ମୃତ୍ତିକା ଅବକ୍ଷୟ ମୁଖ୍ୟତଃ । ମୃତ୍ତିକା ଅବକ୍ଷୟ ଦ୍ଵାରା ମାଟି ନଷ୍ଟ ହୋଇ ବର୍ତ୍ତମାନ ଓ ଭବିଷ୍ୟତର ମାନବ ସମାଜର ଜୀବନ ଧାରଣ ଶକ୍ତିକୁ ନିମ୍ନ ମାନର କରେ । ମନୁଷ୍ୟକୃତ ମୃତ୍ତିକା ଅବକ୍ଷୟର କାରଣ ଗୁଡିକ ମଧ୍ୟରେ ଅତ୍ୟଧିକ ଜଳସେଚନ, ଜଙ୍ଗଲ କ୍ଷୟ, ରାଜ୍ୟ କୁଟୀରଶିଳ୍ପ ଓ କାରଖାନା ପ୍ରତିଷ୍ଠା ଇତ୍ୟାଦି ମୁଖ୍ୟ । ଏହାଦ୍ଵାରା ଆମର ପ୍ରକୃତିକ ସମ୍ପଦ ମାଟି ନଷ୍ଟ ହେବା କାରଣଊ ପରିବେଶ ସନ୍ତୁଳନ ବିଗିଡି ଯାଇଛି । ଏହାଦ୍ଵାରା ରାଜ୍ୟରେ ମରୁଡି, ବନ୍ୟା, ବାତ୍ୟା, ଜଳମଗ୍ନତା ଓ ଲୁଣା ଇତ୍ୟାଦି ଦେଖାଯାଉଛି । ଏହାଫଳରେ ମାଟିର ଫସଲ ଉତ୍ପାଦନ କ୍ଷମତା କମୁଛି ଯାହାଦ୍ଵାରା ସାମାଜିକ ସୁରକ୍ଷା ବିପର୍ଯ୍ୟୟ ହେଉଛି ।
ମୃତ୍ତିକା ଅବକ୍ଷୟ ସମସ୍ୟାର ସମାଧାନ ପାଇଁ ଏହାର ପ୍ରକାର, ପରିମାଣ ଓ କାରଣ ବିଷୟର ଅନୁସାଧନ ତଥା ପରୀକ୍ଷା ନିରୀକ୍ଷା ପାଇଁ ଚେଷ୍ଟା କରାଯାଇଛି । ଅବକ୍ଷୟ ପ୍ରକାର କହିଲେ ଯେଉଁ ପଦ୍ଧତିରେ ଯଥା ଜଳ, ବାୟୁ, ଭୌତିକ, ରାସାୟନିକ କିମ୍ବା ଜୈବିକ ଉପାୟରେ ମୃତ୍ତିକା କ୍ଷୟ ହେବାକୁ ବୁଝାଏ । ଅବକ୍ଷୟର ପରିମାଣ ଏହାର ବର୍ତ୍ତମାନ ସ୍ଥିତି ଯଥା : ସ୍ୱଳ୍ପ, ମାଧ୍ୟମ , ଅଧିକ କିମ୍ବା ଅତି ଅଧିକରୁ ବୁଝାଏ । ଆପେକ୍ଷିକ ବିସ୍ତୁତି, ମାନଚିତ୍ର ଏକକ ଆୟତନ ଜମିର କେତେ ଅଂସ ଅର୍ଥାତ ଖୁବ କମ, ସାଧାରଣ, ଅଧିକ କିମ୍ବା ଅତ୍ୟଧିକ ଭାଗ ଏକ ନିର୍ଦ୍ଧିଷ୍ଟ ଅବକ୍ଷୟ ପ୍ରକ୍ରିୟା ଦ୍ଵାରା ଆକ୍ରାନ୍ତ ହୋଇଛି, ତାହାକୁ ବୁଝାଏ, ଅବକ୍ଷୟର ମାତ୍ରା ସ୍ୱଳ୍ପ, ମାଧ୍ୟମ, ଅଧିକ ଓ ଅତି ଅଧିକ ଭାବରେ ପରିପ୍ରକାଶ କରାଯାଏ। ଏହାକୁ ହିସାବ କରିବା ପାଇଁ ସେହଗାଲ ଓ ଆବ୍ରୋଲ (୧୯୯୪) ଙ୍କ ପଦ୍ଧତି ଅବଲମ୍ବନ କରାଯାଏ।
ପ୍ରତି ୧୦ କିମି ବ୍ୟବଧାନରେ ବିନ୍ଦୁ କୁ ନେଇ ଓଡିଶାର ମୃତ୍ତିକା ମାନଚିତ୍ର ୧.୨୫୦.୦୦୦ ମାନର ୨୧ ଟି ଫର୍ଦ୍ଦ ବିଶିଷ୍ଟ ୧୫୯ ଟି ମୃତ୍ତିକା ପରିବାରକୁ ନେଇ ପ୍ରସ୍ତୁତ କରାଯାଇଛି । ଚାରିଟି ବିନ୍ଦୁ ମଧ୍ୟରେ ଥିବା ଜମି (୧୦୦ ବର୍ଗ କି. ମି ) କୁ ଏକ ଏକକ କୁହାଯାଏ । ପ୍ରତ୍ୟେକ ଏକକରେ ମୃତ୍ତିକାଆରଆର ଅବକ୍ଷୟର କିସମ ମାତ୍ରା ଏବଂ ଆପେକ୍ଷିକ ବିସ୍ତୁତି ବିଷୟରେ ବର୍ଣ୍ଣନା କରାଯାଇଛି । ସାରଣୀ ୫.୧ ରେ ମାଟିର ପ୍ରକୃତ ଅବକ୍ଷୟ ପରିମାଣ ସଂକ୍ଷେପରେ ଦିଆଯାଇଛି । ଓଡିଶା ମୃତ୍ତିକାର ଅବକ୍ଷୟର ମୁଖ୍ୟ କାରକ ଜଳ ଅଟେ । ଏହାଦ୍ଵାରା ଉପରମାଟି କ୍ଷୟ ହେଉଛି, ଜଳମଗ୍ନ ହେଉଛି ,ଜୁଆର ପାଣି ମାଡି ଜମି ଲୁଣା ହେଉଛି ଓ ସର୍ବୋପରି ବନ୍ୟା ପ୍ଳାବିତ ହେଉଛି ।
ଓଡିଶାର ମୃତ୍ତିକା ଅବକ୍ଷୟ ତଥ୍ୟାବଳୀରୁ ଜନାଜାଏ ଯେ ୬.୧୨ ନିୟୁତ ହେକ୍ଟର ଜମି (ଯାହାକି ରାଜ୍ୟ କ୍ଷେତ୍ରଫଳ ୩୯.୩ ଶତାଂଶ) ଅବକ୍ଷୟ ମନୁଷ୍ୟକୃତ । ଏହାଛଡା ଚାଷ ହେଉନଥିବା ୧.୯ ଶତାଂଶ ଅନ୍ୟାନ୍ୟ ଜମି ମଧ୍ୟରେ ରାସ୍ତା, ନଦୀ, ବାସସ୍ଥାନ ଅନ୍ତର୍ଭୁକ୍ତ ।
ଏହି ଅବକ୍ଷୟ ଜମିରୁ ୫.୩୬ ନିୟୁତ ହେକ୍ଟର (୩୪.୪ ଶତାଂଶ ) ଜମିର ଉପର ଉର୍ବର ମାଟି ଜଳ ଦ୍ଵାରା ଧୋଇ ହୋଇ ନଷ୍ଟ ହେଉଛି । ଜଳମଗ୍ନତା ଓ ବନ୍ୟା ଦ୍ଵାରା ଯଥାକ୍ରମେ ୦.୪୪ ନିୟୁତ ହେକ୍ଟର (୨.୯ ଶତାଂଶ ) ଏବଂ ୦.୨୩ ନିୟୁତ ହେକ୍ଟର (୧.୫ ଶତାଂଶ ) ନଷ୍ଟ ହେଉଛି ।
ମନୁଷ୍ୟକୃତ ରାସାଯନିକ ପଦ୍ଧତି ଦ୍ଵାରା ସୃଷ୍ଟ ଲୁଣା ଜମି ଏବଂ ଜଳମଗ୍ନ ଓ ବନ୍ୟାପ୍ଳାବିତ ଜମିର ପରିମାଣ ମିଶି ପ୍ରାୟ ୦.୦୭ ନିୟୁତ ହେକ୍ଟର ବା ୦.୫ ଶତାଂଶ । ଲୁଣା ଜମି ଓ ଅନ୍ୟାନ୍ୟ ସମସ୍ୟା ମାଟିର ବିବରଣୀ ସାରଣୀ ୫.୨ ରେ ଦିଆଯାଇଛି । ଭୂଭାଗର ଗଡାଣି, ଭୂବୃତ୍ତାନ୍ତର ଅବସ୍ଥିତି ଓ ବୃଷ୍ଟିପାତର ପ୍ରବଳତା କୁ ନେଇ ମୃତ୍ତିକା ଅବକ୍ଷୟ ମାତ୍ରା ଅଳ୍ପରୁ ମାଧ୍ୟମ ଏବଂ ଅଧିକକୁ ଅତ୍ୟଧିକ ହୋଇଥାଏ ।
ମୃତ୍ତିକା ଅବକ୍ଷୟ ପ୍ରକାର |
ସାମାନ୍ୟ |
ମଧ୍ୟମ |
ଅଧିକ |
ଅତ୍ୟଧିକ |
ସମୁଦାୟ କ୍ଷେତ୍ରଫଳ |
|
|
ଜଳବାହୀକ କ୍ଷୟ ପୃଷ୍ଠ ମୃତ୍ତିକା କ୍ଷୟ |
୧୪୯.୮୧ |
୧୭୮୫.୩ |
୨୦୧୪.୦ |
୬୮.୫ |
୫୩୬୫.୯ |
||
ଭୌତିକ କାରଣ ଦ୍ଵାରା ଅବକ୍ଷୟ |
|||||||
ଜଳମଗ୍ନତା |
୨୨୮.୦ |
୨୧୬.୫ |
|
|
୪୪୪.୫ |
|
|
ବନ୍ୟାଜଳ ପ୍ଲାବନ |
୫୦.୫ |
୧୬୭.୦ |
୧୩.୦ |
୬.୦ |
୨୩୬.୫ |
|
|
ରାସାୟନିକ କାରଣ ଦ୍ଵାରା ଅବକ୍ଷୟ |
|||||||
ଲୁଣାକ୍ରାନ୍ତ |
୯.୦ |
୪୨.୦ |
୨୩.୫ |
|
୭୪.୫ |
|
|
|
୧୭୮୫.୬ |
୨୨୧୦.୮ |
୨୦୫୦.୫ |
୭୪.୫ |
୬୧୨୧.୪ |
|
|
କ୍ଷୟ ଅପ୍ରଭାବିତ ମୃତ୍ତିକା |
|||||||
ପ୍ରାକୃତିକ ଅବସ୍ଥାରେ ଥିବା ଅଞ୍ଚଳ |
|
|
|
|
|
୧୧୯୫.୮ |
|
ଅବକ୍ଷୟ ସମସ୍ୟା ବିନୀହ ଜମି |
|
|
|
|
|
୭୯୬୭.୯ |
|
ଅନ୍ୟାନ୍ୟ ଅଞ୍ଚଳ (ରାସ୍ତା , ନଦୀ , ବାସସ୍ଥାନ ଇତ୍ୟାଦି ) |
|
|
|
|
|
୨୯୦.୬ |
|
ସମୁଦାୟ କ୍ଷେତ୍ରଫଳ |
|
|
|
|
|
୧୫୫୭୦.୭ |
|
ଆଧାର - ମୃତ୍ତିକା ସଂରକ୍ଷଣ(ସର୍ବେକ୍ଷଣ) ବିଭାଗ,ଓଡିଶା ସରକାର
Last Modified : 5/11/2021