অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସବୁଜ ସାର ଆଜୋଲା

କୃଷି କ୍ଷେତ୍ରରେ ଆଜୋଲାର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଆଜୋଲା ଏକା ଅପୁଷ୍କ ଜନକ ଭାସମାନ ଉଦ୍ଭିଦ (ଫଣ୍ଟି) । ଏହାକୁ ସବୁଜ ସାର ଭାବେ  ଫସଲରେ ଓ ଗୋଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଏ । ଏହି ସବୁଜ ସାରକୁ ଘରେ କିପରି ପ୍ରସ୍ତୁତ କରିବେ ସେ ସମ୍ପର୍କରେ ।

ବର୍ଷା ଦିନିଆ ଏବଂ ଖରାଦିନିଆ ଧାନ ଚାଷ ପାଇଁ ବା ଏହା ଏକ ଉପଯୁକ୍ତ ଜୈବିକ ସାର । ଖାଲୁଆ ଜାଗା, ଅଗଭୀର ପୋଖରୀ, ମାଟି ଖାତ ଇତ୍ୟାଦିରେ ଥିବା ସ୍ଥିର ଜଳରେ ବେଳେବେଳେ ଦେଖିବାକୁ ମିଳିଥାଏ । ଆଜୋଲାକୁ ମାଟିରେ ମିଶାଇଲେ  ଏଥିରେ ଥିବା ଯବକ୍ଷାରଜାନ ମାଟିରେ ମିଶିଯାଏ । ଏହା ହେକ୍ଟର ପ୍ରତି  ୨୫ରୁ ୩୦ କିଗ୍ରା ଯବକ୍ଷାରଜାନ ଯୋଗାଇଥାଏ । ଏଥିରେ ଜଳୀୟ ଅଂଶ ୯୦ ରୁ ୯୨ ଭାଗ ଥିଲାବେଳେ ଏକ କିଗ୍ରା ଆଜୋଲା ପତ୍ରରେ ୨୦ ରୁ ୩୦ ଗ୍ରାମ୍ ପୁଷ୍ଟିସାର ଥାଏ ।

ଆଜୋଲା ଚାଷ ପ୍ରଣାଳୀ

ଆଜୋଲା ଚାଷ କରିବାକୁ ହେଲେ ଗଛ ଛାଇରେ ୨ ମିଟର ଦୈର୍ଘ୍ୟ, ୨ ମିଟର ପ୍ରସ୍ତୁତ ଓ ୦.୨ ମିଟର ଗଭୀରର ଏକ ଖାଲ ଖୋଳାଯାଏ । ଉକ୍ତ ଖାଲକୁ ଏକ ପଲିଥିନ୍ ଚାଦର ଦ୍ଵାରା ଆଦୃତ କରି ରଖାଯାଏ । ପ୍ରାୟ ୧୦-୧୫ କି.ଗ୍ରା ଭଲ ଭାବରେ ଚଲା, ଉର୍ବର ମାଟି ଉକ୍ତ ପଲିଥିନ୍ ଉପରେ ସମଭାବରେ ବିଛାଯାଏ । ଏହାପରେ ୨ କି.ଗ୍ରା. ସଦ୍ୟ ଗୋବର, ୩୦ ଗ୍ରାମ୍ ସୁପର ଫସଫେଟ୍ ସାରକୁ ୧ ଲିଟର ପାଣିରେ ଗୋଳାଇ ସମାନ ଭାଗରେ ଢଳାଯାଇଥାଏ । ଏଥିରେ ୧୦ ଇଞ୍ଚସ୍ତର ପର୍ଯ୍ୟନ୍ତ ପାଣି ଭର୍ତ୍ତି କରନ୍ତୁ । ଏହା ପରେ ଅଧ କି.ଗ୍ରାରୁ ଏକ କି.ଗ୍ରା ପର୍ଯ୍ୟନ୍ତ ଆଜେଲା ବିହନ ସେଥିରେ ଦିଆଯାଏ । ୭ ରୁ ୧୦ଦିନ ପର୍ଯ୍ୟନ୍ତ ସେଥିରୁ ପ୍ରତିଦିନ ଅଧାରୁ ଏକ କି.ଗ୍ରା ପର୍ଯ୍ୟନ୍ତ ଆଜୋଲା ଉତ୍ପାଦନ କରାଯାଏ । ପ୍ରତି ୧୦ଦିନ ଅନ୍ତରରେ ୧କି.ଗ୍ରା ଗୋବର ସହିତ ୨୦ ଗ୍ରାମ୍ ସୁପର ଫସଫେଟ୍ ପ୍ରୟୋଗ କଲେ ଅଧିକ ଅମଳ ମିଳିଥାଏ । ୧୫ ଦିନରେ ଜଳ ବାହାର କରି ନୂଆ ଜଳ ଭର୍ତ୍ତି କରନ୍ତୁ ।

ଗୋଖାଦ୍ୟରେ ଆଜୋଲା

ଘାସ ସହିତ ଆଜୋଲା ମିଶାଇ ଦେଲେ ଗାଈର ପୁଷ୍ଟିସାରର ଆବଶ୍ୟକତା ପୂରଣ ହୁଏ । ଏହାକୁ ଭଲ ଭାବରେ ଧୋଇ ଛାଇରେ ଶୁଖାଇ ଗୋବର ଗନ୍ଧ ବାହାରି ଗଲା ପରେ ଖାଇବାକୁ ଦିଆଯାଏ । ଧୋଇବା ସମୟରେ ଯେଉଁ ଛୋଟ ଆଜୋଲା ଖଣ୍ଡ ପଡ଼ିଥାଏ ତାକୁ ମୂଳ ଆଜୋଲା କୁଣ୍ଡରେ ପକାଇଲେ ତାହା ବଢ଼ି ନୂଆ ଆଜୋଲାରେ ପରିଣତ ହୋଇଥାଏ । ଆଜୋଲା ମିଶ୍ରିତ ଦାନା ଖୁଆଇବା ଦ୍ଵାରା ପ୍ରାୟ ଅର୍ଦ୍ଧେକ ପରିମାଣର ଦାନା କମ୍ ଖର୍ଚ୍ଚ ହୋଇଥାଏ । କେବଳ ଗାଈଗୋରୁ ନୁହେଁ ଛେଳି, ମେଣ୍ଟା, ଘୁଷୁରୀ, ଠେକୁଆ ଓ କୁକୁଡ଼ା ପାଇଁ ମଧ୍ୟ ଆଜୋଲା ଏକ ଉତ୍ତମ ଖାଦ୍ୟ । ଆଜୋଲାକୁ କଟନଡ଼ା ଓ ଦାନା ସହିତ ମିଶାଇ ଖାଇବାକୁ ଦିଆଯାଏ ।

ଧାନରେ  ଆଜୋଲାର ବ୍ୟବହାର

ଧାନ ରୋଇବାର ଏକ ମାସ ପୂର୍ବରୁ କିଆରିକୁକେତେଗୁଡ଼ିଏ ଛୋଟ ଛୋଟ ପଟାଳି (୪ମିଟର ଲମ୍ବା ଓ ୨ ମିଟର ଚଉଡ଼ା)ରେ ବିଭକ୍ତ କରନ୍ତୁ । ହେକ୍ଟର ପ୍ରତି ୨୦ କି.ଗ୍ରା ଫସଫେଟ୍ ସାର ଓ ୩୦ କି.ଗ୍ରା ନିମ୍ବା ପିଡ଼ିଆ ପ୍ରୟୋଗ କରାଯାଉ । ତା'ପରେ ହେକ୍ଟର ପ୍ରତି ଏକ ଟନ୍ ଆଜୋଲା ଉକ୍ତ ପଟାଳିରେ ପ୍ରୟୋଗ କରନ୍ତୁ । ପ୍ରାୟ ୭-୮ ଦିନ ଭିତରେ ଆନ୍ଦୋଲା ବଢ଼ି ଏକ ମୋଟା ସ୍ତର ହୋଇଯାଏ । ତତ୍ପରେ ହିଡ଼ କାଟି ପାଣିକୁ ବହିଯିବାକୁ ଦିଅନ୍ତୁ ଓ ବସିଯାଇଥିବା ଆଜୋଲାକୁ କାଦୁଆ କରିବାର ୫-୬ ଦିନ ପରେ ଧାନ ରୋଇବା ଉଚିତ୍ ।

୨- ସବୁଜ ସାର ଭାବରେ ଆଜେନାଲାକୁ ବ୍ୟବହାର କରିବାର ସୁବିଧା ନଥିଲେ ରୋଇବାର ଏକ ସପ୍ତାହ ପରେ ଧାନ ବିଲରେ ହେକ୍ଟର ପ୍ରତି ୧.୫ରୁ ୨ ଟନ୍ ଆଜୋଲା ପ୍ରୟୋଗ କରନ୍ତୁ । ଜମିରେ ୧୦ କି.ଗ୍ରା ସୁପର ଫସଫରସରେ ପ୍ରୟୋଗ କରନ୍ତୁ । ଧାନ ରୋଇବାର ୧୦ ଦିନ ପରେ ଥିରେ ଏବଂ ୨୦ ଦିନରେ ଆଉ ଥିରେ ୫ କି.ଗ୍ରା ଲେଖାଏଁ ପକାନ୍ତୁ । ଏହାପରେ ଏହାକୁ ମାଟିରେ ଭଲ ଭାବରେ ମିଶାଇ ଦିଅନ୍ତୁ । ଚୁଣା ଜମି ହୋଇଥିଲେ ବେଉଷଣର ୧୦ ଦିନ ପରେ ଆପେଜାଲାକୁ ବିଲରେ ଛାଡ଼ିଦେଲେ ତାହା ୨୦-୨୫ ଦିନରେ ବଢ଼ିଯାଏ । ଘାସ ବଛା ବଛି ସମୟରେ ଗୋଡ଼ରେ ଚକଟି ତାକୁ ମାଟିରେ ମିଶାଇ ଦିଅନ୍ତୁ । ଅନ୍ୟ ଫସଲରେ ପକାଇବା ପାଇଁ ନିମ୍ନୋକ୍ତ ଉପାୟରେ ଆଜେଲା ଚାଷ କରି ଖତ କରନ୍ତୁ । ଏଥିପାଇଁ ୧୦ ମିଟର ଲମ୍ବ ଓ ୨ ମିଟର ଓସାରର ଏକ ଜମିରେ ପ୍ରାୟ ୫-୬ ସେମି ଠିଆପାଣି ରଖି ୪-୫ କି.ଗ୍ରା ସଦ୍ୟ ଗୋବର ଓ ୪୦୦ ଗ୍ରାମ୍ ୧୫ ଦିନ ବେଳକୁ ୧୫୦ରୁ ୨୦୦ କି.ଗ୍ରା ଆଜୋଲା ମିଳିଥାଏ । ଏହାକୁ ଅମଳ କରି ଗଦା କଲେ ଏହା ୭ଦିନରେ ସଢ଼ି ଖତ ହୁଏ ।

ଆଜୋଲାର ଉପକାରିତା

ଏହା କିଛି ପରିମାଣରେ ଜଳ ଓ ମୃତ୍ତିକାର ଉତ୍ତାପ ହ୍ରାସ କରେ । ଘାସ ଲଟା ବଢ଼ିବାକୁ ଦିଏ ନାହିଁ । ଏଥିରେ ଅଙ୍ଗାର ଯବକ୍ଷାରଜାନର ଅନୁପାତ କମ୍ ଥିବାରୁ (୮.୫) ଯବକ୍ଷାରଜାନର ଗ୍ରହଣୀୟ ଅନୁପାତ ଅଧିକ ହୋଇଥାଏ । ମାଟି ହାଲୁକା ହୋଇଥାଏ ଓ ଏହାର ଜଳଧାରଣ କ୍ଷମତା ବୃଦ୍ଧି ହୋଇଥାଏ । ଏଥିରେ ଯବକ୍ଷାରଜାନ (୩.୫ ପ୍ରତିଶତ) ଫସଫେଟ୍ (୦.୫- ୦.୮ ପ୍ରତିଶତ) ଓ ପଟାସ୍‌ (୨.୪ପ୍ରତିଶତ) ଥାଏ । ଆଜୋଲା ପ୍ରୟୋଗ ଦ୍ଵାରା ଏକର ପ୍ରତି ଅନୁଧ୍ୟାନ । ୮ରୁ ୧୬ କି.ଗ୍ରା ଯବକ୍ଷାରଜାନ ମିଳେ ଯାହା ୩୦ କି.ଗ୍ରା ସାର ପ୍ରୟୋଗ ସହିତ ସମାନ ।

ଜାଣିବା ତଥ୍ୟ

୫ ଡ଼ିଗ୍ରୀ ରୁ ୪୦ ଡ଼ିଗ୍ରୀ ସେଲସିୟସ୍ ତାପମାତ୍ରାରେ ବଞ୍ଚି ପାରୁଥିଲେ ମଧ୍ୟ ୨୫ ଡ଼ିଗ୍ରୀ ଉତ୍ତାପରେ ଏହା ଭଲ ବଢ଼ିପାରେ । ଏହା ଖୁବ୍ ଶୀଘ୍ର ବଢ଼ି ପାରୁଥିବାରୁ ତଳି ରୋଇବାର ୨୦-୨୫ ଦିନ ପୂର୍ବରୁ ବିଲରେ ଛଡ଼ାଯାଏ । ଏହା ପ୍ରୟୋଗ ହେବାର ୫-୭ ଦିନ ମଧ୍ୟରେ ସଢ଼ିଯାଏ । ଧାନ ଜମିରେ ଆପେକାଲା  ଅଧିକ ବଢ଼ିଗଲେ ଧାନ ଫସଲ ଆବଶ୍ୟକ ଅମ୍ଳଜାନ ଗ୍ରହଣ କରିବାରେ ଅସୁବିଧା ହୋଇଥାଏ । ତେଣୁ ଏହାର ଅତ୍ୟଧିକ ବୃଦ୍ଧି ପୂର୍ବରୁ ପାଣିକୁ କାଟି ଆଜୋଲାକୁ ମାଟିରେ ମିଶାନ୍ତୁ । ସାଧାରଣତଃ ୧୪ ଡ଼ିଗ୍ରୀ ରୁ ୩୫ ଡିଗ୍ରୀ ସେଣ୍ଟିଗ୍ରେଡ଼୍ ଉତ୍ତାପରେ ଆନ୍ଦୋଲା ଭଲ ଉତ୍ପାଦନ ହୋଇଥାଏ।

ଅଧିକ ଉତ୍ପାଦନ ବଢ଼ିଲେ, ଏହା ଉପରେ ଛାଇର ବ୍ୟବସ୍ଥା କରିବା ଦରକାର । ପଲିଥିନ୍ ବ୍ୟତୀତ ପକ୍କା କୁଣ୍ଡରେ ପାଣିର ସ୍ତର କମିଲେ ମଝିରେ ମଝିରେ ପାଣି ଭର୍ତ୍ତି କରିବା ଉଚିତ୍ । ଆଜୋଲା କୁଣ୍ଡରେ ଥିବା ପାଣି ସାମାନ୍ୟ କ୍ଷାରୀୟ ରହିଲେ ଭଲ ଉତ୍ପାଦନ ହୋଇଥାଏ । ଆଜୋଲା। ଚାଷ ହେଉଥବା କୁଣ୍ଡରେ ପୋକନ ହେବା ପାଇଁ ନିମ୍ମଜାତୀୟ କୀଟନାଶକ ପ୍ରୟୋଗ କରନ୍ତୁ । ୨ ମାସ ଅନ୍ତରରେ କୁଣ୍ଡରୁ ମାଟି କାର୍ତ୍ତିଦେବ । ଆଜୋଲାର ଚେର ସର୍ବଦା ଭାସମାନ ଅବସ୍ଥାରେ ରହିବା ଆବଶ୍ୟକ । ଏହାର ଚେର ମାଟିରେ ବୁଡ଼ିଲେ, ଆଜେଲା ମରିଯାଏ । ପ୍ରତି ୬ ମାସରେ କୁଣ୍ଡକୁ ସୁଖେଇ ପୁଣି ନୂଆ ପାଣି, ମାଟି ଓ ଆଜୋଲା ଦେବା ଉଚିତ୍ ।

ଆଧାର - କିଶୋରଚନ୍ଦ୍ର ପଣ୍ଡା, ଜୈବିକ କୃଷି ପରାମର୍ଶଦାତା, ୯୮୬୧୩୯୭୬୪୩

Last Modified : 4/29/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate