ଶାଖାପ୍ରଶାଖା  ମେଲି  ଘଞ୍ଚ  ପତ୍ର   ଦ୍ଵାରା  ବାୟୁ   ଚଳାଚଳ   ଏବଂ   ସୂର୍ଯ୍ୟାଲୋକ   ପଡିବାରେ  ବାଧା  ସୃଷ୍ଟି   କରନ୍ତି  ଏବଂ   ଶ୍ଵାସରୋଧ   କରି  ଅନାବନା   ଗଛକୁ   ନିୟନ୍ତ୍ରଣ   କରନ୍ତି,  ଯଥା – ବରଗୁଡି, ସୋରିଷ, କନ୍ଦମୂଳ  ।
  • ଭୂମି  ଆଚ୍ଛାଦି  ଫସଲ  ଏହି  ଫସଲଗୁଡିକ  ଘଞ୍ଚ  ପତ୍ରଦ୍ଵାରା  ଆବରଣ   କରି   କିମ୍ବା  ବହଳିଆ  ଛେରା  ଦ୍ଵାରା  ମୃତ୍ତିକା  କ୍ଷୟ   ନିରୋଧ  କରନ୍ତି , ଯଥା – ଚିନାବାଦାମ, ବିରି,  କନ୍ଦମୂଳ,  ଡଙ୍ଗରାଣୀ  କୁଡ୍ର ଜୁ, ପାରାଘାସ   ।
  • ପୋଷାକ  ଫସଲ  ଏହି  ଫସଲଗୁଡିକ  ଅନ୍ୟ  ଫସଲ  ପାଇଁ  ଛାୟା  ଏବଂ   ଆରୋହଣ  ପାଇଁ   ଆଧାର   ଯୋଗାଇଥାନ୍ତି  । ମଟର  ଆରୋହଣ   ପାଇଁ   ସୋରିଷ  ଏବଂ  ବରଗୁଡି  ଆରୋହଣ  ପାଇଁ   ମକା  କିମ୍ବା  ଜୁଆର ଆଧାର  ଯୋଗାଇଥାନ୍ତି   । ଗ୍ଲରି  ନଡିଆ  ଚା’ ବଗିଚାରେ   ଛାୟା  ପ୍ରଦାନ   କରେ   । ହରଡ  ଏବଂ  ଜଡା  ଛାୟାଲରୀ  ଫସଲ  ଅଦା  । ହଳଦୀ  ଓ  ସାରୁକୁ  ଛାୟା  ଯୋଗାନ୍ତି  ।
  • ସଂରକ୍ଷୀ  ବା   ଅବରୋଧୀ  ଫସଲ  ଏହି   ଫସଲଗୁଡିକ  ଅବୈଧ   ପ୍ରବେଶ   ରୋଧ   କରି   କିମ୍ବା   ପବନର  ଗତିକୁ   ସୀମିତ   କରି   ଅନ୍ୟ  ଫସଲ  କ୍ଷତିରୁ  ରକ୍ଷାକରନ୍ତି    । ବୁଟ  କିଆରିରେ   କୁସୁମୀ, ନଦୀକୁଳ  ଜମିର  କଡେ  କଡେ   ସାକାରମ  ମୁଞ୍ଜୋ  ସଂରକ୍ଷୀ  ଫସଲ  ଭାବେ  ବ୍ୟବହୃତ   ହୁଏ   ।
  • ସୀମାନ୍ତ   ଫସଲ  ଆଳୁ  ସୀମାନ୍ତରେ   କୁସୁମୀ, ବନ୍ଧା ଓ  ଫୁଲକୋବି  ସୀମାନ୍ତରେ  ପିଆଜ , ଏହି   ଶ୍ରେଣୀ  ଫସଲର  ଉଦାହରଣ   ।
  • ରୋଧକ  ଫସଲ  ବହୁ  ଫସଲ  ଚାଷରେ  କୃଷି  ପାରିସ୍ଥିତିକ  ନିରନ୍ତରତାକୁ  ଏହି  ଫସଲ  ଗୁଡିକ  ରୋଧକରନ୍ତି   । ଫଳରେ  ମୃତ୍ତିକା  ଅବସ୍ଥାରେ   ଉନ୍ନତି   ଘଟେ  ଏବଂ  ତୃଣକ  ଓ  ମୃତ୍ତିକା   ଜନିତ  ରୋଗ  ପୋକ  ସମସ୍ୟା  କମ୍ ହୁଏ   । ଧାନ   ପରେ   ଧାନ, ଗହମ  କିମ୍ବା  ମକା  ନକରି   ଆଳୁ  ଡାଲି ଜାତୀୟ   ଫସଲ   ଓ  ତୈଳବୀଜ  ଚାଷକଲେ   ଅନେକ   ଅନିଷ୍ଟକାରୀ   ଜୀବର  ନିରନ୍ତରତାକୁ   ରୋଧ   କରିହେବ   ।
  • ଯନ୍ତାଫସଲ  ଏହି  ଫସଲ  ଚାଷକରି  ମୃତ୍ତିକାଜନିତ   କ୍ଷତିକାରକ   ଜୀବକୁ  ଯନ୍ତାରେ  ପକାଯାଇ  ପାରିବ   । ବାଇଗଣ  ଜାତୀୟ  ଫସଲ  ଏବଂ  ଜୁଆର  ଚେର  ସଂସ୍ପର୍ଶରେ  ଆସିଲେ  ପରଜୀବୀ   ତୃଣକ  ଯଥାକ୍ରମେ  ଶଣ୍ଢା  ଓ  ଷ୍ଟ୍ରାଇଗା ବୀଜ   ଅଙ୍କୁରିତ   ହୁଏ   ।  ଅଙ୍କୁରଣ   ପରେ   ଫସଲକୁ  ନଷ୍ଟକରି  ଏହି   ପରଜୀବୀ   ତୃଣକକୁ   ନିୟନ୍ତ୍ରଣ   କରିହେବ   ।  ସେହିପରି   ବାଇଗଣ  ଚାଷକରି  ସୂତ୍ରଜୀବନକୁ   ମଧ୍ୟ  ନିୟନ୍ତ୍ରଣ   କରିହେବ  ।
  • ଆବୃତ  ଫସଲ  ଏହି   ଶ୍ରେଣୀର   ଫସଲ  ଭୂମି   ଉପରେ  ମାଡି  ବହୁସ୍ତର   ବହଳିଆ  ପତ୍ରଦ୍ଵାରା  ଏବଂ   ଅନେକ  ସମୟରେ   ପତ୍ରଝଡା   ଦେଇ   ଜମିକୁ   ଆବୃତ   କରି  ଜଳକ୍ଷୟ   ରୋକନ୍ତି  । ଯଥା – ବରଗୁଡି, କୋଳଥ  ।
  • ଚେକା   ଫସଲ   ଏହି  ଫସଲଗୁଡିକ  ଘାସ   ବଂଶର , ମୃତ୍ତିକା   ପୃଷ୍ଠରେ   ଗହଳିଆ   ପତ୍ର  ଓ ଚେର   ଦିଅନ୍ତି  ଏବଂ   ପଡିଆ  ଅନାବାଦୀ ଜମିର   ମୃତ୍ତିକା   ସଂରକ୍ଷଣ   କରନ୍ତି   ଯଥା – ଦୁବ, ମାର୍ଭେଲ  ଘାସ
  • ସଫାକାରୀ  ଫସଲ   ଯେଉଁ   ଫସଲ  ପାଇଁ  ଅଧିକାରୀ  ଚାଷ  କରିବା, ଖୁସାଇବା, ହୁଡା ଟେକିବା  ଖୋଳିକରି  ଅମଳ   କରିବା  ଆଦି  କୃଷି   କାର୍ଯ୍ୟ  ଯୋଗୁ   ଜମି  ଘାସ , ଲଟା ଓ ମୂଳରୁ  ସଫା   ରଖେ   ।  ଯଥା – ଆଳୁ, ଚିନାବାଦାମ, ଅଦା,  ହଳଦୀ, ସାରୁ,  ପିଆଜ   ।
  • ଦୂଷିତକାରୀ   ଫସଲ ଏହି  ଫସଲଗୁଡିକ  ଧୀରେ  ଧୀରେ  ବଢନ୍ତି, ଅଧିକ   ବ୍ୟବଧାନରେ  ଲଗାଯାନ୍ତି  ଏବଂ  ଜମିକୁ   ଆଚ୍ଛାଦନ  କରିପାରନ୍ତି  ନାହିଁ  । ତେଣୁ  ଜମିରେ  ଘାସ  ପରିମାଣ  ବୃଦ୍ଧିପାଏ, ଯଥା – ମକା, କପା, ଢିପ  ଜମିଧାନ  ।
  • ଅର୍ଥକାରୀ  ଫସଲ  ଏହି  ଫସଲଗୁଡିକୁ  ବିକ୍ରିକରି  ଅର୍ଥ  ପାଇବା  ପାଇଁ  ଚାଷ   କରାଯାଏ, ଯଥା   ନଳିତା, ଧୂଆଁପତ୍ର , ଆଖୁ   ।
  • ପନିପରିବା   ଫସଲ  ଏହି  ଫସଲଗୁଡିକୁ  ବଜାରକୁ   ତଟକା   ପଠାଇବା  ପାଇଁ   ଚାଷ  କରାଯାଏ , ଯଥା – ଭେଣ୍ଡି, ବାଇଗଣ,  ମୂଳା, ପାଳଙ୍ଗ  ବରସିମ  ।
  • କୋବି   ଜାତୀୟ   ଫସଲ   ଏହି  ଫସଲଗୁଡିକ  କ୍ରୁସିଫେରି  ବଂଶ  ଅନ୍ତର୍ଗତ ,  ଥଣ୍ଡା   ପାଗରେ   ଭଲ   ବଢନ୍ତି  ଏବଂ   ତୁଷାରପାତ  ସହ୍ୟକରି   ପାରନ୍ତି , ଯଥା – ବନ୍ଧାକୋବି , ଫୁଲକୋବି   ।
  • ସାଇଲେଜ  ଫସଲ  ରସାଳ  ଥିବାବେଳେ   ଏହି   ଫସଲଗୁଡିକୁ  ଖଣିରେ   ଜାରଣ   କରି   ନିରୋଟ   ସମୟରେ   ଗୃହପାଳିତ   ପଶୁଙ୍କୁ  ଖାଇବାକୁ  ଦେବା ପାଇଁ   ସାଇତି  ରଖାଯାଏ, ଯଥା – ମକା, ଜୁଆର, ବାଜରା,  ବରଗୁଡି  ।
  • ସଏଲିଙ୍ଗ  ଫସଲ : ସବୁଜ   ଥିବାବେଳେ   କଟାଯାଇ   ଗୃହପାଳିତ   ପଶୁଙ୍କୁ  ତଟକା   ଖାଇବାକୁ   ଦେବାପାଇଁ   ଏହି  ଫସଲଗୁଡିକୁ   ଚାଷ   କରାଯାଏ, ଯଥା – ଓଟ୍ , ନେପିଅର  ଘାସ  ଟିଏସିଣ୍ଟେ , ବରଗୁଡି  ଡଙ୍କରରାଣୀ   ।
  • ଲେ  ଫସଲ : ଯେଉଁ   ଫସଲ  ବା  ଫସଲ  ମିଶ୍ରଣକୁ   ଗୃହପାଳିତ  ପଶୁ  ଚରିବା  ପାଇଁ   କିମ୍ବା  କାଟି ନ ଦେଇ   ଭବିଷ୍ୟତରେ  ଗୃହପାଳିତ  ପଶୁଙ୍କୁ   ଖାଇବାକୁ   ଦେବାପାଇଁ   ଚାଷ  କରାଯାଏ , ଯଥା – ଦିନନାଥ  ଘାସ, ବରଗୁଡି, ବରସିମ , ସୋରିଷ  ।
  • ସବୁଜ   ବୀଜ  ଫସଲ : ମାଟିର   ଉର୍ବରତା  ବଢାଇବା   ପାଇଁ  ଏହି   ଫସଲଗୁଡିକୁ  ସବୁଜ  ଅବସ୍ଥାରେ   ଚାଷକରି  ମାଟି  ସହିତ  ମିଶାଇ  ଦିଆଯାଏ   । ଏହା  ଦୁଇ  ପ୍ରକାରର  ସବୁଜ  ପତ୍ର  ଖତ  ଫସଲ  ଓ  ସ୍ଵସ୍ଥାନ  ସବୁଜ  ଖତ   ଫସଲ   ଯଥା – ଧଣିଚା, ଛଣପଟ,  ଗ୍ଲାରିସିଡିଆ   ।

ଆଧାର  - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate