অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଧାନ ଚାଷ ପାଇଁ ମାଟି ପରୀକ୍ଷା

ଧାନ ଫସଲ

ଧାନ ଓଡ଼ିଶାର ପ୍ରଧାନ ଫସଲ । ଅନେକଚାଷୀ ଧାନ ଚାଷ ଉପରେ ନିର୍ଭରଶୀଳ ।

କିସମ ଓ ଅବସ୍ଥିତିକୁ ଦୃଷ୍ଟିରେ ରଖି ସବୁ ପ୍ରକାରର ଜମିରେ ଧାନ ଚାଷ ହୋଇଥାଏ ।

ଧାନ ଚାଷ କରିବାକୁ ହେଲେ ମୁଖ୍ୟତଃ ମାଟି ପରୀକ୍ଷା ଠିକ୍‌ଭାବେ କରାଇନେବା ଉଚିତ୍ । ତେବେଏହି ବିଷୟରେ ବିସ୍ତୃତଭାବେ ଜାଣିନେଲେ ଚାଷୀଙ୍କୁ କୌଣସି ଅସୁବିଧା ହେବନାହିଁ ।

ମାଟି ପରୀକ୍ଷା

ଚାଷକରିବା ପୂର୍ବରୁ ପ୍ରଥମ କାମ ହେଉଛି ମାଟି ପରୀକ୍ଷା ପାଇଁ ନମୂନା ମାଟି ସଂଗ୍ରହ କରିବା । ଚାଷୀମାନେ ନିକଟସ୍ଥ କୃଷିକର୍ମଚାରୀଙ୍କ ଦ୍ୱାରାମାଟିର ନମୂନା ସଂଗ୍ରହକରି ମୃତ୍ତିକା ପରୀକ୍ଷାଗାରକୁ ପଠାଇଲେ ମାଟିର ଉର୍ବରତା ଓ ଅନ୍ୟାନ୍ୟ ଗୁଣବିଷୟରେ ସଠିକ ଧାରଣା ମିଳିଥାଏ । ଏହାଦ୍ୱାରା ଅନାପାତିକ ଖତସାର ପ୍ରୟୋଗ କରି ଚାଷୀ ଭଲ ଅମଳ ପାଇ ପାରିବେ । ନମୂନାମାଟି ଚକୱାରୀ ସଂଗ୍ରହ କରିବାକୁ ପଡ଼ିଥାଏ । ଗୋଟିଏଏକର ଚକରୁ ଅନ୍ୟୁନ ୫-୭ଟି ସ୍ଥାନରୁ ମାଟି ସଂଗ୍ରହ କରାଯାଇଥାଏ । ମାଟିସଂଗ୍ରହ ପୂର୍ବରୁ ସ୍ଥିର ହୋଇଥିବା ସ୍ଥାନରୁ ଘାସଲତା କାଟି ସଫା କରିଦେବା ଉଚିତ । ଏହାପରେ କୋଦାଳରେ ତେର୍ଚ୍ଛା ଭାବରେ ଚୋଟମାରି୬ ଇଞ୍ଚ ଖୋଳିବାକୁ ପଡ଼ିଥାଏ । ଖୁରୁପି ସାହାଯ୍ୟରେ ସେହି ଖୋଳାଯାଇଥିବା ସ୍ଥାନରୁ ପ୍ରାୟ ଅଧ କିଲୋଗ୍ରାମର ମାଟି ସଂଗ୍ରହକରି ପଲିଥିନ୍‌ବା କନାମୁଣାରେ ରଖିବାକୁ ହୁଏ ।ଏହିପରିଭାବେ ଜମିର ୫-୭ଟି ସ୍ଥାନରୁ ଅଢେ଼ଇରୁ ୩ କିଲୋଗ୍ରାମ ପର୍ଯ୍ୟନ୍ତ ମାଟିଆଣି ଏକତ୍ର ମିଶାଇ ଗୁଣ୍ଡକରି ଛାଇରେ ଶୁଖାଇବାକୁ ହୁଏ । ଏହାପରେ ଗୁଣ୍ଡମାଟିକୁ ସମାନ ଚାରିଭାଗରେ ବିଭକ୍ତକରି ସେଥିରୁ ଦୁଇଭାଗ ଅଲଗାକରିବାକୁ ହୁଏ ।ଏଭଳି ଦୁଇଭାଗ ଲେଖାଏଁ ବାହାରକରି ସମୁଦାୟ ମାଟିରୁ ୨୫୦ ରୁ ୫୦୦ ଗ୍ରାମ ପର୍ଯ୍ୟନ୍ତ ନମୂନାମାଟି ସଂଗ୍ରହକରି ପଲିଥିନ୍‌ମୁଣାରେ ରଖାଯାଏ । ମାଟିସଂଗ୍ରହକରାଯାଇଥିବା ଜମିର ବିବରଣୀ ପତ୍ରଲେଖି ନମୂନାମାଟି ସହ ପରୀକ୍ଷାଗାରକୁ ପଠାଯାଇଥାଏ ।

ମାଟି ସଂଗ୍ରହ ବେଳେ କିଛି ଜାଣିବା କଥା

  • ହିଡ଼କଡ଼, ଖତଗଦା ହୋଇଥିବାସ୍ଥାନ ତଥା ଗଛ ଛାଇକିମ୍ବା ଗଛ ମୂଳରୁମାଟିର ନମୂନା ସଂଗ୍ରହକରିବା ଅନୁଚିତ ।
  • ଜମିରେ ଫସଲ ଥିବା ଅବସ୍ଥାରେ ମାଟି ନମୂନା ସଂଗ୍ରହ କରନ୍ତୁ ନାହିଁ ।
  • ଓଦାମାଟି ନମୂନା ସଂଗ୍ରହ କରିଥିଲେ ତାକୁ ଛାଇରେ ଶୁଖାଇ ପରୀକ୍ଷାଗାରକୁ ପଠାଇବା ଉଚିତ।

ଆଧାର –"ସଂକଳ୍ପ ଓଡ଼ିଶା"

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate