অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫସଲ ଉତ୍ପାଦନ (ବହୁ ଫସଲ ଚାଷ)

ବହୁ  ଫସଲ ଚାଷର ଆବଶ୍ୟକ ଉପାଦାନ

ବହୁ  ଫସଲ ଚାଷ ପାଇଁ କେତେକ ମୌଳିକ ଆବଶ୍ୟକତା ପୂରଣ ହେବା ଆବଶ୍ୟକ ।

  1. ସ୍ଥାନୀୟ   ଜଳବାୟୁ   ଫସଲ  ଚାଷକୁ   ସୀମିତ  କରୁ  ନଥିବ  ।
  2. ଜମି  ସମତଳ  ଥିବ, ସାମୟିକ  ବନ୍ୟା   ବା  ମରୁଡି  ଦ୍ଵାରା  ପ୍ରଭାବିତ  ହେଉ  ନଥିବ , ମୃତ୍ତିକା  ଉର୍ବର   ଥିବ , ଘାସୁଆ  ହୋଇ  ନଥିବ  ଏବଂ  ଅନିଷ୍ଟକାରୀ   କୀଟ ଓ ରୋଗ  ସୃଷ୍ଟିକାରୀ  ଜୀବଦ୍ଵାରା   ଅତ୍ୟଧିକ  ଆକ୍ରାନ୍ତ  ହୋଇ  ନଥିବ   ।
  3. ବର୍ଷସାରା   ପର୍ଯ୍ୟାପ୍ତ  ଓ  ସୁନିଶ୍ଚିତ   ଜଳସେଚନ  ଓ  ନିଷ୍କାସନ  ସୁବିଧା   ଥିବ   ।
  4. ଅଳ୍ପ  ଦିନରେ  ଅମଳ   ହେଉଥିବା  ଅଧିକ  ଅମଳକ୍ଷମ   ଉନ୍ନତ  ଓ  ସଙ୍କର  ବିହନ   ବ୍ୟବହାର   କରିବାକୁ  ହେବ  ଯେପରି   ରୂପ  ମଧ୍ୟରେ  କ୍ରମାନ୍ଵୟରେ  ଅତି  କମ୍ ରେ  ତିନିଟି   ଫସଲ  ଚାଷ  କରାଯାଇପାରିବ   ।
  5. ବିହନ, ସାର, କୃଷି  ଯନ୍ତ୍ରପାତି , ଶ୍ରମିକ, ଅର୍ଥ, କୀଟନାଶକ  ଔଷଧ   ଆଦି  କୃଷି  ଉପକରଣ  ପର୍ଯ୍ୟାପ୍ତ   ପରିମାଣରେ  ଏବଂ  ଠିକ୍  ସମୟରେ  ମିଳୁଥିବ   ।
  6. ଅମଳ  ପରେ  ପରେ   ଫସଲର  ଅବଶେସାଂଶ କୁ   ଅପସାରଣ   କିମ୍ବା   ବିନିଯୋଗ   କରିବା   ପାଇଁ  ଯଥାର୍ଥ  ସୁବିଧା  ଥିବ   ।
  7. ଅମଳ  ପରେ   ପରେ   ଚାଷୀମାନଙ୍କର   ଘର   ନିକଟରେ   ଲାଭଜନକ  ଦରରେ   ଫସଲ   ବିକ୍ରି   କରିବାର  ସୁବିଧା   ଥିବ   । ଚାଷରେ   ବିନିଯୋଗ  କରାଯାଇଥିବା  ଅର୍ଥକୁ  ପରିଶୋଧ  କରିବା  ପାଇଁ   ଅଧିକାଂଶ  ଚାଷୀଙ୍କୁ   ଉତ୍ପନ୍ନ   ଦ୍ରବ୍ୟର   କିଛି  ଅଂଶ   ଅମଳ  ପରେ  ପରେ   ବିକ୍ରି   କରିବାକୁ  ପଡିଥାଏ  ଏବଂ  ଅନେକ   ସ୍ଥଳରେ  ଶସ୍ତାରେ  ଏବଂ  ଧାରରେ   ବିକ୍ରି   କରିବାକୁ  ଚାଷୀମାନେ   ବାଧ୍ୟ   ହୋଇଥାନ୍ତି   ।
  8. ଅମଳପର – ଯତ୍ନ   ପାଇଁ  ଉପଯୁକ୍ତ  ସୁବିଧା  ଥିବା  ଆବଶ୍ୟକ  ଯଦ୍ଦ୍ଵାରା  ସମ୍ପୂର୍ଣ୍ଣ  ପରିପକ୍ଵତା   ଆସିବା  ପର୍ଯ୍ୟନ୍ତ   ଅପେକ୍ଷା  ନ କରି  ଶରୀର  କ୍ରିୟାତ୍ମକ   ପରିପକ୍ଵତା   ଆସିଲେ   ଫସଲକୁ   ଅମଳ  କରାଯାଇପାରିବ   ଏବଂ   ଜମି  ଉପରେ  ଫସଲକୁ   ଶୁଖାଇବା  ସମୟକୁ   କମ୍  କରାଯାଇପାରିବ   ।
  9. ମୃତ୍ତିକା  ଫସଲ  ଏବଂ  ପରିବେଶକୁ   ବିଚାରକୁ   ନେଇ  ବିଭିନ୍ନ   ଫସଲ  ଚାଷ  ପାଇଁ   ଯୋଜନା  କରିବା   ଏବଂ  ଯୋଜନାକୁ   କାର୍ଯ୍ୟକାରୀ   କରିବା  ପାଇଁ  ପ୍ରଯୁକ୍ତି  ଜ୍ଞାନ   ଥିବ ।
  10. କୃଷି  ଯନ୍ତ୍ରପାତିର   ଅତିରିକ୍ତ  ଅଂଶ  ଏବଂ   ମରାମତି  ସୁବିଧା  ନିକଟରେ   ମିଳୁଥିବ । କୃଷି   କାର୍ଯ୍ୟ  ଠିକ୍  ସମୟରେ  ସମ୍ପୂର୍ଣ୍ଣ   କରିବା  ପାଇଁ  ଫାର୍ମ  ଶକ୍ତି  ।
  11. ପାଖ   ଜମିରେ   ସମାନ  କାର୍ଯ୍ୟ   ଆବଶ୍ୟକ   କରୁଥିବା  ଫସଲ  ଚାଷ   କରାଯାଉଥିବ। ପ୍ରତ୍ୟକ  ଫସଲକୁ  ସଂହତଭାବେ   ଚାଷ  କରିବାକୁ  ହେବ   ଯେପରି   ହଳ,  ବଳଦ, କୃଷି ଯନ୍ତ୍ରପାତି  ନେବା   ଆଣିବା  କରିବା   । ଜଳସେଚନ  କରିବା  ଏବଂ  ଅନିଷ୍ଟକାରୀ  କୀଟ   ନିୟନ୍ତ୍ରଣ   କରିବାରେ   ଅସୁବିଧା   ହେବ  ନାହିଁ    ।

ବହୁ  ଫସଲ   ଚାଷର   ଉପକାର

  1. ଜମି, ସମୟ ଓ  ଚାଷ   ଉପକରଣ ର  ଉତ୍ପାଦକତା  ବୃଦ୍ଧିପାଏ   ଏବଂ  କୃଷକର  ମୋଟ  ଉତ୍ପାଦନ  ଏବଂ   ମୋଟ  ଆୟ   ବୃଦ୍ଧିପାଏ   ।
  2. ବର୍ଷସାରା  ଖାଦ୍ୟ ଓ  ଗୋ – ଖାଦ୍ୟ   ମିଳିବାରେ   ସ୍ଥିରତା  ଆସେ   ।
  3. ବର୍ଷସାରା  ଆୟ  ବାଣ୍ଟି  ହୋଇ  ମିଳେ  ଏବଂ  ପୁଞ୍ଜି  ପୁନର୍ବିନିଯୋଗ   ପାଇଁ   ସୁଯୋଗ   ମିଳେ   ।
  4. କୃଷି  ଯନ୍ତ୍ରପାତି, ବଳଦ ଓ  ଶ୍ରମିକମାନଙ୍କ  ପାଇଁ  ଅଧିକ  କାମ  ମିଳେ  ଏବଂ  ବର୍ଷସାରା   କାମ  ମିଳେ   ।
  5. ମୃତ୍ତିକା  କ୍ଷୟ   କମ୍ ହୁଏ   ।
  6. ଜମି, ଅବସେଶୀୟ   ଖତ, ସାର ଓ  ଜଳର  ସର୍ବାଧିକ  ବିନିଯୋଗ   ହୁଏ   ।
  7. ଏକକ  ଉତ୍ପନ୍ନ   ଦ୍ରବ୍ୟ   ପିଛା  ଜମିକର, ଜଳକର  ଏବଂ  ଅନ୍ୟାନ୍ୟ   ବର୍ଷିକିଆ  ଖର୍ଚ୍ଚ  କମ୍  ହୁଏ   ।
  8. ତୃଣକକୁ   ସମ୍ପୂର୍ଣ୍ଣ   ନିୟନ୍ତ୍ରଣ  କରିବା  ସମ୍ଭାବନା  ଉଜ୍ଜ୍ଵଳ  ହୁଏ   । କାରଣ   ଜମି  କମ୍  ସମୟ  ପଡିଆ  ରହିଥିବାରୁ   ବଂଶ  ବିସ୍ତାର  କରିବା   ପାଇଁ   ତୃଣଜକୁ  ସୁଯୋଗ  ମିଳେ  ନାହିଁ   ।
  9. ବିବିଧ   ଫସଲ  ଚାଷ   ହେତୁ   ପରିବାରକୁ  ସୁଷମ  ଖାଦ୍ୟ   ମିଳେ   ।
  10. ପରିବାରର  ଆବଶ୍ୟକତା   ଏବଂ   ବଜାର  ପ୍ରତିଯୋଗିତାକୁ   ବିଚାରକୁ   ନେଇ  କୃଷି – ପରିସ୍ଥିତି  ଓ  ଫସଲ  ଯୋଜନାକୁ   ଖାପ   ଖୁଆଇ   ଫସଲ  କିସମ   ନିର୍ବାଚନ   କରିବା   ସୁଯୋଗ   ବୃଦ୍ଧିପାଏ   ।

ବହୁ  ଫସଲ  ଚାଷର  ଆକାର

  1. ଜମି  ପ୍ରସ୍ତୁତ   କରିବା  ପାଇଁ   ଖୁବ୍  କମ୍  ସମୟ   ମିଳେ   ।
  2. ଜମି   ଭଲଭାବେ  ପ୍ରସ୍ତୁତ   କରାଯାଉଥିବାରୁ  ଏହିକ  ଅନ୍ତଃ  ଚାଷ  ଆବଶ୍ୟକ   ହୁଏ   ।
  3. ମୂଳୀ  ଓ  ଖୁଣ୍ଟା  ସଫା   କରିବା  ଏକ  ସମସ୍ୟା  ହୋଇ   ଦେଖାଦିଏ   ।
  4. ପୂର୍ବ  ଫସଲର  ଅବଶେଷିୟ  ବିଷାକ୍ତତା   ଶୀଘ୍ର  ଚାଷ   କରାଯାଉଥିବା   ପରବର୍ତ୍ତୀ   ଫସଲର   ଅଧିକ  କ୍ଷତି   ଘଟାଏ   ।
  5. ବହୁ  ଫସଲ   ଚାଷକୁ  ସଠିକ୍  ଭାବେ   ପରିଚାଳନା  ନ  କଲେ   ତୃଣକ, ଅନିଷ୍ଟକାରୀ   କୀଟ   ଏବଂ   ଫସଲର  ରୋଗ  ସମସ୍ୟା   ବୃଦ୍ଧିପାଏ   ।
  6. ଯଥେଷ୍ଟ   ପରିମାଣରେ  ସୁଷମ  ସାର   ପ୍ରୟୋଗ  ନ କଲେ  ଉଦ୍ଭିଦ   ପୋଷାକ   ଅଭାବଜନିତ  ସମସ୍ୟା  ଫସଲରେ  ଦେଖାଦିଏ   ।
  7. ଜମି ଓ  ମୃତ୍ତିକାର  ଉନ୍ନୟନ   ପାଇଁ   ସୁଯୋଗ  ମିଳେ  ନାହିଁ   ।
  8. ଅଧିକ  ଦିନରେ   ଅମଳ  ହେଉଥିବା  ଫସଲକୁ  ଚାଷ   କରାଯାଇପାରେ  ନାହିଁ   ।

ଆଧାର  - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate