অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସଘନ ସମଭାବାପନ୍ନ ମତ୍ସ୍ୟଚାଷ (ପୌନଃପୁନିକ ଅମଳ ପଦ୍ଧତିରେ ମାଛଚାଷ)

ସଘନ ସମଭାବାପନ୍ନ ମତ୍ସ୍ୟଚାଷ (ପୌନଃପୁନିକ ଅମଳ ପଦ୍ଧତିରେ ମାଛଚାଷ)

ମୁଣ୍ଡା ଯାଆଁଳ ବ୍ୟବହାର କରି ବର୍ଷସାରା ମାଛ ଉତ୍ପାଦନ

ମୁଣ୍ଡା ଯାଆଁଳ ବ୍ୟବହାର କରି ପୌନଃପୁନିକ ଅମଳ ପଦ୍ଧତିରେ ମାଛ ଚାଷ, ଧିରେ  ଧିରେ ଆମ ରାଜ୍ୟର ଚାଷୀଭାଇମାନଙ୍କ ମଧ୍ୟରେ ଆଦୃତ ହେବାରେ ଲାଗିଲାଣି। ଏହି ପଦ୍ଧତିରେ ମାଛ ଚାଷ ନିମିତ୍ତ, ଏକ ଏକର ଚାଷ ପୋଖରୀ ପାଇଁ ଅତି କମ୍‌ରେ ୧୦ ଡିସିମିଲି ବିଶିଷ୍ଟ ଏକ ମୁଣ୍ଡା ଯାଆଁଳ ଉତ୍ପାଦନ ପୋଖରୀ ବା ରିଅରିଂ ପୋଖରୀ  ଆବଶ୍ୟକ ହୋଇଥାଏ । ବିଜ୍ଞାନ ସମ୍ମତ ପ୍ରଣାଳୀରେ କିଭଳି ଭାବେ ରିୟରିଂ  ପୋଖରୀରେ ମୁଣ୍ଡା ଯାଆଁଳ ଉତ୍ପାଦନ କରିହେବ ଏବଂ ନିୟମିତ ବ୍ୟବଧାନରେ ମାଛ ମରାଗଲେ ପରେ ଏହାକୁ ଚାଷ ପୋଖରୀରେ ଛାଡ଼ି ବର୍ଷସାରା ମାଛ ଉତ୍ପାଦନ କରିହେବ, ସେ ବିଷୟରେ ସର୍ବିଶେଷ ତଥ୍ୟ ନିମ୍ନରେ ପ୍ରଦାନ କରାଗଲା ।

ମୁଣ୍ଡା ଯାଆଁଳ ଚାଷ

ମୁଣ୍ଡା ଯାଆଁଳ ବ୍ୟବହାରର ଉପକାରିତା

ମାଛ ଏକ ଏଭଳି ପ୍ରାଣୀ ଯାହା ଅପପୁଷ୍ଟି ବା ଖାଦ୍ୟାଭାବ ସମୟରେ ଠିକ୍ ଭାବେ ନ ବଢ଼ି ଦୀର୍ଘଦିନ ଧରି ଗେଡ଼ା ବା ମୁଣ୍ଡା ଆକାରରେ ରହିଥାଏ । ଯେତେବେଳେ ଏହା ଅନୁକୂଳ ପରିବେଶ ଏବଂ ଯଥେଷ୍ଟ ପୁଷ୍ଟିକର ଖାଦ୍ୟ ଖାଇବାକୁ ପାଏ, ସେତେବେଳେ ଏହା ଖାଦ୍ୟାଭାବଜନିତ ଅତୀତରେ ହରାଇଥିବା ଶରୀର ବୃଦ୍ଧିକୁ ଖୁବ୍ କମ୍ ସମୟ ମଧ୍ୟରେ ଭରଣା କରିଥାଏ । ଏହାକୁ ମାଛର ଭରଣା ଶରୀର ବୃଦ୍ଧି ବୋଲି କୁହାଯାଇଥାଏ । ଏହି ଭରଣା ଶରୀର ବୃଦ୍ଧି, ମାଛ ଯୁବାବସ୍ଥା ପ୍ରାପ୍ତି ପୂର୍ବରୁ ଅର୍ଥାତ୍ – କିଶୋର ଅବସ୍ଥାରେ ହିଁ କେବଳ ସଂଘଠିତ ହୋଇଥାଏ । ଭାକୁର, ରୋହି, ମିରିକାଳି ପ୍ରଭୃତି ମାଛ ୨ ବର୍ଷ ବୟସରେ ବୟପ୍ରାପ୍ତ ବା ପ୍ରଜନନକ୍ଷମ ହୋଇଥାନ୍ତି । ତେଣୁ ଏହି ମାଛଗୁଡ଼ିକର କିଶୋରାବସ୍ଥା ୫ ମାସ ବୟସରୁ ଆରମ୍ଭ ହୋଇ ୨୦ ମାସ ବୟସ ମଧ୍ୟରେ ସୀମିତ ରହିଥାଏ । ୫ ମାସରୁ ୧୨ ମାସ ବୟସ୍କ ଯାଆଁଳଗୁଡ଼ିକୁ ମୁଣ୍ଡା ଯାଆଁଳ ଏବଂ ୧୨ ମାସରୁ ଉର୍ଦ୍ଧ୍ଵ ବୟସ୍କ ଯାଆଁଳକୁ ଇୟରଲିଙ୍ଗ ବୋଲି କୁହାଯାଇଥାଏ । ଏଗୁଡ଼ିକ ସ୍ଥଳ ବିଶେଷରେ ୩୦ ରୁ ୨୫୦ ଗ୍ରାମ୍ ଓଜନ ବିଶିଷ୍ଟ ହୋଇଥାନ୍ତି । ଧାନି ଯାଆଁଳ ବା ଇଞ୍ଚକିଆ ଯାଆଁଳ ଗୁଡ଼ିକୁ ଘନ ମିଟର ପିଛା ୩୦ ରୁ ୪୦ ଗୋଟି କିମ୍ବା ଫିଙ୍ଗରଲିଙ୍ଗ (୪୧-୮୦ ମି.ମି. ଆକାର ବିଶିଷ୍ଟ) ଯାଆଁଳ ଗୁଡ଼ିକୁ ଘନ ମିଟର ପିଛା ୧୫ ରୁ ୨୦ ଗୋଟି ହିସାବରେ ଯଦି ଗୋଟିଏ ଛୋଟ ପୋଖରୀରେ ଆବଦ୍ଧ କରି ଉପଯୁକ୍ତ ପରିଚାଳନା ମଧ୍ୟରେ ରଖାଯାଏ, ତାହେଲେ । ବହୁ ଦିନ ଧରି ସେମାନଙ୍କର ଶରୀରର ବୃଦ୍ଧି ନଘଟି ବରଂ ସେମାନେ ମୁଣ୍ଡା ଯାଆଁଳ ଆକାରରେ ରହିଥାନ୍ତି । କାରଣ – ଏମାନଙ୍କ ମଧ୍ୟରେ ସ୍ଥାନ ଓ ଖାଦ୍ୟ ପାଇଁ ସଦାସର୍ବଦା । ପ୍ରତିଯୋଗିତା ଲାଗି ରହୁଥିବା ହେତୁ ଏଗୁଡ଼ିକ ବଢ଼ିପାରନ୍ତି ନାହିଁ । ଏହି ମୁଣ୍ଡା ଯାଆଁଳ ଗୁଡ଼ିକୁ କମ୍ ସଂଖ୍ୟାରେ ମାଛଚାଷ ପୋଖରୀରେ ଛଡ଼ାଗଲେ, ଏଗୁଡ଼ିକୁ କିଶୋର ବୟସରେ ଚାଷ କରାଯାଉଥିବା ଏବଂ ଅନୁକୂଳ ପରିବେଶ ଓ ପରିଚାଳନାରେ ପ୍ରତିପାଳନ କରାଯାଉଥିବା ହେତୁ ଏମାନଙ୍କର ଶରୀରର ବୃଦ୍ଧି ସର୍ବାଧକ ହୋଇଥାଏ। ଏପରିକି ଚାଷ ପୋଖରୀରେ ଅଢ଼େଇରୁ ତିନିମାସ ମଧ୍ୟରେ ମାଛ ଗୁଡ଼ିକର ହାରାହାରି ଓଜନ ୫୦୦ ଗ୍ରାମରୁ ୭୫୦ ଗ୍ରାମ୍ ପର୍ଯ୍ୟନ୍ତ ପହଞ୍ଚିଥାଏ ।

ମୁଣ୍ଡାଯାଆଁଳ ଉତ୍ପାଦନ ପାଇଁ ପୋଖରୀ ପ୍ରସ୍ତୁତି ଏବଂ ଖତସାର ପରିଚାଳନା :

୧୦ ଡିସିମିଲି ଜଳ ଆୟତନ ବିଶିଷ୍ଟ ରିୟରିଂ ପୋଖରୀ ପ୍ରସ୍ତୁତି ପାଇଁ, ପ୍ରଥମେ ପୋଖରୀକୁ ଶୁଖାଯାଇ ୨ ରୁ ୩ ଓଡ଼ ଭଲ ଭାବେ ହଳ କରି ଖରା ଖାଇବା ପାଇଁ ସପ୍ତାହେ ଛାଡ଼ି ଦିଆଯାଏ । ଏହାପରେ ୪ ଫୁଟ ଗଭୀରତା ପର୍ଯ୍ୟନ୍ତ ପାଣି ଭର୍ତ୍ତି କରାଯାଏ । ପାଣି ଭର୍ତ୍ତି ହୋଇ ସାରିବା ପରେ ୧୦ କି.ଗ୍ରା. ଅକ୍ସାଇଡ଼ ଚୂନକୁ।

ଏଥିରେ ପ୍ରୟୋଗ କରାଯାଇଥାଏ । ଏହାର ୭ ରୁ ୧୦ ଦିନ ପରେ ସକାଳ ଓଳି ୨ ଝୁଡ଼ି ସଜ ଗୋବରରେ ପୂର୍ବରୁ ବତୁରା ଯାଇଥିବା ୧୫ କି.ଗ୍ରା. ବାଦାମ ପିଡ଼ିଆ, ୨ କି.ଗ୍ରା. ସୁପର ସାର ଏବଂ ୨୦୦ ଗ୍ରାମ୍ ମଲ୍ଟିପ୍ଲେକ୍ସ ଅଣୁସାରକୁ ଭଲଭାବେ ଚକଟି ପାଣି କରି ଘୋଳ ଆକାରରେ ପୋଖରୀର ସର୍ବତ୍ର ପ୍ରୟୋଗ କରାଯାଏ ଏବଂ ସନ୍ଧ୍ୟା ସମୟରେ ପୋଖରୀରେ ବାରମ୍ବାର ମଶାରି ଜାଲ ଟାଣି ଜଳଜ ପୋକଜୋକ, ବେଙ୍ଗଫୁଲା, ଅନ୍ୟ ଶିକାରୀ ବା ଚୂନାମାଛ ଗୁଡ଼ିକ ବାହାର କରି ଦିଆଯାଏ I ମୂଳସାର ପଡ଼ିବାର ୪୮ ଘଣ୍ଟା ପରେ ପୋଖରୀରେ ଆବଶ୍ୟକ ମୁତାବକ ଧାନି ଯାଆଁଳ ଛଡ଼ାଯାଇଥାଏ । ମଝିରେ ମଝିରେ ପାଣିରେ ପ୍ଲାଙ୍କଟନ୍ ପରିମାଣକୁ ପରୀକ୍ଷା କରି ଆବଶ୍ୟକ ହେଲେ ୩୦ ରୁ ୪୫ ଦିନ ବ୍ୟବଧାନରେ ମୂଳସାର ଅନୁରୂପ ପୁନର୍ବାର ପୋଖରୀରେ ଖତସାର ପକାଇବାକୁ ପଡ଼ିଥାଏ ।

ମୁଣ୍ଡାଯାଆଁଳ ଉତ୍ପାଦନ ପାଇଁ ପୋଖରୀ ପାଣିରେ ମାଛର ପ୍ରାକୃତିକ ଖାଦ୍ୟ ବା ପ୍ଲାଙ୍କଟନ୍ ପରିମାଣ (୫୦ ଲିଟର ପାଣିରେ ୨ ମି.ଲି. ପର୍ଯ୍ୟନ୍ତ ପ୍ଲାଙ୍କଟନ୍)କୁ ସଦା । ସର୍ବଦା ଉପରୋକ୍ତ ମତେ ଖତସାର ପକାଯାଇ ସ୍ଥିର ରଖାଯାଇଥାଏ । ପୋଖରୀରେ ଆଉ କୌଣସି କୃତ୍ରିମ ଖାଦ୍ୟ ପ୍ରୟୋଗ କରାଯିବାର ଆବଶ୍ୟକତା ନଥାଏ । ପ୍ଲାଙ୍କଟନ୍ ନେଟ୍ ବ୍ୟବହାର କରି ନିୟମିତ ଅନ୍ତରରେ ପାଣିରେ ପ୍ଲାଙ୍କଟନ୍ ପରିମାଣକୁ ମାପି ଖତସାର ପ୍ରୟୋଗ କରାଯିବା ବିଧେୟ ।

ରୋଗ ପ୍ରତିଷେଧକ ବ୍ୟବସ୍ଥା

ଅପପୁଷ୍ଟି ମଧ୍ୟରେ ଏବଂ ସଂଖ୍ୟା ବହୁଳ ଅବସ୍ଥାରେ ଏହି ଯାଆଁଳ ଗୁଡ଼ିକୁ ରଖାଯାଇଥିବାରୁ ରୋଗ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ । ଧାନି ଯାଆଁଳ ଛଡ଼ାଯିବାର ପ୍ରଥମ ୪୫ ଦିନପରେ ଏମାନଙ୍କୁ ଗୋଟିଏ ଛୋଟ ମଶାରି ଜାଲ ଦ୍ଵାରା ଟଣାଯାଇ ହୁଡ଼ାର ଗୋଟିଏ ପାର୍ଶ୍ଵରେ ଜାଲ ଲାଗିଲା ପରେ ଜାଲ ମଧରେ ପାଣି ଭିତରେ ଥିବା ମାଛଙ୍କ ଉପରେ ଗାଧୋଇ ଦେଲାଭଳି ପଟାସିୟମ୍ । ପରମାଙ୍ଗାନେଟ୍ ଦ୍ରବଣ (୧୦ ଲିଟର ପାଣି ପିଛା ୧ ଗ୍ରାମ୍ ପଟାସ୍)କୁ ପକାଯାଇ ଭଲଭାବେ ହଲାଇ ଛାଡ଼ି ଦିଆଯାଏ । ତାପର ୩୦ ଦିନ ପରେ ଅନୁରୂପ ଭାବେ ମାଛଙ୍କୁ ଲୁଣ ପାଣି ଦ୍ରବଣ (୧୦ ଲିଟର ପାଣି ପିଛା ୧୦୦ ଗ୍ରାମ୍ ଖାଇବା ଲୁଣ) ରେ ଗାଧୋଇ ଦିଆଯାଇ ଛଡ଼ାଯାଇଥାଏ । ଏଭଳି ଭାବେ ପରବର୍ତ୍ତୀ ପର୍ଯ୍ୟାୟରେ ଅଦଳବଦଳ କରି ଥରେ ପଟାସ ପାଣି ଏବଂ ଥରେ ଲୁଣ ପାଣି ଦ୍ରବଣରେ ମାଛଙ୍କୁ ନିୟମିତ ଉପଚାର ଦିଆଯାଇ ରଖାଗଲେ ବହୁ ଦିନ ଧରି ମାଛ ଯାଆଁଳ ଗୁଡ଼ିକ ସୁସ୍ଥ ଓ ନୀରୋଗ ରହିଥାଆନ୍ତି ।

ଉତ୍ପାଦନ ଏବଂ ବିକ୍ରିବଟା

ଛୋଟ ଛୋଟ ଗାଡ଼ିଆ ପୋଖରୀଗୁଡ଼ିକରେ ମୁଣ୍ଡା ଯାଆଁଳ ଚାଷ କରି ବର୍ଷକୁ ୪ ରୁ ୫ ମାସ ଅବଧି ବିଶିଷ୍ଟ ୨ ଗୋଟି ଫସଲ ଉତାରି ହୁଏ । ଦେଖାଯାଇଛି ଯେ, ଏଭଳି ଚାଷରେ ଏକ ୧୦ ଡିସିମିଲି ବିଶିଷ୍ଟ ପୋଖରୀରୁ ଫସଲ ପିଛା ୨ କ୍ଵିଣ୍ଟାଲ୍ (୬ ହଜାର) ମୁଣ୍ଡା ଯାଆଁଳ ହିସାବରେ ବାର୍ଷିକ ୨ ଗୋଟି ଫସଲରୁ ମୋଟ ୪ କ୍ଵିଣ୍ଟାଲ୍ (୧୨ ହଜାର) ଯାଆଁଳ ଅମଳ ମିଳିଥାଏ । ଯଦି କି.ଗ୍ରା. ଯାଆଁଳ ପ୍ରତି ୫୦ ଟଙ୍କା ଦରରେ ବିକ୍ରି କରାଯାଏ ତେବେ ଏହି ଛୋଟ ପୋଖରୀରୁ ମୋଟ ୨୦,୦୦୦ ଟଙ୍କା ଆୟ ମିଳିବା ସଙ୍ଗେ ସଙ୍ଗେ ମୋଟ ୧୨,୦୦୦ ଟଙ୍କା ନିଟ୍ ଲାଭ ମିଳିଥାଏ । ପୌନଃପୁନିକ ଅମଳ ପଦ୍ଧତିରେ ମାଛଚାଷ

ପୋଖରୀ ପ୍ରସ୍ତୁତି ଓ ଖତସାର ପରିଚାଳନା

ପୋଖରୀ ପ୍ରସ୍ତୁତି ପ୍ରଥମ ପର୍ଯ୍ୟାୟରେ ପୋଖରୀରୁ ପାଣିଦଳ, ଚୂନା ଓ ଶିକାରୀ ମାଛଙ୍କୁ ବାହାର କରି ସଫା କରିବାକୁ ହୋଇଥାଏ, ପୋଖରୀରେ ହାରାହାରି ଅନ୍ୟୁନ ୬ ଫୁଟ ପାଣି ଥିବା ସମୟରେ ଏକର ପିଛା ୧୦୦ କି.ଗ୍ରା. ଅକ୍ସାଇଡ଼ ଚୂନ ପ୍ରୟୋଗ କରାଯାଏ । ମାଛଚାଷ ପୂର୍ବରୁ ପୋଖରୀର ପଙ୍କ ବା ମୃତ୍ତିକାକୁ ପରୀକ୍ଷାଗାରରେ ପରୀକ୍ଷା କରାଯାଇ ପୋଖରୀଟି ଅନୁର୍ବର, ମଧମ ଭାବେ ଉର୍ବର ବା ଉର୍ବର ବୋଲି ଶ୍ରେଣୀଭୁକ୍ତ କରାଯାଇଥାଏ । ତଦନୁଯାୟୀ ଖତସାର ନିମ୍ନ ସାରଣୀ ମତେ ପ୍ରୟୋଗ କରାଯିବା ଉଚିତ ।

ସାରଣୀ : ଏକ ଏକର ଜଳ ଆୟତନ ଓ ୬ ଫୁଟ ହାରାହାରି ଗଭୀରତା ବିଶିଷ୍ଟ

ଚାଷ ପୋଖରୀ ପିଛା

ଖତସାର

ମୂଳସାର ପରିମାଣ

ମାସିକ କିସ୍ତିରେ ଖତସାର ପ୍ରୟୋଗ

ଅନୁର୍ବର

ମଧ୍ୟମ

ଉର୍ବର

ଅନୁର୍ବର

ମଧ୍ୟମ

ଉର୍ବର

ଚୂନ (କି.ଗ୍ରା.ରେ)

 

୧୦୦

୧୦୦

୧୦୦

୨୦-୩୦

୨୦-୩୦

୨୦-୩୦

 

ଅକ୍ସାଇଡ଼୍

ଅକ୍ସାଇଡ଼୍

ଅକ୍ସାଇଡ଼୍

କାର୍ବୋନେଟ୍

କାର୍ବୋନେଟ୍

କାର୍ବୋନେଟ୍

କଞ୍ଚାଗୋବର( ଝୁଡ଼ିରେ)

୧୦୦

୭୦

୬୦

୨୦

୨୦

୨୦

ସୁପର ସାର(କି.ଗ୍ରା.ରେ)

୧୫

୧୦

୦୫

୧୨

୦୮

୦୪

ଡିଏପି ସାର( କି.ଗ୍ରା. ରେ)

୦୭

୦୫

୦୩

୦୬

୦୪

୦୨

ମାଛ ଚାଷୋପଯୋଗୀ ଅଣୁସାର (କି.ଗ୍ରା.ରେ)

୦୪

୦୩

୦୨

୦୨

୧.୫

୦୧

ଆବଶ୍ୟକ ସ୍ଥଳେ ୟୁରିଆ ସାରର ମାତ୍ରା (କି.ଗ୍ରା.ରେ)

୧୨

୦୮

୦୪

୧୨

୦୮

୦୪

ସଦାସର୍ବଦା ଚୂନ ପଡ଼ିବାର ୭ ରୁ ୧୦ ଦିନ ପରେ ଖତସାର ପ୍ରୟୋଗ କରାଯିବା ଉଚିତ୍ । ମୂଳସାରରେ ପକାଯିବାକୁ ଥିବା କଞ୍ଚା ଗୋବର ପରିମାଣକୁ  ୧୦ ଝୁଡ଼ି ଗୋବରକୁ କାଢ଼ି ରଖି ବାକିତକକୁ ସମାନ ସମାନ ଭାବେ ପୋଖରୀର ଚାରିକୋଣରେ ପାଣି ଭିତରେ ଗଦାକରି ରଖାଯାଏ । ବାହାର କରାଯାଇଥିବା ୧୦ ଝୁଡ଼ି କଞ୍ଚା ଗୋବରରେ ଅନୁମୋଦିତ ସୁପରସାର ଏବଂ ଅଣୁସାରକୁ ଭଲଭାବେ ମିଶାଇ ଚକଟି ଘୋଳ କରି ପୋଖରୀର ସର୍ବତ୍ର ପ୍ରୟୋଗ କରାଯାଇଥାଏ । ଏହାର ତିନି-ଚାରି ଦିନପରେ ପାଣିରେ ପ୍ଲାଙ୍କୁଟନ୍ ପରିମାଣକୁ ମାପି ଆବଶ୍ୟକ ହେଲେ ଅତିରିକ୍ତ ମାତ୍ରା ଭାବେ ୟୁରିଆ ସାରକୁ ପ୍ରୟୋଗ କରିବାକୁ ପଡ଼ିଥାଏ । ଏହି ମୂଳସାର ପଡ଼ିବାର ୩-୪ ଦିନ ମଧ୍ୟରେ ପୋଖରୀରେ ଅନୁମୋଦିତ ସଂଖ୍ୟାରେ ମୁଣ୍ଡା ଯାଆଁଳ ଛଡ଼ାଯାଇଥାଏ । ମାସିକ କିସ୍ତି ଖତସାର ପ୍ରୟୋଗରେ ସବୁବେଳେ ଗୋବର ପରିମାଣକୁ ସୁପରସାର ଓ ଅଣୁସାରରେ ମିଶାଇ ଘୋଳ ଆକାରରେ ପ୍ରୟୋଗ କରାଯାଇଥାଏ । ପ୍ରତ୍ୟେକ ମାସ ମାଛ ଅମଳ ପରେ ପରେ ହିଁ ମାସିକ କିସ୍ତି ଚୂନକୁ ପ୍ରୟୋଗ କରାଯିବା ଉଚିତ୍ ।

ଖତସାର ପ୍ରୟୋଗ ଦ୍ଵାରା ପାଣିରେ ମାଛର ପ୍ରାକୃତିକ ଖାଦ୍ୟ ଯଥା – ଉଦ୍ଭିଦ ଜାତୀୟ ପୁବକ, ପ୍ରାଣୀଜାତୀୟ ପ୍ଳବକ ଏବଂ ପଙ୍କସ୍ତରରେ ଅନେକ କ୍ଷୁଦ୍ରାତିକ୍ଷୁଦ୍ର ଜୀବ ଅନବରତ ସୃଷ୍ଟି ହୋଇ ଚାଲିଥାଆନ୍ତି, ଯାହାକୁ ମାଛ ଖାଇ ବଢ଼ିଥାଏ । ପାଣିରେ ଅତ୍ୟଧିକ ନେଳି, ଶୈବାଳ ବା ପାଣିସାର ସୃଷ୍ଟି ହେଲେ କିମ୍ବା ପାଣି ଅତ୍ୟଧିକ ବହଳିଆ ହୋଇ ପାଣି ବା ପଙ୍କ ଦୁର୍ଗନ୍ଧଯୁକ୍ତ ହେଲେ ସେହି ମାସ ପାଇଁ ଖତସାର । ପ୍ରୟୋଗକୁ ସ୍ଥଗିତ ରଖାଯାଇ କେବଳ ଏକର ପିଛା ୨୫ ରୁ ୩୦ କି.ଗ୍ରା. ଅକ୍ସାଇଡ୍ ଚୂନକୁ ସଙ୍ଗେ ସଙ୍ଗେ ପାଣି କରି ଗରମ ଥିବା ଅବସ୍ଥାରେ ପ୍ରୟୋଗ କରିବାକୁ ପଡ଼ିଥାଏ। ଏକ ଏକର ଜଳ ଆୟତନ ପିଛା ପ୍ରୟୋଗ ହେବାକୁ ଥିବା ଯେ କୌଣସି ଖତସାର, ଚୂନ କିମ୍ବା ଔଷଧର ପରିମାଣକୁ ଅତି କମ୍‌ରେ ୪୦ ବାଟି (୪୦୦ ଲିଟର) ପାଣିରେ ଭଲଭାବେ ମିଶାଇ ପୋଖରୀରେ ପ୍ରୟୋଗ କରାଯିବା ଆବଶ୍ୟକ ଅଟେ ।

ଯାଆଁଳ ଛଡ଼ାଯିବା ମିଶ୍ରଣ

ପୋଖରୀ ପ୍ରସ୍ତୁତ ସରିଗଲା ପରେ ପୋଖରୀର ଉର୍ବରତାକୁ ଦୃଷ୍ଟିରେ ରଖ ପ୍ରଥମ କିସ୍ତିରେ ୧୫୦୦ ରୁ ୩୦୦୦ ଗୋଟି ମୁଣ୍ଡା ଯାଆଁଳ ଛଡ଼ାଯାଇଥାଏ । ଯେଉଁଥିରେ କି ଭାକୁର, ରୋହି, ମିରିକାଳି ମାଛ ସଂଖ୍ୟା ଯଥାକ୍ରମେ ୨୫-୩୦, ୫୦-୬୦, ୧୦-୧୫ ପ୍ରତିଶତ ହିସାବରେ ରହିଥାଏ । ପ୍ରଥମ ଯାଆଁଳ ଛଡ଼ାଯିବାର ଅଢ଼େଇରୁ ତିନିମାସ ପରେ ପ୍ରଥମେ କିଛି ବିକ୍ରୟ ଉପଯୋଗୀ ମାଛକୁ ମରାଯାଇଥାଏ ଏବଂ ଏହାପରେ ପ୍ରତ୍ୟେକ ମାସିକ କିସ୍ତିରେ ମାଛ ମରାଯାଇଥାଏ । ପ୍ରତ୍ୟେକ ମାଛ ମରା ପରେ ପରେ ଅମଳ ମାଛର ସଂଖ୍ୟା ଓ ପ୍ରଜାତିକୁ ଆଖିଆଗରେ ରଖି ପୁନର୍ବାର ସେହି ପ୍ରଜାତି ଓ ସଂଖ୍ୟାର ମୁଣ୍ଡା ଯାଆଁଳକୁ ଚାଷ ପୋଖରୀରେ ଛାଡ଼ିବାକୁ ପଡ଼ିଥାଏ, ଏହିଭଳି ଭାବେ ବାର୍ଷିକ ପ୍ରାୟ ଏକର ପିଛା ୬୦୦୦ ରୁ ୧୦୦୦୦ ସଂଖ୍ୟାର ମୁଣ୍ଡା ଯାଆଁଳ ଛାଡ଼ିବା ପାଇଁ ଆବଶ୍ୟକ ପଡ଼ିଥାଏ ।

ଖାଦ୍ୟ ପରିଚାଳନା

ଏହି ପଦ୍ଧତି ମାଛଚାଷରେ ମାଛର ପୂରକ ଆହାର ବଦଳରେ ପରିତୃପ୍ତ ଆହାର । ଦୈନିକ ସେମାନଙ୍କ ମୋଟ ଶରୀର ଓଜନର ୨– ୧୦ ପ୍ରତିଶତ ହିସାବରେ ଖାଇବାକୁ ଦେବାକୁ ପଡ଼ିଥାଏ। ଅର୍ଥାତ୍ ମାଛ ଯେତେବେଳେ ବି କୃତ୍ରିମ ଖାଦ୍ୟ ଖାଇବାକୁ ଚାହିଁବ, ତାହା ଯେମିତି ତାକୁ ଉପଲବ୍ଧ ହୋଇପାରୁଥିବ । ଏହାକୁ ଦାବୀ ମୁତାବକ ଖାଦ୍ୟ ପରିବେଷଣ ବା ଡିମ୍ବାଣ୍ଡ ଫିଡ଼ିଙ୍ଗ ବୋଲି ମଧ୍ୟ କୁହାଯାଇଥାଏ । ଏଥିପାଇଁ ପୋଖରୀର ଉର୍ବରତାକୁ ଆଖି ଆଗରେ ରଖି ତୈଳ ରହିତ କାଣ୍ଡିଆକୁଣ୍ଡା, ପିଡ଼ିଆ (ବାଦାମ, ସୋରିଷ, ରାଶି) ମିଶ୍ରଣ ଅନୁପାତ ଯଥାକ୍ରମେ ୨ ରୁ ୪:୧ ରଖି ନିମ୍ନପାର୍ଶ୍ଵ ଛିଦ୍ରଯୁକ୍ତ ସାର ଜରି ବସ୍ତା ସାହାଯ୍ୟରେ ମାଛଙ୍କୁ ପ୍ରତିଦିନ ଖାଇବାକୁ ଦିଆଯାଇଥାଏ । ଗୋଟିଏ ଖାଦ୍ୟ ବସ୍ତା ପିଛା ୪ ରୁ ୬ କି.ଗ୍ରା. ପର୍ଯ୍ୟନ୍ତ ସର୍ବାଧିକ ଖାଦ୍ୟ ରଖାଯାଇ ପରିବେଷଣ କରାଯାଇଥାଏ । ଏହି ଖାଦ୍ୟ ବସ୍ତାଗୁଡ଼ିକୁ ସାଧାରଣତଃ ବାଉଁଶ ଖୁଣ୍ଟିରେ ଝୁଲାଇ ପାଣି ମଧ୍ୟରେ ରଖାଯାଏ । ଜରିବସ୍ତା ଗୁଡ଼ିକୁରୁ ୨ ଘଣ୍ଟା ମଧ୍ୟରେ ଖାଦ୍ୟ ସରିଗଲେ ବସ୍ତାଟି ପାଣି ଉପରକୁ ଭାସିଥାଏ, ତେଣୁ ତା ପରଦିନ ଖାଦ୍ୟ ପରିମାଣକୁ କିଛିକାଂଶରେ ବୃଦ୍ଧି କରାଯାଇଥାଏ କିମ୍ବା ତା ପରଦିନକୁ ଖାଦ୍ୟ ବଳକା ରହିଯାଉଥିଲେ, ସେହି ଅନୁପାତରେ ଖାଦ୍ୟ ପରିମାଣକୁ କମ୍ କରାଯାଇଥାଏ । ଏହି ଖାଦ୍ୟ ମିଶ୍ରଣରେ କିଲୋଗ୍ରାମ୍ ପିଛା ୨ ଗ୍ରାମ୍ ହିସାବରେ ଜୀବନିକା ଖଣିଜସାର ଗୁଣ୍ଡକୁ ଗୋଳାଇ ଖାଇବାକୁ ଦେବା ବିଧେୟ । ପାଣିରେ ଅତ୍ୟଧିକ ନେଳି ବା ପ୍ଲାଙ୍କଟନ୍ ସୃଷ୍ଟି ହେଲେ କୃତ୍ରିମ ଖାଦ୍ୟ ପରିବେଷଣକୁ ୧ ରୁ ୨ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଏ।

ମାଛ ରୋଗ ପ୍ରତିଷେଧକ ବ୍ୟବସ୍ଥା

ଶୀତ ପଡ଼ିବା ପୂର୍ବରୁ ଯଥା – ଅକ୍ଟୋବର ମାସ ପ୍ରଥମ ସପ୍ତାହ (ଆଶ୍ୱିନ) ଏବଂ ଅତ୍ୟଧିକ ଶୀତ ସମୟରେ ଯଥା – ଜାନୁୟାରୀ ମାସ ପ୍ରଥମ ସପ୍ତାହ (ମାଘ)ରେ ଏକର ପିଛା ମାସିକ କିସ୍ତି  । କାର୍ବୋନେଟ୍ ଚୂନ ପରିମାଣକୁ ବଢ଼ାଯାଇ ୫୦-୬୦ କି.ଗ୍ରା. ହିସାବରେ ପ୍ରୟୋଗ କରାଯିବା ଉଚିତ୍ । ସେହିଭଳି ଭାବେ ନଭେମ୍ବର ମାସ ପ୍ରଥମ ସପ୍ତାହ ଏବଂ ଫ୍ରେବୃୟାରୀ ମାସ ପ୍ରଥମ ସପ୍ତାହରେ ପ୍ରତ୍ୟେକ ଥର ମାସିକ କିସ୍ତି  ଚୂନ ବଦଳରେ ଏକର – ମିଟର ପିଛା ୪୦୦ ମିଲିଲିଟର ସିଫାକ୍ସ ଔଷଧକୁ ଅନ୍ୟୁନ ୪୦୦ ଲିଟର ପାଣିରେ ମିଶାଇ ମହାମାରୀ କ୍ଷତ ରୋଗର ପ୍ରତିଷେଧକ ଭାବେ ପୋଖରୀରେ ପ୍ରୟୋଗ କରାଯାଇଥାଏ । ଏହିଭଳି ଭାବେ ପୋଖରୀ ପ୍ରସ୍ତୁତି ଠାରୁ ଦେଢ଼ରୁ ଅଢ଼େଇ ବର୍ଷ ପର୍ଯ୍ୟନ୍ତ ମାଛ ଉତ୍ପାଦନ ଅବିରତ ଭାବେ ଚାଲୁ ରଖାଯାଇପାରେ, କିନ୍ତୁ ଏହାପରେ ଶୀତଋତୁରେ ପୋଖରୀକୁ ନିଶ୍ଚିତ ଭାବେ ଶୁଖାଇ ହଳ କରି ବିଶୋଧନ କରିନେବା ଉଚିତ୍ ।

ମାଛ ଅମଳ ଏବଂ ବିକ୍ରିବଟା

ଏହି ପଦ୍ଧତି ମାଛଚାଷରେ ପୋଖରୀର ଧାରଣ ଶକ୍ତି ଠାରୁ ସଦାସର୍ବଦା କମ୍ ପରିମାଣର ମାଛ ରହୁଥିବାରୁ ସଘନ ମାଛଚାଷ ପରି ନିୟମିତ ପୋଖରୀର ପାଣି ପରିବର୍ତ୍ତନ କିମ୍ବା ପାଣିରେ ବାୟୁ ସଂଚାଳନ ବିଧକୁ କରିବାକୁ ପଡ଼ି ନଥାଏ । କିନ୍ତୁ ସଘନ ମାଛଚାଷ ଭଳି ଏଥିରୁ ମାଛ ଉତ୍ପାଦନ ମିଳିଥାଏ । ସବୁବେଳେ ପୋଖରୀରେ ବଡ଼ ଓ ସାନ ମାଛ ମିଶି ରହୁଥିବାରୁ ମାସିକ ମାଛ ଉତ୍ପାଦନ ବେଳେ ଚୂନା ମାଛ। ଜାଲ ଟାଣି ମାଛ ଧରିବା ଉଚିତ୍ । ଏହି ପଦ୍ଧତିରେ ବାର୍ଷିକ ମାଛ ଉତ୍ପାଦନ ଏକର ପିଛା ପୋଖରୀରେ ଉର୍ବରତାକୁ ନେଇ ୨୦ କ୍ଵିଣ୍ଟାଲରୁ ୩୦ କ୍ଵିଣ୍ଟାଲ କିମ୍ବା ତା ଠାରୁ  ଉର୍ଦ୍ଧ୍ଵ ମଧ୍ୟ ହୋଇଥାଏ । ଏହି ପଦ୍ଧତିରେ ମାଛ ଚାଷକଲେ ପରିଚାଳନା ବାବଦକୁ ଏକର ପିଛା ବର୍ଷକୁ ସର୍ବାଧକ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ । ଏକର  ପିଛା ବର୍ଷକୁ ୪୦ ହଜାରରୁ ୮୦ ହଜାର ଟଙ୍କା ନିଟ୍ ଲାଭ ମିଳିଥାଏ ।

ଅଧିକ ଜାଣିବା ପାଇଁ  - "ଓୟୁଏଟି"

ସଂଗୃହିତ -

ମୂଳ ବିଷୟ ବସ୍ତୁ :

  • ଶ୍ରୀ ଜ୍ଞାନେନ୍ଦ୍ର କୁମାର ସାହୁ
  • ଡଃ ରାଜେନ୍ଦ୍ର କୁମାର ରଥ
  • ଶ୍ରୀ ହେମନ୍ତ କୁମାର ସାହୁ

ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ, ରଙ୍ଗେଇଲୁଣ୍ଡା, ଗଞ୍ଜାମ

ସଂଶୋଧିତ ବିଷୟ ବସ୍ତୁ :

  • ଅମ୍ବିକା ପ୍ରସାଦ ନାୟକ ଏସ୍.ଏମ୍.ଏସ୍. (ମତ୍ସ୍ୟ ବିଜ୍ଞାନ) କୃଷି ବିଜ୍ଞାନ କେନ୍ଦ୍ର, ଭଦ୍ରକ, ରାଣୀତାଲ


© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate