ଆମ ରାଜ୍ୟ ମାଛ ଚାଷରୁ ଅଧିକ ଉତ୍ପାଦନ କରିବା ପାଇଁ ବର୍ତ୍ତମାନ ସରକାର ବିଭିନ୍ନ ଯୋଜନାମାନ କରିଅଛନ୍ତି । ସେଥି ମଧ୍ୟରୁ ବିବିଧ ମାଛ ଚାଷ ( Diversification) ଅନ୍ୟତମ ଅଟେ ।
ଅର୍ଥାତ କେବଳ ରୋହି, ଭାକୁର, ମିରିକାଳି ସିଲଭର, ଚିଙ୍ଗୁଡି । ସାଧାରଣ ମାଛ, ଚିଙ୍ଗୁଡି ସହିତ ବିବିଧ ମାଛ ଚାଷ କଲେ ପୋଖରୀକୁ ଯଥା – ସଦୁପଯୋଗ କରାଯାଇ ପାରିବ । ଏହି ପରିପ୍ରେଖିରେ ଛୋଟ ଓ ମଧ୍ୟମ ଧରଣର କାର୍ପ ମାଛ ଚାଷ ପାଇଁ ଆମ ରାଜ୍ୟରେ କୌଶଲ୍ୟାଗଙ୍ଗ ଠାରେ ଅବସ୍ଥିତ CIFA ( Central Institute of Freshwater Aquaculture ) ଠାରେ ଏହି ଧରଣର ମାଛମାନଙ୍କ କୃତ୍ରିମ ପ୍ରଜନନ କରଯାଇ ଏହାକୁ ଚାଷୀଙ୍କୁ ଯୋଗାଇ ଦେବା ପାଇଁ ଉଦ୍ୟମ ହୋଇଛି ଏହି ପ୍ରଚେଷ୍ଟାରେ ସହଯୋଗ କରି ବର୍ତ୍ତମାନ ଓଡ଼ିଶା ସରକାର ମଧ୍ୟ କିଛି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଯାହାଦ୍ୱାରା ଆମକୁ କୌଶଲ୍ୟାଗଙ୍ଗ ଠାରେ ଥିବା ଫାର୍ମରେ ଏହି ମାଛମାନଙ୍କର ପ୍ରଜନନ କାର୍ଯ୍ୟ ହାତକୁ ନିଆ ହୋଇଅଛି ।
ସାଧାରଣତଃ ଆମ ରାଜ୍ୟରେ ଚାଷୀ ୧ହେକ୍ଟର ଆୟତନ ବିଶିଷ୍ଟ ଏକ ପୋଖରୀରେ ୫୦୦୦ ଅଙ୍ଗୁଳିକା ଗଚ୍ଛିତ କରିଥାଏ । ପ୍ରାୟ ୯ -୧୦ ମାସ ଚାଷ ଅବଧ ପରେ ସେହି ପୋଖରୀକୁ ୩୦୦୦ କି.ଗ୍ରା. ମାଛ ପାଇଥାଏ । ଅର୍ଥାତ୍ ସେହି ପୋଖରୀର ମାଛ ଧରଣ ଶକ୍ତି ନିଶ୍ଚିତ ଭାବରେ ୨୫୦୦ – ୩୦୦୦ କି.ଗ୍ରା. ଅଟେ । ଯାହାକୁ ଆମେ ଚାଷର ପ୍ରଥମ ମାସ ପର୍ଯ୍ୟନ୍ତ ବ୍ୟବହାର ବା ସଦୁପଯୋଗ କରିପାରିନଥାଉ ।
ତେଣୁ ସେହି ଅନୁପାତର ମାଛ ଧାରଣ ଶକ୍ତିକୁ ଆଖି ଆଗରେରଖି ଯଦି ଚାଷୀ କିଛି ସଂଖ୍ୟକ ରୋହି ଭାକୁର ଓ ମିର ମାଛ କମାଇ ତାର ଠିକ ଦୁଇଗୁଣ ପରିମାଣର ଏହି ପ୍ରଜାତିର ମାଛ (ଯାହାର ପ୍ରାଥମିକ ଶରୀର ବୃଦ୍ଧିହାର ଖୁବ୍ ଅଧିକ ) ଗଚ୍ଛିତ କରେ ତେବେ ଠିକ୍ ୫-୬ ମାସ ମଧ୍ୟରେ ସେ ଆବଶ୍ୟକ ମୁତାବକ ମାଛ ଉତ୍ପାଦନ କରିପାରିବ ଓ ପରିଶେଷରେ ଅଧିକ ଅମଳ ମଧ୍ୟ କରିପାରିବ। ସେହି ମଧ୍ୟମ ଓ ଛୋଟ କାର୍ପ ମାଛ ବିଷୟରେ ସମ୍ୟକ ଧାରଣ ନିମ୍ନରେ ପ୍ରଦତ୍ତ ହେଲା ।
ଖୁରସିଆ ( Labeo Fimbriatus)
କୁରିଆ ରୋହି (Labeo gonius)
ଜାଭା ପୁଣ୍ଟି ( Puntius gonionotus)
ଛେନକା କେରାଣ୍ଡି ( Puntius Sarana )
ଭିନ୍ନ ପ୍ରଜାତିର ଛୋଟ ଓ ମଧ୍ୟକ କାର୍ପ
ଆଧାର – ଜିଲ୍ଲା ମତ୍ସ୍ୟ ଅଧିକାରୀ, ମତ୍ସ୍ୟ ଚାଷୀ ଉନ୍ନୟନ ସଂସ୍ଥା, ଫୋନ୍ ନଂ – ୦୬୭୬୬ – ୨୫୫୫୫୩, କେନ୍ଦୁଝର
Last Modified : 11/12/2019