অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାଛ ପୋଖରୀର ପ୍ରକାର ଭେଦ ଓ ଗଠନ ପ୍ରଣାଳୀ (ବିଭାଗ – ୨)

ପୋଖରୀ କରିବା ସମୟ ଓ ଆନୁସଙ୍ଗିକ ବ୍ୟବସ୍ଥା

ପୋଖରୀଟିଏ ଖୋଳିବା କିମ୍ବା ବନ୍ଧ ତିଆରି କରି ପୋଖରୀ କରିବାର ସମୟ । ମୋଟାମୋଟି ସେହି ଜାଗାର ଭୂ-ବିବରଣୀ ଉପରେ ନିର୍ଭ କରେ । ଜଳସେଚିତ ଅଞ୍ଚଳର କେନାଲପାଣି ଯୋଗାଣ ବନ୍ଦ ଥିବା ସମୟରେ (ବର୍ଷାଦିନ ବ୍ୟତିତ) ପୋଖରୀଟି କଲେ ଅସୁବିଧା ହୋଇ ନଥାଏ । ଜଳପାଟ ବା ବର୍ଷସାରା ପାଣି ଜମି ରହୁଥିବା ଜାଗାରେ ବନ୍ଧ କରିବାକୁ ଗ୍ରୀଷ୍ମଋତୁ ହିଁ ଶ୍ରେୟସ୍କର । କାରଣ ଏହି ସମୟରେ ଜଳସ୍ତର କମିଯାଇଥାଏ ଏବଂ ପାଣି ସୁଖେଇବା ଦରକାର ପଡ଼ିଲେ ଏ ବାବଦ ଖର୍ଚ୍ଚ କମ୍ ହୋଇଥାଏ । ଅଣ ଜଳସେଚିତ ଜାଗାରେ ପୋଖରୀ ଖୋଳିବାକୁ ହେଲେ ବର୍ଷାଦିନ ପରେ ( ଗ୍ରୀଷ୍ମଋତୁରେ) କରିବା ଦରକାର କାରଣ ମାଟି ନରମ ଥାଏ । ତେଣୁ ମାଟି ଖେଳିବା ସହଜ ହୋଇଥାଏ । ଯଦି ବର୍ଷା ହିଁ ପୋଖରୀ ପାଇଁ ଏକମାତ୍ର ଉତ୍ସ ହୋଇଥାଏ । ତେବେ ଗ୍ରୀଷ୍ମଋତୁରେ ଶେଷଭାଗକୁ ପୋଖରୀ ଖୋଳା ଶେଷ କଲେ ବର୍ଷା ହେବା ସଙ୍ଗେ ପୋଖରୀଟିରେ ଜଳ ରହିଥାଏ ।

ପୋଖରୀ କରିବା ପୂର୍ବରୁ ଜାଗାଟିରେ ଥିବା ସମସ୍ତ ଗଛପତ୍ର ଇତ୍ୟାଦି କଟାଯିବା ଉଚିତ୍ । ବନ୍ଧ ଲାଇରେ ଯଦି ଗଛର ମୂଳ ପଡୁଥାଏ ତାହା ହେଲେ ତାକୁ ଖୋଳି ବାହାର କରିଦେଲେ ଭବିଷ୍ୟତରେ ପଚିସଢ଼ି ତାହା ସମସ୍ୟା ସୃଷ୍ଟି କରେ ନାହିଁ ।

ପାଣି ପାଟ ବା ଗଣ୍ଡ ଇତ୍ୟାଦି ଜାଗାରେ ଖୋଳା ବା ବନ୍ଧ ପକାଇବା କାମ ଏପରି ଭାବରେ ଯୋଜନା କରିବାକୁ ପଡ଼ିବ ଯାହା ଫଳରେ ବର୍ଷାଦିନ ପୂର୍ବରୁ ପାଣି ସୁଖା ଜଳ ଓ ପଙ୍କ କଢ଼ା ଓ ବନ୍ଧ ତିଆରି ଇତ୍ୟାଦି ସବୁକାମ କରାଯିବ । ନଚେତ୍ ବଳକା କାମ ବର୍ଷା ଋତୁରେ କିମ୍ବା ତା ପରବର୍ଷ କରିବା ବ୍ୟୟବହୁଳ ହେବ । ପାଣି ପାଟର ଆକାର ବୃହତ୍  ହୋଇଥିଲେ କିମ୍ବା ଜଳ ଶୁଖାଇବା ସମ୍ଭବପର ନ ହେଲେ ପାଣି ଜାଗାକୁ ବାହାର ମାଟିଦ୍ୱାରା ବନ୍ଧ ନିର୍ମାଣ କରି ଭାଗ ଭାଗ କରାଯାଏ । ତାପରେ ପ୍ରତିଭାଗରୁ ପମ୍ଭ ସାହାଯ୍ୟରେ ପାଣି ଶୁଖାଇ ଜଳ ସଫା ଓ ପଙ୍କ ଉଧାର କାମ କରାଯାଇଥାଏ ।

ବନ୍ଧ ତିଆରି କରିବା ପୂର୍ବରୁ ନକ୍ସା ନିର୍ଦ୍ଦେଶ ପୂର୍ବକ ଭୂମି ଉପରେ ବନ୍ଧ ଆକୃତିର ଚିହ୍ନ ଦଉଡ଼ି, କଳା ଓ ବାଉଁଶ ସାହାଯ୍ୟରେ ପ୍ରତି ୨୦ମି. ବ୍ୟବଧ୍ୟାନରେ କରିବା ଉଚିତ୍ ।

ଏପରି ଚିହ୍ନଦେବା ଦ୍ଵାରା କାମ କରିବାରେ ସୁବିଧା ହୁଏ । ମାଟି ଏଣେତେଣେ ପଡ଼ି ଦୋହରା କାମ ହୋଇ ନଥାଏ ।   ଶେଷରେ ବନ୍ଧ ଉପରୁ ମାଟି ଧୋଇ ନଯିବା ପାଇଁ ଓ ହୁଡ଼ାର ମଜୁବୁତ ଓ ସୌନ୍ଦର୍ଯ୍ୟ । ପାଇଁ ଉପର ଘାସ ଚେକା ସୁନ୍ଦର ଭାବରେ ବିଛାଇ ଘାସ ବଞ୍ଚିବା ପର୍ଯ୍ୟନ୍ତ ଜଳ ଛିଞ୍ଚିବାର ବ୍ୟବସ୍ଥା କରାଯିବା ଉଚିତ୍ ।

ମାଛ ପୋଖରୀର ରକ୍ଷଣାବେକ୍ଷଣ

ପୋଖରୀ ଓ ତାର ବନ୍ଧବାଡ଼ର ସୁରକ୍ଷା ଓ ନିୟମିତ ମରାମତି ମତ୍ସ୍ୟଚାଷ କ୍ଷେତ୍ରରେ ଏକ ପ୍ରଧାନ ଭୂମିକା ଗ୍ରହଣ କରିଥାଏ । କାରଣ ଏହାଦ୍ଵାରା ପୋଖରୀରେ ବଡ଼ ଧରଣର ଅସୁବିଧାକୁ ଏଡ଼ାଇ ଦିଆଯାଇପାରେ । ଆମ ଦେଶରେ ପୋଖରୀ- ଗଡ଼ିଆ ଆକାରରେ ୧୮.୮ ଲକ୍ଷ ଏକରରୁ ଅଧିକ ଜଳକ୍ଷେତ୍ର ପଡ଼ିରହିଛି । ଯେଉଁଥିରେ ମାତ୍ର ୨୦ ଭାଗ ମାଛଚାଷରେ ବ୍ୟବହାର ହେଉଛି । ବଳକା ୮୦ ଭାଗରେ ମାଛଚାଷ ହେଉ ନାହିଁ କେବଳ ଏଗୁଡ଼ିକର ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଏଗୁଡ଼ିକର ଅଧିକାଂଶ ବନ୍ଧବାଡ଼ ଭାଙ୍ଗିଗଲେଣି ଓ ଆଉ କେତେକରେ ଜଳ ରହୁନାହିଁ । କେତେକ ମଧ୍ୟ ଦଳ ଓ ଘାସ ଦ୍ଵାରା ପରିପୂର୍ଣ୍ଣ । ଏ କ୍ଷେତ୍ରରେ ବନ୍ଧବାଡ଼ ଗୁଡ଼ିକର ମରାମତି ତୁରନ୍ତ ଦରକାର । ଦ୍ଵିତୀୟରେ ପୋଖରୀରୁ ପାଣି ସୁଖାଇ ଘାସ ଓ ଦଳ ଗୁଡ଼ିକର ମୂଳୋତ୍ପାଟନ କରିବା ଆବଶ୍ୟକ । ଯଦି ଦରକାର ପଡ଼େ, କେତେକ କ୍ଷେତ୍ରରେ ପଙ୍କ – ଉଧାର କାର୍ଯ୍ୟ ମଧ୍ୟ କରିବା ଦରକାର ।

ଯେଉଁ ପୋଖରୀଗୁଡ଼ିକରେ ଜଳ ରହୁ ନାହିଁ ତାର କାରଣ ଅନେକ ପ୍ରକାରର ହୋଇପାରେ।

  1. ମୂଷା ଓ କଙ୍କଡ଼ା ଇତ୍ୟାଦି ଜୀବମାନଙ୍କ ଦ୍ଵାରା ମାଟି ବନ୍ଧ ମଧ୍ୟରେ ହୋଇଥିବା ଗର୍ଭ ଏକ କାରଣ ହୋଇପାରେ ତେଣୁ ସେଗୁଡ଼ିକ ଠିକ୍‌ଭାବେ ନିରିକ୍ଷଣ କରି ଶକ୍ତିମାଟି ବା ଚୂନ ଓ ମାଟି ମିଶାଇ ଅବା ଗୋଡ଼ି ସିମେଣ୍ଟ ଇତ୍ୟାଦିର ପ୍ରୟୋଗ କରି ବନ୍ଧ କରାଯିବା ଉଚିତ୍। କଙ୍କଡ଼ା ଗାତ ମୁହଁରେ କ୍ୟାଲସିୟମ କାର୍ବାଇଡ୍ ରଖି ତା ଉପରେ ପାଣି ଢାଳିଲେ ସାଧାରଣତଃ କଙ୍କଡ଼ା ବାହାରକୁ ବାହାରି ଆସିଥାନ୍ତି । ବର୍ଷାଜଳ ଭରି କରିବାର ବ୍ୟବସ୍ଥା ସହିତ କୂପ ଓ  ଜଳପମ୍ପର ବ୍ୟବସ୍ଥା କରି ପୋଖରୀର ଜଳ ସମସ୍ୟା ସମାଧ୍ୟାନ କରାଯାଇପାରେ ।
  2. ପୋଖରୀଟି ଯଦି ଠିକ୍ ସ୍ଥାନରେ ନିର୍ମିତ ହୋଇ ନଥାଏ ଓ ମାଟିର ଭେଦ୍ୟତା ହାର ଅଧିକ ହେତୁ ଜଳ ରହୁ ନଥା ଏ, ତାହାହେଲେ ସେ କ୍ଷେତ୍ରରେ ନିମ୍ନଲିଖିତ କେତୋଟି ପ୍ରଣାଳୀ ମଧ୍ୟରୁ ଯେଉଁଟି ସୁବିଧା ଜନକ ତାର ପ୍ରୟୋଗ କରି ମାଟିର ଜଳ ଭେଦ୍ୟତା ହାର କମାଯାଇପାରେ ।
    • ପୋଖରୀଟିକୁ ଭଲ ଭାବରେ ଚାଷ କରି ନିଅନ୍ତୁ ଯେପରିକି ୨୦ ରୁ ୨୫ ସେ.ମି. ଗଭୀରତା ପର୍ଯ୍ୟନ୍ତ ମାଟି ଚଷି ହୋଇଯିବ । ଗୋଡ଼ି, ପଥର, ଘାସ, ଚେରମୂଳ ଇତ୍ୟାଦି ଥିଲେ ଭଲ ଭାବରେ ବାଛି ନିଅନ୍ତୁ । ତଳ ମାଟିର ଶତକଡ଼ା, ଏକ ଗୁଣ ଗୋବର ଓ ୫ ଭାଗ ପଙ୍କୁ ଆ ବା ଚିକିଟା କାଦୁଆ ମାଟି ସଂଗ୍ରହ କରି ପୋଖରୀର ତଳ ଓ ପାଖରେ ସମ ପରିମାଣରେ ପକାଇ ଉପରେ ଚାଷ କରି ବା ଅନ୍ୟ ଉପାୟ ରେ ମିଶାଇ ଦିଅନ୍ତୁ । ଗୋଟିଏ ହାତ ରୋଲର ସାହାଯ୍ୟରେ ୫/୬ ଥର ରୋଲିଙ୍ଗ କରିନିଅନ୍ତୁ । ମାଟି ପୁରାପୁରି ସୁଖ ଯାଇଥିଲେ ରୋଲିଂପୂର୍ବରୁ ଅଳ୍ପପାଣି ଛିଞ୍ଚିବାକୁ ପଡ଼ିଥାଏ । ଯଦି ରୋଲର ନ ମିଳେ ବା ଛୋଟ ପୋଖରୀ ହୋଇଥାଏ । ଲୋକମାନଙ୍କ ସାହାଯ୍ୟରେ କାଠ ବା ଲୁହାର ପିଟଣା ଦ୍ଵାରା ଉପରେ ବାଡ଼େଇ ବାଡ଼େଇ ମାଟି ଦୃଢ଼ୀଭୂତ କରି ନିଅନ୍ତୁ ଯଦ୍ଵାରା ପାଣି ଝରି ଯିବାର ସମ୍ଭାବନା ରହିବ ନାହିଁ । ଅତି ବାଲିଆ ମାଟି ହୋଇଥିଲେ କାଦୁ ଆ ଚିକିଟା ମାଟିର ପରିମାଣ ବଢ଼ାଇ ଦିଅନ୍ତୁ । ସ୍ଥଳ ବିଶେଷରେ ମାଟିର ନମୂନା ଅନୁଯାୟୀ ଏହା ଶତକଡ଼ା ୧୦ ରୁ ୨୦ ଭାଗକୁ ବୃଦ୍ଧି ପାଇଥାଏ । କାଦୁଆ ମାଟି ମିଳିବାର ବିଶେଷ ଅସୁବିଧା ହେଲେ ସେ କ୍ଷେତ୍ରରେ । ମାଟିର ପ୍ରକାରକୁ ନେଇ ସିମେଣ୍ଟ ଶତକଡ଼ା ଏକରୁ ଦୁଇଭାଗ ଓ ଗୋବର ଏକରୁ ୫ ଭାଗ ମଧ୍ୟରେ ବ୍ୟବହାର କରି ଉପରୋକ୍ତ ମତେ ଚାଷ ମିଶ୍ରଣ ଓ ରୋଲିଂ କଲେ ମାଟିରେ ଜଳର ଭେଦ୍ୟତା ହାର କମି ଯାଇଥାଏ ।
  3. ବେଣ୍ଟୋନାଇଟ୍ ର ବ୍ୟବହାର
  4. ପୋଖରୀ ମାଟି ମଧ୍ୟ ଦେଇ ପାଣି ଝରି ଯିବାକୁ ରୋକିବା ପାଇଁ ବେଣ୍ଟୋନାଇଟ୍ ବ୍ୟବହାର କରାଯାଇପାରେ । ଏହାର ପାଉଡର ଓଦା ହୋଇଗଲେ ଏହା ନିଜ ଓଜନର ଯଥେଷ୍ଟ ଅଧିକ ହାରରେ ଜଳ ଶୋଷି ନେଇ ଆୟତନକୁ ୮ ରୁ ୧୦ ଭାଗ ବୃଦ୍ଧି କରିଥା।

    ତେଣୁ ବେଣ୍ଟୋନାଇଟ୍ ସୂକ୍ଷଗୁଣ୍ଡ ଗୁଡ଼ିକ ମାଟିର ଥିବା ରନ୍ଧ୍ର ମଧ୍ୟରେ ପଶି ପାଣି ଝରି ଯାଉଥିବା ବାଟଗୁଡ଼ିକ ସିଲ୍‌ କରିଦିଏ । ଏହାର ବ୍ୟବହାର ପୂର୍ବରୁ ପୋଖରୀଟିକୁ ଭଲ ଭାବରେ ସଫାକରି ମାଟି ଚାଷ କରି ଗୁଣ୍ଡକରି ଦିଆଯାଇଥାଏ । ପନ୍ଦର ସେ.ମି. ଗଭୀର । ମାଟିରେ ବେଣ୍ଟୋନାଇଟ୍ ସମ ପରିମାଣରେ ମିଶାଇ ମାଟିକୁ ଭଲ ଭାବରେ ରୋଲିଂଙ୍ଗ ବା ପିଟଣା ଦ୍ଵାରା ସମତୁଲ କରି ଦିଆଯାଏ । ତା ପରେ ରେ ରେ ପୋଖରୀକୁ ଜଳପୂର୍ଣ୍ଣ କରାଯାଇଥାଏ । ବେଣ୍ଟୋନାଇଟ୍ ପ୍ରତିବର୍ଗ ମିଟର ପ୍ରତି ୫ ରୁ ୧୫ କି.ଗ୍ରା. ମଧ୍ୟରେ ଲାଗିଥାଏ । ପୋଖରୀରୁ ପାଣି ଶୁଖିଗଲେ ବେଣ୍ଟୋନାଇଟ୍ ତାର ପୂର୍ବ ରୂପକୁ ଫେରିଆସି ପୋଖରୀରେ ଫାଟ ସୃଷ୍ଟି କରିଥାଏ ।

  5. ମାଟି ଉପରେ ବିଭିନ୍ନ ଆବରଣର ପ୍ରୟୋଗ
  6. ମାଟିର କ୍ଷୟ ଓ ଜଳର କ୍ଷରଣକୁ କମାଇବା ପାଇଁ ବିଭିନ୍ନ ପ୍ରକାରର ଆବରଣର ପ୍ରୟୋଗ ଯଦିଓ ଖର୍ଚ୍ଚ ସାପେକ୍ଷ ତଥାପି ମାଛ ପୋଖରୀର ପରିଚାଳନା ଦୃଷ୍ଟିରୁ ଯୁକ୍ତିଯୁକ୍ତ ହୋଇଥାଏ । ତେଣୁ ମାଟିର ଅବସ୍ଥା ଓ ପାଣ୍ଠି ର ବ୍ୟବସ୍ଥାନୁଯାୟୀ ନିମ୍ନପ୍ରକାରର ଯେ କୌଣସି ଆବରଣର ପ୍ରୟୋଗ କରାଯାଇଥାଏ ।

ସିମେଣ୍ଟ କଙ୍କ୍ରିଟ୍

  1. ଇଞ୍ଜିନିୟରିଂ ନିୟମ ଅନୁଯାୟୀ ବାଲି, ଗୋଡ଼ି ଓ ସିମେଣ୍ଟର ମିଶ୍ରଣ କରି ୪ ଇଞ୍ଚ ( ୧୦ ସେ.ମି.) ମୋଟାରେ ପ୍ରୟୋଗ କରାଯାଇପାରେ ।
  2. ପଥର ବା ଇଟା, ବାଲି, ସିମେଣ୍ଟର ମୋଟାର ସାହାଯ୍ୟରେ ଦରକାର ମୁତାବକ ଆବରଣ  କରାଯାଇପାରେ ।
  3. ପ୍ଲାଷ୍ଟିକ୍ ଜାତୀୟ ଜଳ ନିରୋଧକ ବସ୍ତୁ ଯଥା ପଲିଥିନ, ଭିନାଇଲ୍ ଓ ରବର ପ୍ରଭୃତିକୁ ଉପଯୁକ୍ତ ଭାବରେ ବ୍ୟବହାର କରାଯାଇପାରେ । ଏଗୁଡ଼ିକ ଶତକଡ଼ା ଶହେଭାଗ ଜଳ ନିରୋଧକ ।

ପୋଖରୀର ଉତ୍ପାଦନ କ୍ଷମତା ବୃଦ୍ଧି ନିମିତ୍ତ ପଦକ୍ଷେପ

ବିଭିନ୍ନ ଅନ୍ତର୍ଦେଶୀୟ ମାଛଚାଷ ମଧ୍ୟରେ ପୋଖରୀ ମାଛଚାଷ ସର୍ବାଧିକ ଏବଂ ସର୍ବତ୍ର । ଆଦୃତ ହୋଇପାରିଛି ଏବଂ ଭବିଷ୍ୟତରେ ଏହା ଯେ ଅଧିକ ଲୋକପ୍ରିୟ ହୋଇପାରିବ ଏହା ନିଃସନ୍ଦେହରେ କୁହାଯାଇପାରେ । ଯଦିଓ ପୋଖରୀ ମାଛଚାଷ ଏକ ସୌଖୁନ୍ ରୂପେ ଆରମ୍ଭ ହୋଇଥିଲା ବର୍ତ୍ତମାନ ତାହା ଏକ ଲାଭଜନକ ବ୍ୟବସାୟ ରୂପେ ମୁଣ୍ଡ ଟେକିଲାଣି । ଏବଂ ଏହାର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାକୁ ଲାଗିଛି । ପୋଖରୀରେ ମାଛ ଉତ୍ପାଦନ କ୍ଷମତା ପୋଖରୀର ଉର୍ବରତା ଉପରେ ନିର୍ଭର କରୁଥିବା ହେତୁ କେତେକ ଦରକାରୀ ରାସାୟନିକ ଓ ଜୈବିକ ସାର ଯଥା ଯବକ୍ଷାରଜାନ, ଫଫର, ଗୋବର ଇତ୍ୟାଦି ପ୍ରୟୋଗ କରାଯାଇ ପୋଖରୀର ଉର୍ବରତା ବୃଦ୍ଧି କରିବାକୁ ପଡ଼େ । ଯାହାଦ୍ଵାରାକି ପୋଖରୀରେ ପ୍ରଚୁର ପରିମାଣରେ ପ୍ରାକୃତିକ ଖାଦ୍ୟ ସୃଷ୍ଟି ହୋଇ ମାଛ ଉତ୍ପାଦନ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ପୋଖରୀ ପ୍ରସ୍ତୁତି କରଣ

ସାଧାରଣତଃ ପୋଖରୀ ଉଚ୍ଚ ବା ସମତଳ ସ୍ଥାନରେ ଖୋଳି କିମ୍ବା ଖାଲୁଆ ଜାଗାରେ ଚତୁଃପାର୍ଶ୍ଵ ବନ୍ଧ ଦେଇ ପ୍ରସ୍ତୁତ କରାଯାଏ । ଗ୍ରାମାଞ୍ଚଳରେ ସାଧାରଣତଃ ପୋଖରୀରେ ମାଛଚାଷ ସଙ୍ଗେ ସଙ୍ଗେ ଗ୍ରାମବାସୀମାନେ ପୋଖରୀ ଜଳକୁ ବ୍ୟବହାର କରିଥାନ୍ତି । ଏପରିସ୍ଥଳେ ପୋଖରୀରେ ନାଳ ନର୍ଦ୍ଦମା ପାଣି ପ୍ରବେଶ ନ କରିବା ପାଇଁ ଦୃଷ୍ଟି ଦେବା ଏକାନ୍ତ ଆବଶ୍ୟକ । ମାଛ ଚାଷ ପାଇଁ ଉପଯୁକ୍ତ ପୋଖରୀର ଆୟତନ ଏକ ହେକ୍ଟର । (ଅଢ଼େଇ ଏକର )ରୁ ଅଧିକ ହେବା ଉଚିତ୍ ନୁହେଁ ଏବଂ ପୋଖରୀ ଗଭୀରତା ଏକ ମିଟରରୁ ଦେଢ଼ ମିଟର ମଧ୍ୟରେ ରହିବା ଉଚିତ୍ । ପୋଖରୀରେ ଯାଆଁଳ ଛାଡ଼ିବା ପୂର୍ବରୁ ସମସ୍ତ । ପ୍ରକାରର ଦଳ ସଫା କରିବା ଏବଂ ସମସ୍ତ ପ୍ରକାରର ମାଛ ତଥା କ୍ଷତିକାରକ ପୋକ ସବୁକୁ ମାରିଦେବା ନିତାନ୍ତ ଜରୁରୀ ।

  • ପୋଖରୀରୁ ଶିକାରୀ ଏବଂ ଅଦରକାରୀ ମାଛ ମାରି ସଫା କରିବା
  • ପୋଖରୀରେ ଦୁଇ ତିନି ଥର ଜାଲ ପକାଇ ସାରିବା ପରେ ମହୁଲ ପିଡ଼ିଆ ଏକ ହେକ୍ଟର ପ୍ରତି ୨୦୦୦ ରୁ ୨୫୦୦ କିଲୋ ପ୍ରୟୋଗ କଲେ ସମସ୍ତ ପ୍ରକାରର ମାଛି।

    ଦୁଇତିନି ଘଣ୍ଟା ମଧ୍ୟରେ ମରିଯାଆନ୍ତି ଯଦିଓ ଏହି ମାଛଗୁଡ଼ିକ ଖାଦ୍ୟଉପଯୋଗୀ ଅଟେ । ପୋଖରୀରେ ମହୁଲ ପିଡ଼ିଆ ବିଷର ପ୍ରଭାବ ପ୍ରାୟ ୨୧ ଦିନ ପର୍ଯ୍ୟନ୍ତ ରୁହେ ଏବଂ ତାପରେ ପୋଖରୀ ଯାଆଁଳ ଛାଡ଼ିବା ପାଇଁ ଉପଯୁକ୍ତ ଅବସ୍ଥାକୁ ଆସିଥାଏ।

    ବିଶେଷ କରି ଗ୍ରାମବାସୀମାନେ ବ୍ୟବହାର କରୁଥିବା ପୋଖରୀକୁ ମହୁଲ ପିଡ଼ିଆ ପରିବର୍ତ୍ତେ ବୈଚି ପାଉଡ଼ର ପକାଇ ମାଛ ମାରିବା ଉଚିତ୍ । ଏକ ହେକ୍ଟର ମିଟର ପୋଖରୀରେ ଶତକଡ଼ା ୩୦ ଭାଗ କ୍ଲୋରିନ୍ ଅବା କ୍ଲିଚି ପାଉଡ଼ର ୩୦୦ ରୁ ୩୫୦ କିଲୋ ପ୍ରୟୋଗ କରିବାକୁ ହୁଏ । ପାଉଡ଼ରକୁ ପାଣିରେ ଗୋଳାଇ ପୋଖରୀରେ ପ୍ରୟୋଗ ହୁଏ ଏବଂ ଏହାର ପ୍ରଭାବରେ ଏକ ବା ଦୁଇ ଘଣ୍ଟା ମଧ୍ୟରେ ମାଛ ମରିଯାନ୍ତି । ଏହି ମାଛ ମଧ୍ୟ ଖାଦ୍ୟଉପଯୋଗୀ । ଏହି କ୍ଲୋରିନ୍ ବିଷର ପ୍ରଭାବ ପୋଖରୀରେ ଏକ ସପ୍ତାହ ପର୍ଯ୍ୟନ୍ତ ରୁହେ।

    ପୋଖରୀରୁ ମାଛ ମାରିଲେ ଆଉ ଏକ ଶସ୍ତା ଏବଂ ସହଜ ଉପାୟ ହେଉଛି ୟୁରିଆ ସାର ଓ ବ୍ଲିଚିଂ ପାଉଡର ମିଶ୍ରଣର ପ୍ରୟୋଗ । ପ୍ରଥମେ ୟୁରିଆ ସାରକୁ ଏକ ହେକ୍ଟର ପୋଖରୀ ପ୍ରତି ୧୦୦ କିଲୋ ହିସାବରେ ପାଣିରେ ଗୋଳାଇ ପ୍ରୟୋଗ କରାଯାଏ ଏବଂ ଏହାର ୨୪-୪୮ ଘଣ୍ଟା ମଧ୍ୟରେ ୧୭୫ କିଲୋ ବୈ ପାଉଡ଼ର (ଶତକଡ଼ା ୩୦ ଭାଗ ଥିବା କ୍ଲୋରିନ୍‌ ପ୍ରୟୋଗ) କରାଯାଏ । ଅଧଘଣ୍ଟା ପରେ ପୋଖରୀରେ ଥିବା ସମସ୍ତ ପ୍ରକାରର ମାଛ ମରିଯାନ୍ତି ଏବଂ ଏହି ବିଷର ପ୍ରଭାବ ପୋଖରୀରେ ଏକ ସପ୍ତାହ ପର୍ଯ୍ୟନ୍ତ ରୁହେ । ତା ଛଡ଼ା ୟୁରିଆ ସାର ବ୍ୟବହାର ଯୋଗୁଁ ପୋଖରୀର ଉର୍ବରତା ମଧ୍ୟ ବୃଦ୍ଧି ପାଇଥାଏ ।

  • ପୋଖରୀ ଅବସ୍ଥାର ଉନ୍ନତି କରଣ :
  • ଅତିଅଳ୍ପ ଅମ୍ବରୁ ଅତି ଅଳ୍ପ କ୍ଷାର ମାଟି ଯାହାର ପି.ଏଚ୍. ୬.୫ ରୁ ୭.୫ ମଧ୍ୟରେ ଥାଏ ମାଛାଚାଷ ନିମିତ୍ତ ଅନୁକୂଳ । କିନ୍ତୁ ମାଟିର ଅମ୍ଳତ୍ଵ ଯଦି ୬.୫ ରୁ କମ୍, କ୍ଷାରତ୍ଵ ୭.୫ ରୁ ଅଧିକ ହୁଏ, ଜୈବିକ ଅଙ୍ଗାରର ଶତକଡ଼ା ଭାଗ ୪ ରୁ ଅଧିକ ହୁଏ ଏବଂ ବାଲି ଅଂଶ ଶତକଡ଼ା ୭୫-୮୦ ଭାଗରୁ ଅଧିକ ହୁଏ, ପୋଖରୀରେ ମାଛ ଉତ୍ପାଦନ ଆଶାତୀତ ଭାବେ ହ୍ରାସ ପାଇଥାଏ । ଯେଉଁଥି ପାଇଁ କେତେକ ଜରୁରୀ ପଦକ୍ଷେପ ନେବାକୁ ପଡ଼େ ।

    ଚୂନମାଟି ଅମ୍ଳତ୍ଵର ମାନକୁ ହ୍ରାସ କରେ । ତେଣୁ ପଥର ଚୂନ କିମ୍ବା ସିପ ଚୂନ ସାରଣୀ-୧ରେ ଦର୍ଶାଥିବା ପରିମାଣ ପୋଖରୀରେ ୩/୪ ଥର ଦୁଇତିନି ଦିନ ଅନ୍ତରରେ ପ୍ରୟୋଗ କରିବାର ୧୫ ଦିନ ପରେ ଯାଆଁଳ ଛାଡ଼ିବାକୁ ହୁଏ ।

ସାରଣୀ-୧ : ମାଟିର ଅମ୍ଳତ୍ଵ ଓ ଚୂନ ପରିମାଣ ପ୍ରଯୋଗ ।

ମାଟିର ଅମ୍ଳତ୍ଵର ସଂଭାଗ

ମାଟିର ପ୍ରକୃତି

ଚୂନ ପରିମାଣ ଆବଶ୍ୟକ କିଲୋ/ହେକ୍ଟର ପିଛା

୪.୦-୫.୦

ବେଶୀ ଅମ୍ଳ

୨୦୦୦

୫.୦-୬.୦

ଅଳ୍ପ ଅମ୍ଳ

୧୨୦୦

୬.୦-୬.୫

ସାଧାରଣ ଅମ୍ଳ

୧୦୦୦

୬.୫-୭.୫

ନିରପେକ୍ଷ

୪୦୦

ଅତିବେଶୀ କ୍ଷାର ମାଟି ଯାହାର ପି.ଏଚ୍. ୮.୫ ରୁ ଅଧିକ, ଗୋବର ହେକ୍ଟର ପିଛା ୧୦-୨୦ ଟନ୍ କିମ୍ବା ଜିସମ୍ ହେକ୍ଟର ପିଛା ୫-୬ ଟନ୍ ହିସାବରେ ପ୍ରୟୋଗ କରାଯାଇ ପୋଖରୀର କ୍ଷାରତ୍ କମାଯାଇ ମାଛଚାଷ ଉପଯୋଗୀ କରାଯାଇପାରେ । ମାଟିରେ ବାଲି ଅଂଶ ଅଧିକ ପରିମାଣରେ ଥିଲେ, ଜୈବିକ ସାର, ବାୟୋଗ୍ୟାସ୍ ମଳ ପ୍ରୟୋଗ କରାଯାଇ ତାର ଉତ୍ପାଦନ ମାନ ବୃଦ୍ଧି କରାଯାଇପାରେ ।

ସାଧାରଣତଃ ପୁରୁଣା ପୋଖରୀରେ ଅଧିକ ପରିମାଣରେ ଜୈବିକ ଅଙ୍ଗାର ଦେଖିବାକୁ ମିଳିଥାଏ ଏହାଦ୍ଵାରା ମାଟିରେ ବାନ୍ଧି ହୋଇଥିବା ସାର ସହଜରେ ପାଣି ମାଧ୍ୟମକୁ ଆସିପାରେ ନାହିଁ । ତା ଛଡ଼ା ଜୀବ-ରାସାୟନିକ ପ୍ରକ୍ରିୟା ଦ୍ଵାରା ସୃଷ୍ଟି ହୋଇଥିବା ବିଭିନ୍ନ ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇ ପୋଖରୀର ଉତ୍ପାଦନ କ୍ଷମତା ହ୍ରାସ କରିଥାଏ । ତେଣୁ ଏହି କ୍ଷେତ୍ରରେ ପୋଖରୀରେ ଥିବା ପାଣି ଶୁଖାଇ ପଙ୍କକୁ ହଳ କରିଦେବା ନଚେତ୍ ପଙ୍କକୁ ବାହାରକୁ ବାହାର କରିଦେବା ଉଚିତ୍ । ଯେଉଁ କ୍ଷେତ୍ରରେ ଏହା ସମ୍ଭବ ନୁହେଁ ସେ କ୍ଷେତ୍ରରେ ପୋଖରୀରେ ପ୍ରତି ୧୫ ଦିନରେ ବିଦା ବୁଲାଇ ହେକ୍ଟର ପିଛା ୧ ଟନ୍ ହିସାବରେ ଚୂନ ପ୍ରୟୋଗ କଲେ ପୋଖରୀ ଉତ୍ପାଦନକ୍ଷମ ହୁଏ ।

ପୋଖରୀରେ ସାର ପ୍ରୟୋଗ :

ମାଛ ଚାଷ ସମୟରେ ପୋଖରୀରେ ପ୍ରାକୃତିକ ମାଛ ଖାଦ୍ୟ ଉତ୍ପାଦନ କ୍ଷମତା ସମାନ ରଖିବା ବା ବଜାୟ ରଖିବା ନିମିତ୍ତ ଜୈବିକ ଓ ରାସାୟନିକ ସାରର ପ୍ରୟୋଗ ଆବଶ୍ୟକ ପଡ଼େ । ସାର ପ୍ରୟୋଗ ଦ୍ୱାରା ପୋଖରୀରେ ପ୍ରାକୃତିକ ଖାଦ୍ୟ (ଯଥା- ଫ୍ଲାଙ୍କଟନ୍, ପେରିଫାଇଟନ୍ ଓ ବେନଥୋଜ) ବହୁପରିମାଣରେ ବୃଦ୍ଧି ହୋଇଥାଏ  ଯାହାକି ମାଛର ପ୍ରଧାନ ଖାଦ୍ୟ।

ଯେ କୌଣସି ଏକ ସାଧାରଣ ପୋଖରୀରେ ଚୂନ ବର୍ଷକୁ ହେକ୍ଟର ପିଛା ୪୦୦ କିଲୋ ହିସାବରେ ପ୍ରୟୋଗ କରିବା ଦରକାର । ଯାଆଁଳ ଛାଡ଼ିବା ପୂର୍ବରୁ ହେକ୍ଟର ପିଛା ୧୦୦ କିଲୋ ଏବଂ ଅବଶିଷ୍ଟ ୩୦୦ କିଲୋ ସମାନ ମାସିକିଆ କିସ୍ତିରେ ପ୍ରୟୋଗ କରାଯାଏ। ପୋଖରୀରେ ରାସାୟନିକ ସାରର ପ୍ରୟୋଗ ସଙ୍ଗେ ସଙ୍ଗେ ଜୈବିକ ସାରର ବ୍ୟବହାର ଏକାନ୍ତ ଆବଶ୍ୟକ । ବିଭିନ୍ନ ପୋଖରୀରେ ସାର ପ୍ରୟୋଗର ପରିମାଣ ସାରଣୀ-୨ ରେ ଦର୍ଶାଯାଇଛି ।

ସାରଣୀ-୨ : ପୋଖରୀ ମାଟିର ଗୁଣାତ୍ମକ ମାନ, ମୌଳିକ ପଦାର୍ଥ ଜୈବିକ

ମତ୍ସ୍ୟ ଉତ୍ପାଦନ

କ୍ଷମତା

ମାଟିର ରାସାୟନିକ ଅବସ୍ଥା

ଅମ୍ଳତ୍ଵ

ଜୈବିକ ଅଙ୍ଗାର

ସହଜରେ ମିଳୁଥିବା ଯବକ୍ଷାରଜାନ (ମି.ଗ୍ରା. / ୧୦୦ ଗ୍ରା. ମାଟିରେ)

ଦରକାରୀ ମୌଳିକ ପଦାର୍ଥ ଫଫରସ୍ (ମି.ଗ୍ରା./ ୧୦୦ ଗ୍ରା. ମାଟିରେ)

କମ୍ ଉତ୍ପାଦନକ୍ଷମ ପୋଖରୀ

୫.୫ ରୁ କମ୍

୦.୫ ରୁ କମ୍

୨୫.୦ରୁ କମ୍

୩.୦ରୁ କମ୍

ସାଧାରଣ ଉତ୍ପାଦନ କ୍ଷମ ପୋଖରୀ

୫.୫ ରୁ ୬.୫

୦.୫ – ୧.୫

` ୨୫.୦-୫୦.୦

.୦-୬.୦

ବେଶୀ ଉତ୍ପାଦନକ୍ଷମ ପୋଖରୀ

୬.୫ ରୁ ୭.୫

୧.୫-୨.୦

୫୦.୦ ରୁ ଅଧିକ

୬.୦ ରୁ ଅଧିକ

ରାସାୟନିକ ସାରର ପରିମାଣ

ପୋଖରୀ ପାଇଁ ଆବଶ୍ୟକ ମୌଳିକ ପଦାର୍ଥ ଓ ଜୈବିକ ଅଙ୍ଗାର ପରିମାଣ କିଲୋଗ୍ରାମ/ହେକ୍ଟର

ପୋଖରୀରେ ପ୍ରୟୋଜନ ରାସାୟନିକ ସାର ଓ ଜୈବିକ ସାର କିଲୋଗ୍ରାମ/ହେକ୍ଟର ବର୍ଗରେ

ଯବକ୍ଷାରଜାନ – ୨୦୦-୨୫୦

କାଲସିୟମ୍ ଆମୋନିୟମ୍ ନାଇଟ୍ରେଟ୍

୫୦୦-୬୦୦ କିମ୍ବା ୟୁରିଆ ୨୨୫ ରୁ ୨୯୦

ଫସଫରସ – ୧୦୦- ୧୨୫

 

ସିଙ୍ଗଲ ସୁପର ଫସଫେଟ୍  ୩୧୫ - ୪୦୫ କିମ୍ବା

ଟ୍ରିପଲ ସୁପର ଫସଫେଟ୍ – ୧୧୦-୧୪୫

ଜୈବିକ ଅଙ୍ଗାର ୬୦୦-୭୦୦

 

ଗୋବର – ୧୦,୦୦୦-୧୨,୦୦୦ କିମ୍ବା

ଗୋବର ଗ୍ୟାସ୍ ମଳ – ୧୬,୦୦୦-୨୦,୦୦୦

ଯବକ୍ଷାରଜାନ  –  ୧୫୦ – ୨୦୦

କ୍ୟାଲସିୟମ ଆମୋନିୟମ୍ ନାଇଟ୍ରେଟ୍

୩୫୦-୫୨୦ କିମ୍ବା ୟୁରିଆ ୧୫୫ ରୁ ୨୨୫

ଫସ୍‌ଫରସ୍ – ୭୫– ୧୦୦

ସିଙ୍ଗଲ ସୁପର ଫସଫେଟ୍ ୨୨୦ - ୩୧୫ କିମ୍ବା

ଟ୍ରିପଲ ସୁପର ଫସଫେଟ୍ – ୭୫ – ୧୧୦

ଜୈବିକ ଅଙ୍ଗାର ୪୮୦ - ୬୦୦

ଗୋବର – ୫,୦୦୦- ୧୦,୦୦୦ କିମ୍ବା

ଗୋବର ଗ୍ୟାସ୍ ମଳ – ୧୬,୦୦୦-୨୦,୦୦୦

ଯବକ୍ଷାରଜାନ – ୧୦୦-୨୦୦

ୟୁରିଆ – ୧୧୦-୧୫୫ କିମ୍ବା

ଆମୋନିୟମ୍ ସଲଫେଟ୍ ୨୨୫ ରୁ ୩୩୦

ଫସ୍‌ଫରସ୍ - ୫୦-୭୫

 

ସିଙ୍ଗଲ ସୁପର ଫଫେଟ୍ ୧୫୫-୨୨୦ କିମ୍ବା

ଟ୍ରିପଲ୍ ସୁପର ଫସଫେଟ୍ – ୫୫-୭୫

ଜୈବିକ ଅଙ୍ଗାର ୩୦୦ - ୪୮୦

ଗୋବର – ୫,୦୦୦-୮,୦୦୦ କିମ୍ବା ଗୋବର ଗ୍ୟାସ୍ ମଳ – ୧୦,୦୦୦- ୧୬,୦୦୦ ପୋଖରୀ

ଯେଉଁ ପୋଖରୀରେ ମହୁଲ ପିଡ଼ିଆ ବ୍ୟବହାର କରି ମାଛ ମାରି ଦିଆଯାଏ ସେ ପୋଖରୀରେ ଜୈବିକ ସାର ୧୧ ମାସ ପର୍ଯ୍ୟନ୍ତ ମାସିକିଆ କିସ୍ତିରେ ବ୍ୟବହାର କରିବା ଉଚିତ୍ । କିନ୍ତୁ ୟୁରିଆ ସାର ଏବଂ ବ୍ଲିଚିଂ ପାଉଡ଼ର ଦ୍ଵାରା ମାଛ ମରାଯାଇ ଥିବା ପୋଖରୀରେ ଜୈବିକ ସାର ପ୍ରଥମ କିସ୍ତିରେ ଶତକଡ଼ା ୨୦ ଭାଗ ପ୍ରୟୋଗ ପରେ ଅବଶିଷ୍ଟ ୮୦ ଭାଗ ୧୦ ମାସ ପର୍ଯ୍ୟନ୍ତ ମାସିକିଆ କିସ୍ତିରେ ପ୍ରୟୋଗ କରାଯାଏ। ସାରଣୀ-୨ ରେ ଥିବା ବିଭିନ୍ନ ସାର ପ୍ରୟୋଗର ପରିମାଣ ଯଦିଓ ମିଶ୍ରିତ ମାଛଚାଷ ପାଇଁ ଉର୍ଦ୍ଧିଷ୍ଟ ତଥାପି ସମ୍ବର୍ଦ୍ଧନୀ (ନର୍ସରୀ) ଓ ଅଭିପାଳନ (ରିଅରିଂ) ପୋଖରୀ ପାଇଁ ଆବଶ୍ୟକ ସ୍ଥଳେ ପରିମାଣ ସାମାନ୍ଯ ପରିବର୍ତ୍ତନ କରି ପ୍ରୟୋଗ କରାଯାଇପାରେ ।

ଜୈବିକ ସାର ସାଧାରଣତଃ ପୋଖରୀର ଚାରିକୋଣରେ ଜମାକରି ରଖାଯାଏ। କିନ୍ତୁ ରାସାୟନିକ ସାର ପାଣିରେ ମିଶାଇ ପୋଖରୀରେ ପ୍ରୟୋଗ କରାଯାଏ । ଜୈବିକ ସାର ପ୍ରୟୋଗ କରିବାର ୧୫ ଦିନ ପରେ ରାସାୟନିକ ସାର ପ୍ରୟୋଗ  କରିବା ଉଚିତ୍ । କେଉଁ ପ୍ରକାର ଯବକ୍ଷାରଜାନ ସାର ପ୍ରୟୋଗ କରିବାକୁ ହେବ ତାହା ମାଟିର ଅମ୍ଳତ୍ଵ (ପି.ଏଚ୍) ଉପରେ ନିର୍ଭର କରେ । ଅମ୍ଳ ମାଟିରେ କ୍ୟାଲସିୟମ ଆମୋନିୟମ୍ ନାଇଟ୍ରେଟ୍, ନିରପେକ୍ଷ ମାଟିରେ ୟୁରିଆ ଓ କ୍ଷାର ମାଟିରେ ଆମୋନିୟମ୍ ସଲ୍‌ଫେଟ ବ୍ୟବହାର କରିବା ଉଚିତ୍ । ପୋଖରୀରେ ପ୍ରାକୃତିକ ମାଛ ଖାଦ୍ୟ ଓ  ଶିଉଳି ପରିମାଣ ବେଶୀ ହେଲେ ଏବଂ ପୋଖରୀ ପଙ୍କରେ ଜୈବିକ ବସ୍ତୁର ପରିମାଣ ବୃଦ୍ଧି ପାଇଲେ, ପାଣିରେ ଅମ୍ଳଜାନର ଅଭାବ ପଡ଼େ ଯାହାଦ୍ଵାରା ପୋଖରୀରେ ମାଛ ଉପର ମୁହାଁ ହୋଇ ପହଁରିବାକୁ ଆରମ୍ଭ କରନ୍ତି ଏବଂ ମରନ୍ତି ।

ଏହି ସମୟରେ ସମସ୍ତ ପ୍ରକାର ସାରର ପ୍ରୟୋଗ ତୁରନ୍ତ ବନ୍ଦ ରଖିବା ଉଚିତ୍ । ପୋଖରୀ ପାଣି ଏବଂ ମାଟିର ଗୁଣାତ୍ମକ ମାନ ପରୀକ୍ଷାର ସୁବିଧା ନ। ଥିଲେ ନିମ୍ନୋକ୍ତ ସାରଣୀ-୩ ରେ ଦର୍ଶାଯାଇଥିବା ପରିମାଣ ସାର ପ୍ରୟୋଗ କଲେ ଉତ୍ପାଦନ ବଢ଼ିଥାଏ।

ସାରଣୀ-୩ : ଜୈବିକ ଓ ରାସାୟନିକ ସାରର ପରିମାଣ

୧.

ଗୋବର

ପ୍ରଥମ କିସ୍ତି

ମାସିକିଆ କିସ୍ତି

ହେକ୍ଟର ପିଛା

ହେକ୍ଟର ପିଛା

୨୦୦୦ କିଲୋ

୧୦୦୦ କିଲୋ

୨.

ୟୁରିଆ

ମାସିକିଆ କିସ୍ତି

ହେକ୍ଟର ପିଛା

୨୫ କିଲୋ

୩.

ସିଙ୍ଗଲ ସୁପର

ଫସଫେଟ୍

ମାସିକିଆ କିସ୍ତି

ହେକ୍ଟର ପିଛା

୩୦ କିଲୋ

ସାର ପ୍ରୟୋଗ ପରିମାଣ ନିର୍ଣ୍ଣୟ କରିବା ପୂର୍ବରୁ ପୋଖରୀ ସମ୍ପର୍କରେ ସମ୍ୟକ୍ ଧାରଣା ଏକାନ୍ତ ଆବଶ୍ୟକ । ଅତି ପୁରୁଣା ପୋଖରୀରେ ସାର ପ୍ରୟୋଗ ପରିମାଣ ସାଧାରଣତଃ କମ୍ ହୋଇଥିବା ବେଳେ ନୂଆ ପୋଖରୀରେ ଅଧିକ ପରିମାଣ ସାରର ଆବଶ୍ୟକ ହୋଇଥାଏ ।

ପୋଖରୀ ପରିବେଶର ସମାନତା ରକ୍ଷା :

ମାଛ ଚାଷ ପାଇଁ ପୋଖରୀରେ ପାଣିର ଗଭୀରତା ସର୍ବଦା ସମାନ ରହିବା । ଉଚିତ୍ କାରଣ ପୋଖରୀରେ ପାଣିର ଗଭୀରତା ସାଧାରଣତଃ ଜଳର ବାଷ୍ପିକରଣ ଓ ନିମ୍ନଗାମୀ ଧର୍ମ ଯୋଗୁ ହିଁ କମିଥାଏ । ପାଣିର ଗଭୀରତା କମିଗଲେ ଜୈବିକ ଓ ରାସାୟନିକ ସାରର ପ୍ରୟୋଗ ତଥା ମାଛ ମାନଙ୍କ ପାଇଁ କୃତ୍ରିମ ଖାଦ୍ୟ ବୃବହାର ହେତୁ ଅତ୍ୟକ ପରିମାଣରେ ଶିଉଳି (ଆଲଗି) ହୋଇ ପାଣିରେ ଅମ୍ଳଜାନର ପରିମାଣ କମାଇଥାଏ ଯାହାକି ପୋଖରୀରେ ଥିବା ମାଛମାନଙ୍କ ପାଇଁ କ୍ଷତିକାରକ । ତେଣୁ ପୋଖରୀକୁ ସଙ୍ଗେ ସଙ୍ଗେ ପାଖ ନାଳ କିମ୍ବା ଜଳାଶୟରୁ ପାଣି ଆଣି ଗଭୀରତା ରକ୍ଷା କରିବା ସଙ୍ଗେ ସଙ୍ଗେ ଏହି ଅମ୍ଳଜାନ ସମସ୍ୟା ଦୂର କରାଯାଇପାରିବ ।

ପୋଖରୀରେ ପ୍ରାକୃତିକ ଖାଦ୍ୟ ଉତ୍ପାଦନ ବଢ଼ାଇବା ପାଇଁ ପୋଖରୀରେ ନଡ଼ା ବାଉଁଶର ତଲେଇ ବା ପ୍ଲାଷ୍ଟିକ୍ ଚାଦରକୁ ପୋଖରୀ ପଙ୍କ ଉପରେ ବିଛାଇ ରଖିଲେ ପ୍ରାକୃତିକ ଖାଦ୍ୟ ଉତ୍ପାଦନ ବହୁ ପରିମାଣରେ ବୃଦ୍ଧି ଘଟିଥାଏ । ତା ଛଡ଼ା ପଚା ସଢ଼ା ଦଳ, କଷ୍ଟ ଖତ ଇତ୍ୟାଦି ବ୍ୟବହାର କଲେ ପୋଖରୀରେ ପ୍ରାଣୀଜ ପ୍ରାକୃତିକ ଖାଦ୍ୟ (ପ୍ଲାଙ୍କଟନ ଯଥା କ୍ଲାଡ଼େସେରାନ୍, ଓଲିଗୋକେଟେସ ଇତ୍ୟାଦି ) ଦୃତଗତିରେ ବୃଦ୍ଧିପାଏ ଯାହାକି ମାଛମାନଙ୍କର ଏକ ପ୍ରଧାନ ଉପାଦେୟ ଖାଦ୍ୟ । ଗ୍ରାକାର୍ପ ମାଛପାଇଁ ପ୍ରତିଦିନ ବୁଙ୍କୁ ଡ଼ିଆ ଜଳ ( ହାଇଡ୍ରେଲା, ଉଲଙ୍ଗିଆ, ନାଜାଜ୍, ସେରାଟୋଫାଇଲମ୍, ଉଲଫିଆ, ଇତ୍ୟାଦି) କିମ୍ବା ଭାସମାନ ଦଳ (ଲିମ୍ନା, ଷ୍ଟାଇରୋଡଲା, ଆଟ୍ରୋଲା ଇତ୍ୟାଦି) ଖାଦ୍ୟ ଆକାରରେ ଦେବାକୁ ହୁଏ । ଏହାଦ୍ଵାରା ଗ୍ରାସକାଏଁ ମାଛର ଆଶାତୀତ ଭାବେ ଅଭିବୃଦ୍ଧି ଘଟି ମାଛ ଉତ୍ପାଦନ ବହୁ ପରିମାଣରେ ବଢ଼ାଇବାରେ ସହାୟକ ହୁଏ । ପୋଖରୀରେ ଅତ୍ୟଧିକ ପରିମାଣରେ ଶିଉଳି ହେଲେ ଅତ୍ୟନ୍ତ ଭାଷମାନ ଦଳ (ଡଉଇଡ଼) ଆଣି ପାଣିର ଉପର ସ୍ତରକୁ ଆବୃତ କଲେ, ଶିଉଳି ପରିମାଣ କମିଥାଏ । ଏହି ସମୟରେ ସମସ୍ତ ପ୍ରକାରର ସାର ତଥା କୃତ୍ରିମ ଖାଦ୍ୟ ପ୍ରୟୋଗ ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ପଡ଼େ । ପୋଖରୀ ଜଳରେ ଅମ୍ଳଜାନ ଅଭାବ ସମୟ ସମୟରେ ପରିଲକ୍ଷିତ ହୋଇଥାଏ । ଏହାର ପ୍ରଭାବରେ ମାଛ ପାଣିର ଉପର ସ୍ତରକୁ ଆସି ଭାଷିବାକୁ ଲାଗନ୍ତି ଓ ମରିବା ଆରମ୍ଭ କରନ୍ତି । ଏହି ଅମ୍ଳଜାନ ଅଭାବ ସାଧାରଣତଃ ମେଘୁଆ ଦିନର ରାତି ଶେଷ ଭାଗରେ କିମ୍ବା ଭୋରୁ ହୋଇଥାଏ । ଏହି ସମୟରେ ତୁରନ୍ତ ପୋଖରୀ ପାଣିକୁ ଏକ ବାଡ଼ି ସାହାଯ୍ୟରେ ବଡ଼େଇବା ଉଚିତ୍ କିମ୍ବା ପାଣି ପମ୍ପ ଦ୍ଵାରା ପାଣିକୁ ପୋଖରୀରେ ସ୍ପ୍ରେ  କରିବା ନିତାନ୍ତ ଜରୁରୀ । ବାରମ୍ବାର ଜାଲ ପକାଇ ପାଣିକୁ ଉପର ତଳ ବା ତଳ ଉପର କରିବା ଦରକାର । ପଟାସିୟମ୍ ପରମାଙ୍ଗାନେଟ୍ ହେକ୍ଟର ପିଛା ୨ କିଲୋ ହିସାବରେ ପ୍ରୟୋଗ କଲେ ସୁଫଳ ମିଳିଥାଏ ।

ମାଛଚାଷ ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ଚାଷ ଯଥା – ଧ୍ୟାନ, ରବି ଫସଲ ଇତ୍ୟାଦି, ଗୋପାଳନ, କୁକୁଡ଼ା ପାଳନ କିମ୍ବା ଘୁଷୁରି ପାଳନ କଲେ ତହିଁରୁ ମିଳୁଥିବା ଅଦରକାରୀ ପଦାର୍ଥ ଯଥା ନଡ଼ା, ମଳ ଇତ୍ୟାଦି କମ୍ପାଷ୍ଟ ଖତ କରାଯାଇ ମାଛଚାଷ ପୋଖରୀରେ ପ୍ରୟୋଗ କଲେ ମାଛ ଉତ୍ପାଦନ କମ୍ ଖର୍ଚ୍ଚରେ ଅଧିକ ହୁଏ ।

ଅଧିକ ଜାଣିବା ପାଇଁ  - "ଓୟୁଏଟି"

ସଂଗୃହିତ -

ମୂଳ ବିଷୟ ବସ୍ତୁ :

  • ଶ୍ରୀ ଚକ୍ରଧର ସାହୁ, ଏସ୍, ଆୟାପାନ, ସି.ଏସ୍, ପୁରୁଷୋତ୍ତମ୍, ଏ.କେ. ମହାନ୍ତି, କେନ୍ଦ୍ରୀୟ ମଧୁର ଜଳଜ ଗବେଷଣା ପ୍ରତିଷ୍ଠାନ, କୌଶଲ୍ୟାଗଙ୍ଗ, ଭୁବନେଶ୍ଵର

ସଂଶୋଧିତ ବିଷୟବସ୍ତୁ :

  • ଅମ୍ବିକା ପ୍ରସାଦ ନାୟକ ଏସ୍.ଏମ୍.ଏସ୍. (ମତ୍ସ୍ୟ ବିଜ୍ଞାନ) କୃଷି ବିଜ୍ଞାନ କେନ୍ଦ୍ର, ଭଦ୍ରକ, ରାଣୀତାଲ


© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate