অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫସଲ ଉତ୍ପାଦନ (ଫସଲ ପରିକଳ୍ପନା)

ମୃତ୍ତିକାର  ଉର୍ବରତା   ସୁରକ୍ଷିତ   ରଖି   ପ୍ରତ୍ୟକ   ଫସଲରୁ  ସର୍ବାଧିକ  ଲାଭ  ଉଦ୍ଦେଶ୍ୟରେ   ଫାର୍ମର  ପ୍ରତ୍ୟକ   କିଆରୀରେ  ନିର୍ଦ୍ଧିଷ୍ଟ  ସମୟ  ମଧ୍ୟରେ  କି  ପ୍ରକାର  ଫସଲ   ଚାଷ  କରାଯିବ  ସେଥିପାଇଁ   ଯୋଜନା  କରିବାକୁ   ପରିକଳ୍ପନା   କୁହାଯାଏ   । ଗୋଟିଏ   ଭଲ   ଫସଲ  ପରିକଳ୍ପନା  ବିଭିନ୍ନ  ସମ୍ବଳ  ଯଥା – ଜମି, ଶ୍ରମ,  ଅର୍ଥ  ଓ  ପରିଚାଳନାର   ଲାଭଜନକ   ବିନିଯୋଗ   କରେ , ମୃତ୍ତିକାର  ଉର୍ବରତା   ସୁରକ୍ଷିତ   ରଖେ  ଏବଂ  ସମଗ୍ର   ଫାର୍ମରୁ  ସର୍ବାଧିକ   ଲାଭ  ଦିଏ   ।

ଗୋଟିଏ   ଉତ୍ତମ   ଫସଲ   ପରିକଳ୍ପନାର  ଲକ୍ଷଣ

  1. ବଜାର  ଦର  କିମ୍ବା  ଅନ୍ୟ  କୌଣସି  କାରଣ  ଯୋଗୁ  ଆବଶ୍ୟକ   ନହେଲେ   ପ୍ରତ୍ୟକ  ଫସଲର   କ୍ଷେତ୍ରଫଳ   ପ୍ରତିବର୍ଷ   ପ୍ରାୟ  ସମାନ  ରହୁଥିବ   ।
  2. ଫସଲ  ପର୍ଯ୍ୟାୟ  ପାଇଁ   ଯେତେ  ବର୍ଷ  ଦରକାର  କିଆରୀ  ସଂଖ୍ୟା  ସେତିକି  ବା  ତାର  ଗୁଣିତକ  ହେଉଥିବ  ।
  3. ଫସଲ  ପରିକଳ୍ପନା  ପରିବାରର   ଖାଦ୍ୟ  ଆବଶ୍ୟକତାର   ମୁଖ୍ୟ ଅଂଶ   ପୂରଣ  କରୁଥିବ  ଏବଂ  ଗୋରୁ  ଗାଈମାନଙ୍କ  ପାଇଁ  ଯଥେଷ୍ଟ   ଗୋଖାଦ୍ୟ   ଯୋଗାଉଥିବ   ।
  4. ଫସଲ  ପରିକଳ୍ପନାରେ  ଛୁଇଁ   ଜାତୀୟ   ଫସଲ  ଅନ୍ତର୍ଭୁକ୍ତ   ହୋଇଥିବ   ।
  5. ଅଧିକ  ଲାଭଜନକ   ଫସଲ  ପାଇଁ   ଅଧିକ   ଜମି  ବ୍ୟବସ୍ଥା  କରି   ହେଉଥିବ   ।

ଫସଲ ପରିକଳ୍ପନା ବିଧି

କୌଣସି   ଫାର୍ମ  ପାଇଁ  ଫସଲ  ପରିକଳ୍ପନା  ପ୍ରସ୍ତୁତ   କଲାବେଳେ  ନିମ୍ନଲିଖିତ   ବିଷୟଗୁଡିକ  ବିଚାରକୁ   ନେବା  ଆବଶ୍ୟକ   ।

  1. ଘର, ରାସ୍ତା ଓ  ନାଳୀ   ପାଇଁ   ଜମି   ବ୍ୟବସ୍ଥା  :- ଫସଲ  ଚାଷ   ପାଇଁ  କିଆରୀ   କ୍ଷେତ୍ରଫଳ   ଠିକ୍  କରିବା  ପୂର୍ବରୁ   ମୋଟ   ଫାର୍ମର   କିଛି  ଅଂଶ   ଅଫିସ   ରହିବା  ଘର   ଏବଂ   ରାସ୍ତା  ପାଇଁ   ଛାଡିବାକୁ   ହେବ   । ଫାର୍ମର   ଆକାର  ବଢିଲେ   ଏହି  ଜମିର   ଆନୁପାତିକ   କ୍ଷେତ୍ରଫଳ   କମ୍  ହୁଏ   । ଫାର୍ମ   କ୍ଷେତ୍ରଫଳ  ୫୦ ହେକ୍ଟର  ବା  ତହିଁରୁ   କମ୍  ହେଲେ  ୮- ୧୦ ପ୍ରତିଶତ  ଜମି  ଏବଂ  ୫୦ ହେକ୍ଟରରୁ   ଅଧିକ  ହେଲେ  ୫ ପ୍ରତିଶତ   ଜମି  ଘର  ରାସ୍ତା  ଏବଂ   ନାଳୀ   ପାଇଁ  ଛାଡିବାକୁ   ହେବ   ।
  2. କିଆରୀ  ସଂଖ୍ୟା  : - ଫସଲ  ପର୍ଯ୍ୟାୟ   ପାଇଁ   ଯେତେ  ବର୍ଷ   ଦରକାର  କିଆରୀ  ସଂଖ୍ୟା  ସେତିକି   ବା  ତାର   ଗୁଣିତକ   ହେବା  ଆବଶ୍ୟକ   । ଫସଲ  ପରିକଳ୍ପନାରେ  ଯଦି  ୫ ବର୍ଷିଆ  ଫସଲ   ପର୍ଯ୍ୟାୟ   ସ୍ଥାନ  ପାଏ   ତେବେ  କିଆରୀ  ସଂଖ୍ୟା  ୫ କିମ୍ବା  ୧୦, ୧୫, ୬୦  ଇତ୍ୟାଦି  ହେବ  ଯଦ୍ଦ୍ଵାରା  ଫସଲ  ପର୍ଯ୍ୟାୟ  ଅନ୍ତର୍ଭୁକ୍ତ   ପ୍ରତ୍ୟକ  ଫସଲ   ସମାନ  ପରିମାଣ   ଜମିରେ  ଚାଷ  କରାଯାଇପାରିବ   ।
  3. ପ୍ରତ୍ୟକ   କିଆରୀ   କ୍ଷେତ୍ରଫଳ : - ଭୂମିର   ଉଚ୍ଚାବଚ୍ଚ   ମୃତ୍ତିକା  ଅବସ୍ଥା  କିମ୍ବା   ଅନ୍ୟ  କୌଣସି  କାରଣ  ବାଧ୍ୟ  ନକରେ   ପ୍ରତ୍ୟକ   କିଆରୀର  କ୍ଷେତ୍ରଫଳ   ସମାନ  ହେବା   ଉଚିତ   ।
  4. ଫସଲ   ନିର୍ବାଚନ : - ଫସଲ  ନିର୍ବାଚନ   ଫାର୍ମର   ଅବସ୍ଥିତି   ଅନୁଯାୟୀ   ଭିନ୍ନ  ଭିନ୍ନ   ହୋଇଥାଏ   ।  ଉଦାହରଣସ୍ୱରୂପ  ଫାର୍ମ  ସହର   ନିକଟରେ  ଅବସ୍ଥିତ   ହୋଇଥିଲେ  ୬୦ ପ୍ରତିଶତ   ନିଟ୍  ଚାଷ  ଜମିରେ   ପନିପରିବା   ଏବଂ   ଅବଶିଷ୍ଟ   ଜମି   କିମ୍ବା  ଅତି  କମ୍ ରେ  ୧୨ – ୧୫  ପ୍ରତିଶତରେ   ଗୋଖାଦ୍ୟ   ଫସଲ  ଚାଷ  କରିବା  ଉଚିତ   । ଫାର୍ମ   ଚିନି  କାରଖାନା  ନିକଟରେ   ଅବସ୍ଥିତ  ଥିଲେ  ୬୦ ପ୍ରତିଶତ  ଜମିରେ   ଆଖୁ ଏବଂ  ଅବଶିଷ୍ଟ   ଜମିରେ   ପନିପରିବା  ଓ  ଶସ୍ୟ   ଜାତୀୟ   ଫସଲ  ଚାଷ   କରିବା  ଉଚିତ   । ଫାର୍ମ  ଫଳ  ଓ  ପନିପରିବା  ସଂରକ୍ଷଣ  କାରଖାନା  ନିକଟରେ  ଅବସ୍ଥିତ  ହୋଇଥିଲେ  ୬୦ ପ୍ରତିଶତ  ଜମିରେ   ମଟର , ବିଲାତି  ବାଇଗଣ   ଆଦି   ପନିପରିବା  ଏବଂ   ଅବଶିଷ୍ଟ   ଜମିରେ  ଫଳ  ବଗିଚା   କରିବା   ଉଚିତ   । ଫାର୍ମ  ଯଦି  ଡାଇରୀ  ଫାର୍ମ  ନିକଟରେ   ଅବସ୍ଥ୍ତ   ହୋଇଥିବ  ୧୦ – ୧୫  ପ୍ରତିଶତ   ଜମିରେ   ତୈଳବୀଜ  ଓ  ଡାଲିଜାତୀୟ  ଫସଲ  ଏବଂ   ଅବଶିଷ୍ଟ   ଜମିରେ   ଗୋଖାଦ୍ୟ   ଫସଲ  ଚାଷ   କରିବା  ଉଚିତ   । ଫାର୍ମ  ଶୀତଳ  ଭଣ୍ଡାର   ନିକଟରେ  ଅବସ୍ଥିତ  ଥିଲେ  ଆଳୁ, ପିଆଜ  ଆଦି  ଫସଲ   ଚାଷ   କରିବା  ଉଚିତ   ।
  5. ଫସଲ   ନିର୍ବାଚନ   ଫାର୍ମରେ  ମିଳୁଥିବା   ସୁବିଧା  ଭିତ୍ତିରେ  ହେବା   ଉଚିତ :-  ଫାର୍ମରେ   ମିଳୁଥିବା   ସୁବିଧା   ଯଥା  ବିଜୁଳି ଶକ୍ତି, ଜଳସେଚନ, ପରିବହନ,  ଶ୍ରମିକ,  କୃଷି  ଉପକରଣ  ଇତ୍ୟାଦି   ଭିତ୍ତିରେ   ଫସଲ   ନିର୍ବାଚନ   କରିବାକୁ  ହେବ   । ଏହି  ସୁବିଧାଗୁଡିକ   ମିଳୁଥିଲେ   ସର୍ବାଧିକ   ଲାଭ  ପାଇଁ   ସଘନ   ଫସଲ  ପରିକଳ୍ପନା   ଅବଲମ୍ବନ   କରିବାକୁ  ହେବ   । ସଘନ   ଫସଲ   ପରିକଳ୍ପନାରେ   ପନିପରିବାକୁ   ସ୍ଥାନ   ଦେବାକୁ   ହେବ   । କାରଣ  ତଦ୍ଦ୍ଵାରା  ଅଧିକ  ଲାଭ   ମିଳିପାରିବ   ।
  6. ଏପରି  ଫସଲ  ପରିକଳ୍ପନା   କରିବାକୁ  ହେବ  ଯେପରି   ଫାର୍ମରୁ   ମିଳୁଥିବା  କୃଷି   ଉପକରଣ  ଏବଂ  ଅନ୍ୟାନ୍ୟ  ସମ୍ବଳ  ନଷ୍ଟ   ନହୋଇ   ବିନିଯୋଗ  କରାଯାଇପାରିବ   । ଏତତ୍ ବ୍ୟତୀତ  ଫସଲ  ପରିକଳ୍ପନା  ପରିବାରର   ଆବଶ୍ୟକତା   ପୂରଣ   କରିପାରୁଥିବା   ଉଚିତ   ।
  7. ମୃତ୍ତିକାର  ଉର୍ବରତା  ଓ  ଅନ୍ୟାନ୍ୟ   ଭୌତିକ  ତଥା  ରାସାୟନିକ   ଧର୍ମର   ସୁରକ୍ଷା  ପାଇଁ  ଫସଲ   ପର୍ଯ୍ୟାୟରେ ଅତି  କମ୍ ରେ   ବର୍ଷକୁ   ଗୋଟିଏ   ଛୁଇଁ  ଜାତୀୟ   ଫସଲ  ଚାଷ  କରିବା  ଉଚିତ   ।

ଫସଲ ପରିକଳ୍ପନାର ଉଦାହରଣ

ଚିନି  କାରଖାନା   ଅବସ୍ଥିତ  ଗୋଟିଏ   ଦଶ   ହେକ୍ଟରିଆ  ନଳକୂପ   ଦ୍ଵାରା  ଜଳସେଚନ  ଫାର୍ମ  ପାଇଁ  ଫସଲ   ପରିକଳ୍ପନା  ପ୍ରସ୍ତୁତ   କର  ଏବଂ  ଫସଲ  ପର୍ଯ୍ୟାୟ  ସଘନତା  ହିସାବ   କର   ।

ଅନୁମାନ

  1. ଫାର୍ମର  ମୋଟ  କ୍ଷେତ୍ରଫଳ  ୧୦ ହେକ୍ଟରର  ୧୦ ପ୍ରତିଶତ  ଘର, ରାସ୍ତା  ଏବଂ  ନାଳୀ  ପାଇଁ  ଛାଡିବାକୁ  ହେବ   । ଏଣୁ  ନିଟ୍  ଚାଷ  ଜମିର   କ୍ଷେତ୍ରଫଳର   ହେକ୍ଟର   ହେବ   ।
  2. ଫସଲ – ଚାଷ  ପାଇଁ   ସମସ୍ତ  ଆବଶ୍ୟକୀୟ   ଉପକରଣ   କୃଶକ   ପାଖରେ   ରହିଛି   ।
  3. ଷାଠିଏ   ପ୍ରତିଶତ   ଜମିରେ  ଆଖୁ   ଚାଷ   ହେବ   ।
  4. ଫସଲ  ପର୍ଯ୍ୟାୟ
    • ମକା – ଆଳୁ – ଆଖୁ – ମୂଳା  ଫସଲ – ମୁଗ  ୩ ବର୍ଷ
    • ମକା – ଆଖୁ – ମୂଳୀ  ଫସଲ – ବିରି ୩ ବର୍ଷ  + ଆଳୁ
    • ବୋଇତାଳୁ – ମୂଳ – ଫୁଲକୋବି – ଭେଣ୍ଡି : ୧ ବର୍ଷ
    • ଭେଣ୍ଡି – ଫୁଲକୋବି – ଉଲକୋବି – ବୋଇତାଳୁ : ୧ ବର୍ଷ
    • ଧାନ – ଆଳୁ – ରାଶି
  5. କିଆରୀ  ସଂଖ୍ୟା – ୯ (କାରଣ  ସମସ୍ତ   ଫସଲ   ପର୍ଯ୍ୟାୟର  ମୋଟ  ଅବଧି  ୯ ବର୍ଷ )
  6. ଫସଲ  ପର୍ଯ୍ୟାୟ  ସଘନତା =  X  ୧୦୦

    ସମସ୍ତ  ଫସଲ  ପର୍ଯ୍ୟାୟ  ପାଇଁ   ଆବଶ୍ୟକ   ବର୍ଷ  ସଂଖ୍ୟା

    =   X  ୧୦୦  = 222.2%

ଆଧାର  - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

Last Modified : 2/17/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate