অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଭିନ୍ନ ଋତୁରେ ମାଛ ପରିଚାଳନା ଓ ପୋଖରୀର ଯତ୍ନ

ଖରାଦିନେ ମାଛ ପୋଖରୀର ପରିଚାଳନା

ବଢୁଛି ତାତି । ନଦୀ ପୋଖରୀର ଜଳସ୍ତର ମଧ୍ୟ କମିଲାଣି । ଏଭଳି ସ୍ଥିତିରେ ମାଛମାନଙ୍କ ମୃତ୍ୟୁ ଆଶଙ୍କା ଯଥେଷ୍ଟ ଅଧିକ। ମାଛ ମରିବା କାରଣରୁ ଚାଷୀଙ୍କୁ ମଧ୍ୟ  ଅନେକ କ୍ଷତି ସହିବାକୁ  ପଡେ । ଏଥିପାଇଁ ଖରାଦିନେ ମାଛ ପୋଖରୀର ଉପଯୁକ୍ତ ପରିଚାଳନା ଜରୁରି । ଯଦ୍ଵାରା ମାଛ ମୃତ୍ୟୁ ହାର କମିବା ସହ ଚାଷୀ ଆର୍ଥିକ କ୍ଷତିରୁ ମୁକ୍ତି ପାଇପାରିବେ ।

ଜଳସ୍ତରର ମାତ୍ରା

ମାଛ ଚାଷ କରୁଥିବା ପୋଖରୀ ଜଳସ୍ତର ଅତି କମ୍ରେ ୬ ଫୁଟ ରହିବା ଦରକାର । ଯଦି ପୋଖରୀରୁ ଜଳସ୍ତର କମିଯାଉଛି ତେବେ ଚାଷୀମାନେ ଅନ୍ୟ କୌଣସି ଉପାୟରେ ପୋଖରୀରେ ପାଣି ଭରିପାରିବେ । ଯେଉଁ ଚାଷା ଭାଇଙ୍କ ପାଖରେ ଏହି ସୁବିଧା ସୁଯୋଗ ନଥିବା ସେମାନେ ପୋଖରୀରୁ ବଡ଼ ମାଛ ଧରି ବିକ୍ରି କରିଦେବା ଦରକାର । ପର୍ଯ୍ୟାୟକ୍ରମେ ବଡ଼ ମାଛ ଧରି ବିକ୍ରି କରିଦେଲେ ଚାଷୀମାନେ ହଠାତ୍ ମାଛ ମରିବା କିମ୍ବା ଜଳାଭାବ ଜନିତ ହାନିରୁ ମୁକ୍ତି ପାଇଯିବେ ।

ଜଳାଶୟରେ ଅମ୍ଳଜାନକୁ ନିୟନ୍ତ୍ରଣ

ଖରାଦିନେ ତାପମାତ୍ରା ବୃଦ୍ଧି ଯୋଗୁଁ ଜଳାଶୟରେ ଅମ୍ଳଜାନ ଅଭାବର କାରଣ ଦେଖାଯାଇଥାଏ । ପରିବେଶର ଉତ୍ତାପ ବୁଦ୍ଧି ଦ୍ଵାରା ପୋଖରୀର ଉତ୍ତାପ ବଢ଼ିଥାଏ । ଓ ଏହା ଦ୍ରବୀଭୂତ ଅମ୍ଳଜାନ ଉପରେ ପ୍ରଭାବ ପକାଇଥାଏ । ଏହା ଦୂର କରିବା ପାଇଁ ଚାଷୀମାନେ ପ୍ରଥମତଃ ପୋଖରୀରେ ଜଳ ସଂଚାଳନ କରିବା ଦରକାର ଓ ଜଳର ଉଚ୍ଚତା ବଢ଼ାଇ ଦେବା ଦରକାର ।

ଏଥିସହିତ ପାଖରେ  ବାୟୁ ସଂଚାଳନ ଯନ୍ତ୍ର କିମ୍ବା ପାଣି ପମ୍ପ ଦ୍ଵାରା ପୋଖରୀ ମଧ୍ୟରେ ଜଳ ସଂଚାଳନ କରିବା ଦରକାର । ଫଳରେ ଜଳରେ ଥିବା ଦ୍ରବୀଭୂତ ଅମ୍ଳଜାନର ପରିମାଣ ବଢ଼ିଯିବ ଓ ମାଛମାନଙ୍କର ମୃତ୍ୟୁ ହେବ ନାହିଁ । ଏହାବ୍ୟତୀତ, ଅମ୍ଳଜାନ ପାଉଡ଼ର, ଟାବଲେଟ୍ ବା କ୍ୟାଲସିୟମ୍ ପେରଅକ୍ସାଇଡ ନିକଟସ୍ଥ ଆକ୍ଵାସପ୍ ଠାରୁ ଆଣି ପାଖରେ ରଖନ୍ତୁ ।

ଅମ୍ଳଜାନ ଅଭାବର ଲକ୍ଷଣ

ପୋଖରୀରେ ଅମ୍ଳଜାନ ଅଭାବର ଲକ୍ଷଣ ହେଲା, ମାଛମାନେ ପୋଖରୀର ଜଳସ୍ତର ଉପରିଭାଗକୁ ଆସିଯାଆନ୍ତି ଓ ଅମ୍ଳଜାନ ନେବା ପାଇଁ ପାଟି ପାକୁପାକୁ କରନ୍ତି । ଏହା ବ୍ୟତୀତ ମଧ୍ୟରାତ୍ରରୁ ଭୋର ପର୍ଯ୍ୟନ୍ତ ଏହି ଲକ୍ଷଣ ମାଛମାନଙ୍କର ଦେଖାଯାଏ । ଯଦି ଏହି ଲକ୍ଷଣ ଚାଷୀ ପୋଖରୀରେ ଦେଖିବାକୁ ପାଏ ତାହେଲେ ସେମାନେ ଏହାର ତୁରନ୍ତ ପ୍ରତିକାର କରିବା ଜରୁରି, ନହେଲେ ଅମ୍ଳଜାନ ଅଭାବରେ ମାଛମାନଙ୍କର ମୃତ୍ୟୁ ଘଟିପାରେ । ଏହି ସମୟରେ ଜଳର କେତେକ ରାସାୟନିକ କାରକ ତଥା ପି.ଏଚ୍. ଅମ୍ଳତ୍ଵ ଓ କ୍ଷାରତ୍ଵ,  ଏମୋନିଆ, ନାଇଟ୍ରାଇଟ୍ ଜଳର ପ୍ଲବକ ପରୀକ୍ଷା କରିବା ଜରୁରି ।

ପାଣି ନୀଳ ପଡିଗଲେ

ପାଣି ପୋଖରୀ ଅତ୍ୟଧିକ, ନୀଳ ହୋଇଯାଇଥିଲେ  ସେଥିରେ ଉଦ୍ଭିଦ ଗତ ପ୍ଲବକ ଅଧିକା ହୋଇଯାଇଥାଏ  । ଏହା ପୋଖରୀର ଜଳସ୍ତର କମିବା ଦ୍ଵାରା ହୋଇଥାଏ । ପୋଖରୀର ଜଳସ୍ତର କମିବା ଦ୍ଵାରା ପଙ୍କରେ ଥିବା ଅଦରକାରୀ ଗଞ୍ଜେସ୍ ତଥା ଏମୋନିଆ ନାଇଟ୍ରାଇଟ୍ ବଢ଼ିଯାଇଥାଏ ଓ ମାଛମାନଙ୍କ ପାଇଁ ବିଷାକ୍ତ ପରିବେଶ ସୃଷ୍ଟି କରିଥାଏ ।

ସୂର୍ଯ୍ୟକିରଣ ଓ ତାପମାତ୍ରାର ପ୍ରଭାବରେ ଆଲୋକ ପୋଖରୀରେ ଥିବା ଜଳର ନିମ୍ନସ୍ତରକୁ ଯିବା ଫଳରେ ଏହି ପ୍ରକାରର ଅବସ୍ଥା ଦେଖାଯାଇଥାଏ । ଯଦି ଏହି ପ୍ରକାରର ବିଷାକ୍ତ ପରିବେଶ ଦେଖାଦିଏ, ତାହେଲେ ଚାଷୀମାନେ ପୋଖରୀରେ ନିଉଲାଇଟ୍ ଏକର ପିଛା ୨୦-୩୦ କିଗ୍ରା ପ୍ରୟୋଗ କରିବା ଦରକାର, ଏହା ବ୍ୟତୀତ ଜଳର 'ପି.ଏଚ୍ ଆଣାଯାଇ ଏକର ପିଛା ୮୦ କି.ଗ୍ରା ଚୂନ ପ୍ରୟୋଗ କରିବା ଜରୁରି ।

ବର୍ଷାଦିନେ ମାଛ ପୋଖରୀର ଯତ୍ନ

ମାଛ ଚାଷ

ମାଛ ଚାଷ ଏକା ଲାଭଜନକ ଧନ୍ଦା । ବୈଜ୍ଞାନିକ ପ୍ରଣାଳୀରେ ମାଛ ଚାଷ କପୋଲ ଏକା ଏକ ର ପରିମିତ ପୋଖରୀରୁ ଜଣେ ଚାଷୀ ବର୍ଷକୁ ପ୍ରାୟ ୨୦ କ୍ଲିଣ୍ଟାଲରୁ ଉଦ୍ଧି ମାଛ ପାଇପାରିବ ।

ବର୍ଷାଦିନ ହେଉଛି ମାଛ ଯାଆଁଳ ଉତ୍ପାଦନର ପ୍ରକୃଷ୍ଟ ସମୟ । ଏହି ଋତୁରେ ମାଛ ଚାଷରୁ ଅଧିକ ଲାଭ ପାଇବାକୁ ହେଲେ ଯାଆଁଳ ଛାଡିବା ସମୟରେ ବିଶେଷ ସତର୍କତା ଅବଲମ୍ବନ ସହ ପୋଖରୀର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ ।

ଓଡିଶାରେ ମଧ୍ୟର ଜଳ ମାଛର ଚାହିଦା ଅଧିକ ଥିବାରୁ ଆମକୁ ପଢ଼େଶୀ ରାଜ୍ୟରୁ ମାଛ ଆମଦାନୀ କରିବାକୁ ପଡୁଛି । ଓଡିଶାରେ ମଧ୍ୟର ମାଛର ଉତ୍ପାଦନ ଅପେକ୍ଷା ଏହାର ଚାହିଦା ଅଧିକ ରହିଛି । ପୁଣି ଏହି ଚାଷରୁ ଅଧିକ ଲାଭ ମିଳୁଥିବାରୁ ଅଧିକାଂଶ ଲୋକ ମାଛ ଚାଷକୁ ନିଜର ଜୀବିକା ଭାବେ ଆପଣାଇ ନେଉଛନ୍ତି । ଦେଖାଯାଉଛି ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ କଲେ ଆମେ ଏକ ଏକର ପୋଖରୀରୁ ବର୍ଷକୁ ପାଖାପାଖୁ ୧ ଲକ୍ଷ ଟଙ୍କା ଲାଭବାନ ହୋଇପାରିବା ।

ବର୍ଷା ଦିନେ ମାଛର ଅଣ୍ଡା ଉତ୍ପାଦନ ଠାରୁ ତା’ର ଯାଆଁଳ ପ୍ରସ୍ତୁତି ହୋଇଥାଏ । ସାଧାରଣତଃ ରୋହି, ଭାକୁଡ଼ା ଓ ମିରିକାଳୀ ଓ ଅନ୍ୟାନ୍ୟ କାର୍ପ ଜାତୀୟ ମାଛ ବର୍ଷା ଋତୁରେ ପ୍ରଜନନକ୍ଷମ ହୋଇଥାନ୍ତି । ଏମାନେ ପୋଖରୀରେ ସ୍ଵତଃ ପ୍ରବୃତ୍ତଭାବେ ଅଣ୍ଡା ଦେଇ ନଥାଆନ୍ତି ।

ଏମାନଙ୍କୁ କୃତ୍ରିମ ପ୍ରଜନନ ଦ୍ଵାରା ହତ୍ୟାଚେରୀରେ ପ୍ରଜନନ କରାଯାଇଥାଏ । ଏହି ଦିନରେ ମାଛ ଯାଆଁଳର ବ୍ୟବସାୟ ଅଧିକ ପରିମାଣରେ ହୋଇଥାଏ ଓ ଚାଷୀମାନେ ମଧ୍ୟ ପୋଖରୀ ପ୍ରସ୍ତୁତ କରିଥା'ନ୍ତି ଓ ଯାଆଁଳ ନେଇ ଏଥିରେ ଛାଡ଼ିଥାନ୍ତି ।

ତେବେ ବର୍ଷାଦିନେ ଅଧିକ ମାଛ ଉତ୍ପାଦନ ପାଇଁ କେତେକ ସାଧାରଣ ବିଷୟ ପ୍ରତି ଚାଷୀ ଧ୍ୟାନ ଦେବା ଉଚିତ ।

  1. ଉପଯୁକ୍ତ ପୋଖରୀ ପ୍ରସ୍ତୁତି ଓ ଉନ୍ନତମାନର ଯାଆଁଳ ଛାଡିବା ।
  2. ପୋଖରୀରେ ଭାଷମାନ ଖାଦ୍ୟ ପ୍ରୟୋଗ ।
  3. ଉନ୍ନତ ପୋଖରୀ ପରିଚାଳନା ଓ ଜୋରା ପୋକ ଦମନ

ଉପଯୁକ୍ତ ପୋଖରୀ ପ୍ରସ୍ତୁତି

ବଡ ମାଛ ଚାଷ କରୁଥିଲେ ପ୍ରଥମେ ପୋଖରୀକୁ ଦଳମୁକ୍ତ ଓ ଶିକାରୀ ମାଛ ମୁକ୍ତ କରି ଉପଯୁକ୍ତ ପୋଖରୀ ପ୍ରସ୍ତୁତ କରନ୍ତୁ । ସେଥିରେ ମିଶ୍ରିତ ମାଛ ଚାଷ କରନ୍ତୁ । ସାଧାରଣତଃ ଚାଷୀ ରୋହି, ଭାକୁଡ଼, ମିରି କାଳୀକୁ ଶତକଡ଼। ୪୦:୩୦:୩୦ କିମ୍ବା ୩୦:୪୦:୩୦ ରେ ଏକର ପିଛା ୨୦୦୦ ରୁ ୨୫୦୦ ଯାଆଁଳ ଛାଡ଼ିଥାନ୍ତି । ଚାଷୀମାନେ ବ୍ୟବସାୟିକ ଉପାୟରେ ମାଛ ଚାଷ କରୁଥିବାରୁ ସେମାନେ ରୋହି ଓ ଭାକୁରର ଅନୁପାତ ଶତକଡ଼ା ୯୦ ଓ ୧୦୦ ରଖିଥାନ୍ତି । କାରଣ ସେମାନଙ୍କର ପୋଖରୀର ଆୟତନ ବହୁତ ଅଧିକ ଥାଏ । ଓ ମିରିକାଳୀ ମାଛ ପୋଖରୀର ତଳ ସ୍ତରରେ ରହୁଥିବାରୁ ଧରିବାକୁ ଅସୁବିଧା ହୋଇଥାଏ । ଯାଆଁଳ ଛାଡ଼ିବା ପୂର୍ବରୁ ପାଣି ପରୀକ୍ଷା କରିନେବା ଉଚିତ ।

ପାଣିର ମାନ ଅନୁଯାୟୀ, ସେଥିରେ ଚୂନ କିମ୍ବା ଗୋବର ପକାଇବା ଉଚିତ । ଆଜିକାଲି ଚାଷୀମାନେ ଗୋବର ପାଇ ପାରୁନାହାନ୍ତି ତେଣୁ ତା ବଦଳରେ ବିଭିନ୍ନ ପ୍ରକାରର ପ୍ଲାବକ ଉତ୍ପାଦନକାରୀ ପଦାର୍ଥର ବ୍ୟବହାର କରିପାରିବେ । ସାଧାରଣତଃ ମାଛ ପୋଖରୀର ଅମ୍ଳତ୍ଵ ୭ - ୮ ମଧ୍ୟରେ ରହିବା ଉଚିତ । ବଡ଼ ମାଛ ପୋଖରୀରେ କ୍ଷାରତ୍ଵ ୯୦ ରୁ ୧୪୦ ମଧ୍ୟରେ ରହିବା ଉଚିତ । ପୋଖରୀରେ ସାଧାରଣତଃ ଅତିକମରେ ୪-୫ ଫୁଟ ପାଣି ରହୁଥିବା ଆବଶ୍ୟକ । ପୋଖରୀରେ ମାଛ ଛାଡ଼ିବା ପୂର୍ବରୁ ସେମାନଙ୍କୁ ପଟାସିୟମ ପରମାଙ୍ଗାନେଟରେ ଗାଧୋଇ ଦେବା ଦରକାର ।

ପୋଖରୀରେ ଅମ୍ଳଜାନ ବୃଦ୍ଧି:

ଯେଉଁ ଅଞ୍ଚଳରେ ବନ୍ୟା ପାଣି ମାଡ଼ି ଆସେ, ସେଠାରେ ବନ୍ୟା ପରେ ପୋଖରୀରେ ମାଛ ଛାଡ଼ିବା ଉଚିତ ଓ ଯଦି ମାଛ ଛାଡ଼ି ଦେଇଥିବେ ତାହେଲେ ପୋଖରୀ ହୁଡ଼ାରେ ମାଛ ନଯିବା ପାଇଁ ଜାଲର ବ୍ୟବସ୍ଥା କରିବା ଦରକାର । ଏହାଛଡ଼ା ପୋଖରୀରେ ବର୍ଷା ପାଣି ବହୁତ ଦିନ ଧରି ଲାଗି ରହିଲେ ମାଛ ବଉଳିବା ଆରମ୍ଭ କରିଦେଇଥାନ୍ତି । କାରଣ ଏହି ସମୟରେ ପୋଖରୀରେ ଦ୍ରବୀଭୂତ ଅମ୍ଳଜାନ କମ୍ ହୋଇଥାଏ। ଓ ମାଛମାନେ ଜଳର ଉପର ସ୍ତରକୁ ଆସି ଅମ୍ଳଜାନ ନେବାକୁ ଚେଷ୍ଟା କରିଥାନ୍ତି । ଏହି ଅବସ୍ଥାରେ ପୋଖରୀର ଦ୍ରବୀଭୂତ ଅମ୍ଳଜାନର ପରିମାଣ ବଢ଼ାଇବା ପାଇଁ ବ୍ୟବସ୍ଥା କରିବା ଦରକାର । ଏଥିପାଇଁ କେତେକ ଅମ୍ଳଜାନ ବୃଦ୍ଧି ପଦାର୍ଥ ବ୍ୟବହାର କରିପାରିବେ । ଏହା ସହିତ ଯଦି କଦଳୀ ଗଛ ଉପଲବ୍ଧ ହୁଏ ତା’ର ବିଭିନ୍ନ ଅଂଶ କାଟି ତୁରନ୍ତ ପୋଖରୀ ମଧ୍ୟରେ ପକାଇ ଦେବେ। ନିଜେ ମଧ୍ୟ ପୋଖରୀ ମଧ୍ୟକୁ ଯାଇ ଏକ ବାଡ଼ି ଦ୍ଵାରା ପୋଖରୀର ଜଳରାଶିକୁ ବାଡ଼େଇଲେ ପୋଖରୀର ଅମ୍ଳଜାନ ବୃଦ୍ଧି ହୋଇଥାଏ।

ପୋଖରୀ ପରିଚାଳନା ଓ ରୋଗ ପୋକ ଦମନ

ପୋଖରୀର ତଳସ୍ତରର ମାନ ବୃଦ୍ଧି କରିବାକୁ ହେଲେ ଏଥିରେ ଜିଓଲାଇଟ୍ ଏକର ପିଛା ୩୦୪୦ କେ.ଜି ସହିତ ୧୦ କେ.ଜି ବାଲି ମିଶାଇ ପ୍ରୟୋଗ କରିପାରିବେ । ନର୍ସରୀ ପୋଖରୀରେ ବର୍ଷାଦିନେ ସାଧାରଣତଃ ପରଜୀବି ସଂକ୍ରମଣ ବେଶି ହୋଇଥାଏ । ପରଜୀବିମାନେ ମାଛର ଗାଲିରେ ସଂକ୍ରମଣ କରିଥା'ନ୍ତି । ପୋଖରୀରୁ ଯାଆଁଳ ଏକାଠି କରି ଧରିବା ସମୟରେ, ଯାଆଁଳ ମାନେ ଅଧିକ ମରିଯାଇଥାନ୍ତି । ତେଣୁ ଏହାର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ପରଜୀବି ଦମନ କରିବାର ଔଷଧ ଓ ବଗଡ଼ା ଲୁଣ ୩୦୪୦ କେଜି ଏକର ପିଛା ପ୍ରୟୋଗ କଲେ ପରଜୀବିଙ୍କଠାରୁ ମୁକ୍ତି ମିଳିଥାଏ । ଏହା ବ୍ୟତୀତ ପୋଖରୀରେ ଗୋଳି ପାଣିକୁ ପରିଷ୍କାର କରିବାକୁ ହେଲେ ପୋଖରୀରେ ଚୂନ, ଜିଓଲାଇଟ, ଫିଟିକିରି ଇତ୍ୟାଦି ପ୍ରୟୋଗ କଲେ ପୋଖରୀର ଗୁଣାତ୍ମକ ମାନ ବୃଦ୍ଧି ହୋଇଥାଏ ।

ଲେଖା ଏବଂ ପ୍ରାପ୍ତ -

  • ବୈଜ୍ଞାନିକ ବସନ୍ତ କୁମାର ଦାସ
  • କୃଷି ବ୍ୟୁରୋ

Last Modified : 1/7/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate