ହୋମ / କୃଷି / ଉତ୍ତମ ଅଭ୍ୟାସ / ରାଷ୍ଟ୍ରୀୟ କୃଷି ନବୋନ୍ମେଷି ପରିଯୋଜନା
ସେଆର କରନ୍ତୁ

ରାଷ୍ଟ୍ରୀୟ କୃଷି ନବୋନ୍ମେଷି ପରିଯୋଜନା

ରାଷ୍ଟ୍ରୀୟ କୃଷି ନବୋନ୍ମେଷି ପରିଯୋଜନା ବିଷୟରେ ସୂଚନା I

ଉପକ୍ରମ

ଯେକୌଣସି ଚାଷର ସଫଳତା ପାଇଁ ଉତ୍ତମ ଗୁଣବର୍ତ୍ତାର ଅଧିକ ଅମଳର ଆସା କରାଯାଏ ।  ଏହି ଉଦ୍ଦେଶ୍ୟ ପୂର୍ତ୍ତୀ କରିବାର ଏକ ମୁଖ୍ୟ ଓ ମୂଳ କାରକ ହେଉଛି କିସମର ମଞ୍ଜି ବା ଚାରା । ଉତ୍ତମ ମଞ୍ଜି ଓ ଚାରା ବ୍ୟବହାର କରି ଜଣେ ଚାଷୀ ସଫଳ ଓ ଲାଭବାନ ହୋଇପାରିବ । ସାଧାରଣତଃ ଦେଖାଯାଇଛି ଯେ , ଚାଷୀମାନେ ନିଜ ଚାଷ ପାଇଁ ନିଜର ଛୋଟ ଛୋଟ ନର୍ସରୀରେ ଫଳ ଓ ପନିପରିବାର ଚାରା ତିଆରି କରିଥାନ୍ତି । ଚାରା ତିଆରି କରିବାର ସମୟ ନିର୍ଧାରିତ ଅନୁକୂଳ ପାଗକୁ ଦେଖି କରାଯାଏ  କିନ୍ତୁ ଚାରା ତିଆରି ସମୟ ଏ ବିଭିନ୍ନ ପ୍ରାକୃତିକ ପ୍ରାଦୁର୍ଭାବ  ଯଥା ଅଧିକ ଗରମ ବା ଥଣ୍ଡା  ଆଦି ହେଲେ ଚାରା ନଷ୍ଟ ହୋଇଯିବାର ସମ୍ଭାବନା ରହୁଛି ।  ଏହା ବ୍ୟତୀତ ଚାଷୀର ମଞ୍ଜି ଚୟନ ଓ ଚାରା ଲଗାଇବାର ପଦ୍ଧତି ଜାଣିବା ଉଚିତ । ପଦ୍ଧତି ପ୍ରତି ଜ୍ଞାନର ଅଭାବ ରହିଲେ ଉଚିତ ଗୁଣବର୍ତ୍ତାର ଚାରା ଉତ୍ପନ୍ନ ହୋଇପାରିବ ନାହିଁ  । ଏହି ପରିସ୍ଥିତିରେ ଅନୁକୂଳ ସମୟଚାଲିଯିବା ପରେ ଚାଷୀ ପୁନର୍ବାର ଚାରା ଉତ୍ପନ୍ନ କରିବାର ସମ୍ଭାବନା ରହୁନାହିଁ  ।  ଗ୍ରାମାଞ୍ଚଳରେ ଏହି ସବୁ ଅସୁବିଧାକୁ ଦ୍ରୁଷ୍ଟିରେ ରାଖୀ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର (ଆଇ.ଆଇ.ଏଚ.ଆର) ଭୁବନେଶ୍ଵର, ରାଷ୍ଟ୍ରୀୟ କୃଷି ନବୋନ୍ମେଷି ପରିଯୋଜନା ଆନୁକୁଲ୍ୟରେ ବୈଷୟିକ ଫଳ ଓ ପନିପରିବା ନର୍ସରୀ ପଦକ୍ଷେପ ଓଡିଶାର ତିନୋଟି ଜିଲ୍ଲାର ବିଭିନ୍ନ ଗ୍ରାମ ଗୁଡିକରେ ଚାଷୀ ମାନଙ୍କ କ୍ଷେତ୍ରରେ ପ୍ରଦର୍ଶିତ କରାଯାଉଛି  । ଏହି ପଦକ୍ଷେପରେ ମୁଖ୍ୟ ଉଦ୍ଦେଶ୍ୟ ଗୁଡିକ ହେଲା ।

  • ଚାଷୀକୁ ଉତ୍ତମ ମଞ୍ଜି ଚୟନ ଓ ବୈଜ୍ଞାନିକ ପଦ୍ଧତିରେ ଉତ୍ତମ ଚାରା ଉତ୍ପାଦନ କରିବାର ଜ୍ଞାନ କୌଶଳ ହେବା ।
  • ସଂରକ୍ଷିତ ଚାରା ଉତ୍ପାଦନ ପଦ୍ଧତିର ପ୍ରଶିକ୍ଷଣ ଓ ଏହାର ସବୁଜ ଓ ପଲିଥିନ ଗୃହରେ ଉତ୍ପାଦନ କୌଶଳର ପ୍ରଦର୍ଶନ ।

ରାଷ୍ଟ୍ରୀୟ କୃଷି ନବୋନ୍ମେଷି ପରିଯୋଜନା

ଆମ ରାଜ୍ୟ ଓଡିଶାର  40% ରୁ ଅଧିକ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି । ତନ୍ମଧ୍ୟରୁ ଅଧିକାଂଶ ଲୋକ ଗ୍ରାମାଞ୍ଚଳରେ ବସବାସ କରନ୍ତି ।  ଭାରତର ଯୋଜନା ଆୟୋଗ ଆମ ରାଜ୍ୟର  18 ଟି  ଜିଲ୍ଲାକୁ ଜଣ ପିଛା ଉତ୍ପାଦିତ ଦ୍ରବ୍ୟ , ଶ୍ରମ ନିଯୁକ୍ତି ଏବଂ ଅନୁସୂଚିତ ଜାତି ଓ ଜଣଜାତୀୟ ଜନସଂଖ୍ୟା ଇତ୍ୟାଦିକୁ ଦ୍ରୁଷ୍ଟିରେ ରାଖୀ ଅନୁନ୍ନତ ଭାବେ ଚିହ୍ନଟ କରିଛନ୍ତି । ଅଳ୍ପ ଜମି , କମ ଉତ୍ପାଦକତା ଓ ଜ୍ଞାନ କୌଶଳର ସ୍ୱଳ୍ପ ଆହରଣ ରାଜ୍ୟର ଚାଷ ଭିତ୍ତିକ ମୁଖ୍ୟ ସମସ୍ୟା । ତେଣୁ ଗ୍ରାମୀଣ ଆଞ୍ଚଲରେ ଚାଷ ଭିତ୍ତିକ ବୈଜ୍ଞାନିକ ପଦକ୍ଷେପ ଗୁଡିକର କ୍ଷେତ୍ର ପ୍ରଦର୍ଶନ ଦ୍ଵାରା ଗ୍ରାମୀଣ ଓ ଜନଜାତୀୟ ଜୀବିକାର ଉନ୍ନତି କରାଯାଇପାରିବ । ଏହାକୁ ଦ୍ରୁଷ୍ଟିରେ ରଖି ସମନ୍ଵିତ ମଧୁର ଜଳ ଜୀବପାଳନ , ଉଦ୍ୟାନ କୃଷି ଏବଂ ପଶୁ ସମ୍ପଦ ବିକାଶ ମାଧ୍ୟମରେ ଚାଷୀମାନଙ୍କ  ଉନ୍ନତିର ଲକ୍ଷ କରାଯାଇଛି ।  ଏହି ଡ଼ିଆଇଜିରେ ଆଞ୍ଚଳିକ ସଂସ୍ଥାର ନୂତନ ବିଜ୍ଞାନ କୌଶଳ ଓ ଉତ୍ତମ ମାନର ସଂଶୋଧନ ଦ୍ଵାରା ଏହି ଆଞ୍ଚଲରେ ପୃଷ୍ଟି ନିରାପତ୍ତା ଓ ଆୟ ବୃଦ୍ଧି କରାଯାଇପାରିବ । ଏହି ବିଶ୍ଵବ୍ୟାଙ୍କର ଅନୁଦାନ ପ୍ରାପ୍ତ ପ୍ରକଳ୍ପ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ , ନୂଆଦିଲ୍ଲୀ ଅନ୍ତର୍ଗତ ରାଷ୍ଟ୍ରୀୟ କୃଷି  ନବୋନ୍ମେଷି ପରିଯୋଜନା, ବିଭାଗ -୩ ର ଅନ୍ତର୍ଭୁକ୍ତ । ଓଡିଶାର ତିନୋଟି ଅନୁନ୍ନତ ଜିଲ୍ଲା କେଉଁଝର, ମୟୂରଭଞ୍ଜ, ଓ ସମ୍ବଲପୁରର ଆଠଟି ଗ୍ରାମପୁଞ୍ଜ (କେଉଁଝରଗଡ ସଦର, ପାଟଣା, ଆନନ୍ଦପୁର, ଉଦଳା- କପ୍ତିପଦା, ବାରିପଦା  ବଡସାହି- ବେତନଟୀ , ରେଙ୍ଗୁଳି, ମାନେଶ୍ଵର) ରେ ଏହି ପ୍ରକଳ୍ପ କାର୍ଯ୍ୟରତ ।

ବୈଷୟିକ ଫଳ ଓ ପନିପରିବା ନର୍ସରୀ

ଚାଷରେ ଅଧିକ ଆମଳ ସକାଶେ ଉନ୍ନତ କିସମର ଛଡ଼ା ନିହାତି ଦରକାର । ସାଧାରଣତଃ ଦେଖାଯାଇଛି ଯେ ଚାଷୀମାନେ  ନିଜ ଚାଷ ପାଇଁ ନିଜର ଛୋଟ ଛୋଟ – ନର୍ସରୀ କରିଥାନ୍ତି  କିନ୍ତୁ ଯଦି ରୋଗପୋକର ଅଥବା ପ୍ରାକୃତିକ ପ୍ରାଦୁର୍ଭାବ ଘଟେ, ଚାଷୀ ଚାଷ ପାଇଁ ଉଚିତ ପରିମାଣର ଛଡ଼ା ପାଇନଥାଏ ।  ଏହାକୁ ଦ୍ରୁଷ୍ଟିରେ ରଖି ତିନୋଟି  ଜିଲ୍ଲାରେ ଉତ୍ତମ ମାନର, ଚାରାର ଉତ୍ପାଦନ ସକାଶେ ପଲି ହାଉସ/ନେଟ ହାଉସ ନିର୍ମାଣ କରିଯାଇ ଗଠିତ ସ୍ଵୟଂ ସହାୟକ ସଂଘକୁ ପ୍ରଦାନ କରାଯାଇଛି । ଯେଉଁଥିରେ କି ସେମାନେ ପରିଯୋଜନା ତରଫରୁ ଦିଆଯାଇଆଥିବା ଟମୋଟୋ ବାଇଗଣ, ଲଙ୍କା, ଅମୃତଭଣ୍ଡା, ବନ୍ଧାକୋବି ଓ ଫୁଲକୋବି ପ୍ରଭୁତି  ମଞ୍ଜ ଲଗାଇ ଚାରା ଉତ୍ପନ୍ନ କରିପାରୁଛନ୍ତି ।  ଏତତ ସମେତ ପ୍ରାରମ୍ଭିକ ସ୍ତରରେ , କୃଷି ଉପକାରଣ ଏବଂ କାର୍ମଶାଳା ମାଧ୍ୟମରେ ମୃତ୍ତିକା ସୌରୀକରଣ,  କଲମି କରଣ , ମଞ୍ଜି ବୁଣିବା, ପାତାଳୀ ପ୍ରସ୍ତୁତ, ରୋଗପୋକ ନିରୋଧନ ସମ୍ବନ୍ଧୀୟ ଜ୍ଞାନକୌଶଳ ପ୍ରଦାନ କରାଯାଇଛି  । ସେହି ଆଞ୍ଚଲରେ ଚାଷ ହେଉଥିବା ଋତୁ ଭିତ୍ତିରେ ନର୍ସରୀରେ ଉତ୍ପାଦିତ ଚାରାକୁ ସେହି ଗ୍ରାମ ତଥା ପଡୋଶୀ ଗ୍ରାମର ଚାଷୀଭାଇମାନଙ୍କୁ ଉଚିତ ମୂଲ୍ୟରେ ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଯୋଗାଇ ଦିଆଯାଉଛି ।

ନର୍ସରୀରେ ବୈଷୟିକ ଫଳ ଓ ପନିପରିବା ଚାରା ଉତ୍ପାଦନ ସଫଳ ବୈଷୟିକ ଚାଷର ଏକ ଆବଶ୍ୟକ ପନ୍ଥା  ।  ନର୍ସରୀରେ ଫଳ ପନିପରିବା ଚାରାର ସଫଳ ଉତ୍ପାଦନ ପାଇଁ କେତୋଟି ଜ୍ଞାନ କୌଶଳ ଓ ପଦ୍ଧତି ଏକ ତକାନିକ ପ୍ରସାର ପୁସ୍ତିକାରେ ଦିଆଯାଇଛି  ।

ସଂରକ୍ଷିତ ନର୍ସରୀ ଚାରା ଉତ୍ପାଦନର ଉପାଦେୟତା

  1. ସୁସ୍ଥ , ନୀରୋଗ ଚାରା ପାଇଁ ନର୍ସରୀ ଆବଶ୍ୟକ ରହିଛି  ।
  2. ଚାରାର ବିକ୍ରି ସୁବିଧାକୁ ଦ୍ରୁଷ୍ଟିରେ ରଖି ହିଁ ନର୍ସରୀ ସ୍ଥାପନ କରାଯାଇଥାଏ ।
  3. ନର୍ସରୀ ଗୃହ ଚାରାବୃଦ୍ଧି ପାଇଁ ସଠିକ ଜଳବାୟୁ ଦେଇଥାଏ   ।
  4. ଗ୍ରୀନହାଉସ ଓ ପଲି ହାଉସରେ ନର୍ସରୀ ଗୃହ ହେଉଥିବାରୁ ସୁବିଧାରେ ଛାଡ଼ ଓ କଲମି ଗଛଗୁଡିକୁ ପ୍ରତିକୁଳ ବାତାବରଣରୁ ରକ୍ଷା କରାଯାଇପାରେ ।
  5. ଉତ୍ତମ ଚାରା ଶସ୍ୟର ଜୀବନକାଳ କମ କରେ ଓ ଶସ୍ୟକୁ ସମାନତା ଦିଏ ଯାହାଦ୍ଵାରା ଅମଳ ଶୀଘ୍ର ହୋଇପାରିବ ।
  6. ନର୍ସରୀରେ ସୀମିତ ସ୍ଥାନରେ ଥିବା ଚାରା ଗଛର ଯତ୍ନ ନେବା ସହଜ ହୁଏ  ।
  7. ନର୍ସରୀରେ ରୋଗ ପୋକର ଦେଖାଶୁଣା ଓ ନିରାକରଣ ମଧ୍ୟ ସୁବିଧାରେ ହୁଏ ।  ଠିକ ସମୟରେ ରୋଗପୋକ ପରିଚାଳନା କରି କମ ବ୍ୟୟରେ , ଅଧିକ କାର୍ଯ୍ୟ ସମ୍ପାଦନ କରିହୁଏ  ।
  8. ସଠିକ ସାଧନ- ସାମଗ୍ରୀର ଉପଯୋଗ ଦ୍ଵାରା ଉତ୍ତମ ଚାରା ଉତ୍ପାଦନ କରିହୁଏ  ।
  9. ଚାଷୀ ନର୍ସରୀରେ କମ ସ୍ଥାନରେ ମୂଲ୍ୟାୟନ ଚାରାର ଉତ୍ପାଦନ କରିବାର ସକ୍ଷକ ହୁଏ । ଅଧିକ ଦରର ସଙ୍କର ଜାତୀୟ ପନିପାରିବା , ଫୁଲ ଓ ରଙ୍ଗୀନ ଗଛ , ମସଲା ଜାତୀୟ ଗଛ ଓ ଫଳଗଛ ବୟସର ଉତ୍ତମ ଗୁଣବର୍ତ୍ତାର ଚାରା ଗୁଡିକୁ ନର୍ସରୀରେ ସହଜ ଭାବେ ତିଆରି କରାଯାଇପରେ ।
  10. ପ୍ରତିକୂଳ ପାଗ ବେଳେ ମୁଖ୍ୟ ଜାଗାରେ ତଳି ନ ଲଗାଇ, ଅନୁକୂଳ ପାଗ ହେବା ପର୍ଯ୍ୟନ୍ତ ନର୍ସରୀ ଗୃହରେ ତଳିକୁ ସୁରକ୍ଷିତ ରଖାଯାଇପାରେ  ।
  11. ଶିକ୍ଷିତ ବେକାରି ଯୁବକ/ଯୁବତୀମାନଙ୍କ ପାଇଁ କମ ଖର୍ଚ୍ଚ ବ୍ୟୟରେ ଆତ୍ମନିର୍ଭରଶୀଳ ହେବାର ନର୍ସରୀ ଏକ ଉତ୍ତମ ପନ୍ଥା  ।
  12. ନର୍ସରୀରେ ଚାରା ଉତାରିବା ସହ ବିଭିନ୍ନ ପ୍ରକାର ଗଛ ଓ ଗୁଳ୍ମ ଆଦି ବିକ୍ରି ହେବା ପର୍ଯ୍ୟନ୍ତ ଗଚ୍ଛିତ ରଖାଯାଇଥାଏ ।

ଆଧାର - କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର

2.94444444444
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top